GIMP/C2/Setting-Up-GIMP/Oriya

From Script | Spoken-Tutorial
Revision as of 12:26, 22 June 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:21 Setting Up The GIMP ଉପରେ Meet The GIMP ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:25 ଆଜି, ପ୍ରଥମ ଥର ବ୍ୟବହାର କରିବାବେଳେ GIMP ସେଟ୍ ଅପ୍ କିପରି କରିବେ, ତାହା ଦେଖାଇବି
00:30 ଅନ୍ୟ ୱିଣ୍ଡୋଜ୍ ଓ ମେସିନତୋଶ୍ ପ୍ରୋଗ୍ରାମ୍ ଭଳି GIMP ଗୋଟିଏ ବଡ଼ ୱିଣ୍ଡୋ ବ୍ୟବହାର ନକରି ବହୁତ ଛୋଟ ଛୋଟ ୱିଣ୍ଡୋ ବ୍ୟବହାର କରେ
00:39 ଏହା Unix Worldରୁ ଏକ ଇତିହାସ ଏବଂ Unix ଲୋକମାନେ ସମଗ୍ର ସ୍କ୍ରୀନ୍ ରେ ୱିଣ୍ଡୋଗୁଡ଼ିକ ବିଛାଇ ହୋଇ ପଡ଼ିଥିବାର ଓ ଏକାସାଙ୍ଗରେ ଅନେକ ପ୍ରୋଗ୍ରାମ୍ ଚଲାଇବାକୁ ଭଲ ପାଆନ୍ତି
00:49 ଏତେ ବିଭିନ୍ନ ୱୋଣ୍ଡୋରେ ଯଦି ଆପଣ କାମ ନକରିପାରିବେ, ତେବେ GIMP Shop ଦେଖନ୍ତୁ
00:57 ଏହି ପ୍ରୋଗ୍ରାମ୍ GIMP ବ୍ୟବହାର କରେ ଏବଂ Photoshop ଭଳି ସାମାନ୍ୟ ସମାନ କରିବାକୁ ଏଥିରେ ନୂଆ ୟୁଜର୍ ଇଣ୍ଟରଫେସ୍ ରଖେ
01:05 GIMPରେ ସମସ୍ତ ନୂଆ ଓ ବଢ଼ିଆ ଟୂଲ୍ସ ଥିବାରୁ ମୋତେ ତାହା ବ୍ୟବହାର କରିବାକୁ ଭଲ ଲାଗେ
01:12 ଏହା ଆଜି ପାଇଁ ଟିପ୍, ଯାହା ଉପଯୋଗୀ ସୂଚନା ଓ ଟିପ୍ସ ପ୍ରଦାନ କରେ
01:17 ବର୍ତ୍ତମାନ, ଏଥିରେ Undo ଅପ୍ସନ୍ ବିଷୟରେ ଟିପ୍ ଦେଇଛି, ଯାହାକୁ ଆପଣ କିଛି ପଦାଙ୍କ କରିବା ପରେ Undo କରି ବଦଳାଇପାରିବେ
01:26 ଏହା ଅଧିକାଂଶ ସମୟରେ କାମ କରେ
01:28 ବହୁତ ଭିନ୍ନ ଧରଣର କିଛି କରିବା ପୂର୍ବରୁ ଆପଣଙ୍କ କାମକୁ Save କରିବା ଭଲ
01:33 ଏବେ ଚାଲନ୍ତୁ, ଅନ୍ୟ ଟୂଲ୍ସ ଉପରେ ନଜର ପକାଇବା
01:36 ଏହା ହେଉଛି GIMPର ମୁଖ୍ୟ ୱିଣ୍ଡୋ - The Command Central
01:41 ଆଉ ଏଠି ଉପରେ Toolbox ଅଛି
01:45 ତା’ପରେ, କଲର୍ ଚୟନ କରିବାକୁ Color Box ଏବଂ ତଳେ Toolboxରୁ ଆମ ଟୂଲ୍ସର ବିଭିନ୍ନ ଅପ୍ସନ୍ସ ଅଛି
01:53 ଏହାକୁ ଆଉ ଟିକିଏ ଚଉଡ଼ା କରିଦିଅନ୍ତୁ
01:56 ଏଠାରେ Layers, Channels, Color Channels, Path ଓ Undo History ପାଇଁ ଡାୟଲଗ୍ ବକ୍ସମାନ ଅଛି
02:09 ତା’ତଳେ, କଲର୍ ସିଲେକ୍ସନ୍ ଡାୟଲଗ୍ ଅଛି, ଯେଉଁଠାରୁ ଆପଣ ବିଭିନ୍ନ ରଙ୍ଗ ସିଲେକ୍ଟ କରିପାରିବେ
02:15 Brushes, Patterns, Gradient ଓ ସେହିପରି ଆହୁରି ଅନେକ ଡାୟଲଗ୍ସ ଅଛି
02:21 ଏହି ଡାୟଲଗଗୁଡ଼ିକରୁ କିଛିକୁ ମୁଁ Toolboxରେ ମିଶାଇବାକୁ ଚାହୁଁଛି. ଏପରି କରିବା ବହୁତ ସହଜ
02:28 ଡାୟଲଗର ଶୀର୍ଷକରେ ଥିବା Layers ଶବ୍ଦ ଉପରେ କ୍ଲିକ୍ କରି, ଏଠି Toolbox ତଳେ ଥିବା Color Picker ଶବ୍ଦ ଉପରକୁ ଟାଣି ଆଣନ୍ତୁ
02:39 ଆଉ ମୁଁ ଏହିପରି ଏକ ଟାବ୍ଡ ଡାୟଲଗ୍ ପାଇବି
02:43 ମୁଁ ଏହାକୁ Channels ସହିତ କରିବି
02:46 ମୁଁ ଏହାକୁ Paths ସହିତ କରିବି
02:52 ଆଉ ଏହାକୁ ମୁଁ Undo History ସହିତ କରିବି
02:54 ମୁଁ ଭାବୁଛି, ମୋତେ Brushes Tool ଦରକାର ନାହିଁ, କାରଣ ଯଦି ଗୋଟିଏ ଟୂଲ୍ ରେ ବ୍ରଶ୍ ଥିବ, ତେବେ ତାହା ଏଠି ଦେଖାଦେବ ଓ ମୁଁ ତାକୁ ସିଲେକ୍ଟ କରିପାରିବି
03:09 ମୁଁ Colors ରଖିବାକୁ ଚାହୁଁନାହିଁ, ତେଣୁ ମୁଁ ଏହାକୁ ଡ୍ରାଗ୍ କରି Undo History ପାଖକୁ ନେଇଯିବି
03:16 ଆଉ ଏଠାରେ ଥିବା ୱିଣ୍ଡୋକୁ ବନ୍ଦ କରିହେବ
03:23 File ଓ Dialogsକୁ ଯାଇ ମୁଁ ଏହିସବୁ ଡାୟଲଗ୍ ବକ୍ସକୁ ଆକ୍ସେସ୍ କରିପାରିବି
03:30 ଦେଖନ୍ତୁ, ଏଠି କିଛି ଡାୟଲଗ୍ସ ଅଛି, ଯାହା ଆମର Toolboxରେ ନାହିଁ ଏବଂ ଆମକୁ ସେଥିରୁ ଗୋଟିଏ ଦରକାର, ଯେପରି Tools
03:38 ମୋ ଟୂଲ୍ ବକ୍ସରେ କିଛି ଟୂଲ୍ସ ଅଛି, ଯାହାକୁ ମୁଁ କେବେବି ବ୍ୟବହାର କରିନି, ଆଉ ସେଗୁଡ଼ିକୁ ମୁଁ ବ୍ୟବହାର କରିବାକୁ ଚାହୁଁଥିବା ଟୂଲ୍ସ ସହିତ ବଦଳାଇବି
03:48 ମୁଁ ରଖିବାକୁ ଚାହୁଁଥିବା ଟୂଲ୍ସ ସହିତ ଚାଲନ୍ତୁ ଆରମ୍ଭ କରିବା
03:51 ମୁଁ Curves, Levels, Threshold, ରଖିବାକୁ ଚାହୁଁଛି. Brightness & Contrast କୁ ମୁଁ ଚୟନ କରିବାକୁ ଚାହୁଁନି
03:58 Perspective Clone, Ink କିମ୍ୱା Airbrush ମୋତେ ଦରକାର ନାହିଁ
04:05 ବଳକା ଟୂଲ୍ସ ମୋତେ ଦରକାର
04:08 କେତେ ଜାଗା ବଳିଛି ଜାଣିବା ପରେ ମୁଁ ଏହା ଉପରେ ନଜର ପକାଇବି
04:16 ଏବେ ମୁଁ File ଓ Preferencesକୁ ଯାଉଛି
04:26 Environment ଓ Interfaceକୁ ମୁଁ ସେହିପରି ଛାଡ଼ିଦେବି
04:32 Themeରେ ମୁଁ Small ସିଲେକ୍ଟ କରିବି
04:35 ଆଉ ଯେତେବେଳେ ମୁଁ ଏହି ୱିଣ୍ଡୋକୁ ଗୋଟିଏ ପାଖକୁ ଟାଣିବି, ଦେଖନ୍ତୁ, ସମସ୍ତ ଆଇକନ୍ସ ଛୋଟ ହୋଇଗଲା ଏବଂ ଟୂଲ୍ସର ସୂଚନା ପାଇଁ ଅଧିକ ସ୍ଥାନ ମିଳିଲା
04:45 Tool Optionsକୁ ଯାଇ Default Interpolationକୁ Sincକୁ ବଦଳାନ୍ତୁ, ରିସାଇଜିଙ୍ଗ୍ କିମ୍ୱା ରୋଟେଟିଙ୍ଗ୍ ଓ ସେହିପରି କବିବାବେଳେ ପିକ୍ସେଲ୍ସ ଗଣନା ପାଇଁ ଏହା ହେଉଛି ସର୍ବୋତ୍ତମ Interpolation
05:00 ଅନ୍ୟ ସବୁ ଅପ୍ସନଗୁଡ଼ିକୁ ସେହିପରି ଛାଡ଼ିଦିଅନ୍ତୁ
05:03 ଏହି ଅପ୍ସନଗୁଡ଼ିକୁ ଯଦି ଆପଣ ରଖିବାକୁ ଚାହୁଁଛନ୍ତି, ତେବେ Toolboxକୁ ଯାଇ ସେଗୁଡ଼ିକୁ ସିଲେକ୍ଟ କରନ୍ତୁ କିମ୍ୱା ସେଗୁଡ଼ିକୁ ଡି-ସିଲେକ୍ଟ କରିଦିଅନ୍ତୁ
05:12 ଆପଣ Colors ରଖିପାରିବେ, ଯାହା ହେଉଛି, ସାମ୍ନା ଓ ପଛପଟ ରଙ୍ଗ ବଦଳାଇବା ପାଇଁ ଏକ ତ୍ୱରିତ ମାର୍ଗ
05:19 ଆପଣ Brush ଓ Gradient Tools ନେଇପାରିବେ, ସକ୍ରିୟ ଇମେଜ୍ ର ଏକ ଛୋଟ ଇମେଜ୍ କିମ୍ୱା ଥମ୍ୱନେଲ୍ ଆପଣ ଏଠାରେ ରଖିପାରିବେ
05:29 ମୋତେ ଏହା ଦରକାର ନଥିବାରୁ ଏହାକୁ ଡି-ସିଲେକ୍ଟ କରିଦେବି. ଏହା ଆପଣଙ୍କ ଉପରେ ନିର୍ଭର କରେକି, ଆପଣଙ୍କୁ ଏହା ଦରକାର କି ନାହିଁ
05:36 ଆପଣ Default Image, Default Grid ଓ Default Image Windowକୁ ସେହିପରି ଛାଡ଼ିଦେଇପାରିବେ
05:42 Preferencesରେ ମୋର କାମ ସରିଲା
05:45 ଏବଂ
05:47 ମୁଁ Pathକୁ ବଦଳାଇ ନାହିଁ, ତେଣୁ ମୁଁ ଏଠାରେ ଏହାକୁ ବ୍ୟବହାର କରିପାରିବି
05:52 ଏଠି ଟିକିଏ ଅଧିକ ଜାଗା ପାଇବା ପାଇଁ ମୋତେ କେବଳ ଗୋଟିଏ ଟୂଲ୍ କୁ କାଢ଼ିବାକୁ ହେବ. ହେଲେ, ପ୍ରଥମେ ମୁଁ ଏହାକୁ ଟିକିଏ ଓସାରିଆ କରିବି
06:01 ଆପଣ ଦେଖିପାରୁଥିବେ ଯେ, Toolbox ଡାୟଲଗ୍ ବହୁତ ସରୁ ହୋଇଯାଇଛି
06:06 ତାକୁ ଏଠାକୁ ଟାଣି ଆଣନ୍ତୁ
06:08 ଏଠାକୁ ଗୋଟିଏ ନୂଆ ଧାଡ଼ି ନଆଣି, ମୁଁ ଭାବୁଛି ମୁଁ ଆଉ 3ଟି ଟୂଲ୍ସ ଆଡ୍ କରିପାରିବି
06:19 ତେଣୁ ମୁଁ, Brightness, Hue-Saturation ଓ Color Balance ଆଡ୍ କରିବି
06:24 ଯେଉଁସବୁ ଟୂଲ୍ସ ଏଠାରେ ପ୍ରଦର୍ଶିତ ହେଉନାହିଁ, ସେଗୁଡ଼ିକୁ File ଓ Dialogsରେ କ୍ଲିକ୍ କରି ପାଇହେବ
06:39 ଆଉ ଏବେ ଆମେ ଆମର କାମ କରିବାକୁ ପ୍ରସ୍ତୁତ
06:42 ଯେତେବେଳେ ଆପଣ GIMP ବନ୍ଦ କରିବେ,ସ ଅମସ୍ତ ଅପ୍ସନ୍ସ ସ୍ୱତଃ ସେଭ୍ ହୋଇଯିବ ଏବଂ ଆପଣ ଯେପରି ବନ୍ଦ କରିଥିବେ, ସେହିପରି ଆରମ୍ଭ ହେବ
06:52 ମୁଁ ଏଠାରେ ଡେଭଲପମେଣ୍ଟ ଭର୍ସନ୍ ବ୍ୟବହାର କରୁଛି, ଯାହା GIMP 2.3.18ର ଅନଷ୍ଟେବଲ୍ ଭର୍ସନ୍ ଅଟେ
07:02 ମୁଁ ଏବେ ଦେଖିଲି ଯେ, ଆଜି 2.3.19 ରିଲିଜ୍ ହୋଇଛି
07:07 ଏହାକୁ Unstable କୁହାଯାଏ, ମାତ୍ର GIMP ଏପରି ସ୍ତରରେ ପହଞ୍ଚୁଛି, ଯେଉଁଠାରେ 2.4, ଦିଗବଳୟରେ ପରବର୍ତ୍ତୀ ଷ୍ଟେବଲ୍ ଭର୍ସନ୍ ହେବ ଏବଂ ଚଳିତ ବର୍ଷ ଏହା, ମାର୍କେଟ୍ ରେ ଅନ୍ୟ ଯେକୌଣସି ସଫ୍ଟୱେର୍ ଭଳି ଷ୍ତେବଲ୍ ହେବ
07:22 Setting Up GIMP ପାଇଁ ଏତିକି
07:25 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ଅହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep