BASH/C3/Using-File-Descriptors/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Using File Descriptors ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:11 କିଛି ଉଦାହରଣ ସାହାଯ୍ୟରେ, ଗୋଟିଏ output file descriptor ଆସାଇନ୍ କରିବା
00:14 ଏକ input file descriptor ଆସାଇନ୍ କରିବା
00:17 * file descriptor (fd)କୁ ବନ୍ଦ କରିବା
00:23 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କର Bashରେ Shell Scripting ଉପରେ ଜ୍ଞାନ ଥିବା ଦରକାର
00:29 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:35 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି
00:38 * ଉବୁଣ୍ଟୁ ଲିନକ୍ସ 12.04 OS
00:43 * GNU BASH ଭର୍ସନ 4.2
00:46 ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ବା ଊର୍ଦ୍ଧ୍ଵର ସୁପାରିଶ କରାଯାଉଛି
00:54 ଏକ ପରିଚୟରୁ ଆରମ୍ଭ କରିବା
00:56 ଆମେ, ପୂର୍ବ ଟ୍ୟୁଟୋରିଆଲରେ file descriptors ବିଷୟରେ ପଢିସାରିଛେ
01:02 stdin, stdout ଓ stderr ପାଇଁ 0, 1 ଓ 2 ହେଉଛି ଷ୍ଟାଣ୍ଡାର୍ଡ file descriptors
01:15 File descriptorଗୁଡିକ i/o redirection ପାଇଁ ବ୍ୟବହୃତ ହୁଏ
01:20 ଗୋଟିଏ ଆଉଟପୁଟ ଫାଇଲକୁ, ଏକ file descriptor ଅସାଇନ୍ କରିବା ପାଇଁ ସିଣ୍ଟାକ୍ସ ହେଉଛି
01:25 Exec [File descriptor] ଗ୍ରେଟର୍ ଦ୍ୟାନ୍ ଚିହ୍ନ ଫାଇଲନାମ
01:31 ଏକ ଉଦାହରଣ ଦେଖିବା
01:33 ମୋ ପାଖରେ, fdassign ଡଟ୍ sh ନାମକ ଏକ କୋଡ୍ ଫାଇଲ ଅଛି
01:43 ପ୍ରଥମ ଲାଇନଟି ହେଉଛି shebang ଲାଇନ୍
01:49 Exec କମାଣ୍ଡ୍, ସାମ୍ପ୍ରତିକ shell processକୁ ବଦଳାଇଥାଏ
01:56 ଏକ ନୂଆ process ସୃଷ୍ଟି ନକରି, ଏହା, ସାମ୍ପ୍ରତିକ shell ସ୍ଥାନରେ ନିଷ୍ପାଦିତ ହେବ
02:04 ଆମେ ଜାଣିଛେ ଯେ, 0, 1 ଓ 2 ଷ୍ଟାଣ୍ଡାର୍ଡ file descriptors ବୋଲି
02:09 ନୂଆ ଭାବରେ ଖୋଲା ହୋଇଥିବା ଯେକୌଣସି ଫାଇଲ୍ ପାଇଁ, ଆମ ପାଖରେ 3 ଠାରୁ 9 ପର୍ଯ୍ୟନ୍ତ ଅତିରିକ୍ତ file descriptors ଅଛି
02:19 ଏଠାରେ, 3 ହେଉଛି file descriptor
02:22 ଏହା, output ଡଟ୍ txt ଫାଇଲ ପାଇଁ ଆଉଟପୁଟ ଲେଖିବ
02:30 ଷ୍ଟ୍ରିଙ୍ଗ, Welcome to BASH learning, output ଡଟ୍ txt ଫାଇଲକୁ ପଠାଗଲା
02:36 ଏହା, file descriptor 3 ମାଧ୍ୟମରେ କରାଗଲା
02:42 ଏହା, ଗୋଟିଏ ଫାଇଲକୁ ଏକ ଷ୍ଟ୍ରିଙ୍ଗ ରିଡାଇରେକ୍ଟ କରିବା ଭଳି ଅଟେ
02:49 ପ୍ରତ୍ୟେକ ନୂଆ ଷ୍ଟ୍ରିଙ୍ଗ, ଫାଇଲ ସହିତ ଯୋଡିହୋଇଯିବ
02:52 ଉଦାହରଣସ୍ୱରୂପ
02:54 ଆମେ, ସାମ୍ପ୍ରତିକ system dateକୁ, output ଡଟ୍ txt ଫାଇଲ ସହିତ ଯୋଡିବା
03:00 ସିଣ୍ଟାକ୍ସ ହେଉଛି: date ସ୍ପେସ୍ ଗ୍ରେଟର୍ ଦ୍ୟାନ୍ ଚିହ୍ନ ଆମ୍ପର୍ସାଣ୍ଡ ଚିହ୍ନ 3
03:13 ଏଠାରେ, ଆମେ file descriptorକୁ ବନ୍ଦ କରିଦେବା
03:16 ଏହି ଲାଇନ ପରେ, descriptor, output ଡଟ୍ txt ଫାଇଲରେ କିଛି ବି ଲେଖିପାରିବ ନାହିଁ
03:23 ଚାଲନ୍ତୁ, କୋଡ୍ ନିଷ୍ପାଦନ କରି ଆଉଟପୁଟ ଦେଖିବା
03:26 CTRL+ALT+T କୀ କୁ ଦାବି ଟର୍ମିନଲ ଖୋଲନ୍ତୁ
03:34 ଟାଇପ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ fdassign ଡଟ୍ sh
03:41 ଟାଇପ କରନ୍ତୁ: ଡଟ୍ ସ୍ଲାଶ୍ fdassign ଡଟ୍ sh
03:46 ବର୍ତ୍ତମାନ, cat ସ୍ପେସ୍ output ଡଟ୍ txt ଟାଇପକରି, ଆଉଟପୁଟ ଯାଞ୍ଚ କରିବା
03:56 ଷ୍ଟ୍ରିଙ୍ଗ, Welcome to BASH learning ଏବଂ ସାମ୍ପ୍ରତିକ ସିଷ୍ଟମ ଡେଟ୍ ପ୍ରଦର୍ଶିତ ହୋଇଥିବାର ଆମେ ଦେଖିପାରିବା
04:05 Editorକୁ ଫେରିଆସନ୍ତୁ
04:11 ବର୍ତ୍ତମାନ, descriptor ବନ୍ଦ ହେଲା ପରେ, ଶେଷରେ ମୁଁ echo ଟାଇପ୍ କରିବି
04:17 ଟାଇପ୍ କରନ୍ତୁ: echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ Hi, କ୍ୱୋଟ୍ସ ଶେଷରେ ସ୍ପେସ୍ ଗ୍ରେଟର୍ ଦ୍ୟାନ୍ ଚିହ୍ନ ଆମ୍ପର୍ସାଣ୍ଡ ଚିହ୍ନ 3
04:31 Save ଉପରେ କ୍ଲିକ୍ କରନ୍ତୁ
04:35 Scriptକୁ ପୁଣିଥରେ ନିଷ୍ପାଦନ କରନ୍ତୁ ଏବଂ କ’ଣ ହେଉଛି ଦେଖନ୍ତୁ
04:38 ଟର୍ମିନଲରେ, ଅପ୍-ଆରୋ କୀ ଦୁଇଥର ଦାବି, ପୂର୍ବ କମାଣ୍ଡ, ଡଟ୍ ସ୍ଲାଶ୍ fdassign ଡଟ୍ shକୁ ରିକଲ୍ କରନ୍ତୁ
04:50 Enter ଦାବନ୍ତୁ
04:52 ଆମେ ଏକ ଏରର ଦେଖିବା :
04:55 Bad file descriptor.
04:58 ଏହି ଏରରକୁ ଫିକ୍ସ କରନ୍ତୁ
05:00 Editorକୁ ଫେରିଆସନ୍ତୁ
05:03 ମୁଁ, କୋଡ୍ ର ଶେଷ ଲାଇନକୁ କଟ୍ କରିବି ଏବଂ ଡେଟ୍ କମାଣ୍ଡ୍ ତଳେ ପେଷ୍ଟ କରିବି
05:11 Save ଉପରେ କ୍ଲିକ୍ କରନ୍ତୁ
05:13 ଟର୍ମିନଲରେ ପୁଣିଥରେ codeକୁ ନିଷ୍ପାଦନ କରନ୍ତୁ
05:19 ପୂର୍ବ କମାଣ୍ଡ୍, ଡଟ୍ ସ୍ଲାଶ୍ fdassign ଡଟ୍ shକୁ ରିକଲ୍ କରନ୍ତୁ
05:24 Enter ଦାବନ୍ତୁ
05:26 ବର୍ତ୍ତମାନ, ଆଉଟପୁଟ ଡଟ୍ txt ଫାଇଲକୁ ଖୋଲନ୍ତୁ
05:29 ଟାଇପ୍ କରନ୍ତୁ: cat ସ୍ପେସ୍ output ଡଟ୍ txt
05:41 ଆଉଟପୁଟ୍ କୁ ଦେଖନ୍ତୁ
05:43 ଷ୍ଟ୍ରିଙ୍ଗ୍ Hi, ଶେଷରେ ପ୍ରଦର୍ଶିତ ହୋଇଛି
05:49 ବର୍ତ୍ତମାନ ଆମେ, ଇନପୁଟ୍ ଫାଇଲକୁ file descriptor ଆସାଇନ୍ କରିବା
05:54 ଏକ ଉଦାହରଣ ଦେଖନ୍ତୁ
05:56 ମୋ ପାଖରେ, Fdread ଡଟ୍ sh ନାମକ ଏକ ଫାଇଲ୍ ଅଛି
06:03 ଚାଲନ୍ତୁ ତାହାକୁ ଦେଖିବା
06:07 ଏହା ହେଉଛି exec କମାଣ୍ଡ୍
06:13 ଏଠାରେ ଆମେ, output ଡଟ୍ txt ଫାଇଲକୁ ପଢିବା
06:19 exec 3 ଗ୍ରେଟର୍ ଦ୍ୟାନ୍ ଚିହ୍ନ output ଡଟ୍ txt ଲାଇନ୍, ପଢିବା ପାଇଁ ଫାଇଲକୁ ଖୋଲିବ
06:30 Cat କମାଣ୍ଡ୍, ଫାଇଲର କଣ୍ଟେଣ୍ଟକୁ ପ୍ରଦର୍ଶିତ କରିବ
06:35 ଏବଂ ଶେଷରେ, file descriptorକୁ ବନ୍ଦ କରନ୍ତୁ
06:39 ବର୍ତ୍ତମାନ, shell scriptକୁ ନିଷ୍ପାଦନ କରନ୍ତୁ
06:42 ଟର୍ମିନଲରେ, promptକୁ ଖାଲି କରିଦିଅନ୍ତୁ
06:47 ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ fdread ଡଟ୍ sh
06:55 ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ fdread ଡଟ୍ sh
07:01 ଟର୍ମିନଲରେ ଆଉଟପୁଟ୍ କୁ ଦେଖନ୍ତୁ
07:05 Output ଡଟ୍ txt ଫାଇଲର କଣ୍ଟେଣ୍ଟ ପ୍ରଦର୍ଶିତ ହେଲା
07:10 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
07:13 Slidesକୁ ଫେରିଆସନ୍ତୁ
07:16 ସଂକ୍ଷିପ୍ତରେ
07:17 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
07:19 * Output file descriptor ଆସାଇନ୍ କରିବା
07:22 * Input file descriptor ଆସାଇନ୍ କରିବା
07:26 * File descriptor ବନ୍ଦ କରିବା
07:28 ଏକ ଆସାଇନମେଣ୍ଟ ଭାବେ:
07:30 File descriptors ବ୍ୟବହାର କରି, test ଡଟ୍ txt ଫାଇଲରେ କିଛି ନୂଆ ଲାଇନ ଯୋଡିବା ପାଇଁ ଚେଷ୍ଟା କରନ୍ତୁ
07:36 File descriptors ବ୍ୟବହର କରି, ଫାଇଲର କଣ୍ଟେଣ୍ଟ ପ୍ରଦର୍ଶିତ କରନ୍ତୁ
07:41 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
07:45 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
07:48 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:53 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:58 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
08:02 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
08:10 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
08:14 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:22 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro.
08:28 ଆଇଆଇଟି ବମ୍ୱେ ତରଫରୁ
08:33 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
08:37 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep, Pratik kamble