Drupal/C3/Installing-an-Advanced-Theme/Oriya

From Script | Spoken-Tutorial
Revision as of 16:16, 20 September 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ଏକ Advanced Theme ଇନଷ୍ଟଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଏକ Advanced Theme ଇନଷ୍ଟଲ୍ କରିବା ବିଷୟରେ ଶିଖିବା,
00:11 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
  • ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍
  • Drupal 8 ଓ
  • Firefox ୱେବ୍ ବ୍ରାଉଜର୍

ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ

00:26 Adaptive Theme ଓ Omega ହେଉଛି 2ଟି ଚମତ୍କାର Theme Frameworks
00:32 ଚାଲନ୍ତୁ, Adaptive Theme ଉପରେ ନଜର ପକାଇବା
00:35 ଧ୍ୟାନଦିଅନ୍ତୁ ଯେ, Adaptive Theme ହେଉଛି ଏକ Basic Theme
00:39 Adaptive Theme ପାଇଁ ଆପଣଙ୍କୁ ଏକ Sub Theme ବ୍ୟବହାର କରିବାକୁ ପଡ଼ିବ
00:42 Adaptive Theme ଇନଷ୍ଟଲ୍ କରନ୍ତୁ
00:46 ଆପଣ କେତେବେଳେ ଏହି ଭିଡିଓ ଦେଖୁଛନ୍ତି, ତାହା ଉପରେ ଭିତ୍ତିକରି, ଆପଣ ଏଠାରେ, ସବୁଜରେ Drupal 8 ଦେଖିପାରନ୍ତି
00:52 ସବୁଜରେ ଥିବା Drupal 8କୁ ନିଅନ୍ତୁ, ନାଲି ଥିବାଟିକୁ ନୁହେଁ
00:57 tar.gz ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
01:01 Copy Link ଅପ୍ସନ୍ ସିଲେକ୍ଟ କରନ୍ତୁ
01:04 ଆମ ୱେବ୍ ସାଇଟ୍ କୁ ଫେରିଆସନ୍ତୁ
01:06 Appearance ଓ Install New Theme ଉପରେ କ୍ଲିକ୍ କରନ୍ତୁ
01:11 ଏଠାରେ, ଲିଙ୍କକୁ Paste କରି Install ଉପରେ କ୍ଲିକ୍ କରନ୍ତୁ
01:15 ଏବେ, ଆମେ ଏହାକୁ ON କରିବା ନାହିଁ, କାରଣ Adaptive Theme ହେଉଛି ଏକ Base Theme
01:21 ଏବେ, ଏକ Sub-Theme Pixture Reloaded ନେବା
01:25 ସ୍କ୍ରୋଲ୍ ଡାଉନ୍ କରି Drupal 8 ଭର୍ସନ୍ ଖୋଜନ୍ତୁ
01:29 ଯେତେବେଳେ ଆପଣ ଏହି ଭିଡିଓ ଦେଖିବେ, ତାହା ଏଠାରେ, ସବୁଜ ସେକ୍ସନ୍ ରେ ଥିବ
01:34 tar.gz ଲିଙ୍କ୍ ଉପରେ ରାଇଟ୍ କ୍ଲିକ୍ କରି Copy Link ସିଲେକ୍ଟ କରନ୍ତୁ
01:40 ସାଇଟ୍ କୁ ପେରିଯାଆନ୍ତୁ
01:42 Install New Theme ବଟନ୍ ଉପରେ କ୍ଲିକ୍ କରନ୍ତୁ
01:45 ଏଠାରେ, ଲିଙ୍କକୁ Paste କରି Install ଉପରେ କ୍ଲିକ୍ କରନ୍ତୁ
01:50 Install Newly Added Themes କ୍ଲିକ୍ କରନ୍ତୁ
01:55 ତଳକୁ ସ୍କ୍ରୋଲ୍ କରନ୍ତୁ.
01:56 ଆମେ ଏଠାରେ Adaptive Generator ଓ Pixture Reloaded ନାମକ Adaptive Sub-Theme ଦେଖିବା
02:03 Install and set as default କ୍ଲିକ୍ କରନ୍ତୁ
02:07 Settings ଉପରେ କ୍ଲିକ୍ କରନ୍ତୁ
02:09 ଏକ ସରଳ Theme ଓ ନିଜସ୍ୱ Sub-Theme ଥିବା ଏକ Base Theme ମଧ୍ୟରେ ପାର୍ଥକ୍ୟ ଅଛି
02:15 ଏଠାରେ, ପ୍ରାୟ ସବୁକିଛି ପାଇଁ Settings ଅଛି
02:19 ଆମେ ପ୍ରାୟ ଯେକୌଣସିରେ ବଦଳାଇପାରିବା
02:22 ଉଦାହରଣସ୍ୱରୂପ, ଆମେ ରଖିପାରିବା Responsive Menus,
02:26 Googleରୁ Fonts କିମ୍ୱା Typekit,
02:30 Titles ପାଇଁ ପୃଥକ୍ Styles,
02:32 Image Alignment,
02:35 Shortcode CSS Classes,
02:38 Mobile Blocks - ଯାହା ଆମକୁ, ମୋବାଇଲ୍ ଉପକରଣଗୁଡ଼ିକରେ ବ୍ଲକ୍ସ ଲୁଚାଇବାକୁ ଅନୁମତି ଦେଇଥାଏ
02:42 Slideshows ସମର୍ଥିତ ଅଟେ
02:45 Touch Icons, Custom CSS, ଅଧିକ Developer Tools ଓ IE 6ରୁ 8 ପାଇଁ Legacy Browser ସେଟିଙ୍ଗ୍ସ
02:55 ଏହିସବୁକୁ ଦୟାକରି ସାବଧାନପୂର୍ବକ ବ୍ୟବହାର କରନ୍ତୁ. ଅନାବଶ୍ୟକ ସ୍ଥଳେ ସେଗୁଡ଼ିକୁ ଏନାବଲ୍ କରନ୍ତୁ ନାହିଁ
03:01 Extensions ତଳେ, ବାମ ପାନେଲ୍ ରେ, ଆମ ପାଖରେ Responsive Menus, Fonts ଅଛି
03:08 ନିମ୍ନଲିଖିତ ପାଇଁ Image Settings -
  • ARTICLE
  • BOOK PAGE
  • EVENTS
03:13 ଏହା, ସେହି ସମସ୍ତ Content Typesକୁ ଚିହ୍ନେ
03:17 Events ଉପରେ କ୍ଲିକ୍ କରନ୍ତୁ
03:20 ଏହା ଆମକୁ, ଆମର Events Content Typeରେ ଇମେଜଗୁଡ଼ିକୁ ଆଲାଇନ୍ କରିବାକୁ ଅନୁମତି ଦେଇଥାଏ
03:25 ଉଦାହରଣସ୍ୱରୂପ, ଆମେ ସେଗୁଡ଼ିକ ସର୍ବଦା ବାମ କିମ୍ୱା ଡାହାଣପଟେ ଫ୍ଲୋଟ୍ କରାଇବାକୁ ଚାହିଁଭା
03:32 ବାମ ପାନେଲ୍ ରେ - Short Codes ଓ Markup Overrides ଅଛି
03:37 ଏଠାରେ, ତଳେ, ଅଧିକ ଅପ୍ସନ୍ସ ଅଛି
03:40 ପ୍ରଥମେ Layouts ଓ ତା’ପରେ Page (Default) ଉପରେ କ୍ଲିକ୍ କରନ୍ତୁ
03:44 ଏବେ, Wide ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
03:47 ଏହା ଆମକୁ, Block Regions ସହିତ ସମସ୍ତ Layouts ସେଟ୍ କରିବାକୁ ଅନୁମତି ଦେବା ସହ

ଠିକ୍ ଏଠାରେ, Theme ଭିତରେ Media Queries ମଧ୍ୟ ପରିଭାଷିତ କରିଥାଏ

03:56 ଏହାକୁ ସଠିକ୍ ଭାବେ ସେଟ୍ କରିବା ପାଇଁ ଆମକୁ କିଛି ସମୟ ଦରକାର
04:01 ଏବେ, Color Scheme ଉପରେ କ୍ଲିକ୍ କରନ୍ତୁ
04:03 ସେଥିରେ ଅନେକ ପୂର୍ବ ନିର୍ଦ୍ଧାରିତ କଲର୍ ସ୍କିମ୍ସ ଅଛି
04:07 କିନ୍ତୁ, ଯଦି ଆପଣଙ୍କୁ ସେଥିସହିତ ଆସୁଥିବା କଲର୍ ଟି ପସନ୍ଦ ନାହିଁ, ତେବେ ଆପଣ ନିଜସ୍ୱ Color Scheme ତିଆରି କରିପାରିବେ
04:13 ଶେଷରେ, ସେଥିରେ ସାଧାରଣ Basic Settings ରହିଛି
04:17 ଆମର Drupal ସାଇଟ୍ ପାଇଁ ଏହା ଏକ ବହୁତ ବଢ଼ିଆ Base Theme ଓ Sub-Theme
04:23 ଆମେ ପ୍ରକୃତରେ ଏଠାରେ କିଛି ପରିବର୍ତ୍ତନ କରିନାହେଁ
04:26 ହେଲେ, ଚାଲନ୍ତୁ ଆମର Home Page ଉପରେ ନଜର ପକାଇବା
04:30 ଆମର Home Page ପାଇଁ ଆମେ ଏକ ପୂରା ନୂଆ ଲୂକ୍ ଓ ଫୀଲ୍ ଦେଖିପାରୁଛେ
04:33 Structureକୁ ଯାଇ ଆମର Block Layout ଯାଞ୍ଚ କରିବା
04:38 ଆମେ, Sub-Theme Pixture Reloaded ବ୍ୟବହାର କରିଛେ
04:42 ଏଠାରେ କୌଣସି Sidebar Regions ନାହିଁ
04:45 Pixture Reloadedରେ ଥିବା ପ୍ରତ୍ୟେକ ଜିନିଷ ଏହିଭଳି ସୂଚୀବଦ୍ଧ ହୋଇଛି
04:50 ବୋଧହୁଏ, ଏହା ଆମର ପ୍ରଦର୍ଶନ ପାଇଁ ଉତ୍ତମ ପସନ୍ଦ ନୁହେଁ. ମାତ୍ର, ଏହା କେତେ ଶକ୍ତିଶାଳୀ, ତାହାର ଆଇଡିଆ ଆପଣ ପାଇବେ
04:58 ଏହି Advance Theming Engine ବ୍ୟବହାର କରି ଆମେ, ଭିତରକୁ ଯାଇପାରିବା ଓ ସେହି ସମସ୍ତ ଅପ୍ସନ୍ସ ସେଟ୍ କରିପାରିବା
05:04 ତାହା ହେଉଛି Theme Framework - Adaptive Theme ଓ Pixture Reloaded
05:10 ସେଗୁଡ଼ିକୁ ଭଲ ଭାବରେ ବୁଝିବା ପାଇଁ ଆପଣ ସେହିସବୁ ସହିତ କାମ କରିପାରିବେ
05:15 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
05:17 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ଏକ Advanced Theme ଇନଷ୍ଟଲ୍ କରିବା ବିଷୟରେ ଶିଖିଲେ
05:33 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
05:42 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
05:49 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
05:57 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ

NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ

06:08 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep