Digital-Divide/C2/First-Aid-on-Fever/Oriya

From Script | Spoken-Tutorial
Revision as of 14:28, 15 June 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:05 ଗାଁ ଝିଅ ମୀନା, କସମସ୍ ଓ କମ୍ପ ଅନୁଭବ କଲା ହେତୁ ସ୍କୁଲରୁ ଘରକୁ ଫେରି ଆସିଲା ଏବଂ ସେ ଥକା ହେଲାଭଳି ଦିଶୁଥିଲା
00:13 ସେ, ଶରୀର ପୀଡା ସହ ମୁଣ୍ଡ ବ୍ୟଥା ମଧ୍ୟ ହେଉଛି ବୋଲି କହୁଥିଲା
00:17 ଚିନ୍ତିତ ମା’ ତା’ର ପାଖକୁ ଆସି ଦେଖିଲେ ଯେ ଶରୀରର ତାପମାତ୍ରା ଅଧିକ ଅଛି
00:24 ବନ୍ଧୁଗଣ, First aid in case of fever ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:30 ଏଠାରେ ଆମେ ଆଲୋଚନା କରିବା: ଜ୍ଵରର ଲକ୍ଷଣଗୁଡିକ, ପ୍ରାଥମିକ ଯତ୍ନ, ଏବଂ ଡାକ୍ତରଙ୍କ ସହ ପରାମର୍ଶ କରିବା
00:37 ଯେ କୌଣସି ବ୍ୟକ୍ତି ଯାହାର ତାପମାତ୍ରା ସାଧାରଣ ତାପମତ୍ରା 96.8 ରୁ 100.4º Farenheit ଅପେକ୍ଷା ଅଧିକ ଥାଏ, ସେ ଜ୍ଵରରେ ପୀଡିତ ବୋଲି କୁହାଯିବ
00:51 ଚାଲନ୍ତୁ ଜ୍ଵରର ଲକ୍ଷଣଗୁଡିକ ଆଲୋଚନା କରିବା
00:54 ତାପମାତ୍ରା ବୃଦ୍ଧି ହେବା
00:57 କଷ୍ଟ ଓ ଯନ୍ତ୍ରଣା
01:00 କସମସ୍ ଲଗିବା ଓ କମ୍ପ ହେବା
01:02 ଭୀଷଣ ମୁଣ୍ଡବ୍ୟଥା ଏବଂ
01:04 ଗଳାରେ ଘା ହେବା
01:06 ମା’, ତା’କୁ କମ୍ପ ହେଉଥିବାର ଦେଖି ଉଷୁମ୍ ରଖିବା ପାଇଁ ପିଲାଟିକୁ ଗୋଟିଏ କମ୍ବଳ ଘୋଡାଇ ପକାଇଲେ
01:14 ଚାଲନ୍ତୁ ଜ୍ଵର ସମୟରେ କ’ଣ କରିବା ଏବଂ କାହାଠୁ ଦୂରରେ ରହିବା ଆବଶ୍ୟକ ଆଲୋଚନା କରିବା
01:19 ରୋଗୀକୁ ସାମାନ୍ୟ ଉଷୁମ୍ ପାଣିରେ ପୋଛାପୋଛି କରିଦେବା ଦରକାର
01:24 ରୋଗୀକୁ ପ୍ରଚୁର ପାଣି ପିଇବାକୁ ଦେବେ
01:27 ବ୍ୟକ୍ତି ବିଶେଷଙ୍କୁ, କମ୍ବଳ କିମ୍ବା ମୋଟା କପଡାରେ ଘୋଡାନ୍ତୁ ନାହିଁ
01:32 ଔଷଧ ନିଜ ମନକୁ ଦିଅନ୍ତୁ ନାହିଁ
01:35 ସର୍ବଦା ଡାକ୍ତରଙ୍କ ସହ ପରାମର୍ଶ କଲାପରେ ଔଷଧ ଦେବେ
01:40 ଶୁଦ୍ଧ ପବନକୁ ରୋକନ୍ତୁ ନାହିଁ
01:43 ବରଂ, ଶୁଦ୍ଧ ବାୟୁ ପ୍ରବାହ ଜ୍ଵରକୁ କମ୍ କରିବାରେ ସାହାଯ୍ୟ କରେ
01:47 ରୋଗୀଠାରେ ନିମ୍ନଲିଖିତ ଲକ୍ଷଣଗୁଡିକ ଦେଖାଦେଲେ, ତୁରନ୍ତ ଡାକ୍ତରୀ ସାହାଯ୍ୟ ନେବା ଆବଶ୍ୟକ:
01:53 ଅନିୟମିତ ଶ୍ଵାସକ୍ରିୟା
01:55 ଗଳା ହଲଚଲ୍ ନହେବା
01:57 ସର୍ବଦା ଗଳାରେ ଯନ୍ତ୍ରଣା
01:59 ନାଲିଦାଗ ହେଇଯିବା
02:02 ବାନ୍ତି, ପରିସ୍ରାରେ ଯନ୍ତ୍ରଣା ଏବଂ ପତଳା ଝାଡା
02:07 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
02:11 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
02:14 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
02:17 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
02:22 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
02:27 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
02:31 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ଲେଖନ୍ତୁ
02:37 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
02:42 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
02:49 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
03:07 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
03:11 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep