Difference between revisions of "Drupal/C3/People-Management/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:01 | Drupal People Management ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ...")
 
Line 10: Line 10:
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 
| People Management ଓ
 
| People Management ଓ
- ନିର୍ଦ୍ଦିଷ୍ଟ ଟାସ୍କ ଆଧାରିତ ରୋଲ୍ସ ସେଟ୍ କରିବା
+
ନିର୍ଦ୍ଦିଷ୍ଟ ଟାସ୍କ ଆଧାରିତ ରୋଲ୍ସ ସେଟ୍ କରିବା
 
|-
 
|-
 
|00:14
 
|00:14

Revision as of 10:47, 19 September 2016

Time Narration
00:01 Drupal People Management ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, People Management ଓ

ନିର୍ଦ୍ଦିଷ୍ଟ ଟାସ୍କ ଆଧାରିତ ରୋଲ୍ସ ସେଟ୍ କରିବା

00:14 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
  • ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍
  • Drupal 8 ଓ
  • Firefox ୱେବ୍ ବ୍ରାଉଜର୍

ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ

00:29 ଚାଲନ୍ତୁ, People Management ବିଷୟରେ ଶିଖିବା
00:31 ମୁଁ, Zircon Themeକୁ ଫେରିଯାଇଛି ଓ ଆମେ, ଏହି ଟ୍ୟୁଟୋରିଆଲ୍ ର ଅବଶିଷ୍ଟ ପାଇଁ ଏହି Themeକୁ ରଖିବା
00:39 People Management ପ୍ରକୃତରେ ବହୁତ ମହତ୍ୱପୂର୍ଣ୍ଣ
00:42 ସଟିକ୍ ପ୍ରାପ୍ତ କରିବା ପାଇଁ ଏହା ପ୍ରକୃତରେ ବହୁତ ଜଟିଳ
00:46 ଆମକୁ, ଏହାକୁ କେବଳ ଥରେ ହିଁ କରିବାକୁ ହେବ, କିନ୍ତୁ ସଟିକ୍ ଭାବରେ
00:50 People ଉପରେ କ୍ଲିକ୍ କରନ୍ତୁ
00:53 Drupalରେ Peopleକୁ Roles ଦିଆଯାଇଛି, ଯେଉଁଥିରେ Permissions ଅଛି
00:58 Permission Structure ମାଧ୍ୟମରେ Drupal, ଲୋକମାନେ କ’ଣ ଦେଖିପାରିବେ ଓ କରିପାରିବେ, ତାହା ନିୟନ୍ତ୍ରଣ କରିବା ପାଇଁ ଆମକୁ ଅନୁମତି ଦେଇଥାଏ
01:06 ଏବେ ଏଠାରେ, କିଛି ଜିନିଷ ମନେରଖିବା ଜରୁରୀ
01:10 ମନେରଖନ୍ତୁ ଯେ, ଆପଣ ହେଉଛନ୍ତି User No. 1 - ଯାହା ହେଉଛି Super User
01:15 ଆପଣଙ୍କ Permissions କେହି ବଦଳାଇପାରିବେ ନାହିଁ
01:18 ତା’ ତଳେ ଏକ ୟୁଜର୍ ଅଛି, ଯାହାକୁ Administrator କୁହାଯାଏ
01:23 Administratorକୁ ସାଧାରଣତଃ, ସମଗ୍ର ସାଇଟ୍ ପରିଚାଳନା କରିବାକୁ Permissions ଦିଆଯାଇଥାଏ
01:29 ତଥାପି ତାହା, User No. 1 ପରି ବଡ଼ ନୁହେଁ
01:33 ନିର୍ଦ୍ଦିଷ୍ଟ ଅଧିକାର ଥିବା ଲଗ୍ ଇନ୍ କରିଥିବା ଲୋକମାନଙ୍କୁ Authenticated Users କୁହାଯାଏ
01:39 ଶେଷରେ, Anonymous Users ହେଉଛନ୍ତି ଭିଜିଟର୍ ମାନେ, ଯେଉଁମାନେ ଲଗ୍ ଇନ୍ ହୋଇନଥିବେ
01:45 ସାଧାରଣତଃ, Anonymous Users, କେବଳ ପ୍ରୋଟେକ୍ଟ ହୋଇନଥିବା କଣ୍ଟେଣ୍ଟ କୁ ଦେଖିପାରିବେ ଓ ଆଉ କିଛି କରିପାରିବେ ନାହିଁ
01:53 ମନେରଖିବା ପାଇଁ ଆଉ ଗୋଟିଏ ମହତ୍ୱପୂର୍ଣ୍ଣ ଜିନିଷ ହେଉଛି, ସାଇଟ୍ ରେ ଟାସ୍କ ପାଇଁ ନିର୍ଦ୍ଦିଷ୍ଟ ରୋଲ୍ସ ସେଟ୍ କରିବା
02:01 ମନେକରନ୍ତୁ, ଆମ ପାଖରେ ସମର୍ ଇଣ୍ଟର୍ନ ଅଛି, ଯାହାକୁ କେବଳ Events ଅପଡେଟ୍ କରିବାକୁ ଅନୁମତି ଅଛି, Article କିମ୍ୱା Pages କିମ୍ୱା User Groups ନୁହେଁ
02:11 ଏହି ସମର୍ ଇଣ୍ଟର୍ନର ନିଜସ୍ୱ ରୋଲ୍ ଥିବା ଦରକାର, ଯେଉଁଥିରୁ ଆପଣ Permissions ପରିଚାଳନା କରିପାରିବେ
02:19 ଆମେ ତାକୁ ବହୁ ଶୀଘ୍ର ସେଟ୍ କରିବା
02:22 ଏବେପାଇଁ, Permissions ଟାବ୍ ରେ କ୍ଲିକ୍ କରିବା
02:26 ଧୀରେ ଧୀରେ ସ୍କ୍ରୋଲ୍ କରି ଦେଖନ୍ତୁ କ’ଣ ଉପଲବ୍ଧ ଅଛି
02:30 ତାଲିକାଟି ଲମ୍ୱା ଓ ଆହୁରି ଲମ୍ୱା ହୋଇଚାଲେ -

ଆମେ ଆଡ୍ କରିଥିବା ପ୍ରତ୍ୟେକ Content Type, ପ୍ରତ୍ୟେକ Module ପାଇଁ ଓ

02:39 ଆମେ ତିଆରି କରିଥିବା ପ୍ରତ୍ୟେକ View ପାଇଁ
02:42 Drupalରେ People Management ହେଉଛି, ଲୋକମାନେ କ’ଣ କରିବେ, ସେହି ବିଷୟରେ
02:46 ଏହାପରେ, ଆମେ ଏକ ନୂଆ ରୋଲ୍ ଆଡ୍ କରିବା, ତାକୁ କେତେକ Permissions ଦେବା ଓ ପରୀକ୍ଷା କରିବା
02:52 Roles ଉପରେ କ୍ଲିକ୍ କରନ୍ତୁ.
02:54 Summer Intern ନାମକ ଏକ ନୂଆ ରୋଲ୍ ଏଠାରେ ଆଡ୍ କରନ୍ତୁ
02:59 ସବୁବେଳ ପରି Drupal, ଏହାକୁ ଏକ ମେସିନ୍ ନାମ ଦେବ
03:03 Save କ୍ଲିକ୍ କରନ୍ତୁ.
03:05 ଏବେ, ଆମ ପାଖରେ ଏକ ନୂଆ ରୋଲ୍ Summer Intern ଅଛି, ଯାହା ପାଖରେ ଏପର୍ଯ୍ୟନ୍ତ କୌଣସି Permissions ନାହିଁ
03:12 ସାମର୍ଥ୍ୟତା କିମ୍ୱା Permissions କ୍ରମରେ ମୁଁ ମୋର ରୋଲ୍ସ ଘୁଞ୍ଚାଇବାକୁ ଚାହୁଁଛି
03:17 ଏକ ଲଜିକଲ୍ କ୍ରମରେ ରୋଲ୍ ଗୁଡ଼ିକ ଦେଖିବାରେ ଏହା ମୋତେ ସାହାଯ୍ୟ କରିଥାଏ ଯେ, କାହା ପାଖରେ କେଉଁ Permissions ଅଛି
03:24 Save Order କ୍ଲିକ୍ କରନ୍ତୁ
03:27 ଏବେ, ଆମକୁ ଆମର ନୂଆ ରୋଲ୍ କୁ କିଛି Permission ଦେବାକୁ ହେବ
03:31 Permissions ଟାବ୍ ଉପରେ କ୍ଲିକ୍ କରନ୍ତୁ
03:34 ଆମେ ଦେଖିପାରିବା ଯେ, ଏହି ପେଜ୍ ହେଉଛି ସମସ୍ତଙ୍କ Permissionsର ଅବଲୋକନ
03:39 Roles ଟାବ୍ ଉପରେ କ୍ଲିକ୍ କରି କିଛି ସମୟ ପାଇଁ ଫେରିଯିବା
03:44 Summer Intern ଉପରେ କ୍ଲିକ୍ କରି Edit Permissions ସିଲେକ୍ଟ କରନ୍ତୁ
03:51 ଏବେ ଆମେ, Summer Intern ପାଇଁ Permissions ଦେଖିଲେ ଓ ଏହା ଟିକିଏ ସରଳ
03:58 ସ୍କ୍ରୋଲ୍ ଡାଉନ୍ କରି Events ନାମକ Content Type ଖୋଜନ୍ତୁ - ଏହା ମୋ ପାଇଁ ପ୍ରାୟ ଅଧା ବାଟ
04:06 ଏଠାରେ, Summer Intern ନିମ୍ନଲିଖିତ କରିପାରେ -
  • ନୂଆ Events କ୍ରିଏଟ୍
  • ସେଗୁଡ଼ିକର କେବଳ ନିଜସ୍ୱ Events ଡିଲିଟ୍ ଓ
  • ସେଗୁଡ଼ିକର କେବଳ ନିଜସ୍ୱ Events ଏଡିଟ୍
04:18 Summer Internକୁ ଆମେ ନିମ୍ନଲିଖିତ ପାଇଁ ଅନୁମତି ଦେବାନାହିଁ -
  • ଅନ୍ୟ ଲୋକଙ୍କର କଣ୍ଟେଣ୍ଟ ଡିଲିଟ୍ କରିବା ପାଇଁ
  • ରିଭିଜନ୍ସ ଡିଲିଟ୍ କରିବା ପାଇଁ
  • ସେମାନେ କ୍ରିଏଟ୍ କରିନଥିବା କୌଣସି ଅନ୍ୟ Events ଏଡିଟ୍ କରିବା ପାଇଁ
04:30 ଆମେ ସେଗୁଡ଼ିକୁ, ଏକ ପୁରୁଣା ଭର୍ସନ୍ କୁ ଫେରିଯିବା ପାଇଁ ମଧ୍ୟ ଅନୁମତି ଦେବାନାହିଁ
04:37 ଆମେ, ଆମର ଏଡିଟର୍ କୁ ସେହି ବିଶେଷ ଶକ୍ତିମାନ ଦେବା
04:41 ଏହା ହେଉଛି ଏକ ବହୁତ ସୀମିତ ରୋଲ୍
04:44 ଏବେ, ପୂରା ତଳକୁ ସ୍କ୍ରୋଲ୍ କରି Save Permissions କ୍ଲିକ୍ କରନ୍ତୁ
04:50 ଆଉ ପୁଣିଥରେ ଦେଖନ୍ତୁ - ସେଗୁଡ଼ିକ Viewକୁ ଏଡିଟ୍ କରିପାରିବେ ନାହିଁ
04:54 ସେଗୁଡ଼ିକ ବହି ଏଡିଟ୍ କରିପାରିବେ ନାହିଁ, କେହି ଆପ୍ରୁଭ୍ ନକଲେ ସେଗୁଡ଼ିକ କମେଣ୍ଟସ୍ ମଧ୍ୟ ପୋଷ୍ଟ କରିପାରିବେ ନାହିଁ
04:58 ତେଣୁ, ଏହା ହେଉଛି ଏକ ବହୁତ ସୀମିତ ରୋଲ୍. ତୃତୀୟ ପଦକ୍ଷେପ ହେଉଛି ଜଣେ ବ୍ୟକ୍ତିଙ୍କୁ ଆଡ୍ କରିବା
05:06 ଆମେ, ରୋଲ୍ସ ସେଟ୍ କଲେ, Permissions ଆଡ୍ କଲେ
05:11 ଏବେ, ଚାଲନ୍ତୁ ଏକ ୟୁଜର୍ ଆଡ୍ କରିବା. ଆଉ ଏଠାରେ ଆମେ, ଏକ ମିଛ ଇମେଲ୍ ଠିକଣା ଦେଇପାରିବା
05:18 ଏହା ଏକ ବୈଧ ଫର୍ମାଟ୍ ରେ ରହିବା ଦରକାର
05:22 ମୁଁ ଟାଇପ୍ କରିବି intern@email.com, କାରଣ, ଆମେ ପ୍ରକୃତରେ ସେମାନଙ୍କୁ ଇମେଲ୍ କରିବାକୁ ଯାଉନେ
05:31 Usernameରେ ଆମେ, Sam ଟାଇପ୍ କରିବା ଓ Sam କୁ ହିଁ Password ଭାବରେ ମଧ୍ୟ ବ୍ୟବହାର କରିବା
05:38 ଏହା ବହୁତ ଅସୁରକ୍ଷିତ Password. କିନ୍ତୁ, ଏହା ଏବେ ପାଇଁ ଠିକ୍ ଅଛି, ଯେହେତୁ ଏହା ଏକ ଲୋକଲ୍ ମେସିନ୍
05:47 ଆମେ Statusକୁ Activeରେ ବଦଳାଇବା
05:51 ଓ ତା’ପାଖରେ Summer Intern ରୋଲ୍ ରହିବା ଉଚିତ
05:53 ଯଦି ଆମେ ଚାହିଁବା, ତେବେ ପିକଚର୍ ମଧ୍ୟ ଆଡ୍ କରିପାରିବା
05:56 ଏବେପାଇଁ ଆମେ, Personal Contact Form ବନ୍ଦ କରିଦେବା, କାରଣ Summer Internକୁ ଯୋଗାଯୋଗ କରାଯିବାର ଆବଶ୍ୟକତା ନାହିଁ
06:06 ଶେଷରେ, Create My Account କ୍ଲିକ୍ କରନ୍ତୁ
06:10 ସଫଳତା ମେସେଜ୍ ଆମକୁ କୁହେ ଯେ, Sam ପାଇଁ ଆମର ଆକାଉଣ୍ଟ କ୍ରିଏଟ୍ ହୋଇଗଲା ଓ କୌଣସି ମେଲ୍ ପଠାଯାଇନାହିଁ
06:17 ତେଣୁ, ଏବେ ଆମର ୟୁଜର୍ ସୂଚୀରେ ଆମେ Sam ଦେଖିପାରିବା
06:21 ଯେତେବେଳେ ଆମେ ଏହିପରି ନୂଆ ୟୁଜର୍ ସେଟ୍ କରେ, ଏକ ବହୁତ ମହତ୍ୱପୂର୍ଣ୍ଣ ଜିନିଷ ହେଉଛି, ଏହାକୁ ପରୀକ୍ଷା କରିବା
06:29 ଚାଲନ୍ତୁ, ଲଗ୍ ଆଉଟ୍ କରି Sam ଭାବରେ ଲଗ୍-ଇନ୍ କରିବା ଓ ପରୀକ୍ଷା କରିବା
06:33 କିନ୍ତୁ, ସମସ୍ୟା ହେଉଛି - ଯଦି Sam ପ୍ରକୃତ ୟୁଜର୍ ଥିବ ଓ ସେ ତା’ ପାସୱର୍ଡ ବଦଳାଇଦେବା ପାଇଁ ଚିନ୍ତା କରିଥିବ, ତେବେ କ’ଣ ହେବ?
06:41 ଆମେ ଅନ୍ୟମାନଙ୍କର ଆକାଉଣ୍ଟ ଯାଞ୍ଚ କରିବା ସମୟରେ ମନଇଚ୍ଛା ଅନ୍ୟ ଲୋକମାନଙ୍କର ପାସୱର୍ଡ ବଦଳାଇପାରିବା ନାହିଁ
06:48 ଏହା ନୈତିକତା ନୁହେଁ
06:49 drupal.org/project/masqueradeରେ ଗୋଟିଏ ବଢ଼ିଆ Module ଅଛି
06:55 Masquerade Module ଆମକୁ ଠିକ୍ ତାହା କରିବାକୁ ଅନୁମତି ଦେଇଥାଏ, ଯାହା ସିଏ କହେ - ଅନ୍ୟ କାହାପରି Masquerade
07:03 ଆମେ, ସେଗୁଡ଼ିକର Permissions ଠିକ୍ ଭାବେ ସେଟ୍ କରିଛେ କି ନାହିଁ ଜାଣିବା ପାଇଁ Summer Intern ଭାବେ ଆମେ Masquerade କରିପାରିବା
07:10 ମୁଁ, ମୋ ମେସିନ୍ ରେ Masquerade Module ଇନଷ୍ଟଲ୍ କରିସାରିଛି.
07:14 ଦୟାକରି ତାକୁ ନିଜ ମେସିନ୍ ରେ ମଧ୍ୟ ଇନଷ୍ଟଲ୍ କରନ୍ତୁ
07:18 ନୂଆ Modules ଇନଷ୍ଟଲ୍ କରିବା ପାଇଁ ଆପଣ Adding Functionalities Using Modules ଟ୍ୟୁଟୋରିଆଲ୍ ଦେଖିପାରନ୍ତି
07:26 ଆପଣଙ୍କ ସୁବିଧା ପାଇଁ, ଏହି ଟ୍ୟୁଟୋରିଆଲ୍ ର ୱେବ୍ ପେଜ୍ ରେ ଥିବା କୋଡ୍ ଫାଇଲ୍ସ ଲିଙ୍କ୍ ରେ Masquerade Module ପ୍ରଦାନ କରାଯାଇଛି
07:34 ଦୟାକରି ଏହାକୁ ଡାଉନଲୋଡ୍ କରି ଇନଷ୍ଟଲ୍ କରନ୍ତୁ
07:37 ଥରେ ଏହା ଇନଷ୍ଟଲ୍ ହୋଇଯିବା ପରେ, Login ଏରିଆରେ ଆପଣ ଏକ ନୂଆ ଲିଙ୍କ୍ Unmasquerade ଦେଖିପାରିବେ
07:43 Masquerade ବ୍ୟବହାର କରିବା ପାଇଁ People Pageକୁ ଯାଆନ୍ତୁ
07:48 Sam ୟୁଜର୍ ର Edit ଡ୍ରପ୍-ଡାଉନ୍ ଉପରେ କ୍ଲିକ୍ କରନ୍ତୁ ଓ Masquerade As ସିଲେକ୍ଟ କରନ୍ତୁ
07:55 ଧ୍ୟାନଦିଅନ୍ତୁ ଯେ, Sam ଭାବେ ଆମେ Masquerade କରିବା କ୍ଷଣି. Toolbarଗୁଡ଼ିକ ଚାଲିଗଲା
08:01 ଏହାର କାରଣ ହେଉଛି, Administrator Toolbars ବ୍ୟବହାର କରିବା ପାଇଁ ୟୁଜର୍ Samର ରୋଲ୍ ପାଖରେ Permissions ନାହିଁ
08:08 ଆମେ ଯେତେବେଳେ Add Content ଉପରେ କ୍ଲିକ୍ କରେ, ଆମେ କେବଳ Event କ୍ରିଏଟ୍ କରିବାକୁ ସକ୍ଷମ ଅଟୁ. ଏପର୍ଯ୍ୟନ୍ତ ସବୁ ଠିକ୍ ଅଛି
08:17 ଯଦି ଆମେ ଆମର Drupal Manual ଉପରେ କ୍ଲିକ୍ କରି Installing Drupal ଉପରେ କ୍ଲିକ୍ କରିବା, ଆମେ ଏଡିଟ୍ କରିପାରିବା ନାହିଁ
08:23 ସେଠାରେ କୌଣସି ଟାବ୍ସ ନାହିଁ
08:25 ସମାନ ଜିନିଷ ହେବ, ଯଦି ଆମେ Forumsକୁ ଯିବା
08:29 ଆଉ ପୁଣିଥରେ, ଆମେ ଏଡିଟ୍ କରିପାରିବା ନାହିଁ
08:32 ଆମେ ଏକ Comment ଛାଡ଼ିପାରିବା. କିନ୍ତୁ, ତାହା ଆପେ ଆପେ ଆପ୍ରୁଭ୍ ହେବନାହିଁ
08:38 ପୁଣିଥରେ, ଆମେ Event ଉପରେ କ୍ଲିକ୍ କରିପାରିବା, କିନ୍ତୁ ତାହାକୁ ଏଡିଟ୍ କିମ୍ୱା ଡିଲିଟ୍ କରିପାରିବା ନାହିଁ
08:45 ଆମର Permissions ଠିକ୍ ଅଛି ବୋଲି ଜଣାପଡୁଛି
08:47 Unmasquerade Link ଉପରେ କ୍ଲିକ୍ କରି ଏବେ Administrator Roleକୁ ଫେରିଯିବା
08:54 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
08:57 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ, People Management ଓ ଏକ ନୂଆ ୟୁଜର୍ ଆଡ୍ କରିବା ବିଷୟରେ ଶିଖିଲେ
09:15 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
09:25 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
09:29 ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
09:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
09:40 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
09:52 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep, Pratik kamble