PHP-and-MySQL/C2/Variables-in-PHP/Oriya
From Script | Spoken-Tutorial
Time | Narration |
00:00 | ବନ୍ଧୁଗଣ, PHP variables ଉପରେ ଥିବା ଗୋଟିଏ ମୌଳିକ ଟ୍ୟୁଟୋରିଆଲକୁ ସ୍ଵାଗତ |
00:04 | ପ୍ରଥମେ କିଛି ଜିନିଷକୁ ଶୀଘ୍ର ଅଭ୍ୟାସ କରିନିଅନ୍ତୁ |
00:07 | PHP variablesକୁ ବ୍ୟବହାର କରିବା ଅତି ସହଜ ଅଟେ; ଏହା ସୁନିଶ୍ଚିତ ଯେ ଆପଣ ସେଗୁଡିକୁ ସିଧାସଳଖ ବୁଝିପାରିବେ |
00:14 | ଆପଣ ସେଗୁଡିକୁ ଘୋଷଣା କରିବାର ଆବଶ୍ୟକତା ନାହିଁ ଏବଂ ସେଗୁଡିକୁ ଲେଖିବା ଅତି ସହଜ ଅଟେ |
00:18 | ସ୍କ୍ରିପ୍ଟର ଅଧାରେ ଆପଣ ଗୋଟିଏ ଭେରିଏବଲରେ ଏକ ଭେଲ୍ୟୁକୁ ସଂଯୁକ୍ତ କରିପାରିବେ |
00:23 | ସେଗୁଡିକ ଆପଣ ଆବଶ୍ୟକ କରୁଥିବା ଡେଟା ଟାଇପରେ ମଧ୍ୟ ଅଟୋମାଟିକାଲୀ ରୂପାନ୍ତର ହୋଇଯିବେ |
00:28 | ତେଣୁ, ସେଗୁଡିକୁ ପ୍ରତ୍ୟେକ ଥର ଭିନ୍ନ ଭାବରେ ଘୋଷଣା କରିବା କିମ୍ବା ଗୋଟିଏ ଭେଲ୍ୟୁ ସୃଷ୍ଟି କରିବାର ଆବଶ୍ୟକତା ନାହିଁ |
00:36 | ତେଣୁ ଉଦାହରଣସ୍ଵରୂପ ଏଠାରେ ନିଜର PHP tags ସୃଷ୍ଟି କରନ୍ତୁ ଏବଂ କଣ୍ଟେଣ୍ଟ ସେଗୁଡିକ ମଧ୍ୟରେ ରହିବ |
00:41 | ଠିକ୍ ଅଛି. ବର୍ତ୍ତମାନ ଆମେ ଡଲାର୍ ଚିହ୍ନ ସହିତ ଆରମ୍ଭ କରିବା ଏବଂ ତା’ପରେ ଆମର ଭେରିଏବଲର ନାମ ରହିବ |
00:48 | ଦୟାକରି ଧ୍ୟାନଦିଅନ୍ତୁ ଯେ ଆପଣ ଗୋଟିଏ number ସହିତ ଆରମ୍ଭ କରିପାରିବେ ନାହିଁ. ତେଣୁ ମୁଁ ଗୋଟିଏ 1 ସହିତ ଆରମ୍ଭ କରିପାରିବି ନାହିଁ |
00:53 | ମୁଁ ଗୋଟିଏ underscore କିମ୍ବା ଏକ letter ସହିତ ଆରମ୍ଭ କରିବି |
00:57 | underscores, letters ଓ numbers ଯେପରିକି ଏହା ଗୋଟିଏ ନମ୍ବର୍ ଦ୍ଵାରା ଆରମ୍ଭ ହୋଇନଥିବ, ଏଗୁଡିକ ବ୍ୟତିତ ଅନ୍ୟ କୌଣସି ସ୍ପେସାଲ୍ କ୍ୟାରେକ୍ଟର୍ ପାଇଁ ଅନୁମତି ନାହିଁ |
01:06 | ତେଣୁ ସେଗୁଡିକ ଏଠାରେ ପୁର୍ଣ୍ଣଭାବେ ଗ୍ରହଣୀୟ ଅଟନ୍ତି |
01:09 | ତେଣୁ ମୁଁ name ନାମକ ଗୋଟିଏ ଭେରିଏବଲ୍ ସୃଷ୍ଟି କରିବି ଏବଂ ଯାହା ଡବଲ୍ କ୍ଵୋଟ୍ ମଧ୍ୟରେ ଥିବା ଗୋଟିଏ ଷ୍ଟ୍ରିଙ୍ଗ ଭେଲ୍ୟୁ ସହିତ ସମାନ ହେବ, ଯେପରି ଆମେ echo ଫଙ୍କଶନ୍ ପାଇଁ ବ୍ୟବହାର କରିଥିଲେ |
01:21 | My name is Alex |
01:23 | ପରବର୍ତ୍ତୀ ଲାଇନରେ ଗୋଟିଏ ଡଲାର୍ ଚିହ୍ନ($)କୁ ବ୍ୟବହାର କରି ଆମେ age ନାମକ ଅନ୍ୟ ଏକ ଭେରିଏବଲକୁ ସୃଷ୍ଟି କରିବାକୁ ଯାଉଛେ. ବିନା ଡବଲ୍ କ୍ଵୋଟରେ ଏହା 19 ସହିତ ସମାନ ହେବ |
01:33 | ବର୍ତ୍ତମାନ ଏହାର କାରଣ ହେଉଛି ତାହା ଗୋଟିଏ ଇଣ୍ଟିଜର୍ ଅଟେ |
01:36 | ଆପଣ ଏହାକୁ ଡେସିମାଲ୍ ଭେଲ୍ୟୁ ପାଇଁ ମଧ୍ୟ ବ୍ୟବହାର କରିପାରିବେ. ତେଣୁ ଏହା 19.5 କିମ୍ବା nineteen and a half ହୋଇପାରେ |
01:43 | ତାହା ଏହାକୁ ଅଟୋମାଟିକାଲୀ ଡେସିମାଲରେ ମଧ୍ୟ ରୂପାନ୍ତର କରିଦେବ |
01:48 | ହେଲେ ସେହି ସମୟରେ ଏହା କେବଳ ଗୋଟିଏ ଇଣ୍ଟିଜର୍ ହେବ. ଏହାକୁ ଏହିପରି ମୁଁ ଆବଶ୍ୟକ କରୁଛି – ଭେରିଏବଲ୍ name ଗୋଟିଏ string ଏବଂ ଭେରିଏବଲ୍ age ଗୋଟିଏ integer ଅଟେ |
01:57 | ତେଣୁ ସେଗୁଡିକୁ ଇକୋ କରିବା ପାଇଁ ଚେଷ୍ଟା କରନ୍ତୁ |
02:00 | ଆମର echo ତଥା ଭେରିଏବଲ୍ ନେମ୍ ଆବଶ୍ୟକ କିନ୍ତୁ ଆପଣଙ୍କ ଲାଇନ୍ ଟର୍ମିନେଟରକୁ ଭୁଲନ୍ତୁ ନାହିଁ |
02:06 | ଠିକ୍ ଅଛି ଚାଲନ୍ତୁ variables ନାମକ ଫାଇଲକୁ ପ୍ରାପ୍ତ କରିବା |
02:11 | ମୁଁ ଏଠାରେ ସେଭ୍ କରିଥିବା echo name ଭଳି Alex ଇକୋ ହୋଇଯାଇଛି |
02:16 | ବର୍ତ୍ତମାନ ଚେଷ୍ଟା କରିବା ସହିତ ମୋ’ର ବୟସକୁ ଇକୋ କରନ୍ତୁ |
02:19 | ଏହା କେବଳ ମାତ୍ର ଗୋଟିଏ ଇଣ୍ଟିଜର୍ ଭେରିଏବଲ୍ ଅଟେ ଏବଂ ତାହା ଏଠାରେ ଇକୋ ହୋଇଯାଇଛି |
02:24 | ତେଣୁ ଭେରିଏବଲଗୁଡିକ ସହିତ ହେଉଥିବା କାର୍ଯ୍ୟ ହେଉଛି ଯେ ସେଗୁଡିକ ଅତି ସହଜରେ ଗୋଟିଏ ଷ୍ଟ୍ରିଙ୍ଗ ସହିତ ସଂଯୁକ୍ତ ହୋଇଯା’ନ୍ତି |
02:30 | ପ୍ରକୃତରେ କହିବାକୁ ଗଲେ concatenation ଗୋଟିଏ ଭୁଲ୍ ଶବ୍ଦ ଅଟେ – ସେଗୁଡିକୁ ଆପଣଙ୍କ ଷ୍ଟ୍ରିଙ୍ଗରେ ସଂଯୁକ୍ତ କରିବା ଅତି ସହଜ ଅଟେ |
02:37 | ଯଦି ଆପଣ concatenation କ’ଣ ଯାଣନ୍ତି ନାହିଁ ତେବେ ଏହାର ଅର୍ଥ ହେଉଛି ଦୁଇଟି ଜିନିଷକୁ ସଂଯୁକ୍ତ କରିବା କିମ୍ବା ଗୋଟିଏ ଧାଡିରେ ଦୁଇଟି stringsକୁ ସଂଯୁକ୍ତ କରିବା |
02:46 | ତେଣୁ concatenationର ଗୋଟିଏ ଉଦାହରଣ ସକାଶେ ଚାଲନ୍ତୁ concatକୁ ଦେଖିବା ଏବଂ ତା’ପରେ '.' ଏବଂ ପରେ ination ରହିବ |
02:56 | ବର୍ତ୍ତମାନ ଏହା concatinationକୁ ଇକୋ କରିବ |
02:59 | ଏହାକୁ ଚେଷ୍ଟା କରନ୍ତୁ |
03:03 | କିନ୍ତୁ ଏଠାରେ ଏହା ଉପରେ ଏକ ସମ୍ପୂର୍ଣ୍ଣ ଭିନ୍ନ ଟ୍ୟୁଟୋରିଆଲ୍ ଅଛି. ତେଣୁ ବର୍ତ୍ତମାନ ପାଇଁ ମୁଁ କହିବାକୁ ଚାହୁଁଛି ଯେ ଏହାକୁ ଇକୋ କରିବା ବେଳେ ଏହାକୁ ନିଜର ଗୋଟିଏ ଭେରିଏବଲ୍ ଭାବେ ସଂଯୁକ୍ତ କରିବାର ଆବଶ୍ୟକତା ନାହିଁ |
03:14 | ଯଦି ଆପଣ ଏହାକୁ ଅନୁସରଣ କରିପାରୁ ନାହାଁନ୍ତି ତେବେ ଚିନ୍ତିତ ହୁଅନ୍ତୁ ନାହିଁ. ଏହା ଅତି ସରଳ ଅଟେ |
03:18 | My name is, $name ଏବଂ my age isର ନିମ୍ନରେ ବୟସକୁ ରଖିବି |
03:24 | ବର୍ତ୍ତମାନ ଏହି ସମସ୍ତ ଗୋଟିଏ ଷ୍ଟ୍ରିଙ୍ଗରେ ଅଛନ୍ତି, ସମସ୍ତେ ଗୋଟିଏ ଇକୋରେ ଏବଂ ଆମେ My name isରେ ସାଧାରଣ ଟେକ୍ସଟ ପ୍ରାପ୍ତ କରିଛେ |
03:32 | Variableକୁ କଲ୍ କରାଯାଇଛି. ଏହାକୁ ଏଠାରେ ରଖନ୍ତୁ. ଏବଂ ତା’ପରେ ଯେତେବେଳେ ageକୁ କଲ୍ କରାଯାଇଛି ସେତେବେଳେ age ପାଇଁ ଭେଲ୍ୟୁକୁ ଏଠାରେ ରଖାଯାଇଛି |
03:40 | ତେଣୁ ଆମେ ତାହାକୁ refresh କରିପାରିବା ଏବଂ ଆପଣ My name is Alex ଯାହା ଆମର ଭେରିଏବଲ୍ ଅଟେ ; ଏବଂ my age is 19 ଯାହା ମଧ୍ୟ ଭେରିଏବଲ୍ ଅଟେ, ଏଗୁଡିକୁ ଦେଖିପାରିବେ |
03:48 | ତେଣୁ ପ୍ରକୃତରେ ସେଗୁଡିକୁ ଷ୍ଟ୍ରିଙ୍ଗଗୁଡିକରେ ରଖିବା ସହଜ ଅଟେ |
03:52 | ଠିକ୍ ଅଛି ଆପଣ ଭେରିଏବଲଗୁଡିକ ବିଷୟରେ ଜାଣିବାକୁ ଚାହୁଁଥିବା ଏହା ସମସ୍ତ ତଥ୍ୟ ଅଟେ |
03:56 | boolean, decimal ଭଳି ଅନ୍ୟ ପ୍ରକାରର ଭେରିଏବଲଗୁଡିକ ଅଛନ୍ତି ଯାହାକୁ ମୁଁ ଆପଣଙ୍କୁ ପ୍ରଦର୍ଶନ କରିସାରିଛି ଉଦାହରଣସ୍ଵରୂପ 19.5 |
04:06 | ଆପଣ ସମାନ ମାର୍ଗରେ ସେଗୁଡିକୁ ଗୋଟିଏ ଡଲାର୍ ଚିହ୍ନ ସହିତ ଘୋଷଣା କରିପାରିବେ |
04:10 | ତେଣୁ ଏହାକୁ ଅଭ୍ୟାସ କରନ୍ତୁ ଏବଂ ଫେରିଆସନ୍ତୁ ଯାହାଦ୍ଵାରା ପରବର୍ତ୍ତୀ ସମୟରେ ମୁଁ ଅନ୍ୟ କିଛି ପ୍ରୋଜେକ୍ଟଗୁଡିକୁ କରିବା ବେଳେ ଆପଣ କିଛି ଅତ୍ୟାଧୂନିକ ଫଙ୍କଶନାଲିଟୀକୁ ଶିଖିପାରିବେ |
04:19 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |