Moodle-Learning-Management-System/C2/Blocks-in-Admin-Dashboard/Oriya
Time | Narration |
00:01 | Blocks in Admin’s Dashboard ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:08 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, Blocksକୁ କିପରି ଯୋଡ଼ିବେ ଓ ଡିଲିଟ୍ କରିବେ ଏବଂ Front Pageକୁ କିପରି ସେଟ୍ କରିବେ |
00:18 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:
Ubuntu Linux OS 16.04, |
00:26 | Apache, MariaDB ଓ PHP, ଯାହାକୁ ପ୍ରାପ୍ତ କରାଯାଇଛି |
00:35 | XAMPP 5.6.30, Moodle 3.3 ଓ Firefox ୱେବ୍ ବ୍ରାଉଜର୍ ମାଧ୍ୟମରେ |
00:41 | ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ |
00:54 | ଏହି ଟ୍ୟୁଟୋରିଆଲର ଶିକ୍ଷାର୍ଥୀମାନଙ୍କୁ Admin’s Dashboardର ମୌଳିକ ଜ୍ଞାନ ଥିବା ଦରକାର
ଯଦି ନାହିଁ, ତେବେ ଏହି ୱେବ୍ ସାଇଟ୍ରେ ଥିବା ପ୍ରାସଙ୍ଗିକ Moodle ଟ୍ୟୁଟୋରିଆଲ୍ ଦେଖନ୍ତୁ |
01:08 | ବ୍ରାଉଜର୍କୁ ଯାଇ ନିଜର Moodle ସାଇଟ୍ ଖୋଲନ୍ତୁ.
XAMPP Service ଚାଲୁଥିବାର ସୁନିଶ୍ଚିତ କରନ୍ତୁ |
01:17 | ନିଜର Admin Username ଓ Password ବିବରଣୀ ସହିତ ଲଗ୍ ଇନ୍ କରନ୍ତୁ |
01:22 | ଆମେ ଏବେ Admin’s Dashboardରେ ଅଛେ |
01:26 | ମନେପକାନ୍ତୁ ଯେ, Blocks ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ କିମ୍ୱା ସୂଚନା ଦେଇଥାଏ ଏବଂ Moodleର ସମସ୍ତ ପେଜ୍ ରେ ମିଳିଥାଏ |
01:38 | Moodle Blocks ସହ ଆମେ କିପରି କାମ କରିପାରିବା, ଆସନ୍ତୁ ତାହା ବୁଝିବା |
01:44 | ବ୍ୟବହୃତ ଥିମ୍ ଉପରେ ଭିତ୍ତି କରି, Blocks ଡାହାଣପଟେ ରହିବ, ନଚେତ୍ ଉଭୟ ପାର୍ଶ୍ୱରେ ରହିବ |
01:52 | ଲୋକମାନେ ଲଗ୍ ଇନ୍ କଲେ, ଯେଉଁ ସୂଚନା ସବୁ ଦେଖନ୍ତୁ ବୋଲି ଆମେ ଚାହୁଁ, ସେହିପରି ସୂଚନା Blocksରେ ରହିଛି |
01:58 | Moodleରେ ଅନେକ ପ୍ରକାରର Blocks ଅଛି ଏବଂ ସେଗୁଡ଼ିକୁ ଆମ ପସନ୍ଦ ଅନୁସାରେ ଘୁଞ୍ଚାଇହେବ କିମ୍ୱା ବ୍ୟବସ୍ଥିତ କରିହେବ |
02:09 | ଏବେ ଆମେ, ଆମ Dashboardରେ କିଛି Blocks ଯୋଡ଼ିବା |
02:14 | ପେଜ୍ର ବାମପଟେ ଥିବା Navigation Menu ଉପରେ କ୍ଲିକ୍ କରନ୍ତୁ |
02:19 | Dashboardର ଡାହାଣପଟେ ଥିବା Customize This Page ବଟନ୍ ଉପରେ କ୍ଲିକ୍ କରନ୍ତୁ |
02:26 | ଧ୍ୟାନ ଦିଅନ୍ତୁ ଯେ, ଏକ ନୂଆ ମେନୁ ଆଇଟମ୍ Add a Block ଏବେ ଦେଖାଦେଇଛି. Add a Block ଉପରେ କ୍ଲିକ୍ କରନ୍ତୁ |
02:35 | ଏକ ନୂଆ ପପ୍-ଅପ୍ ୱିଣ୍ଡୋ ଖୋଲିଲା. ଆମକୁ, ଆମେ ଯୋଡ଼ିବାକୁ ଚାହୁଁଥିବା Blockର ପ୍ରକାର ଚୟନ କରିବାକୁ ପଡ଼ିବ |
02:43 | ଉଦାହରଣସ୍ୱରୂପ, Messages ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, Message Block ଏବେ Dashboardରେ ଦେଖାଦେଲା |
02:53 | ବର୍ତ୍ତମାନ ସେଥିରେ କୌଣସି ମେସେଜ୍ ନାହିଁ |
02:56 | ଡିଫଲ୍ଟ ଭାବରେ, ସମସ୍ତ ନୂଆ Blocks, ପୂରା ଡାହାଣପଟେ ଥିବା ସ୍ତମ୍ଭରେ ଯୋଡ଼ି ହୋଇଯିବ |
03:02 | ଆସନ୍ତୁ, ଆଉ ଗୋଟିଏ Block ଯୋଡ଼ିବା. ବାମପଟେ ଥିବା Add a Block ମେନୁ ଉପରେ କ୍ଲିକ୍ କରନ୍ତୁ |
03:09 | Menu Types ତାଲିକାରୁ HTML ଚୟନ କରନ୍ତୁ.
HTML Block ହେଉଛି ଏପରି ଗୋଟିଏ Block, ଯେଉଁଠାରେ ଜଣେ ବ୍ୟକ୍ତି କଷ୍ଟମ୍ HTML ଲେଖିପାରିବ |
03:19 | ଏହାକୁ ବ୍ୟବହାର କରି ଆମେ Widgetsକୁ ଏମ୍ୱେଡ୍ କରିପାରିବା, ଯେପରି Library Widgets, News Feed, Twitter, Facebook ଆଦି |
03:30 | ଏବେ ଧ୍ୟାନ ଦିଅନ୍ତୁ ଯେ, Message Blockରେ ଏକ New HTML Block ଯୋଡ଼ି ହୋଇଯାଇଛି |
03:37 | HTML Blockରେ ଥିବା ଗିଅର୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ.
ତା’ପରେ, Configure (New HTML Block) Block ଉପରେ କ୍ଲିକ୍ କରନ୍ତୁ |
03:46 | Configure HTML Blockରେ 3ଟି ବିଭାଗ ରହିଛି:
Block Settings, Where this Block Appears ଓ On this Page |
03:57 | ଡିଫଲ୍ଟ ଭାବରେ, ପ୍ରଥମ ବିଭାଗଟି ବିସ୍ତାରିତ ହୋଇ ଥାଏ |
04:02 | ସମସ୍ତ ବିଭାଗକୁ ବିସ୍ତାରିତ କରିବା ପାଇଁ Expand All ଉପରେ କ୍ଲିକ୍ କରନ୍ତୁ |
04:07 | Block Titleରେ ଟାଇପ୍ କରନ୍ତୁ: Things to do |
04:12 | Content ଏରିଆରେ ଏହି Admin User ପାଇଁ ଆସନ୍ତୁ କିଛି କାମ ଯୋଡ଼ିବା |
04:19 | ନିମ୍ନଲିଖିତ ଟାଇପ୍ କରନ୍ତୁ: Create a New Course, Create New Users, Add Users to the Course |
04:30 | Editor ହେଉଛି ଏକ HTML Editor ଏବଂ ତାହାକୁ ଅନ୍ୟ ଯେକୌଣସି Word Processor କିମ୍ୱା Editor ଭଳି ବ୍ୟବହାର କରିହେବ |
04:39 | Where this Block Appearsରେ ଥିବା ବିକଳ୍ପଗୁଡ଼ିକୁ ଦେଖିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ |
04:45 | Default Regionରେ Content ଚୟନ କରନ୍ତୁ.
Default Weightରେ -10 (Minus Ten) ଚୟନ କରନ୍ତୁ |
04:54 | Blockର ୱେଟ୍ ଯେତେ ନିମ୍ନ ରହିବ, ସେହି ରିଜନ୍ରେ ତାହା ସେତେ ଉଚ୍ଚ ଦେଖାଯିବ.
-10 (minus ten) ହେଉଛି ନିମ୍ନତମ |
05:03 | -10 ଚୟନ କରି ମୁଁ ଏହା ସୁନିଶ୍ଚିତ କରୁଛି ଯେ, ଏହା Content ରିଜନ୍ର ଶୀର୍ଷରେ ରହିବ |
05:12 | ଏହି Block, Admin's Dashboard ଉପରେ ଦେଖାଦେବ |
05:17 | ଏବେ, On this Page ବିଭାଗ ଆସିଲା.
ଏହି ସ୍ଥାନରେ ଆପଣ, ଏହି Block ଯେଉଁଠାରେ ଯୋଡ଼ା ଯାଇଥିଲା, ସେହି ପେଜ୍ ପାଇଁ କନଫିଗରେଶନ୍କୁ ପରିଭାଷିତ କରିପାରିବେ |
05:28 | ଆମ ମାମଲାରେ ଏହା ହେଉଛି Dashboard.
ଏହି କନଫିଗରେଶନ୍, ଉପର ବିଭାଗରେ ପରିଭାଷିତ ଡିଫଲ୍ଟ କନଫିଗରେଶନ୍କୁ ଓଭର୍ ରାଇଡ୍ କରିବ |
05:40 | ତାହା ହେଉଛି Where This Block Appears ବିଭାଗ.
ଏହି ବିଭାଗରେ ଥିବା Regionରେ Content ଏବଂ Weightରେ -10 (Minus Ten) ଚୟନ କରନ୍ତୁ |
05:53 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, Blockର ପ୍ରକାର ଉପରେ ଭିତ୍ତି କରି କନଫିଗରେଶନ୍ ସେଟିଙ୍ଗ୍ ଭିନ୍ନ ହେବ |
06:01 | ପରିବର୍ତ୍ତନଗୁଡ଼ିକୁ ସେଭ୍ କରିବା ପାଇଁ Save Changes ଉପରେ କ୍ଲିକ୍ କରନ୍ତୁ ଏବଂ Dashboardକୁ ଫେରିଯାଆନ୍ତୁ |
06:07 | ଦେଖନ୍ତୁ, Things to do ଶୀର୍ଷକ ସହ HTML Block ଏବେ ଦେଖାଦେଲା
ଏବଂ ଏହା ହେଉଛି Content ରିଜନ୍ରେ ଶୀର୍ଷ Block |
06:18 | Move ଆଇକନ୍ ବ୍ୟବହାର କରି, ଗୋଟିଏ Blockକୁ ଡ୍ରାଗ୍ କରି ଆମେ ତାହାର ସ୍ଥିତି ମଧ୍ୟ ବଦଳାଇପାରିବା |
06:25 | Things to do Blockକୁ ଡ୍ରାଗ୍ କରି Course Overview Block ତଳେ ଡ୍ରପ୍ କରି ଆସନ୍ତୁ ଆମେ ତାହାକୁ ଘୁଞ୍ଚାଇବା |
06:34 | କିଛି ସମୟ ପୂର୍ବରୁ ଆମେ ସେଟ୍ କରିଥିବା ପରିବର୍ତ୍ତନକୁ ଏହା କିପରି ବଦଳାଏ, ଆସନ୍ତୁ ତାହା ଦେଖିବା |
06:40 | ଗିଅର୍ ଆଇକନ୍ ଉପରେ କ୍ଲିକ୍ କରି Configure Things to do Block ଉପରେ କ୍ଲିକ୍ କରନ୍ତୁ.
ଏହାପରେ, Expand All ଉପରେ କ୍ଲିକ୍ କରନ୍ତୁ |
06:49 | On This Page ବିଭାଗ ଦେଖିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ. Weight, -2 (Minus Two)କୁ ବଦଳିଯାଇଛି.
ହେଲେ, ଡିଫଲ୍ଟ Weight ଅପରିବର୍ତ୍ତିତ ରହିଛି |
07:03 | Dashboardକୁ ଫେରିଯିବା ପାଇଁ Cancel ଉପରେ କ୍ଲିକ୍ କରନ୍ତୁ |
07:07 | Learning Plans Block ଆମକୁ ଦରକାର ନାହିଁ. ତେଣୁ, ତାହାକୁ ଆମେ ଡିଲିଟ୍ କରିଦେବା.
ଆଇକନ୍ ଉପରେ କ୍ଲିକ୍ କରି Delete Learning Plans Block ଉପରେ କ୍ଲିକ୍ କରନ୍ତୁ |
07:19 | Confirm ପପ୍-ଅପ୍ ୱିଣ୍ଡୋ ଦେଖାଦେବ ଏବଂ ଏହି ଡିଲିଶନ୍ ବିଷୟରେ ନିଶ୍ଚିତ କରିବାକୁ କହିବ.
ଏଠାରେ Yes ବଟନ୍ ଉପରେ କ୍ଲିକ୍ କରନ୍ତୁ |
07:29 | ଧ୍ୟାନ ଦିଅନ୍ତୁ ଯେ, Learning Plans Block ଆଉ ଦେଖାଯାଉନାହିଁ.
ଯଦି ଆବଶ୍ୟକ ହୁଏ, ତେବେ ଆମେ ଏହି Blockକୁ ପରେ ଯୋଡ଼ିପାରିବା |
07:40 | ଏବେ ଆସନ୍ତୁ, Moodle ଇନଷ୍ଟଲେଶନ୍ ର Front Pageକୁ କଷ୍ଟମାଇଜ୍ କରିବା |
07:46 | ବାମପଟ ମେନୁରେ ଥିବା Site Administration ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ |
07:51 | Front Page ବିଭାଗରେ ଥିବା Front Page Settings ଠାବ କରିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ. ତାହା ଉପରେ କ୍ଲିକ୍ କରନ୍ତୁ |
08:00 | Full Site Nameକୁ ବଦଳାଇ Digital India Learning Management System କରନ୍ତୁ |
08:08 | ଏହି ଟେକ୍ସଟ୍, Breadcrumbs ଉପରେ ପ୍ରତ୍ୟେକ ପେଜ୍ର ଶୀର୍ଷରେ ଦେଖାଦେଇଛି |
08:15 | Short Name ଟେକ୍ସଟ୍, ପେଜ୍ ଶୀର୍ଷକରେ ଦେଖାଦେଇଛି |
08:20 | ଧ୍ୟାନ ଦିଅନ୍ତୁ ଯେ, ଏହି ପେଜ୍ର ଶୀର୍ଷକ ହେଉଛି Digital India LMS, ତାହାପରେ ଆମେ ଥିବା ପେଜ୍ ର ନାମ ରହିଛି |
08:29 | ଯଦି ଆମେ କୌଣସି ଲୋଗୋ ଇମେଜ୍ ନ ଦେଉ, ତେବେ Short Name ମଧ୍ୟ ଏକ ଲୋଗୋ ଟେକ୍ସଟ୍ ଭାବରେ ବ୍ୟବହୃତ ହେବ. ଆମେ ତାହାକୁ ସେହିପରି ଛାଡ଼ିଦେବା |
08:40 | Front Page ଆଇଟମ୍ ପାଇଁ ଡ୍ରପ୍-ଡାଉନ୍ ଦେଖିବାକୁ ତଳକୁ ସ୍କ୍ରୋଲ୍ କରନ୍ତୁ.
ଏହା ହେଉଛି ଆଇଟମ୍ଗୁଡ଼ିକର ତାଲିକା, ଯାହାକୁ Front Pageରେ ଦେଖାଇହେବ |
08:50 | ଲଗ୍ ଇନ୍ ହୋଇଥିବା କିମ୍ୱା ନ ହୋଇଥିବା ସମସ୍ତ ଭିଜିଟର୍ ଏହି ଆଇଟମ୍ଗୁଡ଼ିକୁ ଦେଖିପାରିବେ |
08:57 | ଏକ କମ୍ୱିନେଶନ୍ ବକ୍ସ ଦ୍ୱାରା ଏହି କ୍ରମକୁ ନିର୍ଦ୍ଧାରଣ କରାଯାଏ. ଆମେ ତାହାକୁ ସେହିପରି ଛାଡ଼ିଦେବା |
09:05 | ତେଣୁ, (ଯଦି ଉପଲବ୍ଧ ଥିବ) ସମସ୍ତ ୟୁଜର୍ ପାଠ୍ୟକ୍ରମର ତାଲିକାକୁ ଦେଖିପାରିବେ, ଆଉ କିଛି ନୁହେଁ |
09:13 | ପରବର୍ତ୍ତୀ ହେଉଛି Front Page Items When Logged In.
ଏହା ହେଉଛି ଆଇଟମ୍ଗୁଡ଼ିକର ତାଲିକା, ଯାହାକୁ ଲଗ୍ ଇନ୍ ହୋଇଥିବା ୟୁଜର୍ ମାନଙ୍କୁ ଦେଖାଇହେବ |
09:24 | ପ୍ରଥମ ଡ୍ରପ୍-ଡାଉନ୍ରେ ଥିବା Enrolled Courses ଚୟନ କରନ୍ତୁ |
09:29 | ଅବଶିଷ୍ଟ ବିକଳ୍ପଗୁଡ଼ିକୁ ସେଗୁଡ଼ିକର ଡିଫଲ୍ଟ ଭାଲ୍ୟୁ ସହିତ ଛାଡ଼ିଦିଅନ୍ତୁ |
09:35 | ତଳକୁ ସ୍କ୍ରୋଲ୍ କରି Save Changes ଉପରେ କ୍ଲିକ୍ କରନ୍ତୁ |
09:40 | ସଂକ୍ଷିପ୍ତରେ |
09:43 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: Things to do ନାମକ ଏକ HTML Blockକୁ ଯୋଡ଼ି ପେଜ୍ର କେଉଁଠାରେ ତାହା ଦେଖାଦେବ, ତାହା ନିର୍ଦ୍ଦିଷ୍ଟ କରିବା |
09:54 | ଗେଷ୍ଟ ଓ ଲଗ୍ ଇନ୍ କରିଥିବା ୟୁଜର୍ମାନଙ୍କ ପାଇଁ Front Page ମଧ୍ୟ ଆମେ ସେଟ୍ କଲେ |
10:00 | ଏକ ଆସାଇନମେଣ୍ଟ ଭାବେ :
Private Files Blockକୁ ଡିଲିଟ୍ କରନ୍ତୁ. Code Files ଲିଙ୍କରେ ଦିଆଯାଇଥିବା ମାର୍ଗଦର୍ଶିକା ବ୍ୟବହାର କରି ଏକ ନୂଆ HTML Block ଯୋଡ଼ନ୍ତୁ |
10:14 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
10:23 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
10:33 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
10:37 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
10:51 | IIT Bombay ତରଫରୁ
ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |