LibreOffice-Suite-Draw/C2/Introduction/Oriya
From Script | Spoken-Tutorial
Time | Narration |
00:01 | ଲିବର୍ ଅଫିସ ଡ୍ର’ର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ରେ ଆମେ ଲିବର୍ ଅଫିସ୍ ଡ୍ର’, ଲିବର୍ ଅଫିସ୍ ଡ୍ର’ ୱର୍କସ୍ପେସ୍ |
00:13 | ଓ କଣ୍ଟେକ୍ସଟ୍ ମେନୁ ବିଷୟରେ ଶିଖିବା |
00:15 | ଆମେ ଏକ ଡ୍ର’ ଫାଇଲ୍ କ୍ରିଏଟ୍ କରିବା, ସେଭ୍ କରିବା, ଖୋଲିବା ଓ ବନ୍ଦ କରିବା, ଟୁଲ୍ବାର୍ ଏନାବଲ୍, ଡ୍ର’ ପେଜ୍ ସେଟ୍ଅପ୍ କରିବା |
00:25 | ଓ ବେସିକ୍ ଶେପ୍ସ ଇନ୍ସର୍ଟ କରିବା ମଧ୍ୟ ଶିଖିବା |
00:28 | ଯଦି ଆପଣ ଲିବର୍ ଅଫିସ୍ ସୁଟ୍ ଇନ୍ଷ୍ଟଲ୍ କରିନାହାନ୍ତି, ତେବେ ସିନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ଡ୍ର’ ଇନ୍ଷ୍ଟଲ୍ କରାଯାଇପାରିବ |
00:35 | ସିନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ବିବରଣୀ ପାଇଁ ଦୟାକରି ଏହି ୱେବ୍ସାଇଟ୍ରେ ଥିବା ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ ଦେଖନ୍ତୁ |
00:43 | ଓ ଏହି ୱେବ୍ସାଇଟ୍ର ନିର୍ଦ୍ଦେଶକୁ ପାଳନ କରି ଲିବର୍ ଅଫିସ୍ ସୁଟ୍ ଡାଉନ୍ଲୋଡ୍ କରନ୍ତୁ |
00:48 | ଲିବର୍ ଅଫିସ୍ ସୁଟ୍ର ପ୍ରଥମ ଟ୍ୟୁଟୋରିଆଲ୍ରେ ସବିଶେଷ ନିର୍ଦ୍ଦେଶମାନ ଉପଲବ୍ଧ ଅଛି |
00:54 | ମନେରଖନ୍ତୁ, 'Draw' ଇନ୍ଷ୍ଟଲ୍ କରିବା ସମୟରେ 'Complete' ଅପ୍ସନ୍ ବ୍ୟବହାର କରନ୍ତୁ |
00:59 | ଲିବର୍ ଅଫିସ୍ ଡ୍ର’ ହେଉଛି ଏକ ଭେକ୍ଟର୍-ଆଧାରିତ ଗ୍ରାଫିକ୍ସ ସଫ୍ଟୱେର୍ |
01:03 | ଏହା ଆପଣଙ୍କୁ ଭେକ୍ଟର୍ ଗ୍ରାଫିକ୍ସର ବିଶାଳ ବର୍ଗ ତିଆରି କରିବା ପାଇଁ ଅନୁମତି ଦିଏ |
01:08 | ଗ୍ରାଫିକ୍ସର ଦୁଇଟି ମୁଖ୍ୟ ପ୍ରକାର ହେଉଛି: ଭେକ୍ଟର-ବେସ୍ଡ ଗ୍ରାଫିକ୍ସ ଓ ବିଟ୍ମ୍ୟାପ୍ସ |
01:13 | ଲିବର୍ ଅଫିସ୍ ଡ୍ର’ ବ୍ୟବହାର କରାଯାଇ ଭେକ୍ଟର ଗ୍ରାଫିକ୍ସ କ୍ରିଏଟ୍ ଓ ଏଡିଟ୍ କରାଯାଏ |
01:18 | ଅନ୍ୟଟି ହେଉଛି ବିଟ୍ମ୍ୟାପ୍ ବା ରାଷ୍ଟର ଇମେଜ୍ |
01:21 | ଲୋକପ୍ରିୟ ବିଟ୍ମ୍ୟାପ୍ ଫର୍ମାଟ୍ଗୁଡ଼ିକ ହେଉଛି BMP, JPG, JPEG ଓ PNG |
01:30 | ଚାଲନ୍ତୁ, ଇମେଜ୍ ଫର୍ମାଟ୍ଗୁଡ଼ିକ ତୁଳନା କରି ଦୁଇ ପ୍ରକାର ମଧ୍ୟରେ ଥିବା ପାର୍ଥକ୍ୟ ବୁଝିବା |
01:35 | ବାମରେ ଥିବା ଛବିଟି ହେଉଛି ଏକ ଭେକ୍ଟର୍ ଗ୍ରାଫିକ୍ |
01:38 | ଡାହାଣଟି ହେଉଛି ବିଟ୍ମ୍ୟାପ୍ |
01:41 | ଛବିଗୁଡ଼ିକୁ ବଡ଼ କଲେ କ’ଣ ଘଟୁଛି, ଧ୍ୟାନଦିଅନ୍ତୁ |
01:45 | ଭେକ୍ଟର୍ ଗ୍ରାଫିକ୍ ପରିଷ୍କାର ଦେଖାଯାଉଥିବାବେଳେ ବିଟ୍ମ୍ୟାପ୍ ଇମେଜ୍ଟି ଅସ୍ପଷ୍ଟ ଦିଶୁଛି |
01:51 | ଭେକ୍ଟର୍-ବେସ୍ଡ ଗ୍ରାଫିକ୍ସ ସଫ୍ଟୱେର୍, ଗାଣିତିକ ସୂତ୍ର ଭଳି ଲାଇନ୍ସ ଓ କର୍ଭ୍ସ ବ୍ୟବହାର କରି ଇମେଜ୍ଗୁଡ଼ିକୁ ଷ୍ଟୋର୍ କରେ |
01:58 | ସେଥିପାଇଁ, ଯେତେବେଳେ ଇମେଜ୍ଗୁଡ଼ିକୁ ରିସାଇଜ୍ କରାଯାଏ, ଛବିର ମାନ ଅପରିବର୍ତ୍ତିତ ରୁହେ |
02:04 | ବିଟ୍ମ୍ୟାପ୍, ଏକ ଗ୍ରିଡ୍ ବା ସ୍କୋୟାର୍ରେ ପିକ୍ସେଲ୍ ବା ଛୋଟ କଲର୍ ଡଟ୍ଗୁଡ଼ିକର ଏକ ଶୃଙ୍ଖଳା ବ୍ୟବହାର କରେ |
02:11 | ଛବିଟିକୁ ବଡ଼ କଲେ ଆପଣ ଛୋଟ ସ୍କୋୟାର୍ଗୁଡ଼ିକୁ ଦେଖିପାରୁଛନ୍ତି କି? |
02:15 | ଏଗୁଡ଼ିକ ହେଉଛି grids |
02:17 | ଛୋଟ ଡଟ୍ଗୁଡ଼ିକ, ପ୍ରତ୍ୟେକ ଗ୍ରିଡ୍ରେ କଲର୍ ତିଆରି କରେ |
02:20 | ଆପଣ ଆଉ ଗୋଟିଏ ପାର୍ଥକ୍ୟ ନଜର କରିଥିବେ- ବିଟ୍ମ୍ୟାପ୍ଗୁଡ଼ିକ ଆୟତାକାର ଅଟନ୍ତି |
02:26 | ଅବଶ୍ୟ ଭେକ୍ଟର ଗ୍ରାଫିକ୍ସ, ଯେକୌଣସି ଆକାରର ହୋଇପାରେ |
02:30 | ଏବେ ଆମେ ଭେକ୍ଟର୍ ଗ୍ରାଫିକ୍ସ ବିଷୟରେ ଜାଣିଲେ, ଡ୍ର’ ବ୍ୟବହାର କରି ସେଗୁଡ଼ିକ କିପରି ତିଆରି କରାଯାଏ, ଚାଲନ୍ତୁ ଶିଖିବା |
02:36 | ଏଠାରେ ଆମେ ଅପରେଟିଂ ସିଷ୍ଟମ୍ ଭାବେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
02:46 | ଏକ ନୂଆ ଡ୍ର’ ଫାଇଲ୍ ଖୋଲିବା ପାଇଁ ସ୍କ୍ରିନ୍ର ଉପର ବାମ କୋଣରେ ଥିବା ଆପ୍ଲିକେଶନ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
02:54 | ଓ ଏହାପରେ ଅଫିସ୍ ଓ ଲିବର୍ ଅଫିସ୍ କ୍ଲିକ୍ କରନ୍ତୁ |
02:59 | ବିଭିନ୍ନ ଲିବର୍ ଅଫିସ୍ କମ୍ପୋନେଟ୍ ସହ ଏକ ଡାଇଲଗ୍ ବକ୍ସ ଖୋଲିବ |
03:03 | Drawing ଉପରେ କ୍ଲିକ୍ କରନ୍ତୁ |
03:05 | ଏହା ଏକ ଖାଲି ଡ୍ର’ ଫାଇଲ୍ ଖୋଲିବ |
03:09 | ଡ୍ର’ ଫାଇଲ୍ର ନାଁ ଦେଇ ସେଭ୍ କରନ୍ତୁ |
03:12 | ମେନ୍ ମେନୁରେ ଥିବା ଫାଇଲ୍ରେ କ୍ଲିକ୍ କରି “Save as” ଅପ୍ସନ୍ ବାଛନ୍ତୁ |
03:18 | “Save as” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ |
03:21 | ଫାଇଲ୍ ନେମ୍ ଫିଲ୍ଡରେ “WaterCycle” ଟାଇପ୍ କରନ୍ତୁ |
03:26 | ଡ୍ରଇଂର ସହ ସମାନ ଥିବା ନାମ ଦେବା ଏକ ଭଲ ଅଭ୍ୟାସ |
03:31 | ଡ୍ର’ ଫାଇଲ୍ ପାଇଁ ଡିଫଲ୍ଟ ଫାଇଲ୍ ଟାଇପ୍ ହେଉଛି, ଡଟ୍ ଓଡିଜି (.odg) ଫର୍ମାଟ୍ |
03:37 | ବ୍ରାଉଜ୍ ଫୋଲ୍ଡର୍ ଫିଲ୍ଡ ବ୍ୟବହାର କରି, ଏହି ଫାଇଲ୍କୁ ଡେକ୍ସଟପ୍ରେ ସେଭ୍ କରିବା |
03:42 | ସେଭ୍ କ୍ଲିକ୍ କରନ୍ତୁ |
03:44 | “WaterCycle” ଭାବେ ଫାଇଲ୍ ସେଭ୍ ହେଲା |
03:47 | ଫାଇଲ୍ ନାମ ଓ ଏକ୍ସଟେନ୍ସନ୍ ସହିତ ଡ୍ର’ ଫାଇଲ୍, ଟାଇଟଲ୍ ବାର୍ରେ ପ୍ରଦର୍ଶିତ ହୋଇଛି |
03:53 | ଏହି ସ୍ଲାଇଡ୍ରେ ଆମେ, ଏକ ଜଳଚକ୍ରର ଛବି କିପରି ତିଆରି କରାଯାଏ, ଶିଖିବା |
03:59 | ଏହି ଛବିକୁ ଆମେ ପର୍ଯ୍ୟାୟ କ୍ରମେ ସମ୍ପୂର୍ଣ୍ଣ କରିବା |
04:02 | ଏହି ଛବିର ବିଭିନ୍ନ ଏଲିମେଣ୍ଟକୁ ଆପଣ କିପରି ତିଆରି କରିପାରିବେ, ପ୍ରତ୍ୟେକ ମୌଳିକ ସ୍ତରୀୟ ଟ୍ୟୁଟୋରିଆଲ୍ ପ୍ରଦର୍ଶିତ କରିବ |
04:09 | ଡ୍ର’ ଟ୍ୟୁଟୋରିଆଲ୍ର ମୌଳିକ ସ୍ତରର ଶେଷରେ, ଆପଣ ନିଜେ ସେହିପରି ଡାଇଗ୍ରାମ୍ ତିଆରି କରିବାକୁ ସମର୍ଥ ହେବେ |
04:17 | ଚାଲନ୍ତୁ ପ୍ରଥମେ ଡ୍ର’ ୱର୍କସ୍ପେସ୍ ବା ଡ୍ର’ ୱିଣ୍ଡୋ ସହିତ ପରିଚିତ ହେବା |
04:23 | ଆମେ ଡ୍ର’ରେ ବ୍ୟବହାର କରିପାରିବା ପରି ସମସ୍ତ ଅପ୍ସନ୍ ମେନ୍ ମେନୁରେ ଅଛି |
04:27 | ବାମରେ ଥିବା ପେଜେସ୍ ପେନେଲ୍, ଡ୍ର’ ଫାଇଲ୍ରେ ଥିବା ସମସ୍ତ ପେଜ୍ ଡିସ୍ପ୍ଲେ କରେ |
04:32 | ଯେଉଁ ସ୍ଥାନରେ ଆମେ ଗ୍ରାଫିକ୍ସ ତିଆରି କରୁ, ତାକୁ ପେଜ୍ କୁହାଯାଏ |
04:37 | ପ୍ରତି ପେଜ୍ରେ ତିନୋଟି ଲେୟାର୍ ଅଛି |
04:39 | ସେଗୁଡ଼ିକ ହେଉଛି ଲେଆଉଟ୍, କଣ୍ଟ୍ରୋଲ୍ ଓ ଡାଇମେନ୍ସନ୍ ଲାଇନ୍ସ |
04:44 | ଲେଆଉଟ୍ ଲେୟାର୍, ଡିଫଲ୍ଟ ଭାବେ ପ୍ରଦର୍ଶିତ ହୋଇଛି |
04:47 | ଏହିଠାରେ ଆମେ ନିଜର ଅଧିକାଂଶ ଗ୍ରାଫିକ୍ସ ତିଆରି କରୁ |
04:51 | ଆମେ କେବଳ ଲେଆଉଟ୍ ଲେୟାର୍ ସହିତ କାମ କରିବା |
04:54 | ଏବେ ଲିବର୍ ଅଫିସ୍ ଡ୍ର’ରେ ଉପଲବ୍ଧ ବିଭିନ୍ନ ଟୁଲ୍ବାର୍ସ ବିଷୟରେ ଜାଣିବା |
04:59 | ଡ୍ର’ରେ ଉପଲବ୍ଧ ଟୁଲ୍ବାର୍ଗୁଡ଼ିକୁ ଦେଖିବା ପାଇଁ, ମେନ୍ ମେନୁକୁ ଯାଆନ୍ତୁ ଓ View ଉପରେ କ୍ଲିକ୍ କରି ଟୁଲ୍ବାର୍ସରେ କ୍ଲିକ୍ କରନ୍ତୁ |
05:07 | ଆପଣ ସମସ୍ତ ଉପଲବ୍ଧ ଟୁଲ୍ର ତାଲିକା ଦେଖିପାରିବେ |
05:11 | ନିର୍ଦ୍ଦିଷ୍ଟ ଟୁଲ୍ବାର୍ର ବାମପଟେ ଏକ ଚେକ୍ ମାର୍କ ଅଛି |
05:15 | ଏହାର ଅର୍ଥ, ଟୁଲ୍ବାର୍ଟି ଏନାବଲ୍ ହୋଇଛି ଓ ଡ୍ର’ ୱିଣ୍ଡୋରେ ଦୃଶ୍ୟମାନ ହେଉଛି |
05:20 | “Standard” ଅପ୍ସନ୍ ଚେକ୍ ହୋଇଛି |
05:23 | ଆପଣ ୱିଣ୍ଡୋରେ ଷ୍ଟାଣ୍ଡାର୍ଡ ଟୁଲ୍ବାର୍ ଦେଖିପାରୁଛନ୍ତି |
05:27 | ଏବେ “Standard” ଟୁଲ୍ବାର୍ରେ କ୍ଲିକ୍ କରି, ଏହାକୁ ଅନ୍ଚେକ୍ କରିବା |
05:32 | ଦେଖନ୍ତୁ, Standard toolbar ଆଉ ଦେଖାଯାଉ ନାହିଁ |
05:36 | ପୁଣିଥରେ ଏହାକୁ ଦୃଶ୍ୟମାନ କରାଇବା |
05:39 | ସେହିପରି, ଆପଣ ଅନ୍ୟ ଟୁଲ୍ବାର୍ଗୁଡ଼ିକୁ ମଧ୍ୟ ଏନାବଲ୍ ଓ ଡିସାବଲ୍ କରିପାରିବେ |
05:44 | ୱାଟର୍ ସାଇକଲ୍ ଡାଇଗ୍ରାମ୍ ପାଇଁ ମୌଳିକ ଆକୃତି ଆଙ୍କିବା ପୂର୍ବରୁ, ପେଜ୍କୁ Landscape viewରେ ସେଟ୍ କରନ୍ତୁ |
05:51 | ଏଥିପାଇଁ, ପେଜ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଓ ପେଜ୍ ଅପ୍ସନ୍ ଚୟନ କରନ୍ତୁ |
05:56 | ବିଭିନ୍ନ ସବ୍-ଅପ୍ସନ୍ସ ପ୍ରଦର୍ଶିତ ହେଲା |
05:59 | Page Setup ଅପ୍ସନ୍ କ୍ଲିକ୍ କରନ୍ତୁ |
06:02 | Page Setup ଡାୟଲଗ୍ ବକ୍ସ ଡିସ୍ପ୍ଲେ ହେଲା |
06:06 | ପେଜ୍ ଫର୍ମାଟ୍ ଅନ୍ତର୍ଗତ ଆମେ ଫର୍ମାଟ୍ ଫିଲ୍ଡ ଦେଖିପାରିବା |
06:10 | ଏଠାରେ ଆମେ, ପ୍ରିଣ୍ଟିଂ ପାଇଁ ବ୍ୟବହୃତ ସବୁଠାରୁ ସାଧାରଣ ପେପର୍ ସାଇଜ୍ ଭାବେ A4 ଚୟନ କରିବା |
06:17 | ଯେତେବେଳେ ଆପଣ ଏହି ଫର୍ମାଟ୍ ସିଲେକ୍ଟ କରିବେ, Width ଓ Height ଫିଲ୍ଡରେ ଆପେ-ଆପେ ଡିଫଲ୍ଟ ଭାଲ୍ୟୁ ପୂରଣ ହୋଇଯିବ |
06:25 | ଓରିଏଣ୍ଟେସନ୍ ଅପ୍ସନ୍ ଅନ୍ତର୍ଗତ Landscape ସିଲେକ୍ଟ କରନ୍ତୁ |
06:29 | ପେପର୍ ଫର୍ମାଟ୍ ଫିଲ୍ଡର ଡାହାଣକୁ ଆପଣ ଡ୍ର’ ପେଜ୍ର ଏକ ଛୋଟିଆ ପ୍ରିଭ୍ୟୁ ଦେଖିପାରିବେ |
06:36 | OK ରେ କ୍ଲିକ୍ କରନ୍ତୁ |
06:38 | ଆମେ ସୂର୍ଯ୍ୟ ଆଙ୍କିବାରୁ ଆରମ୍ଭ କରିବା |
06:41 | drawing toolbarରେ, “Basic Shapes” ପାଖରେ ଥିବା ଛୋଟ black triangle ଉପରେ କ୍ଲିକ୍ କରନ୍ତୁ |
06:47 | Circle ଉପରେ କ୍ଲିକ୍ କରନ୍ତୁ |
06:49 | ଏବେ ପେଜ୍କୁ କର୍ସର୍ ଆଣନ୍ତୁ >> ବାମ ମାଉସ୍ ବଟନ୍ ଦାବିରଖି ଡ୍ରାଗ୍ କରନ୍ତୁ |
06:56 | ପେଜ୍ ଉପରେ ଏକ circle ଆଙ୍କିହେବ |
06:59 | ଏବେ, ସୂର୍ଯ୍ୟ ପାଖରେ ଏକ ବାଦଲ ଆଙ୍କିବା |
07:03 | ଏହା କରିବା ପାଇଁ, drawing toolbar କୁ ଯାଇ “Symbol Shapes” ସିଲେକ୍ଟ କରନ୍ତୁ |
07:08 | “Symbol Shapes” ପାଖରେ ଥିବା ଛୋଟ black triangleରେ କ୍ଲିକ୍ କରନ୍ତୁ ଓ “Cloud” ସିଲେକ୍ଟ କରନ୍ତୁ |
07:14 | ଡ୍ର’ ପେଜ୍ରେ, ସୂର୍ଯ୍ୟ ପାଖରେ କର୍ସର୍ ରଖନ୍ତୁ |
07:18 | ବାମ ମାଉସ୍ ବଟନ୍ ଧରିରଖି ଡ୍ରାଗ୍ କରନ୍ତୁ |
07:21 | ଆପଣ ଏକ ବାଦଲ ଆଙ୍କିଦେଲେ! |
07:23 | ଏହାପରେ ଚାଲନ୍ତୁ ଏକ ପାହାଡ଼ ଆଙ୍କିବା |
07:25 | ପୁଣିଥରେ “Basic shapes” ସିଲେକ୍ଟ କରନ୍ତୁ ଓ “Isosceles triangle”ରେ କ୍ଲିକ୍ କରନ୍ତୁ |
07:30 | ଡ୍ର’ ପେଜ୍ରେ ଏକ triangle ଇନ୍ସର୍ଟ କରିବା, ଯେପରି ପୂର୍ବରୁ କରିଥିଲେ |
07:35 | ଏବେ ଆମେ ତିନୋଟି ଆକୃତି ଇନ୍ସର୍ଟ କରିଛେ |
07:38 | ପ୍ରତ୍ୟେକ ଥର ପରିବର୍ତ୍ତନ କରିବା ପରେ ଫାଇଲ୍ ସେଭ୍ କରିବାକୁ ଭୁଲନ୍ତୁ ନାହିଁ |
07:42 | ସେଭ୍ କରିବା ପାଇଁ ଏକକାଳୀନ CTRL+S ଦାବନ୍ତୁ |
07:48 | ପରିବର୍ତ୍ତନକୁ ଆପେ-ଆପେ ସେଭ୍ କରିବା ପାଇଁ ଆପଣ time interval ମଧ୍ୟ ସେଟ୍ କରିପାରିବେ |
07:53 | ଏପରି କରିବା ପାଇଁ ମେନ୍ ମେନୁକୁ ଯାଆନ୍ତୁ ଓ “Tools” ସିଲେକ୍ଟ କରନ୍ତୁ |
07:57 | “Tools”ରେ ଥିବା “Options” ଉପରେ କ୍ଲିକ୍ କରନ୍ତୁ |
08:00 | “Options” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ |
08:03 | ଡାହାଣରେ ଥିବା ଚେକ୍ ବକ୍ସଗୁଡ଼ିକରୁ “Load/Save” ପାଖରେ ଥିବା plus sign କ୍ଲିକ୍ କରନ୍ତୁ, ତାହାପରେ “General” କ୍ଲିକ୍ କରନ୍ତୁ |
08:11 | “Save Auto recovery information every” ବକ୍ସ ଚେକ୍ କରନ୍ତୁ ଓ “2” ଟାଇପ୍ କରନ୍ତୁ |
08:17 | ଏହାର ଅର୍ଥ ହେଉଛି, ଫାଇଲ୍ ଆପେ-ଆପେ ପ୍ରତି ଦୁଇ ମିନିଟ୍ରେ ଥରେ ସେଭ୍ ହେବ |
08:22 | OK କ୍ଲିକ୍ କରନ୍ତୁ |
08:24 | ଏବେ “File” >> “Close” କ୍ଲିକ୍ କରି ଏହି ଫାଇଲ୍ ବନ୍ଦ କରନ୍ତୁ |
08:29 | ଏକ ବିଦ୍ୟମାନ ଡ୍ର’ ଫାଇଲ୍ ଖୋଲିବା ପାଇଁ ଉପରେ ଥିବା ମେନୁ ବାର୍ ଭିତରେ “File” ମେନୁ ଉପରେ କ୍ଲିକ୍ କରି “Open” ଅପ୍ସନ୍ ସିଲେକ୍ଟ କରନ୍ତୁ |
08:38 | ସ୍କ୍ରିନ୍ ଉପରେ ଏକ ଡାୟଲଗ୍ ବକ୍ସ ଦେଖାଯିବ |
08:41 | ଏଠାରେ ସେହି ଫୋଲ୍ଡର୍କୁ ଖୋଲନ୍ତୁ, ଯେଉଁଥିରେ ନିଜ ଡକ୍ୟୁମେଣ୍ଟ ସେଭ୍ କରିଛନ୍ତି |
08:46 | ଆପଣ ଖୋଲିବାକୁ ଚାହୁଁଥିବା ଫାଇଲ୍ ସିଲେକ୍ଟ କରି “Open” କ୍ଲିକ୍ କରନ୍ତୁ |
08:51 | ଏକ ଆସାଇନ୍ମେଣ୍ଟ ଭାବେ- |
08:53 | ଏକ ନୂଆ ଡ୍ର’ ଫାଇଲ୍ ତିଆରି କରନ୍ତୁ ଓ “MyWaterCycle” ଭାବେ ସେଭ୍ କରନ୍ତୁ |
08:57 | ପେଜ୍ ଓରିଏଣ୍ଟେଶନ୍କୁ Portrait ଭାବେ ସେଟ୍ କରନ୍ତୁ |
09:00 | ଏକ ବାଦଲ, ତାରା ଓ ବୃତ୍ତ ଇନ୍ସର୍ଟ କରନ୍ତୁ |
09:04 | ଏବେ ପେଜ୍ ଓରିଏଣ୍ଟେଶନ୍କୁ Landscape ଭାବେ ପରିବର୍ତ୍ତନ କରନ୍ତୁ |
09:07 | କିପରି ଛବିଗୁଡ଼ିକର ଅବସ୍ଥିତି ପରିବର୍ତ୍ତନ ହେଉଛି, ଦେଖନ୍ତୁ |
09:11 | ଏହା ଆମକୁ ଲିବର୍ ଅଫିସ୍ ଡ୍ର’ ର ପରିଚୟ ଉପରେ ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆଣେ |
09:16 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ |
09:19 | ଲିବର୍ ଅଫିସ୍ ଡ୍ର’, |
09:21 | ଲିବର୍ ଅଫିସ୍ ଡ୍ର’ ୱର୍କସ୍ପେସ୍ ଓ |
09:23 | କଣ୍ଟେକ୍ସଟ୍ ମେନୁ |
09:25 | ଆମେ ଆହୁରି ମଧ୍ୟ ଶିଖିଲେ: |
09:27 | ଏକ ଡ୍ର’ ଫାଇଲ୍ ତିଆରି କରିବା, ସେଭ୍ କରିବା, ଖୋଲିବା ଓ ବନ୍ଦ କରିବା |
09:31 | ଟୁଲ୍ବାର୍ ଏନାବଲ୍ କରିବା |
09:33 | ଡ୍ର’ ପେଜ୍ ସେଟ୍ଅପ୍ କରିବା ଓ |
09:35 | Basic Shapes ଇନ୍ସର୍ଟ କରିବା |
09:38 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
09:42 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
09:45 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
09:49 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
09:52 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:55 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
09:59 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org) |
10:05 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
10:09 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:17 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ ରେ ଉପଲବ୍ଧ (spoken-tutorial.org/NMEICT-Intro) |
10:28 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ |