CellDesigner/C3/Build-and-Modify-Process-Diagram/Oriya

From Script | Spoken-Tutorial
Revision as of 09:58, 18 February 2018 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration


00:01 ବନ୍ଧୁଗଣ, CellDesignerରେ Build and Modify Process Diagram ଉପରେ ଥିବା ଏହି ଟ୍ୟୁଟୋରିଆଲକୁ ସ୍ଵାଗତ


00:08 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: Macrosର ବ୍ୟବହାର, ଅଂକନ କ୍ଷେତ୍ରରେ ଥିବା କମ୍ପୋନେଣ୍ଟଗୁଡିକୁ ସ୍ଥାନାନ୍ତର କରିବା, ଗୋଟିଏ ସ୍ପିସିଜର ଚାରିପଟେ ଗୋଟିଏ ରିଆକ୍ସନ୍ ଲାଇନକୁ ସଂଯୁକ୍ତ କରିବା,
00:18 ଗୋଟିଏ ରିଆକ୍ସନ ଲାଇନକୁ ଏଲାଇନ୍ କରିବା ସହିତ ପ୍ରସାରିତ କରିବା, ଗୋଟିଏ Product ଓ ଏକ Reactantକୁ ସଂଯୁକ୍ତ କରିବା
00:23 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ Ubuntu Linux OS version 14.04, CellDesigner version 4.3 ଓ Java version 1.7 ବ୍ୟବହାର କରୁଛି
00:35 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣ ନିଶ୍ଚିତରୂପେ ଅଣ୍ଡରଗ୍ରାଜୁଏଟ୍ Biochemistry ଓ CellDesignerର ଇଣ୍ଟରଫେସ୍ ସହିତ ପରିଚିତ ଥିବା ଆବଶ୍ୟକ
00:43 ଯଦି ନାହିଁ ତେବେ ସମ୍ପର୍କୀତ CellDesigner tutorials ପାଇଁ ଦୟାକରି ୱେବସାଇଟ୍ www.spoken-tutorial.orgକୁ ଯା’ନ୍ତୁ
00:51 ଚାଲନ୍ତୁ ଆରମ୍ଭ କରିବା
00:53 ଏଠାରେ Alanine Biosynthesis ପାଇଁ ଥିବା ପାରମ୍ପରିକ ରେଖାଚିତ୍ରରେ ଆପଣ କ’ଣ ଦେଖିପାରୁଛନ୍ତି
00:58 ବର୍ତ୍ତମାନ ଏହି ପ୍ରୋସେସ୍ ଡାୟେଗ୍ରାମକୁ ସୃଷ୍ଟି କରିବା ପାଇଁ CellDesignerକୁ ବ୍ୟବହାର କରନ୍ତୁ
01:02 Ctrl+Alt+T କୀକୁ ଏକ ସଙ୍ଗେ ଦାବି terminalକୁ ଖୋଲନ୍ତୁ
01:09 ବର୍ତ୍ତମାନ ./runCellDesigner4.3 ଟାଇପ୍ କରିବା ସହିତ Enter ଦାବନ୍ତୁ
01:20 ବର୍ତ୍ତମାନ CellDesigner ୱିଣ୍ଡୋ ଆପଣଙ୍କ ଟର୍ମିନଲ୍ ଉପରେ ଖୋଲିଯିବ
01:24 CTRL+Nକୁ ଦାବି ଗୋଟିଏ ନୂତନ ଫାଇଲକୁ ଖୋଲିବା ସହିତ ଏହାକୁ Build ଭାବେ ନାମିତ କରନ୍ତୁ ଏବଂ Process Diagramକୁ ରୂପାନ୍ତର କରନ୍ତୁ
01:34 ଡିଫଲ୍ଟ ଥିବା width ଓ heightକୁ ରଖନ୍ତୁ. ଏବଂ Ok ବଟନ୍ ଉପରେ କ୍ଲିକ୍ କରନ୍ତୁ
01:39 ବର୍ତ୍ତମାନ Macrosଗୁଡିକ କ’ଣ ଚାଲନ୍ତୁ ଜାଣିବା
01:42 Macros, ବହୁଳଭାବେ ବ୍ୟବହୃତ ହେଉଥିବା Componentଗୁଡିକର ସେଟ୍ ଅଟନ୍ତି ଯାହା ରେଖାଚିତ୍ରଗୁଡିକୁ ସହଜରେ ଅଂକନ କରିବାରେ ସାହାଯ୍ୟ କରନ୍ତି
01:47 ଟୂଲବାର୍ ଉପରେ Catalysis ପାଇଁ ଥିବା Macros ଆଇକନ୍ ଉପରେ କ୍ଲିକ୍ କରିବା ସହିତ ଅଂକନ କ୍ଷେତ୍ର ଉପରେ କ୍ଲିକ୍ କରନ୍ତୁ
01:57 ବର୍ତ୍ତମାନ ଆମର ଅଂକନ କ୍ଷେତ୍ର ଉପରେ ଗୋଟିଏ Macros-Catalysis reaction ଅଛି
02:02 ସମସ୍ତ କମ୍ପୋନେଣ୍ଟଗୁଡିକୁ ଅଂକନ କ୍ଷେତ୍ରର ଅନ୍ୟ ପାର୍ଶ୍ଵକୁ ସ୍ଥାନାନ୍ତର କରିବା ବିଷୟରେ ଶିଖିବା
02:08 ଏଥିପାଇଁ Edit ମେନୁ ଉପରେ ଏବଂ ତା’ପରେ Select All ଉପରେ କ୍ଲିକ୍ କରନ୍ତୁ
02:16 ଅନ୍ୟ ଭାବେ ଆପଣ Ctrl + A କୀକୁ ଦାବିପାରିବେ
02:21 ବର୍ତ୍ତମାନ ସମସ୍ତ Componentଗୁଡିକ ହାଇଲାଇଟ୍ ହୋଇଛି
02:24 ବର୍ତ୍ତମାନ ହାଇଲାଇଟ୍ ହୋଇଥିବା କମ୍ପୋନେଣ୍ଟଗୁଡିକର ଯେକୌଣସି ସ୍ଥାନରେ କ୍ଲିକ୍ କରିବା ସହିତ ସେଗୁଡିକୁ ଚାହୁଁଥିବା ସ୍ଥାନକୁ ଡ୍ରାଗ୍ କରନ୍ତୁ
02:30 ଆଗକୁ ବଢନ୍ତୁ
02:32 ହାଇଲାଇଟ୍ ହୋଇଥିବା କମ୍ପୋନେଣ୍ଟଗୁଡିକୁ ଅନଚେକ୍ କରିବା ପାଇଁ ଅଂକନ କ୍ଷେତ୍ରର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
02:37 ପୁନର୍ବାର ଅଂକନ କ୍ଷେତ୍ରରେ ଥିବା Generic Protein S1 ଉପରେ ରାଇଟ୍ କ୍ଲିକ୍ କରନ୍ତୁ
02:43 ତା’ପରେ ବିକଳ୍ପ Change Identity ଉପରେ କ୍ଲିକ୍ କରନ୍ତୁ
02:47 class ବକ୍ସରେ Proteinକୁ Simple Moleculeରେ ପରିବର୍ତ୍ତନ କରନ୍ତୁ
02:53 Nameକୁ 2-keto-isovalerate ଭାବେ ଟାଇପ୍ କରନ୍ତୁ
02:58 ଏବଂ ତା’ପରେ Apply ବଟନ୍ ଉପରେ କ୍ଲିକ୍ କରନ୍ତୁ
03:02 ଡାଇଲଗ୍ ବକ୍ସ The Same Species Existsରେ ଥିବା Noରେ କ୍ଲିକ୍ କରନ୍ତୁ
03:10 ଯାହାହେଉ ଯଦି ଆପଣ ସ୍ପିସିଜର ସମସ୍ତ କମ୍ପୋନେଣ୍ଟଗୁଡିକ ଉପରେ ପରିବର୍ତ୍ତନ ପ୍ରତିଫଳିତ ହେବା ଚାହାଁନ୍ତି ତେବେ Yesରେ କ୍ଲିକ୍ କରନ୍ତୁ. ଏଠାରେ ମୁଁ No କ୍ଲିକ୍ କରିବି
03:20 Generic Protein S1, ବର୍ତ୍ତମାନ 2-keto-isovalerate ନାମକ ଗୋଟିଏ simple molecule ହୋଇଯାଇଛି
03:30 ନାମକୁ ସ୍ଥାପିତ କରିବା ପାଇଁ ମୁଁ ମୋଲିକ୍ୟୁଲକୁ ଡ୍ରାଗ୍ କରିବି
03:34 end-pointର କେନ୍ଦ୍ରରେ ଥିବା Generic protein-S1ରେ ରାଇଟ୍ କ୍ଲିକ୍ କରନ୍ତୁ ଯାହା ଗୋଟିଏ product ଅଟେ
03:42 ଆଇଡେଣ୍ଟିଟୀକୁ Simple Moleculeରେ ପରିବର୍ତ୍ତନ କରିବା ସହିତ ଏହାକୁ Valine ଭାବେ ନାମିତ କରନ୍ତୁ
03:50 Apply ବଟନ୍ ଉପରେ କ୍ଲିକ୍ କରନ୍ତୁ
03:52 ଅଂକନ କ୍ଷେତ୍ର ଉପରେ Valine ଅଛି
03:36 ତା’ପରେ କାଟାଲୀଷ୍ଟ S2କୁ ରିନେମ୍ କରନ୍ତୁ. ଏହା ଉପରେ ରାଇଟ୍ କ୍ଲିକ୍ କରିବା ସହିତ Edit Proteinକୁ ଚୟନ କରନ୍ତୁ
04:06 name ଫିଲ୍ଡରେ Aminotransferase ଟାଇପ୍ କରନ୍ତୁ
04:11 Updateରେ କ୍ଲିକ୍ କରିବା ସହିତ ଡାଇଲଗ ବକ୍ସକୁ ବନ୍ଦ କରନ୍ତୁ
04:16 ନାମକୁ ଠିକ୍ ଭାବେ ସ୍ଥାପିତ କରିବା ପାଇଁ ମୋଲିକ୍ୟୁଲର କୋଣକୁ ଡ୍ରାଗ୍ କରନ୍ତୁ
04:21 ତା’ପରେ ଲିଙ୍କ ହୋଇଥିବା ରିଆକ୍ସନର ଅବସ୍ଥିତିକୁ ପରିବର୍ତ୍ତନ କରନ୍ତୁ
04:25 end-point ସ୍ପିସିଜର କେନ୍ଦ୍ରରେ କ୍ଲିକ୍ କରନ୍ତୁ ଯାହା Valine ଅଟେ ଏବଂ ଚାହୁଁଥିବା ସ୍ଥାନରେ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
04:33 Aminotransferase ସହିତ ସମାନର ପୁନରାବୃତ୍ତି କରନ୍ତୁ
04:37 end-point Species ଗତି କରୁଥିବା ସ୍ଥାନକୁ ଲିଙ୍କ ହୋଇଥିବା ରିଆକ୍ସନଗୁଡିକ ମଧ୍ୟ ସ୍ଥାନାନ୍ତର ହେଉଥିବା ଲକ୍ଷ୍ୟ କରନ୍ତୁ
04:44 ବର୍ତ୍ତମାନ ଗୋଟିଏ speciesର ଚାରିପଟେ ଗୋଟିଏ reaction lineକୁ କିପରି ସଂଯୁକ୍ତ କରିବା ତାହା ଆମେ ଶିଖିବା
04:49 ଗୋଟିଏ Speciesର ଚାରିପଟେ ଥିବା 16 କନେକ୍ସନ୍ ପଏଣ୍ଟଗୁଡିକ ମଧ୍ୟରୁ ଯେକୌଣସିଟିରେ ଏକ Reaction line ସଂଯୁକ୍ତ ହୋଇପାରିବ
04:56 ଏହା କିପରି କରାଯାଏ ମୁଁ ପ୍ରଦର୍ଶନ କରିବି
04:59 CTRL+Nକୁ ଦାବିବା ସହିତ ଗୋଟିଏ ନୂତନ ୱିଣ୍ଡୋକୁ ଖୋଲନ୍ତୁ
05:04 ଏହି ଫାଇଲକୁ Connection points ଭାବେ ନାମିତ କରନ୍ତୁ
05:08 ଡିଫଲ୍ଟ ଥିବା width ଓ heightକୁ ରଖନ୍ତୁ. ଏବଂ Ok ବଟନ୍ ଉପରେ କ୍ଲିକ୍ କରନ୍ତୁ
05:14 ଅଂକନ କ୍ଷେତ୍ର ଉପରେ ଦୁଇଟି generic proteinsର ଅଂକନ କରନ୍ତୁ ଏବଂ ସେଗୁଡିକୁ Protein 1 ଓ Protein 2 ଭାବେ ନାମିତ କରନ୍ତୁ
05:23 ମୁଖ୍ୟ ମେନୁରେ State Transition ପାଇଁ ଥିବା ଆଇକନ୍ ଉପରେ କ୍ଲିକ୍ କରନ୍ତୁ
05:28 ତା’ପରେ ଅଂକନ କ୍ଷେତ୍ରରେ ଥିବା start-point Species, Protein 1 ଉପରେ ମାଉସକୁ ହୋଭର୍ କରନ୍ତୁ
05:36 ସମସ୍ତ 16 କନେକ୍ସନ୍ ପଏଣ୍ଟଗୁଡିକ ଗ୍ରେ କଲରରେ ହାଇଲାଇଟ୍ ହୋଇଥିବା ଲକ୍ଷ୍ୟ କରନ୍ତୁ
05:42 ଧ୍ୟାନଦିଅନ୍ତୁ ଯେ ଯେତେବେଳେ ଏହି କନେକ୍ସନ୍ ପଏଣ୍ଟଗୁଡିକ ମଧ୍ୟରୁ ଗୋଟିକ ଉପରକୁ କର୍ସର୍ ପଏଣ୍ଟ କଲେ ଏହା ନୀଳ ରଙ୍ଗରେ ପରିବର୍ତ୍ତନ ହୋଇଯିବ
05:49 କନେକ୍ସନ୍ ପଏଣ୍ଟଗୁଡିକ ମଧ୍ୟରୁ ଗୋଟିକ ଉପରେ କ୍ଲିକ୍ କରନ୍ତୁ
05:53 ସମାନ ଭାବେ end-point Species ଯାହା Protein 2 ଅଟେ, ଉପରେ ମାଉସକୁ ହୋଭର୍ କରନ୍ତୁ
06:00 ପୁନର୍ବାର ଉପରେ ବର୍ଣନା ହେବା ଭଳି ଆବଶ୍ୟକ କନେକ୍ସନ୍ ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ
06:05 ଚୟନୀତ କନେକ୍ସନ୍ ପଏଣ୍ଟଗୁଡିକ ମଧ୍ୟରେ ଗୋଟିଏ State Transition ରିଆକ୍ସନ୍ ଲାଇନ୍ ସୃଷ୍ଟି ହେବ
06:12 ତା’ପରେ Reaction lineକୁ ଏଲାଇନ୍ କରନ୍ତୁ
06:16 Protein 1 ଓ Protein 2 ମଧ୍ୟରେ ଥିବା State transition reaction line ଉପରେ କ୍ଲିକ୍ କରନ୍ତୁ
06:21 ଧ୍ୟାନଦିଅନ୍ତୁ ଯେ reaction line ଉପରେ ଥିବା ଦୁଇଟି process nodes ହାଇଲାଇଟ୍ ହୋଇଛି
06:27 ଯଦି ଦୁଇଟି process nodes ମଧ୍ୟରୁ ଯେକୌଣସି ଗୋଟିକ ଉପରେ ମାଉସ୍ ହୋଭର୍ କରିବା ଦ୍ଵାରା ଗୋଟିଏ plus ଚିହ୍ନ ଦୃଶ୍ୟମାନ ହେବ
06:34 ଯେକୌଣସି ଗୋଟିଏ process nodes ଉପରେ କ୍ଲିକ୍ କରନ୍ତୁ
06:37 ବର୍ତ୍ତମାନ ଡ୍ରାଗ୍ କରିବା ସହିତ ଆବଶ୍ୟକ connection point ଉପରେ ପଏଣ୍ଟରକୁ ରଖନ୍ତୁ
06:43 ହାଇଲାଇଟ୍ ହୋଇଥିବା କମ୍ପୋନେଣ୍ଟଗୁଡିକୁ ଅନଚେକ୍ କରିବା ପାଇଁ ଅଂକନ କ୍ଷେତ୍ରର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
06:49 reaction lineକୁ ବର୍ଦ୍ଧନ କିମ୍ବା ପ୍ରସାରିତ କରିବା ପାଇଁ ପ୍ରଥମେ ଏହା ଉପରେ କ୍ଲିକ୍ କରନ୍ତୁ
06:54 ବର୍ତ୍ତମାନ start-point କିମ୍ବା end-point Species ଉପରେ ଅବସ୍ଥିତ ଥିବା ଯେକୌଣସି ଗୋଟିଏ process node ଉପରେ କ୍ଲିକ୍ କରନ୍ତୁ
07:01 ଆବଶ୍ୟକ କନେକ୍ସନ୍ ପଏଣ୍ଟ ପ୍ରାପ୍ତ କରିବା ପର୍ଯ୍ୟନ୍ତ ମାଉସକୁ ଡ୍ରାଗ୍ କରିବା ସହିତ reaction lineକୁ ପ୍ରସାରିତ କରନ୍ତୁ
07:07 ଏହି ଠାରୁ ଆମେ Process diagram ସହିତ ଆଗକୁ ବଢିବା
07:12 Build and Modify Process Diagram ୱିଣ୍ଡୋକୁ ଫେରିଆସନ୍ତୁ
07:16 ବିଦ୍ୟମାନ ରିଆକ୍ସନରେ ଗୋଟିଏ Reactant ଓ ଗୋଟିଏ Productକୁ ସଂଯୁକ୍ତ କରନ୍ତୁ
07:21 ଟୂଲବାରରୁ ଦୁଇଟି simple molecules ଉପରେ କ୍ଲିକ୍ କରିବା ସହିତ ଅଂକନ କ୍ଷେତ୍ର ଉପରେ ରଖନ୍ତୁ
07:27 ସେଗୁଡିକୁ Glutamate ଓ 2-Oxoglutarate ଭାବେ ନାମିତ କରନ୍ତୁ
07:36 ସେଗୁଡିକୁ ଡ୍ରାଗ୍ କରିବା ସହିତ Simple moleculesର କଡରେ ରଖନ୍ତୁ: 2-keto-isovalerate ଓ Valine
07:44 ପୂର୍ବେ ବର୍ଣ୍ଣନା କରାଯାଇଥିବା ଭଳି ଅଂକନ କ୍ଷେତ୍ର ଉପରେ କମ୍ପୋନେଣ୍ଟଗୁଡିକୁ ଏଲାଇନ୍ କରନ୍ତୁ
07:49 ପୁର୍ବେ ବର୍ଣ୍ଣନା କରାଯାଇଥିବା ଅନୁସାରେ ମୁଁ ବର୍ତ୍ତମାନ କମ୍ପୋନେଣ୍ଟଗୁଡିକୁ ଏଲାଇନ୍ କରିବା ସମ୍ପୂର୍ଣ କରିଛି
07:55 ଟୂଲବାର୍ ଉପରେ Add Product ପାଇଁ ଥିବା ଆଇକନ୍ ଉପରେ କ୍ଲିକ୍ କରନ୍ତୁ
08:00 ବର୍ତ୍ତମାନ 2-keto-isovalerate ଓ Valine ମଧ୍ୟରେ ଥିବା State Transition ରିଆକ୍ସନ୍ ଉପରେ ମାଉସକୁ ହୋଭର୍ କରନ୍ତୁ
08:07 ହାଇଲାଇଟ୍ ହୋଇଥିବା ପ୍ରୋସେସ୍ ନୋଡ୍ ଉପରେ କ୍ଲିକ୍ କରନ୍ତୁ
08:10 ତା’ପରେ 2-Oxoglutarate ଉପରେ ମାଉସକୁ ହୋଭର୍ କରନ୍ତୁ
08:17 ହାଇଲାଇଟ୍ ହୋଇଥିବା 16 process nodesର ଯେକୌଣସି ଗୋଟିଏ ଉପରେ କ୍ଲିକ୍ କରନ୍ତୁ
08:21 State Transition ଓ 2-Oxoglutarate ମଧ୍ୟରେ ଦୃଶ୍ୟମାନ ହେଉଥିବା ଗୋଟିଏ reaction lineକୁ ଲକ୍ଷ୍ୟ କରନ୍ତୁ
08:29 ସେହିପରି Add Reactant ଆଇକନ୍ ଉପରେ କ୍ଲିକ୍ କରନ୍ତୁ
08:34 Glutamate ଉପରେ ମାଉସକୁ ହୋଭର୍ କରିବା ସହିତ ହାଇଲାଇଟ୍ ହୋଇଥିବା 16 process nodesର ଯେକୌଣସି ଗୋଟିଏ ଉପରେ କ୍ଲିକ୍ କରନ୍ତୁ
08:40 ତା’ପରେ State Transition ରିଆକ୍ସନ୍ ଉପରେ ମାଉସକୁ ହୋଭର୍ କରିବା ସହିତ process node ଉପରେ କ୍ଲିକ୍ କରନ୍ତୁ
08:49 State Transition ଓ Glutamate ମଧ୍ୟରେ ଦୃଶ୍ୟମାନ ହେଉଥିବା ଗୋଟିଏ reaction lineକୁ ଲକ୍ଷ୍ୟ କରନ୍ତୁ
08:55 ବର୍ତ୍ତମାନ ଗୋଟିଏ Reactant ଓ ଗୋଟିଏ Product ସହିତ ଆମ ପାଖରେ ଏକ ସମ୍ପୂର୍ଣ୍ଣ Catalysis ରିଆକ୍ସନ୍ ଅଛି
09:01 ପ୍ରୋସେସ୍ ଡାୟେଗ୍ରାମରେ ଅନ୍ୟ componentଗୁଡିକୁ ସ୍ଥାପିତ କରିବା ପାଇଁ ମୁଁ reactionକୁ ଏଲାଇନ୍ କରିବି
09:09 ଟୂଲବାରରୁ ଆଇକନଗୁଡିକୁ ବ୍ୟାବହାର କରନ୍ତୁ: State Transition, Simple Molecule, Generic Protein ଓ Catalysis
09:18 ଏହା ସମ୍ପୂର୍ଣ୍ଣ ହୋଇଥିବା ପ୍ରୋସେସ୍ ଡାୟେଗ୍ରାମ୍ ଅଟେ
09:22 ଏହାକୁ ଭଲ ଭାବେ ଦେଖିବା ପାଇଁ ମୂଖ୍ୟ ମେନୁ ବାରରେ ଥିବା Viewକୁ ଯିବା ସହିତ Zoom Fitରେ କ୍ଲିକ୍ କରନ୍ତୁ
09:32 ବର୍ତ୍ତମାନ ଆପଣ ସମ୍ପୂର୍ଣ୍ଣ ହୋଇଥିବା Process Diagramକୁ ଦେଖିବେ
09:36 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ Macrosର ବ୍ୟବହାର ଶିଖିଲେ
09:42 ଅଂକନ କ୍ଷେତ୍ରରେ କମ୍ପୋନେଣ୍ଟଗୁଡିକୁ ସ୍ଥାନାନ୍ତର କରିବା, ଗୋଟିଏ ସ୍ପିସିଜର ଚାରିପଟେ ଗୋଟିଏ ରିଆକ୍ସନ୍ ଲାଇନକୁ ସଂଯୁକ୍ତ କରିବା
09:48 ଗୋଟିଏ ରିଆକ୍ସନ୍ ଲାଇନକୁ ଏଲାଇନ୍ କରିବା ସହିତ ପ୍ରସାରିତ କରିବା ତଥା ଗୋଟିଏ Product ଓ Reactantକୁ ସଂଯୁକ୍ତ କରିବା
09:54 ଆସାଇନମେଣ୍ଟ ପାଇଁ: CellDesignerରେ ଥିବା ଟୂଲଗୁଡିକୁ ବ୍ୟବହାର କରି Methionine Biosynthesis ପାଇଁ ଗୋଟିଏ ପ୍ରୋସେସ୍ ଡାୟେଗ୍ରାମ୍ ନିର୍ମାଣ କରନ୍ତୁ

GTP/GD ପାଇଁ Macrosକୁ ଆବିଷ୍କାର କରନ୍ତୁ, Curve ରିଆକ୍ସନ୍ ଲାଇନ୍ କିପରି ସୃଷ୍ଟି କରାଯାଏ ଜାଣନ୍ତୁ

10:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍ ବିଷୟରେ-
10:14 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
10:19 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଦୟାକରି ଏହାକୁ ଡାଉନଲୋଡ୍ କରିଦେଖନ୍ତୁ
10:24 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:29 ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
10:34 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
10:40 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର NMEICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
10:54 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep