Drupal/C3/Finding-and-Evaluating-Modules/Oriya

From Script | Spoken-Tutorial
Revision as of 20:55, 15 September 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Finding and Evaluating Modules ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
  • ଗୋଟିଏ Module ଖୋଜିବା ଓ
  • ଗୋଟିଏ Module ମୂଲ୍ୟାଙ୍କନ କରିବା
00:15 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
  • ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍
  • Drupal 8 ଓ
  • Firefox ୱେବ୍ ବ୍ରାଉଜର୍

ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ

00:29 ପୂର୍ବ ଶୃଙ୍ଖଳାଗୁଡ଼ିକରେ ଆମେ, Modules ମାଧ୍ୟମରେ ଗୋଟିଏ ୱେବ୍ ସାଇଟ୍ ଏକ୍ସଟେଣ୍ଡ କରିବା ବିଷୟରେ ଶିଖିଥିଲେ
00:34 ଆଉ, Drupal ସହିତ ଆସୁଥିବା କିଛି Modules ମଧ୍ୟ କଭର୍ କରିଥିଲେ
00:38 ଆମେ, କୋର୍ସରେ ପୂର୍ବରୁ ହିଁ Module Devel ଇନଷ୍ଟଲ୍ କରିସାରିଛେ
00:43 କିନ୍ତୁ ଏବେ ଆମେ, ବଢ଼ିଆ Modules କିପରି ଖୋଜାଯାଏ ଓ ମୂଲ୍ୟାଙ୍କନ କରାଯାଏ, ତାହା ଶିଖିବା
00:48 drupal.org/project/modulesକୁ ଯାଆନ୍ତୁ
00:53 ଏଠାରେ, Drupal ପାଇଁ ପ୍ରାୟ 18000 Modules ଉପଲବ୍ଧ ଅଛି
00:58 ଦୟାକରି ଧ୍ୟାନଦିଅନ୍ତୁ ଯେ, ଗୋଟିଏ Drupal Module, କେବଳ Drupalର ସେହି ବର୍ସନ୍ ସହିତ କାମ କରେ, ଯେଉଁଥିପାଇଁ ତାହା ଉଦ୍ଦିଷ୍ଟ
01:05 ତେଣୁ ଆମକୁ, ଆମେ ବ୍ୟବହାର କରୁଥିବା Drupalର ଭର୍ସନ୍ ସହିତ Core Compatibility ଅପଡେଟ୍ କରିବାକୁ ପଡ଼ିବ
01:12 Drupal 8 ରିଲିଜ୍ ହେବା ପୂର୍ବରୁ ଏହି ଟ୍ୟୁଟୋରିଆଲ୍ ରେକର୍ଡ କରାଯାଇଥିଲା.

ଯଦି ଆମେ Drupal 8 ପାଇଁ ଦେଖିବା, ତେବେ ଆମ ସର୍ଚ ସହିତ କେବଳ 1000 ମଡ୍ୟୁଲ୍ସ ମ୍ୟାଚ୍ ହେଉଥିବାର ଦେଖିବା

01:23 ଏହି ଡେମୋ ପାଇଁ ମୁଁ, Modules ବିଷୟରେ କିଛି ବଢ଼ିଆ ଜିନିଷ ଦେଖାଇବା କ୍ରମରେ Drupal 7କୁ ଫେରିଯିବି
01:30 Search କ୍ଲିକ୍ କରନ୍ତୁ. Drupal 7 ପାଇଁ 11,000 Modules ଅଛି. ତାହା ବହୁତ ବଡ଼ ବ୍ୟବଧାନ
01:38 ସମଯ ସହିତ, Drupal 8 Modules ସଂଖ୍ୟାର ଦ୍ରୁତ ବୃଦ୍ଧି ଆମେ ଦେଖିବା
01:42 ଇତିମଧ୍ୟରେ, ଭଲ Modules କିପରି ମୂଲ୍ୟାଙ୍କିତ କରାଯାଏ, ଚାଲନ୍ତୁ ଶିଖିବା
01:47 ଏହି ପେଜ୍ ରେ, ଆମେ ବ୍ୟବହାର କରୁଥିବା Drupal ଭର୍ସନ୍ ର Core Compatibility ଉପରେ ଚାଲନ୍ତୁ ଫିଲ୍ଟର୍ କରିବା.

Most Installed କିମ୍ୱା Most Popular ଦ୍ୱାରା ସୂଚୀଟି କ୍ରମବଦ୍ଧ ହେଲା

01:59 Chaos Tool Suit ବା CTools ଓ Views ହେଉଛି, Drupalର ସର୍ବକାଳ ଲୋକପ୍ରିୟ Modules.
02:07 Views ଉପରେ କ୍ଲିକ୍ କରନ୍ତୁ
02:09 ଉତ୍ତମ Modulesର ମୂଲ୍ୟାଙ୍କନ କରିବା ପାଇଁ 3ଟି ସରଳ ପଦାଙ୍କ ଅଛି
02:14 ମନେକରନ୍ତୁ, ଡ୍ରାଇଭ୍ କରିବା ପାଇଁ ଏକ ନୂଆ Licence ନେବାକୁ କିମ୍ୱା ଗୋଟିଏ କାର୍ ରେଜିଷ୍ଟର୍ କରିବାକୁ ଆମେ Licensing Bureauକୁ ଗଲେ
02:21 ଅଧିକାଂଶ US ଷ୍ଟେଟ୍ସରେ, ଏହାକୁ DMV ବା Department of Motor Vehicles କୁହାଯାଏ.

ତେଣୁ ଆମେ D M ଓ V ମନେରଖିବା

02:34 Dର ଅର୍ଥ ହେଉଛି Documentation, Mର ଅର୍ଥ Maintainers ଓ Vର ଅର୍ଥ ହେଉଛି Versions
02:42 Project Information ଓ Downloads ଅନ୍ତର୍ଗତ ଦିଆଯାଇଥିବା ସୂଚନାକୁ ଦେଖନ୍ତୁ
02:48 ଚାଲନ୍ତୁ, Dରୁ ଆରମ୍ଭ କରିବା. ସର୍ବକାଳର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ Module ହେଉଛି Views
02:53 ପ୍ରକୃତପକ୍ଷରେ, ଏହାକୁ Drupal 8ରେ ମିଶାଯାଇଛି, ଆଉ ଏହି କୋର୍ସରେ ଆମେ ପ୍ରକୃତରେ Viewsକୁ ବହୁତ ବେଶୀ ବ୍ୟବହାର କରିଛେ
03:02 Documentation ପଢ଼ିବା ବ୍ୟତୀତ, ଓପନ୍ ସୋର୍ସରେ, ଗୋଟିଏ Module ଠିକ୍ କି ନୁହେଁ ବୁଝିବା ପାଇଁ ଅନ୍ୟ କୌଣସି ସର୍ଟକଟ୍ ନାହିଁ
03:11 ଗୋଟିଏ Module କ’ଣ କରେ ଜାଣିବା ପାଇଁ ସବୁବେଳେ Documentation ପଢନ୍ତୁ
03:16 ସମସ୍ୟାଗୁଡ଼ିକ କ’ଣ ଜାଣିବା ପାଇଁ ସବୁବେଳେ Documentation ପଢନ୍ତୁ
03:20 Help ଉପଲବ୍ଧ ଅଛି ବୋଲି ଆମେ କିପରି ଜାଣିବା?

Documentation ପଢ଼ନ୍ତୁ

03:25 ଥରେ ଆମେ Module ଇନଷ୍ଟଲ୍ କରିସାରିବା ପରେ, କେଉଁ ଭାଗକୁ ଅନ୍ କରିବାକୁ ହେବ ଜାଣିବା ପାଇଁ ଆମକୁ Documentation ପଢ଼ିବାକୁ ହେବ
03:32 Documentation ପଢ଼ିବା ନିହତି ଜରୁରୀ
03:36 ଦୟାକରି ଧ୍ୟାନଦିଅନ୍ତୁ ଯେ, Open Sourceରେ, ଯଦି Module ଆପଣଙ୍କ ସାଇଟ୍ କୁ ନଷ୍ଟ କରେ, ତେବେ ଅଭିଯୋଗ କରିବା ପାଇଁ କେହି ନାହିଁ
03:42 ଆପଣଙ୍କୁ, Documentation ପଢ଼ିବାକୁ ହେବ, ଆଉ ଏହା ସ୍ଥିର କରିବାକୁ ହେବ ଯେ, ଆପଣ ନିଜ ସାଇଟ୍ ରେ ଯାହା କରିସାରିଛନ୍ତି, ତାହା ସହିତ Moduleଟି ଅନୁକୂଳ କି ନୁହେଁ
03:50 ତେଣୁ, ମୁଁ ଏହା ଉପରେ ବିଶେଷ ଗୁରୁତ୍ୱାରୋପ କରୁନାହିଁ. ନିମ୍ନ ପ୍ରଦତ୍ତ ଉପରେ କ୍ଲିକ୍ କରି ଏହି ସମସ୍ତ ସୂଚନା ପଢ଼ନ୍ତୁ -
  • ଏହି Document Link
  • Issue କ୍ୟୁ
  • ଓ Bug Reposrts
04:01 ଏହି Moduleରେ କ’ଣ ଅଛି ଜାଣିବା ପାଇଁ. ତେବେ, ଏହା ହେଉଛି D
04:06 Mର ଅର୍ଥ ହେଉଛି Maintainers
04:09 ଏହି ନିର୍ଦ୍ଦିଷ୍ଟ Module, Merlinofchaos ଦ୍ୱାରା ଆରମ୍ଭ କରାଯାଇଥିଲା
04:13 ତାଙ୍କ ନାମ ଉପରେ କ୍ଲିକ୍ କଲେ, ଏହା ଆମକୁ ତାଙ୍କ Drupal Profileକୁ ନେଇଯାଏ
04:19 ଏହି କୋର୍ସରେ ଆଗକୁ, ନିଜସ୍ୱ Drupal Profile କିପରି ପାଇବେ, ସେହି ବିଷୟରେ ଶିଖିବା
04:24 ଏଠାରେ ଆମେ ଦେଖିପାରୁଛେ ଯେ, Earl Milesଙ୍କର Drupal Projectରେ ବଡ଼ ଯୋଗଦାନ ରହିଛି - 6300ରୁ ଅଧିକ Commits.

ଆଉ, ସେ ହେଉଛନ୍ତି Chaos Tools ଓ Viewsର ମୁଖ୍ୟ ନିର୍ମତା

04:36 ଏହି ନିର୍ଦ୍ଦିଷ୍ଟ Module ପାଇଁ ଅନେକ ସଂଖ୍ୟକ ଅନ୍ୟ Maintainers ଅଛନ୍ତି
04:42 Modules ସହିତ -
  • କେବଳ ଜଣେ ବ୍ୟକ୍ତି ଏହାକୁ ସମ୍ଭାଳୁଥିବାର କିମ୍ୱା
  • ଗୋଟିଏ Moduleକୁ ଲୋକମାନଙ୍କର ଏକ ସମୂହ ସମ୍ଭାଳୁଥିବାର ଆପଣ ଦେଖିପାରନ୍ତି
04:50 ଉଭୟ ଠିକ୍ ଅଛି
04:53 କିନ୍ତୁ, Module, Mission-Critical ହୋଇଥାଏ ଏବଂ Maintainer ତାହା ସହିତ ଜାରି ରଖିବାରେ ଅସମର୍ଥ ଅଟେ. ତା’ପରେ ଆମେ ସମସ୍ୟାରେ ପଡ଼ିପାରେ
05:00 ତେଣୁ, ସେହି ବିଷୟରେ ବିଚାର କରିବାକୁ ପଡ଼ିବ
05:03 ଶେଷରେ, ତଳେ, Project Information ଓ Versions ବା ଆମର V ଅଛି
05:09 Vର ମେଣ୍ଟେନାନ୍ସ ଷ୍ଟାଟସ୍ ଏବେ Co-Maintainers ଅଟେ. ଆମକୁ ଚିନ୍ତା କରିବାର ନାହିଁ
05:15 Drupal 8ରେ Viewsକୁ ପୂର୍ବରୁ ମିଶାଯାଇସାରିଛି. ସେଗୁଡ଼ିକ ବୋଧହୁଏ, ସେଠାରେ କୌଣସି ସାହାଯ୍ୟ ପାଇଁ ଚାହିଁଛନ୍ତି
05:24 ଏହା, Under Active Development ଅଛି
05:27 ଏହା ପ୍ରାୟ ମିଲିୟନ୍ ୱେବ୍ ସାଇଟ୍ ରେ ଅଛି. ଆଉ, 7 ପଏଣ୍ଟ 6 ମିଲିୟନ୍ ଡାଉନଲୋଡ୍ସ ହୋଇସାରିଛି ବୋଲି ଷ୍ଟାଟସ୍ ଦେଖାଉଛି
05:35 ଏବେ, ଏହା ବହୁତ ଜରୁରୀ. ଯଦି ଏକ Project, Abandoned କିମ୍ୱା ’I've Given Up' କହେ, ତେବେ ସେହି Moduleକୁ ବ୍ୟବହାର କରନ୍ତୁ ନାହିଁ
05:42 ଅବଶ୍ୟ, ଆପଣ ତାକୁ ସବୁବେଳେ ଦେଖିବେ ନାହିଁ
05:46 ସବୁବେଳେ, ନିଜ Drupal Installationର Version ଅନୁସାରେ ହିଁ Moduleର Version ବ୍ୟବହାର କରନ୍ତୁ
05:52 ଏଠାରେ କୌଣସି Drupal 8 Version ନାହିଁ, କାରଣ Views, ଆଗରୁ Coreରେ ରହିସାରିଛି
05:57 କିନ୍ତୁ, ଯଦି ମୁଁ ଗୋଟିଏ Drupal 7 ସାଇଟ୍ ରେ ଏହାକୁ ଇନଷ୍ଟଲ୍ କରୁଛି, ମୁଁ ଏହି ଲିଙ୍କ୍ ରେ କ୍ଲିକ୍ କରିବି ନାହିଁ
06:04 ଏହା ଆମକୁ ସେହି Nodeକୁ ନେଇଯାଏ, ଯାହା ଆମକୁ ଏହି Module ବିଷୟରେ ସୂଚନା ଦେଇଥାଏ
06:09 ତା’ବଦଳରେ tar କିମ୍ୱା zip ଉପରେ ରାଇଟ୍ କ୍ଲିକ୍ କରି Copy Link ଉପରେ କ୍ଲିକ୍ କରନ୍ତୁ
06:15 Devel ଇନଷ୍ଟଲ୍ କରିବା ସମୟରେ ଏହା ଉଲ୍ଲେଖ କରାଯାଇଥିଲା
06:19 ଗୋଟିଏ Module ଆମ ପାଇଁ ଠିକ୍ ବୋଲି କିପରି ସ୍ଥିର କରିବା?
06:23 D M V ପରି ସରଳ
06:26 ଗୋଟିଏ ବାରମ୍ୱାର ପଚରାଯାଉଥିବା ପ୍ରଶ୍ନ ହେଉଛି, ଜଣେ କିପରି ଗୋଟିଏ Module ପାଇବ?
06:31 ଗୋଟିଏ ଅପ୍ସନ୍ ହେଉଛି "drupal ଡଟ୍ org ସ୍ଲାଶ୍ project ସ୍ଲାଶ୍ modulesକୁ ଯାଆନ୍ତୁ
06:37 ଆଉ, Core Compatibility - Categories ଦ୍ୱାରା ଫିଳ୍ଟର୍ କରନ୍ତୁ, ଯେଉଁଥିରେ ଅନେକ ଅଛି
06:42 ଅନ୍ୟଥା, drupal ଡଟ୍ orgରେ ଆମେ ଚାହୁଁଥିବା Modules ପାଇବା ଅସମ୍ଭବ
06:48 ଯଦି ଆପଣ ସେଥିରେ ଭଲ ହୋଇଥା’ନ୍ତି, ତେବେ ସେଗୁଡ଼ିକ ପାଇବାରେ ସକ୍ଷମ ହେବେ. କିନ୍ତୁ, ନୂଆ ୟୁଜରମାନେ, ସେଠାରେ ତାଲିକାଭୁକ୍ତ Modules ଦେଖି ବିଭ୍ରାନ୍ତ ହୋଇପାରନ୍ତି
06:57 ପୁଣିଥରେ, ପ୍ରଶ୍ନ ହେବ - ମୋ ପାଇଁ କେଉଁ Moduleଟି ଠିକ୍?
07:02 Google ହେଉଛି ଆପଣଙ୍କର ସାଙ୍ଗ!
07:04 ଯଦି ଆମେ, Date Field ସହିତ Drupal Module ଚାହୁଁଛେ, ତେବେ କେବଳ ଟାଇପ୍ କରନ୍ତୁ drupal module date
07:10 ଆଉ, ପ୍ରଥମ ଜିନିଷ ଯାହା ଆସିବ, ତାହା ହେଉଛି Date Module
07:13 ଆମେ ତାହା ଜାଣିଛେ, କାରଣ URL ହେଉଛି drupal ଡଟ୍ org ସ୍ଲାଶ୍ project ସ୍ଲାଶ୍ date
07:20 ଯଦି ଆମେ ଏକ Rating System ଚାହୁଁଛେ, ତେବେ କ’ଣ ହେବ?
07:23 ଟାଇପ୍ କରନ୍ତୁ: drupal module rating system
07:26 ଏବେ, ଏଠାରେ ଆମ ପାଖରେ 2ଟି ଅପ୍ସନ୍ସ ଅଛି -
  • Fivestar Rating Module କିମ୍ୱା
  • Star Rating Module
07:34 ଆମ ପାଇଁ କେଉଁଟି ଉତ୍ତମ ହେବ, ତାହା ନିର୍ଦ୍ଧାରଣ କରିବା ପାଇଁ ଆମ ପାଖରେ 2ଟି Modules ଅଛି
07:42 ଯଦି ଆମେ ଏକ Webform ଚାହିଁବା, ତେବେ କ’ଣ କରିବା?
07:45 ପୁଣିଥରେ ଟାଇପ୍ କରନ୍ତୁ - drupal module webform
07:48 ଆଉ ଆମେ, Webform ନାମକ ଏକ ପ୍ରୋଜେକ୍ଟ ପାଇବା
07:52 ପ୍ରାରମ୍ଭିକମାନଙ୍କ ପାଇଁ Modules ଖୋଜିବାକୁ ଏହା ହେଉଛି ସବୁଠାରୁ ଉତ୍ତମ ମାର୍ଗ
07:57 Drupal Module ଓ ଆମ Module କ’ଣ କରିବାକୁ ଆମେ ଚାହୁଁଛୁ, ତାହାର ବିବରଣୀ
08:02 ମୁଁ ଭାବୁଛି, ଏହା ଅତ୍ୟନ୍ତ ସାହାଯ୍ୟକାରୀ ହେବ. ମନେରଖନ୍ତୁ, Modules ଖୋଜିବା ପାଇଁ Google ହେଉଛି ଆପଣଙ୍କର ସାଙ୍ଗ
08:08 କେଉଁ Module ଆପଣଙ୍କ ପାଇଁ ସର୍ବୋତ୍ତମ, ତାହା ବୁଝିବା ପାଇଁ D M ଓ Vକୁ ମନେରଖନ୍ତୁ
08:14 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
08:18 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
  • ଗୋଟିଏ Module ଖୋଜିବା ଓ
  • ଗୋଟିଏ Module ମୂଲ୍ୟାଙ୍କନ କରିବା
08:29 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
08:38 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
08:45 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
08:52 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
09:03 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep