C-and-Cpp/C2/First-Cpp-Program/Oriya

From Script | Spoken-Tutorial
Revision as of 19:53, 11 March 2015 by Pradeep (Talk | contribs)

Jump to: navigation, search
Time Narration
00:02 “ପ୍ରଥମ C++ ପ୍ରୋଗ୍ରାମ୍” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ସ୍ୱାଗତ.
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
00:10 * ଏକ C++ ପ୍ରୋଗ୍ରାମ୍ କିପରି ଲେଖାଯାଏ
00:13 * ତାହାକୁ କିପରି କମ୍ପାଇଲ୍ କରାଯାଏ
00:14 * ତାହାକୁ କିପରି ଏକଜେକ୍ୟୁଟ୍ କରାଯାଏ
00:17 ଆମେ, କେତେକ ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ବର୍ଣ୍ଣନା କରିବୁ.
00:22 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୧୦ ଓ
00:29 G++ କମ୍ପାଇଲର୍ ଭର୍ସନ୍ ୪.୫.୨ ବ୍ୟବହାର କରୁଛି.
00:35 ଏହି ଟ୍ୟୁଟୋରିଆଲ୍ ପ୍ରାକ୍ଟିସ୍ କରିବାକୁ,
00:37 ଆପଣ, ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଓ ଏକ ଏଡିଟର୍ ସହିତ ପରିଚିତ ଥିବା ଉଚିତ.
00:44 କିଛି ଏଡିଟର୍ ହେଉଛି vimgedit.
00:48 ଏହି ଟ୍ୟୁଟୋରିଆଲ୍ ରେ ମୁଁ ’ଜିଏଡିଟ୍’ ବ୍ୟବହାର କରିବି.
00:50 ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ନିମ୍ନ ଲିଙ୍କ୍ ରେ ପ୍ରଦର୍ଶିତ ଆମ ୱେବ୍-ସାଇଟ୍ କୁ ଯାଆନ୍ତୁ.
00:56 ଏକ ଉଦାହରଣ ମାଧ୍ୟମରେ ମୁଁ ଆପଣଙ୍କୁ, C++ ପ୍ରୋଗ୍ରାମ୍ କିପରି ଲେଖାଯାଏ, କହିବି.
01:01 କୀ’ବୋର୍ଡରେ ଏକାସାଙ୍ଗରେ Ctrl, Alt ଓ T ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ.
01:09 ଏବେ ଟେକ୍ସଟ୍ ଏଡିଟର୍ ଖୋଲିବା. ତେଣୁ, ପ୍ରମ୍ପ୍ଟରେ ଆମେ
01:13 “ଜିଏଡିଟ୍” ସ୍ପେସ୍ “ଟକ୍” ଡଟ୍ “.cpp” ସ୍ପେସ୍ ଆମ୍ପର୍ସାଣ୍ଡ “&” ଚିହ୍ନ ଟାଇପ୍ କରିବା.
01:21 ଆମେ ପ୍ରମ୍ପ୍ଟକୁ ମୁକ୍ତ କରିବା ପାଇଁ ଆମ୍ପରସେଣ୍ଡ୍ (&) ଉପଯୋଗ କରୁ.
01:25 ଦୟାକରି ଧ୍ୟାନ ଦିଅନ୍ତୁ ଯେ, ସମସ୍ତ “C++” ଫାଇଲଗୁଡ଼ିକର “”.cpp”” (dot cpp) ଏକ୍ସଟେନ୍ସନ୍ ଥାଏ.
01:31 ଏବେ, “ଏଣ୍ଟର୍” ଦାବନ୍ତୁ,
01:33 ଟେକ୍ସଟ୍ ଏଡିଟର୍ ଖୋଲିଯାଇଛି
01:35 ଚାଲନ୍ତୁ, ଏକ ପ୍ରୋଗ୍ରାମ୍ ଲେଖିବା.
01:38 ଡବଲ୍ ସ୍ଲାଶ୍ “//” ସ୍ପେସ୍ “My first C++ program” ଟାଇପ୍ କରନ୍ତୁ.
01:44 ଏଠାରେ, ଲାଇନ୍ କୁ କମେଣ୍ଟ କରିବା ପାଇଁ ଡବଲ୍ ସ୍ଲାଶ୍ ବ୍ୟବହୃତ ହୁଏ.
01:49 ପ୍ରୋଗ୍ରାମ୍ ର ଫ୍ଲୋ ବୁଝିବା ପାଇଁ କମେଣ୍ଟସ୍ ବ୍ୟବହାର କରାଯାଏ.
01:52 ଏହା ଡକ୍ୟୁମେଣ୍ଟେଶନ୍ ପାଇଁ ଉପଯୋଗୀ ଅଟେ.
01:55 ପ୍ରୋଗ୍ରାମ୍ ବିଷୟରେ ଏହା ଆମକୁ ସୂଚନା ଦିଏ.
01:59 ଡବଲ୍ ସ୍ଲାଶ୍ କୁ ସିଙ୍ଗଲ୍ ଲାଇନ୍ କମେଣ୍ଟ କୁହାଯାଏ. ଏବେ, ଏଣ୍ଟର୍ ଦାବନ୍ତୁ.
02:05 (ହାଶ୍) “#include” ସ୍ପେସ୍ ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍, କ୍ଲୋଜିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ.
02:13 ପ୍ରଥମେ ବ୍ରାକେଟ୍ ସମ୍ପୂର୍ଣ୍ଣ କରି, ତା’ପରେ ତା’ ଭିତରେ ଲେଖିବା ସର୍ବଦା ଏକ ଉତ୍ତମ ଅଭ୍ୟାସ.
02:20 ଏବେ ବ୍ରାକେଟ୍ ଭିତରେ “iostream” ଟାଇପ୍ କରନ୍ତୁ.
02:23 “iostream” ହେଉଛି ଏକ ହେଡର୍ ଫାଇଲ୍.
02:26 ଏହି ଫାଇଲ୍ ରେ, C++.ରେ ସାଧାରଣ ଇନପୁଟ୍/ଆଉଟପୁଟ୍ ପଙ୍କସନ୍ ର ଘୋଷଣା ଅନ୍ତର୍ଭୁକ୍ତ ଥାଏ. ଏବେ, ଏଣ୍ଟର୍ ଦାବନ୍ତୁ.
02:35 “using” ସ୍ପେସ୍ “namespace” ସ୍ପେସ୍ “std” ଓ ଏକ ସେମିକଲନ୍ “;” ଟାଇପ୍ କରନ୍ତୁ.
02:45 ଆପଣ “std namespace” ବ୍ୟବହାର କରିବାକୁ ଚାହୁଁଛନ୍ତି ବୋଲି “using” ଷ୍ଟେଟମେଣ୍ଟ କମ୍ପାଇଲର୍ କୁ ସୂଚିତ କରେ.
02:52 ନାମ ସଂଘର୍ଷକୁ ଏଡ଼ାଇବା ହେଉଛି “namespace”ର ଉଦ୍ଦେଶ୍ୟ.
02:56 ପରିଚୟକର୍ତ୍ତାଙ୍କର ନାମଗୁଡ଼ିକୁ ଲୋକାଲାଇଜ୍ କରାଯାଇ ଏହା କରାଯାଇଥାଏ.
03:00 ଏହା ଘୋଷଣାତ୍ମକ କ୍ଷେତ୍ର ପ୍ରସ୍ତୁତ କରିବା ସହ ସୁଯୋଗ ନିର୍ଦ୍ଧାରିତ କରିଥାଏ.
03:05 ଏକ “namespace” ମଧ୍ୟରେ ଯାହାକିଛି ବି ଦର୍ଶାଯାଇଥିବ, ତାହା ସେହି “namespace”ର ସ୍କୋପ୍‍ ରେ ଥିବ.
03:11 ଏଠାରେ “std” ହେଉଛି “namespace”, ଯେଉଁଥିରେ ସମଗ୍ର ଷ୍ଟାଣ୍ଡାର୍ଡ C++ ଲାଇବ୍ରେରୀ ଘୋଷିତ ହୋଇଛି. ଏଣ୍ଟର୍ ପ୍ରେସ୍ କରନ୍ତୁ.
03:20 ଓପନିଙ୍ଗ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ ମଧ୍ୟରେ “int” ସ୍ପେସ୍ “main” ଟାଇପ୍ କରନ୍ତୁ.
03:26 “main” ହେଉଛି ଏକ ସ୍ପେସିଆଲ୍ “ଫଙ୍କସନ୍”.
03:30 ଏହି ଲାଇନ୍ ରୁ ପ୍ରୋଗ୍ରାମ୍ ର ଏକଜେକ୍ୟୁଶନ୍ ଆରମ୍ଭ ହେଲା ବୋଲି ଏହା କହିଥାଏ.
03:34 ଓପନିଙ୍ଗ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ କୁ ପାରେନ୍ଥେସିସ୍ କୁହାଯାଏ.
03:39 “main” ପରେ ଥିବା ପାରେନ୍ଥେସିସ୍ ୟୁଜର୍ ଙ୍କୁ କହିଥାଏ ଯେ, “main” ହେଉଛି ଏକ “ଫଙ୍କସନ୍”.
03:45 ଏଠାରେ “int” “main() ଫଙ୍କସନ୍” କୌଣସି “ଆର୍ଗୁମେଣ୍ଟ୍” ନିଏନାହିଁ ଓ “ଇଣ୍ଟିଜର୍” ପ୍ରକାରର ଏକ ଭାଲ୍ୟୁ ରିଟର୍ନ କରେ.
03:52 ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଆମେ “ଡାଟା ଟାଇପ୍” ବିଷୟରେ ଶିଖିବା.
03:56 ଏବେ ଆମେ ସ୍ଲାଇଡ୍ସକୁ ଯାଇ “main” ଫଙ୍କସନ୍ ବିଷୟରେ ଅଧିକ ଜାଣିବା.
04:02 ପ୍ରତ୍ୟେକ “ପ୍ରୋଗ୍ରାମ୍” ରେ ଗୋଟିଏ ମେନ୍ ଫଙ୍କସନ୍ ରହିବା ଉଚିତ.
04:04 ଗୋଟିଏ ଫଙ୍କସନ୍ ରୁ ଅଧିକ ରହିବା ଉଚିତ ନୁହେଁ.
04:09 ଅନ୍ୟଥା କମ୍ପାଇଲର୍, ପ୍ରୋଗ୍ରାମ୍ ର ଆରମ୍ଭ ଠାବ କରିପାରିବ ନାହିଁ.
04:13 ପାରେନ୍ଥେସେସ୍ ର ଖାଲି ଯୋଡ଼ା ଏହା ସୂଚିତ କରେ ଯେ, ମେନ୍ ରେ କୌଣସି “ଆର୍ଗୁମେଣ୍ଟସ୍” ନାହିଁ.
04:19 ଆଗାମୀ ଟ୍ୟୁଟୋରିଆଲ୍ସରେ ଆର୍ଗୁମେଣ୍ଟସ୍ ର କନ୍ସେପ୍ଟ ସବିଶେଷ ଭାବେ ଆଲୋଚିତ ହେବ.
04:24 ଏବେ, ଆମ ପ୍ରୋଗ୍ରାମ୍ କୁ ଫେରିଯିବା. ଏଣ୍ଟର୍ ଦାବନ୍ତୁ.
04:29 ଓପନିଙ୍ଗ୍ କର୍ଲୀ ବ୍ରାକେଟ୍ “{“ ଟାଇପ୍ କରନ୍ତୁ.
04:32 “ମେନ୍()”ଫଙ୍କସନ୍ ର ଆରମ୍ଭକୁ ଓପନିଙ୍ଗ୍ କର୍ଲୀ ବ୍ରାକେଟ୍ ଚିହ୍ନିତ କରିଥାଏ.
04:37 ତା’ପରେ କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍ “}” ଟାଇପ୍ କରନ୍ତୁ.
04:40 “ମେନ୍()”ଫଙ୍କସନ୍ ର ଶେଷକୁ କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍ ଚିହ୍ନିତ କରିଥାଏ.
04:45 ଏବେ, ବ୍ରାକେଟ୍ ମଧ୍ୟରେ ଦୁଇଥର “ଏଣ୍ଟର୍” ଦାବି
04:49 ଗୋଟିଏ ଲାଇନ୍ ଉପରକୁ କର୍ସର୍ ଘୂଞ୍ଚାନ୍ତୁ.
04:51 କୋଡ୍ ପଢ଼ିବାକୁ ଇଣ୍ଡେନ୍ସନ୍ ସହଜ କରିଥାଏ.
04:54 ଏରର୍ ଶୀଘ୍ର ଲୋକେଟ୍ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ.
04:58 ତେଣୁ, ଏଠାରେ ଗୋଟିଏ ସ୍ପେସ୍ ଦେଇ
05:01 “cout” ସ୍ପେସ୍ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରିବା.
05:07 ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରିଣ୍ଟ କରିବାକୁ “cout” ହେଉଛି ଷ୍ଟାଣ୍ଡାର୍ଡ C++ ଫଙ୍କସନ୍.
05:14 ଏବେ, ବ୍ରାକେଟ୍ ପରେ, ଡବଲ୍ କ୍ୱୋଟ୍ସ ମଧ୍ୟରେ.
05:18 “cout” ଫଙ୍କସନ୍ ରେ ଥିବା ଡବଲ୍ କ୍ୱୋଟ୍ସ ମଧ୍ୟରେ ଯାହାକିଛି ବି ଥିବ, ତାହା ପ୍ରିଣ୍ଟ ହୋଇଯିବ.
05:24 ଏକ କ୍ୱୋଟ୍ ଭିତରେ “ଟକ୍ ଟୁ ଏ ଟିଚର୍ ବ୍ୟାକସ୍ଲାଶ୍ (\)n” ଟାଇପ୍ କାରନ୍ତୁ.
05:31 ଏଠାରେ “ବ୍ୟାକସ୍ଲାଶ୍ (\)n” ଏକ ନୂଆ ଲାଇନ୍ କୁ ବୁଝାଏ.
05:35 ପରିଣାମସ୍ୱରୂପ, “cout” ଫଙ୍କସନ୍ ର ଏକଜେକ୍ୟୁଶନ୍ ପରେ, କର୍ସର୍ ନୂଆ ଲାଇନ୍ କୁ ଚାଲିଯିବ.
05:41 ପ୍ରତ୍ୟେକ “C++” ଷ୍ଟେଟମେଣ୍ଟ୍ ଏକ “ସେମିକଲନ୍ (;)” ସହ ଶେଷ ହେବା ଉଚିତ.
05:45 ତେଣୁ, ତାହାକୁ ଏହି ଲାଇନ୍ ଶେଷରେ ଟାଇପ୍ କରନ୍ତୁ.
05:48 “ସେମିକଲନ୍” ଏକ ଷ୍ଟେଟମେଣ୍ଟ ଟର୍ମିନେଟର୍ ଭାବରେ କାମ କରେ. ଏଣ୍ଟର୍ ଦାବନ୍ତୁ.
05:53 ଏଠାରେ ଏକ ସ୍ପେସ୍ ଦେଇ “ରିଟର୍ନ” ସ୍ପେସ୍ “୦” ଓ ଏକ “ସେମିକଲନ୍” ଟାଇପ୍ କରନ୍ତୁ.
06:00 ଏହି ଷ୍ଟେଟମେଣ୍ଟ ଇଣ୍ଟିଜର୍ ଜିରୋ ଦେଇଥାଏ.
06:03 ଏହି ଫଙ୍କସନ୍ ପାଇଁ ଏକ ଇଣ୍ଟିଜର୍ ରିଟର୍ନ ହେବା ଦରକାର, କାରଣ ଫଙ୍କସନ୍ ର ପ୍ରକାର ହେଉଛି “int”.
06:10 ଏକଜେକ୍ୟୁଟେବଲ୍ ଷ୍ଟେଟମେଣ୍ଟର ଶେଷକୁ “ରିଟର୍ନ” ଷ୍ଟେଟମେଣ୍ଟ ଚିହ୍ନିତ କରେ.
06:14 ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଆମେ ରିଟର୍ନଡ୍ ଭାଲ୍ୟୁ ବିଷୟରେ ଅଧିକ ଶିଖିବା.
06:20 ଫାଇଲ୍ ସେଭ୍ କରିବା ପାଇଁ ଏବେ “ସେଭ୍” ବଟନ୍ ରେ କ୍ଲିକ୍ କରନ୍ତୁ.
06:23 ବାରମ୍ୱାର ଫାଇଲ୍ ସେଭ୍ କରିବା ଏକ ଭଲ ଅଭ୍ୟାସ.
06:26 ଏହା ଆପଣଙ୍କୁ, ସଡନ୍ ପାୱର୍ ଫେଲ୍ୟୋର୍ ରୁ ରକ୍ଷା କରିବ.
06:30 ଆପ୍ଲିକେଶନ୍ କ୍ରାଶ୍ ହେବା କ୍ଷେତ୍ରରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହେବ.
06:34 ଏବେ ପ୍ରୋଗ୍ରାମ୍ କମ୍ପାଇଲ୍ କରିବା.
06:36 ଟର୍ମିନାଲ୍ କୁ ଫେରିଚାଲନ୍ତୁ.
06:39 “g++” ସ୍ପେସ୍ “talk.cpp” ସ୍ପେସ୍ ହାଇଫେନ୍ “-o” ସ୍ପେସ୍ “output” ଟାଇପ୍ କରନ୍ତୁ.
06:49 ଏଠାରେ g++ ହେଉଛି, “c++” ପ୍ରୋଗ୍ରାମ୍ସ କମ୍ପାଇଲ୍ କରିବା ପାଇଁ ଏକ କମ୍ପାଇଲର୍
06:55 talk.cpp ହେଉଛି ଆମ ଫାଇଲ୍ ନାମ.
06:59 -o output କୁହେ ଯେ, ଏକଜେକ୍ୟୁଟେବଲ୍ କୁ output ଫାଇଲ୍ କୁ ଯିବା ଉଚିତ.
07:05 “ଏଣ୍ଟର୍” ଦବାନ୍ତୁ.
07:07 ଦେଖନ୍ତୁ, ପ୍ରୋଗ୍ରାମ୍ କମ୍ପାଇଲ୍ ହୋଇଗଲା.
07:10 ଶେଷ ଫାଇଲ୍ ଭାବେ “output” କ୍ରିଏଟ୍ ହୋଇଛି ବୋଲି ଆମେ “ls ସ୍ପେସ୍ (ହାଇଫେନ୍) –lrt” ଟାଇପ୍ କରି ଦେଖିପାରିବା.
07:19 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବାକୁ, “(ଡଟ୍ ସ୍ଲାଶ୍) ./output” ଟାଇପ୍ କରି
07:24 ଏଣ୍ଟର୍ ଦାବନ୍ତୁ.
07:27 “ଟକ୍ ଟୁ ଏ ଟିଚର୍” ଭାବେ ଏଠାରେ ଆଉଟପୁଟ୍ ଦେଖାଗଲା.
07:30 ଚାଲନ୍ତୁ ଏବେ କମନ୍ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ.
07:35 ଆମ ଟେକ୍ସଟ୍ ଏଡିଟର୍ କୁ ଫେରିଚାଲନ୍ତୁ.
07:38 ଧରନ୍ତୁ, ଏଠାରେ ମୁଁ “}” (କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍) ଛାଡ଼ିଦେଇ
07:42 “ସେଭ୍”ରେ କ୍ଲିକ୍ କରିବି.
07:44 ଏକଜେକ୍ୟୁଟ୍ କରିବା. ଆମ ଟର୍ମିନାଲ୍ କୁ ଫେରିଯିବା.
07:48 ପୂର୍ବରୁ ବ୍ୟବହାର ହୋଇଥିବା କମାଣ୍ଡ ବ୍ୟବହାର କରି ପ୍ରୋଗ୍ରାମ୍ କୁ କମ୍ପାଇଲ୍ ଓ ରନ୍ କରନ୍ତୁ. ଆମେ ଏକ ଏରର୍ ଦେଖୁ.
07:55 ଆମ “ଟକ୍.ସିପିପି” ଫାଇଲ୍ ରେ ଥିବା ୭ମ ଲାଇନ୍ ରେ ଏକ ଏରର୍ ଅଛି, ଯାହା “ଇନପୁଟ୍ ର ଶେଷରେ କର୍ଲୀ ବ୍ରାକେଟ୍ ଖୋଜୁଛି”.
08:07 ଏବେ, ଆମ ଟେକ୍ସଟ୍ ଏଡିଟର୍ କୁ ଫେରିଚାଲନ୍ତୁ.
08:09 ପୂର୍ବରୁ ମୁଁ କହିସାରିଛି ଯେ, କ୍ଲୋଜିଙ୍ଗ୍ ବ୍ରାକେଟ୍ ମେନ୍ ଫଙ୍କସନ୍ ର ଶେଷକୁ ଚିହ୍ନିତ କରେ.
08:14 ତେଣୁ, ଏଠାରେ ବ୍ରାକେଟ୍ କୁ ରି-ଇନ୍ସର୍ଟ କରନ୍ତୁ. ଫାଇଲ୍ କୁ ସେଭ୍ କରନ୍ତୁ.
08:19 ଏହାକୁ ଆମେ ପୁଣି ଏକଜେକ୍ୟୁଟ୍ କରିବା.
08:21 “ଅପ୍ ଏରୋ” କୀ’ ଦାବି ପୂର୍ବରୁ ଏଣ୍ଟର୍ କରିଥିବା କମାଣ୍ଡଗୁଡ଼ିକୁ ଆପଣ ପୁଣି ଦେଖିପାରିବେ.
08:26 ତାହା ହିଁ ମୁଁ ଏବେ କଲି.
08:30 ହଁ, ଏହା କାମ କରୁଛି.
08:32 ମୁଁ ଆପଣଙ୍କୁ ଅନ୍ୟ ଏକ ସାଧାରଣ ଏରର୍ ଦେଖାଇବି.
08:35 ଟେକ୍ସଟ୍ ଏଡିଟର୍ କୁ ଫେରିଚାଲନ୍ତୁ.
08:37 ବର୍ତ୍ତମାନ, ଧରନ୍ତୁ ଏହି ଲାଇନ୍ ଶେଷରେ ଆମେ std. ଛାଡ଼ିଦେଇ
08:41 “ସେଭ୍” ରେ କ୍ଲିକ୍ କରିବା.
08:44 ପ୍ରୋଗ୍ରାମ୍ କୁ ଫେରି ଚାଲନ୍ତୁ.
08:46 କମ୍ପାଇଲ୍ କରିବା.
08:48 “ଟକ୍.ସିପିପି” ଫାଇଲ୍ ରେ ଥିବା ଦ୍ୱିତୀୟ ଓ ଷଷ୍ଠ ଲାଇନ୍ ରେ ଏକ ଏରର୍ ଥିବାର ଆମେ ଦେଖିଛେ.
08:56 ତାହା ହେଉଛି "expected identifier before 'semicolon' " ଓ " 'cout' was not declared in this scope".
09:05 ଯେହେତୁ cout ହେଉଛି ଷ୍ଟାଣ୍ଡାର୍ଡ C++ library function.
09:09 ଓ ସମଗ୍ର C++ library function std namespace ଅନ୍ତର୍ଗତ ବର୍ଣ୍ଣିତ ହୋଇଛି.
09:15 ତେଣୁ ତାହା ଏକ ଏରର୍ ଦିଏ.
09:18 ଏବେ ଚାଲନ୍ତୁ ଏରର୍ ଫିକ୍ସ କରିବା.
09:19 ଆମେ ଟେକ୍ସଟ୍ ଏଡିଟର୍ କୁ ଫେରିଆସି “std” ଟାଇପ୍ କରିବା.
09:23 ସେଭ୍ କରନ୍ତୁ.
09:25 ଚାଲନ୍ତୁ, ଏହାକୁ ପୁଣି କମ୍ପାଇଲ୍ କରିବା.
09:29 ହଁ, ଏହା କାମ କରୁଛି.
09:32 ଏକ ଆସାନମେଣ୍ଟ ଭାବରେ
09:33 ଆପଣଙ୍କ ନାମ ଓ ସହର ପ୍ରିଣ୍ଟ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ.
09:37 ଏହି ଟ୍ୟୁଟୋରିଆଲ୍ ରେ ଆମେ “ସିଙ୍ଗଲ୍ ଲାଇନ୍ କମେଣ୍ଟ” ବ୍ୟବହାର କରିଛେ.
09:40 ଏବେ ଏକ “ମଲ୍ଟିଲାଇନ୍ କମେଣ୍ଟ” ଦେବାକୁ ଚେଷ୍ଟା କରନ୍ତୁ.
09:44 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ,
09:46 ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ,
09:48 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ.
09:53 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,
09:55 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ.
09:58 ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ.
10:01 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ.
10:10 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
10:14 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
10:20 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି.
10:25 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
10:28 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ.

Contributors and Content Editors

PoojaMoolya, Pradeep, Pratik kamble