GIMP/C2/Selecting-Sections-Part-2/Oriya

From Script | Spoken-Tutorial
Revision as of 18:01, 2 December 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:23 Meet The GIMPକୁ ସ୍ୱାଗତ.
00:25 ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି
00:31 ଆଜି ଆମେ Fuzzy Select Tool ବିଷୟରେ କଥା ହେବା
00:36 ଏହା, Select By Colour Tool ସହିତ ପାଖାପାଖି ସମାନ
00:40 କିନ୍ତୁ, Fuzzy Select Tool କେବଳ ନିକଟବର୍ତ୍ତୀ କ୍ଷେତ୍ର ସିଲେକ୍ଟ କରିଥିବାବେଳେ Colour Select Tool ସମାନ ରଙ୍ଗ ବିଶିଷ୍ଟ ସମସ୍ତ କ୍ଷେତ୍ର ଚୟନ କରିଥାଏ
00:54 ଏଥିରେ କେତେକ ସମାନ ବିକଳ୍ପ ଅଛି, ଯେପରି Replace, Add, Subtract ଓ Intersect with the Current Selection. ମୁଁ ଏବେ Replace ଚୟନ କରିବି
01:08 ଏଠାରେ ଆପଣ ସେହି ବିକଳ୍ପ ଦେଖିପାରିବେ, Antialiasing
01:13 ଯଦି ଆମେ Antialiasing ଚୟନ କରୁଛେ, ତେବେ ଚୟନ କରାଯାଇଥିବା ବର୍ଡର୍ ଶାର୍ପ ହୁଏନାହିଁ ଓ ଆପଣ ସ୍ମୂଥ୍ କର୍ନର୍ସ ପାଇବେ
01:23 ଆଉ ଯଦି ଏହାକୁ ଚୟନ କରାଯାଇନଥାଏ, ତେବେ ଆପଣ, ଚୟନିତ ଓ ଅଚୟନିତ ମଧ୍ୟରେ ପ୍ରକୃତରେ ଏକ ଶାର୍ପ ବର୍ଡର୍ ପାଇବେ
01:33 ପରବର୍ତ୍ତୀ ବିକଳ୍ପଗୁଡ଼ିକ ହେଉଛି Feather Edges ଓ Select Transparent Areas
01:41 ବୋଧହୁଏ, Mask Sensorର ବ୍ୟବହାର ସମୟରେ Select Transparent Areas ଉପଯୋଗୀ ଅଟେ
01:50 Sample Merged ଅନ୍ୟ ପରି ସମାନ ଓ ଏହା ସମସ୍ତ Visible Layers ଚୟନ କରିଥାଏ
01:58 ଯଦି ଚୟନିତ ନହୋଇଥାଏ, ତେବେ ଏହା ସାମ୍ପ୍ରତିକ ଲେୟର୍ ଉପରେ କାମ କରେ
02:04 ଯଦି ଆପଣ, ଇମେଜର ସମୁଦାୟ ଆଉଟପୁଟ୍ ରୁ କିଛି ଚୟନ କରିବାକୁ ଚାହୁଁଛନ୍ତି, ତେବେ ଏହି ବିକଳ୍ପର ଚୟନ କରନ୍ତୁ
02:11 ଏଠାରେ Threshold ଅଛି, ଯାହା କିଛି ଯଦି ସିଲେକ୍ସନ୍ ବାହାରକୁ ଚାଲିଯାଏ କିମ୍ୱା ସିଲେକ୍ସନ୍ ରେ ରଙ୍ଗଗୁଡ଼ିକ ମଧ୍ୟରେ କେତେ ପାର୍ଥକ୍ୟର ଅନୁମତି ଅଛି, ତାହା ପରିଭାଷିତ କରିଥାଏ
02:24 ଏହା, ସେହି ପିକ୍ସେଲ୍ସ ଚୟନ କରିବାରେ ସାହାଯ୍ୟ କରିଥାଏ, ଯେଉଁଥିରେ ଗୋଟିଏ ନିଶ୍ଚିତ ରଙ୍ଗ ଥାଏ
02:30 ପରବର୍ତ୍ତୀ ମହତ୍ୱପୂର୍ଣ୍ଣ ସିଲେକ୍ସନ୍ ହେଉଛି, ସିଲେକ୍ସନ୍ ରେ ଆପଣ କେଉଁ ମୋଡ୍ ରଖିବାକୁ ଚାହୁଁଛନ୍ତି
02:37 ଆଡ୍ ହୋଇଥିବା Red, Green ଓ Blue ଚାନେଲ୍ସର ଗ୍ରେ ଭାଲ୍ୟୁ ହେଉଛି Composite ମୋଡ୍
02:44 ଆପଣଙ୍କର ସିଲେକ୍ସନ୍ ର ବେସ୍ ଭାବେ ଆପଣ Red, Green, Blue ଚାନେଲ୍ କିମ୍ୱା Hue, Saturation କିମ୍ୱା Value ଚାନେଲ୍ ର ଚୟନ କରିପାରିବେ
02:56 ଏବେ ଚାଲନ୍ତୁ Fuzzy Select Tool ଦେଖିବା
03:01 ମୁଁ ଇମେଜ୍ ରେ କ୍ଲିକ୍ କରୁଛି, ଆଉ Threshold ହେଉଛି ଶୂନ୍. ଚାଲନ୍ତୁ ଦେଖିବା କ’ଣ ହେଉଛି
03:08 ମୁଁ ଏପରି ଏକ ସିଲେକ୍ସନ୍ କରିବି, ଯାହା ଆକାରରେ ୱନ୍ (1) ପିକ୍ସେଲ୍ ଅଟେ
03:13 ଏବେ ମୁଁ, Thresholdର ପରିମାଣକୁ ବଢାଇ ପ୍ରାୟ 30 କରିବି ତଥା ଇମେଜ୍ ରେ କ୍ଲିକ୍ କରି ଏଠାରେ ଥିବା Toggle Quick Mask ଉପରେ କ୍ଲିକ୍ କରିବି
03:28 ସିଲେକ୍ଟ ହୋଇଥିବା ଏରିଆକୁ ଆପଣ ବର୍ତ୍ତମାନ ଦେଖିପାରିବେ
03:37 ମୁଁ Quick Mask Toggleକୁ ଡି-ସିଲେକ୍ଟ କରିଦେଉଛି. ଟୂଲ୍ ବକ୍ସ ପାଇଁ Tab ଦାବନ୍ତୁ ଓ ସବୁକିଛି ଅନସିଲେକ୍ଟ କରିବା ପାଇଁ Shift+Ctrl+A ଦାବନ୍ତୁ
03:49 ଏହାକୁ ମୁଁ ଟିକେ ଅନ୍ୟ ପ୍ରକାରରେ କରିବି, ଆଉ ସେଥିପାଇଁ ମୁଁ, Threshold ଶୂନ୍ କୁ ହ୍ରାସ କରି ଇମେଜ ଉପରେ କ୍ଲିକ୍ କରିବି ଓ ଏବେ ମୁଁ ମାଉସ୍ କୁ ତଳ ଓ ଡାହାଣକୁ ଆଙ୍କୁଛି
04:03 Thresholdକୁ ବୃଦ୍ଧି କଲେ, ମୁଁ ଏହି ନୀଳ ଏରିଆକୁ ଯିବାର ଆପଣ ଦେଖିପାରନ୍ତି, କିନ୍ତୁ ତଥାପି ମୁଁ କାନ୍ଥରେ ଅଛି
04:13 ମୁଁ ଭାବୁଛି, ଏହି ଟୂଲ୍ ଟି ଗ୍ରାଫିକ୍ ଡିଜାଇନର୍ ମାନଙ୍କ ପାଇଁ ଅଧିକ ଉପଯୋଗୀ, ଫୋଟୋଗ୍ରାଫର୍ ମାନଙ୍କ ପାଇଁ ନୁହେଁ
04:22 କେବଳ ମାଉସ୍ କୁ ଟାଣି ଆପଣ Thresholdକୁ ବଦଳାଇପାରିବେ
04:26 Colour Selection Toolରେ ମଧ୍ୟ ଏହା ସମାନ ଭାବରେ କାମ କରେ
04:32 Select Byକୁ ମୁଁ Compositeରୁ Hueକୁ ବଦଳାଇ ସେହି ସମାନ ପଏଣ୍ଟରେ କ୍ଲିକ୍ କଲି ଓ ତଳକୁ ଟାଣି ଆଣିଲି
04:43 ଆପଣ ଦେଖିପାରିବେ ଯେ, ପୂର୍ବରୁ ଥିବା ତୁଳନାରେ କାନ୍ଥର ନୀଳ, ସବୁଜ ଭାଗର ସିଲେକ୍ସନ୍ ବହୁତ ବଢ଼ିଆ ଦେଖାଯାଉଛି
04:54 ତେଣୁ, ରଙ୍ଗ ପରିଭାଷାର ସଠିକ୍ ପ୍ରଣାଳୀ ଚୟନ ଏହି ଟୂଲ୍ ସହିତ ଭଲ ପରିଣାମ ଦେଇଥାଏ
05:05 ମୁଁ Quick Maskରେ କ୍ଲିକ୍ କରିବି ଓ ଏଠାରେ ଆପଣ ଏହା ପାଖାପାଖି ସଠିକ୍ ହୋଇଯିବାର ଦେଖିପାରୁଥିବେ; କେବଳ କିଛି ଭାଗ ମରାମତି କରିବାର ଅଛି ଓ ତାହାକୁ ମୁଁ Quick Maskରେ ପେଣ୍ଟ କରିବି, ଏହି ସିଲେକ୍ସନ୍ ଟୂଲ୍ ଗୁଡ଼ିକରେ ନୁହେଁ
05:25 ଯଦି ଆପଣ ମୋଡ୍ ଚୟନ କରିପାରୁନାହାଁନ୍ତି, ତେବେ ଆପଣ ନିଜ ଇମେଜକୁ Channels ମୋଡ୍ ରେ ଭିନ୍ନ ଚାନେଲ୍ ରେ ଦେଖିପାରିବେ
05:41 Blue ଚାନେଲ୍ ଚୟନ କରନ୍ତୁ ଏବଂ ଆପଣ ଦେଖିପାରିବେ ଯେ, ସବୁକିଛି, Blue Value ସହିତ ପାଖାପାଖି ସମାନ
05:50 Green ଚାନେଲ୍ ରେ କିଛି ପାର୍ଥକ୍ୟ ଅଛି
05:55 Red ଚାନେଲ୍ ରେ, ଏଠାରେ ପ୍ରାୟ ସମାନ
05:59 ତେଣୁ ମୁଁ, ସିଲେକ୍ଟିଙ୍ଗ୍ କିମ୍ୱା ଏହି ମାମଲାରେ Hue ଚାନେଲ୍ ପାଇଁ Green ଚାନେଲ୍ ଚୟନ କରିବି
06:10 ଏଠାରେ ପରବର୍ତ୍ତୀ ଟୂଲ୍ ହେଉଛି Selecting Colour ଏବଂ ଏଥିରେ ସମାନ କାର୍ଯ୍ୟକାରିତା ଓ ବିକଳ୍ପ ଅଛି
06:19 ଏଥିରେ କେବଳ ଗୋଟିଏ ପାର୍ଥକ୍ୟ ଅଛି
06:22 ଯଦି ଆପଣ ଏଠାରେ କ୍ଲିକ୍ କରିବେ, ଏହି ରଙ୍ଗ ସହିତ ଗୋଟିଏ କ୍ରମାଗତ ଏରିଆ ବଦଳରେ ସମସ୍ତ ଫିଲ୍ଡସ୍ ଚୟନ କରିବେ
06:32 Colour Selection ଟୂଲ୍, ସମାନ ରଙ୍ଗ ସହ ସମସ୍ତ କ୍ଷେତ୍ର ଚୟନ କରିଥାଏ
06:41 ପରବର୍ତ୍ତୀ ଟୂଲ୍ ର ନାମ ହେଉଛି Intelligent Scissors ବା Scissors Selection Tool
06:48 ଏହି ଅଲଗୋରିଦମ୍ ଧାରକୁ ଖୋଜେ ଓ ସେଗୁଡ଼ିକୁ ସିଲେକ୍ସନ୍ ସହିତ ଅନୁସରଣ କରିବାକୁ ଚେଷ୍ଟା କରେ
06:56 ଆଉ ମୁଁ ଏଠାରେ ଥିବା ଏହି ଲେଟର୍ ବକ୍ସଗୁଡ଼ିକୁ ଚୟନ କରିବାକୁ ଚାହୁଁଛି
07:10 ତେଣୁ, ମୁଁ Selection Toolକୁ ଆକ୍ଟିଭେଟ୍ କଲି ଓ ପଏଣ୍ଟକୁ ଏଠାକୁ ଟାଣି ଆଣିଲି. କର୍ସର୍ ପାଖରେ ମୋତେ ଗୋଟିଏ ପ୍ଲସ୍ ଚିହ୍ନ ମିଳିଲା ଓ ମୁଁ କେବଳ ପଏଣ୍ଟଗୁଡ଼ିକୁ ଚୟନ କରିନେଲି
07:42 ଅଲଗୋରିଦମ୍, ବର୍ଡରଗୁଡ଼ିକୁ ଅନୁସରଣ କରିବା ଦରକାର, ଆଉ ଏଠାରେ ଆପଣ ଦେଖିପାରିବେ, ଏହା ଅନ୍ୟ ମାର୍ଗ ନିଏନି, ଏହା ଭିତର ମାର୍ଗ ନିଏ
07:56 ମୁଁ ଇମେଜକୁ ଯୂମ୍ କଲି, ଆଉ ଏବେ ମୁଁ ଏହି ପଏଣ୍ଟକୁ ଏଠାପର୍ଯ୍ୟନ୍ତ ଟାଣି ପାରିବି. ଏହି ପଏଣ୍ଟ ଚୟନ କରିବାରେ ଗୋଟିଏ ଭୁଲ୍ ହୋଇଗଲା
08:13 ତେଣୁ, ମୁଁ ଏହି ପଏଣ୍ଟଗୁଡ଼ିକୁ ଉପରକୁ ଟାଣିଦେଲି, ଯେଉଁଥିରୁ ଆପଣ ଅଲଗୋରିଦମ୍, ବର୍ଡର୍ କୁ ଅନୁସରଣ କରୁଥିବାର ଦେଖିପାରିବେ, ଯଦି ଆପଣ ଅନୁସରଣ କରିବାକୁ ପର୍ଯ୍ୟାପ୍ତ ସୂଚନା ଦେଇଥିବେ
08:30 ଏହା ବହୁତ ଭଲ ଦେଖାଯାଉଛି, କିନ୍ତୁ ମୁଁ ଏହାକୁ ସାଧାରଣତଃ ବ୍ୟବହାର କରେ ନାହିଁ, କାରଣ ଏହା କରିବାକୁ ଆହୁରି ଭଲ ରାସ୍ତା ଅଛି
08:44 ମୁଁ, Colour Selection Tool ବ୍ୟବହାର କରିବାକୁ ଭାବୁଛି, କାରଣ ଏହା ସବୁବେଳେ ଭୁଲ୍ ରାସ୍ତା ନିଏ
08:56 ତେଣୁ ମୁଁ, Selection ସହିତ ସମାପ୍ତ କଲି
09:10 ମୁଁ, ଏଠାରେ ଥିବା ପ୍ରଥମ ପଏଣ୍ଟ ଉପରେ କ୍ଲିକ୍ କଲି ଓ କର୍ସର୍ ପ୍ଲସ୍ ରେ ବଦଳିଗଲା
09:17 ଏବେ, ପରବର୍ତ୍ତୀ ପଏଣ୍ଟ ରଖନ୍ତୁ. ମୋ ପାଖରେ ଏହି ଦୁଇଟି ଲୂପ୍ ବାହାର କରିବାକୁ ଦୁଇଟି ରିଙ୍ଗ୍ସ ଅଛି
09:25 ମୁଁ ଏବେବି ଏହି ପଏଣ୍ଟକୁ ଏଠାରେ ଚାରିପଟେ ବୁଲାଇପାରିବି ଓ ସିଲେକ୍ସନ୍ କୁ ଉତ୍ତମ କରିପାରିବି
09:33 ମୁଁ ଏବେ ଯେତେବେଳେ ସିଲେକ୍ସନ୍ ଉପରେ ଦ୍ୱିତୀୟଥର ପାଇଁ କ୍ଲିକ୍ କରେ, Selection ଚୟନ ହୁଏ
09:42 ଆଉ, କ୍ୱାଲିଟୀକୁ ଦେଖିବା ପାଇଁ, ମୁଁ Quick Mask ସକ୍ରିୟ କଲି ଓ ତା’ଉପରେ ଯୂମ୍ କଲି
09:57 ଏବେ ମୁଁ, ସିଲେକ୍ସନ୍ ଚାରିପଟେ ଦେଖୁଛି
10:04 ଏହା ହେଉଛି ମୋର ଭୁଲ୍, ମୋର ଏଠାରେ କ୍ଲିକ୍ କରିବାର ଥିଲା
10:10 ଏହା ହେଉଛି ବହୁତ ବୁଦ୍ଧିମାନ କଇଁଚି
10:17 ଆଜି ମୁଁ କଭର୍ କରିବାକୁ ଥିବା ପରବର୍ତ୍ତୀ ଓ ଶେଷ ଟୂଲ୍ ହେଉଛି Foreground Selection Tool
10:24 କିଛି ସମୟ ପୂର୍ବରୁ ଯେତେବେଳେ ଅଲଗୋରିଦମ୍ ବାହାରକୁ ଆସିଥିଲା, ବହୁତ ଉତ୍ତେଜନାପୂର୍ଣ୍ଣ ଥିଲା, କିନ୍ତୁ GIMPରେ ଏହାର ବ୍ୟବହାର ଏତେ ଉତ୍ତେଜନାପୂର୍ଣ୍ଣ ନୁହେଁ
10:37 ତଥାପି, ଚାଲନ୍ତୁ ଏହାକୁ ଦେଖିବା
10:41 ଏଠାରେ ସେହି ସମାନ ମୋଡ୍ସ ଅଛି ଓ Antialiasing ସକ୍ରିୟଯୋଗ୍ୟ ନୁହେଁ
10:48 ଆଉ ଏଠାରେ, ମୁଁ ଗୋଟିଏ କ୍ଷେତ୍ର, କେବଳ ମୂର୍ତ୍ତିକୁ ଚୟନ କରିବାକୁ ଚାହୁଁଛି
10:57 ତେଣୁ, ଉତ୍ତମ ନିୟନ୍ତ୍ରଣ ପାଇବା ପାଇଁ ମୁଁ ପ୍ରଥମେ ଇମେଜ୍ ଉପରେ ଯୂମ୍ କରୁଛି
11:06 ଏବେ ମୁଁ, Selection Tool ଚୟନ କରିବି. ମୁଁ Contiguous Region କିମ୍ୱା ଭିନ୍ନ Region ଚୟନ କରିପାରିବି, କିନ୍ତୁ ମୁଁ Contiguous Region ଚୟନ କରିବି
11:21 ପ୍ରଥମେ ମୁଁ, Automatic Laser Tool ଦ୍ୱାରା ଏଠାରେ ଏକ ରଫ୍ ସିଲେକ୍ସନ୍ କରିବି. ଆଉ ଏବେ ଆପଣ ଦେଖିପାରୁଥିବେ ଯେ, ଚୟନ ହୋଇନଥିବା କ୍ଷେତ୍ରଟି ନୀଳ ରଙ୍ଗରେ ଅଛି
11:44 ମୁଁ ଏଠାରେ ଥିବା ବ୍ରଶ୍ କୁ ଚୟନ କରୁଛି ଓ ଏହି ସ୍ଲାଇଡର୍ ଦ୍ୱାରା ମୁଁ ବ୍ରଶ୍ ର ବ୍ୟାସାର୍ଦ୍ଧକୁ ନିୟନ୍ତ୍ରଣ କରିପାରିବି, ଆଉ ଯାହାକୁ ମୁଁ ଚୟନ କରିବାକୁ ଚାହୁଁଛି, ତାହାକୁ ଏହି ଜିନିଷ ମାଧ୍ୟମରେ ପେଣ୍ଟ କରିବି
11:59 ଇମେଜରେ ରଖିବାକୁ ଚାହୁଁନଥିବା ଜିନିଷକୁ ମୁଁ ଯେପରି ଚୟନ ନକରେ, ତାକୁ ଦେଖିବାକୁ ହେବ
12:17 ମୁଁ ଯେତେବେଳେ ମାଉସ୍ ବଟନ୍ କୁ ଛାଡ଼େ, ଅଲଗୋରିଦମ୍ କାମ କରିବା ଆରମ୍ଭ କରେ ଏବଂ ଏଠାରେ ଥିବା କେତେକ କ୍ଷେତ୍ରଗୁଡ଼ିକୁ ଚୟନ କରିବାକୁ ହେବ
12:27 ପ୍ରତ୍ୟେକ ଥର ସିଲେକ୍ସନ୍ ଅପଡେଟ୍ ହେଲେ, ମୁଁ ପେଣ୍ଟ କରିଥିବା ଜିନିଷ ସହିତ ସମାନ ଏରିଆ, ଚୟନିତ ହୁଏ
12:42 ଏବେ ମୁଁ, Mark Background ଉପରେ କ୍ଲିକ୍ କରିବି ଓ ବ୍ୟାକଗ୍ରାଉଣ୍ଡ ପେଣ୍ଟ କରିବା ଆରମ୍ଭ କରିବି, ଯାହାକୁ ମୁଁ ଇମେଜରେ ରଖିବାକୁ ଚାହୁଁନାହିଁ
12:54 ଚୟନିତ ହୋଇଥିବା ଓ ଚୟନିତ ହୋଇନଥିବା ଭାଗ ମଧ୍ୟରେ ଅଧିକ ପ୍ରଭେଦ ଥିଲେ ଏହି ଟୂଲ୍ ଭଲ ଭାବରେ କାମ କରେ ଓ ଏଠାରେ ପ୍ରଭେଦ ଅଧିକ ନାହିଁ
13:12 ସିଲେକ୍ସନ୍ ଆକ୍ସେପ୍ଟ କରିବାକୁ Enter ଦାବନ୍ତୁ
13:17 ମୁଁ ଭାବୁଛି, ଏହି ଟୂଲ୍ କିପରି କାମ କରେ ତାହା ଉପରେ ଆପଣ କିଛି ଧାରଣା ପାଇଥିବେ
13:27 Paths ଟୂଲ୍ ମଧ୍ୟ ଏହି ଭାଗ ସହ ସମ୍ୱନ୍ଧିତ, କିନ୍ତୁ ପରେ କେତେବେଳେ ମୁଁ ତାକୁ କଭର୍ କରିବି
13:36 Select ମେନୁରେ, Selections ସହିତ ଆପଣ ଆଉ କିଛି ଜିନିଷ କରିପାରିବେ. ତାକୁ ମଧ୍ୟ ମୁଁ ଅନ୍ୟ କେତେବେଳେ କଭର୍ କରିବି
13:48 ତେଣୁ, ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି
13:52 ମୁଁ ଆପଣଙ୍କର ମତାମତ ଶୁଣିବାକୁ ଚାହୁଁଛି ଓ ଆପଣଙ୍କୁ କଥା ଦେଉଛି ଯେ, ଦର୍ଶକଙ୍କ ଦ୍ୱାରା ଜେନେରେଟ୍ ହୋଇଥିବା କଣ୍ଟେଣ୍ଟ ସହିତ ପରବର୍ତ୍ତୀ ଶୋ’ରେ ପୂରା ନୂଆ ଜିନିଷ ଥିବ
14:05 meetthegimp.orgରେ ଥିବା ଶୋ’ ନୋଟ୍ସରେ ଆପଣ ଏହି ଫାଇଲ୍ ପାଇଁ ଏକ ଲିଙ୍କ ପାଇବେ ଏବଂ ଯଦି ଆପଣ କିଛି ମତାମତ ଛାଡ଼ିବାକୁ ଚାହୁଁଛନ୍ତି, ତେବେ ଦୟାକରି ତାହା କରନ୍ତୁ
14:19 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

Contributors and Content Editors

PoojaMoolya, Pradeep