Arduino/C2/Introduction-to-Arduino/Oriya

From Script | Spoken-Tutorial
Revision as of 13:37, 27 January 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Introduction to Arduino ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା - Arduino ଡିଭାଇସ୍,
00:12 Arduinoର ଫିଚର୍ସ

Arduino Boardର ଉପକରଣ

00:18 Microcontrollers ଓ

Ubuntu Linux OSରେ Arduino IDEର ଇନଷ୍ଟଲେଶନ୍ ବିଷୟରେ

00:26 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: Arduino UNO Board
00:31 Ubuntu Linux 14.04 ଅପରେଟିଙ୍ଗ୍ ସିଷ୍ଟମ୍
00:36 ଓ Arduino IDE
00:39 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ, ଆପଣଙ୍କର ଇଲେକ୍ଟ୍ରୋନିକ୍ ଉପରେ ମୌଳିକ ଜ୍ଞାନ ଥିବା ଉଚିତ.
00:45 ଏହା ହେଉଛି Arduino Board.

Arduino ପ୍ରୋଜେକ୍ଟର ଲୋକପ୍ରିୟ ଭେରିଏଣ୍ଟଗୁଡ଼ିକ ମଧ୍ୟରୁ Arduino UNO Board ହେଉଛି ଅନ୍ୟତମ

00:53 ଏଥିରେ ରହିଛି ATMEGA328 Microcontroller, Digital Input/Output Pins,
01:02 Analog Input Pins ଓ USB Power Adapter.
01:08 Boardକୁ ପ୍ରୋଗ୍ରାମିଙ୍ଗ୍ କରିବା ପାଇଁ USB Power Adapterକୁ ବ୍ୟବହାର କରାଯାଇପାରିବ
01:13 ଏହା ହେଉଛି Microcontroller.

ଏହା ଅନେକ ଇଲେକ୍ଟ୍ରୋନିକ୍ ଡିଭାଇସ୍‌ରେ ମିଳିଥାଏ - ପୋର୍ଟେବଲ୍ ମ୍ୟୁଜିକ୍ ଡିଭାଇସ୍‌ରୁ ଆରମ୍ଭ କରି ୱାଶିଙ୍ଗ୍ ମଶିନ୍ ଓ କାର୍ ପର୍ଯ୍ୟନ୍ତ

01:25 ତେବେ, ଗୋଟିଏ Microcontroller କ’ଣ?

ଏକ Microcontroller ହେଉଛି ଗୋଟିଏ “ଛୋଟ କମ୍ପ୍ୟୁଟର୍”

01:31 ଏଥିରେ, ସେଣ୍ଟ୍ରଲ୍ ପ୍ରୋସେସିଙ୍ଗ୍ ୟୁନିଟ୍ ବା CPU, ମେମୋରୀ, ସିଷ୍ଟମ୍ କ୍ଲକ୍ ଓ ପେରିଫେରାଲ୍ସ ରହିଛି
01:41 Microcontroller, ଗୋଟିଏ ସମୟରେ କେବଳ ଗୋଟିଏ କାମ କରିବ ଏବଂ ଗୋଟିଏ ନିର୍ଦ୍ଦିଷ୍ଟ “ଆପ୍ଲିକେଶନ୍”କୁ ନିଷ୍ପାଦନ କରିବ
01:51 ଆମେ କିଛି ଉଦାହରଣ ଦେଖିବା, ଯେଉଁଠାରେ Microcontroller ବ୍ୟବହୃତ ହୋଇଛି
01:56 ଏହା ବ୍ୟବହୃତ ହୋଇଛି: ପ୍ରିଣ୍ଟର୍ସ, କାର୍, ଟ୍ରାଫିକ୍ ସିଗ୍ନଲ୍ସ ଓ ମୋଶନ୍ ଡିଟେକ୍ଟର୍ସରେ
02:04 ଏହାପରେ ଆମେ, Arduinoର କିଛି ଫିଚର୍ସ ଦେଖିବା
02:09 Arduino IDE ହେଉଛି ଏକ ମୁକ୍ତ ଉତ୍ସ ସଫ୍ଟୱେର୍
02:13 ଏଥିରେ “କୋଡ୍” ଲେଖିବା ଏବଂ ଭୌତିକ “ବୋର୍ଡ”ରେ ତାହାକୁ ଅପଲୋଡ୍ କରିବା ସହଜ
02:19 ଏହାର Inbuilt Functions ସହିତ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଶିଖିବା ବହୁତ ସହଜ ଅଟେ
02:25 ଏହା Windows, Mac OSX ଓ Linuxରେ ଚାଲିଥାଏ.

ଏହି ସଫ୍ଟୱେର୍ ଯେକୌଣସି Arduino Boardରେ ଚାଲିପାରିବ

02:35 ଏବେ ଆମେ, Arduino IDE କିପରି ଇନଷ୍ଟଲ୍ କରାଯାଏ, ତାହା ଦେଖିବା
02:40 ଇନଷ୍ଟଲେଶନ୍ କରିବା ପାଇଁ ନିମ୍ନ ୱେବ୍ ସାଇଟ୍‌କୁ ଯାଆନ୍ତୁ: www.arduino.cc
02:48 Download ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
02:51 ଏଠାରେ Windows, Mac Operating Systems ଓ Linux ପାଇଁ Arduino ଡାଉନଲୋଡ୍ କରିବାକୁ ବିଭିନ୍ନ ଲିଙ୍କ୍ ଅଛି
03:00 ଏହି ଟ୍ୟୁଟୋରିଆଲ୍ ରେକର୍ଡିଙ୍ଗ୍ ସମୟରେ, ଆମ ପାଖରେ Arduino ଭର୍ସନ୍ 1.6.9 ଥିଲା

ଭବିଷ୍ୟତରେ ଏହା ଭିନ୍ନ ହୋଇପାରେ

03:10 Windows Operating System ପାଇଁ Windows for Non Admin Install ଇନଷ୍ଟଲ୍ କରିବାକୁ ମୁଁ ସୁପାରିସ କରିବି
03:18 Linux Operating Systemରେ Arduino କିପରି ଇନଷ୍ଟଲ୍ କରାଯାଏ, ତାହା ମୁଁ ଏବେ ଦେଖାଇବି
03:24 ମୋ ମଶିନ୍‌ର ନିର୍ମାଣ 64-Bitର ହୋଇଥିବାରୁ ମୁଁ Linux 64 Bit ଉପରେ କ୍ଲିକ୍ କରିବି
03:32 ଆପଣଙ୍କ ସିଷ୍ଟମ୍ ନିର୍ମାଣ ଉପରେ ଆଧାର କରି Linux 32-Bit କିମ୍ୱା 64-Bit ଉପରେ କ୍ଲିକ୍ କରନ୍ତୁ
03:39 Just Download ଉପରେ କ୍ଲିକ୍ କରନ୍ତୁ

ଗୋଟିଏ ଡାଇଲଗ୍ ବକ୍ସ ଖୋଲିବ. Save File ଉପରେ କ୍ଲିକ୍ କରନ୍ତୁ

03:47 ଡାଉନଲୋଡ୍ ହେବାକୁ ଏହା କିଛି ସମୟ ନେବ. ଏହା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ
03:52 ମୋ Downloads ଫୋଲ୍ଡର୍‌ରେ ଡାଉନଲୋଡ୍ କରାଯାଇଥିବା ZIP ଫାଇଲ୍ ଅଛି.

ସେଥିରୁ ଫାଇଲ୍‌ଗୁଡ଼ିକୁ ଏକ୍ସଟ୍ରାକ୍ଟ କରିବା

04:02 ଏବେ ଆମେ ଟର୍ମିନଲ୍‌ରୁ Arduino IDE ଆରମ୍ଭ କରିବା
04:07 ଟର୍ମିନଲ୍ ଖୋଲିବା ପାଇଁ CTRL+ALT+T ଦାବନ୍ତୁ
04:12 cd downloads ଟାଇପ୍ କରି Downloads ଡାଇରେକ୍ଟରୀକୁ ଯାଆନ୍ତୁ
04:19 Arduino ଫୋଲ୍ଡର୍ ଦେଖିବା ପାଇଁ ls ଟାଇପ୍ କରନ୍ତୁ
04:23 ଏଠାରେ, ମୋ ସିଷ୍ଟମ୍‌ରେ ଏହା Arduino 1.6.9 ଦେଖାଉଛି
04:29 ଏବେ, ଡାଇରେକ୍ଟୋରୀକୁ ବଦଳାଇ Arduino 1.6.9 କରନ୍ତୁ.

ଟାଇପ୍ କରନ୍ତୁ cd arduino 1.6.9

04:40 ଉପଲବ୍ଧ ଫାଇଲ୍‌ଗୁଡ଼ିକୁ ଦେଖିବା ପାଇଁ ls ଟାଇପ୍ କରନ୍ତୁ
04:46 ଏହି ଫୋଲ୍ଡର୍‌ରେ Arduino IDE କମ୍ପାଇଲର୍ ସମ୍ପର୍କିତ ବିଭିନ୍ନ ଫାଇଲ୍ ରହିଛି, ଯେପରି:

Arduino Backend Files ଓ Configuration Files

05:00 ଏବେ ଆସନ୍ତୁ, Arduino Executable ଫାଇଲ୍‌କୁ ଚଲାଇବା. ଏଥିପାଇଁ ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ arduino ଏବଂ Arduino IDE ଆରମ୍ଭ କରିବା ପାଇଁ Enter ଦାବନ୍ତୁ.
05:16 Arduino IDE ୱିଣ୍ଡୋ ଖୋଲିଲା
05:20 ମୁଁ ମୋ କମ୍ପ୍ୟୁଟର୍‌ର USB ପୋର୍ଟ ସହ Arduinoକୁ କନେକ୍ଟ କରିଛି.

ଚାଲନ୍ତୁ କନେକ୍ସନ୍‌କୁ ଦେଖିବା

05:27 Tools ମେନୁ ଉପରେ କ୍ଲିକ୍ କରନ୍ତୁ.

Arduino UNO Board ଚୟନ ହୋଇସାରିଥିବାର ଏହା ଦେଖାଉଛି

05:36 Port ମେନୁରେ ଆମେ ପୋର୍ଟ ନମ୍ୱର୍ ଦେଖିବା
05:41 ଏବେ, Arduino IDE ବନ୍ଦ କରିଦିଅନ୍ତୁ
05:45 File ଓ Close ଉପରେ କ୍ଲିକ୍ କରନ୍ତୁ
05:49 Linux Operating Systemରେ Arduino ଇନଷ୍ଟଲ୍ କରିବାର ଅନ୍ୟ ଏକ ମାର୍ଗ ହେଉଛି, ଟର୍ମିନଲ୍ ରେ apt ହାଇଫେନ୍ get କମାଣ୍ଡର ବ୍ୟବହାର
05:59 କୁହାଗଲେ Sudo ପାସ୍‌ୱର୍ଡ ଲେଖନ୍ତୁ
06:03 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
06:08 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ - Arduino ଡିଭାଇସ୍,

Arduinoର ଫିଚର୍ସ, Arduino Boardର ଉପକରଣ,

06:17 Microcontrollers ଓ Ubuntu Linuxରେ Arduino IDEର ଇନଷ୍ଟଲେଶନ୍ ବିଷୟରେ
06:25 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

06:34 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ପରୀକ୍ଷାରେ ପାସ୍ କଲେ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

06:49 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?

ଦୟାକରି ସାଇଟ୍‌କୁ ଯାଆନ୍ତୁ.

06:55 ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ

ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ.

07:03 ଆମ ଟିମ୍‌ରୁ କେହିଜଣେ ତାହାର ଉତ୍ତର ଦେବେ.
07:07 ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି.
07:12 ଦୟାକରି ସେଥିରେ କୌଣସି ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ

ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ.

07:20 ଅଳ୍ପ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା
07:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

07:38 IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep