CellDesigner/C2/Create-and-Edit-Components/Oriya

From Script | Spoken-Tutorial
Revision as of 09:55, 18 February 2018 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, CellDesignerରେ Create and Edit Components ଉପରେ ଥିବା ଏହି ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ ଅଂକନ କ୍ଷେତ୍ର ମଧ୍ୟରେ ସେଭ୍ ହୋଇସାରିଥିବା ଗୋଟିଏ .xml ଫାଇଲକୁ ଖୋଲିବା ବିଷୟରେ ଶିଖିବା
00:15 ଗୋଟିଏ compartmentରେ ଥିବା ନିମ୍ନଲିଖିତକୁ ପରିବର୍ତ୍ତନ କରନ୍ତୁ: shape, size, color ଓ ବୋର୍ଡରର ମୋଟେଇ
00:22 CellDesignerରେ ଅନେକ ଫାଇଲ୍ ସୃଷ୍ଟି କରିବା ତଥା ଗୋଟିଏ Speciesର ଆଇଡେଣ୍ଟିଟୀକୁ ପରିବର୍ତ୍ତନ କରିବା
00:28 ଗୋଟିଏ Speciesକୁ କିପରି କଟ୍, କପୀ ଓ ପେଷ୍ଟ କରାଯାଏ ଏବଂ ଗୋଟିଏ Speciesର Start-point ଓ End-point ବିଷୟରେ ମଧ୍ୟ ଶିଖିବା
00:37 ଗୋଟିଏ Speciesକୁ କିପରି କ୍ରିୟାଶୀଳ ତଥା ଏହାର ରଙ୍ଗ ପରିବର୍ତ୍ତନ କରିବା, ଗୋଟିଏ Reactionର ଗୁଣାବଳୀଗୁଡିକୁ ପରିବର୍ତ୍ତନ କରିବା, ଗୋଟିଏ Fileକୁ କିପରି ବନ୍ଦ କରିବା
00:47 ଏଠାରେ ମୁଁ Ubuntu Linux OS version 14.04, CellDesigner version 4.3 ଓ Java version 1.7 ବ୍ୟବହାର କରୁଛି
00:57 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣ ନିଶ୍ଚିତରୂପେ ଅଣ୍ଡରଗ୍ରାଜୁଏଟ୍ Biochemistry ଓ CellDesignerର ଇଣ୍ଟରଫେସ୍ ସହିତ ପରିଚିତ ଥିବା ଆବଶ୍ୟକ
01:05 ଯଦି ନାହିଁ ତେବେ ସମ୍ପର୍କୀତ CellDesigner tutorials ପାଇଁ ଦୟାକରି ୱେବସାଇଟ୍ www.spoken-tutorial.orgକୁ ଯା’ନ୍ତୁ
01:16 ଶିକ୍ଷ୍ୟାର୍ଥୀମାନେ ଦୟାକରି ଧ୍ୟାନଦିଅନ୍ତୁ: ଏହି ସିରିଜର କିଛି ପୂର୍ବ ଟ୍ୟୁଟୋରିଆଲଗୁଡିକ Windows OSରେ ନିର୍ମାଣ କରାଯାଇଛି
01:24 ଯାହାହେଉ ଏବେଠାରୁ ଏହି ସିରିଜର ସମସ୍ତ Ubuntu Linux OSରେ ସମ୍ପୂର୍ଣ ହେବ
01:30 ଆଗକୁ ବଢିବା ସହିତ CellDesignerରେ କମ୍ପୋନେଣ୍ଟଗୁଡିକୁ ସୃଷ୍ଟି ତଥା ଏଡିଟ୍ କରନ୍ତୁ
01:35 Ctrl+Alt+T କୀକୁ ଏକ ସଙ୍ଗେ ଦାବି terminalକୁ ଖୋଲନ୍ତୁ
01:41 ବର୍ତ୍ତମାନ ./runCellDesigner4.3 ଟାଇପ୍ କରିବା ସହିତ Enter ଦାବନ୍ତୁ
01:52 ବର୍ତ୍ତମାନ CellDesigner ୱିଣ୍ଡୋ ଆପଣଙ୍କ ସ୍କ୍ରୀନ୍ ଉପରେ ଖୋଲିଯିବ
01:56 ଆମେ ପୂର୍ବେ ସୃଷ୍ଟି କରିଥିବା Create and Edit ଫାଇଲକୁ ଖୋଲନ୍ତୁ
02:02 ତେଣୁ File ଉପରେ ଏବଂ ତା’ପରେ Openରେ କ୍ଲିକ୍ କରନ୍ତୁ
02:07 ସ୍କ୍ରୀନ୍ ଉପରେ Open ନାମକ ଗୋଟିଏ ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
02:11 ଏଠାରେ ଆମକୁ Folders ଲେବଲ୍ ଅଧୀନରେ ଥିବା ଫୋଲ୍ଡରକୁ ଚୟନ କରିବାକୁ ହେବ
02:15 ଲେବଲ୍ File ଅଧୀନସ୍ଥ Create_and_Edit.xml ଫାଇଲ୍ ଉପରେ ଏବଂ ତା’ପରେ OKରେ ଡବଲ୍ କ୍ଲିକ୍ କରନ୍ତୁ
02:27 ଆମର Create_and_Edit.xml ଫାଇଲ୍ ବର୍ତ୍ତମାନ ଅଂକନ କ୍ଷେତ୍ର ମଧ୍ୟରେ ଖୋଲିଯିବ
02:35 କମ୍ପୋନେଣ୍ଟକୁ ଚୟନ କରନ୍ତୁ. main menu ବାର୍ ମଧ୍ୟରେ ଥିବା Componentକୁ ଯା’ନ୍ତୁ
02:43 ତଳକୁ ସ୍କ୍ରୋଲ୍ କରିବା ସହିତ Change to OVALକୁ ଚୟନ କରନ୍ତୁ
02:48 ଅଂକନ କ୍ଷେତ୍ର ଉପରେ ବର୍ତ୍ତମାନ ଗୋଟିଏ ଓଭାଲ୍ କମ୍ପାର୍ଟମେଣ୍ଟ ପ୍ରାପ୍ତ ହେବ
02:54 ରଙ୍ଗ କିମ୍ବା ମୋଟେଇକୁ ପରିବର୍ତ୍ତନ କରିବା ପାଇଁ ମୁଖ୍ୟ ମେନୁ ବାରରେ ଥିବା Componentକୁ ଯା’ନ୍ତୁ
03:00 ବିକଳ୍ପ Change color & shape ଉପରେ କ୍ଲିକ୍ କରନ୍ତୁ
03:05 ଅନ୍ୟ ଭାବେ କମ୍ପାର୍ଟମେଣ୍ଟର ବାଉଣ୍ଡାରୀ ଉପରେ ରାଇଟ୍ କ୍ଲିକ୍ କରିବା ସହିତ ବିକଳ୍ପ Change color & shapeକୁ ଚୟନ କରନ୍ତୁ
03:14 ସ୍କ୍ରୀନ୍ ଉପରେ Change color & shape ନାମକ ଗୋଟିଏ ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
03:20 ଗୋଟିଏ ପତଳା ବାଉଣ୍ଡାରୀ ଲାଇନ୍ ପାଇଁ Membrane Thicknessକୁ 12 ରୁ 8 କିମ୍ବା କମ୍ ଚୟନ କରନ୍ତୁ
03:29 ରଙ୍ଗକୁ ପରିବର୍ତ୍ତନ କରିବା ପାଇଁ Color panelକୁ ଯା’ନ୍ତୁ
03:34 Color panelରେ ହ୍ୟାଣ୍ଡଲ୍ ଭଳି ଗୋଟିଏ ପଏଣ୍ଟର୍ ସହିତ ଏକ ବର୍ଣ୍ଣ ଚକ୍ର ଅଛି
03:39 ପଏଣ୍ଟରକୁ କ୍ଲିକ୍ କରି ଦାବି ଧରିବା ସହିତ ଆବଶ୍ୟକ ରଙ୍ଗକୁ ଚୟନ କରିବା ପାଇଁ ରୋଟେଟ୍ କରନ୍ତୁ
03:46 ସମସ୍ତ ରୂପାନ୍ତର ସମ୍ପନ୍ନ ହେଲାପରେ Apply ଉପରେ ଏବଂ ତା’ପରେ Okରେ କ୍ଲିକ୍ କରନ୍ତୁ
03:53 ବିଭିନ୍ନ Compartmentଗୁଡିକୁ ଅଂକନ କରିବା ପାଇଁ ରିଆକ୍ସନ୍ ଟୂଲବାର୍ ଉପରେ ଅନ୍ୟ ବିକଳ୍ପଗୁଡିକୁ ନିଜକୁ ନିଜେ ଆବିଷ୍କାର କରନ୍ତୁ
04:00 ବର୍ତ୍ତମାନ Speciesର କିପରି change the identity ବିଷୟରେ ଆମେ ଶିଖିବା
04:05 ତେଣୁ ପ୍ରଥମେ CTRL+Nକୁ ଦାବି ଗୋଟିଏ ନୂତନ ୱିଣ୍ଡୋକୁ ଖୋଲନ୍ତୁ
04:11 ଏହି ଫାଇଲକୁ ଗୋଟିଏ ନାମ ଦିଅନ୍ତୁ ଯେପରି Change Species
04:16 ଡିଫଲ୍ଟ ଥିବା width ଓ heightକୁ ରଖନ୍ତୁ. ଏବଂ Ok ବଟନ୍ ଉପରେ କ୍ଲିକ୍ କରନ୍ତୁ
04:22 ବର୍ତ୍ତମାନ ଟୂଲବାରରେ Generic protein ପାଇଁ ଥିବା ଆଇକନ୍ ଉପରେ କ୍ଲିକ୍ କରିବା ସହିତ ଅଂକନ କ୍ଷେତ୍ର ଉପରେ କ୍ଲିକ୍ କରନ୍ତୁ
04:30 ଡାଇଲଗ୍ ବକ୍ସ ଉପରେ Pectin ଟାଇପ୍ କରିବା ସହିତ Ok ବଟନ୍ ଉପରେ କ୍ଲିକ୍ କରନ୍ତୁ
04:37 ବର୍ତ୍ତମାନ Generic protein Pectin ଉପରେ ରାଇଟ୍ କ୍ଲିକ୍ କରନ୍ତୁ
04:41 ଏବଂ ବିକଳ୍ପ Change Identity ଉପରେ କ୍ଲିକ୍ କରନ୍ତୁ
04:46 ସ୍କ୍ରୀନ୍ ଉପରେ Change identity of the species ନାମକ ଗୋଟିଏ ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
04:53 Class ବକ୍ସରେ ଥିବା ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ
04:58 ଯେକୌଣସି ବିକଳ୍ପ ଉଦାହରଣସ୍ଵରୂପ, ଡ୍ରପ୍-ଡାଉନ୍ ମେନୁରୁ simple moleculeକୁ ଚୟନ କରନ୍ତୁ
05:05 ବର୍ତ୍ତମାନ Name ବକ୍ସରେ ଏହାକୁ simple molecule ଭାବେ ନାମିତ କରନ୍ତୁ
05:10 ଧରିନିଅନ୍ତୁ Fructose. ଏବଂ Apply ବଟନ୍ ଉପରେ କ୍ଲିକ୍ କରନ୍ତୁ
05:17 ବର୍ତ୍ତମାନ ଆମର Protein Pectin, Fructose ନାମକ ଗୋଟିଏ simple moleculeରେ ରୂପାନ୍ତର ହୋଇଯାଇଥିବା ଲକ୍ଷ୍ୟ କରନ୍ତୁ
05:25 ବର୍ତ୍ତମାନ ଚାଲନ୍ତୁ Cut, Copy ଓ Paste କରିବା ଶିଖିବା
05:29 ଅଂକନ କ୍ଷେତ୍ର ଉପରେ ଉପସ୍ଥିତ ଥିବା ସମାନ Fructoseକୁ ବ୍ୟବହାର କରନ୍ତୁ
05:34 ଗୋଟିଏ Speciesକୁ କଟ୍ କରିବା ପାଇଁ ପ୍ରଥମେ Species Fructose ଉପରେ କ୍ଲିକ୍ କରନ୍ତୁ
05:40 Edit ମେନୁକୁ ଯା’ନ୍ତୁ, ତଳକୁ ସ୍କ୍ରୋଲ୍ କରିବା ସହିତ Cutରେ କ୍ଲିକ୍ କରନ୍ତୁ
05:47 ଧ୍ୟାନଦିଅନ୍ତୁ ଯେ ଏଠାରେ Cut ପାଇଁ ସର୍ଟକଟ୍ କୀ Ctrl+X ଅଟେ
05:53 Species Fructose କଟ୍ ହୋଇଯାଇଛି
05:56 ସ୍ପିସିଜକୁ ପେଷ୍ଟ କରିବା ପାଇଁ Edit ମେନୁକୁ ଫେରିଆସନ୍ତୁ ଏବଂ ତଳକୁ ସ୍କ୍ରୋଲ୍ କରିବା ସହିତ Pasteରେ କ୍ଲିକ୍ କରନ୍ତୁ
06:03 ଏଠାରେ ଧ୍ୟାନଦିଅନ୍ତୁ ଯେ Paste ପାଇଁ ସର୍ଟକଟ୍ କୀ Ctrl+V ଅଟେ
06:08 Species Fructose ଅଂକନ କ୍ଷେତ୍ର ଉପରେ ଦୃଶ୍ୟମାନ ହେବ
06:12 Speciesକୁ କପୀ କରିବା ପାଇଁ, ମୁଖ୍ୟ ମେନୁ ବାର୍ ଉପରେ ଥିବା Editକୁ ଯା’ନ୍ତୁ
06:18 Copy ଉପରେ କ୍ଲିକ୍ କରନ୍ତୁ
06:21 ଏଠାରେ ଧ୍ୟାନଦିଅନ୍ତୁ ଯେ କପୀ ପାଇଁ ସର୍ଟକଟ୍ କୀ Ctrl+C ଅଟେ. Copy ଉପରେ କ୍ଲିକ୍ କରିବା ସହିତ ଅଂକନ କ୍ଷେତ୍ର ଉପରେ କ୍ଲିକ୍ କରନ୍ତୁ
06:31 ଏହି ଥର ପେଷ୍ଟ କରିବା ପାଇଁ Ctrl + Vକୁ ଦାବନ୍ତୁ
06:36 ବର୍ତ୍ତମାନ ଆମେ ଅଂକନ କ୍ଷେତ୍ର ଉପରେ Fructoseର ଗୋଟିଏ କପୀ ପ୍ରାପ୍ତ କରିବା
06:40 କୌଣସି କାର୍ଯ୍ୟକୁ ଅଣ୍ଡୁ କରିବା ପାଇଁ Ctrl+Z ଏବଂ ରୀଡୁ କରିବା ପାଇଁ Ctrl+Yକୁ ଦାବନ୍ତୁ
06:51 ଯାହାହେଉ ଏଗୁଡିକର ବ୍ୟବହାର ସୀମିତ ଅଟେ
06:55 ଅଂକନ କ୍ଷେତ୍ର ଉପରେ Fructose moleculesକୁ ଡ୍ରାଗ୍ କରିବା ସହିତ କଡରେ ରଖନ୍ତୁ
07:00 ଏହା କରିବା ପାଇଁ Fructose ଉପରେ କ୍ଲିକ୍ କରିବା ସହିତ ଚାହୁଁଥିବା ସ୍ଥାନକୁ ଏହାକୁ ଡ୍ରାଗ୍ କରନ୍ତୁ
07:07 ତା’ପରେ ଆମେ speciesର start-point ଓ end-point କ’ଣ ଏବଂ ଗୋଟିଏ speciesକୁ କିପରି activate କରାଯାଏ ଶିଖିବା?
07:13 ସେଥି ପାଇଁ ଦୁଇଟି generic proteins ମଧ୍ୟରେ ମୁଁ ଗୋଟିଏ state transition reactionକୁ ଅଂକନ କରିସାରିଛି
07:21 ମୁଁ ସେଗୁଡିକୁ Protein 1 ଓ Protein 2 ଭାବେ ନାମିତ କରିଛି
07:25 ମନେପକାନ୍ତୁ ପୂର୍ବରୁ ଆମେ ଗୋଟିଏ reactionକୁ କିପରି ଅଂକନ କରାଯାଏ ଶିଖିଛେ
07:29 ଯଦି ଆପଣ ଜାଣି ନଥିବେ ତେବେ ଏହି ସିରିଜରେ ଥିବା ପୂର୍ବ ଟ୍ୟୁଟୋରିଆଲଗୁଡିକୁ ରେଫର୍ କରିବା ସହିତ ଆଗକୁ ବଢନ୍ତୁ
07:35 ଏହି ରିଆକ୍ସନରେ, start point ହେଉଛି Protein 1 ଏବଂ end point ହେଉଛି Protein 2
07:43 ଗୋଟିଏ speciesକୁ କାର୍ଯ୍ୟକ୍ଷମ କରିବା ସକାଷେ, ଏକ Species ଉପରେ କ୍ଲିକ୍ କରନ୍ତୁ ଯାହା ଗୋଟିଏ Reactionର ଏକ end-point ଅଟେ
07:50 ଆମକ୍ଷେତ୍ରରେ ଏହା Protein 2 ଅଟେ
07:53 ତେଣୁ Protein 2 ଉପରେ କ୍ଲିକ୍ କରିବା ସହିତ କୀବୋର୍ଡ ଉପରେ Aକୁ ଦାବନ୍ତୁ
07:59 ଏହି ପରିବର୍ତ୍ତନକୁ ଅଣ୍ଡୁ କରିବା ପାଇଁ Ctrl + Z କୀକୁ ଦାବନ୍ତୁ
08:05 ଅନ୍ୟ ଭାବେ Protein 2 ଉପରେ କ୍ଲିକ୍ କରନ୍ତୁ
08:09 ତା’ପରେ ମୁଖ୍ୟ ମେନୁ ବାରରେ ଥିବା Componentକୁ ଯା’ନ୍ତୁ
08:13 ତଳକୁ ସ୍କ୍ରୋଲ୍ କରିବା ସହିତ Set Activeରେ କ୍ଲିକ୍ କରନ୍ତୁ
08:18 ଧ୍ୟାନଦିଅନ୍ତୁ ଯେ activated species ଗୋଟିଏ ଡାଶ୍ ଲାଇନ୍ ଦ୍ଵାରା ରାପ୍ ହୋଇଛି
08:24 ବର୍ତ୍ତମାନ species, Protein 2ର ରଙ୍ଗକୁ ପରିବର୍ତ୍ତନ କରନ୍ତୁ
08:29 ତେଣୁ ଏହା ଉପରେ ରାଇଟ୍ କ୍ଲିକ୍ କରିବା ସହିତ Change color and shape ଉପରେ କ୍ଲିକ୍ କରନ୍ତୁ
08:35 ଆମେ ପୂର୍ବେ ଦେଖିଥିବା ଭଳି Color ପ୍ୟାନେଲରେ ବର୍ଣ୍ଣ ଚକ୍ର ଅଛି
08:40 ଆବଶ୍ୟକ ରଙ୍ଗକୁ ଚୟନ କରିବା ପାଇଁ ପଏଣ୍ଟରକୁ କ୍ଲିକ୍ କରିବା ସହିତ ରୋଟେଟ୍ କରନ୍ତୁ
08:44 ତା’ପରେ Apply ଓ Okରେ କ୍ଲିକ୍ କରନ୍ତୁ
08:49 speciesରେ ହେଉଥିବା ରଙ୍ଗ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ
08:53 ବର୍ତ୍ତମାନ ଗୋଟିଏ Reactionର ଗୁଣାବଳୀଗୁଡିକୁ କିପରି ପରିବର୍ତ୍ତନ କରାଯାଏ ଆମେ ଶିଖିବା
08:57 ଅଂକନ କ୍ଷେତ୍ରରେ ଉପସ୍ଥିତ ଥିବା ଆମ state transition reactionକୁ ଫେରିଆସନ୍ତୁ
09:03 ଦୁଇଟି species ମଧ୍ୟରେ ଥିବା reaction arrow ଉପରେ ରାଇଟ୍ କ୍ଲିକ୍ କରନ୍ତୁ
09:08 ବର୍ତ୍ତମାନ ବିକଳ୍ପ Change Identityକୁ ଚୟନ କରନ୍ତୁ
09:13 ଗୋଟିଏ ଡାଇଲଗ୍ ବକ୍ସ Change Properties of the Reaction, ଦୃଶ୍ୟମାନ ହେବ
09:18 Name ବକ୍ସରେ ରିଆକ୍ସନର ନାମକୁ ଟାଇପ୍ କରନ୍ତୁ ଯେପରି Reaction1
09:26 Type ବକ୍ସରେ ଥିବା ଡ୍ରପ୍-ଡାଉନ୍ ମେନୁରୁ ଆବଶ୍ୟକ ରିଆକ୍ସନ୍ ଯେପରି Transcriptionକୁ ଚୟନ କରିବା ସହିତ Okରେ କ୍ଲିକ୍ କରନ୍ତୁ
09:38 ଅଂକନ କ୍ଷେତ୍ର ଉପରେ reaction ପରିବର୍ତ୍ତନ ହୋଇଯାଇଥିବା ଲକ୍ଷ୍ୟ କରନ୍ତୁ
09:42 ଅଂକନ କ୍ଷେତ୍ରରେ ଥିବା ରିଆକ୍ସନ୍ ଆରୋ ଉପରେ ଆମେ ପ୍ରଦାନ କରିଥିବା ନାମକୁ ଦେଖିପାରିବା ନାହିଁ
09:47 ଚିନ୍ତିତ ହୁଅନ୍ତୁ ନାହିଁ, ଏହା ବିଷୟରେ ଆମେ ଆଗାମୀ ଟ୍ୟୁଟୋରିଆଲଗୁଡିକରେ ଶିଖିବା
09:53 reaction arrow ଉପରେ ପୁନର୍ବାର ରାଇଟ୍ କ୍ଲିକ୍ କରିବା ସହିତ ବିକଳ୍ପ Change Identity ଉପରେ କ୍ଲିକ୍ କରନ୍ତୁ
10:00 ଏହା ଗୋଟିଏ Reversible ରିଆକ୍ସନ୍ ହେବା କ୍ଷେତ୍ରରେ ବିକଳ୍ପ TRUEକୁ ଚୟନ କରିବା ସହିତ Okରେ କ୍ଲିକ୍ କରନ୍ତୁ
10:09 ବର୍ତ୍ତମାନ ରିଆକ୍ସନଟି ବିପରୀତ ହୋଇଯାଇଥିବା ଆପଣ ଦେଖିପାରିବେ
10:14 CellDesignerକୁ ବନ୍ଦ କରିବା ପାଇଁ, File ଉପରେ କ୍ଲିକ୍ କରିବା ସହିତ ବିକଳ୍ପ Exitକୁ ଚୟନ କରନ୍ତୁ
10:20 ଅନ୍ୟ ଭାବେ ଆପଣ Ctrl Qକୁ ଦାବିପାରିବେ
10:25 Confirmation ନାମକ ଗୋଟିଏ ଡାଇଲଗ୍ ବକ୍ସ ସ୍କ୍ରୀନ୍ ଉପରେ ଦୃଶ୍ୟମାନ ହେବ ଯାଉଁଥିରେ କରିଥିବା ପରିବର୍ତ୍ତନଗୁଡିକୁ ସେଭ୍ କରିବାକୁ ଇଚ୍ଛୁକ କି ନୁହେଁ ବୋଲି ପ୍ରଶ୍ନ ରହିଥିବ
10:32 Yes ଉପରେ କ୍ଲିକ୍ କରିବା ସହିତ Ok ବଟନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
10:38 ଫାଇଲଟି ରୂପାନ୍ତର ହୋଇଛି ବୋଲି ଏହା କହିବ
10:41 Save the changes? Yesରେ କ୍ଲିକ୍ କରନ୍ତୁ
10:46 ସଂକ୍ଷିପ୍ତରେ: ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ କିପରି:
10:50 ଅଂକନ କ୍ଷେତ୍ରରେ ସେଭ୍ ହୋଇଥିବା ଗୋଟିଏ .xml ଫାଇଲକୁ ଖୋଲିବା
10:55 Compartmentସ୍ଥିତ ବୋର୍ଡରର shape, size, color ଓ ମୋଟେଇକୁ ପରିବର୍ତ୍ତନ କରିବା
11:01 CellDesignerରେ ଅନେକ ଫାଇଲକୁ ସୃଷ୍ଟି କରିବା ସହିତ ଆଇଡେଣ୍ଟିଟୀକୁ ପରିବର୍ତ୍ତନ କରିବା
11:07 ଏବଂ ଗୋଟିଏ Speciesକୁ Cut, Copy ଓ Paste କରିବା
11:10 ଗୋଟିଏ Speciesର Start-point ଓ End-point ବିଷୟରେ ମଧ୍ୟ ଶିଖିଲେ
11:15 ଗୋଟିଏ Speciesକୁ କିପରି କ୍ରିୟାଶୀଳ କରିବା, ଗୋଟିଏ Speciesର ରଙ୍ଗ ପରିବର୍ତ୍ତନ କରିବା, ଗୋଟିଏ Reactionର ଗୁଣାବଳୀଗୁଡିକୁ ପରିବର୍ତ୍ତନ କରିବା ତଥା ଗୋଟିଏ ଫାଇଲକୁ ବନ୍ଦ କରିବା
11:25 ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ: ଗୋଟିଏ complex ସୃଷ୍ଟି କରନ୍ତୁ ଏବଂ Complex ମଧ୍ୟରେ ଗୋଟିଏ Speciesକୁ ସ୍ଥାପିତ କରନ୍ତୁ
11:32 ଆସାଇନମେଣ୍ଟ 2: ଟୂଲବାରକୁ ଆବିଷ୍କାର କରିବା ସହିତ ଗୋଟିଏ ରିଆକ୍ସନରେ କିପରି ଏକ reactant ଓ productକୁ ସଂଯୁକ୍ତ କରାଯାଏ ଦେଖନ୍ତୁ
11:41 ଆପଣଙ୍କର ସମ୍ପୂର୍ଣ ହୋଇଥିବା ଆସାଇନମେଣ୍ଟ ଏହି ଭଳି ଦେଖାଯିବା ଆବଶ୍ୟକ
11:45 ଆପଣଙ୍କର ପ୍ରଥମ ଆସାଇନମେଣ୍ଟ ଏହି ଭଳି ଦେଖାଯିବ: Complex ମଧ୍ୟରେ ଗୋଟିଏ complex ଓ Species ସ୍ଥାପିତ ହୋଇଛି
11:55 ଆସାଇନମେଣ୍ଟ 2 ଏହି ଭଳି ଦେଖାଯିବ: ଗୋଟିଏ reactant ଓ product ସହିତ ଏକ state-transition reaction
12:00 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ
12:05 ଏହି ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଏହାକୁ ଡାଉନଲୋଡ୍ କରିଦେଖନ୍ତୁ
12:13 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
12:23 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ଅନୁଦାନ ପ୍ରାପ୍ତ. ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
12:35 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep