Moodle-Learning-Management-System/C2/Admin-dashboard/Oriya
From Script | Spoken-Tutorial
Time | Narration |
00:01 | Admin’s Dashboard in Moodle ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
Admin’s Dashboardରେ ଥିବା ବିଭିନ୍ନ ବ୍ଲକ୍ସ, Admin’s ପ୍ରୋଫାଇଲ୍ ପେଜ୍ ଓ ପ୍ରିଫରେନ୍ସେସ୍କୁ କିପରି ଏଡିଟ୍ କରିବେ |
00:22 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:
Ubuntu Linux OS 16.04, Apache, MariaDB ଓ PHP, ଯାହାକୁ ପ୍ରାପ୍ତ କରାଯାଇଛି XAMPP 5.6.30, Moodle 3.3 ଓ Firefox ୱେବ୍ ବ୍ରାଉଜର୍ ମାଧ୍ୟମରେ |
00:46 | ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
00:50 | ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ |
00:59 | ଏହି ଟ୍ୟୁଟୋରିଆଲର ଶିକ୍ଷାର୍ଥୀମାନଙ୍କ ସିଷ୍ଟମ୍ରେ Moodle 3.3 ଇନଷ୍ଟଲ୍ ହୋଇଥିବା ଦରକାର.
ଯଦି ନାହିଁ, ତେବେ ଏହି ୱେବ୍ ସାଇଟ୍ରେ ଥିବା ପ୍ରାସଙ୍ଗିକ Moodle ଟ୍ୟୁଟୋରିଆଲ୍ ଦେଖନ୍ତୁ |
01:13 | ବ୍ରାଉଜକୁ ଯାଇ ନିଜର Moodle ସାଇଟ୍ ଖୋଲନ୍ତୁ. XAMPP Service ଚାଲୁଥିବାର ସୁନିଶ୍ଚିତ କରନ୍ତୁ |
01:21 | କେବଳ "ହେଡର୍” ସହିତ ଗୋଟିଏ ଖାଲି ପୃଷ୍ଠା ଦେଖାଦେବ. ଏହାର କାରଣ ହେଉଛି ଇନଷ୍ଟଲେଶନ୍ ପାଇଁ ଆମେ କୌଣସି Front Page ସେଟ୍ କରିନାହେଁ |
01:33 | ୱିଣ୍ଡୋର ଉପର ଡାହାଣପଟ କୋଣରେ ଥିବା Log In ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ |
01:39 | Moodle ଇନଷ୍ଟଲ୍ କରିବା ସମୟରେ ଦିଆଯାଇଥିବା Admin Username ଓ Password ବ୍ୟବହାର କରି ଲଗ୍ ଇନ୍ କରନ୍ତୁ |
01:47 | ମୁଁ, ୟୁଜର୍ନେମ୍ ଭାବରେ admin ଓ ପାସ୍ୱର୍ଡ ଭାବରେ spokentutorial1@ ଲେଖି Log In ବଟନ୍ ଉପରେ କ୍ଲିକ୍ କରିବି |
01:59 | ଏବେ ଆମେ ଦେଖୁଥିବା ପେଜ୍କୁ Dashbord କୁହାଯାଏ |
02:04 | ଦେଖନ୍ତୁ, Dashboardକୁ ଦୁଇଟି ସ୍ତମ୍ଭରେ ବିଭକ୍ତ କରାଯାଇଛି |
02:08 | ବାମପଟେ ଥିବା ବିସ୍ତୃତଟି Content Column ଅଟେ |
02:13 | ଡାହାଣପଟେ Blocks Column ଅଛି |
02:17 | ଏହିସବୁ Columnରେ ଥିବା Blocks ଏପରି ଆଇଟମ୍ ଅଟେ, ଯାହା ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ କିମ୍ୱା ସୂଚନା ପ୍ରଦାନ କରିଥାଏ |
02:25 | Moodleର ସମସ୍ତ ପୃଷ୍ଠାରେ Blocks ରହିଛି.
ଏଗୁଡ଼ିକୁ, ଆପଣଙ୍କ ପାଠ୍ୟକ୍ରମର ଜଟିଳ ଭାଗଗୁଡ଼ିକ ପ୍ରତି ଶର୍ଟକଟ୍ ଭାବେ ଆପଣ ବିଚାର କରିପାରିବେ |
02:35 | ଉଦାହରଣସ୍ୱରୂପ, ମୋ Dashboardରେ Private Files, Online Users, Course Overview ଆଦି ହେଉଛି Bolcks |
02:46 | ଧ୍ୟାନଦିଅନ୍ତୁ ଯେ, ଏଠାରେ କୌଣସି କାର୍ଯ୍ୟକଳାପ ବା Course ନାହିଁ |
02:50 | ଏହାର କାରଣ ହେଉଛି ଆମେ ଏପର୍ଯ୍ୟନ୍ତ କୌଣସି ପାଠ୍ୟକ୍ରମ ତିଆରି କରିନାହେଁ |
02:56 | ସମସ୍ତ ପାଠ୍ୟକ୍ରମର ଏକ ତାଲିକା ଦେଖାଦେବ - ଯଦି ଜଣେ ୟୁଜର୍ (ଯେପରି ଜଣେ ଶିକ୍ଷକ କିମ୍ୱା ବିଦ୍ୟାର୍ଥୀ କିମ୍ୱା ଆଡମିନ୍) Coursesରେ ପଞ୍ଜୀକରଣ କରିଥିବେ କିମ୍ୱା ତାଙ୍କୁ କୌଣସି ଭୂମିକା ଦିଆଯାଇଥିବ |
03:08 | ଏହା ମଧ୍ୟ ଧ୍ୟାନ ଦିଅନ୍ତୁ ଯେ, Online Uers Block, Admin Userକୁ ଦେଖାଇଥାଏ, ଯାହା ହେଉଛି ଆମର ସାମ୍ପ୍ରତିକ ଲଗ୍ ଇନ୍ |
03:17 | ଯେକୌଣସି ପ୍ରଦତ୍ତ ସମୟରେ ଲଗ୍ ଇନ୍ କରିଥିବା ୟୁଜର୍ମାନଙ୍କୁ ଏହି Block ଦେଖାଇଥାଏ |
03:23 | Moodleରେ ଥିବା ପ୍ରତ୍ୟେକ Blockର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରହିଛି. Moodleରେ ଆମେ ଯେକୌଣସି "ପେଜ୍"ର ଯେକୌଣସି "କଲମ୍"ରେ Blocks ଯୋଡ଼ିପାରିବା |
03:34 | ଏବେ ଆସନ୍ତୁ, "ପେଜ୍"ର "ହେଡର୍” ଉପରେ ନଜର ପକାଇବା |
03:38 | ଉପର ବାମପଟ କୋଣରେ Navigation Drawer ବା Navigation ମେନୁ ଅଛି. ଏହା ସାହାଯ୍ୟରେ ଆମେ Calendar ଓ ଅନ୍ୟାନ୍ୟ Administration ଲିଙ୍କକୁ ଆକସେସ୍ କରିପାରିବା. ଏହା ହେଉଛି ଏକ Toggle Menu |
03:55 | ଏହା ଉପରେ କ୍ଲିକ୍ କଲେ ଏହାର ଷ୍ଟେଟସ୍ Open ରୁ Close ଏବଂ ଏହା ବିପରୀତ ହୋଇଥାଏ |
04:04 | ଏହାପରେ, Logo ପାଇଁ ପ୍ଲେସ୍ ହୋଲ୍ଡର୍ ଅଛି |
04:08 | ଡିଫଲ୍ଟ ଭାବରେ ଏହା ହେଉଛି ସାଇଟ୍ର ଛୋଟ ନାମ. ଏହା ଉପରେ କ୍ଲିକ୍ କଲେ, ଆମେ ଯେକୌଣସି ପୃଷ୍ଠାରୁ Dashboardକୁ ଯାଇପାରିବା |
04:18 | ଉପର ଡାହାଣପଟେ, Notifications ଓ Messages ପାଇଁ କ୍ୱିକ୍ ଆକସେସ୍ ଆଇକନ୍ସ ରହିଛି |
04:26 | ତା’ପାଖରେ User Menu ଡ୍ରପ୍-ଡାଉନ୍ ଅଛି. ଏହାକୁ Quick Access User Menu ମଧ୍ୟ କୁହାଯାଏ |
04:35 | ଏହି ଟ୍ୟୁଟୋରିଆଲରେ ଆମେ Profile ଓ Preferences ପୃଷ୍ଠା ବିଷୟରେ ସଂକ୍ଷିପ୍ତରେ ଆଲୋଚନା କରିବା |
04:41 | ଏହି ମେନୁ ଆଇଟମ୍ଗୁଡ଼ିକୁ Toggle Menus ମଧ୍ୟ କୁହାଯାଏ, ବାମପଟେ ଯେଉଁଭଳି ଅଛି |
04:48 | ଏବେ, Profile ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ |
04:52 | Moodleରେ ଥିବା ପ୍ରତ୍ୟେକ ୟୁଜର୍ଙ୍କର ଗୋଟିଏ Profile Page ରହିଛି |
04:57 | ଏଥିରେ ଥିବା ଲିଙ୍କଗୁଡ଼ିକୁ ବ୍ୟବହାର କରି ୟୁଜର୍ମାନେ ସେମାନଙ୍କର ପ୍ରୋଫାଇଲ୍ ତଥ୍ୟକୁ ଏଡିଟ୍ କରିପାରିବେ, ସେମାନଙ୍କ "ଫୋରମ୍” କିମ୍ୱା "ବ୍ଲଗ୍ ପୋଷ୍ଟ"ଗୁଡ଼ିକୁ ଦେଖିପାରିବେ |
05:07 | ସେମାନଙ୍କର ଆକସେସ୍ ଥିବା ଯେକୌଣସି ରିପୋର୍ଟର ଯାଞ୍ଚ କରିପାରିବେ ଏବଂ Access Logs ଓ IP Addressକୁ ଦେଖିପାରିବେ, ଯାହାର ଉପଯୋଗ ଶେଷଥର ଲଗ୍ ଇନ୍ ପାଇଁ ବ୍ୟବହାର କରାଯାଇଥିଲା |
05:18 | Edit Profile ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ. Edit Profile Page ଖୋଲିବ |
05:26 | ଏହି ପୃଷ୍ଠାକୁ 5ଟି ଭାଗରେ ବିଭକ୍ତ କରାଯାଇଛି:
General, User Picture, Additional Names, Interests, Optional |
05:39 | ଡିଫଲ୍ଟ ଭାବରେ General ବିଭାଗଟି ବିସ୍ତାରିତ ହୋଇ ଥାଏ |
05:43 | ଯେକୌଣସି ବିଭାଗରେ କ୍ଲିକ୍ କଲେ, ନାମଟି ନିଜକୁ ବିସ୍ତାରିତ କିମ୍ୱା ସଂକୁଚିତ କରିଥାଏ |
05:49 | ଡାହାଣପଟେ ଥିବା Expand All ଲିଙ୍କଟି ସମସ୍ତ ବିଭାଗକୁ ବିସ୍ତାରିତ କରିଥାଏ |
05:55 | ଏଠାରେ ଥିବା ସମସ୍ତ ଫିଲ୍ଡକୁ ଏଡିଟ୍ କରିହେବ |
05:59 | City / Town ଯୋଡ଼ନ୍ତୁ. ମୁଁ Mumbai ଟାଇପ୍ କରିବି |
06:04 | Select a Country ଡ୍ରପ୍-ଡାଉନ୍ ରେ India ଚୟନିତ ହୋଇଥିବାର ସୁନିଶ୍ଚିତ କରନ୍ତୁ. Timezoneକୁ Asia/Kolkataରେ ସେଟ୍ କରନ୍ତୁ |
06:13 | ଏହି ପ୍ରୋଫାଇଲ୍ ପେଜ୍ରୁ କେବଳ Admin ହିଁ ପାସ୍ୱର୍ଡ ବଦଳାଇପାରିବେ |
06:18 | Optional ବିଭାଗରେ କେତେକ "ଫିଲ୍ଡ” ଯୋଡ଼ନ୍ତୁ |
06:22 | Institution ଫିଲ୍ଡରେ ମୁଁ IIT Bombay, Departmentରେ Mathematics ଏବଂ Phone Number ଫିଲ୍ଡରେ ଏକ ବୈଧ ଫୋନ୍ ନମ୍ୱର୍ ଲେଖିବି |
06:36 | ପେଜ୍କୁ ସେଭ୍ କରିବା ପାଇଁ Update Profile ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:42 | ଏବେ, ଉପର ଡାହାଣପଟେ ଥିବା Quick Access User Menu ଉପରେ ପୁଣିଥରେ କ୍ଲିକ୍ କରନ୍ତୁ.
Preference ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ |
06:51 | ୟୁଜର୍ମାନେ ଏଡିଟ୍ କରିବାକୁ ଚାହୁଁଥିବା ବିଭିନ୍ନ ସେଟିଙ୍ଗକୁ Preferences ପେଜ୍ ମାଧ୍ୟମରେ ଶୀଘ୍ର ଆକସେସ୍ କରିପାରିବେ |
06:59 | ଏକ Admin Account ପାଇଁ Preferences ପେଜ୍କୁ ଚାରୋଟି ଭାଗରେ ବିଭକ୍ତ କରାଯାଇଛି:
User Account, Roles, Blogs, ଓ Badges |
07:12 | User Account ବିଭାଗରେ ୟୁଜର୍, ପ୍ରୋଫାଇଲ୍ ଏଡିଟ୍ କରିପାରିବେ ଏବଂ ପାସ୍ୱର୍ଡ ବଦଳାଇପାରିବେ |
07:19 | Language, Forum, Calendar, Message, Notification ଆଦି ପାଇଁ ଏହା Preferences ମଧ୍ୟ ସେଟ୍ କରିଥାଏ |
07:30 | Calendar Preferences ଉପରେ କ୍ଲିକ୍ କରନ୍ତୁ |
07:34 | 24 Hour ପ୍ରଦର୍ଶନ ସମୟ ଫର୍ମାଟ୍ରେ ଆମେ Calendar ସେଟ୍ କରିବା |
07:40 | Upcoming Events Look-Aheadକୁ ମଧ୍ୟ ଆମେ 2 weeksରେ ସେଟ୍ କରିବା |
07:46 | ଏହାର ଅର୍ଥ ହେଉଛି, ଆଗାମୀ 2 ସପ୍ତାହରେ ହେବାକୁ ଥିବା ସମସ୍ତ ଘଟଣା ପାଇଁ ଆମେ କ୍ୟାଲେଣ୍ଡର୍ରେ ବିଜ୍ଞପ୍ତି ଦେଖିବାକୁ ପାଇବା |
07:55 | ସମସ୍ତ ଫିଲ୍ଡ ପାଖରେ ଥିବା Help ଆଇକନ୍ ବିଷୟରେ ମୁଁ କହିବାକୁ ଚାହୁଁଛି |
08:00 | ଏହା ଉପରେ କ୍ଲିକ୍ କଲେ, ସେହି "ଫିଲ୍ଡ"ର ଅର୍ଥ କ’ଣ କହୁଥିବା ଏକ ଛୋଟ ବିବରଣୀ ସହିତ ଗୋଟିଏ Help Box ଖୋଲିବ |
08:08 | କୌଣସି "ଫିଲ୍ଡ” ବିଷୟରେ ସନ୍ଦେହ ଉପୁଜିଲେ, ତାହାକୁ ବୁଝିବା ପାଇଁ Help ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
08:16 | ଅନ୍ୟ ସମସ୍ତ ବିକଳ୍ପକୁ ଅପରିବର୍ତ୍ତିତ ରଖନ୍ତୁ. Save Changes ବଟନ୍ ଉପରେ କ୍ଲିକ୍ କରନ୍ତୁ |
08:23 | ଏହି ଶୃଙ୍ଖଳାରେ ପରେ ଯେତେବେଳେ ଆମେ ସେହି ଫିଚର୍ଗୁଡ଼ିକ ବିଷୟରେ ଆଲୋଚନା କରିବା, ଅବଶିଷ୍ଟ ପ୍ରିଫରେନ୍ସଗୁଡ଼ିକୁ ଜାଣିବା |
08:30 | ଏଠାରେ ଥିବା ବିଜ୍ଞପ୍ତିକୁ ଦେଖନ୍ତୁ |
08:33 | ଏହା ହେଉଛି Breadcrumb Navigation. ଏହା ଏକ ଦୃଶ୍ୟ ସହୟତା ଅଟେ, ଯାହା ସୂଚିତ କରେ ଯେ, Moodle ସାଇଟ୍ର ପଦାନୁକ୍ରମ ଭିତରେ ଆମେ କେଉଁ ପୃଷ୍ଠାରେ ଅଛେ |
08:45 | ଗୋଟିଏ କ୍ଲିକ୍ରେ ଏକ ଉଚ୍ଚ ସ୍ତର ପୃଷ୍ଠାକୁ ଫେରିଯିବାକୁ ଏହା ଆମକୁ ସାହାଯ୍ୟ କରିଥାଏ |
08:51 | Dashboardକୁ ଯିବା ପାଇଁ Breadcrumbsରେ ଥିବା Dashboard ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ |
08:57 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ - |
09:03 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :-
Admin’s Dashboardରେ ଥିବା ବିଭିନ୍ନ ବ୍ଲକ୍ସ Admin’s ପ୍ରୋଫାଇଲ୍ ପେଜ୍ ଓ ପ୍ରିଫରେନ୍ସେସ୍କୁ କିପରି ଏଡିଟ୍ କରିବେ |
09:16 | ଏକ ଆସାଇନମେଣ୍ଟ ଭାବେ -
Message Preferences ଉପରେ କ୍ଲିକ୍ କରନ୍ତୁ. Moodleରେ ଥିବା ୟୁଜର୍ମାନେ ପରସ୍ପରଙ୍କୁ ବ୍ୟକ୍ତିଗତ ମେସେଜ୍ ପଠାଇପାରିବେ |
09:27 | ମୁଁ “ଅଫଲାଇନ୍” ଥିଲେ ମଧ୍ୟ ମୋର ମେସେଜ୍ ଇମେଲ୍ ଭାବେ ଡେଲିଭର୍ ହେଉ ବୋଲି ମୁଁ ଚାହୁଁନାହିଁ |
09:33 | ଅନଲାଇନ୍ ଓ ଅଫଲାଇନ୍ Help Boxକୁ ଦେଖନ୍ତୁ ଏବଂ ସେଟିଙ୍ଗଗୁଡ଼ିକ ଠିକ୍ ଥିବାର ସୁନିଶ୍ଚିତ କରନ୍ତୁ |
09:40 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
09:48 | ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
09:57 | ଦୟାକରି ଏହି ଫୋରମ୍ରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
10:01 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
10:15 | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |
10:24 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |