BASH/C2/Array-Operations-in-BASH/Oriya

From Script | Spoken-Tutorial
Revision as of 12:17, 12 May 2017 by PoojaMoolya (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Bashରେ Array Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍ ରେ ଆପଣ ଶିଖିବେ, କିପରି: ଏକ ଆରେ ଘୋଷଣା କରିବେ ଓ ତାକୁ ଭାଲ୍ୟୁ ଆସାଇନ୍ କରିବେ
00:12 ଘୋଷଣା ସମୟରେ ଏକ ଆରେ ଇନିଶିଆଲାଇଜ୍ କରିବା
00:15 Bash ଆରେ ଓ nth ଏଲେମେଣ୍ଟର ଦୀର୍ଘତା ଖୋଜିବା
00:20 ଏକ ଆରେ ପ୍ରିଣ୍ଟ କରିବା
00:22 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ Linux Operating System ସହିତ
00:27 ସମ୍ୱନ୍ଧିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି spoken ହାଇଫେନ୍ tutorial ଡଟ୍ org ଦେଖନ୍ତୁ
00:33 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:37 ଉବୁଣ୍ଟୁ ଲିନକ୍ସ 12.04 OS
00:41 GNU Bash ଭର୍ସନ୍ 4.1.10
00:45 ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି
00:50 ତେବେ ଚାଲନ୍ତୁ, ଏକ ଆରେ ଓ ତାହାର ବୈଶିଷ୍ଟ୍ୟତାର ପରିଭାଷାରୁ ଆରମ୍ଭ କରିବା
00:55 ଏକ ଆରେ ହେଉଛି, ବହୁବିଧ ଭାଲ୍ୟୁ ସହିତ ଗୋଟିଏ ଭେରିଏବଲ୍
01:01 ଭାଲ୍ୟୁଗୁଡ଼ିକ, ସମାନ କିମ୍ୱା ଭିନ୍ନ ହୋଇପାରେ
01:04 ଗୋଟିଏ ଆରେର ଆକାର ପାଇଁ କୌଣସି ସର୍ବାଧିକ ସୀମା ନଥାଏ
01:08 ଆରେ ସଦସ୍ୟଗୁଡ଼ିକୁ ନିରନ୍ତର ହେବା ଆବଶ୍ୟକ ନାହିଁ
01:12 ଆରେ ଇଣ୍ଡେକ୍ସ ସର୍ବଦା ଶୂନ୍ ରୁ ଆରମ୍ଭ ହୁଏ
01:16 ଗୋଟିଏ ଆରେକୁ, ଏକ ଭାଲ୍ୟୁ କିପରି ଘୋଷଣା ଓ ଆସାଇନ୍ କରାଯାଏ, ତାହା ଆମେ ଏବେ ଦେଖିବା
01:21 ଏକ ଆରେ ଘୋଷଣା କରିବା ପାଇଁ ସିଣ୍ଟାକ୍ସ ହେଉଛି -
01:24 declare ହାଇଫେନ୍ a ଆରେନାମ
01:28 ଗୋଟିଏ ଆରେ ଘୋଷଣା କରିବାକୁ Declare କୀୱର୍ଡ ବ୍ୟବହାର କରାଯାଏ
01:31 ଏହା, Bashରେ ଥିବା ଏକ Built-in Command ଅଟେ
01:35 ଗୋଟିଏ ଆରେକୁ ଏକ ଭାଲ୍ୟୁ ଆସାଇନ୍ କରିବା ପାଇଁ ସିଣ୍ଟାକ୍ସ ହେଉଛି -
01:38 Name ସ୍କ୍ୱୟାର୍ ବ୍ରାକେଟ୍ସ ମଧ୍ୟରେ index ଇକ୍ୱାଲ୍ସ ଟୁ ସିଙ୍ଗଲ୍ କ୍ୱୋଟ୍ସ ମଧ୍ୟରେ value
01:46 ଏବେ ଚାଲନ୍ତୁ ଦେଖିବା, ଏକ ଆରେର ଘୋଷଣା ସମୟରେ କିପରି ଇନିଶିଆଲାଇଜ୍ କରାଯାଏ
01:51 ଆରେକୁ ଗୋଟିଏ ସମୟରେ ଘୋଷଣା ଓ ଇନିଶିଆଲାଇଜ୍ କରିହେବ
01:56 Elementଗୁଡ଼ିକୁ ସ୍ପେସ୍ ଦ୍ୱାରା ପୃଥକ୍ କରିବା ଦରକାର
02:00 ପ୍ରତ୍ୟେକ ଏଲେମେଣ୍ଟ, ପାରେନ୍ଥେସେସ୍ ମଧ୍ୟରେ ରହିବା ଉଚିତ
02:03 ସିଣ୍ଟାକ୍ସ ହେଉଛି, declare ହାଇଫେନ୍ a ଆରେନାମ ଇକ୍ୱାଲ୍ ଟୁ ଗୋଲ ବ୍ରାକେଟ୍ ମଧ୍ୟରେ ସିଙ୍ଗଲ୍ କ୍ୱୋଟ୍ସ ମଧ୍ୟରେ 'element1', 'element2' ଓ 'element3'
02:19 ଗୋଟିଏ ଉଦାହରଣକୁ ଦେଖିବା
02:21 ଏଥିପାଇଁ, ଏକାସାଙ୍ଗରେ Ctrl, Alt ଓ T କୀ ଦାବି ଟର୍ମିନାଲ୍ ଖୋଲନ୍ତୁ
02:28 ଏବେ ଟାଇପ୍ କରନ୍ତୁ: gedit ସ୍ପେସ୍ array.sh ସ୍ପେସ୍ & (ଆମ୍ପର୍ସାଣ୍ଡ ଚିହ୍ନ).
02:36 ଆମେ, Promptକୁ ଖାଲି କରିବା ପାଇଁ & (ଆମ୍ପର୍ସେଣ୍ଡ) ବ୍ୟବହାର କରୁ. ଏଣ୍ଟର୍ ଦାବନ୍ତୁ
02:41 ଆପଣଙ୍କର array.sh ଫାଇଲରେ, ଏଠାରେ ପ୍ରଦର୍ଶିତ Code ଟାଇପ୍ କରନ୍ତୁ
02:47 ନିମ୍ନ ଏଲେମେଣ୍ଟସ୍ ସହିତ ଏହି ଲାଇନ୍ Linux ନାମକ ଏକ ଆରେ ଘୋଷଣା କରେ -

Debian, Redhat, Ubuntu ଓ Fedora

02:57 ଏଠାରେ ହାଇଫେନ୍ a ହେଉଛି ଏକ Flag
03:00 ଏହା ଆମକୁ, ଭାଲ୍ୟୁ ପଢିବାକୁ ଓ ଏକ ଆରେକୁ ଭାଲ୍ୟୁ ଆସାଇନ୍ କରିବାକୁ ଅନୁମତି ଦେଇଥାଏ
03:05 Slidesକୁ ଫେରିଯାଆନ୍ତୁ.
03:07 ଏହି ସିଣ୍ଟାକ୍ସ ଦ୍ୱାରା ଏକ ଆରେର ଦୀର୍ଘତା ପ୍ରାପ୍ତ କରିହୁଏ:
03:12 ଡଲାର୍ ଚିହ୍ନ ($) ଖୋଲା କର୍ଲୀ ବ୍ରାକେଟ୍ ହାଶ୍ (#) ଆରେନାମ ସ୍କ୍ୱୟାର୍ ବ୍ରାକେଟ୍ ମଧ୍ୟରେ ଆଟ୍ ଚିହ୍ନ (@) ଓ ବନ୍ଦ କର୍ଲୀ ବ୍ରାକେଟ୍
03:22 ଏହି ସିଣ୍ଟାକ୍ସ ଦ୍ୱାରା nth ଏଲେମେଣ୍ଟର ଦୀର୍ଘତା ପ୍ରାପ୍ତ କରିହେବ:
03:28 ଡଲାର୍ ଚିହ୍ନ ($) ଖୋଲା କର୍ଲୀ ବ୍ରାକେଟ୍ ହାଶ୍ (#) ଆରେନାମ ସ୍କ୍ୱୟାର୍ ବ୍ରାକେଟ୍ ମଧ୍ୟରେ n ଓ ବନ୍ଦ କର୍ଲୀ ବ୍ରାକେଟ୍
03:37 ଏଠାରେ, n ହେଉଛି ଏଲେମେଣ୍ଟ ସଂଖ୍ୟା, ଯାହାର ଦୀର୍ଘତା ପ୍ରାପ୍ତ କରାଯିବାକୁ ଅଛି
03:42 ଏହି ସିଣ୍ଟାକ୍ସ ବ୍ୟବହାର କରି ଆରେର ସମସ୍ତ ଏଲେମେଣ୍ଟସ୍ ପ୍ରିଣ୍ଟ କରିହେବ:
03:48 ଡଲାର୍ ଚିହ୍ନ ($) ଖୋଲା କର୍ଲୀ ବ୍ରାକେଟ୍ ଆରେନାମ ସ୍କ୍ୱୟାର୍ ବ୍ରାକେଟ୍ ମଧ୍ୟରେ ଆଟ୍ ଚିହ୍ନ (@) ଓ ବନ୍ଦ କର୍ଲୀ ବ୍ରାକେଟ୍
03:57 ଏବେ, text editorକୁ ଫେରିଆସନ୍ତୁ
04:00 ଏହି ଲାଇନ୍, Array Linuxରେ ଥିବା ଏଲେମେଣ୍ଟଗୁଡ଼ିକର ସମୁଦାୟ ସଂଖ୍ୟା ପ୍ରଦର୍ଶିତ କରିବ
04:06 ବ୍ୟାକସ୍ଲାଶ୍ ଏସ୍କେପ୍ସର ବ୍ୟାଖ୍ୟାକୁ ହାଇଫେନ୍ e ସକ୍ଷମ କରିଥାଏ
04:11 ଏହାକୁ ଆମେ ମିଶାଇଦେଇଛେ, କାରଣ ଲାଇନର ଶେଷରେ ଆମ ପାଖରେ ବ୍ୟାକସ୍ଲାଶ୍ n ଅଛି
04:18 ପରବର୍ତ୍ତୀ ଲାଇନ୍, Array Linuxର ସମସ୍ତ ଏଲେମେଣ୍ଟସ୍ ପ୍ରଦର୍ଶିତ କରେ
04:23 ଏହି ଲାଇନ୍, Array Linuxର 3ୟ ଏଲେମେଣ୍ଟ ପ୍ରଦର୍ଶିତ କରେ
04:28 ଦୟାକରି ଧ୍ୟାନଦିଅନ୍ତୁ ଯେ, ଗୋଟିଏ ଆରେ ସର୍ବଦା ଇଣ୍ଡେକ୍ସ ଶୂନ୍ ସହିତ ଆରମ୍ଭ ହୋଇଥାଏ
04:34 ଶେଷରେ, ଏହି ଲାଇନ୍, 3ୟ ଏଲେମେଣ୍ଟରେ ଥିବା କ୍ୟାରେକ୍ଟର୍ସର ସଂଖ୍ୟା ପ୍ରଦର୍ଶିତ କରେ
04:40 ଏବେ, Terminal କୁ ଯାଆନ୍ତୁ.
04:42 chmod ସ୍ପେସ୍ ପ୍ଲସ୍ x ସ୍ପେସ୍ array.sh ଟାଇପ୍ କରି ପ୍ରଥମେ ଫାଇଲ୍ କୁ ନିଷ୍ପାଦନଯୋଗ୍ୟ କରନ୍ତୁ. ଏଣ୍ଟର୍ ଦାବନ୍ତୁ
04:56 ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ array.sh. ଏଣ୍ଟର୍ ଦାବନ୍ତୁ
05:01 ଆଉଟପୁଟ୍ ପ୍ରଦର୍ଶିତ ହେଲା
05:04 ଏଲେମେଣ୍ଟର ସଂଖ୍ୟା କିମ୍ୱା Array Linuxର ଦୀର୍ଘତା ହେଉଛି ଚାରି
05:10 Array Linuxର ଏଲେମେଣ୍ଟଗୁଡ଼ିକ ହେଉଛି Debian, Redhat, Ubuntu ଓ Fedora
05:18 Array Linuxର ତୃତୀୟ ଏଲେମେଣ୍ଟ ହେଉଛି Ubuntu
05:22 ଏବଂ ତୃତୀୟ ଏଲେମେଣ୍ଟରେ ଥିବା କ୍ୟାରେକ୍ଟରଗୁଡ଼ିକର ସଂଖ୍ୟା ହେଉଛି ଛଅ, ଯେପରି ଆଶା କରାଯାଉଥିଲା
05:29 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
05:32 ସଂକ୍ଷିପ୍ତରେ, Slidesକୁ ଫେରିଆସନ୍ତୁ
05:35 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
05:40 ଗୋଟିଏ ଆରେକୁ ଭାଲ୍ୟୁ ଘୋଷଣା ଓ ଆସାଇନ୍ କରିବା
05:43 ଘୋଷଣା ସମୟରେ ଏକ ଆରେ ଇନିଶିଆଲାଇଜ୍ କରିବା
05:46 ଆରେ ଓ ତାହାର nth ଏଲେମେଣ୍ଟର ଦୀର୍ଘତା ଖୋଜିବା ଓ
05:51 ସମଗ୍ର ଆରେ ପ୍ରିଣ୍ଟ କରିବା
05:53 ଏକ ଆସାଇନମେଣ୍ଟ ଭାବେ -
05:55 7 ଦୀର୍ଘତାର ଏକ ଆରେ Names ଘୋଷଣା କରନ୍ତୁ ଏବଂ ନିମ୍ନଲିଖିତ ବାହାର କରନ୍ତୁ:
06:00 ଏଲେମେଣ୍ଟଗୁଡ଼ିକର ସମୁଦାୟ ସଂଖ୍ୟା
06:02 ସମସ୍ତ ଏଲେମେଣ୍ଟଗୁଡ଼ିକୁ ପ୍ରିଣ୍ଟ କରନ୍ତୁ
06:04 ଏବଂ 5ମ ଏଲେମେଣ୍ଟ ପ୍ରିଣ୍ଟ କରନ୍ତୁ
06:06 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
06:10 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
06:13 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
06:18 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
06:20 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
06:24 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
06:27 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
06:35 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
06:40 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
06:47 ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ
06:52 ଆଇଆଇଟି ବମ୍ୱେ ତରଫରୁ
06:58 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
07:02 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep