CellDesigner/C2/Installation-of-CellDesigner-on-Linux/Oriya

From Script | Spoken-Tutorial
Revision as of 09:51, 18 February 2018 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Installation of CellDesigner on Linux OS ଉପରେ ଥିବା Spoken Tutorialକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ Ubuntu Linux Operating Systemରେ CellDesigner 4.3କୁ ଡାଉନଲୋଡ୍ କରିବା ସହିତ ଇନଷ୍ଟଲ୍ କରିବା
00:18 ଏବଂ CellDesignerର ଅଂକନ କରିବା କ୍ଷେତ୍ରରେ ଗୋଟିଏ Compartment ସୃଷ୍ଟି କରିବା ଶିଖିବା
00:23 ଏଠାରେ ମୁଁ Ubuntu Operating System 14.04, CellDesigner version 4.3 ଓ Java version 1.7 ବ୍ୟବହାର କରୁଛି
00:35 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ଆପଣଙ୍କର Linux Operating Systemରେ ମୌଳିକ କାର୍ଯ୍ୟକାରୀତା ଉପରେ ଜ୍ଞାନ ଥିବା ଆବଶ୍ୟକ
00:42 ଯଦି ନାହିଁ ତେବେ ସମ୍ପର୍କୀତ Linux tutorials ପାଇଁ ଦୟାକରି ୱେବସାଇଟ୍ www.spoken-tutorial.orgକୁ ଯା’ନ୍ତୁ
00:51 CellDesignerକୁ ଇନଷ୍ଟଲ୍ କରିବା ପାଇଁ ନିଜର ୱେବ୍ ବ୍ରାଉଜରକୁ ଖୋଲିବା ସହିତ ପ୍ରଦର୍ଶୀତ URLକୁ ଯା’ନ୍ତୁ
01:00 ଡାହାଣପଟେ ଥିବା Download CellDesigner ବଟନ୍ ଉପରେ କ୍ଲିକ୍ କରନ୍ତୁ
01:07 ଗୋଟିଏ ନୂତନ ୱେବ୍-ପେଜ୍ ଖୋଲିଯିବ
01:09 ତଳକୁ ସ୍କ୍ରୋଲ୍ କରିବା ସହିତ Downloadକୁ ପ୍ରାପ୍ତ କରନ୍ତୁ
01:13 ଏହା Download for Linux 64 bit ଏବଂ Download for Linux 32 bitକୁ ପ୍ରଦର୍ଶିତ କରିବ
01:20 ବର୍ତ୍ତମାନ ଚାଲନ୍ତୁ ଆମ ମେଶିନରେ OS typeର ବିବରଣୀ କିପରି ପ୍ରାପ୍ତ କରିପାରିବା ଦେଖିବା
01:26 ଏଥିପାଇଁ ଆପଣଙ୍କ ମେଶିନର ଉପରିଭାଗସ୍ଥିତ ଡାହାଣପଟ କୋଣରେ ଥିବା System Settings ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:34 କ୍ଲିକ୍ କରିବା ଦ୍ଵାରା System Settings ପେଜ୍ ଖୋଲିଯିବ
01:40 ପ୍ୟାନେଲ୍ System ଅଧୀନରେ ଥିବା Details ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
01:48 ଏଠାରେ Details ନାମକ ଗୋଟିଏ ନୂତନ ୱିଣ୍ଡୋ ଖୋଲିଯିବ. ଆପଣଙ୍କ ମେଶିନର OS type, 64-bit କିମ୍ବା 32-bitକୁ ଯାଞ୍ଚ କରନ୍ତୁ
02:00 ମୋ’ର ମେଶିନ୍ 64 bit ଅଟେ. ବର୍ତ୍ତମାନ ୱିଣ୍ଡୋକୁ ବନ୍ଦ କରିବା ସହିତ ବ୍ରାଉଜରକୁ ଫେରିଆସନ୍ତୁ
02:07 ଗୋଟିଏ ମେଶିନ୍ 32 bit ଥିବା କ୍ଷେତ୍ରରେ 32 bit versionକୁ ଡାଉନଲୋଡ୍ କରନ୍ତୁ
02:14 ଲିଙ୍କ Download for Linux 64 bit ଉପରେ କ୍ଲିକ୍ କରନ୍ତୁ
02:19 ତତକ୍ଷଣାତ୍ ଗୋଟିଏ ନୂତନ ୱିଣ୍ଡୋ ଖୋଲିଯିବ
02:22 ଯେହେତୁ ମୁଁ ଜଣେ ନୂଆ ୟୁଜର୍ ଅଟେ ତେଣୁ ମୁଁ ବିକଳ୍ପ First Time User ଉପରେ କ୍ଲିକ୍ କରିବି
02:26 ଏବଂ ତା’ପରେ Continue ଉପରେ କ୍ଲିକ୍ କରନ୍ତୁ
02:29 ବର୍ତ୍ତମାନ କିଛି ବ୍ୟକ୍ତିଗତ ବିବରଣୀକୁ ପୁରଣ କରିବା ପାଇଁ ପ୍ରମ୍ପ୍ଟ କରାଯାଇଛି
02:33 ଏଗୁଡିକୁ ପୁରଣ କରିସାରିବା ପରେ Download ବଟନ୍ ଉପରେ କ୍ଲିକ୍ କରନ୍ତୁ
02:37 ଗୋଟିଏ ଡାଇଲଗ୍ ବକ୍ସ ଖୋଲିଯିବ. ଏଠାରେ ଥିବା Save File ବଟନ୍ ଉପରେ କ୍ଲିକ୍ କରନ୍ତୁ
02:44 ଏହା ଇଣ୍ଟରନେଟର ବେଗ ଉପରେ ନିର୍ଭର କରି କିଛି ସମୟ ନେବ
02:49 ଥରେ ଫାଇଲ୍ ଡାଉନଲୋଡ୍ ହେବା ପରେ Ctrl+Alt+T କୀଗୁଡିକୁ ଦାବିବା ସହିତ terminalକୁ ଯା’ନ୍ତୁ
02:58 ଡିଫଲ୍ଟ Downloads ଫୋଲ୍ଡର୍ ମଧ୍ୟରେ ମୁଁ ମୋ’ର ଫାଇଲକୁ ଡାଉନଲୋଡ୍ କରିସାରିଛି
03:04 ତେଣୁ ପ୍ରଥମେ ମୁଁ ସେହି ଫୋଲ୍ଡରକୁ ଯିବି. ଟାଇପ୍ କରନ୍ତୁ - cd space Downloads ଏବଂ Enter ଦାବନ୍ତୁ
03:15 ls ଟାଇପ୍ କରିବା ସହିତ Enter ଦାବନ୍ତୁ
03:20 ଏଠାରେ ଆମେ ଡାଉନଲୋଡ୍ କରିଥିବା ଫାଇଲ୍ ଅଛି
03:25 ଯଦି ଆପଣ 32 bit ଇନଷ୍ଟଲରକୁ ଡାଉନଲୋଡ୍ କରିଛନ୍ତି ତେବେ ଫାଇଲର ନାମ 64 ବ୍ୟତିତ 32 ହେବ
03:32 ବର୍ତ୍ତମାନ ଏବେ ଠାରୁ ଟର୍ମିନଲ୍ କମାଣ୍ଡଗୁଡିକରେ ଆପଣଙ୍କ 32 bit installerର ଫାଇଲର ନାମକୁ ବ୍ୟବହାର କରିବା ପାଇଁ ମନେରଖନ୍ତୁ
03:39 ବର୍ତ୍ତମାନ ଫାଇଲର ପରମିସନକୁ ପରିବର୍ତ୍ତନ କରିବାକୁ ହେବ. ତେଣୁ ଟାଇପ୍ କରନ୍ତୁ
03:43 sudo ସ୍ପେସ୍ chmod ସ୍ପେସ୍ 777 ସ୍ପେସ୍ hyphen capital R ସ୍ପେସ୍ CellDesigner hyphen 4.3 hyphen linux hyphen x64 hyphen installer.run
04:08 ଏବଂ Enter ଦାବନ୍ତୁ
04:12 ଯେତେବେଳେ ପ୍ରମ୍ପ୍ଟ କରାଯିବ admin ପାସୱର୍ଡକୁ ଟାଇପ୍ କରିବା ସହିତ Enter ଦାବନ୍ତୁ
04:19 ବର୍ତ୍ତମାନ dot forward slash CellDesigner hyphen 4.3 hyphen linux hyphen x64 hyphen installer.run କୁ ଟାଇପ୍ କରିବା ସହିତ Enter ଦାବି ଫାଇଲକୁ ରନ୍ କରନ୍ତୁ
04:39 Setup wizard ଡାଇଲଗ୍ ବକ୍ସ ଖୋଲିଯିବ
04:43 Next ବଟନ୍ ଉପରେ କ୍ଲିକ୍ କରନ୍ତୁ
04:47 ବିକଳ୍ପ I accept the agreement ଉପରେ ଏବଂ ତା’ପରେ Nextରେ କ୍ଲିକ୍ କରନ୍ତୁ
04:54 CellDesigner ଇନଷ୍ଟଲ୍ ହୋଇଥିବା ଡାଇରେକ୍ଟୋରୀକୁ Installation Directory ପ୍ରଦର୍ଶନ କରିବ
05:00 ଏହା /home/<your username>/CellDesigner4.3 ଭାବେ ପ୍ରଦର୍ଶନ ହେବ. ବର୍ତ୍ତମାନ Next ଉପରେ କ୍ଲିକ୍ କରନ୍ତୁ
05:10 ଏହା Ready to Install ବୋଲି କହିବ. ପୁନର୍ବାର Next ଉପରେ କ୍ଲିକ୍ କରନ୍ତୁ
05:17 ଇନଷ୍ଟଲେଶନ୍ ଆରମ୍ଭ ହେବ
05:20 ଥରେ ସମ୍ପୂର୍ଣ ହେଲା ପରେ View Readme Fileକୁ ଅନଚେକ୍ କରିବା ସହିତ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
05:29 ବର୍ତ୍ତମାନ Ctrl + Alt + T କୀଗୁଡିକୁ ଦାବିବା ସହିତ ଗୋଟିଏ ନୂତନ terminalକୁ ଖୋଲନ୍ତୁ
05:34 ls ଟାଇପ୍ କରିବା ସହିତ Enter ଦାବନ୍ତୁ
05:39 ଏଠାରେ runCellDesigner4.3 ଫାଇଲକୁ ଦେଖିପାରିବେ
05:44 CellDesignerକୁ ଖୋଲିବା ପାଇଁ ଏହି ଫାଇଲକୁ ନିଷ୍ପାଦନ କରିବାକୁ ହେବ
05:48 ତେଣୁ dot forward slash runCellDesigner4.3 ଟାଇପ୍ କରିବା ସହିତ Enter ଦାବନ୍ତୁ
06:00 ବର୍ତ୍ତମାନ ଆମ Linux ମେଶିନରେ CellDesigner ୱିଣ୍ଡୋ ଖୋଲିଯାଇଛି
06:05 ଧ୍ୟାନଦିଅନ୍ତୁ ଯେ ଆମେ Main menu ବାରକୁ ସ୍ପଷ୍ଟ ଭାବେ ଦେଖିବା ପାଇଁ ଅକ୍ଷମ ଅଟୁ. ଏହାକୁ ଦୃଶ୍ୟମାନ କରିବା ପାଇଁ system settingsକୁ ପରିବର୍ତ୍ତନ କରିବାକୁ ହେବ
06:15 ଆପଣଙ୍କ ମେଶିନର ଉପରିସ୍ଥ ଡାହାଣପଟ କୋଣରେ ଥିବା System Settings ଆଇକନ୍ ଉପରେ କ୍ଲିକ୍ କରନ୍ତୁ
06:23 କ୍ଲିକ୍ କରିବା ଦ୍ଵାରା System Settings ପେଜ୍ ଖୋଲିଯିବ
06:28 Personal ପ୍ୟାନେଲ୍ ଅଧୀନରେ ଥିବା Appearance ଉପରେ ଡବଲ୍ କ୍ଲିକ୍ କରନ୍ତୁ
06:34 Appearance ନାମକ ଗୋଟିଏ ୱିଣ୍ଡୋ ଖୋଲିଯିବ
06:38 ଟାବ୍ Look ଅଧିନରେ ଥିବା Themeକୁ ଯା’ନ୍ତୁ
06:43 Theme ବକ୍ସରେ ଥିବା ଡ୍ରପ୍-ଡାଉନ୍ ମେନୁରୁ Radianceକୁ ଚୟନ କରିବା ସହିତ ୱିଣ୍ଡୋକୁ ବନ୍ଦ କରନ୍ତୁ
06:53 ବର୍ତ୍ତମାନ Main menu ବାର୍ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିବା ଲକ୍ଷ୍ୟ କରନ୍ତୁ. ଆଗକୁ ବଢନ୍ତୁ
07:01 ଗୋଟିଏ ନୂତନ ଡକୁମେଣ୍ଟକୁ ଖୋଲିବା ପାଇଁ Fileରେ ଏବଂ ତା’ପରେ New ଉପରେ କ୍ଲିକ୍ କରନ୍ତୁ
07:07 ଅନ୍ୟ ଭାବେ ମେନୁ ବାରରେ ଥିବା New ଆଇକନ୍ ଉପରେ କ୍ଲିକ୍ କରନ୍ତୁ କିମ୍ବା Ctrl + N କୀକୁ ଦାବନ୍ତୁ
07:16 ଫାଇଲକୁ ନାମିତ କରିବା ପାଇଁ ପ୍ରମ୍ପ୍ଟ କରୁଥିବା ଗୋଟିଏ ଡାଇଲଗ୍ ବକ୍ସ New Document ସ୍କ୍ରୀନ୍ ଉପରେ ଦୃଶ୍ୟମାନ ହେବ
07:23 ଫାଇଲର ନାମକୁ Create and Edit ଭାବେ ଟାଇପ୍ କରନ୍ତୁ
07:30 Width କୁ 900, Height କୁ 800ରେ ସେଟ୍ କରନ୍ତୁ
07:36 ନିମ୍ନରେ ଥିବା Ok ବଟନ୍ ଉପରେ କ୍ଲିକ୍ କରନ୍ତୁ
07:40 ଗୋଟିଏ ଇନଫର୍ମେଶନ୍ ବକ୍ସ ଖୋଲିଯିବ
07:43 ଏବଂ ଆମେ ପ୍ରଦାନ କରିଥିବା ନେମରେ ଥିବା ସମସ୍ତ ସ୍ପେସଗୁଡିକ underscoreରେ ପରିବର୍ତ୍ତନ ହୋଇଯିବ
07:48 ତେଣୁ ଆମ ଫାଇଲର ପ୍ରକୃତ ନାମ Create underscore and underscore Edit ହେବ. Ok ଉପରେ କ୍ଲିକ୍ କରିବା ସହିତ ଆଗକୁ ବଢନ୍ତୁ
07:58 କେନ୍ଦ୍ରରେ ଥିବା ଧଳାରଙ୍ଗର କ୍ଷେତ୍ର ଯାହାକୁ ଅଂକନ କ୍ଷେତ୍ର କୁହାଯାଏ
08:02 ଆଗାମୀ ଟ୍ୟୁଟୋରିଆଲଗୁଡିକରେ ଆମେ menu bars, toolbars ଓ ବିଭିନ୍ନ ପ୍ୟାନେଲଗୁଡିକ ବିଷୟରେ ସବିଶେଶ ଶିଖିବା
08:09 ଟୂଲବାରରୁ ଅନ୍ୟ କୌଣସି ଆଇକନକୁ ଚୟନ କରିବା ପୂର୍ବରୁ Select Mode ଆଇକନ୍ ଉପରେ କ୍ଲିକ୍ କରନ୍ତୁ
08:16 ଏହା ଗୋଟିଏ ସିଲେକ୍ସନ୍ ଟୂଲ୍ ଭଳି କାର୍ଯ୍ୟ କରିବ. ଏହି ସିଲେକ୍ସନ୍ ଟୂଲ୍ ସହିତ ଆମେ ଅଂକନ କ୍ଷେତ୍ରରେ କମ୍ପୋନେଣ୍ଟଗୁଡିକୁ select, draw ଓ move କରିପାରିବା
08:25 ଗୋଟିଏ କମ୍ପୋନେଣ୍ଟକୁ ଅଂକନ କରିବା ପୂର୍ବରୁ CellDesigner ୱିଣ୍ଡୋରେ Grid Snap ଓ Grid Visible ସକ୍ଷମ ହୋଇଥିବା ସୁନିଶ୍ଚିତ କରନ୍ତୁ
08:35 ଏଥିପାଇଁ ମୁଖ୍ୟ ମେନୁବାରରେ ଥିବା Edit ଉପରେ କ୍ଲିକ୍ କରନ୍ତୁ
08:39 ତଳକୁ ସ୍କ୍ରୋଲ୍ କରିବା ସହିତ Grid Snapରେ କ୍ଲିକ୍ କରନ୍ତୁ
08:43 ପୁନର୍ବାର Editକୁ ଫେରିଆସିବା ସହିତ Grid Visibleରେ କ୍ଲିକ୍ କରନ୍ତୁ
08:49 ଅଂକନ କ୍ଷେତ୍ରରେ କମ୍ପୋନେଣ୍ଟଗୁଡିକୁ ଭଲ ଭାବେ ଏଲାଇନ୍ କରିବା ପାଇଁ Grids ସକ୍ଷମ କରିଥାଏ
08:54 ବର୍ତ୍ତମାନ List ଓ Notes କ୍ଷେତ୍ରର ଅବସ୍ଥିତିକୁ ପରିବର୍ତ୍ତନ କରନ୍ତୁ
08:59 ମନେପକାନ୍ତୁ ଯେ ଆମେ List area, Notes area ଓ ଅଂକନ କ୍ଷେତ୍ର ବିଷୟରେ ପୂର୍ବ ଟ୍ୟୁଟୋରିଆଲରେ ଶିଖିସାରିଛେ
09:06 ଯଦି ଆପଣ ଜାଣିନଥା’ନ୍ତି ତେବେ ଏହି ସିରିଜରେ ଥିବା ପୂର୍ବ ଟ୍ୟୁଟୋରିଆଲଗୁଡିକୁ ରେଫର୍ କରନ୍ତୁ
09:12 ଆଗକୁ ବଢିବା ସହିତ List କ୍ଷେତ୍ରର ଅବସ୍ଥିତିକୁ ପରିବର୍ତ୍ତନ କରନ୍ତୁ
09:15 ବିକଳ୍ପ Viewକୁ ଯିବା ସହିତ Listରେ କ୍ଲିକ୍ କରନ୍ତୁ ଏବଂ ବିକଳ୍ପ Rightକୁ ଚୟନ କରନ୍ତୁ
09:24 ଏହା Listକୁ ଅଂକନ କ୍ଷେତ୍ରର ଡାହାଣପଟକୁ ପରିବର୍ତ୍ତନ କରିଦେବ
09:30 ବୋର୍ଡରଲାଇନଗୁଡିକୁ ଡ୍ରାଗ୍ କରିବା ଦ୍ଵାରା କ୍ଷେତ୍ରର ଆକାରକୁ ପରିବର୍ତ୍ତନ କରାଯାଇପାରିବ
09:35 ବୋର୍ଡରଲାଇନ୍ ଉପରେ କର୍ସରକୁ ରଖନ୍ତୁ
09:38 ଆପଣ ଗୋଟିଏ ଡବଲ୍ ହେଡେଡ୍ ଆରୋକୁ ଦେଖିପାରିବେ. ଅଂକନ କ୍ଷେତ୍ରକୁ ମାକ୍ସିମାଇଜ୍ ତଥା ମିନିମାଇଜ୍ କରିବା ପାଇଁ ଏହାକୁ ଡ୍ରାଗ୍ କରନ୍ତୁ
09:45 ଅଂକନ କ୍ଷେତ୍ର ଉପରେ କାମ କରିବା ପାଇଁ ଆଗକୁ ବଢନ୍ତୁ
09:49 ଏହା ପୂର୍ବରୁ CellDesigner ୱିଣ୍ଡୋ ଉପରେ ସମସ୍ତ ଆଇକନଗୁଡିକୁ ଦେଖିବା ପାଇଁ ଆପଣ ସମର୍ଥ ହେବେ
09:55 ଏଥି ପାଇଁ ମୁଖ୍ୟ ମେନୁ ବାରରେ ଥିବା Viewକୁ ଯା’ନ୍ତୁ
10:00 Change Toolbar Visible ଉପରେ କ୍ଲିକ୍ କରିବା ସହିତ ବିକଳ୍ପ Show Allକୁ ଚୟନ କରନ୍ତୁ
10:09 ବର୍ତ୍ତମାନ ଆପଣ CellDesigner ୱିଣ୍ଡୋ ଉପରେ ସମସ୍ତ ଆଇକନଗୁଡିକୁ ଦେଖିବା ପାଇଁ ସମର୍ଥ ହେବେ. ଆଗକୁ ବଢନ୍ତୁ
10:17 ଗୋଟିଏ ସେଲ୍ କିମ୍ବା ଇଣ୍ଟ୍ରାସେଲ୍ୟୁଲାର୍ କମ୍ପାର୍ଟମେଣ୍ଟକୁ ଉପସ୍ଥାପନ କରିବା ପାଇଁ ଟୂଲବାରରୁ Square ଆଇକନକୁ ଚୟନ କରନ୍ତୁ. ତେଣୁ ପ୍ରଥମେ ଏହା ଉପରେ କ୍ଲିକ୍ କରନ୍ତୁ
10:28 ତା’ପରେ ଅଂକନ କ୍ଷେତ୍ର ଉପରେ କ୍ଲିକ୍ କରନ୍ତୁ. ଏବଂ ମାଉସ୍ ବଟନକୁ ନଛାଡି ସ୍କୋୟାର୍ ଅଂକନ କରିବା ପାଇଁ ଡ୍ରାଗ୍ କରନ୍ତୁ. ବର୍ତ୍ତମାନ ମାଉସ୍ ବଟନକୁ ଛାଡିଦିଅନ୍ତୁ
10:38 ଖୋଲିଥିବା Property of Compartment ଡାଇଲଗ୍ ବକ୍ସରେ Nameକୁ Cell ଭାବେ ଏବଂ Sizeକୁ 1.0ରେ ସେଟ୍ କରିବା ସହିତ Okରେ କ୍ଲିକ୍ କରନ୍ତୁ
10:52 ନେମ୍ କମ୍ପାର୍ଟମେଣ୍ଟର ନିମ୍ନ ଭାଗରେ ଦୃଶ୍ୟମାନ ହେବ
10:57 ଜଣେ compartment nameର ଅବସ୍ଥିତିକୁ ମଧ୍ୟ ପରିବର୍ତ୍ତନ କରିପାରିବେ
11:01 ଏହା କରିବା ପାଇଁ compartment name ଯାହା ଆମ କ୍ଷେତ୍ରରେ Cell ଅଟେ, ଏହାକୁ ପରିବର୍ତ୍ତନ କରାଯାଇପାରିବ
11:07 ବର୍ତ୍ତମାନ ଆପଣ ଚାହୁଁଥିବା ସ୍ଥାନରେ ସ୍ଥାପିତ କରିବା ପାଇଁ ଏହାକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
11:14 ଏହି ଫାଇଲକୁ ସେଭ୍ କରିବା ପାଇଁ File ଉପରେ ଏବଂ ତା’ପରେ ବିକଳ୍ପ Save As ଉପରେ କ୍ଲିକ୍ କରନ୍ତୁ
11:22 ବର୍ତ୍ତମାନ ଆପଣ ଫାଇଲକୁ ସେଭ୍ କରିବାକୁ ଚାହୁଁଥିବା ଫୋଲ୍ଡରକୁ ଚୟନ କରନ୍ତୁ
11:26 ମୁଁ ଏହାକୁ Desktop ଉପରେ ସେଭ୍ କରିବାକୁ ଚାହେଁ
11:28 ତେଣୁ ମୁଁ ଚାହୁଁଥିବା ଫୋଲ୍ଡର୍ ମଧ୍ୟରେ ସେଭ୍ କରିବା ପାଇଁ Desktop ଉପରେ ଡବଲ୍ କ୍ଲିକ୍ କରନ୍ତୁ
11:34 ଏବଂ ତା’ପରେ ନିମ୍ନର ଡାହାଣ ପଟେ ଥିବା Ok ବଟନ୍ ଉପରେ କ୍ଲିକ୍ କରନ୍ତୁ
11:38 ପୁନର୍ବାର ନିମ୍ନର ଡାହାଣ ପଟେ ଥିବା OK ବଟନ୍ ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ ଆମ ଫାଇଲ୍ ସେଭ୍ ହୋଇଯାଇଛି
11:46 CellDesignerକୁ ବନ୍ଦ କରିବା ପାଇଁ File ଉପରେ ଏବଂ ତା’ପରେ Exitରେ କ୍ଲିକ୍ କରନ୍ତୁ
11:52 ବର୍ତ୍ତମାନ ଫାଇଲକୁ ସେଭ୍ କରିଥିବା ଫୋଲ୍ଡର୍ ମଧ୍ୟକୁ ଯା’ନ୍ତୁ. ତେଣୁ Desktop ଯା’ନ୍ତୁ. ଏଠାରେ ମୋ’ ଫାଇଲ୍ ଅଛି
12:00 ଧ୍ୟାନଦିଅନ୍ତୁ ଯେ ଫାଇଲଟି .xml ଫର୍ମାଟରେ ସେଭ୍ ହୋଇଯାଇଛି. ଏହା CellDesignerର ଡିଫଲ୍ଟ ଫାଇଲ୍ ଫର୍ମାଟ୍ ଅଟେ
12:08 ଏହା ମଧ୍ୟ ଧ୍ୟାନଦିଅନ୍ତୁ ଯେ ଏହି ଫାଇଲ୍ କେବଳ CellDesignerରେ ଖୋଲାଯାଇପାରିବ
12:12 ସଂକ୍ଷିପ୍ତରେ ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ : Ubuntu Linux OSରେ CellDesigner ଭର୍ସନ୍ 4.3କୁ
12:17 କିପରି ଡାଉନଲୋଡ୍ ଏବଂ ଇନଷ୍ଟଲ୍ କରିବା ତଥା CellDesignerରେ ଗୋଟିଏ Compartment ସୃଷ୍ଟି କରିବା
12:27 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଏହାକୁ ଡାଉନଲୋଡ୍ କରିଦେଖନ୍ତୁ
12:35 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
12:45 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ. ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
12:57 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep