Blender/C2/Types-of-Windows-Properties-Part-3/Oriya

From Script | Spoken-Tutorial
Revision as of 12:30, 18 July 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:05 ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍
00:09 ଏହି ଟ୍ୟୁଟୋରିଆଲ୍ Blender 2.59ରେ properties window ଉପରେ ପର୍ଯ୍ୟବସିତ ଅଟେ
00:16 ଏହି ସ୍କ୍ରିପ୍ଟ Sneha Deorukhkar ଓ Bhanu Prakash ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି
00:28 ଏହି ଟ୍ୟୁଟୋରିଆଲକୁ ଦେଖିସାରିଲା ପରେ - Properties ୱିଣ୍ଡୋ କ’ଣ;
00:35 Properties windowରେ ଥିବା Object constraints panel, Modifiers Panel ଓ Object Data Panel ସବୁ କ’ଣ ଅଟେ;
00:44 Properties windowରେ ଥିବା Object constraints panel, Modifiers Panel ଓ Object Data Panelରେ ଥିବା ବିଭିନ୍ନ ସେଟିଙ୍ଗସଗୁଡିକ କ’ଣ ଅଟେ, ଆମେ ଶିଖିବା
00:57 Blender interfaceର ମୌଳିକ ଉପା୍ଦାନଗୁଡିକୁ ଆପଣ ଶିଖିଥିବେ ବୋଲି ମୁଁ ଆଶା କରୁଛି
01:01 ଯଦି ନୁହେଁ ତେବେ, ଦୟାକରି ଆମର Basic Description of the Blender Interface ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
01:10 ସ୍କ୍ରୀନର ଡାହାଣ ପଟେ Properties ୱିଣ୍ଡୋ ଅବସ୍ଥାନ କରେ
01:16 ପୂର୍ବ ଟ୍ୟୁଟୋରିଆଲରେ ଆମେ, Properties ୱିଣ୍ଡୋର ପ୍ରଥମ ଚାରୋଟି ପ୍ୟାନେଲ୍ ଏବଂ ସେମାନଙ୍କର ସେଟିଙ୍ଗସଗୁଡିକୁ ଦେଖିସାରିଛେ
01:23 ଚାଲନ୍ତୁ Properties ୱିଣ୍ଡୋର ପରବର୍ତ୍ତି ପ୍ୟାନେଲଗୁଡିକୁ ଦେଖିବା. ପ୍ରଥମେ, ଆମେ Properties ୱିଣ୍ଡୋକୁ ଭଲ ଭାବେ ଦେଖିବା ଓ ବୁଝିବା ପାଇଁ ରିସାଇଜ୍ କରିବା
01:33 Properties ୱିଣ୍ଡୋର ବାମ ଧାର ଉପରେ ଲେଫ୍ଟ କ୍ଲିକ୍ କରି ଧରି ରଖନ୍ତୁ ଏବଂ ବାମ ପଟକୁ ଡ୍ରାଗ୍ କରନ୍ତୁ
01:43 ବର୍ତ୍ତମାନ ଆପଣ Properties ୱିଣ୍ଡୋରେ ଥିବା ଅପଶନଗୁଡିକୁ ଅତି ପ୍ରାଞ୍ଜଳ ଭାବେ ଦେଖିପାରିବେ
01:47 Blender windowsକୁ କିପରି ରିସାଇଜ୍ କରାଯାଏ ଶିଖିବା ପାଇଁ, How to Change Window Types in Blender ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
01:57 Properties ୱିଣ୍ଡୋର ଉପରିସ୍ଥ ରୋକୁ ଯା’ନ୍ତୁ
02:03 chain ଆଇକନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହା Object Constraints ପ୍ୟାନେଲ୍ ଅଟେ
02:12 Add constraintରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହି ମେନୁ ବିଭିନ୍ନ ଅବଜେକ୍ଟ କନଷ୍ଟ୍ରେଣ୍ଟଗୁଡିକୁ ତାଲିକାଭୁକ୍ତ କରିଥାଏ
02:19 ଏଠାରେ ଥିବା ତିନୋଟି ମୂଖ୍ୟ କନଷ୍ଟ୍ରେଣ୍ଟର ପ୍ରକାର ହେଲେ–Transform, Tracking ଓ Relationship
02:31 Copy Location କନଷ୍ଟ୍ରେଣ୍ଟ, ଗୋଟିଏ ଅବଜେକ୍ଟର ସ୍ଥାନକୁ କପୀ କରିବା ପାଇଁ ବ୍ୟବହୃତ ହୁଏ ଏବଂ ଏହାକୁ ଅନ୍ୟ objectରେ ସେଟ୍ କରିଥାଏ
02:38 3D viewକୁ ଯା’ନ୍ତୁ. Lampକୁ ଚୟନ କରିବା ପାଇଁ, ଏହା ଉପରେ ରାଇଟ୍ କ୍ଲିକ୍ କରନ୍ତୁ
02:45 Object Constraints Panelକୁ ଫେରିଆସନ୍ତୁ
02:49 Add Constraintରେ ଲେଫ୍ଟ କ୍ଲିକ୍ କରନ୍ତୁ
02:52 Transformରେ ଥିବା Copy Locationକୁ ଚୟନ କରନ୍ତୁ
02:57 Add constraint ମେନୁ ବାର୍ ଅଧିନରେ ଗୋଟିଏ ନୂତନ panel ଦୃଶ୍ୟମାନ ହେବ
03:05 ଏହି ପ୍ୟାନେଲ୍ Copy Location କନଷ୍ଟ୍ରେଣ୍ଟର ସେଟିଙ୍ଗଗୁଡିକୁ ଧାରଣ କରିଥାଏ
03:06 copy location panelର ବାମ ପଟେ, ଧଳା ବାର୍ ସହ ଗୋଟିଏ orange cubeକୁ ଦେଖି ପାରୁଛନ୍ତି?
03:12 ଏହା Target ବାର୍ ଅଟେ. ଏଠାରେ target objectର ନାମକୁ ଯୋଗ କରନ୍ତୁ
03:21 Target ବାରରେ ଲେଫ୍ଟ କ୍ଲିକ୍ କରନ୍ତୁ
03:24 ତାଲିକାରୁ Cubeକୁ ଚୟନ କରନ୍ତୁ
03:29 copy location କନଷ୍ଟ୍ରେଣ୍ଟ, cubeର ଲୋକେଶନ୍ କୋଅର୍ଡିନେଟଗୁଡିକୁ କପୀ କରିବ ଏବଂ ଏହାକୁ lampରେ ଉପଯୋଗ କରିବ
03:37 ପରିଣାମସ୍ଵରୂପ, lamp, cube ଥିବା ସ୍ଥାନକୁ ଘୁଞ୍ଚିଯିବ
03:42 Copy location ପ୍ୟାନେଲର ସର୍ବ ଉପରିସ୍ଥ ଡାହାଣ ପଟ କୋଣରେ ଥିବା cross ଆଇକନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
03:50 କନଷ୍ଟ୍ରେଣ୍ଟ୍ ବାହାର ହୋଇଯିବ. Lamp ମୂଳ ସ୍ଥାନକୁ ଫେରିଆସିବ
03:58 ଗୋଟିଏ object constraint ଏହି ଭଳି କାର୍ଯ୍ୟ କରେ
04:02 ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ, object constraints ଅନେକ ଥର ବ୍ୟବହାର ହୋଇଛି
04:07 ବର୍ତ୍ତମାନ ପାଇଁ, ଚାଲନ୍ତୁ Properties windowର ପରବର୍ତ୍ତି ପ୍ୟାନେଲକୁ ଯିବା. 3D viewକୁ ଯା’ନ୍ତୁ
04:16 cubeକୁ ଚୟନ କରି୍ବା ପାଇଁ, ରାଇଟ୍ କ୍ଲିକ୍ କରନ୍ତୁ
04:19 Properties windowର ଉପରିସ୍ଥ ରୋରେ ଥିବା ପରବର୍ତ୍ତି ଆଇକନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
04:26 ଏହା Modifiers ପ୍ୟାନେଲ୍ ଅଟେ
04:29 ଗୋଟିଏ Modifier, ମୂଳ ପ୍ରପର୍ଟୀକୁ ପରିବର୍ତ୍ତନ ନ’କରି ଅବଜେକ୍ଟକୁ ଡିଫର୍ମ୍ କରିଥାଏ. ମୁଁ ପ୍ରଦର୍ଶନ କରୁଛି
04:36 Modifiers ପ୍ୟାନେଲକୁ ଫେରିଯା’ନ୍ତୁ
04:40 ADD modifierରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏଠାରେ ମୁଖ୍ୟ ତିନୋଟି modifiersର ପ୍ରକାର ଅଛି - Generate, Deform ଓ Simulate
04:54 ମେନୁର ନିମ୍ନସ୍ଥ ବାମ କୋଣରେ ଥିବା Subdivision Surface ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
05:02 cube ଡିଫର୍ମ୍ ହୋଇ, ଗୋଟିଏ ଡିଷ୍ଟୋର୍ଟେଡ୍ ବଲ୍ ହୋଇଯିବ. Add modifier menu barରେ ଗୋଟିଏ ନୂତନ panel ଦୃଶ୍ୟମାନ ହେବ
05:10 ଏହି ପ୍ୟାନେଲ୍ Subdivision Surface modifier ପାଇଁ ସେଟିଙ୍ଗସଗୁଡିକୁ ପ୍ରଦର୍ଶନ କରିବ
05:16 View 1ରେ ଲେଫ୍ଟ କ୍ଲିକ୍ କରନ୍ତୁ. କୀବୋର୍ଡରେ 3 ଟାଇପ୍ କରନ୍ତୁ ଏବଂ Enter କୀ ଦାବନ୍ତୁ
05:25 ବର୍ତ୍ତମାନ cube, ଗୋଟିଏ ball କିମ୍ବା sphere ଭଳି ଦେଖାଯିବ
05:28 ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଆମେ subdivision surface Modifiers ବିଷୟରେ ସବିଶେଷ ଶିଖିବା
05:35 Subdivision surface panelର ଉପରିସ୍ଥ ଡାହାଣ ପଟ କୋଣରେ ଥିବା cross ଆଇକନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
05:43 modifier ବାହାର ହୋଇଯିବ. Cube ମୂଳ ଅବସ୍ଥାକୁ ଫେରିଆସିବ
05:49 ତେଣୁ, modifier କ୍ୟୁବର ମୂଳ ପ୍ରପର୍ଟୀଗୁଡିକୁ ପରିବର୍ତ୍ତନ କରେ ନାହିଁ
05:54 ପରବର୍ତ୍ତି ଟ୍ୟୁଟୋରିଅଲଗୁଡିକରେ Modifiers ବିଷୟରେ ସବିଶେଷ ଶିଖିବା
05:59 Properties windowର ଉପରିସ୍ଥ ରୋରେ ଥିବା inverted triangle ଆଇକନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
06:07 ଏହା Object Data ପ୍ୟାନେଲ୍ ଅଟେ
06:10 ଗୋଟିଏ ଚୟନିତ ଭର୍ଟିସେସର ସେଟକୁ ଏକତ୍ର କରିବା ପାଇଁ, Vertex groups ବ୍ୟବହୃତ ହୁଏ
06:15 Blenderର ଆନିମେଶନ୍ ଉପରେ ଥିବା ଅତି ଆଧୁନିକ ଟ୍ୟୁଟୋରିଆଲଗୁଡିକରେ, Vertex Groupsର କିପରି ବ୍ୟବହୃତ ହୁଏ ଦେଖିବା
06:22 edit ମୋଡରେ ଅବଜେକ୍ଟକୁ ଆନିମେଟ୍ କରିବା ପାଇଁ Shape Keys ବ୍ୟବହୃତ ହୁଏ
06:28 shape keys ବକ୍ସର ପୁରା ଡାହାଣ ପଟେ ଥିବା plus ଚିହ୍ନକୁ ଦେଖିପାରୁଛନ୍ତି?
06:34 ଏହା ଅବଜେକ୍ଟରେ, ଗୋଟିଏ ନୂତନ shape key ଯୋଗ କରିବା ପାଇଁ ବ୍ୟବହୃତ ହୁଏ
06:39 shape keys ବକ୍ସର ପୁରା ଡାହାଣ ପଟେ ଥିବା plus ଚିହ୍ନ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ. ପ୍ରଥମ କୀ Basis ଅଟେ
06:50 ଏହି କୀ ଅବଜେକ୍ଟର ମୂଳ ଫର୍ମକୁ ସୁରକ୍ଷିତ ରଖେ ଯାହାକୁ ଆପଣ ଆନିମେଟ୍ କରିବାକୁ ଚାହାଁନ୍ତି
06:55 ତେଣୁ, ଏହି କୀକୁ modify କରିପାରିବେ ନାହିଁ
06:58 ଆଉ ଏକ କୀକୁ ଯୋଗ କରିବା ପାଇଁ, ପୁନର୍ବାର plus ଚିହ୍ନ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ. Key 1 ହେଉଛି ପ୍ରଥମ କୀ ଯାହାକୁ modify କରିପାରିବେ
07:10 3D viewକୁ ଆସନ୍ତୁ
07:13 Edit ମୋଡରେ ପ୍ରବେଶ କରିବା ପାଇଁ, କୀବୋର୍ଡରେ tab ଦାବନ୍ତୁ
07:18 cubeକୁ scale କରିବା ପାଇଁ S ଦାବନ୍ତୁ. mouseକୁ ଡ୍ରାଗ୍ କରନ୍ତୁ. scaleକୁ ସୁନିଶ୍ଚିତ କରିବା ପାଇଁ ଲେଫ୍ଟ କ୍ଲିକ୍ କରନ୍ତୁ
07:29 Object modeକୁ ଫେରିଯିବା ପାଇଁ, tab ଦାବନ୍ତୁ
07:33 କ୍ୟୁବ୍, ଏହାର ମୂଳ ଆକାରକୁ ଫେରିଆସିଲା. କିନ୍ତୁ, ଆମେ edit ମୋଡରେ କରିଥିବା ସ୍କେଲିଙ୍ଗର ଅବସ୍ଥା କ’ଣ ହେଲା?
07:40 Object Data panelରେ ଥିବା Shape Keys boxକୁ ଫେରିଆସନ୍ତୁ
07:45 Key 1 ଆକ୍ଟିଭ୍ କୀ ଅଟେ ଏବଂ blueରେ ହାଇଲାଇଟ୍ ହୋଇଛି
07:50 ଡାହାଣ ପଟେ shape keyର ଭାଲ୍ୟୁ ଅଛି. ଏହି ଭାଲ୍ୟୁକୁ ନିମ୍ନଭାଗରେ modify କରିପାରିବେ
07:57 Value 0.000ରେ ଲେଫ୍ଟ କ୍ଲିକ୍ କରନ୍ତୁ
08:03 ଆପଣଙ୍କ କୀବୋର୍ଡରେ 1 ଟାଇପ୍ କରନ୍ତୁ ଏବଂ Enter କୀ ଦାବନ୍ତୁ. ବର୍ତ୍ତମାନ cubeଟି ସ୍କେଲ୍ ହେଲା
08:12 ଆପଣ ଅନେକ shape keysକୁ ଯୋଗ କରିଚାଲନ୍ତୁ ଏବଂ ଆଗକୁ ଆଗକୁ କ୍ୟୁବ୍ modify ହେଉଥିବ
08:17 Blender tutorialsର ଏହି ସିରିଜରେ, ଆପଣ ମୋତେ ଆନିମେଶନ୍ କଲାବେଳେ shape keysକୁ ଅନେକ ବାର ବ୍ୟବହାର କରୁଥିବାର ଦେଖୁଥିବେ
08:26 ପରବର୍ତ୍ତି ସେଟିଙ୍ଗସ ହେଉଛି, UV Texture. ଗୋଟିଏ objectର textureକୁ modify କଲାବେଳେ ଏହା ବ୍ୟବହୃତ ହୁଏ
08:33 ଆମେ ଏଗୁଡିକୁ ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଦେଖିବା
08:38 ବର୍ତ୍ତମାନ ଆଗକୁ ଯିବା ସହିତ ଗୋଟିଏ ନୂତନ ଫାଇଲ୍ ସୃଷ୍ଟି କରନ୍ତୁ;
08:42 Copy Location କନଷ୍ଟ୍ରେଣ୍ଟକୁ ବ୍ୟବହାର କରି, cubeର ଲୋକେଶନକୁ lampରେ କପୀ କରନ୍ତୁ;
08:49 Subdivision Surface modifierକୁ ବ୍ୟବହାର କରି, କ୍ୟୁବକୁ ଗୋଟିଏ ଷ୍ଫିଅରରେ ପରିବର୍ତ୍ତନ କରନ୍ତୁ ଏବଂ shape keysକୁ ବ୍ୟବହାର କରି ଆନିମେଟ୍ କରନ୍ତୁ
09:00 ଏହି ଟ୍ୟୁଟୋରିଆଲ୍ Project Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:09 ଏହା ଉପରେ ଅଧିକ ବିବରଣୀ oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ
09:30 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ
09:32 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:35 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
09:40 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org ରେ ଆମକୁ ଲେଖନ୍ତୁ
09:47 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି
09:49 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep