OpenFOAM/C3/Exporting-geometry-from-Salome-to-OpenFOAM/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Exporting the geometry from Salome to OpenFOAM ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:09 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: Salomeରେ ମେଶ୍ ହୋଇଥିବା ଜୋମେଟ୍ରୀର ଅଂଶଗୁଡିକୁ ଗ୍ରୁପ୍ କରିବା
OpenFOAMରେ ଜୋମେଟ୍ରୀକୁ export କରିବା. simulation ପାଇଁ ଗୋଟିଏ case directory ସୃଷ୍ଟି କରିବା ଏବଂ ParaViewରେ ଜୋମେଟ୍ରୀକୁ ଦେଖିବା |
00:26 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Linux Operating System Ubuntu ଭର୍ସନ୍ 12.10, OpenFOAM ଭର୍ସନ୍ 2.1.1, ParaView ଭର୍ସନ୍ 3.12.0, Salome ଭର୍ସନ୍ 6.6.0 ବ୍ୟବହାର କରୁଛି |
00:41 | ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ପାଇଁ ଶିକ୍ଷ୍ୟାର୍ଥୀ ନିଶ୍ଚିତରୂପେ ପ୍ରଥମେ Creating and meshing a Curved-Pipe Geometry in Salome ଉପରେ ଥିବା ଟ୍ୟୁଟୋରିଆଲକୁ ଅନୁସରଣ କରିବା ଆବଶ୍ୟକ |
00:52 | ପୂର୍ବ ଟ୍ୟୁଟୋରିଆଲରେ ପ୍ରଦର୍ଶିତ ହେବା ଭଳି Salomeକୁ ଖୋଲନ୍ତୁ. file >> Openକୁ ଯା’ନ୍ତୁ. Desktopକୁ ଯିବା ସହିତ Curved-geometry.hdfରେ କ୍ଲିକ୍ କରନ୍ତୁ |
01:04 | Openକୁ ଦାବନ୍ତୁ. Modules ଡ୍ରପ୍-ଡାଉନ୍ ବିକଳ୍ପରେ ଥିବା mesh-moduleକୁ ଯା’ନ୍ତୁ |
01:12 | object Browserରେ ଥିବା Mesh treeକୁ ଖୋଲନ୍ତୁ |
01:17 | Mesh_1 ଉପରେ ରାଇଟ୍ କ୍ଲିକ୍ କରିବା ସହିତ Show ଉପରେ କ୍ଲିକ୍ କରନ୍ତୁ. geometry ଉପରେ meshକୁ ଦେଖନ୍ତୁ ଯାହା ଦୃଶ୍ୟମାନ ହେଉଛି |
01:28 | python କନସୋଲ୍ ୱିଣ୍ଡୋକୁ ବନ୍ଦ କରନ୍ତୁ |
01:32 | ବର୍ତ୍ତମାନ, ମେଶ୍ ହୋଇଥିବା ଜୋମେଟ୍ରୀର ଅଂଶଗୁଡିକୁ ନାମିତ କରିବାକୁ ହେବ ଯେହେତୁ ଏଗୁଡିକ ଆମର OpenFOAMରେ ଆବଶ୍ୟକ ହେବ |
01:39 | ଏହି mesh ଉପରେ Groups ସୃଷ୍ଟି କରିବା ପାଇଁ, Mesh_1 ଉପରେ ରାଇଟ୍ କ୍ଲିକ୍ କରିବା ସହିତ Create Group ଉପରେ କ୍ଲିକ୍ କରନ୍ତୁ |
01:48 | Element Typeକୁ Face ଭାବେ ଚୟନ କରନ୍ତୁ. Group typeକୁ Group on Geometry ଭାବେ ଚୟନ କରନ୍ତୁ |
01:57 | Geometrical Objectର ସମ୍ମୁଖରେ ଥିବା ବଟନ୍ ଉପରେ କ୍ଲିକ୍ କରିବା ସହିତ Direct Geometrical Selectionକୁ ଚୟନ କରନ୍ତୁ |
02:07 | Object Browserରେ Geometry treeକୁ ଖୋଲନ୍ତୁ. pipe_1 treeକୁ ଖୋଲନ୍ତୁ ଏବଂ Geometry treeରେ ଥିବା inlet ଗୃପକୁ ଚୟନ କରନ୍ତୁ ଯାହା ଆମେ ପୂର୍ବ ଟ୍ୟୁଟୋରିଆଲରେ ସୃଷ୍ଟି କରିଛେ |
02:22 | colorକୁ ରେଡ୍ ଭାବେ ଚୟନ କରିପାରିବେ |
02:26 | groupକୁ inlet ଭାବେ ନାମିତ କରନ୍ତୁ. Apply and close ଉପରେ କ୍ଲିକ୍ କରନ୍ତୁ. Inlet ଗୃପ୍ ଟ୍ରୀରେ ଦୃଶ୍ୟମାନ ହେବ |
02:37 | ସେହିପରି, outlet ଗୃପ୍ ସୃଷ୍ଟି କରନ୍ତୁ. ମୁଁ outlet ଗୃପ୍ ସୃଷ୍ଟି କରିସାରିଛି |
02:44 | ବର୍ତ୍ତମାନ, ସମଗ୍ର ଆଉଟର୍ ସରଫେସର group ସୃଷ୍ଟି କରିବା ପାଇଁ mesh_1 ଉପରେ ରାଇଟ୍ କ୍ଲିକ୍ କରିବା ସହିତ >> Create groupରେ କ୍ଲିକ୍ କରନ୍ତୁ |
02:53 | Element Typeକୁ Face ଭାବେ ଏବଂ Group Typeକୁ Group on filter ଭାବେ ଚୟନ କରନ୍ତୁ |
03:00 | Set filter ଉପରେ କ୍ଲିକ୍ କରିବା ସହିତ Add ବଟନ୍ ଉପରେ କ୍ଲିକ୍ କରନ୍ତୁ. Criterion ମେନୁର ନିମ୍ନରେ ଥିବା ଡ୍ରପ୍-ଡାଉନରେ Free Facesକୁ ଚୟନ କରିବା ସହିତ Apply and Close ଉପରେ କ୍ଲିକ୍ କରନ୍ତୁ |
03:17 | ଆପଣ colorକୁ ବ୍ଲୁରେ ପରିବର୍ତ୍ତନ କରିପାରିବେ |
03:23 | ପୁନର୍ବାର Apply and Close ଉପରେ କ୍ଲିକ୍ କରନ୍ତୁ. Group_1 ସୃଷ୍ଟି ହୋଇସାରିଛି |
03:31 | ବର୍ତ୍ତମାନ, ଉପରିଭାଗରେ ଥିବା mesh ମେନୁସ୍ଥିତ Cut groupsରେ କ୍ଲିକ୍ କରନ୍ତୁ. Main objectକୁ Group_1 ଭାବେ ଏବଂ Tool objectକୁ inlet ଭାବେ ଚୟନ କରନ୍ତୁ |
03:45 | ଆପଣଙ୍କ କୀବୋର୍ଡ ଉପରେ shift କୀକୁ ଦାବି ଧରିବା ସହିତ Tool objectକୁ outlet ଭାବେ ମଧ୍ୟ ଚୟନ କରନ୍ତୁ |
03:54 | Result nameକୁ walls ଭାବେ ଟାଇପ୍ କରନ୍ତୁ |
03:58 | ଆପଣ colorକୁ ପର୍ପଲ୍ ଭାବେ ଚୟନ କରିପାରିବେ. Apply and Close ଉପରେ କ୍ଲିକ୍ କରିବା ସହିତ walls ଗୃପ୍ ସୃଷ୍ଟି ହୋଇଥିବା ଦେଖିପାରିବେ |
04:10 | Group_1ରେ ରାଇଟ୍ କ୍ଲିକ୍ କରିବା ସହିତ ଏହି ଗୃପକୁ delete କରନ୍ତୁ ଯେହେତୁ ଆମେ ଏହାକୁ OpenFOAMରେ ଦେଖିବାକୁ ଚାହୁଁ ନାହୁଁ |
04:20 | ବିକଳ୍ପ save document ଉପରେ କ୍ଲିକ୍ କରିବା ସହିତ କାର୍ଯ୍ୟକୁ ସେଭ୍ କରନ୍ତୁ |
04:24 | ବର୍ତ୍ତମାନ mesh_1ରେ ରାଇଟ୍ କ୍ଲିକ୍ କରିବା ସହିତ Export >> Unv Fileକୁ ଯା’ନ୍ତୁ |
04:33 | ଫାଇଲକୁ bentpipe ଭାବେ ନାମିତ କରନ୍ତୁ. ମୁଁ ଏହି ଫାଇଲକୁ ଡେସ୍କଟପ୍ ଉପରେ ସେଭ୍ କରୁଛି. Salome ବନ୍ଦ କରିବା ସହିତ ଡେସ୍କଟପ୍ ଉପରେ bentpipe.unv ଫାଇଲକୁ ଦେଖିବାକୁ ପାଇବେ |
04:50 | ଡେସ୍କଟପ୍ ଉପରେ bentpipe ନାମକ ଏକ ଫୋଲ୍ଡର୍ ସୃଷ୍ଟି କରନ୍ତୁ |
04:55 | ବର୍ତ୍ତମାନ bentpipe.unv ଫାଇଲକୁ ଏହି ଫୋଲ୍ଡର୍ ମଧ୍ୟକୁ ଆଣନ୍ତୁ |
05:01 | OpenFOAMରେ icoFoam solverକୁ ବ୍ୟବହାର କରି ଏହି ଜୋମେଟ୍ରି ଉପରେ ସିମୁଲେଶନ୍ କାର୍ଯ୍ୟ କରିବା ପାଇଁ OpenFOAMରେ ଥିବା icoFoam ଫୋଲ୍ଡରକୁ ଯା’ନ୍ତୁ |
05:10 | ଏହି ଫୋଲ୍ଡର୍ ଥିବା ସ୍ଥାନକୁ ଜାଣିବା ପାଇଁ lid driven cavity ଉପରେ ଥିବା ଟ୍ୟୁଟୋରିଆଲକୁ ଯା’ନ୍ତୁ |
05:15 | ଡେସ୍କଟପ୍ ଉପରେ ଥିବା ଏହି icoFoam ଫୋଲ୍ଡର୍ ମଧ୍ୟରେ bentpipe ଫୋଲ୍ଡରକୁ Copy ଓ Paste କରନ୍ତୁ |
05:22 | cavity ଫୋଲ୍ଡରରେ ଥିବା system ଫୋଲ୍ଡରକୁ ମଧ୍ୟ ଏହି bentpipe ଫୋଲ୍ଡରରେ କପୀ କରନ୍ତୁ |
05:32 | ବର୍ତ୍ତମାନ command terminal ମାଧ୍ୟମରେ bentpipe ଫୋଲ୍ଡର୍ ମଧ୍ୟକୁ ଯା’ନ୍ତୁ. ମୁଁ bentpipe ଫୋଲ୍ଡର୍ ମଧ୍ୟରେ ଅଛି |
05:41 | ls ଟାଇପ୍ କରିବା ସହିତ Enter ଦାବନ୍ତୁ. ଆପଣ system ଫୋଲ୍ଡର୍ ଏବଂ bentpipe.unv ଫାଇଲକୁ ଦେଖିପାରିବେ |
05:49 | ବର୍ତ୍ତମାନ ଟାଇପ୍ କରନ୍ତୁ: ideasUnvToFoam ସ୍ପେସ୍ bentpipe ଡଟ୍ unv. ଧ୍ୟାନଦିଅନ୍ତୁ ଯେ U, T ଓ F କ୍ୟାପିଟାଲରେ ରହିବେ ଏବଂ Enter ଦାବନ୍ତୁ |
06:11 | ବର୍ତ୍ତମାନ ls ଟାଇପ୍ କରନ୍ତୁ. Constant ଫୋଲ୍ଡର୍ ସୃଷ୍ଟି ହୋଇଥିବା ଆପଣ ଦେଖିପାରିବେ. ଟାଇପ୍ କରନ୍ତୁ, cd (ସ୍ପେସ୍) Constant |
06:23 | cd (ସ୍ପେସ୍) polyMesh ଟାଇପ୍ କରନ୍ତୁ. Ls ଟାଇପ୍ କରିବା ସହିତ Enter ଦାବନ୍ତୁ |
06:31 | geometry ଫାଇଲଗୁଡିକ ସୃଷ୍ଟି ହୋଇଥିବା ଆପଣ ଦେଖିପାରିବେ. polyMesh ଫୋଲ୍ଡରରୁ ବାହାରିଆସନ୍ତୁ |
06:38 | constant ଫୋଲ୍ଡରରୁ ବାହାରି ଆସନ୍ତୁ |
06:42 | ବର୍ତ୍ତମାନ, geometry scaleକୁ ସେଣ୍ଟିମିଟରରେ ରୂପାନ୍ତର କରିବା ପାଇଁ ଟାଇପ୍ କରନ୍ତୁ: transformPoints (ସ୍ପେସ୍) -scale ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ସିଙ୍ଗଲ୍ ବ୍ରାକେଟ୍ ମଧ୍ୟରେ ’(0.01 ସ୍ପେସ୍ 0.01 ସ୍ପେସ୍ 0.01)’ ଏବଂ Enter ଦାବନ୍ତୁ. Geometry ସେଣ୍ଟିମିଟରରେ ରୂପାନ୍ତର ହୋଇଯାଇଛି |
07:17 | ଟର୍ମିନଲକୁ ମିନିମାଇଜ୍ କରିବା ସହିତ bentpipe ଫୋଲ୍ଡର୍ ମଧ୍ୟକୁ ଯା’ନ୍ତୁ |
07:23 | constant folder ମଧ୍ୟକୁ ଯା’ନ୍ତୁ. transportProperties ଫାଇଲ୍ ସେଠାରେ ନଥିବା ଆପଣ ଦେଖିପାରିବେ |
07:30 | transportProperties ଫାଇଲକୁ cavity ଫୋଲ୍ଡରରୁ କପୀ କରିବା ସହିତ constant ଫୋଲ୍ଡର୍ ମଧ୍ୟରେ ଏହାକୁ save କରନ୍ତୁ |
07:37 | ମୁଁ transport Properties ଫାଇଲକୁ କପୀ କରିସାରିଛି. ବର୍ତ୍ତମାନ constant ଫୋଲ୍ଡରରୁ ବାହାରିଆସନ୍ତୁ |
07:44 | P ଓ U ଫାଇଲ୍ ଥିବା 0 (ଯିରୋ) ଫୋଲ୍ଡର୍ ଆମର ଆବଶ୍ୟକ. cavity ଫୋଲ୍ଡରରୁ 0 (ଯିରୋ) ଫୋଲ୍ଡରକୁ କପୀ କରନ୍ତୁ |
07:55 | ମୁଁ 0 (ଯିରୋ) ଫୋଲ୍ଡରକୁ କପୀ କରିସାରିଛି. 0(ଯିରୋ) ଫୋଲ୍ଡର୍ ମଧ୍ୟକୁ ଯା’ନ୍ତୁ |
08:02 | p ଫାଇଲକୁ ଖୋଲନ୍ତୁ. ଆମେ Salomeରେ ସୃଷ୍ଟି କରିବା ଭଳି inlet, outlet ଓ walls ପାଇଁ boundary patchesର ପ୍ରଦାନକୁ ସୁନିଶ୍ଚିତ କରନ୍ତୁ |
08:15 | movingWallକୁ ଇରେଜ୍ କରିବ ସହିତ inlet ଟାଇପ୍ କରନ୍ତୁ. fixedWallsକୁ ଇରେଜ୍ କରିବା ସହିତ outlet ଟାଇପ୍ କରନ୍ତୁ |
08:25 | frontAndBackକୁ ଇରେଜ୍ କରିବା ସହିତ walls ଟାଇପ୍ କରନ୍ତୁ. ଫାଇଲକୁ Save କରିବା ସହିତ Close କରନ୍ତୁ |
08:34 | ସେହିପରି, U ଫାଇଲରେ ପରିବର୍ତ୍ତନଗୁଡିକୁ କରନ୍ତୁ. ଉପଯୁକ୍ତ boundary conditionଗୁଡିକ ପାଇଁ ଆପଣ Hagen-Poiseuille flow ଉପରେ ଥିବା ଟ୍ୟୁଟୋରିଆଲକୁ ରେଫର୍ କରିପାରିବେ |
08:46 | ମୁଁ ପରିବର୍ତ୍ତନଗୁଡିକୁ ସମ୍ପନ୍ନ କରିବା ସହିତ ଉପଯୁକ୍ତ boundary conditionଗୁଡିକ ପ୍ରଦାନ କରିଛି |
08:51 | ଆପଣ Hagen-Poiseuille flow ଉପରେ ଥିବା ଟ୍ୟୁଟୋରିଆଲକୁ ରେଫର୍ କରିବା ସହିତ transportProperties ଓ ControlDict ଫାଇଲଗୁଡିକରେ ମଧ୍ୟ ପରିବର୍ତ୍ତନ କରିପାରିବେ |
09:00 | Home ଫୋଲ୍ଡରକୁ ବନ୍ଦ କରନ୍ତୁ |
09:03 | ବର୍ତ୍ତମାନ ଟର୍ମିନଲକୁ ଯିବା ସହିତ paraFoam ଟାଇପ୍ କରନ୍ତୁ. ଏହା ParaViewକୁ ଖୋଲିଦେବ. Object Inspector ମେନୁ ଉପରେ ଥିବା Applyରେ କ୍ଲିକ୍ କରନ୍ତୁ |
09:16 | ଡ୍ରପ୍-ଡାଉନ୍ ମେନୁ ଉପରେ ଥିବା Surface with Edgesରେ କ୍ଲିକ୍ କରନ୍ତୁ. ନିକଟରୁ ଦେଖିବା ପାଇଁ ଯୁମ୍ ଇନ୍ କରନ୍ତୁ |
09:28 | ଆପଣ hexahedral meshକୁ ଦେଖିପାରିବେ. Salome- Inlet outlet ଓ wallsରେ ନାମିତ କଲାଭଳି ଆମେ groups ସୃଷ୍ଟି ହୋଇଥିବା ମଧ୍ୟ ଦେଖିପାରିବା |
09:38 | surface ମଧ୍ୟରେ ଥିବା Volume ଅଟୋମାଟିକାଲୀ internal mesh ଭାବେ ଗୃପ୍ ହୋଇଯାଇଛି
ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: Salomeରେ କିପରି ମେଶ୍ ହୋଇଥିବା ଜୋମେଟ୍ରୀ ଅଂଶଗୁଡିକୁ group କରିବା geometryକୁ କିପରି OpenFOAMକୁ export କରିବା. simulation ପାଇଁ କିପରି ଗୋଟିଏ case directory ସୃଷ୍ଟି କରିବା ଏବଂ ParaViewରେ geometryକୁ ଦେଖିବା |
10:00 | ଆସାଇନମେଣ୍ଟ ଭାବେ ବର୍ଣ୍ଣନା କରଯିବା ଭଳି ଫାଇଲଗୁଡିକରେ ଉପଯୁକ୍ତ ପରିବର୍ତ୍ତନଗୁଡିକ କରି ସିମୁଲେଶନକୁ Run କରନ୍ତୁ. ନିଜେ ସୃଷ୍ଟି କରିଥିବା geometriesକୁ Export କରନ୍ତୁ. ଏବଂ ସେହି geometries ଉପରେ simulationsକୁ ରନ୍ କରନ୍ତୁ |
10:14 | ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial
ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
10:24 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
10:40 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ |
10:58 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |