Blender/C2/Types-of-Windows-Outliner/Oriya

From Script | Spoken-Tutorial
Revision as of 15:09, 17 July 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:03 ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍
00:07 ଏହି ଟ୍ୟୁଟୋରିଆଲ୍ Blender 2.59ରେ Outliner window ଉପରେ ପର୍ଯ୍ୟବସିତ ଅଟେ
00:16 ଏହି ସ୍କ୍ରିପ୍ଟ Sneha Deorukhkar ଓ Bhanu Prakash ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି
00:28 ଏହି ଟ୍ୟୁଟୋରିଆଲକୁ ଦେଖିସାରିଲା ପରେ, ଆମେ ଶିଖିବା:
00:33 Outliner window କ’ଣ ଅଟେ;
00:36 Outliner windowରେ Eye, arrow ଓ camera icons ସବୁ କ’ଣ ଅଟନ୍ତି ଏବଂ
00:43 Outliner ୱିଣ୍ଡୋରେ display menu କ’ଣ ଅଟେ
00:49 Blender interfaceର ମୌଳିକ ଉପା୍ଦାନଗୁଡିକୁ ଆପଣ ଶିଖିଥିବେ ବୋଲି ମୁଁ ଆଶା କରୁଛି
00:54 ଯଦି ନୁହେଁ ତେବେ, ଦୟାକରି ଆମର Basic Description of the Blender Interface ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
01:03 ବ୍ଲେଣ୍ଡରରେ Outliner ହେଉଛି ଗୋଟିଏ ଡେଟା ତାଲିକାର ଫ୍ଲୋଚାର୍ଟ୍
01:09 ଡିଫଲ୍ଟ ଭାବେ, ଏହା Blender Interfaceର ଉପରିସ୍ଥ ଡାହାଣ ପଟ କୋଣରେ ଉପସ୍ଥିତ ରହେ
01:15 ଚାଲନ୍ତୁ Outliner ୱିଣ୍ଡୋକୁ resize କରିବା
01:20 ନିମ୍ନ ଧାରରେ ଲେଫ୍ଟ କ୍ଲିକ୍ କରନ୍ତୁ ଏବଂ ତଳକୁ ଡ୍ରାଗ୍ କରନ୍ତୁ
01:26 ବାମ ଧାର ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ ଏବଂ ଏହାକୁ ବାମ ପଟକୁ ଡ୍ରାଗ୍ କରନ୍ତୁ
01:36 ବର୍ତ୍ତମାନ ଆମେ Outliner windowରେ ଥିବା ଅପଶନଗୁଡିକୁ ଅଧିକ ପ୍ରାଞ୍ଜଳ ଭାବେ ଦେଖିପାରିବା
01:41 Blender ୱିଣ୍ଡୋକୁ କିପରି ରିସାଇଜ୍ କରାଯାଏ ଶିଖିବା ପାଇଁ ନିମ୍ନରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ-
01:47 ବ୍ଲେଣ୍ଡରରେ କିପରି ୱିଣ୍ଡୋର ପ୍ରକାରକୁ ପରିବର୍ତ୍ତନ କରିବା
01:59 Viewରେ ଲେଫ୍ଟ କ୍ଲିକ୍ କରନ୍ତୁ
02:03 ଏଠାରେ ନିମ୍ନଲିଖିତ ଅପଶନଗୁଡିକ ଅଛନ୍ତି ଯେପରି-
02:06 Show Restriction Columns,
02:09 Show Active,
02:11 Show or Hide One level,
02:14 Show Hierarchy,
02:17 Duplicate area into New window ଓ Toggle full screen
02:25 Show Restriction Columnsକୁ ଡିଆକ୍ଟିଭେଟ୍ କରନ୍ତୁ
02:30 ଏହା outliner ୱିଣ୍ଡୋର ପୁରା ଡାହାଣପଟ କୋଣରେ ଉପସ୍ଥିତ ଥିବା ସମସ୍ତ viewable, selectable ଓ renderable ଅପଶନଗୁଡିକୁ ଲୁଚାଇଦେବ
02:42 ପୁନର୍ବାର Viewରେ ଲେଫ୍ଟ କ୍ଲିକ୍ କରନ୍ତୁ
02:46 viewable, selectable ଓ renderable ଅପଶନଗୁଡିକୁ ଦୃଶ୍ୟମାନ କରିବା ପାଇଁ Show Restriction Columnsକୁ ଆକ୍ଟିଭେଟ୍ କରନ୍ତୁ
02:56 Outliner windowସ୍ଥିତ Cubeର ବାମପଟେ ଥିବା plus ଚିହ୍ନ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
03:03 ଗୋଟିଏ cascade ତାଲିକା ଦେଖା ଦେବ
03:05 ଏହା ଚୟନିତ ଅବଜେକ୍ଟର ପ୍ରପର୍ଟୀଗୁଡିକର ଗୋଟିଏ ତାଲିକା ପ୍ରଦର୍ଶନ କରିବ
03:11 ଆମେ ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଏଗୁଡିକ ଉପରେ ସବିଶେଷ ଆଲୋଚନା କରିବା
03:16 3D viewରେ Eye, ଆପଣଙ୍କ ଅବଜେକ୍ଟକୁ ଦୃଶ୍ୟ କିମ୍ବା ଅଦୃଶ୍ୟ କରିଥାଏ .
03:24 ଉଦାହରଣସ୍ଵରୂପ, cube ପାଇଁ eye ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
03:29 cube ଆଉ 3D viewରେ ଦୃଶ୍ୟମାନ ହେବ ନାହିଁ
03:35 ପୁନର୍ବାର cube ପାଇଁ eye ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
03:41 ବର୍ତ୍ତମାନ, 3D-viewରେ cube ଦୃଶ୍ୟମାନ ହେବ
03:48 Arrow, 3D-viewରେ ଆପଣଙ୍କ ଅବଜେକ୍ଟକୁ ଚୟନିତ କିମ୍ବା ଅଚୟନିତ କରିଥାଏ
03:56 ଉଦାହରଣସ୍ଵରୂପ, cube ପାଇଁ arrow ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
04:02 3D-viewରେ cube ଉପରେ ରାଇଟ୍ କ୍ଲିକ୍ କରନ୍ତୁ. cube ଚୟନ ହୋଇପାରିବ ନାହିଁ
04:10 ପୁନର୍ବାର, Outliner windowରେ cube ପାଇଁ arrow ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
04:17 3D-viewରେ cube ଉପରେ ରାଇଟ୍ କ୍ଲିକ୍ କରନ୍ତୁ
04:21 ବର୍ତ୍ତମାନ cubeକୁ ଚୟନ କରିହେବ
04:28 Camera ଆପଣଙ୍କ ଅବଜେକ୍ଟକୁ renderable କିମ୍ବା non-renderable କରିଥାଏ
04:34 cube ପାଇଁ Camera ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
04:38 ଦୃଶ୍ୟକୁ ରେଣ୍ଡର୍ କରିବା ପାଇଁ, ଆପଣଙ୍କ କୀବୋର୍ଡରେ f12 ଦାବନ୍ତୁ
04:46 ରେଣ୍ଡରରେ cube ଦୃଶ୍ୟମାନ ହେବ ନାହିଁ
04:51 3D-viewକୁ ଫେରିଯିବା ପାଇଁ ଆପଣଙ୍କ କୀବୋର୍ଡରେ Esc ଦାବନ୍ତୁ
04:56 ପୁନର୍ବାର, Outliner ୱିଣ୍ଡୋରେ cube ପାଇଁ Cameraରେ ଲେଫ୍ଟ କ୍ଲିକ୍ କରନ୍ତୁ
05:03 ଦୃଶ୍ୟକୁ ରେଣ୍ଡର୍ କରିବା ପାଇଁ f12 ଦାବନ୍ତୁ
05:09 ବର୍ତ୍ତମାନ ଦୃଶ୍ୟଟିକୁ ରେଣ୍ଡରରେ ଦେଖିହେବ
05:15 3D-viewକୁ ଫେରିଯିବା ପାଇଁ Esc ଦାବନ୍ତୁ
05:21 Outliner windowରେ ଥିବା Search ବାର୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
05:28 ଯଦି ଆପଣଙ୍କ ଦୃଶ୍ୟରେ ମଲ୍ଟିପଲ୍ ଅବଜେକ୍ଟ ଥା’ନ୍ତି ତେବେ ଏହି ସର୍ଚ୍ ଟୁଲ୍ ସମଗୋଷ୍ଠି ଅବଜେକ୍ଟଗୁଡିକୁ କିମ୍ବା ଦୃଶ୍ୟର ଗୋଟିଏ ନିର୍ଦ୍ଦିଷ୍ଟ ଅବଜେକ୍ଟକୁ ଫିଲଟର୍ କରିବାରେ ସାହାଯ୍ୟ କରିଥାଏ
05:40 Outliner windowର ଉପରିସ୍ଥ ବାମ କୋଣରେ ଥିବା Scene, Blender sceneର ସମସ୍ତ ଅବଜେକ୍ଟଗୁଡିକୁ ଏବଂ ସେମାନଙ୍କ ସମ୍ବନ୍ଧିତ ଉପାଦାନଗୁଡିକୁ ତାଲିକାଭୁକ୍ତ କରିଥାଏ
05:51 All Scenes ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
05:55 ଏହି ଡ୍ରପ୍-ଡାଉନ୍ ତାଲିକା display menu ଅଟେ
05:59 ଏହା Outliner panel ପାଇଁ ଡିଷ୍ପ୍ଲେ ଅପଶନଗୁଡିକୁ ଧାରଣ କରିଥାଏ
06:04 Current Scene ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
06:08 ସାମ୍ପ୍ରତିକ ଦୃଶ୍ୟରେ ଅବସ୍ଥିତ ଥିବା ସମସ୍ତ ଅବଜେକ୍ଟଗୁଡିକ Outliner windowରେ ତାଲିକାଭୁକ୍ତ ହୋଇଥିବାର ଆପଣ ଦେଖିପାରିବେ
06:18 display ମେନୁକୁ ଖୋଲିବା ପାଇଁ Current Scene ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
06:26 Visible Layers ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
06:30 ଆକ୍ଟିଭ୍ layer କିମ୍ବା layersରେ ଉପସ୍ଥିତ ଥିବା ସମସ୍ତ ଅବଜେକ୍ଟ Outliner windowରେ ତାଲିକାଭୁକ୍ତ ହେବେ
06:38 ଆମେ ପରବର୍ତ୍ତି ଟ୍ୟୁଟୋରିଆଲରେ Layers ବିଷୟରେ ସବିଶେଷ ଶିଖିବା
06:44 display ମେନୁକୁ ଖୋଲିବା ପାଇଁ Visible Layers ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
06:52 Selected ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
06:55 Outliner କେବଳ 3D-viewରେ ଚୟନିତ ହୋଇଥିବା ଅବଜେକ୍ଟଗୁଡିକୁ ତାଲିକାଭୁକ୍ତ କରିବ
07:04 display ମେନୁକୁ ଖୋଲିବା ପାଇଁ Selected ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
07:09 Active ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
07:12 Outliner କେବଳ, 3D-viewରେ ସାମ୍ପ୍ରତିକ ଚୟନିତ ଅବଜେକ୍ଟକୁ ତାଲିକାଭୁକ୍ତ କରିଥାଏ
07:22 display menuକୁ ଖୋଲିବା ପାଇଁ Active ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
07:28 Same Types ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
07:31 ନାମ ଅନୁସାରେ, Outliner windowରେ ସମାନ ଶ୍ରେଣୀ ଅନ୍ତର୍ଗତ ସମସ୍ତ ଅବଜେକ୍ଟକୁ Same Type ଅପଶନ୍ ତାଲିକାଭୁକ୍ତ କରିଥାଏ
07:41 ଉଦାହରଣସ୍ଵରୂପ, cube ଡିଫଲ୍ଟ ଭାବେ 3D-viewରେ ଚୟନିତ ହୋଇଥାଏ
07:47 ତେଣୁ, Outliner ଦୃଶ୍ୟରେ ଥିବା ସମସ୍ତ mesh objectsକୁ ତଲିକାଭୁକ୍ତ କରିଥାଏ
07:51 ଏହି କ୍ଷେତ୍ରରେ, ଦୃଶ୍ୟରେ କେବଳ cube ହେଉଛି mesh object
07:58 ଆମେ ବ୍ଲେଣ୍ଡରର ଅଧିକ ବିକଷିତ Animation ଉପରେ ଥିବା ଟ୍ୟୁଟୋରିଆଲଗୁଡିକରେ mesh objects ଉପରେ ସବିଶେଷ ଶିଖିବା
08:08 display menuକୁ ଖୋଲିବା ପାଇଁ Same Types ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
08:14 ଦୃଶ୍ୟରେ ଏକତ୍ରିତ ସମସ୍ତ ଅବଜେକ୍ଟଗୁଡିକୁ Groups ତାଲିକାଭୁକ୍ତ କରିବ
08:20 ଏଠାରେ ଅନ୍ୟ କିଛି ଅପଶନ୍ ଅଛି ଯାହାକୁ ଆମେ ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଆଲୋଚନା କରିବା
08:27 ଏହା outliner windowର breakdown ଅଟେ
08:32 ଗୋଟିଏ ମଲ୍ଟିପଲ୍ ଅବଜେକ୍ଟ ଥିବା ସୁଦିର୍ଘ ଦୃଶ୍ୟ ଉପରେ କାମ କଲାବେଳେ, ଦୃଶ୍ୟର ପ୍ରତ୍ୟେକ ଅବଜେକ୍ଟ ଉପରେ ଟ୍ରାକ୍ ରଖିବା ପାଇଁ Outliner window ଗୋଟିଏ ଅତ୍ୟନ୍ତ ଉପଯୋଗୀ ଟୂଲ୍ ଭାବେ କାର୍ଯ୍ୟ କରିଥାଏ
08:45 ବର୍ତ୍ତମାନ Outlinerରେ ଚୟନିତ ତାଲିକା ମଧ୍ୟରେ ଗୋଟିଏ ନୂଆ ଫାଇଲ୍ ସୃଷ୍ଟି କରନ୍ତୁ ଏବଂ cubeକୁ ରେଣ୍ଡର୍ ଅନୁପଯୋଗୀ କରନ୍ତୁ
08:58 ଏହି ଟ୍ୟୁଟୋରିଆଲ୍ Project Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:07 ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ -
09:12 oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ
09:28 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ
09:30 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:34 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
09:38 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org ରେ ଆମକୁ ଲେଖନ୍ତୁ
09:45 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep