GIMP/C2/Comics/Oriya

From Script | Spoken-Tutorial
Revision as of 17:34, 8 December 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:18 Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:21 ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି
00:27 ଆରମ୍ଭରେ, ମୁଁ କିଛି କରିବି, ଯାହା ମୁଁ ସବୁବେଳେ କହିବାକୁ ଭୁଲିଯାଇଥାଏ
00:34 ମୁଁ, ଇମେଜରେ କିଛି କରିବା ପୂର୍ବରୁ ସବୁବେଳେ ତାକୁ Save କରିବାକୁ ଭୁଲିଯାଇଥାଏ
00:45 ତେଣୁ, ମୁଁ File >> Save Asକୁ ଯାଇ ଏହାକୁ
01:05 comic.xcf ଭାବରେ ସେଭ୍ କରିବି
01:12 xcf ହେଉଛି GIMPର ନେଟିଭ୍ ଫାଇଲ୍ ଫର୍ମାଟ୍. ଏହା, ସମସ୍ତ ଲେୟର୍ସର ସୂଚନା ଫାଇଲରେ ରଖେ
01:22 GIMPରେ କେବେବି JPEG କିମ୍ୱା TIF କିମ୍ୱା ସେହିପରି ସେଭ୍ କରନ୍ତୁ ନାହିଁ, ଯଦି ଆପଣ ସେଥିରେ ଆଗକୁ କାମ କରିବାକୁ ଚାହୁଁଥିବେ
01:30 ଆପଣ, ସେଠାରେ ପ୍ରତ୍ୟେକ ଫର୍ମାଟକୁ Export କରିପାରିବେ, କିନ୍ତୁ ଯଦି ଆଗକୁ ସେଥିରେ କିଛିବି କାମ କରିବାକୁ ଚାହୁଁଥିବେ, ତେବେ XCF ବ୍ୟବହାର କରନ୍ତୁ
01:45 ତେବେ, କ’ଣ କରାଯିବ? ପ୍ରଥମେ, ଏହି ଇମେଜ୍ ରେ ମୋତେ କିଛି କ୍ଲିଅର୍ କରିଦେବାକୁ ହେବ
01:59 ଏଠାରେ ଦୁଇଟି ସମସ୍ୟା ଅଛି. ପ୍ରଥମେ, ପଛରେ ଠିଆ ହୋଇଥିବା ଏହି ଲୋକକୁ
02:15 ଆଉ ଦ୍ୱିତୀୟରେ ଏଠାରେ ତଳେ ଥିବା ଏହି କ୍ଲଟରକୁ
02:21 ଏହି ମୂର୍ତ୍ତିକୁ ଏଠାରେ ବହୁତ ଭଲ ଭାବରେ ରଖାଯାଇଛି, ଆଉ ମୁଁ ଭାବୁଛି, ଏହି ଇମେଜର ଏହା ହେଉଛି କର୍ନର୍ ପଏଣ୍ଟଗୁଡ଼ିକ ମଧ୍ୟରୁ ଗୋଟିଏ
02:31 ତେଣୁ, ପ୍ରଥମେ ମୁଁ ଏଠାରୁ ଏହି ଜିନିଷକୁ କାଢ଼ିଦେଉଛି
02:36 ଇମେଜ୍ ଉପରେ ଯୂମ୍ କରି ମୁଁ ପେନ୍ ଟୂଲ୍ ସିଲେକ୍ଟ କରିବି
02:50 Cloning Tool ଦ୍ୱାରା ଏହାକୁ ଭଲ ଭାବରେ କରିହେବ, ଆଉ ମୋତେ ଏଠାରେ ବହୁତ ସଠିକ୍ କାମ କରିବାକୁ ହେବନାହିଁ, କାରଣ ଶେଷ ଇମେଜରେ ଏହି ଛୋଟ ଜିନିଷ ସବୁ ଅଦୃଶ୍ୟ ହୋଇଯିବ
03:05 ତେଣୁ, ମୁଁ Clone Tool ସିଲେକ୍ଟ କରି Brush ଆକାର ବଦଳାଇବି
03:13 ଏବେ, Ctrl ଦାବି ଆରମ୍ଭ ପଏଣ୍ଟ ପାଇବା ପାଇଁ କ୍ଲିକ୍ କରିବି, ଆଉ ଏବେ ମୁଁ ପେଣ୍ଟ କରିବା ଆରମ୍ଭ କରିବି
03:24 କିନ୍ତୁ, ତାହା ଆରମ୍ଭ କରିବା ପୂର୍ବରୁ ମୋତେ Verlay ମୋଡ୍ କୁ Normal ମୋଡ୍, Opacityକୁ 100ରେ ବଦଳାଇବାକୁ ହେବ. ଏବେ ଚାଲନ୍ତୁ ପେଣ୍ଟ ଆରମ୍ଭ କରିବା
03:42 ଇମେଜଟି ସାମାନ୍ୟ ପାଉଁଶିଆ ଦେଖାଯାଉଥିବାରୁ ପେଣ୍ଟ କରିବାକୁ ମୁଁ ଅନ୍ୟଏକ ବ୍ରଶ୍ ସିଲେକ୍ଟ କରିବି
03:57 ମୁଁ ଏବେ ବର୍ଡରକୁ ଯାଇ ପେଣ୍ଟ କରିବି
04:37 ଲୋକଟି ଚାଲିଗଲା
04:41 ତାହା, ଏଠାରେ କ୍ଲଟର୍ ଛାଡ଼ିଗଲା
04:44 ମୁଁ ଏଠାରେ ଫୁଲଦାନି ରଖିବାକୁ ଚାହୁଁଛି, କିନ୍ତୁ ଏଠାରେ ଥିବା ଜିନିଷକୁ ହଟାଇବାକୁ ହେବ
05:03 ମୁଁ, ଗୋଟିଏ ମୁହୂର୍ତ୍ତରେ ଫୁଲଦାନିର ଏହି ବର୍ଡରକୁ ଠିକ୍ କରିଦେବି
05:24 ଯଦି ମୁଁ ଏହି ଇମେଜକୁ ଏହିଭଳି ରଖିଦିଏ, ଆପଣ କ୍ଲୋନିଙ୍ଗ୍ ର ଚିହ୍ନ ଦେଖିପାରିବେ, କିନ୍ତୁ ସେଗୁଡ଼ିକ ଅଦୃଶ୍ୟ ହୋଇଯିବ, ଯେତେବେଳେ ମୁଁ Comic Modeକୁ ବଦଳାଇବି
05:43 ତେବେ ଚାଲନ୍ତୁ, ଏଠାରେ ଥିବା ଫୁଲଦାନି ବିଷୟରେ କିଛି କରିବା
06:06 ମୁଁ ଭାବୁଛି, ମୋତେ ଏହି ପଏଣ୍ଟରୁ କିଛି କରିବା ଉଚିତ
06:26 ଏହି ଯୂମ୍ ପଦାଙ୍କରେ ଏହା ବିଶେଷ ଠିକ୍ ଲାଗୁନି, କିନ୍ତୁ ମୁଁ ଭାବୁଛି ଏହା କାମ କରିବ
06:34 କମିକ୍ ଇମେଜରେ ସାଧାରଣତଃ ତିନୋଟି ଭାଗ ରହିଛି
06:39 ପ୍ରଥମେ, ସେଥିରେ କୌଣସି ରଙ୍ଗ ବିନା କଳା ଦାଗ ବା ଗାଢ ଦାଗମାନ ରହିଛି, ଯାହା ଇମେଜକୁ ସଂରଚନା ଦେଉଛି
06:50 ତା’ପରେ ସେହି ଲାଇନଗୁଡ଼ିକ ଅଛି, ଯାହା ଇମେଜରେ ଫର୍ମସ୍ ଓ ଆଇଟମ୍ସକୁ ପରିଭାଷିତ କରେ
06:57 ଆଉ ତା’ପରେ ରଙ୍ଗ ରହିଛି ଏବଂ ଆମେ, ଟ୍ୟୁଟୋରିଆଲରେ ଥିବା ପରି ଦାଗଗୁଡ଼ିକରୁ ଆରମ୍ଭ କରିବା
07:04 ଓ ସେଥିପାଇଁ,
07:15 ମୁଁ ଏହି ଲେୟରକୁ ଡବଲ୍ କରି Ink ନାମ ଦେବି
07:25 ମୁଁ, Threshold Tool ସିଲେକ୍ଟ କରି ଇମେଜ୍ ଉପରେ କ୍ଲିକ୍ କରିବି ଓ Info ୱିଣ୍ଡୋକୁ ଇମେଜ୍ ଉପରକୁ ଟାଣିଆଣିବି
07:37 ଆପଣ ଏଠାରେ ଦେଖିପାରିବେ ଯେ, ଇମେଜଟି କଳା ଓ ଧଳା ଅଟେ
07:43 ଏହି ଟୂଲ୍ ଇମେଜକୁ କଳା ଓ ଧଳାରେ ବିଭକ୍ତ କରେ
07:48 ଯଦି ପିକ୍ସେଲ୍ ଏହି ସମୟରେ 82ରୁ ଫିକା ହୋଇଥିବ, ତେବେ ନାଲି, ସବୁଜ ଓ ନୀଳର ହାରାହାରି ଭାଲ୍ୟୁର ମିଶ୍ରଣ ଧଳା ଅଟେ
08:02 ଏବଂ ଯଦି ଲେଭଲ୍ 82ରୁ ତଳକୁ ଥିବ, ତେବେ ଏହା କଳା ହେବ
08:14 ଏବେ ଆମେ, ଏଠାରେ ପ୍ରଥମ ସମସ୍ୟାର ସମ୍ମୁଖୀନ ହେଉଛେ
08:19 ମୁଁ ଯେତେବେଳେ ଏହି ସ୍ଲାଇଡର୍ କୁ ଘୁଞ୍ଚାଏ, ଇଫେକ୍ଟ ବହୁତ ଗାଢ଼ ହୁଏ
08:26 ଏଠାରେ ଥିବା ଏହି 129 ଭାଲ୍ୟୁ, ମୁହଁର ବାମ ଭାଗ, କାନ୍ଧ ଓ ମୂର୍ତ୍ତି ପାଇଁ ଭଲ ହେବ
08:40 ଏହା, ଏଠାରେ ଥିବା ଆଖି ପାଇଁ ଭଲ ହେବ
08:48 ଆଉ ଏହା, ଅନ୍ୟ ଆଖି ପାଇଁ
08:53 ମୋତେ ଏବେ, ଏହି ଇମେଜ୍ ପାଇଁ ଭିନ୍ନ Ink ଲେୟର୍ ବ୍ୟବହାର କରିବାକୁ ହେବ
09:01 ତେବେ ଚାଲନ୍ତୁ, ଫିକା ପଟୁ ଆରମ୍ଭ କରିବା, ଯେପରି ଏଠାରେ ଥିବା ଏହି ଗୋଟିକ ଏବଂ 100% ଇମେଜକୁ ଫେରିଯିବା
09:14 ମୁଁ ଏହାକୁ ଏଠାରେ ଡବଲ୍ କରି Threshold Toolକୁ ସିଲେକ୍ଟ କରୁଛି ଏବଂ ଏହି ସ୍ଲାଇଡରକୁ ତଳକୁ ଭିଡ଼ୁଛି
09:29 କିନ୍ତୁ, ତାହା ପୂର୍ବରୁ ମୋତେ ଉପର ଲେୟରକୁ ଅଦୃଶ୍ୟ କରିବାକୁ ହେବ
09:46 ମୁଁ ଭାବୁଛି, ମୁହଁର ଏହି ଭାଗ ପାଇଁ ଏହି ଭାଲ୍ୟୁ ଭଲ ହେବ
09:56 ମୁଁ, ଏହି ଲେୟରର ଗୋଟିଏ କପୀ ତିଆରି କରିବି ଓ ତାକୁ ଦୃଶ୍ୟମାନ କରିବି. ମୁଁ ଏବେ ଏହି ଲେୟର୍ ଉପରେ କାମ କରୁଛି
10:08 ମୋତେ ଏଠାରେ, ମଝି ଟର୍ମକୁ ଦେଖିବାକୁ ହେବ
10:13 ମୁହଁର ଏହି ଭାଗ, ମୁଁ ଭାବୁଛି ଏହା ବହୁତ ଭଲ ଭାବରେ କାମ କରେ; ତେଣୁ, ମୁଁ ଇମେଜ୍ ଚାରିପଟେ ଦେଖିବି
10:23 ମୂର୍ତ୍ତିଟି ମଧ୍ୟ ଭଲ ଅଛି
10:26 ଏହି ଇମେଜର ଏଠାରେ ଏକ ଉତ୍ତମ ପରିଭାଷା ଅଛି, ଆଉ ମୋ ହାତ ପାଖରେ ଥିବା ଲାଇନଟି ଅଦୃଶ୍ୟ ଅଟେ ଏବଂ ତାହାକୁ Optical Illusion କୁହନ୍ତି
10:41 ମୁଁ ଭାବୁଛି, ଏହା ଭଲ ଅଟେ ଏବଂ ଏହା ଇମେଜରେ ରହିବା ଉଚିତ
10:49 ଏବେ ମୁଁ, Threshold Tool ସିଲେକ୍ଟ କରି ଏଠାରେ ଥିବା ଲାଇନକୁ ଦୃଶ୍ୟମାନ କରିବି ଏବଂ ସାମାନ୍ୟ ସ୍ପଷ୍ଟତା ପାଇବା ପାଇଁ ଉଜ୍ଜ୍ୱଳ ଭାଗକୁ ଦେଖନ୍ତୁ. ମୁଁ ଏହାକୁ ଉପରକୁ ଟାଣୁଛି
11:08 ଏହା ଭଲ ଦେଖାଯାଉଛି
11:12 ଏବେ, ମୋ ପାଖରେ ମୋ Ink Layerର 3ଟି କପୀ ଅଛି
11:17 ପ୍ରଥମଟି ହେଉଛି Ink Light
11:28 ଉପର ଲେୟରଟି ହେଉଛି Ink Dark
11:34 ଆଉ ଚାଲନ୍ତୁ ମଝି ଲେୟର୍ ନାମ କେବଳ Ink ଦେବା
11:40 ଏହି 3ଟି ଲେୟରକୁ ଦେଖି ସ୍ଥିର କରନ୍ତୁ ଯେ, କେଉଁ ଲେୟରର ବ୍ୟବହାର ଅଧିକ କରିବାର ଅଛି
11:49 ମୁଁ ଭାବୁଛି, Ink ଲେୟର୍ ଏକ ଭଲ ବେସ୍ ହେବ, କାରଣ ଏହା ବହୁତ ଫିକା ଅଟେ ଏବଂ ଏହା ବହୁତ ଗାଢ ଅଟେ
12:01 ତେଣୁ, ମୁଁ ଏହି ଲେୟରକୁ ତଳେ ରଖି ଗାଢ ଲେୟର୍ ଓ ଫିକା ଲେୟର୍ ରେ ଏକ Layer Mask ଯୋଡ଼ିବି
12:12 ମୁଁ, Blackରେ ଏକ Layer Mask ଯୋଡ଼ିଲି, ଯାହା ସମ୍ପୂର୍ଣ୍ଣ ପାରଦର୍ଶୀ ଅଟେ
12:18 ତେଣୁ, ଏଠାରେ ଥିବା ସବୁକିଛି ଅଦୃଶ୍ୟ ହୋଇଯାଏ
12:26 ମୁଁ ଯେତେବେଳେ, ଫିକା ଲେୟର ର ଏହି Layer Mask ଉପରେ White ଆଙ୍କେ, ଇମେଜଟି ଏଥିରେ ଦୃଶ୍ୟମାନ ହୁଏ
12:45 ମୁଁ, ଏଠାରେ ଥିବା Brush ଟୂଲ୍ କୁ Normal ମୋଡ୍ ରେ ସିଲେକ୍ଟ କରି Opacityକୁ 100% କରିବି
12:55 ମୁଁ ଭାବୁଛି, ମୋତେ ଏକ କଠିନ ବ୍ରଶ୍ ବ୍ୟବହାର କରିବା ଦରକାର ଏବଂ Pressure Sensitivity, Size ହେବା ଉଚିତ. ମୁଁ ଯେତେବେଳେ ପୃଷ୍ଠଭୂମିରେ ବ୍ରଶ୍ କୁ ଦାବେ, ଡଟ୍ ଟି ବଡ଼ ହେବ
13:20 ମୋର Foreground ରଙ୍ଗ ହେଉଛି ଧଳା
13:24 ଚାଲନ୍ତୁ ଆରମ୍ଭ କରିବା
13:28 ମୁହଁର ବାମ ଭାଗଟି ଉଜ୍ଜ୍ୱଳ ହେବା ଦରକାର ବୋଲି ମୁଁ ଭାବୁଛି
13:34 ଇମେଜକୁ ଯୂମ୍ କରିବା ପାଇଁ ମୁଁ 1 ଦବାଉଛି
13:39 ଏହି ବ୍ରଶ୍ ଟି ବହୁତ ଛୋଟ ଭଳି ମୋତେ ଲାଗୁଛି. ତେଣୁ, ମୁଁ ଏହାକୁ ଟିକିଏ ଉପରକୁ Scale କରୁଛି
13:53 ଏହା ଭଲ ଦେଖାଯାଉଛି
14:00 ହେଲେ ବୋଧହୁଏ, ଏହା ବହୁତ ଉଜ୍ଜ୍ୱଳ
14:05 ଏହା, କଳା କିମ୍ୱା ଧଳା ହେବା ଦରକାର
14:47 ତେଣୁ, ମୁଁ X କୀ ଦାବି ରଙ୍ଗ ବଦଳାଉଛି ଏବଂ ପୁଣିଥରେ ଏଠାରେ ପେଣ୍ଟ କରୁଛି
14:57 କିନ୍ତୁ ମୁଁ ଭାବୁଛି, ମୁଁ ଏହିଠାରେ ଏହାକୁ ଛାଡ଼ିଦେଇ ପରବର୍ତ୍ତୀ ଲେୟରକୁ ତାହା ଉପରେ ରଖିପାରିବି
15:14 ଆମେ ଏବେ ଏରିଆ ଓ ସଂରଚନା ବିଷୟରେ ଅଧିକ ଚିନ୍ତିତ. ତେଣୁ, ମୁଁ ଲାଇନ୍ ବିଷୟରେ ଭୁଲିଯାଇ କେବଳ ଏଠାରେ ଥିବା ସଂରଚନାକୁ ଦେଖିବା ଉଚିତ
15:30 ମୁଁ ତାକୁ ସେହିପରି ଛାଡ଼ିଦେବି
15:34 ମୁଁ ସହଜରେ ଆଉ ଗୋଟିଏ ଲେୟର୍ ଯୋଡ଼ିପାରିବି, ଆଉ ଏବେ ମୁଁ ଧଳା ରଙ୍ଗରେ ଗାଢ଼ ଭାଗଗୁଡ଼ିକୁ ପେଣ୍ଟ କରିବି
15:44 ଚାଲନ୍ତୁ ଦେଖିବା, ମୁଁ ଏଠାରେ ସାମାନ୍ୟ ଦେଖାଇପାରୁଛି କି ନାହିଁ
15:51 ମୁଁ ଭାବୁଛି, ଏତିକି ବହୁତ ହୋଇଗଲା
15:56 ମୁଁ ମୁହଁକୁ ସାମାନ୍ୟ ଗାଢ କରିବାକୁ ଚାହୁଁଛି
16:08 ଆଉ ଏଠାରେ ମଧ୍ୟ
16:19 ମୁଁ ଭାବୁଛି, ବହୁତ ଗାଢ ହୋଇଗଲା
16:31 ଏଠାରେ, ଆହୁରି କିଛି କରିବାକୁ ବାକି ରହିଗଲା, କିନ୍ତୁ ମୁଁ ଏହାକୁ ଏଠାରେ ଛାଡ଼ିଦେବି ଏବଂ ମୋ କାମ ସାରିବା ପରେ, ଲାଇନ୍ସ ସହିତ ପରବର୍ତ୍ତୀ ପଦାଙ୍କରେ, ଏହାକୁ ଦେଖିବି ଓ ତା’ପରେ ଏଠାରେ ଆଡଜଷ୍ଟ କରିପାରିବି
16:46 ଏହାକୁ ଉଜ୍ଜ୍ୱଳ କରିବାକୁ ହେବ
16:49 ଆମେ ସେଠାରେ ଏଡିଟ୍ କୁ ଦେଖିବା
16:53 ଏହି ପଦାଙ୍କରେ, ମୋତେ କିଛି ଲାଇନ୍ସ ଯୋଡ଼ିବାକୁ ହେବ ଏବଂ ଏହା, Background Layer ଡବଲ୍ କରି ତଥା ତାକୁ ଉପରେ ରଖି ଓ ତା’ର ନାମ "Lines" ଦେଇ କରିହେବ
17:08 ଲାଇନଗୁଡ଼ିକ ହେଉଛି ବିଭିନ୍ନ ରଙ୍ଗ ମଧ୍ୟରେ ଧାରଗୁଡ଼ିକ
17:15 ତେଣୁ, ମୁଁ Filtersକୁ ଯିବି, ତା’ପରେ ଆମକୁ Edge-Detect ଆଣିବାକୁ ହେବ, ଆଉ ଏଠାରେ ମୋ ପାଖରେ Difference of Gaussian Edge Detect ଅଛି
17:33 ପ୍ରାସଙ୍ଗିକ ସ୍ଲାଇଡର୍ ହେଉଛି Radius ଏବଂ ଯଦି ଆପଣ ସଂଖ୍ୟା ହ୍ରାସ କରନ୍ତି, ଲାଇନଗୁଡ଼ିକ ପତଳା ହୋଇଯାଏ
17:45 ଯଦି ଆପଣ ସଂଖ୍ୟା ବୃଦ୍ଧି କରନ୍ତି, ତେବେ ଲାଇନଗୁଡ଼ିକ ଚଉଡ଼ା ହୋଇଯିବ ଏବଂ ଆପଣ ଇମେଜରେ ଅଧିକ ବିବରଣୀ ପାଇବେ
17:56 ମୁଁ, 10 ପାଖାପାଖି ପସନ୍ଦ କରିବି, କିନ୍ତୁ 30 ପର୍ଯ୍ୟନ୍ତ ଯାଇପାରେ ଓ ତା’ପରେ ନିଷ୍ପତ୍ତି ନେବି ଯେ, କେଉଁଠାରେ ମୁଁ ବନ୍ଦ କରିବା ଉଚିତ ହେବ
18:10 ମୁଁ ଯେତେବେଳେ 30କୁ ଯାଏ, ମୋତେ ଧାର ମିଳେନାହିଁ, କ୍ଷେତ୍ର ମିଳେ ଏବଂ ଏଠାରେ 12 ଏହାକୁ ଦେବ
18:27 ଆଉ ମୋତେ ଲାଗୁଛି ମୁଁ 10ରେ ହିଁ ରହିବି
18:37 ଏହି ଲେୟର୍ ର ଲେୟର୍ ମୋଡ୍ କୁ ମୁଁ Multiplyକୁ ସେଟ୍ କରିଛି ଏବଂ ବର୍ଦ୍ଧିତ ରଙ୍ଗ ପାଇଁ ମୋତେ ପରେ ଇମେଜରେ ଧଳା ହ୍ରାସ କରିବାକୁ ପଡ଼ିବ
18:50 ଏବେସୁଦ୍ଧା ଆମକୁ ଠିକ୍ ଠାକ୍ ମିଳିଛି ନା ନାହିଁ ଚାଲନ୍ତୁ ଦେଖିବା
18:56 ମୁଁ Lines ଲେୟରକୁ ON ଓ OFF କରିବି ଏବଂ ଆପଣ ଏଠାରେ ଦେଖିପାରୁଥିବେ ଯେ, Lines ଲେୟର୍ ON ହେବାବେଳେ କିଛି ସ୍ପଷ୍ଟତା ଦେଖାଦେଉଛି
19:08 ଆଉ ଏବେ ମୁଁ Dark Ink ଲେୟର୍ କୁ ଡି-ସିଲେକ୍ଟ କରି Light Ink ଲେୟର୍ କୁ ରଖିବି
19:20 ମୁଁ, ମୋର Dark Inkରେ ରଖିବାକୁ ଚାହୁଁଥିବା ସଂରଚନାଟି Lines ଲେୟର୍ ରେ ଦୃଶ୍ୟମାନ ହେଉଛି
19:30 ତେଣୁ, ମୁଁ Dark Ink ଲେୟର୍ କୁ ସ୍ୱିଚ୍ ଅଫ୍ ହିଁ ରଖିବି
19:42 ଏଠାରେ ଥିବା ଏହି ଲେୟରଗୁଡ଼ିକୁ ମିଶାଇବାର ଆବଶ୍ୟକତା ନାହିଁ ବୋଲି ମୁଁ ଭାବୁଛି
19:50 ମୁଁ ତାହାକୁ ସେହିପରି ଛାଡ଼ିଦେବି, ଯେଉଁଥିରୁ ମୁଁ କିଛି ବଦଳାଇପାରିବି ଏବଂ ତାହା ଶେଷ ଇମେଜରେ ହେବ
20:09 ପରବର୍ତ୍ତୀ ପଦାଙ୍କ, ମୁଁ ଯେପରି କହିଥିଲି, ମୋତେ ଏଠାରେ ଥିବା White Channelକୁ ହ୍ରାସ କରିବାକୁ ହେବ ଏବଂ ଏହାକୁ Levels Tool ଦ୍ୱାରା କରିହେବ, ଆଉ ମୁଁ ଲେଭଲ୍ କୁ 240 ପର୍ଯ୍ୟନ୍ତ ହ୍ରାସ କରୁଛି
20:28 ମୁଁ ଯେତେବେଳେ ଏହି ଲେୟର୍ କୁ ସ୍ୱିଚ୍ ଅଫ୍ କରେ, ଆପଣ ଦେଖିପାରିବେ ଯେ, ମୋ ପାଖରେ ଗ୍ରେ ବ୍ୟାକଗ୍ରାଉଣ୍ଡ ଏବଂ ଏଠାରେ ସାମାନ୍ୟ ରଙ୍ଗ ସୂଚନା ଅଛି
20:40 ଇମେଜରେ ରଙ୍ଗ ପାଇବା ପାଇଁ, ମୁଁ Background Layerକୁ କପୀ କରି ଏହାକୁ Colour ନାମ ଦେଉଛି ତଥା ଏହାକୁ ଉପରେ ରଖି ଲେୟର୍ ମୋଡ୍ Clolourକୁ ସେଟ୍ କରୁଛି
21:00 ହେଲେ, ଏହା ଭଲ ଦେଖାଯାଉନାହିଁ. ତେଣୁ, ମୁଁ ମୋଡ୍ ବଦଳାଉଛି
21:07 ଏଠାରେ, ଇମେଜରେ ଅଳ୍ପ ରଙ୍ଗ ରହିଛି
21:12 କିନ୍ତୁ, ମୋତେ ଅଧିକ ସାଚ୍ୟୁରେଶନ୍ ଦରକାର. ତେଣୁ, ମୁଁ ପୁଣିଥରେ Background ଲେୟର୍ ର କପୀ ତିଆରି କରି ତା’ର ନାମ Saturation ଦେଉଛି
21:24 ଲେୟର୍ ମୋଡ୍ Saturationକୁ ସେଟ୍ କରୁଛି
21:29 ମୁଁ ଭାବୁଛି, ଏହି Saturation ମୋଡ୍, ପୂର୍ବରୁ କାମ କରୁଛି ଏବଂ ତାହାର ଇଫେକ୍ଟସ୍ ବହୁତ ବଢ଼ିଆ ଦେଖାଯାଉଛି
21:38 ରଙ୍ଗରେ ଅଧିକ ଫ୍ଲାଟନେସ୍ ଦରକାର ଥିଲା, ଆଉ ହାତଟି କମିକ୍ ଦେଖାଯାଉନାହିଁ
21:47 ଏହା କେଉଁଠାରୁ ଆସିଛି ମୁଁ ଦେଖିବି
21:51 ତେବେ, ମୁଁ ଏହି ସ୍ଲାଇଡରଗୁଡ଼ିକ ସହିତ ଖେଳ ଆରମ୍ଭ କରିପାରିବି
21:58 Saturationକୁ କମ୍ କରିବା କ୍ଷଣି, ଏହା ଟିକିଏ ଫ୍ଲାଟ୍ ହୋଇଯାଉଛି ଏବଂ ଅଧିକ ୱାଟର୍ କଲର୍ ପରି ଦେଖାଯାଉଛି. ତେବେ, ଏହା ଏକ ଅଜବ ଇଫେକ୍ଟ ଅଟେ
22:19 ଏବେ ମୁଁ, ଏଠାରେ ଥିବା ଲେୟର୍ସ ସହିତ ଖେଳ ଆରମ୍ଭ କରିପାରିବି
22:26 ତେଣୁ, ମୁଁ Lines ଲେୟର୍ କୁ ସ୍ୱିଚ୍ ଅଫ୍ କରୁଛି ଏବଂ ଆପଣ ଏଠାରେ ଦେଖିପାରିବେ ଯେ, ଏହି ଇଫେକ୍ଟଟି Linesରୁ ନୁହେଁ, ବରଂ Colour ଓ Saturationରୁ ଅଟେ
22:39 ଏବେ ମୁଁ କିଛି ଆଡଜଷ୍ଟମେଣ୍ଟସ୍ କରିପାରିବି, କାରଣ ଏବେସୁଦ୍ଧା ମୋ ପାଖରେ ଲେୟର୍ସ ଅଛି
22:47 ମୁଁ ମୁହଁକୁ ଫିକା କରିବାକୁ ଚାହୁଁଛି. ତେଣୁ, ମୁଁ ମୋର Ink Layerକୁ ସିଲେକ୍ଟ କରି ଧଳା Foreground ରଙ୍ଗ ସହିତ ଏକ Brush ସିଲେକ୍ଟ କରିବି
23:12 ଇମେଜ୍ ଉପରେ ଯୂମ୍ କରନ୍ତୁ
23:18 ବ୍ରଶ୍ ର ଆକାର ହ୍ରାସ କରନ୍ତୁ ଓ ସାମାନ୍ୟ ସ୍କେଲ୍ କରନ୍ତୁ. ଏବେ ମୁଁ, ଏଠାରେ ଥିବା ଆଖି ପେଣ୍ଟ କରିବା ଆରମ୍ଭ କରିବି
23:34 ତାହା ବହୁତ ହୋଇଗଲା
23:50 ଏହା ଭଲ ଦେଖାଯାଉଛି
23:54 ମୁଁ ଏବେ ଏହି ଭାଗ ପେଣ୍ଟ କରିବି
24:00 ଏହା ବହୁତ ହୋଇଗଲା.
24:03 ଆପଣ କଳ୍ପନା କରିପାରିବେ ଯେ, ଏଠାରେ ଥିବା ଏହି ଏରିଆଗୁଡ଼ିକ ବଦଳାଇ ଇମେଜରେ ଆପଣ, ଏଠାରେ ଅନେକ ସଂଶୋଧନ କରିପାରିବେ
24:47 ଏତିକି ଠିକ୍ ଅଛି.
24:51 ଆପଣ ଏଠାରେ ଅନେକ ପରିବର୍ତ୍ତନ କରିପାରିବେ, ଆଉ ମୁଁ ଜାଣିନାହିଁ ଯେ, ମୁଁ ଠିକ୍ ଟ୍ରାକ୍ ରେ ଅଛି କି ନାହିଁ
25:01 କିନ୍ତୁ, ଏପର୍ଯ୍ୟନ୍ତ ଏହା ମୋତେ ପସନ୍ଦ ଆସିଲା
25:06 ଚାଲନ୍ତୁ ଦେଖିବା, ଆମେ ଆଉ କ’ଣ କରିପାରିବା
25:10 ପ୍ରଥମ ଜିନିଷ ହେଉଛି, ଆମେ Lines ବ୍ୟତୀତ ବିଭିନ୍ନ ଲେୟର୍ ବ୍ୟବହାର କରିପାରିବା
25:18 ତେଣୁ, ମୁଁ Linesକୁ ବନ୍ଦ କରିଦେଇ ବହୁତ ଅଜବ ରଙ୍ଗ ନେଉଛି, କାରଣ ଏବେ ମୋ ପାଖରେ ପୁଣିଥରେ ଧଳା ବ୍ୟାକଗ୍ରାଉଣ୍ଡ ଅଛି
25:31 ଏଠାରେ ଆଉ ଗୋଟିଏ ଲେୟର୍ ଯୋଡି Whiteକୁ ସେଟ୍ କରନ୍ତୁ ଏବଂ Multiply ମୋଡ୍ ବ୍ୟବହାର କରନ୍ତୁ ଏବଂ ତାକୁ 240 ଗ୍ରେରେ ଫିଲ୍ କରନ୍ତୁ
25:52 ଏବେ ମୁଁ, ଏଠାରେ ଥିବା ମୋର Lines ପରି ପ୍ରାୟ ସମାନ ଇମେଜ୍ ପାଇଲି
25:59 ମୁଁ ସେଗୁଡ଼ିକୁ ସ୍ୱିଚ୍ ଅନ୍ କରିଦେଉଛି
26:03 ମୋ ପାଖରେ ଲାଇନଗୁଡ଼ିକର ସୂଚନା ବାହାରକୁ ଆସୁଛି, କିନ୍ତୁ ଏହି କମିକ୍ ଇଫେକ୍ଟ ଏପର୍ଯ୍ୟନ୍ତ ସେଠାରେ ଅଛି, ଆଉ ମୁଁ ଦେଖିପାରିବି ଯେ, କେଉଁଟି ଉତ୍ତମ ଅଟେ
26:21 ଚାଲନ୍ତୁ, କିଛି ଭିନ୍ନ ଟ୍ରିକ୍ସ ଦେଖିବା
26:30 ମୁଁ Colour ଓ Saturation ଲେୟର୍ସକୁ ଡବଲ୍ କରିଦେଉଛି ଏବଂ ସେଗୁଡ଼ିକରେ କିଛି କରୁଛି
26:39 ଏଠାରେ ମୁଁ, ଇମେଜ୍ ବାହାରକୁ ବିବରଣୀ ଆଣିବାକୁ ଚେଷ୍ଟା କରୁଛି
26:45 ତେଣୁ, Filters >> Blur >> Gaussian Blurକୁ ଯାଆନ୍ତୁ
26:53 ଆଉ ଏଠାରେ, ମୁଁ ଏକ ଭାଲ୍ୟୁ ଚୟନ କରିବି, ଯାହା ମୋତେ ଭଲ ଇଫେକ୍ଟ ଦିଏ
27:08 ଆପଣ ଦେଖିପାରିବେ ଯେ, ରଙ୍ଗଗୁଡ଼ିକ ସାମାନ୍ୟ ଚିକ୍କଣ ହୋଇଯାଇଛି
27:18 ଏହାକୁ Saturation କପୀରେ ମଧ୍ୟ ଚାଲନ୍ତୁ କରିବା
27:24 Filtersକୁ ଯାଇ Gaussian Blurର ପୁନରାବୃତ୍ତି କରନ୍ତୁ
27:29 ଏବେ ମୋ ପାଖରେ ଫ୍ଲାଟ୍ କଲର୍ସ ସହିତ ପ୍ରକୃତରେ ଫ୍ଲାଟ୍ ଇମେଜ୍ ଅଛି
27:36 ମୁଁ ମୂଳ Colourକୁ ସ୍ୱିଚ୍ ଅନ୍ କରୁଛି ଏବଂ ମୋତେ ଏଠାରେ ଏକ ଅଜବ ଇଫେକ୍ଟ ମିଳେ
27:44 ଏହି ଲେୟରଗୁଡ଼ିକର ନାମ ଚାଲନ୍ତୁ Saturation Blurred ଓ Colour Blurred ଦେବା
28:04 ଯଦି ମୁଁ Blurred Saturation ସହିତ Unblurred Colour ମିଶାଏ, ମୋତେ ଏଠାରେ ସାମାନ୍ୟ ଅଜବ ଦେଖାଯାଉଥିବା କିଛି ରଙ୍ଗ ମିଳେ
28:16 ଯଦି ଏଠାରେ, ବିଶେଷକରି ନାକ ଉପରେ ତାହା ନଥା’ନ୍ତା, ତେବେ ମୁଁ ଏହାକୁ ପସନ୍ଦ କରିପାରିଥା’ନ୍ତି
28:22 ତେଣୁ, ଏହାକୁ ପୁଣିଥରେ ON କରିବି ଓ ଏହି ଇଫେକ୍ଟକୁ ଏଠାକୁ ଆଣିବି
28:29 ଆପଣ କଳ୍ପନା କରିପାରିବେ ଯେ, ଯଦି ଆପଣ ବ୍ଲରିଙ୍ଗ୍ ହ୍ରାସ କରନ୍ତି, ତେବେ ଆପଣ ଶାର୍ପ ବିବରଣୀ ପାଇବେ
28:37 ଏହା ପ୍ରକୃତରେ ଏକ କାର୍ଯ୍ୟକ୍ଷେତ୍ର ଅଟେ
28:40 ଏଠାରେ ଆପଣଙ୍କ ପାଖରେ ଅନେକ ସମ୍ଭାବନା ଅଛି, ଯେପରି ଏହାକୁ କିପରି କରାଯାଏ, କ’ଣ କରାଯାଏ, କ’ଣ ଠିକ୍ କରାଯାଏ
28:50 ଏହା କରିବା ପ୍ରକୃତରେ ବହୁତ ମଜାଦାର ଅଟେ
29:09 ମୂଳ ଟ୍ୟୁଟୋରିଆଲ୍ ର ଲେଖକ ଅତ୍ୟନ୍ତ ଚମତ୍କାର କାମ କରିଛନ୍ତି
29:24 ଏହି ଇମେଜର ଉଭୟ ଭର୍ସନ୍ ସହିତ ମୁଁ ବହୁତ ଖୁସି
29:31 ମୋତେ, ଏଠାରେ ଥିବା ସଂରଚନା ଓ ଫୁଲ, ମୂର୍ତ୍ତି ଓ କୁଣ୍ଡ ଭଲ ଲାଗୁଛି
29:40 ହାତ ପାଖରେ ଓ ମୁହଁରେ ଥିବା ସମସ୍ତ ବିବରଣୀ ମୋତେ ପସନ୍ଦ ଆସିଲାନି. ଏହା ଆଉ ଟିକିଏ ଫ୍ଲାଟ୍ ହୋଇପାରିଥା’ନ୍ତା
29:49 Blurred ଅନ୍ ରେ, ମୁହଁରେ ଥିବା ଓ ହାତ ପାଖରେ ଥିବା ବିବରଣୀ ମୋତେ ଭଲ ଲାଗେ, କିନ୍ତୁ ମୋତେ ଫୁଲ ଭଲ ଲାଗୁନି, ଯାହା ସମ୍ପୂର୍ଣ୍ଣ ଭାବେ Blurred ହୋଇଯାଇଛି
30:04 ତେଣୁ, ଏବେ ମୁଁ ଦୁଇଟିଯାକ ଇମେଜକୁ ମିଶାଇବି ଏବଂ Colour Blurred ସହିତ ଆରମ୍ଭ କରିବି, କାରଣ ମୋତେ ଏହାର ସାମଗ୍ରିକ ଦୃଶ୍ୟମାନତା, Saturation Blurredଠାରୁ ଅଧିକ ଭଲ ଲାଗୁଛି
30:20 ମୁଁ ସମସ୍ତ ଲେୟର୍ସ ସ୍ୱିଚ୍ ଅନ୍ କରି Saturation Blurred ଓ Colour Blurred ସହିତ Layer Mask ଯୋଡ଼ିବି ତଥା ଏକ ସମ୍ପୂର୍ଣ୍ଣ ପାରଦର୍ଶୀ Black Layer Mask ଯୋଡ଼ିବି
30:37 ଏବେ ମୁଁ Saturation Layer Mask ଉପରେ କାମ କରିବା ଆରମ୍ଭ କରିବି. ତେଣୁ ମୁଁ, ମୋର Foreground କଲର୍ ଭାବେ White ଚୟନ କରି ଏଠାରେ Paintbrush ସିଲେକ୍ଟ କରିବି
30:51 ଏବେ ମୁଁ ପେଣ୍ଟ କରିବା ଆରମ୍ଭ କରୁଛି
30:55 ମୁଁ କେବେଳ ଭାଗଗୁଡ଼ିକ ଉପରେ ପେଣ୍ଟ କରୁଛି, ଯେଉଁଠାରେ ମୁଁ ଇମେଜରେ ସାମାନ୍ୟ ଫ୍ଲାଟନେସ୍ ରଖିବାକୁ ଚାହୁଁଛି
31:04 ଏହା ଟିକିଏ ଅଜବ ଦେଖାଯିବ, କାରଣ ଏବେ ମୁଁ Colour Layer ସ୍ୱିଚ୍ ଅନ୍ ରଖିଛି
31:46 ଏବେ ମୁଁ, Shift+Ctrl+A ଦାବି ସବୁକିଛି ସିଲେକ୍ଟ କରିବି ଓ Ctrl+C ଦାବି ତାହାକୁ କପୀ କରିବି. ଇମେଜକୁ ଯାଆନ୍ତୁ ଓ Ctrl+V ଦାବନ୍ତୁ ଓ Floating Selection ଉପରେ କ୍ଲିକ୍ କରନ୍ତୁ ଏବଂ Ctrl+H କିମ୍ୱା ଆଙ୍କର୍ ଲେୟର୍ ଦ୍ୱାରା ମୁଁ ମୋର କପୀକୁ ଏଠାକୁ ଆଣିବି
32:20 ଆପଣ ଏହି ଲେୟର୍ ମାସ୍କଗୁଡ଼ିକୁ ମଧ୍ୟ କପୀ କରିପାରିବେ ଏବଂ ମୁଁ ଭାବୁଛି ଏହି ଇମେଜକୁ ଏଠାରେ ଛାଡ଼ି ଦେବି ବୋଲି
32:32 ମୁଁ ଭାବୁଛି ଏହା ବହୁତ ବଢିଆ ଉଦାହରଣ ଏବଂ ଶେଷରେ ଏହି ସ୍ଲାଇଡରଗୁଡ଼ିକ ସହିତ ମୁଁ ଟିକିଏ କାମ କରିବି
32:54 ଚାଲନ୍ତୁ ଏହାକୁ ମନେପକାଇବା
32:57 ଆପଣ ପ୍ରଥମେ ଇମେଜ ଲେୟର୍ କୁ କପୀ କଲେ ଏବଂ Threshold Tool ସହିତ ଏକ Linked Image ତିଆରି କଲେ
33:05 ସେହି ଏରିଆଗୁଡ଼ିକ ଖୋଜିଲେ, ଯାହାକୁ ଆପଣ କଳା କିମ୍ୱା ବହୁତ ଗାଢ ରଖିବାକୁ ଚାହାଁନ୍ତି
33:10 ତା’ପରେ ଆପଣ ପୁଣିଥରେ ବେସ୍ ଇମେଜକୁ କପୀ କଲେ ଏବଂ Edge Detect ସହିତ ଏକ Line Layer ତିଆରି କଲେ ଓ ତା’ପରେ ଆପଣ ଲେୟର୍ ମୋଡ୍ କୁ Multiplyରେ ସେଟ୍ କଲେ
33:29 ଏହି ଲେୟର୍ ରେ ଆପଣ, Levels Tool ଦ୍ୱାରା ଧଳାକୁ ବଦଳାଇ ପ୍ରାୟ 240 ପର୍ଯ୍ୟନ୍ତ ଗ୍ରେ କଲେ
33:42 ତା’ପରେ, ପୁଣିଥରେ ବେସ୍ ଇମେଜକୁ କପୀ କରି ଏକ Colour Layer ତିଆରି କଲେ
33:49 Colour ମୋଡ୍ Colourକୁ ସେଟ୍ କଲେ
33:56 ଏବଂ ଶେଷରେ, ଆପଣ ଶେଷଥର ପାଇଁ ବେସ୍ ଲେୟର୍ କୁ କପୀ କଲେ ଏବଂ ଏକ Saturation Layer ତିଆରି କଲେ. ଏଠାରେ ଆପଣ ଲେୟର୍ ମୋଡ୍ କୁ Saturationରେ ସେଟ୍ କଲେ. ଏବେ ଆପଣ, ବିଭିନ୍ନ ଲେୟର୍ସ କିମ୍ୱା କିଛି ଲେୟର୍ସର Opacity ସହିତ କାମ କଲେ
34:20 ଭିନ୍ନ ଭିନ୍ନ ଭାବରେ ଚେଷ୍ଟା କରନ୍ତୁ. ପରିଣାମଗୁଡ଼ିକ ଭଲ ମିଶ୍ରିତ ଅଟେ, କିନ୍ତୁ କିଛି ବହୁତ ଚମତ୍କାର
34:32 ଅଧିକ ବିବରଣୀ ପାଇଁ http://meetthegimp.orgକୁ ଯାଆନ୍ତୁ ଏବଂ ଯଦି ଆପଣ କିଛି ମତାମତ ପଠାଇବାକୁ ଚାହାନ୍ତି, ତେବେ ଦୟାକରି info@meetthegimp.orgକୁ ଲେଖନ୍ତୁ. ବିଦାୟ
34:49 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

Contributors and Content Editors

PoojaMoolya, Pradeep