Geogebra/C2/Introduction-to-Geogebra/Oriya

From Script | Spoken-Tutorial
Revision as of 16:02, 9 January 2016 by Pradeep (Talk | contribs)

Jump to: navigation, search
Time Narration
00:00 ନମସ୍କାର ବନ୍ଧୁଗଣ, Geogebraର ପରିଚୟ ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ. ଏହି ଟ୍ୟୁଟୋରିଆଲ୍ରେ ଆପଣ ଜିଓଜେବ୍ରା ଆରମ୍ଭ କରିବାର ବେସିକ୍ସ ସହିତ ପରିଚିତ ହେବେ.
00:09 ଜିଓଜେବ୍ରା କ’ଣ ? ଏହା ଏକ ମାଗଣା ମ୍ୟାଥେମେଟିକ୍ ସଫ୍ଟୱେର୍ ଏବଂ download ପାଇଁ ଏହା www.geogebra.org ରେ ଉପଲବ୍ଧ
00:17 ଏହା ଏକ interactive ହୋଇଥିବାରୁ କମ୍ପ୍ୟୁଟର ସହାୟତାରେ ଶିକ୍ଷା ପାଇଁ ଉପଯୋଗୀ ଅଟେ ଏବଂ ଆପଣମାନେ ଏଥିରେ ଜ୍ୟାମିତୀୟ ଆକୃତିଗୁଡ଼ିକର ବୀଜଗଣିତୀୟ ଅଭିବ୍ୟକ୍ତି ଦେଖିପାରିବେ
00:25 ଏହା ଜିଓମେଟ୍ରି, ଆଲଜେବ୍ରା ଓ କାଲ୍କୁଲସ୍ ର ସମିଶ୍ରଣ ଅଟେ, ତେଣୁ ଆପଣ ଜିଓମେଟ୍ରି ଫିଗର୍ସ ଗଠନ, ଇକ୍ୱେଶନ୍ ଏଣ୍ଟର, ଭାରିଏବୁଲ୍, ଭେକ୍ଟର୍ ଆଦି ସହିତ କାମ କରିପାରିବେ
00:35 ଜିଓଜେବ୍ରା ଆରମ୍ଭ କରିବା ପାଇଁ ମୁଁ ବ୍ୟବହାର କରୁଛି Linux operating system Ubuntu Version 10.04 LTS ଏବଂ Geogebra Version 3.2.40.0
00:47 ଯଦି ଆପଣ ଜିଓଜେବ୍ରା ଇନଷ୍ଟଲ୍ କରିସାରିଛନ୍ତି, ତେବେ ଉବୁଣ୍ଟୁ ମେନୁ ଆଇଟମ୍ Applications, Education କିମ୍ୱା Science କୁ ଯା’ନ୍ତୁ ଏବଂ Geogebra Application ଉପରେ କ୍ଲିକ୍ କରନ୍ତୁ
00:58 ଯଦି ଆପଣ ଜିଓଜେବ୍ରା ଇନଷ୍ଟଲ୍ କରିନାହାଁନ୍ତି , ତେବେ ଦୟାକରି ସିଷ୍ଟମ୍, ଆଡମିନିଷ୍ଟ୍ରେଶନ୍, ସିନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍‍ କୁ ଯାଇ ଜିଓଜେବ୍ରାକୁ ଇନଷ୍ଟଲ୍‍ କରନ୍ତୁ
01:08 ବର୍ତ୍ତମାନ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ. ଏହି ଟ୍ୟୁଟୋରିଆଲ୍ରେ ମୁଁ ମେନୁ ବାର୍, ଟୁଲ୍ ବାର୍ ଓ ଟୁଲ୍ ଭ୍ୟୁ, ଗ୍ରାଫିକ୍ ଭ୍ୟୁ ଓ ଆଲ୍ଜେବ୍ରା ଭ୍ୟୁ, ଇନ୍ପୁଟ୍ ବାର୍ ଓ କମାଣ୍ଡ୍ଗୁଡିକୁ ସକ୍ଷିପ୍ତରେ ବ୍ୟାଖ୍ୟା କରିବି
01:20 ଏକ ଜିଓଜେବ୍ରା ୱିଣ୍ଡୋ ଏହିଭଳି ଦେଖାଯାଏ. ଯେକୌଣସି ୱିଣ୍ଡୋ ଭିତ୍ତିକ ଆପ୍ଲିକେଶନ୍ ଭଳି ଏହାର ଏକ ଷ୍ଟାଣ୍ଡାର୍ଡ ମେନୁ ବାର୍ ଅଛି
01:28 ଟୁଲ୍ ବାର୍ ଟି ଜିଓଜେବ୍ରାର କମ୍ପାସ୍ ବକ୍ସ୍ ସଦୃଶ ଅଟେ
01:32 କେଉଁ ଟୁଲ୍ଟି ଚୟନିତ ଏବଂ ବ୍ୟବହାର ପାଇଁ ପ୍ରସ୍ତୁତ, ତାହା ଟୁଲ୍ ଭ୍ୟୁ କହିଥାଏ
01:36 ଗ୍ରାଫିକ୍ ଭ୍ୟୁ, ଜିଓଜେବ୍ରାର ଡ୍ରଇଙ୍ଗ୍ ପ୍ୟାଡ୍ ଅଟେ. ଆପଣ ଏହି ପ୍ୟାଡ୍ ରେ ଜିଓମେଟ୍ରିକ୍ ଫିଗର୍ସ ମଧ୍ୟ ଗଠନ କରିପାରିବେ
01:42 ଏହା ହେଉଛି ଆଲ୍ଜେବ୍ରା ଭ୍ୟୁ. ଡ୍ରଇଙ୍ଗ୍ ପ୍ୟାଡ୍ ରେ ଗଠିତ ସମସ୍ତ ଜ୍ୟାମିତୀୟ ଆକୃତିଗୁଡିକର ବୀଜଗଣିତୀୟ ଅଭିବ୍ୟକ୍ତି ଆପଣ ଏହି ୱିଣ୍ଡୋରେ ଦେଖିପାରିବେ
01:50 ଆଲ୍ଜେବ୍ରା ଇକ୍ୱେଶନ୍ ପ୍ରବେଶ କରାଇବାକୁ ଇନପୁଟ୍ ବାର୍ ଅନୁମତି ଦିଏ, ଯାହା ଆଲ୍ଜେବ୍ରା ଭ୍ୟୁ ସମେତ ଡ୍ରଇଙ୍ଗ୍ ପ୍ୟାଡ୍ରେ ଦୃଶ୍ୟମାନ ହେବ
01:59 ଏହି ଇନପୁଟ୍ ବାରରେ ଜିଓଜେବ୍ରା ଦ୍ୱାରା ସପୋର୍ଟ ହେଉଥିବା କମାଣ୍ଡଗୁଡିକ ଏହି ଡ୍ରପ୍ ଡାଉନ୍ ମେନୁରେ ଅଛି
02:05 ଡ୍ରଇଙ୍ଗ୍ ପ୍ୟାଡ୍ ସବୁବେଳେ ଜିଓଜେବ୍ରାରେ ଦେଖାଯାଏ ଏବଂ ଏହାକୁ ବନ୍ଦ କରାଯାଇପାରିବ ନାହିଁ
02:10 ଡ୍ରଇଙ୍ଗ୍ ପ୍ୟାଡ୍ରେ ଆପଣ, ଭ୍ୟୁ କୁ ଯାଇ ଗ୍ରିଡ୍ ଅପ୍ସନ୍ ଚେକ୍ କରି ଗ୍ରିଡ୍ ବ୍ୟବହାର କରିପାରିବେ
02:17 ସମାନଭାବରେ ଯଦି ଆପଣ Axes ଦେଖିବାକୁ ଚାହୁଁନାହାଁନ୍ତି , ତେବେ ତାହାକୁ ଅନଚେକ୍ କରିପାରନ୍ତି. ଆମେ ଏହି ଟ୍ୟୁଟୋରିଆଲ୍ ପାଇଁ Axes ଓ Grid ଦୃଶ୍ୟମାନ ରଖିବା
02:25 ଯଦି ଆପଣ algebra view କିମ୍ୱା Input Bar କୁ ବନ୍ଦ କରିବାକୁ ଚାହାଁନ୍ତି, ତେବେ ଆପଣ Viewକୁ ଯାଇ ଅପ୍ସନ୍ ଅନ୍ଚେକ୍ କରି, ତାହା କରିପାରନ୍ତି. ଚାଲନ୍ତୁ, ଏହି ଟ୍ୟୁଟୋରିଆଲ୍ରୁ Input Bar କୁ ବାଦ୍ ଦେବା
02:38 ବର୍ତ୍ତମାନ, ଏକ compass box ଭାବରେ ଟୁଲ୍ ବାର୍ ସମ୍ୱନ୍ଧରେ ଅଧିକ ଜାଣିବା. ଆଇଟମ୍ ଉପରେ କ୍ଲିକ୍ କରି ,ଏକ ଟୁଲ୍କୁ ବ୍ୟବହାର କରାଯାଏ
02:47 ଦେଖନ୍ତୁ, ଯେତେବେଳେ ଆପଣ ଏହା ଉପରେ କ୍ଲିକ୍ କରିବେ, ଆଇଟମ୍ ଚାରିପାଖରେ, ଏହା ସିଲେକ୍ଟ ହୋଇଯାଇଛି ବୋଲି ସୂଚିତ କରି, ଏକ ଗାଢ ନୀଳ ବର୍ଡର୍‍ ଦେଖାଯାଏ ଏବଂ ଏହାର ନାମ ଓ ଏହାକୁ କିପରି ବ୍ୟବହାର କରିବେ, ତାହାର ସଂକେତ ମଧ୍ୟ ଦେଖାଯାଏ
02:59 ପୂରା ଡାହାଣପଟେ ଥିବା ଆଇଟମ୍ ଟୁଲ୍ ହେଉଛି Move Drawing Pad. ଏହା ଉପରେ କ୍ଲିକ୍ କରିବାପରେ ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ. ବାମ କ୍ଲିକ୍କୁ ଚାପି ଧରି ଡ୍ରଇଙ୍ଗ୍ ପ୍ୟାଡକୁ ଇପ୍ସିତ ସ୍ଥାନକୁ ନିଅନ୍ତୁ - 03:13 ଯଦି ଆମେ କମ୍ପାସ୍ ବକ୍ସ୍ ରେ ଥିବା ପେନ୍ସିଲ୍ ଦ୍ୱାରା ଆରମ୍ଭ କରୁ, ତେବେ ଜିଓମେଟ୍ରିରେ ଆମେ ଏକ ପେନ୍ସିଲ୍ ଦ୍ୱାରା ଏକ ପଏଣ୍ଟ୍ ଡ୍ର’ କରିପାରିବା.
03:19 ଏଠାରେ ପେନ୍ସିଲ୍ ଟୁଲ୍ ଗୁଡିକ ଅଛି. ଯଦି ଟୁଲ୍ ର କୋଣରେ ଥିବା ଛୋଟ ନାଲି ତ୍ରିଭୂଜ ଉପରେ ଆପଣ କ୍ଲିକ୍ କରନ୍ତି , ତା’ହାଲେ ଆପଣ ସମସ୍ତ ପେନ୍ସିଲ୍ କିମ୍ୱା point tools କୁ ଦେଖିପାରିବେ
03:29 ସେହିପରି, ଟୁଲ୍ ଆଇଟମ୍ସ ପରବର୍ତ୍ତୀ ସେଟ୍ ହେଉଛି ଲାଇନ୍ ଗୁଡିକ ପାଇଁ. ଏଗୁଡିକ ହେଉଛି Perpendicular lines ଓ Bisectors, Polygons, circles ଆଦି.
03:42 ଏହି ଟ୍ୟୁଟୋରିଆଲ୍ରେ, ମୁଁ drawing points, line segments, parallel ଓ perpendicular lines, ଅବଜେକ୍ଟସ୍‍ ମାପ କରିବା , ଗୋଟିଏ ଅବଜେକ୍ଟର ପ୍ରୋପର୍ଟିଜ ପରିବର୍ତ୍ତନ କରିବା ଏବଂ ଗୋଟିଏ ଫାଇଲ୍‍ ସେଭ୍‍ କରିବା ବିଷୟରେ କହିବି
04:01 ଚାଲନ୍ତୁ ଏବେ ପଏଣ୍ଟ୍ ଗୁଡ଼ିକୁ ଡ୍ର’ କରିବା. ନୂଆ ପଏଣ୍ଟ୍ ଅପସନ୍ ସିଲେକ୍ଟ କରି ଡ୍ରଇଙ୍ଗ୍ ପ୍ୟାଡ୍ର ଯେକୌଣସି ଜାଗାରେ କ୍ଲିକ୍ କରନ୍ତୁ. ଆପଣ ନୂଆ ପଏଣ୍ଟମାନ ପାଇବେ
04:12 ଦେଖନ୍ତୁ ପଏଣ୍ଟ୍ ଆଲଜେବ୍ରା ଭ୍ୟୁ ସମେତ ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ ମଧ୍ୟ ଦେଖାଯାଉଛି
04:19 ଜିଓଜେବ୍ରାରେ ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ ଡ୍ର’ କରାଯାଇଥିବା ସମସ୍ତ ଟୁଲ୍ ଆଇଟମ୍ ଗୁଡିକୁ ଅବ୍ଜେକ୍ଟ କୁହାଯାଏ
04:24 ପଏଣ୍ଟସ୍ A ଓ B, Free Objects ଅଟନ୍ତି, ସେଥିପାଇଁ ସେଗୁଡ଼ିକ ଡ୍ରଇଙ୍ଗ୍ ପ୍ୟାଡ୍ର ଅନ୍ୟ କୌଣସି ଅବଜେକ୍ଟ ଉପରେ ନିର୍ଭର କରନ୍ତି ନାହଁ
04:32 ପୂର୍ବରୁ ରହିଥିବା A ଓ B ପରି ଦୁଇଟି ପଏଣ୍ଟସ୍ ବ୍ୟବହାର କରି କିମ୍ୱା ଡ୍ରଇଙ୍ଗ୍ ପ୍ୟାଡ୍ର ଯେକୌଣସି ସ୍ଥାନରେ କ୍ଲିକ୍ କରି Segment between Two Points କୁ ଯାଇ ଆପଣ ଏକ ଲାଇନ୍ ସେଗମେଣ୍ଟ୍ ଆଙ୍କିବା ଦ୍ୱାରା ଏହି ଦୁଇ ପଏଣ୍ଟସ୍ ମଧ୍ୟରେ ଦୁଇଟି ନୂଆ ପଏଣ୍ଟସ୍ ଓ ସେଗ୍ମେଣ୍ଟ୍ ପାଇବେ
04:51 ସମାନ ଭାବରେ , ଆପଣ ଏକ ପଏଣ୍ଟ୍ ଓ ତା’ପରେ ଲାଇନ୍ କୁ ଚେକ୍ କରି ଏକ ଲମ୍ୱା ରେଖା ଟାଣିପାରିବେ. ପଏଣ୍ଟ୍ D ମାଧ୍ୟମରେ ଆପଣ ଏକ ଲମ୍ୱା ରେଖା ପାଇବେ, ଯାହା ସେଗ୍ମେଣ୍ଟ୍ CD କୁ ଲମ୍ୱିଥିବ
05:10 ଏକ ସମାନ୍ତରାଳ ରେଖା, ମୁଁ ଏଠାରେ ଯେକୌଣସି ପଏଣ୍ଟ୍ ଉପରେ କ୍ଲିକ୍ କରି AB ସିଲେକ୍ଟ କଲେ ପଏଣ୍ଟ୍ E ମାଧ୍ୟମରେ AB କୁ ଏକ ସାମନ୍ତରାଳରେଖା ପାଇଲି
05:25 ଯଦି ଆପଣ ଏଠାରେ ଏହି ଟୁଲ୍ କୁ ଯାଇ Intersect two objects ଉପରେ କ୍ଲିକ୍ କରନ୍ତି ତାହାଲେ ଦୁଇଟି ଅବଜେକ୍ଟର ମଧ୍ୟବିନ୍ଦୁ ପାଇପାରିବେ
05:32 ଯେତେବେଳେ ଆପଣ ମଧ୍ୟବିନ୍ଦୁ ଉପରେ ମାଉସ୍ କୁ ଚଲାଇବେ, ଉଭୟ ଅବଜେକ୍ଟ ହାଇଲାଇଟ୍ ହୋଇଯିବ. ସେହି ସମୟରେ କ୍ଲିକ୍ କଲେ , ଆପଣ ଦୁଇଟି ଅବଜେକ୍ଟର ମଧ୍ୟବିନ୍ଦୁ ପାଇବେ
05:44 ଦୂରତା ମାପିବାକୁ, ଡାହାଣ ଟୁଲବାର୍ ରୁ ଚତୁର୍ଥ ଉପରେ କ୍ଲିକ୍ କରି Distance or length tool ସିଲେକ୍ଟ କରନ୍ତୁ
05:52 ଆପଣ ଏଠାରେ ପଏଣ୍ଟସ୍ ମଧ୍ୟର ଦୂରତା ମାପିବା ପାଇଁ ପଏଣ୍ଟସ୍ ଦୁଇଟି ସିଲେକ୍ଟ କରି, DF ଉପରେ କ୍ଲିକ୍ କରିପାରନ୍ତି କିମ୍ୱା ସମସ୍ତ ଲାଇନ୍ ସେଗ୍ମେଣ୍ଟ୍ ସିଲେକ୍ଟ କରି ମଧ୍ୟ କରିପାରନ୍ତି
06:02 ଦେଖନ୍ତୁ, ଗ୍ରିଡ୍ରେ କୌଣସି ୟୁନିଟ୍ ନାହିଁ. ଆମେ ଆଡ୍ଭାନ୍ସ ଟପିକ୍ମାନଙ୍କରେ ୟୁନିଟ୍ ନାମଗୁଡିକ ଜାଣିବା
06:12 ପ୍ରତ୍ୟେକ ଆଇଟମ୍ଗୁଡିକର ପ୍ରପଟିଜ୍‍ ବଦଳାଯାଇପାରିବ, ଯେପରିକି ଲେବଲ୍ ଓ ରଙ୍ଗ. ତାହାପୂର୍ବରୁ
06:19 ଯଦି ଆପଣ କୌଣସି ଅବ୍ଜେକ୍ଟ ଡ୍ର’ କରିବାକୁ ଚାହୁନାହାଁନ୍ତି, ତେବେ ଦୟାକରି ଏଠାରେ 'arrow' Key ବ୍ୟବହାର କରନ୍ତୁ. ଯାହାଦ୍ୱାରା, ଡ୍ରଇଙ୍ଗ୍ ପ୍ୟାଡ୍ଉପରେ କୌଣସି ଅବ୍ଜେକ୍ଟ ଡ୍ର’ ହେବନାହିଁ
06:30 ବର୍ତ୍ତମାନ, ଅବ୍ଜେକ୍ଟ ପ୍ରପଟିଜ୍କୁ ବଦଳାଇବା ପାଇଁ ଅବ୍ଜେକ୍ଟ ଉପରେ ମାଉସ୍କୁ ଚଲାନ୍ତୁ. ଏହା ହାଇଲାଇଟ୍ ହୋଇଗଲେ, ରାଇଟ୍ କ୍ଲିକ୍ କରି Object Properties ଉପରେ କ୍ଲିକ୍ କରନ୍ତୁ
06:41 ଏଠାରେ ମୁଁ ଆପଣଙ୍କୁ କିଛି ବେସିକ୍ ପ୍ରପଟିଜ୍ ବିଷୟରେ କହିବି, ଅଧିକ ବିବରଣୀ ଆଡ୍ଭାନ୍ସ ଟପିକ୍ରେ ଜାଣିବା
06:48 ନାମକୁ ବଦଳାଇବା ପାଇଁ ଏକ ନୂଆ ନାମ ଟାଇପ୍ କରନ୍ତୁ. ଆପଣ ଏକ କ୍ୟାପ୍ସନ୍ ମଧ୍ୟ ଟାଇପ୍ କରିପାରିବେ. ଅବଜେକ୍ଟକୁ ଶୋ’ କରିପାରନ୍ତି କିମ୍ୱା ନକରିପାରନ୍ତି
07:02 ଆପଣ ଲେବଲ୍କୁ ଶୋ’ ନକରିବା ପାଇଁ କିମ୍ୱା ଏହି ଅପ୍ସନ୍ଗୁଡିକ ମଧ୍ୟରୁ ଗୋଟିଏକୁ ଶୋ’ କରିବାକୁ ଚୟନ କରିପାରନ୍ତି. କ୍ୟାପ୍ସନ୍ ଅନ୍ ରଖନ୍ତୁ
07:11 କଲର୍ ଟ୍ୟାବ୍ରେ ଆପଣ ଲାଇନ୍ର କଲର୍କୁ ବଦଳାଇପାରନ୍ତି
07:14 ଷ୍ଟାଇଲ୍ ଟ୍ୟାବ୍ରେ ଆପଣ ସ୍ଥୂଳତା ଓ ଷ୍ଟାଇଲ୍ ବଦଳାଇପାରିବେ
07:19 ଯେତେବେଳେ ଆପଣ ଏହାକୁ ବନ୍ଦ କରିବେ, ଲାଇନ୍ର ନୂଆ ରୂପ ଆପଣ ପାଇବେ
07:25 ପୂରା ବାମ ପାଖରେ ଥିବା Move ଟୁଲ୍ ଆଇଟମ୍, ଶିକ୍ଷା ପାଇଁ ବହୁତ ଉପଯୋଗୀ ଅଟେ, ଯେହେତୁ ଏହା ଶିକ୍ଷାକୁ ଡାଇନାମିକ୍ ଓ ଇଣ୍ଟରଆକ୍ଟିଭ୍ କରାଇଥାଏ
07:34 ସମସ୍ତ Free Objects ଘୁଞ୍ଚାଯାଇପାରେ
07:38 Free object ଘୁଞ୍ଚାଯିବାବେଳେ, ତାହାର ସମସ୍ତ Dependent Objects ନିଜ ନିଜର ଗୁଣ ସଂରକ୍ଷିତ ରଖି ଘୁଞ୍ଚିବେ
07:45 ଉଦାହରଣସ୍ୱରୂପ, ଯଦି ଆମେ ପଏଣ୍ଟସ୍ A କିମ୍ୱା B ଘୁଞ୍ଚାଇବା, ଆପଣ ଦେଖିବାକୁ ପାଇବେ ଯେ, ସମାନ୍ତରାଳ ରେଖା ମଧ୍ୟ ନିଜର ସମାନ୍ତରାଳ ଗୁଣ ବଜାୟ ରଖି ଘୁଞ୍ଚିଥାଏ
07:57 ଫାଇଲ୍କୁ ସେଭ୍ କରିବା ପାଇଁ ଫାଇଲ୍ ମେନୁକୁ ଯାଇ Save As ସିଲେକ୍ଟ କରନ୍ତୁ. ଫୋଲ୍ଡର୍ ସିଲେକ୍ଟ କରନ୍ତୁ. ମୁଁ Documents, Geogebra କୁ ଯିବି. ଫାଇଲ୍ର ନାମ ଏଣ୍ଟର କରି ସେଭ୍ କ୍ଲିକ୍ କରନ୍ତୁ
08:20 ଦେଖନ୍ତୁ, ଟପ୍ ପ୍ୟାନେଲ୍ରେ ନାମ ଦେଖାଯାଉଛି ଏବଂ ସମସ୍ତ ଜିଓଜେବ୍ରା ଫାଇଲ୍ ଭଳି ଏହା .ggb file ଭାବରେ ସେଭ୍ ହୋଇଛି
08:28 ଏବେ ଗୋଟିଏ ଫାଇଲ୍ ଖୋଲିବା ପାଇଁ ଫାଇଲ୍, ଓପନ୍ ଉପରେ କ୍ଲିକ୍ କରି ଖୋଲିବା ପାଇଁ ଯେକୌଣସି ଫାଇଲ୍ ସିଲେକ୍ଟ କରିନ୍ତୁ
08:38 ଆପଣଙ୍କ ପାଇଁ ଆସାଇନ୍ମେଣ୍ଟ୍
08:44 ଏହି ଆସାଇନ୍ମେଣ୍ଟ୍ରେ Segment between two points ଟୁଲ୍ ବ୍ୟବହାର କରି ଏକ ରେକ୍ଟଆଙ୍ଗେଲ୍ ଡ୍ର’ କରିବାରୁ ଆରମ୍ଭ କରନ୍ତୁ
08:53 ତାହାପରେ Parallel Line ଓ Perpendicular Line, Intersect two Objects ଓ Distance କିମ୍ୱା Length ଟୁଲ୍ସ ବ୍ୟବହାର କରନ୍ତୁ
09:00 ଶେଷରେ ଆପଣ Move ଟୁଲ୍ ବ୍ୟବହାର କରି ତିଆରି କରିଥିବା ରେକ୍ଟଆଙ୍ଗେଲ୍ କୁ ପରୀକ୍ଷା କରନ୍ତୁ ଏବଂ ଫ୍ରୀ ଅବ୍ଜେକ୍ଟ ଗୁଡିକୁ ଘୁଞ୍ଚାନ୍ତୁ
09:07 ମୁଁ ଏଠାରେ ଏହି ଆସାଇନ୍ମେଣ୍ଟ ତିଆରି କରିସାରିଛି. ମୁଁ AB ଲାଇନ୍ ସେଗ୍ମେଣ୍ଟ ସହିତ ଆରମ୍ଭ କରି ABED ରେକ୍ଟଆଙ୍ଗେଲ୍ ତିଆରି କରିସାରିଛି
09:20 ଯଦି ମୁଁ ମୁଭ୍ ଟୁଲ୍ ଆଇଟମ୍ କ୍ଲିକ୍ କରି ଫ୍ରୀ ଅବ୍ଜେକ୍ଟଗୁଡିକୁ ମୁଭ୍ କରେ, ତେବେଦେଖନ୍ତୁ, ଯଦି ସଠିକ ଭାବରେ ତିଆରି କରାଯାଇଥିବ, ଯେକୌଣସି ପୋଜିସନ୍ ରେ ମୋର ରେକ୍ଟଆଙ୍ଗେଲ୍ ABED ଅପରିବର୍ତ୍ତିତ ରହିବ
09:37 ମୁଁ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟର ଆଭାର ବ୍ୟକ୍ତ କରୁଛି, ଯାହା ଟକ୍ ଟୁଏଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:43 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
09:48 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନଲିଙ୍କରେ ଉପଲବ୍ଧ (spoken-tutorial.org/NMEICT-Intro)
09:53 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep