GIMP/C2/Adjusting-Colours-Using-Layers/Oriya

From Script | Spoken-Tutorial
Revision as of 12:33, 1 July 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Time – 7:21 Narration
00:22 Meet The GIMPକୁ ସ୍ୱାଗତ. ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି
00:29 ପୂର୍ବ ଏଡିଶନ୍ ରେ, ଏଡିଟିଙ୍ଗ୍ ପରେ ମୁଁ ଏହି ଇମେଜକୁ ଏଠାକୁ ଆଣିଛି
00:33 ଆଉ ଆଜି, ମୁଁ ଭାବୁଛି କଲର୍ ସେଟ୍ କରିବା ପାଇଁ ମୁଁ କିଛି କରିବା ଉଚିତ
00:39 କାରଣ ଏହି ଇମେଜଟି ବହୁତ ସବୁଜ ଦେଖାଯାଉଛି
00:41 କଲର୍ ଆଡଜଷ୍ଟ କରିବା ପାଇଁ ବହୁତ ମାର୍ଗ ଅଛି, ଆଉ ସେଥିରୁ ଗୋଟିଏ ହେଉଛି Curves Tool
00:47 ମୁଁ Tool Boxରେ ଥିବା Curves Tool ଉପରେ କ୍ଲିକ୍ କରି Green Channel ସିଲେକ୍ଟ କଲି ଓ Curveକୁ ତଳକୁ ଭିଡ଼ି ଆଣିଲି
00:55 ଆପଣ ଦେଖିପାରୁଥିବେ ଯେ, କଲର୍ ଚାନେଲ୍ ଓ ଇମେଜରେ ଥିବା କୁହୁଡ଼ି, ପ୍ରକୃତ କୁହୁଡ଼ି ପରି ଦେଖାଯାଉଛି
01:02 ଏବେ ମୋତେ କର୍ଭକୁ ଏପରି ଆଡଜଷ୍ଟ କରିବାକୁ ହେବ, ଯେପରି ମୁଁ ଏମିତି ଏକ ଇମେଜ ପାଇବି, ଯାହା ଗ୍ରେ ହୋଇଥିବ, ଗ୍ରୀନ୍ କିମ୍ୱା ମାଗେଣ୍ଟା ନୁହେଁ
01:13 ମୁଁ Curves Tool ବ୍ୟବହାର କରିବାକୁ ଚାହୁଁନାହିଁ, କାରଣ ଏହା ଇମେଜକୁ ନଷ୍ଟ କରିଦେବ ଏବଂ ମୁଁ ତା’ପରେ ତାହାକୁ ଠିକ୍ କରିପାରିବି ନାହିଁ
01:23 ମୁଁ Undo Tool ବ୍ୟବହାର କରିପାରିବି, କିନ୍ତୁ ତା’ପରେ ମୋତେ ସମସ୍ତ ପଦାଙ୍କକୁ Redo କରିବାକୁ ପଡ଼ିବ
01:28 ତେଣୁ, ମୁଁ ଏପରି କିଛି ରଖିବାକୁ ଚାହୁଁଛି, ଯାହା ଇମେଜକୁ ନଷ୍ଟ କରିବନି ଏବଂ ତାକୁ ମୁଁ ପରେ ଆଡଜଷ୍ଟ କରିପାରିବି
01:34 ଏପରି ଏକ ମାର୍ଗ ଅଛି, ଯାହା Layers ସହିତ ଏକ ସରଳ Filter ବ୍ୟବହାର କରେ
01:39 ତେଣୁ ମୁଁ, ଏଠାରେ Layer ଡାୟଲଗ୍ ଖୋଲିଛି
01:43 ଏଠାରେ ଆପଣ ବ୍ୟାକଗ୍ରାଉଣ୍ଡ ଦେଖିପାରୁଥିବେ, ଯାହା ହେଉଛି ଆମର ମୂଳ ଇମେଜ୍
01:47 ମୁଁ କେବଳ ଗୋଟିଏ ନୂଆ ଲେୟାର୍ ଆଡ୍ କରି Layer Fill Typeରେ White କଲି ଓ ତାହାର ନାମ ଭାବେ Color Correction Green ଦେଲି
01:59 ଏବେ ମୋ ଇମେଜଟି ପୂରା ଧଳା ହୋଇଗଲା, କିନ୍ତୁ ମୁଁ ଲେୟାର୍ ମୋଡ୍ ବଦଳାଇପାରିବି
02:05 Layer Mode ହେଉଛି ଏକ ଅଲଗୋରିଦମ୍, ଯାହା ଦୁଇଟି ଲେୟାର୍ସକୁ ମିଶାଇଥାଏ, ଯଥା ମୂଳ Background ଲେୟାର୍ ଓ ନୂଆ ତିଆରି ହୋଇଥିବା ଲେୟାର୍
02:16 ତେଣୁ, ମୁଁ ଏଠାରେ Multiply Mode ଚୟନ କରିବି
02:22 ଆଉ ଆପଣ ମୂଳ ଇମେଜ ଫେରିପାଇବେ, ତାହା ପୂର୍ବରୁ ଯେପରି ଥିଲା
02:27 Multiply Mode, ବ୍ୟାକଗ୍ରାଉଣ୍ଡର ପିକ୍ସେଲ୍ସକୁ Foreground ପିକ୍ସେଲ୍ସ ସହିତ ଗୁଣନ କରେ ଏବଂ ପରିଣାମକୁ 255 ଦ୍ୱାରା ହରଣ କରେ
02:37 ଏବଂ ଗୋଟିଏ ଦଳା ଛବିରେ, ସମସ୍ତ କଲର୍ ଚାନେଲ୍ସ 255 ଥାଏ; ତେଣୁ 255 ଦ୍ୱାରା ଗୁଣନ ଓ 255 ଦ୍ୱାରା ହରଣ, ପ୍ରାରମ୍ଭିକ ପଏଣ୍ଟ ଦେଇଥାଏ, ଯାହା ହେଉଛି Background
02:52 କିନ୍ତୁ, ମୁଁ ଯଦି ନୂଆ ଲେୟାର୍ ରେ ଗୋଟିଏ ଚାନେଲ୍ ହ୍ରାସ କରୁଛି, ତାହା ବ୍ୟାକଗ୍ରାଉଣ୍ଡରେ ମଧ୍ୟ ହ୍ରାସ ହେବ, କାରଣ 200 ଦ୍ୱାରା ଗୁଣନ ଓ 255 ଦ୍ୱାରା ହରଣ କମ୍ ଦେଇଥାଏ
03:06 ଏବେ, ମୁଁ ଏପରି ଏକ ରଙ୍ଗ ଚୟନ କରିବାକୁ ଚାହୁଁଛି, ଯେଉଁଥିରେ ହ୍ରାସିତ ଗ୍ରୀନ୍ ଚାନେଲ୍ ଥିବ
03:12 ଏଠାରେ ମୋ ପାଖରେ Foreground ଭାବରେ କଳା ଅଛି, ଯାହାକୁ ମୁଁ Background କଲର୍ ଭାବରେ ଓ ଧଳାକୁ Foreground କଲର୍ ଭାବରେ ବଦଳାଇଛି ଏବଂ ଆପଣ ଦେଖିପାରୁଥିବେ ଯେ, ନାଲି, ସବୁଜ ଓ ନୀଳ, ସମସ୍ତ କଲର୍ ଚାନେଲ୍ସର ସମାନ ଭାଲ୍ୟୁ ଅଛି, ଯାହା ହେଉଛି 255
03:31 ସେ ଯାହା ହେଉ, ଏଠାକାର ସ୍ଲାଇଡର୍ ରେ ଥିବା ରଙ୍ଗ ଦ୍ୱାରା ଆପଣ ବିଭ୍ରାନ୍ତ ହୁଅନ୍ତୁ ନାହିଁ
03:36 ଏହା ନୀଳ ନୁହେଁ, ଏହା ହଳଦିଆ ଅଟେ, କିନ୍ତୁ ଏହାକୁ ଯଦି ମୁଁ ଗୋଟିଏ ନିର୍ଦ୍ଦିଷ୍ଟ ପଏଣ୍ଟକୁ ଖସାଉଛି, ଦେଖନ୍ତୁ, ସମସ୍ତ ସ୍ଲାଇଡର୍ସରେ ଥିବା ରଙ୍ଗ ଆପଣା ଛାଏଁ ଛାଏଁ ବଦଳୁଛି
03:50 ଠିକ୍ ଅଛି, ମୁଁ ଏଠାରେ ଥିବା ଗ୍ରୀନ୍ ସ୍ଲାଇଡର୍ କୁ ସିଲେକ୍ଟ କରି ପାଖାପାଖି 211କୁ ନେଉଛି
03:59 ଏବଂ ମୋ ଇମେଜକୁ ମୁଁ ସେହି ରଙ୍ଗ ଭିଡୁଛି, ଯାହାକୁ ମୁଁ ମୋର Foreground କଲର୍ ଭାବରେ ରଖିଛି ଏବଂ ପରିଣାମସ୍ୱରୂପ ମୁଁ ମାଗେଣ୍ଟା ପ୍ରାପ୍ତ କଲି
04:10 କିନ୍ତୁ, Opacity Slider ସାହାଯ୍ୟରେ, ମୁଁ ମୋର ସବୁଜ ହ୍ରାସର ଘନତ୍ୱକୁ ଆଡଜଷ୍ଟ କରିପାରିବି
04:19 ଆଉ ମୁଁ ଯେତେବେଳେ ଜିରୋକୁ ଫେରିଯାଏ, ମୁଁ ପୁରୁଣା ଇମେଜକୁ ପାଏ ଏବଂ ମୁଁ ସ୍ଲାଇଡରକୁ ଉପରକୁ ଭିଡ଼ିଲେ ଇମେଜରେ ଥିବା ଗ୍ରୀନ୍ ଚାନେଲ୍ ହ୍ରାସ ପାଏ ଏବଂ ଇମେଜରେ ମାଗେଣ୍ଟା ପ୍ରାପ୍ତ କରିବାକୁ ମଧ୍ୟ ଏଡ଼ାଏ
04:35 ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ଦେଖାଗଲା
04:38 Layers Tool ବ୍ୟବହାର କରି ମୁଁ, ଯେତେବେଳେ ଚାହିଁବି ପରିବର୍ତ୍ତନ କରିପାରିବି ଏବଂ ପାଇନ୍ ଆଡଜଷ୍ଟମେଣ୍ଟ ମଧ୍ୟ କରିପାରିବି, ଯେତେବେଳେ ତାହା ଉପରେ ଅଧିକ ଲେୟର୍ସ ଥିବ ଏବଂ ତଳେ ଥିବା ଛବିରେ ମୁଁ କିଛି ବଦଳାଇଲେ ମଧ୍ୟ ପରିବର୍ତ୍ତନଟି ରହିବ
04:55 ଏହି ଲେୟାର୍ ରେ ତଥାପି ପରିବର୍ତ୍ତନ ଦରକାର, ଯେହେତୁ ଏହା ଧୂଷର ଦେଖାଯାଉଛି ଏବଂ ଏଥିରେ ମୁଁ ଟିକିଏ ନୀଳ ଯୋଡ଼ିବାକୁ ଚାହୁଁଛି
05:03 ପୁଣିଥରେ ମୁଁ ସେହି ପ୍ରକ୍ରିୟା ପାଳନ କରି ଗୋଟିଏ ନୂଆ ଲେୟାର୍ ତିଆରି କରିବି ଏବଂ ତାକୁ Color Correction Blue ନାମ ଦେବି
05:11 ଏବଂ ଏବେ ମୁଁ ଏଥିରେ ଆଉ ଟିକିଏ ନୀଳ ଦେବାକୁ ଚାହୁଁଛି
05:15 ଇମେଜରେ ନୀଳ ଆଡ୍ କରିବା ପାଇଁ ମୂଁ, Screen Mode ବ୍ୟବହାର କରିବି, ଯାହା Multiply Mode ତୁଳନାରେ ଟିକିଏ ଜଟିଳ
05:24 Screen Modeରେ, ରଙ୍ଗଗୁଡ଼ିକ ପ୍ରଥମେ ଓଲଟିବ ଏବଂ ତା’ପରେ ଗୁଣନ ଓ ହରଣ ହେବ ତଥା ବହୁତ ଜଟିଳ
05:33 ମୁଁ ଏବେ Foreground ରଙ୍ଗକୁ କଳାରେ ବଦଳାଇବି ଏବଂ ସିଧାସଳଖ ମୁଁ ଚାହୁଁଥିବା ରଙ୍ଗ ମିଶାଇବି ଏବଂ ମୋତେ ନୀଳରୁ ଆଉ ଟିକିଏ ମିଶାଇବାକୁ ହେବ
05:43 ତେଣୁ, Blue Sliderକୁ ସାମାନ୍ୟ ତଳକୁ ଖସାଇ
05:47 ରଙ୍ଗକୁ ଇମେଜ ମଧ୍ୟକୁ ଟାଣି ଆଣିବି
05:51 ଏଠାରେ, ନୀଳ ରହିବା ଦରକାର, ଯାହା କଳା ପରି ଦେଖାଯାଉଛି, ମାତ୍ର ବହୁତ ଗାଢ ନୀଳ ଅଟେ
05:59 ଏଠାରେ ଥିବା ଇମେଜକୁ ଦେଖନ୍ତୁ ଏବଂ ମୁଁ ଯେତେବେଳେ ଏହାକୁ Off କରିବି, ଆପଣ ପରିବର୍ତ୍ତନ ଦେଖିବେ
06:04 ଏହି ଇମେଜ୍ ନିଶ୍ଚିତ ଭାବେ ନୀଳଭଳି ଅଟେ
06:08 ମୁଁ ଉଭୟ ନୂଆ ଲେୟାରକୁ ବନ୍ଦ କରିପାରିବି ଏବଂ ସେଥିରୁ ଆପଣ ପ୍ରାରମ୍ଭିକ ପଏଣ୍ଟ ପାଇବେ
06:13 ମୁଁ ଯେତେବେଳେ ପ୍ରଥମ ଲେୟାର ଉପରେ କ୍ଲିକ୍ କରିବି, ଆମେ ସବୁଜର ହ୍ରାସିତ ଚାନେଲ୍ ଦେଖିପାରିବା ଏବଂ ଯେତେବେଳେ 2ୟ ଲେୟାର୍ ଉପରେ କ୍ଲିକ୍ କରିବି, ଏହା ସାମାନ୍ୟ ନୀଳ ରଙ୍ଗ ମିଶାଇବ
06:22 ମୁଁ ଭାବୁଛି, ଏଥିରେ ଅଧିକ ନୀଳ ଅଛି. ତେଣୁ ମୁଁ, Opacityକୁ ହ୍ରାସ କରିବି
06:27 ମୁଁ ଭାବୁଛି, ଏହା ବହୁତ ବଢ଼ିଆ ଦେଖାଗଲା
06:30 ମୁଁ ଏହାକୁ ପରେ ଆଡଜଷ୍ଟ କରିପାରିବି, ସବୁ ସମୟରେ
06:33 Layers Tool ବହୁତ ଶକ୍ତିଶାଳୀ, କାରଣ ଆପଣ ଲେୟାର୍ ଉପରେ ଲେୟାର୍ କ୍ରିଏଟ୍ କରିପାରିବେ ଏବଂ ପ୍ରତ୍ୟେକ ଲେୟାରରେ ପିକ୍ସେଲ୍ସ ବଦଳାଇପାରିବେ, ଯାହା ତଳ ଲେୟାରରୁ ଆସୁଥିବ
06:44 ସଂଶୋଧନର ସମ୍ଭାବନା ସୀମାହୀନ ଅଟେ ଏବଂ ଏହାକୁ ଆପଣ ଯେତେବେଳେ ଚାହିଁବେ କରିପାରିବେ
06:51 ବୋଧହୁଏ ଏଠାରେ ଆପଣ, ଭଲ ରଙ୍ଗ ପାଇବା ପାଇଁ ଓପାସିଟୀ ସ୍ଲାଇଡରକୁ ଟିକିଏ ତଳକୁ ଖସାଇପାରିବେ ଏବଂ ଏହିସବୁ ସ୍ଲାଇଡର୍ସ ସହିତ ଖେଳିପାରିବେ, ଯାହା ଏଠାରେ ରଙ୍ଗ ବଦଳାଇବାର ଯଥେଷ୍ଟ ସମ୍ଭାବନା ଦେବ
07:05 ମୁଁ ଭାବୁଛି, ମୋତେ ଏକ ବିଶେଷ ଶୋ’ରେ Layers Tool ର ସବିଶେଷ କଭର୍ କରିବାକୁ ହେବ, ମାତ୍ର ଆଜି ପାଇଁ ଏତିକି ଯଥେଷ୍ଟ
07:13 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଏବଂ ଆଉଥରେ ଦେଖାହେବାର ଆଶା କରୁଛି

Contributors and Content Editors

PoojaMoolya, Pradeep