LibreOffice-Suite-Draw/C4/Working-with-3D-objects/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, LibreOffice Drawରେ ଥିବା 3D Objects ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:05 | ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିକଳ୍ପଗୁଡିକୁ ବ୍ୟବହାର କରି କିପରି 3D objects ସୃଷ୍ଟି କରାଯାଏ ଶିଖିବା:
Extrusion 3D ଟୂଲବାର୍ 3D ରୋଟେଶନ୍ ଅବଜେକ୍ଟ |
| 00:16 | ଆମେ ଅବଜେକ୍ଟଗୁଡିକୁ edit କରିବା ସହିତ 3D ଇଫେକ୍ଟଗୁଡିକୁ ପ୍ରୟୋଗ କରିବା ଏବଂ Duplication ବ୍ୟବହାର କରି ସ୍ପେସାଲ୍ ଇଫେକ୍ଟଗୁଡିକୁ ସୃଷ୍ଟି କରିବା |
| 00:24 | ଏହି ଟ୍ୟୁଟୋରିଆଲକୁ ବ୍ୟବହାର କରିବା ପାଇଁ ଆପଣ Drawରେ ଥିବା Basic ଓ Intermediate ସ୍ତରର ଟ୍ୟୁଟୋରିଆଲଗୁଡିକ ସହିତ ନିଶ୍ଚିତରୂପେ ପରିଚିତ ହେବା ଆବଶ୍ୟକ |
| 00:30 | ଏଠାରେ ମୁଁ Ubuntu Linux ଭର୍ସନ୍ 10.04 ଏବଂ LibreOffice Suite ଭର୍ସନ୍ 3.3.4 ବ୍ୟବହାର କରୁଛି |
| 00:40 | 2Dର ଆକାର ଓ ସମକ୍ଷକ 3D ଆକାର ଥିବା ଗୋଟିଏ ଜ୍ୟାମୀତିକ ଚାର୍ଟ ସୃଷ୍ଟି କରନ୍ତୁ. ଉଦାହରଣସ୍ଵରୂପ, ସ୍କୋୟାର୍ ଗୋଟିଏ 2D ଅବଜେକ୍ଟ ଅଟେ ଏବଂ କ୍ୟୁବ୍ ଏହାର 3D ଆକାର ଅଟେ |
| 00:53 | ଏଠାରେ 3DObjectsChart ଭାବେ ଗୋଟିଏ ନୂତନ Draw ଫାଇଲ୍ ଅଛି |
| 00:59 | ଚିତ୍ର ଆରମ୍ଭ କରିବା ପୂର୍ବରୁ grids ଓ guide lineଗୁଡିକୁ ସକ୍ରିୟ କରନ୍ତୁ. ଏହା ବିଷୟରେ ଆମେ ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଶିଖିଛେ |
| 01:08 | Main ମେନୁରେ ଥିବା Viewରେ କ୍ଲିକ୍ କରିବା ସହିତ Grid ଓ Display Gridକୁ ଚୟନ କରନ୍ତୁ |
| 01:17 | ତା’ପରେ ପୁନର୍ବାର View ଉପରେ କ୍ଲିକ୍ କରିବା ସହିତ Guides ଓ Display Guidesକୁ ଚୟନ କରନ୍ତୁ |
| 01:23 | ମୁଁ ଉଭୟ ରୁଲରକୁ ସେଣ୍ଟିମିଟରରେ ସେଟ୍ କରିବାକୁ ଚାହୁଁଛି |
| 01:29 | mouse pointerକୁ ହରିଜଣ୍ଟାଲ୍ ରୁଲର୍ ଉପରେ ରଖନ୍ତୁ. ବର୍ତ୍ତମାନ ରାଇଟ୍ କ୍ଲିକ୍ କରିବା ସହିତ Centimeterକୁ ଚୟନ କରନ୍ତୁ |
| 01:38 | mouse pointer କୁ ଭର୍ଟିକଲ୍ ରୁଲର୍ ଉପରେ ରଖନ୍ତୁ. ପୁନର୍ବାର ରାଇଟ୍ କ୍ଲିକ୍ କରିବା ସହିତ Centimeterକୁ ଚୟନ କରନ୍ତୁ |
| 01:45 | ବର୍ତ୍ତମାନ pageର ଉପରି ଭାଗରେ ଗୋଟିଏ ଟେକ୍ସଟ ବକ୍ସକୁ ଅଂକନ କରନ୍ତୁ |
| 01:49 | ଏହା ମଧ୍ୟରେ ଟେକ୍ସଟ Geometric shapes in 2D and 3Dକୁ ଇନସର୍ଟ କରନ୍ତୁ |
| 01:55 | ଗୋଟିଏ snap lineକୁ ବ୍ୟବହାର କରି ବର୍ତ୍ତମାନ pageକୁ ଦୁଇଟି ସମାନ ଭାଗରେ ବିଭକ୍ତ କରନ୍ତୁ |
| 02:01 | ଭର୍ଟିକଲ୍ ରୁଲର୍ ଉପରେ କ୍ଲିକ୍ କରିବା ସହିତ ଏହାକୁ Draw page ଉପରରେ ଡ୍ରାଗ୍ କରନ୍ତୁ |
| 02:05 | ଗୋଟିଏ ଭର୍ଟିକଲ୍ ଡଟେଡ୍ ଲାଇନ୍ ଦୃଶ୍ୟମାନ ହେବ |
| 02:08 | ଡଟେଡ୍ ଲାଇନକୁ ପେଜ୍ ଉପରେ ଏପରି ରଖନ୍ତୁ ଯେପରି ଏହା ପେଜକୁ ସମାନ ଦୁଇ ଭାଗରେ ବିଭକ୍ତ କରିଦେବ |
| 02:14 | ବାମପଟରେ ଗୋଟିଏ ଟେକ୍ସଟ-ବକ୍ସକୁ ଇନସର୍ଟ କରିବା ସହିତ ଏହା ମଧ୍ୟରେ 2D Shapes ଟାଇପ୍ କରନ୍ତୁ |
| 02:23 | ଡାହାଣପଟେ ଅନ୍ୟ ଏକ ଟେକ୍ସଟ-ବକ୍ସକୁ ଅଂକନ କରିବା ସହିତ ଏହା ମଧ୍ୟରେ 3D Shapes ଟାଇପ୍ କରନ୍ତୁ |
| 02:30 | 3D toolbarsକୁ ସକ୍ରିୟ କରନ୍ତୁ |
| 02:33 | Main ମେନୁରେ ଥିବା View ଉପରେ କ୍ଲିକ୍ କରିବା ସହିତ Toolbars ଓ 3D-Objectsକୁ ଚୟନ କରନ୍ତୁ |
| 02:43 | ପୁନର୍ବାର View ଉପରେ କ୍ଲିକ୍ କରିବା ସହିତ Toolbars ଓ 3D-settingsକୁ ଚୟନ କରନ୍ତୁ |
| 02:53 | 3D-Objects ଓ 3D-Settings ଟୂଲ୍ ବକ୍ସଗୁଡିକ ପ୍ରଦର୍ଶିତ ହେବ |
| 03:02 | ପ୍ରଥମେ 2D shapeଗୁଡିକୁ ଅଂକନ କରନ୍ତୁ |
| 03:05 | ଗୋଟିଏ ରେକ୍ଟାଙ୍ଗଲ୍, ସ୍କୋୟାର୍, ସର୍କଲ୍ ଓ ଟ୍ରାୟଙ୍ଗଲ ଅଂକନ କରିବା ସହିତ ସେଗୁଡିକୁ ଗୋଟିଏକୁ ଅନ୍ୟର ନିମ୍ନରେ ରଖନ୍ତୁ |
| 03:14 | ଗୋଟିଏ 3D object ପ୍ରାପ୍ତ କରିବାର ମେଥଡ୍ ହେଉଛି ଏକ 2D objectକୁ ବ୍ୟବହାର କରିବା ଯାହାକୁ Extrusion କୁହାଯାଏ |
| 03:19 | ମୌଳିକ ଭାବେ, 3D object ସୃଷ୍ଟି କରିବା ପାଇଁ ସରଫେସକୁ ବାହାରକୁ ବାହାର କରିବାକୁ ପଡେ |
| 03:25 | ପ୍ରଥମେ, ରେକ୍ଟାଙ୍ଗଲର କଲରକୁ Turquoise 1ରେ ପରିବର୍ତ୍ତନ କରନ୍ତୁ |
| 03:31 | ରେକ୍ଟାଙ୍ଗଲର ଗୋଟିଏ କପୀ କରନ୍ତୁ |
| 03:35 | କପୀ ହୋଇଥିବା ରେକ୍ଟାଙ୍ଗଲକୁ ଡ୍ରାଗ୍ କରିବା ସହିତ ଏହାକୁ ପେଜର ଡାହାଣପଟ ଅର୍ଦ୍ଧେକରେ ରଖନ୍ତୁ |
| 03:40 | ବର୍ତ୍ତମାନ, ଯେତେବେଳେ ଏହା ଚୟନୀତ ହୋଇଥିବ context ମେନୁକୁ ଦେଖିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
| 03:45 | ବର୍ତ୍ତମାନ Convert ଉପରେ କ୍ଲିକ୍ କରିବା ସହିତ 3Dକୁ ଚୟନ କରନ୍ତୁ |
| 03:48 | 2D ରେକ୍ଟାଙ୍ଗଲ୍ ଗୋଟିଏ କ୍ୟୁବଏଡରେ ରୂପାନ୍ତର ହୋଇଯିବ |
| 03:52 | ରେକ୍ଟାଙ୍ଗଲ୍ ଆକାର ମଧ୍ୟରେ Rectangle ଟାଇପ୍ କରନ୍ତୁ |
| 03:55 | ଯାହାହେଉ, 3D objects ମଧ୍ୟରେ ଆମେ ଟେକ୍ସଟ ଟାଇପ୍ କରିପାରିବା ନାହିଁ |
| 04:00 | ଟେକ୍ସଟ ଟାଇପ୍ କରିବା ପାଇଁ Text toolକୁ ବ୍ୟବହାର କରିବା ଆବଶ୍ୟକ ଅଟେ |
| 04:04 | Text tool ଉପରେ କ୍ଲିକ୍ କରିବା ସହ କ୍ୟୁବଏଡ୍ ଉପରେ ଗୋଟିଏ ଟେକ୍ସଟ-ବକ୍ସ ଅଂକନ କରନ୍ତୁ |
| 04:10 | ଏହା ମଧ୍ୟରେ ଟେକ୍ସଟ Cuboid ଟାଇପ୍ କରନ୍ତୁ |
| 04:14 | ଟେକ୍ସଟ ବକ୍ସ ଓ କ୍ୟୁବଏଡକୁ ଦୁଇଟି ଭିନ୍ନ ଅବଜେକ୍ଟ ଭାବେ ବ୍ୟବହାର କରାଯିବ. ତେଣୁ ସେମାନଙ୍କୁ ଗ୍ରୁପ୍ କରନ୍ତୁ |
| 04:21 | ସେହିପରି, ଆମେ ସ୍କୋୟାର୍, ସର୍କଲ୍ ଓ ଟ୍ରାୟଙ୍ଗଲକୁ 3D objectରେ ରୂପାନ୍ତର କରିପାରିବା |
| 04:30 | 2D ଓ 3D ଫିଗରଗୁଡିକର ଗୋଟିଏ ଚାର୍ଟ କରିବା ପାଇଁ ଆମେ extrusionକୁ ବ୍ୟବହାର କରିଛେ |
| 04:36 | ଏହି ଟ୍ୟୁଟୋରିଆଲକୁ ପଜ୍ କରିବା ସହିତ ଏହି ଆସାଇଅନମେଣ୍ଟର ସମାଧାନ କରନ୍ତୁ |
| 04:40 | Draw ଫାଇଲରେ ଗୋତିଏ ନୂତନ pageକୁ ସଂଯୁକ୍ତ କରନ୍ତୁ |
| 04:42 | ଗୋଟିଏ ସ୍କୋୟାର୍ ଅଂକନ କରିବା ସହିତ ଟେକ୍ସଟ Square ଟାଇପ୍ କରନ୍ତୁ |
| 04:46 | ସ୍କୋୟାରକୁ ଟେକ୍ସଟ 3Dରେ ରୂପାନ୍ତର କରନ୍ତୁ |
| 04:49 | 2D ସ୍କୋୟର୍ ଟେକ୍ସଟ ସହିତ ଏହି ଟେକ୍ସଟକୁ ତୂଳନା କରନ୍ତୁ |
| 04:53 | ସୂଚନା: 3D ଅବଜେକ୍ଟଗୁଡିକୁ ସୃଷ୍ଟି କରିବା ପାଇଁ 3D Settings toolbarକୁ ବ୍ୟବହାର କରନ୍ତୁ |
| 04:58 | Draw, ରେଡୀ-ମେଡ୍ 3D ସେପଗୁଡିକୁ ମଧ୍ୟ ଉପଲବ୍ଧ କରାଇଥାଏ |
| 05:01 | 3D Objects toolbarକୁ ବ୍ୟବହାର କରି ଆପଣ ଏହି ସେପଗୁଡିକୁ ଇନସର୍ଟ କରିପାରିବେ |
| 05:09 | Draw ଫାଇଲରେ ଗୋଟିଏ ନୂତନ ପେଜକୁ ଇନସର୍ଟ କରନ୍ତୁ |
| 05:13 | 3D-Objects toolbarରୁ ଗୋଟିଏ ସେପକୁ ଚୟନ କରନ୍ତୁ ଯେପରି Shell |
| 05:18 | ତା’ପରେ ଏହାକୁ ପେଜ ଉପରେ ଅଂକନ କରନ୍ତୁ |
| 05:24 | Draw, 2D ଅବଜେକ୍ଟଗୁଡିକ ଉପରେ ବଡୀ ରୋଟେଶନକୁ ବ୍ୟବହାର କରି 3D ଅବଜେକ୍ଟଗୁଡିକୁ ସୃଷ୍ଟି କରିବା ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଥାଏ |
| 05:33 | ଗୋଟିଏ 2D ସେପକୁ ଅଂକନ କରନ୍ତୁ ଯେପରି Draw page ଉପରେ ଗୋଟିଏ ସର୍କଲ୍ |
| 05:39 | context menu ପାଇଁ ରାଇଟ୍ କ୍ଲିକ୍ କରିବା ସହିତ Convertକୁ ଚୟନ କରନ୍ତୁ. ତା’ପରେ To 3D Rotation Objectକୁ ଚୟନ କରନ୍ତୁ |
| 05:47 | ସର୍କଲର କ’ଣ ହେଉଛି ଲକ୍ଷ୍ୟ କରନ୍ତୁ. ବର୍ତ୍ତମାନ ଏହା ଗୋଟିଏ 3D object ଅଟେ |
| 05:54 | Drawing toolbarର ନିମ୍ନରେ ଥିବା Fontwork Gallery ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
| 05:59 | Favorite 16କୁ ଚୟନ କରିବା ସହିତ OK ବଟନରେ କ୍ଲିକ୍ କରନ୍ତୁ |
| 06:04 | ଟେକ୍ସଟ Fontwork, Draw page ଉପରେ ପ୍ରଦର୍ଶିତ ହୋଇଛି |
| 06:09 | ଆବଶ୍ୟକତାନୁସାରେ ଏହି ଟେକ୍ସଟକୁ ଆମେ ରିସାଇଜ୍ କରିପାରିବା |
| 06:12 | ବର୍ତ୍ତମାନ, ଆମେ ଏହି ସ୍ଥାନରେ ଅନ୍ୟ କିଛି ଟେକ୍ସଟ ଆବଶ୍ୟକ କରୁଛୁ. ତାହା କିପରି କରିବା? |
| 06:17 | ଟେକ୍ସଟ Fontwork ମଧ୍ୟରେ ସିଧାସଳଖ ଡବଲ୍ କ୍ଲିକ୍ କରନ୍ତୁ |
| 06:21 | ବର୍ତ୍ତମାନ, ବୃହତ୍ତର ଟେକ୍ସଟ ମଧ୍ୟରେ କଳା କଲରରେ ଶବ୍ଦ Fontworkକୁ ଦେଖିବା ପାଇଁ ସମର୍ଥ ହେବେ |
| 06:26 | ଏହି ଟେକ୍ସଟକୁ ଚୟନ କରିବା ସହିତ Spoken Tutorials ଟାଇପ୍ କରନ୍ତୁ |
| 06:30 | ବର୍ତ୍ତମାନ, Draw pageର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
| 06:33 | ଶବ୍ଦ Spoken Tutorials ବର୍ତ୍ତମାନ ପେଜ୍ ଉପରେ ପ୍ରଦର୍ଶିତ ହୋଇଛି |
| 06:36 | ତା’ପରେ, 3D objects ଉପରେ ଇଫେକ୍ଟଗୁଡିକୁ କିପରି ପ୍ରୟୋଗ କରାଯାଏ ଚାଲନ୍ତୁ ଶିଖିବା |
| 06:41 | ଗୋଟିଏ ସ୍ଫେରିକାଲ୍ ସେପ୍ ଉପରେ ଇଫେକ୍ଟଗୁଡିକୁ ପ୍ରୟୋଗ କରନ୍ତୁ |
| 06:44 | ତେଣୁ, ଏହାକୁ ଚୟନ କରିବା ସହିତ କଣ୍ଟେକ୍ସଟ ମେନୁ ପାଇଁ ରାଇଟ୍-କ୍ଲିକ୍ କରନ୍ତୁ. ବର୍ତ୍ତମାନ 3D Effectsକୁ ଚୟନ କରନ୍ତୁ |
| 06:51 | ଆପଣ ଏଠାରେ ଅନେକ ବିକଳ୍ପଗୁଡିକୁ ଦେଖିବାକୁ ପାଇବେ |
| 06:57 | ପ୍ରଦର୍ଶନ ଉଦ୍ଦେଶ୍ୟରେ Depth ପାରାମିଟରକୁ 3cmରେ ପରିବର୍ତ୍ତନ କରନ୍ତୁ |
| 07:05 | Segments ଅଧିନରେ ଥିବା Horizontalକୁ 12ରେ ପରିବର୍ତ୍ତନ କରନ୍ତୁ |
| 07:10 | Normal ଅଧିନରେ ଥିବା ବିକଳ୍ପ Flatକୁ ଚୟନ କରନ୍ତୁ |
| 07:14 | ଅବଜେକ୍ଟର ଦୃଶ୍ୟମାନତାକୁ ଏହାର preview windowରେ ଦେଖନ୍ତୁ |
| 07:19 | ବର୍ତ୍ତମାନ ଡାଇଲଗ୍ ବକ୍ସର ଉପର ଡାହାଣପଟ କୋଣରେ ଥିବା Assign ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
| 07:26 | ତା’ପରେ ଡାଇଲଗ୍ ବକ୍ସରୁ ବାହାର ହେବା ପାଇଁ ଉପର ବାମପଟ କୋଣରେ ଥିବା X markରେ କ୍ଲିକ୍ କରନ୍ତୁ |
| 07:32 | ବର୍ତ୍ତମାନ ସେପକୁ ଲକ୍ଷ୍ୟ କରନ୍ତୁ. ଚୟନ ହୋଇଥିବା ଇଫେକ୍ଟ ଏହା ଉପରେ ପ୍ରୟୋଗ ହୋଇଯାଇଛି |
| 07:38 | ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି. ସ୍ଲାଇଡରେ ପ୍ରଦର୍ଶିତ ହେବା ଭଳି ଗୋଟିଏ ସମାନ ଛବି ସୃଷ୍ଟି କରନ୍ତୁ |
| 07:45 | ଏହା କରିବା ପାଇଁ 3D Effects ଡାଇଲଗ୍ ବକ୍ସକୁ ବ୍ୟବହାର କରନ୍ତୁ |
| 07:49 | 2D ଓ 3D ଅବଜେକ୍ଟଗୁଡିକ ସହିତ Duplicationକୁ ବ୍ୟବହାର କରି ସ୍ପେସାଲ୍ ଇଫେକ୍ଟଗୁଡିକୁ ମଧ୍ୟ ସୃଷ୍ଟି କରିହେବ |
| 07:55 | ଗୋଟିଏ ନୂତନ ପେଜକୁ ସୃଷ୍ଟି କରିବା ସହିତ ଏହା ମଧ୍ୟରେ ଏକ ରେକ୍ଟାଙ୍ଗଲକୁ ଅଂକନ କରନ୍ତୁ |
| 08:00 | 2D ରେକ୍ଟାଙ୍ଗଲ୍ ଉପରେ Duplicationକୁ ବ୍ୟବହାର କରି ଗୋଟିଏ ଇଫେକ୍ଟ ସୃଷ୍ଟି କରନ୍ତୁ |
| 08:04 | Main ମେନୁରେ ଥିବା Editକୁ ଚୟନ କରିବା ସହିତ Duplicateରେ କ୍ଲିକ୍ କରନ୍ତୁ |
| 08:09 | Duplicate ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
| 08:12 | ନିମ୍ନଲିଖିତ ଭେଲ୍ୟୁଗୁଡିକୁ ପ୍ରବେଶ କରନ୍ତୁ - Number of copies = 10 |
| 08:18 | Placement ଅଧିନରେ, X Axis = 10 |
| 08:26 | Y Axis = 20 |
| 08:30 | Angle = 0 degrees. |
| 08:34 | ଡିଫଲ୍ଟ ଭାବେ Enlargement Width ଓ Heightକୁ ରଖନ୍ତୁ |
| 08:44 | ଆପଣ Start କଲରକୁ ୟେଲୋ, End କଲରକୁ ରେଡ୍ ରଖନ୍ତୁ |
| 08:57 | OKରେ କ୍ଲିକ୍ କରିବା ସହିତ ପ୍ରାପ୍ତ ହୋଇଥିବା ଚମତ୍କାର ଇଫେକ୍ଟକୁ ଲକ୍ଷ୍ୟ କରନ୍ତୁ |
| 09:04 | କୋଣଗୁଡିକ ସହିତ ଅନ୍ୟାନ୍ୟ ଭେଲ୍ୟୁଗୁଡିକୁ ପରିବର୍ତ୍ତନ କରିବା ଦ୍ଵାରା ଆପଣ ଅନେକ ଇଫେକ୍ଟ ପ୍ରାପ୍ତ କରିପାରିବେ |
| 09:09 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 09:12 | ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତ ବିକଳ୍ପଗୁଡିକୁ ବ୍ୟବହାର କରି କିପରି 3D ଅବଜେକ୍ଟଗୁଡିକୁ ସୃଷ୍ଟି କରାଯାଏ ଶିଖିଲେ:
Extrusion 3D ଟୂଲବାର୍ 3D ରୋଟେଶନ୍ ଅବଜେକ୍ଟ |
| 09:23 | 3D ଅବଜେକ୍ଟଗୁଡିକୁ ସୃଷ୍ଟି କରିବା ଏବଂ ଅବଜେକ୍ଟଗୁଡିକରେ 3D effects ପ୍ରୟୋଗ କରିବା ଶିଖିଲେ |
| 09:27 | Duplicationକୁ ବ୍ୟବହାର କରି ଆମେ ସ୍ପେସାଲ୍ ଇଫେକ୍ଟଗୁଡିକୁ ସୃଷ୍ଟି କରିବା ମଧ୍ୟ ଶିଖିଲେ |
| 09:32 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ |
| 09:35 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 09:39 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 09:44 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 09:49 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 09:53 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 09:59 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 10:03 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 10:10 | ଏହି ମିଶନ୍ ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 10:20 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |