LibreOffice-Suite-Base/C2/Create-reports/Oriya
From Script | Spoken-Tutorial
Time | Narration |
00:00 | ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:03 | ଏହି ଟ୍ୟୁଟୋରିଆଲରେ, ଆମେ ଶିଖିବା: |
00:07 | ଗୋଟିଏ report ସୃଷ୍ଟି କରିବା. ରିପୋର୍ଟ ଫିଲ୍ଡଗୁଡିକୁ Select, Label ଓ Sort କରିବା |
00:12 | ରିପୋର୍ଟର ଲେଆଉଟ୍ ଚୟନ କରିବା ସହ ରିପୋର୍ଟର ପ୍ରକାରକୁ ଚୟନ କରନ୍ତୁ: ଷ୍ଟାଟିକ୍ କିମ୍ବା ଡାଇନାମିକ୍ |
00:19 | ଏଥିପାଇଁ, ପରିଚିତ Library ଡେଟାବେସର ଉଦାହରଣକୁ ଦେଖନ୍ତୁ |
00:27 | ଏହି Library ଡେଟାବେସରେ, ବହିଗୁଡିକ ଓ ମେମ୍ବରମାନଙ୍କ ବିଷୟରେ ସୁଚନା ଷ୍ଟୋର୍ ହୋଇଛି |
00:36 | ଏବଂ ମେମ୍ବରମାନଙ୍କୁ ଇସ୍ୟୁ ହୋଇଥିବା ବହିଗୁଡିକୁ ଟ୍ରାକ୍ କରିବା ପାଇଁ ଗୋଟିଏ table ମଧ୍ୟ ଅଛି |
00:42 | ପୂର୍ବ ଟ୍ୟୁଟୋରିଆଲରେ ଫର୍ମ ଓ କ୍ଵେରୀଗୁଡିକୁ ସୃଷ୍ଟି କରିବା ଶିଖିଲେ |
00:48 | ଗୋଟିଏ ରିପୋର୍ଟ କିପରି ସୃଷ୍ଟି କରାଯାଏ ଶିଖିବା ପୂର୍ବରୁ, ଚାଲନ୍ତୁ ପ୍ରଥମେ ରିପୋର୍ଟ କ’ଣ ଜାଣିବା? |
00:56 | କ୍ଵେରୀ ଭଳି, ଗୋଟିଏ ରିପୋର୍ଟ ଏକ ଡେଟାବେସରୁ ସୁଚନାକୁ ପୁନରୁଦ୍ଧାର କରିବାର ଅନ୍ୟ ଏକ ମାର୍ଗ ଅଟେ |
01:05 | ଏହାର ଲେଆଉଟ୍ ଓ ଲୂକ୍ ଆଣ୍ଡ ଫୀଲକୁ କଷ୍ଟମାଇଜ୍ କରିପାରିବେ, ଯାହାଦ୍ଵରା ଏହାକୁ ପଢିବା କିମ୍ବା ପେପରରେ ପ୍ରିଣ୍ଟ କରିବା ସହଜ ହେବ |
01:14 | ଡେଟାବେସର table କିମ୍ବା କ୍ଵେରୀଗୁଡିକରୁ Reportଗୁଡିକୁ ଜେନେରେଟ୍ କରିପାରିବେ |
01:21 | ଏଗୁଡିକ ଟେବୁଲ୍ କିମ୍ବା କ୍ଵେରୀ ମଧ୍ୟରେ ଥିବା ସମସ୍ତ ଫିଲ୍ଡଗୁଡିକୁ କିମ୍ବା ଗୋଟିଏ ଚୟନିତ ଫିଲ୍ଡର ଗ୍ରୁପକୁ ଧାରଣ କରିଥାଏ |
01:32 | ଏଠାରେ ରିପୋର୍ଟର ଦୁଇଟି ଶ୍ରେଣୀ ଅଛି- static ଓ dynamic |
01:38 | ଯେତେବେଳେ ଦେଖିବା ପାଇଁ ଗୋଟିଏ Static reportକୁ ଖୋଲିବେ, |
01:42 | ଏହା ସର୍ବଦା ରିପୋର୍ଟ ସୃଷ୍ଟି ହେବା ସମୟରେ ଥିବା ସମାନ ଡେଟାକୁ ପ୍ରଦର୍ଶନ କରିବ |
01:48 | ଏହାକୁ ଗୋଟିଏ ସ୍ନାପସଟ୍ ମଧ୍ୟ କୁହାଯାଏ |
01:52 | କିନ୍ତୁ ଯେତେବେଳେ ଗୋଟିଏ Dynamic reportକୁ ଦେଖିବା ପାଇଁ ଖୋଲିବେ, ଏହା ଡେଟାବେସରେ ଥିବା ସାମ୍ପ୍ରତିକ ଡେଟାଗୁଡିକୁ ପ୍ରଦର୍ଶନ କରିବ |
02:00 | ଠିକ୍ ଅଛି, ବର୍ତ୍ତମାନ ଗୋଟିଏ ନମୂନା ରିପୋର୍ଟ ସୃଷ୍ଟି କରନ୍ତୁ |
02:05 | Library ଡେଟାବେସ୍ ମଧ୍ୟରେ, |
02:08 | ବାମ ପଟ ପ୍ୟାନେଲରେ ଥିବା Reports ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
02:12 | ଡାହାଣ ପଟ ପ୍ୟାନେଲରେ ଥିବା Use Wizard to create report ଉପରେ କ୍ଲିକ୍ କରନ୍ତୁ |
02:18 | ଏହା ରିପୋର୍ଟ ସୃଷ୍ଟିର ଗୋଟିଏ ସହଜ ଓ ଦୃତ ଅପଶନ୍ ଅଟେ |
02:24 | ବର୍ତ୍ତମାନ Report Builder ନାମକ ଗୋଟିଏ ନୁତନ ୱିଣ୍ଡୋକୁ ଦେଖନ୍ତୁ |
02:31 | ଏବଂ ବାମ ପଟେ ଥିବା 6 steps ତାଲିକା ବିଶିଷ୍ଟ ଗୋଟିଏ ୱିଜାର୍ଡକୁ ମଧ୍ୟ ଦେଖନ୍ତୁ |
02:39 | ପୂର୍ବ ଟ୍ୟୁଟୋରିଆଲରେ ସୃଷ୍ଟି କରିଥିବା କ୍ଵେରୀକୁ ଆଧାର କରି ଗୋଟିଏ ରିପୋର୍ଟର ନିର୍ମାଣ ପାଇଁ ୱିଜାର୍ଡ ମଧ୍ୟକୁ ଯା’ନ୍ତୁ- |
02:47 | History of books issued to the Library members |
02:51 | Step 1 - Field Selectionରେ ଅଛନ୍ତି |
02:56 | ଏଠାରେ ଡେଟାର ରିପୋର୍ଟ ପାଇଁ ସୋର୍ସକୁ ନିର୍ଦ୍ଦିଷ୍ଟ କରନ୍ତୁ: ଗୋଟିଏ ଟେବୁଲ୍ କିମ୍ବା ଗୋଟିଏ କ୍ଵେରୀ |
03:05 | queryକୁ ଚୟନ କରନ୍ତୁ: ଉପରେ ଥିବା ଡ୍ରପ୍ ଡାଉନ୍ ତାଲିକାରୁ History of Books Issued to Membersକୁ ଚୟନ କରନ୍ତୁ |
03:14 | ବର୍ତ୍ତମାନ ବାମ ପଟେ କ୍ଵେରୀ ପାଇଁ ଉପଲବ୍ଧ ଥିବା ଫିଲ୍ଡଗୁଡିକର ଗୋଟିଏ ତାଲିକା ପ୍ରଦର୍ଶିତ ହେବ |
03:21 | ରିପୋର୍ଟରେ ସମସ୍ତ ଫିଲ୍ଡ ଆବଶ୍ୟକ; ତେଣୁ ଡାହାଣ ପଟକୁ ଡବଲ୍ ଆରୋ ବଟନ ଉପରେ କ୍ଲିକ୍ କରନ୍ତୁ |
03:30 | ବର୍ତ୍ତମାନ ପରବର୍ତ୍ତୀ ସୋପାନକୁ ଯିବା ପାଇଁ Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:35 | Step 2. Labelling Fields ଅଟେ |
03:39 | ଇମେଜରେ ପ୍ରଦର୍ଶିତ ହେଲାଭଳି ଲେବୁଲ୍ ଟେକ୍ସଟ ବକ୍ସଗୁଡିକରେ ନିମ୍ନ ବର୍ଣ୍ଣନାତ୍ମକ ଲେବୁଲଗୁଡିକୁ ଟାଇପ୍ କରନ୍ତୁ |
03:50 | ଠିକ୍ ଅଛି, ବର୍ତ୍ତମାନ Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:55 | Step 3 – Grouping ଅଟେ |
03:59 | ଗୋଟିଏ ଚୟନିତ ଫିଲ୍ଡଗୁଡିକର ସେଟ୍ ଦ୍ଵାରା ଡେଟାକୁ ଗ୍ରୁପ୍ କରିବା ପାଇଁ ଏହା ବ୍ୟବହୃତ ହୁଏ |
04:05 | ଉଦାହରଣସ୍ଵରୂପ-ଏହି ରିପୋର୍ଟରେ Book titleଗୁଡିକ ଦ୍ଵାରା ଡେଟାକୁ ଗ୍ରୁପ୍ କରିପାରିବେ |
04:12 | ଯଦି ଏହା କରାଯାଏ, ତେବେ ରିପୋର୍ଟରେ ଗୋଟିଏ ବୁକ୍ ଟାଇଟଲ୍ ଏବଂ ତା’ପରେ ଏହାକୁ ଇସ୍ୟୁ କରାଯାଇଥିବା ସମସ୍ତ ମେମ୍ବର ପ୍ରଦର୍ଶିତ ହେବେ |
04:22 | ତା’ପରେ ପରବର୍ତ୍ତୀ ବୁକ୍ ଟାଇଟଲକୁ ଦେଖନ୍ତୁ ଏବଂ ଏହି ପରି |
04:27 | ବର୍ତ୍ତମାନ ପାଇଁ, ରିପୋର୍ଟକୁ ସରଳ ରଖନ୍ତୁ |
04:31 | ତେଣୁ, Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:36 | ବର୍ତ୍ତମାନ, Step 4 - Sorting Options ଅଟେ |
04:41 | ଡେଟାଗୁଡିକୁ କାଳକ୍ରମରେ ସର୍ଟ କରନ୍ତୁ |
04:46 | ଏବଂ ତା’ପରେ ଏହାକୁ ବୁକ୍ ଟାଇଟଲ୍ ଦ୍ଵାରା ଆସେଣ୍ଡିଙ୍ଗ କ୍ରମରେ ସର୍ଟ କରନ୍ତୁ |
04:52 | ଏଥିପାଇଁ, ଡ୍ରପ୍ ଡାଉନ୍ ବକ୍ସରେ ଥିବା Sort byରେ କ୍ଲିକ୍ କରନ୍ତୁ |
04:58 | ଏବଂ ତା’ପରେ Issue Date ଉପରେ କ୍ଲିକ୍ କରନ୍ତୁ |
05:03 | ତା’ପରେ ଦ୍ଵିତୀୟ ଡ୍ରପ୍ ଡାଉନ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ |
05:08 | ଏବଂ ତା’ପରେ Book Title ଉପରେ କ୍ଲିକ୍ କରନ୍ତୁ |
05:12 | ବର୍ତ୍ତମାନ, Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:16 | ଠିକ୍ ଅଛି. Step 5.- Choose Layout ଅଟେ |
05:20 | ଏଠାରେ ଲୂକ୍ ଆଣ୍ଡ ଫିଲକୁ କଷ୍ଟମାଇଜ୍ କରିପାରିବେ |
05:25 | Columnar, single-column, ଲେଆଉଟ୍ ତାଲିକା ଉପରେ କ୍ଲିକ୍ କରନ୍ତୁ |
05:31 | Report Builderର ବ୍ୟାକଗ୍ରାଉଣ୍ଡ ରିଫ୍ରେଶ୍ ହେବାର ଲକ୍ଷ୍ୟ କରନ୍ତୁ |
05:36 | ଏହା ବାମ ପଟେ ଥିବା ସମସ୍ତ ଲେବୁଲ୍ ଏବଂ ଡାହାଣ ପଟେ ଅନୁରୂପ ଫିଲ୍ଡଗୁଡିକୁ ପ୍ରଦର୍ଶନ କରିବ |
05:43 | ବର୍ତ୍ତମାନ Columnar, two columns ଉପରେ କ୍ଲିକ୍ କରନ୍ତୁ |
05:48 | ପୁନର୍ବାର ଦୁଇ କଲମ୍ ବିଶିଷ୍ଟ ଲେଆଉଟକୁ ପ୍ରଦର୍ଶନ କରିବା ପାଇଁ ନିମ୍ନସ୍ଥ ୱିଣ୍ଡୋ ରିଫ୍ରେଶ୍ ହୋଇଛି |
05:54 | ଏହିପରି ଭାବେ, Base Wizardରେ ଉପଲବ୍ଧ ଥିବା ଯେକୌଣସି ଲେଆଉଟକୁ ଚୟନ କରିପାରିବେ |
06:02 | ପରବର୍ତ୍ତୀ ସମୟରେ ନିଜର ଆବଶ୍ୟକତା ଅନୁସାରେ ଏହାକୁ ରୂପାନ୍ତର ମଧ୍ୟ କରିପାରିବେ |
06:07 | ବର୍ତ୍ତମାନ ପାଇଁ, ପ୍ରଥମ ଆଇଟମ୍ – Tabular ଉପରେ କ୍ଲିକ୍ କରନ୍ତୁ |
06:12 | ଏବଂ Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:16 | ଠିକ୍ ଅଛି, last step - Create Report ଅଟେ |
06:20 | ଏଠାରେ ରିପୋର୍ଟକୁ ଗୋଟିଏ ବର୍ଣ୍ଣନାତ୍ମକ ଟାଇଟଲ୍ ପ୍ରଦାନ କରନ୍ତୁ: Books Issued to Members: Report History |
06:30 | ବର୍ତ୍ତମାନ ରିପୋର୍ଟକୁ ଡିଜାଇନ୍ କରନ୍ତୁ ଯେପରି ଏହା ସର୍ବଦା ଡେଟାବେସରୁ ସଦ୍ୟତମ ଡେଟାକୁ ଫେରସ୍ତ କରିବ |
06:38 | ଏଥିପାଇଁ, Dynamic Report ଅପଶନ୍ ଉପରେ କ୍ଲିକ୍ କରନ୍ତୁ |
06:45 | ଯେପରିକି ସର୍ବଦା ସଦ୍ୟତମ ଡେଟା ଦେଖିବା ଆବଶ୍ୟକ ଅଟେ ଯେତେବେଳେ ରିପୋର୍ଟ ଦେଖିବାକୁ ଚାହିଁବେ |
06:52 | ଠିକ୍ ଅଛି, Report ସମପ୍ତ ହେଲା. Create Report now ଅପଶନ୍ ଉପରେ କ୍ଲିକ୍ କରନ୍ତୁ |
06:59 | ଏବଂ ଶେଷରେ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ |
07:05 | ବର୍ତ୍ତମାନ ଗୋଟିଏ ନୁତନ ୱିଣ୍ଡୋକୁ ଦେଖନ୍ତୁ ଏବଂ ଏହା ସଙ୍ଗେସଙ୍ଗେ ନିର୍ମାଣ ହୋଇଥିବା Report ଅଟେ |
07:12 | ଏହାର ଉପରେ bold ଫଣ୍ଟରେ ଥିବା ଫିଲ୍ଡ ଲେବୁଲଗୁଡିକୁ ଦେଖନ୍ତୁ ଏବଂ ପ୍ରକୃତ ଡେଟା ଟାବୁଲାର୍ ଆକାରରେ ତାଲିକାଭୁକ୍ତ ହୋଇଛି |
07:24 | ଧ୍ୟାନଦିଅନ୍ତୁ ଯେ ଏହା Issue Date ଫିଲ୍ଡ ଦ୍ଵାରା ଆସେଣ୍ଡିଙ୍ଗ କ୍ରମରେ, ଯାହା କାଳକ୍ରମାନୁସାରେ ଏବଂ ତା’ପରେ Book Title ଦ୍ଵାରା ଆସେଣ୍ଡିଙ୍ଗ କ୍ରମରେ ସର୍ଟ ହୋଇଛି |
07:38 | ଏହିପରି Library ମେମ୍ବରମାନଙ୍କୁ ଇସ୍ୟୁ ହୋଇଥିବା ବହିଗୁଡିକର ରିପୋର୍ଟ କାଳକ୍ରମାନୁସାରେ ସୃଷ୍ଟି କରନ୍ତୁ |
07:46 | ପରବର୍ତ୍ତୀ ଟ୍ୟୁଟୋରିଆଲରେ, କିପରି ରିପୋର୍ଟକୁ ରୂପାନ୍ତର କରିବେ ଶିଖିବା |
07:52 | ଏଠାରେ ଗୋଟିଏ ଆସାଇନମେଣ୍ଟ ଅଛି: |
07:54 | ଲାଇବ୍ରେରୀରେ ଥିବା ବହିଗୁଡିକୁ ସେମାନଙ୍କ Publishersର ଗ୍ରୁପ୍ ଅନୁସାରେ ଗୋଟିଏ ରିପୋର୍ଟ ସୃଷ୍ଟି କରନ୍ତୁ |
08:01 | ଉଭୟ Publishers ଓ Book titles ଆସେଣ୍ଡିଙ୍ଗ କ୍ରମରେ ରହିବା ଆବଶ୍ୟକ |
08:07 | Columnar, Single-column ଲେଆଉଟକୁ ବ୍ୟବହାର କରନ୍ତୁ |
08:11 | ଏହା ଆମକୁ Reports in LibreOffice Base ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ |
08:17 | ସଂକ୍ଷିପ୍ତରେ ଆମେ ଶିଖିଲେ: |
08:21 | ଗୋଟିଏ Report Selectର ସୃଷ୍ଟି, ରିପୋର୍ଟ ଫିଲ୍ଡଗୁଡିକୁ ଲେବୁଲ୍ ଓ ସର୍ଟ କରିବା |
08:25 | ରିପୋର୍ଟ ଲେଆଉଟର ଚୟନ ଏବଂ ରିପୋର୍ଟର ପ୍ରାକାରର ଚୟନ: ଷ୍ଟାଟିକ୍ କିମ୍ବା ଡାଇନାମିକ୍ |
08:31 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:42 | ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ |
08:48 | ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ |
08:51 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |