Difference between revisions of "C-and-Cpp/C2/Tokens/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 || '''Time''' || '''Narration''' |- | 00:01 || “C ଓ C++ରେ ଟୋକନ୍ସ” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍...")
 
Line 133: Line 133:
 
|-
 
|-
 
|03:30
 
|03:30
| '''a,''' '''c''' ଓ '''d''' ହେଉଛି '''ଭେରିଏବଲ୍ସ''' |
+
|| '''a,''' '''c''' ଓ '''d''' ହେଉଛି '''ଭେରିଏବଲ୍ସ''' |
 
|-
 
|-
 
|03:35
 
|03:35
Line 520: Line 520:
 
|-
 
|-
 
|13:35
 
|13:35
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
+
|| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
 
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
 
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
 
|}
 
|}

Revision as of 15:29, 14 March 2015

Time Narration
00:01 “C ଓ C++ରେ ଟୋକନ୍ସ” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:09 “ଟୋକନ୍ସ”କୁ କିପରି ପରିଭାଷିତ ଓ ବ୍ୟବହାର କରିବେ |
00:12 ଏକ ଉଦାହରଣ ସାହାଯ୍ୟରେ ଆମେ ଏହା କରିବା |
00:15 ଆମେ କେତେକ ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା |
00:20 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ
00:21 ମୁଁ ଉବୁଣ୍ଟୁ ଅପରେଟେଙ୍ଗ୍ ସିଷ୍ଟମ୍ ୧୧.୧୦,
00:26 gcc ଓ g++ କମ୍ପାଇଲର୍ ଭର୍ସନ୍ ୪.୬.୧ ବ୍ୟବହାର କରୁଛି|
00:33 ଏକ ପରିଚୟରୁ ଆରମ୍ଭ କରିବା |
00:36 ଡାଟା ଟାଇପ୍ସ, ଭେରିଏବଲ୍ସ, କନଷ୍ଟାଣ୍ଟସ୍ ଓ ଆଇଡେଣ୍ଟିଫାୟର୍ସ ପାଇଁ ଟୋକେନ୍ ହେଉଛି ଏକ ଜେନେରିକ୍ ଶବ୍ଦ |
00:46 ଚାଲନ୍ତୁ ଆମ ପ୍ରୋଗ୍ରାମ୍ ରୁ ଆରମ୍ଭ କରିବା |
00:49 ମୁଁ ପୂର୍ବ ଏଡିଟର୍ ରେ କୋଡ୍ ଟାଇପ୍ କରିସାରିଛି |
00:53 ଏହାକୁ ମୁଁ ଖୋଲୁଛି |
00:56 ଲକ୍ଷ୍ୟ କରନ୍ତୁ ଯେ, ଆମର ଫାଇଲ୍ ନାମ ହେଉଛି ’ଟୋକେନ୍.ସି’ |
01:04 ଏଥିରେ ଆମେ ଭେରିଏବଲ୍ସ ଇନିଶିଆଲାଇଜ୍ କରିବା ସହ ସେଗୁଡ଼ିକର ଭାଲ୍ୟୁ ପ୍ରିଣ୍ଟ କରିବା.
01:09 ଏବେ ମୁଁ କୋଡ୍ ବ୍ୟାଖ୍ୟା କରିବି |
01:12 ଏହା ହେଉଛି ଆମ ହେଡର୍ ଫାଇଲ୍ |
01:16 ଏହା ହେଉଛି ଆମ ମେନ୍ ଫଙ୍କସନ୍ |
01:20 ଏଠାରେ, int ହେଉଛି ଏକ କୀୱର୍ଡ |
01:22 କୀୱର୍ଡର ଅର୍ଥ କମ୍ପାଇଲର୍ ଜାଣିଛି |
01:26 A ହେଉଛି ଏକ ଇଣ୍ଟିଜର୍ ଭେରିଏବଲ୍ |
01:28 ଆମେ ଏହାକୁ ୨ ଭାଲ୍ୟୁ ଦେଇଛୁ |
01:32 ଏହାକୁ ଇନିଶିଆଲାଇଜେଶନ୍ କୁହାଯାଏ |
01:35 ଯଦି ଏକ ଭେରିଏବଲ୍ କୁ ଭାଲ୍ୟୁ ଦିଆଯାଇନଥିବ, ତେବେ ଏହାକୁ ଡିକ୍ଲାରେଶନ୍ ଅଫ୍ ଦ ଭେରିଏବଲ୍ କୁହାଯାଏ |
01:43 ଏଠାରେ b ହେଉଛି ଏକ କନଷ୍ଟାଣ୍ଟ |
01:46 ଆମେ bକୁ ୪ ଭାଲ୍ୟୁ ଦେଇ ଇନିଶିଆଲାଇଜ୍ କରିଛେ |
01:53 ରିଡ୍ ଓନଲୀ ଭେରିଏବଲ୍ କ୍ରିଏଟ୍ କରିବାକୁ const କୀୱର୍ଡ ବ୍ୟବହାର କରାଯାଏ |
01:58 କୀୱର୍ଡ ଓ କନଷ୍ଟାଣ୍ଟ ବିଷୟରେ ଅଧିକ ଜାଣିବା ପାଇଁ ଚାଲନ୍ତୁ ଆମ ସ୍ଲାଇଡ୍ସକୁ ଫେରିଯିବା |
02:06 କୀୱର୍ଡ୍ସର ସ୍ଥିର ଅର୍ଥ ଥାଏ, ଯାହାକୁ ବଦଳାଯାଇ ପାରେନାହିଁ |
02:11 ଭେରିଏବଲ୍ ନାମ ଭାବରେ କୀୱର୍ଡ୍ସ ବ୍ୟବହାର କରାଯାଇ ପାରିବନହିଁ |
02:15 C ରେ ୩୨ଟି କୀୱର୍ଡ୍ସ ଅଛି |
02:18 auto, break, case, char, enum, extern, ଆଦି ହେଉଛି ଏଗୁଡ଼ିକ ମଧ୍ୟରୁ କିଛି |
02:28 କନଷ୍ଟାଣ୍ଟର ଭାଲ୍ୟୁ ସ୍ଥିର ଅଟେ |
02:33 ଗୋଟିଏ ପ୍ରୋଗ୍ରାମ୍ ଏକଜେକ୍ୟୁଶନ୍ ସମୟରେ ସେଗୁଡ଼ିକ ପରିବର୍ତ୍ତିତ ହୁଏନାହିଁ |
02:38 କନଷ୍ଟାଣ୍ଟସ୍ ଦୁଇ ପ୍ରକାରର ହୋଇଥାଏ, ନ୍ୟୁମେରିକ୍ କନଷ୍ଟାଣ୍ଟସ୍ ଓ କ୍ୟାରେକ୍ଟର୍ କନଷ୍ଟାଣ୍ଟସ୍ |
02:45 ଚାଲନ୍ତୁ ପ୍ରୋଗ୍ରାମ୍ କୁ ପେରିଯିବା |
02:47 ଏଠାରେ, ଭେରିଏବଲ୍ cର ଡାଟା ପ୍ରକାର ହେଉଛି “ଫ୍ଲୋଟ୍” |
02:52 ଆମେ ଏହାକୁ ୧.୫ର ଭାଲ୍ୟୁ ଦେଇଛୁ |
02:56 ନିୟମଗୁଡ଼ିକର ଗୋଟିଏ ସେଟ୍ ସହିତ ଭାଲ୍ୟୁର ଏକ ସୀମିତ ସେଟ୍ ହେଉଛି ଡାଟା ଟାଇପ୍ |
03:04 ଏଠାରେ d ହେଉଛି ଏକ ଭେରିଏବଲ୍ |
03:07 char ଓ ସିଙ୍ଗଲ୍ କ୍ୱୋଟ୍ସ କୁହେ ଯେ, ଆମେ କ୍ୟାରେକ୍ଟର୍ ସହ କାର୍ଯ୍ୟ କରୁଛେ |
03:12 ପରିଣାମସ୍ୱରୂପ, A ଭାଲ୍ୟୁ ଷ୍ଟୋର୍ କରିଥିବା d ହେଉଛି ଏକ କ୍ୟାରେକ୍ଟର୍ ଭାରିଏବଲ୍ |
03:20 int, double, floatchar ଡାଟା ଟାଇପ୍ ବୋଲି ଦେଖିବା ସହଜ ଅଟେ |
03:30 a, cd ହେଉଛି ଭେରିଏବଲ୍ସ |
03:35 ଏବେ ଚାଲନ୍ତୁ ଆମ ସ୍ଲାଇଡ୍ସକୁ ଫେରିଯିବା |
03:37 ଆମେ ଡାଟା ଟାଇପ୍ସ ଓ ଭେରିଏବଲ୍ସ ବିଷୟରେ ଅଧିକ ଜାଣିବା |
03:48 ଚାଲନ୍ତୁ ଇଣ୍ଟିଜର୍ ଡାଟା ଟାଇପ୍ ରୁ ଆରମ୍ଭ କରିବା |
03:50 ଏହାକୁ int ଭାବରେ ଘୋଷଣା କରାଯାଇଛି |
03:53 ଏକ ଇଣ୍ଟିଜର୍ ଡାଟା ଟାଇପ୍ ପ୍ରିଣ୍ଟ କରିବାକୁ, ଫର୍ମାଟ୍ ସ୍ପେସିଫାୟର୍ ଭାବେ %d ବ୍ୟବହାର କରିବା |
04:01 ସେହିପରି, ଫ୍ଲୋଟିଙ୍ଗ୍ ପଏଣ୍ଟ ନମ୍ୱର୍ସ ପାଇଁ ଆମେ float%f ବ୍ୟବହାର କରିବା |
04:09 କ୍ୟାରେକ୍ଟର୍ ଡାଟା ଟାଇପ୍ ପାଇଁ char%c ବ୍ୟବହାର କରିବା |
04:15 ଡବଲ୍ ଡାଟା ଟାଇପ୍ ପାଇଁ, ଫର୍ମାଟ୍ ସ୍ପେସିଫାୟର୍ ଭାବେ ଆମେ double%lf ବ୍ୟବହାର କରିବା |
04:24 ଏବେ ଆମେ ଡାଟା ଟାଇପ୍ସର ରେଞ୍ଜ୍ ଦେଖିବା |
04:29 ଇଣ୍ଟିଜର୍ ଡାଟା ଟାଇପ୍ ର ରେଞ୍ଜ୍ ହେଉଛି
04:34 ଫ୍ଲୋଟିଙ୍ଗ୍ ପଏଣ୍ଟ୍ ର ରେଞ୍ଜ୍ ହେଉଛି
04:39 କ୍ୟାରେକ୍ଟର୍ ର ରେଞ୍ଜ୍ ହେଉଛି
04:42 ଓ ଡବଲ୍ ର ରେଞ୍ଜ୍ ହେଉଛି
04:47 ଭେରିଏବଲ୍ ରେ ଷ୍ଟୋର୍ ହୋଇଥିବା ଭାଲ୍ୟୁ, ଏହି ରେଞ୍ଜ୍ ରୁ ଅଧିକ କିମ୍ୱା କମ୍ ହୋଇନଥିବା ଦରକାର |
04:56 ଏବେ ଆମେ ଭେରିଏବଲ୍ସ ଆଡ଼କୁ ଯିବା |
05:00 ଭେରିଏବଲ୍ ହେଉଛି ଏକ ଡାଟା ନେମ୍ |
05:02 ଏକ ଡାଟା ଭାଲ୍ୟୁ ଷ୍ଟୋର୍ କରିବାକୁ ଏହା ବ୍ୟବହାର କରାଯାଇପାରେ |
05:06 ଏକ ପ୍ରୋଗ୍ରାମ୍ ଚାଲିବା ସମୟରେ ଭାଲ୍ୟୁକୁ ପରିବର୍ତ୍ତନ କରାଯାଇପାରେ |
05:10 ଭାରିଏବଲ୍ କୁ ବ୍ୟବହାର କରିବା ପୂର୍ବରୁ ଏହାକୁ ଘୋଷିତ କରାଯିବା ଦରକାର |
05:14 ଭାରିଏବଲ୍ସ ପାଇଁ ଆମେ ଅର୍ଥପୂର୍ଣ୍ଣ ନାମମାନ ଦେବାକୁ ଚେଷ୍ଟା କରିବା |
05:18 ଉଦାହରଣସ୍ୱରୂପ ଜନ୍, ମାର୍କ୍ସ, ସମ୍ ଆଦି |
05:24 ଏବେ ଚାଲନ୍ତୁ ଆମ ପ୍ରୋଗ୍ରାମ୍ କୁ ଫେରିଯିବା |
05:27 ଏଠାରେ, ଏହି କାର୍ଯ୍ୟ ପାଇଁ ପ୍ରିଣ୍ଟf ହେଉଛି ଆଇଡେଣ୍ଟିଫାୟର୍ ନାମ |
05:32 ସ୍ଲାଇଡ୍ସକୁ ଫେରି ଚାଲନ୍ତୁ |
05:35 ଚାଲନ୍ତୁ, ଆଇଡେଣ୍ଟିଫାୟର୍ସ ବିଷୟରେ ଜାଣିବା |
05:38 ଆଇଡେଣ୍ଟିଫାୟର୍ସ ହେଉଛି ୟୁଜର୍ ଡିଫାଇଣ୍ଡ୍ ନାମମାନ |
05:41 ଏକ ଆଇଡେଣ୍ଟିଫାୟର୍ ରେ ଅକ୍ଷର ଓ ସଂଖ୍ୟା ରହିଥାଏ |
05:46 ଉଭୟ ଅପର୍-କେସ୍ ଓ ଲୋୟର୍-କେସ୍ ଅକ୍ଷରର ଅନୁମତି ଅଛି |
05:51 ପ୍ରଥମ କ୍ୟାରେକ୍ଟର୍ ଟି ନିଶ୍ଚିତ ଭାବେ ଏକ ଅକ୍ଷର କିମ୍ୱା ଅଣ୍ଡରସ୍କୋର୍ ହେବା ଦରକାର |
05:55 ଏବେ ଚାଲନ୍ତୁ ଆମ ପ୍ରୋଗ୍ରାମ୍ କୁ ଫେରିଯିବା |
05:58 ଏଠାରେ ଆମେ ଭେରିଏବଲ୍ସ ଓ କନଷ୍ଟାଣ୍ଟସ୍ ଇନିଶିଆଲାଇଜ୍ କଲେ |
06:02 ସେଗୁଡ଼ିକୁ ଆମେ ପ୍ରିଣ୍ଟ କରିବା |
06:05 ଆଉଏହା ହେଉଛି ଆମର ରିଟର୍ନ ଷ୍ଟେଟମେଣ୍ଟ୍ |
06:08 ସେଭ୍ ରେ କ୍ଲିକ୍ କରନ୍ତୁ |
06:10 ପ୍ରୋଗ୍ରାମ୍ କୁ ଏକଜେକ୍ୟୁଟ୍ କରିବା |
06:12 କୀବୋର୍ଡରେ Ctrl, AltTକୁ ଏକାସାଙ୍ଗରେ ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
06:21 କମ୍ପାଇଲ୍ କରିବାକୁ, gcc ସ୍ପେସ୍ ଟୋକେନ୍ସ ଡଟ୍ c ସ୍ପେସ୍ ହାଇଫେନ୍ o tok ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:30 ଏକଜେକ୍ୟୁଟ୍ କରିବା ପାଇଁ ./tok (ଡଟ୍ ସ୍ଲାଶ୍ tok) ଟାଇପ୍ କରନ୍ତୁ |
06:35 ଆଉଟପୁଟ୍ ପ୍ରଦର୍ଶିତ ହେଲା |
06:39 ଡେସିମାଲ୍ ପଏଣ୍ଟ ପରେ ଛଅଟି ଭାଲ୍ୟୁ ଥିବାର ଆମେ ଦେଖିପାରୁଛେ |
06:44 ଆଉ ଏଠାରେ ଆମ ପାଖରେ ଦୁଇଟି ଭାଲ୍ୟୁ ଅଛି |
06:48 ଏବେ, ଏହା କିପରି ହେଲା, ଚାଲନ୍ତୁ ଜାଣିବା | ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ |
06:54 ଏଠାରେ ଆମ ପାଖରେ % point 2f ଥିବାରୁ ଏପରି ହେଲା |
06:59 ଡେସିମାଲ୍ ପଏଣ୍ଟ ପରେ ଆମେ କେବଳ ଦୁଇଟି ଭାଲ୍ୟୁ ପ୍ରିଣ୍ଟ କରିପାରିବା ବୋଲି ଏହା କୁହେ |
07:04 ଧରନ୍ତୁ, ମୁଁ ଏଠାରେ ତିନୋଟି ଡେସିମାଲ୍ ପଏଣ୍ଟ ସହିତ ଏକ ଆଉଟପୁଟ୍ ଚାହୁଁଛି |
07:09 ଚାଲନ୍ତୁ, % ପଏଣ୍ଟ ୨f କୁ % ପଏଣ୍ଟ ୩f ସହ ବଦଳାଇବା |
07:16 ସେଭ୍ କ୍ଲିକ୍ କରନ୍ତୁ |
07:19 ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
07:22 ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ |
07:28 ଏଠାରେ ଆମେ ଡେସିମାଲ୍ ପଏଣ୍ଟ ପରେ ତିନୋଟି ଭାଲ୍ୟୁ ଦେଖୁ |
07:33 ଏବେ ଆମେ ଏହି ପ୍ରୋଗ୍ରାମ୍ କୁ c++ରେ ଏକଜେକ୍ୟୁଟ୍ କରିବା |
07:36 ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
07:40 ମୁଁ ଏଠାରେ କିଛି ଜିନିଷ ପରିବର୍ତ୍ତନ କରିବି |
07:42 ପ୍ରଥମେ,. କୀବୋର୍ଡରେ ଏକାସାଙ୍ଗରେ Shift+Ctrl+s ଦାବନ୍ତୁ |
07:50 ଏବେ ଫାଇଲ୍ କୁ .cpp ଏକ୍ସଟେନ୍ସନ୍ ଦେଇ ସେଭ୍ ରେ କ୍ଲିକ୍ କରନ୍ତୁ |
07:58 iostream ଭାବରେ ହେଡର୍ କୁ ଚେଞ୍ଜ୍ କରନ୍ତୁ |
08:03 ବର୍ତ୍ତମାନ using ଷ୍ଟେଟମେଣ୍ଟ ଅନ୍ତର୍ଭୁକ୍ତ କରି
08:08 ସେଭ୍ ରେ କ୍ଲିକ୍ କରନ୍ତୁ |
08:11 ଏବେ printf ଷ୍ଟେଟମେଣ୍ଟକୁ cout ଷ୍ଟେଟମେଣ୍ଟ ସହିତ ବଦଳାନ୍ତୁ |
08:15 ଯେହେତୁ C++ରେ ଗୋଟିଏ ଲାଇନ୍ ପ୍ରିଣ୍ଟ କରିବାକୁ ଆମେ cout<< ଫଙ୍କସନ୍ ବ୍ୟବହାର କରୁ |
08:21 Search for and replace text ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
08:27 ଏଠାରେ printf ଓପନିଙ୍ଗ୍ ବ୍ରାକେଟ୍ “(” ଟାଇପ୍ କରନ୍ତୁ |
08:33 ଆଉ ଏହି କଲମ୍ ରେ cout ଓ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ << ଟାଇପ୍ କରନ୍ତୁ |
08:40 ଏବେ Replace All ଉପରେ କ୍ଲିକ୍ କରି କ୍ଲୋଜ୍ ରେ କ୍ଲିକ୍ କରନ୍ତୁ |
08:45 ଆମକୁ format specifier ଓ '\n' ଦରକାର ନାହିଁ |
08:50 ସେଗୁଡ଼ିକୁ ଡିଲିଟ୍ କରିଦେବା |
08:52 କମା ଡିଲିଟ୍ କରି ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
09:01 ସେଭ୍ ରେ କ୍ଲିକ୍ କରନ୍ତୁ | ଏବେ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରନ୍ତୁ |
09:04 ପୁଣିଥରେ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରି
09:09 ଡବଲ୍ କ୍ୱୋଟ୍ସ ମଧ୍ୟରେ \n ଟାଇପ୍ କରନ୍ତୁ |
09:16 ସେଭ୍ ରେ କ୍ଲିକ୍ କରନ୍ତୁ |
09:20 ଚାଲନ୍ତୁ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା | ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
09:24 କମ୍ପାଇଲ୍ କରିବାକୁ, g++ ସ୍ପେସ୍ ଟୋକେନ୍ସ ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ tok1 ଟାଇପ୍ କରନ୍ତୁ |
09:35 ଏଠାରେ ଆମ ପାଖରେ tok1 ଅଛି, କାରଣ ଟୋକେନ୍ସ ଡଟ୍ ସି ଫାଇଲ୍ ପାଇଁ tok ପାରାମିଟର୍ ଆଉଟପୁଟ୍ ଓଭର୍ ରାଇଟ୍ କରିବାକୁ ଆମେ ଚାହୁଁନେ |
09:46 ଏବେ ଏଣ୍ଟର୍ ପ୍ରେସ୍ କରନ୍ତୁ |
09:48 ଏକଜେକ୍ୟୁଟ୍ କରିବାକୁ ./tok1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:55 ଆଉଟପୁଟ୍ ପ୍ରଦର୍ଶିତ ହେଲା |
09:59 ବର୍ତ୍ତମାନ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ |
10:03 ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ |
10:05 ଧରନ୍ତୁ, ମୁଁ ଏଠାରେ ୮ ଭାବରେ bକୁ ପୁଣି ଏକ ନୂଆ ଭାଲ୍ୟୁ ଦେବି |
10:12 ଏବେ ସେଭ୍ କରି ଦେଖିବା କ’ଣ ହେଉଛି |
10:15 ଟର୍ମିନାଲ୍ କୁ ଫେରିଯିବା |
10:17 ପ୍ରମ୍ପ୍ଟ କ୍ଲିଅର୍ କରିଦେବା |
10:22 ପୂର୍ବପରି କମ୍ପାଇଲ୍ କରିବା |
10:26 ଆମ ଟୋକେନ୍ ଡଟ୍ ସିପିପି ଫାଇଲ୍ ରେ ଆମେ ଏକ ଏରର୍ ଦେଖୁ |
10:32 "Assignment of read only variable 'b' " |
10:36 ଆମ ପ୍ରୋଗ୍ରାମ୍ କୁ ଫେରିଯିବା |
10:39 ଏହାର କାରଣ ହେଲା b ହେଉଛି ଏକ କନଷ୍ଟାଣ୍ଟ | କନଷ୍ଟାଣ୍ଟଗୁଡ଼ିକର ସ୍ଥିର ଭାଲ୍ୟୁ ଥାଏ |
10:45 ପ୍ରୋଗ୍ରାମ୍ ର ଏକଜେକ୍ୟୁଶନ୍ ସମୟରେ ସେଗୁଡ଼ିକ ପରିବର୍ତ୍ତିତ ହୁଅନ୍ତି ନାହିଁ |
10:49 ତେଣୁ, ଏହା ଏକ ଏରର୍ ଦିଏ | ଚାଲନ୍ତୁ ଏରର୍ ଫିକ୍ସ କରିବା |
10:54 ଏହାକୁ ଡିଲିଟ୍ କରନ୍ତୁ | ସେଭ୍ ରେ କ୍ଲିକ୍ କରନ୍ତୁ |
10:57 ପୁଣିଥରେ ଏକଜେକ୍ୟୁଟ୍ କରିବା | ଟର୍ମିନାଲ୍ କୁ ଫେରିଚାଲନ୍ତୁ |
11:01 ପୂର୍ବପରି କମ୍ପାଇଲ୍ କରନ୍ତୁ |
11:03 ପୂର୍ବପରି ଏକଜେକ୍ୟୁଟ୍ କରନ୍ତୁ | ହଁ, ଏହା କାମ କରୁଛି |
11:09 ଏବେ ଆମେ ଆଉଏକ ସାଧାରଣ ଏରର୍ ଦେଖିବା |
11:12 ଆମ ପ୍ରୋଗ୍ରାମ୍ କୁ ସ୍ୱିଚ୍ ବ୍ୟାକ୍ କରନ୍ତୁ |
11:15 ଧରନ୍ତୁ ମୁଁ ଏଠାରେ ସିଙ୍ଗଲ୍ କ୍ୱୋଟ୍ସ ଭୁଲିଯାଇ ସେଭ୍ ରେ କ୍ଲିକ୍ କଲି |
11:21 ଏକଜେକ୍ୟୁଟ୍ କରନ୍ତୁ | ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
11:25 ପୂର୍ବପରି କମ୍ପାଇଲ୍ କରନ୍ତୁ |
11:28 ଟୋକନ୍ ଡଟ୍ ସିପିପି ଫାଇଲ୍ ର ୯ ନଂ. ଲାଇନ୍ ରେ ଆମେ ଏକ ଏରର୍ ଦେଖୁ |
11:34 " 'A' was not declared in the scope". ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
11:40 ଏହାର କାରଣ ହେଉଛି, ସିଙ୍ଗଲ୍ କ୍ୱୋଟ୍ସ ମଧ୍ୟରେ ଯାହାକିଛି ବି ଥାଏ, ଏକ କ୍ୟାରେକ୍ଟର୍ ଭାଲ୍ୟୁ ଭାବରେ ବିଚାର କରାଯାଏ |
11:47 ଆଉ ଏଠାରେ ଆମେ, କ୍ୟାରେକ୍ଟର୍ ଭାଲ୍ୟୁ ଭାବରେ d କୁ ଘୋଷିତ କରିଛେ |
11:53 ଏହି ଏରର୍ ଫିକ୍ସ କରିବା | ୯ ନଂ. ଲାଇନ୍ ରେ ସିଙ୍ଗଲ୍ କ୍ୱୋଟ୍ସ ଟାଇପ୍ କରନ୍ତୁ |
11:59 ସେଭ୍ ରେ କ୍ଲିକ୍ କରନ୍ତୁ | ଏକଜେକ୍ୟୁଟ୍ କରିବା |
12:02 ଆମ ଟର୍ମିନାଲ୍ କୁ ପେରିଆସନ୍ତୁ |
12:04 ଏବେ ପୂର୍ବ ପରି କମ୍ପାଇଲ୍ ଓ
12:06 ଏକଜେକ୍ୟୁଟ୍ କରନ୍ତୁ | ହଁ, ଏହା କାମ କରୁଛି |
12:13 ଏବେ ଆମ ସ୍ଲାଇଡ୍ସକୁ ଫେରିଯିବା |
12:15 ସଂକ୍ଷେପରେ
12:16 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
12:18 * ଡାଟା ଟାଇପ୍, ଯେପରି int, double, float ଆଦି |
12:24 * ଭେରିଏବଲ୍, ଯେପରି int a=2;
12:29 * ଆଇଡେଣ୍ଟିଫାୟର୍ସ, ଯେପରି printf() ଓ
12:34 * କନଷ୍ଟାଣ୍ଟ, ଯେପରି double const b=4;
12:40 ଏକ ଆସାନମେଣ୍ଟ ଭାବରେ,
12:41 ସିମ୍ପଲ୍ ଇଣ୍ଟରେଷ୍ଟ ଗଣନା କରିବାକୁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
12:45 ସଂକେତ: principal * rate * time upon 100.
12:50 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ,
12:54 ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ,
12:56 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ.
13:01 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,
13:03 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
13:07 ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
13:10 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
13:19 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
13:24 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
13:30 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି |
13:35 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep, Pratik kamble