Git/C2/Overview-and-Installation-of-Git/Oriya

From Script | Spoken-Tutorial
Revision as of 12:55, 18 September 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 ବନ୍ଧୁଗଣ, Overview and Installation of Git ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:

ଭର୍ସନ୍ Control System, Git ଏବଂ Ubuntu Linux ଓ Windows ଅପରେଟିଙ୍ଗ ସିଷ୍ଟମରେ Gitକୁ ଇନଷ୍ଟଲ କରିବା

00:17 ଏହି ଟ୍ୟୁଟୋରିଆଲ୍ ପାଇଁ, ଗୋଟିଏ କାର୍ଯ୍ୟକାରୀ Internet ସଂଯୋଗ ଆବଶ୍ୟକ ଅଟେ
00:22 ଆପଣଙ୍କର Ubuntu Linux କିମ୍ବା Windows ଅପରେଟିଙ୍ଗ ସିଷ୍ଟମ୍ ମଧ୍ୟ ଥିବା ଆବଶ୍ୟକ
00:28 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ, ଆପଣ ଉପରୋକ୍ତ ଯେକୌଣସି ଅପରେଟିଙ୍ଗ ସିଷ୍ଟମ୍ ସହିତ ପରିଚିତ ଥିବା ଆବଶ୍ୟକ
00:36 ପ୍ରଥମେ, ଚାଲନ୍ତୁ VCS କ’ଣ ଶିଖିବା ଯାହା Version Control System ଅଟେ
00:39 Version Control System ଗୋଟିଏ backup ଭଳି ଅଟେ
00:44 ଏହା ଡକୁମେଣ୍ଟ, କମ୍ପ୍ୟୁଟର୍ ପ୍ରୋଗ୍ରାମ୍ ଓ ୱେବସାଇଟଗୁଡିକରେ ହେଉଥିବା ପରିବର୍ତ୍ତନଗୁଡିକୁ ପରିଚାଳିତ କରେ
00:51 ଏହା ଅତିରିକ୍ତ ସମୟରେ କରିଥିବା କାର୍ଯ୍ୟର ଗୋଟିଏ ହିଷ୍ଟୋରିକାଲ୍ ରେକର୍ଡ ପ୍ରଦାନ କରେ
00:55 VCS, revision control, source control ଓ Source Code Management (SCM) ଭାବେ ମଧ୍ୟ ପରିଚିତ
01:03 RCS, Subversion ଓ Bazaar, VCSର କିଛି ଉଦାହରଣ ଅଟନ୍ତି
01:11 ତା’ପରେ ଚାଲନ୍ତୁ Git ସହିତ ଆରମ୍ଭ କରିବା
01:13 Git ଗୋଟିଏ ବଣ୍ଟନୀୟ version control software ଅଟେ
01:16 ଏହା ଗୋଟିଏ ମୁକ୍ତ ଓ open source software ଅଟେ
01:19 ଏହା ଗୋଟିଏ ଫାଇଲ୍ କିମ୍ବା ଫାଇଲଗୁଡିକରେ ହୋଇଥିବା ପରିବର୍ତ୍ତନ ଉପରେ ଟ୍ରାକ୍ ରଖିଥାଏ
01:24 ଏହା ଡେଭେଲପରମାନଙ୍କୁ ପରସ୍ପର ସହିତ ସହଯୋଗ ରଖି କାମ କରିବା ପାଇଁ ଅନୁମତି ଦେଇଥାଏ
01:28 ଏହା ପ୍ରୋଜେକ୍ଟଗୁଡିକୁ ପରିଚାଳିତ କରିବା ସହିତ ଭର୍ସନଗୁଡିକୁ ଷ୍ଟୋର୍ କରିଥାଏ
01:32 ଏହା ପ୍ରୋଜେକ୍ଟର ଅଗ୍ରଗତି ହିଷ୍ଟୋରୀକୁ ଟ୍ରାକ୍ କରିବାରେ ସାହାଯ୍ୟ କରେ
01:37 Gitରେ ଥିବା ଉଲ୍ଲେଖନୀୟ ଫିଚରଗୁଡିକ ନିମ୍ନରେ ପ୍ରଦତ୍ତ ଅଛି:
01:42 ପଛକୁ ଫେରିବା ସହିତ, କରିଥିବା କାର୍ଯ୍ୟର ପୂର୍ବ ଭର୍ସନଗୁଡିକୁ ପୁନର୍ଲାଭ କରିପାରିବେ
01:47 କରାଯାଇଥିବା ସମଗ୍ର ପରିବର୍ତ୍ତନଗୁଡିକର ସମ୍ପୂର୍ଣ୍ଣ ହିଷ୍ଟୋରୀକୁ ଦେଖିପାରିବେ
01:52 ମତଭେଦଗୁଡିକ Git ଦ୍ଵାରା ପ୍ରଦତ୍ତ ପରାମର୍ଶଗୁଡିକ ସାହାଯ୍ୟରେ ସହଜରେ ସମାଧାନ କରାଯାଇପାରିବ
01:58 ଯଦି ଡେଟା ଲସ୍ ହେଉଥାଏ, ଏହାକୁ ଯେକୌଣସି client repositoriesରୁ ପୁନରୁଦ୍ଧାର କରିହେବ
02:05 * ପ୍ରୋଗ୍ରାମର୍, ୱେବ ଡେଭେଲପର୍, ପ୍ରୋଜେକ୍ଟ ମ୍ୟାନେଜର୍, ରାଇଟର୍ ଓ ଏପରି ଅନେକଙ୍କ ଦ୍ଵାରା Git ବ୍ୟବହୃତ ହୁଏ
02:14 ଟେକ୍ସଟ ଫାଇଲ୍, ସୀଟ୍, ଡିଜାଇନ୍ ଫାଇଲ୍, ଡ୍ରଇଙ୍ଗ ପ୍ରଭୃତିଗୁଡିକ ସହିତ କାମ କରୁଥିବା ଯେକୌଣସି ବ୍ୟକ୍ତି, ଭର୍ସନଗୁଡିକୁ ଟ୍ରାକ୍ କରନ୍ତି
02:22 ଲୋକମାନେ ଯେଉଁମାନେ ଗୋଟିଏ କାର୍ଯ୍ୟକ୍ରମ କିମ୍ବା ପ୍ରୋଜେକ୍ଟ ଉପରେ ମିଳିମିଶି କାମ କରନ୍ତି
02:28 ବର୍ତ୍ତମାନ, Git କିପରି କାମ କରେ ଚାଲନ୍ତୁ ଦେଖିବା
02:31 ପ୍ରକୃତରେ Git ସମଗ୍ର ପ୍ରୋଜେକ୍ଟର ଗୋଟିଏ snapshotକୁ ଷ୍ଟୋର୍ କରିଥାଏ
02:36 Snapshot, ସେହି ଏକା ସମୟରେ ସମଗ୍ର ଫାଇଲଗୁଡିକର ନିଆଯାଇଥିବା ଗୋଟିଏ ଛବି ଭଳି ସମାନ ଅଟେ
02:42 ଯଦି କିଛି ଫାଇଲରେ କୌଣସି ପରିବର୍ତ୍ତନ ନ’ଥାଏ ତେବେ ପୁନର୍ବାର Git ସେଗୁଡିକୁ ଷ୍ଟୋର୍ କରିବ ନାହିଁ
02:47 ଏହା ସେଗୁଡିକୁ ପୂର୍ବ ଭର୍ସନ୍ ସହିତ ଲିଙ୍କ କରିବ
02:50 ଅସଫଳ କାର୍ଯ୍ୟରେ, snapshotରୁ ଡେଟା ପୁନରୁଦ୍ଧାର ହୋଇଥାଏ
02:56 ଏହି ସିରିଜରେ ଆଲୋଚିତ ହୋଇଥିବା କିଛି ଫିଚରଗୁଡିକ ଉପରେ ସାମାନ୍ୟ ଆଲୋକପାତ କରାଯିବ-
03:01 Basic commands of Git
03:04 The git checkout command
03:06 Inspection and comparison of Git ଓ
03:09 Tagging in Git
03:11 ଏହି ସିରିଜରେ, ନିମ୍ନଲିଖିତ ମଧ୍ୟ ଶିଖିବା:

Branching in Git, Deleting and Merging branches ଓ Stashing and Cleaning

03:22 Ubuntu Software Centerକୁ ବ୍ୟବହାର କରି Ubuntu Linuxରେ Gitକୁ ଇନଷ୍ଟଲ୍ କରାଯାଇପାରିବ
03:27 Ubuntu Software Center ଉପରେ ଅଧିକ ବିବରଣୀ ପାଇଁ, ଏହି ୱେବସାଇଟରେ ଥିବା Linux ଟ୍ୟୁଟୋରିଆଲଗୁଡିକର ଅନୁସରଣ କରନ୍ତୁ
03:35 ସିଷ୍ଟମରେ Gitର ଇନଷ୍ଟଲେଶନ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଛି. ବର୍ତ୍ତମାନ ଏହାକୁ ଯାଞ୍ଚ କରନ୍ତୁ
03:42 terminalକୁ ଯା’ନ୍ତୁ ଏବଂ ଟାଇପ୍ କରନ୍ତୁ: git ସ୍ପେସ୍ ହାଇଫେନ୍ ହାଇଫେନ୍ ଭର୍ସନ୍ ଏବଂ Enter ଦାବନ୍ତୁ
03:50 Gitର ଭର୍ସନ୍ ସଂଖ୍ୟା ପ୍ରଦର୍ଶନ ହେବା ଦେଖିପାରିବେ
03:53 ଏହାର ଅର୍ଥ, Git ସଫଳତାର ସହ ଇନଷ୍ଟଲ୍ ହୋଇଛି
03:57 ତା’ପରେ ଚାଲନ୍ତୁ Windows OSରେ Gitକୁ ଇନଷ୍ଟଲ୍ କରି ଶିଖିବା
04:01 ୱେବ ବ୍ରାଉଜର୍ ଖୋଲିବା ସହ www.git-scm.comକୁ ଯା’ନ୍ତୁ
04:09 ବାମ ପଟେ ଥିବା Downloads ଲିଙ୍କ ଉପରେ କ୍ଲିକ୍ କରନ୍ତୁ
04:13 Windows ପାଇଁ Gitକୁ ଡାଉନଲୋଡ୍ କରିବା ସକାସେ Windows ଆଇକନ୍ ଉପରେ କ୍ଲିକ୍ କରନ୍ତୁ
04:17 Save As ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ. Save File ବଟନ୍ ଉପରେ କ୍ଲିକ୍ କରନ୍ତୁ
04:22 installer file, ଡିଫଲ୍ଟ Downloads ଫୋଲ୍ଡର୍ ମଧ୍ୟରେ ଡାଉନଲୋଡ୍ ହୋଇଯିବ
04:26 Gitକୁ ଇନଷ୍ଟଲ୍ କରିବା ପାଇଁ exe ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
04:30 ଦୃଶ୍ୟମାନ ହେଉଥିବା ଡାଇଲଗ୍ ବକ୍ସର Run ଉପରେ ଏବଂ ତା’ପରେ Yes ଉପରେ କ୍ଲିକ୍ କରନ୍ତୁ
04:35 ବର୍ତ୍ତମାନ Next ଉପରେ କ୍ଲିକ୍ କରନ୍ତୁ. General Public License ପେଜର Next ଉପରେ କ୍ଲିକ୍ କରନ୍ତୁ
04:41 ଡିଫଲ୍ଟ ଭାବେ, Git, Program Files ମଧ୍ୟରେ ଇନଷ୍ଟଲ୍ ହୋଇଛି. Next ଉପରେ କ୍ଲିକ୍ କରନ୍ତୁ
04:46 ଇନଷ୍ଟଲ୍ କରିବା ପାଇଁ କମ୍ପୋନେଣ୍ଟଗୁଡିକୁ ଚୟନ କରନ୍ତୁ
04:49 Additional icons ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ
04:52 ତା’ପରେ Next ଉପରେ କ୍ଲିକ୍ କରନ୍ତୁ. ପୁନର୍ବାର Next ଉପରେ କ୍ଲିକ୍ କରନ୍ତୁ
04:57 ଏଠାରେ, Git କମାଣ୍ଡଗୁଡିକୁ ରନ୍ କରିବା ପାଇଁ ଅପଶନକୁ ଚୟନ କରନ୍ତୁ
05:00 Use Git Bash onlyକୁ ଚୟନ ଅରିବା ସହ Next ଉପରେ କ୍ଲିକ୍ କରନ୍ତୁ
05:04 ଏହି ଅପଶନକୁ ଡିଫଲ୍ଟ ଭାବେ ରଖିବା ସହ Next ଉପରେ କ୍ଲିକ୍ କରନ୍ତୁ
05:09 Git ଇନଷ୍ଟଲ୍ ହେଉଛି. ଇଣ୍ଟରନେଟର ବେଗ ଉପରେ ନିର୍ଭର କରି ଏହା କିଛି ସମୟ ନେବ
05:15 ଇନଷ୍ଟଲେଶନକୁ ସମ୍ପୂର୍ଣ୍ଣ କରିବା ପାଇଁ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
05:19 ବର୍ତ୍ତମାନ, Git Release Notes ଅଟୋମାଟିକଲୀ ଖୋଲିଯିବ. ଏହାକୁ ବନ୍ଦ କରନ୍ତୁ
05:24 Desktop ଉପରେ ସୃଷ୍ଟି ହୋଇଥିବା, Git Bash ଭାବେ ଗୋଟିଏ ସର୍ଟ-କଟ୍ ଆଇକନକୁ ଦେଖିପାରିବେ. ଖୋଲିବା ପାଇଁ ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ
05:32 ବିକଳ୍ପ ଭାବେ, Start ମେନୁ >> All programs >> Git ଉପରେ କ୍ଲିକ୍ କରିବା ସହ Git Bash ଉପରେ କ୍ଲିକ୍ କରନ୍ତୁ
05:41 ବର୍ତ୍ତମାନ Git Bash ଖୋଲିଯିବ
05:44 ଏହା Gitର ଇନଷ୍ଟଲ୍ ହୋଇଥିବା ଭର୍ସନକୁ ପ୍ରଦର୍ଶନ କରିବ
05:48 ତେଣୁ, ସଫଳତାର ସହ Git ଇନଷ୍ଟଲ୍ ହୋଇଛି ବୋଲି ଆମେ ଜାଣିଲେ
05:51 ଏହା ସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
05:55 ସଂକ୍ଷିପ୍ତରେ.

ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: Version Control System, Git ଓ Ubuntu Linux ଓ Windows ଅପରେଟିଙ୍ଗ ସିଷ୍ଟମରେ Git ଇନଷ୍ଟଲେଶନ୍

06:10 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହ ଦେଖନ୍ତୁ
06:18 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
06:29 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
06:41 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep