Koha-Library-Management-System/C2/Add-an-Item-type/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Koha ଇଣ୍ଟରଫେସରେ ଗୋଟିଏ item typeକୁ ଯୋଡ଼ିବା ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:08 | ଏହି ଟ୍ୟୁଟୋରିଆଲରେ ଆମେ, item types ଏବଂ ଗୋଟିଏ item typeକୁ ଯୋଡ଼ିବା ବିଷୟରେ ଶିଖିବା |
00:17 | ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ ମୁଁ ଉବୁଣ୍ଟୁ Linux Operating ସିଷ୍ଟମ୍ 16.04 ଏବଂ Koha ଭର୍ସନ୍ 16.05 ବ୍ୟବହାର କରୁଛି |
00:30 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ଶିକ୍ଷାର୍ଥୀଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ |
00:36 | ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍ ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଆବଶ୍ୟକ |
00:42 | ଏବଂ Kohaରେ Adminକୁ ମଧ୍ୟ ଆକ୍ସେସ୍ ଥିବା ଆବଶ୍ୟକ. ଯଦି ନାହିଁ, ତେବେ ଏହି ୱେବସାଇଟ୍ ରେ ଥିବା Koha ସ୍ପୋକନ୍ ଟ୍ୟୁଟୋରିଆଲର ଅଧ୍ୟାୟଗୁଡ଼ିକୁ ଦୟାକରି ରେଫର୍ କରନ୍ତୁ |
00:52 | ଚାଲନ୍ତୁ ଆରମ୍ଭ କରିବା. Koha ଇଣ୍ଟରଫେସ୍ କୁ ଫେରିଆସନ୍ତୁ |
00:58 | ଆପଣ ତିଆରି କରିଥିବା Superlibrarian Bellaକୁ ମନେପକାନ୍ତୁ |
01:03 | ବର୍ତ୍ତମାନ ଆମେ ୟୁଜରନେମ୍ Bella ଓ ତା’ର ପାସୱର୍ଡ ସହିତ ଲଗ୍-ଇନ୍ କରିବା |
01:08 | ବର୍ତ୍ତମାନ ଆମେ Superlibrarian Bella ଭାବେ Koha ଇଣ୍ଟରଫେସ୍ ମଧ୍ୟରେ ଅଛେ |
01:14 | ଆମେ ଆଗକୁ ବଢ଼ିବା ପୂର୍ବରୁ, ଚାଲନ୍ତୁ ପ୍ରଥମେ item types କ’ଣ, ତାହା ବୁଝିବା |
01:20 | item type ହେଉଛି, ସାଧାରଣତଃ ଲାଇବ୍ରେରୀରେ ଥିବା ମ୍ୟାଟେରିଆଲଗୁଡ଼ିକ, ଯେପରି Books, Journals, CD/DVD, ଆଦି |
01:31 | Kohaରେ ଥିବା ପ୍ରତ୍ୟେକ item typeକୁ ଗୋଟିଏ Collection Code ଆସାଇନ୍ କରାଯାଇଛି |
01:37 | ଏହି କୋଡ୍, ନିର୍ଦ୍ଦିଷ୍ଟ ଭାବେ ସେହି item typeକୁ ଚିହ୍ନଟ କରିଥାଏ |
01:42 | ଚାଲନ୍ତୁ, ଗୋଟିଏ ନୂଆ item typeକୁ ଯୋଡ଼ିବା ବିଷୟରେ ଶିଖିବା |
01:46 | Koha Home ପେଜ୍ରେ ଥିବା Koha Administration ଉପରେ କ୍ଲିକ୍ କରନ୍ତୁ |
01:52 | Basic parameters ବିଭାଗକୁ ଯାଆନ୍ତୁ ଏବଂ Item Typesରେ କ୍ଲିକ୍ କରନ୍ତୁ |
01:59 | Item types administration ପେଜ୍ ର ଉପର ଭାଗରେ ଥିବା New Item Type ବଟନ୍ରେ କ୍ଲିକ୍ କରନ୍ତୁ |
02:06 | Item type ଫିଲ୍ଡରେ, ଆପଣ ଯୋଡ଼ିବାକୁ ଚାହୁଁଥିବା ନୂଆ Item type ପାଇଁ ଗୋଟିଏ କୋଡ୍ ଲେଖନ୍ତୁ |
02:13 | REF ଟାଇପ୍ କରନ୍ତୁ |
02:17 | Description ଫିଲ୍ଡ ଆଇଟମ୍ ପ୍ରକାରର ବର୍ଣ୍ଣନା ପାଇଁ ଅଛି |
02:22 | ତେଣୁ, ଏଠାରେ Reference ଟାଇପ୍ କରନ୍ତୁ. ସର୍ଚ୍ଚ କ୍ୟାଟେଗୋରୀ ଫିଲ୍ଡକୁ ଛାଡ଼ିଦିଅନ୍ତୁ |
02:30 | ତା’ପରେ, ଗୋଟିଏ ଆଇକନ୍ ଚୟନ କରନ୍ତୁ: |
02:33 | ବ୍ରିଜ୍ ଟାବ୍ ରେ କ୍ଲିକ୍ କରନ୍ତୁ |
02:37 | ଏଠାରେ ନିମ୍ନରେ ପ୍ରଦାନ କରାଯାଇଥିବା ବିକଳ୍ପଗୁଡ଼ିକ ମଧ୍ୟରୁ, ଆଇଟମ୍ ପ୍ରକାର ସହିତ ମେଳ ହେବାକୁ ଥିବା ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
02:45 | ଏହି ରେଫରେନ୍ସ ଆଇକନ୍ କୁ ଚୟନ କରନ୍ତୁ |
02:49 | ତା’ପରେ, Hide in OPAC: କିପରି ସହାୟକ ହୋଇଥାଏ, ତାହା ଶିଖିବା |
02:54 | ମନକରନ୍ତୁ, ଗୋଟିଏ ବହି ନଷ୍ଟ ହୋଇଯାଇଛି ଏବଂ/କିମ୍ବା ବାଇଣ୍ଡିଂ କରିବା ଉଦ୍ଦେଶ୍ୟରେ ଅଲଗା ରଖାଯାଇଛି |
03:02 | ଏପରି କ୍ଷେତ୍ରରେ Hide in OPAC ବିକଳ୍ପ ବହିଟିକୁ ସମସ୍ତ ୟୁଜର୍ ଙ୍କ ପାଇଁ ଅଦୃଶ୍ୟ କରିଦେବ |
03:11 | ଆପଣଙ୍କ ଆବଶ୍ୟକତାନୁସାରେ Hide in OPAC ପାଇଁ ଥିବା ଚେକ୍-ବକ୍ସକୁ, ଚେକ୍ କିମ୍ବା ଅନ୍-ଚେକ୍ କରନ୍ତୁ: ମୁଁ ଚେକ୍-ବକ୍ସକୁ ଖାଲି ଛାଡ଼ିଦେବି |
03:21 | ଆଇଟମ୍ଗୁଡ଼ିକ, ଯାହାକୁ ଲାଇବ୍ରେରୀରେ ରଖାଯାଇଛି, କିନ୍ତୁ ବଣ୍ଟାଯାଇନାହିଁ, ସେଗୁଡ଼ିକ ପାଇଁ Not for loan ବିକଳ୍ପକୁ ଚୟନ କରନ୍ତୁ |
03:29 | ଉଦାହରଣସ୍ଵରୂପ, ରେଫରେନ୍ସ ବହି, ଦୁର୍ଲଭ ବହି, ଅଭିଧାନ, ଆଦି |
03:36 | ମୁଁ ଏହି ଚେକ୍-ବକ୍ସକୁ ଖାଲି ଛାଡ଼ିଦେବି |
03:40 | ଯଦି ଚାହାନ୍ତି, ତେବେ ଆଦାୟ ହେବାକୁ ଥିବା ଶୁଳ୍କର ପରିମାଣକୁ ଆପଣ Rental charge ଫିଲ୍ଡରେ ଲେଖିପାରିବେ. ଲାଇବ୍ରେରୀରେ ଥିବା ନିର୍ଦ୍ଦିଷ୍ଟ ଆଇଟମଗୁଡ଼ିକ ପାଇଁ ଗୋଟିଏ ସର୍ବନିମ୍ନ ଶୁଳ୍ଜ ଆଦାୟ ହେବା ଉଚିତ |
03:51 | ମୁଁ କୌଣସି ଶୁଳ୍କ ଲେଖିବି ନାହିଁ, ଯେହେତୁ ଅଧିକାଂଶ ଆଇଟମଗୁଡ଼ିକ ପାଇଁ ଶୁଳ୍କ ଆଦାୟର ଆବଶ୍ୟକତା ନାହିଁ |
04:00 | ଯଦି ଆପଣ ଶୁଳ୍କର ପରିମାଣ ଲେଖିବାକୁ ଚାହାନ୍ତି, ତେବେ କେବଳ ଗୋଟିଏ ବୈଧ ସଂଖ୍ୟାକୁ ଲେଖିବା ପାଇଁ ଭୁଲନ୍ତୁ ନାହିଁ |
04:07 | ତା’ପରେ, Checkin ମେସେଜ୍ ପାଇଁ ଥିବା ଟେକ୍ସଟ୍ ଫିଲ୍ଡ |
04:11 | Checkin ମେସେଜ୍, ନିର୍ଦ୍ଦିଷ୍ଟ ପ୍ରକାରର ଆଇଟମ୍ ଉପରେ ନିର୍ଭର କରିଥାଏ |
04:16 | ବିକଳ୍ପଗୁଡ଼ିକ ହୋଇପାରେ, Book , Serial, Cd/DVD, Bound Volume, Microfilm, ଆଦି |
04:26 | Checkin ମେସେଜ୍ ଫିଲ୍ଡରେ ମୁଁ Bound Volume ଟାଇପ୍ କରିବି |
04:32 | ଏହା ପଛକୁ Checkin ମେସେଜ୍ ର ପ୍ରକାର ରହିବ |
04:36 | ଆଇଟମର ପ୍ରକାର ଉପରେ ନିର୍ଭର କରି, ଆଇଟମ୍ ପାଇଁ ଗୋଟିଏ ମେସେଜ୍ କିମ୍ବା ଆଲର୍ଟ ଚୟନ କରନ୍ତୁ |
04:42 | ମନେରଖନ୍ତୁ, ଚୟନିତ ବିକଳ୍ପ ଅନୁସାରେ, ଯେତେବେଳେ ଏହି ନିର୍ଦ୍ଦିଷ୍ଟ ଆଇଟମ୍ ପାଇଁ ଚେକ୍-ଇନ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ, ସେତେବେଳେ ଗୋଟିଏ ମେସେଜ୍ କିମ୍ବା ଗୋଟିଏ ଆଲର୍ଟ ପ୍ରଦର୍ଶିତ ହେବ |
04:53 | ମେସେଜ୍ ଚୟନ କରନ୍ତୁ |
04:56 | ପରବର୍ତ୍ତୀଟି ହେଉଛି, SIP ମିଡିଆ ପ୍ରକାର.
ଯଦି ଆପଣଙ୍କ ଲାଇବ୍ରେରୀରେ ଗୋଟିଏ ସର୍ଟର୍ କିମ୍ବା ଲକର୍ ସୁବିଧାର ବ୍ୟବହାର କରାଯାଉଥିବ, ତେବେ ହିଁ SIP ମିଡିଆ ପ୍ରକାରକୁ ଲାଗୁ କରାଯିବ |
05:07 | ତେଣୁ, ଏଠାରେ ମୁଁ SIP ମିଡିଆ ପ୍ରକାରକୁ ଛାଡ଼ିଦେଉଛି |
05:11 | Summary ଫିଲ୍ଡରେ, ଯଦି ଆପଣ ଚାହନ୍ତି, ତେବେ ସେହି ନିର୍ଦ୍ଦିଷ୍ଟ ଆଇଟମ୍ ପାଇଁ ଆପଣ ଗୋଟିଏ ସାରାଂଶ ଲେଖିପାରିବେ |
05:18 | ମୁଁ ଟାଇପ୍ କରିବି
Item type- Reference Facilitate- Self check out/return |
05:25 | ଶେଷରେ, Save changes ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:30 | Item types administration ନାମକ ଗୋଟିଏ ନୂଆ ପେଜ୍ ଖୋଲିଯିବ |
05:35 | ନୂଆ Item type ପାଇଁ ପୂରଣ କରାଯାଇଥିବା ସମସ୍ତ ବିବରଣୀ, Item types administration ପେଜ୍ ରେ ଗୋଟିଏ ଟେବୁଲାର୍ ଫର୍ମରେ ଦେଖାଦେବ |
05:45 | ଧ୍ୟାନ ଦେବା ପାଇଁ ଥିବା କେତୋଟି ଜରୁରୀ କଥା, ସେଗୁଡ଼ିକ ହେଉଛି- |
05:49 | Item typesକୁ ଆସାଇନ୍ କରାଯାଇଥିବା Collection କୋଡ୍ କୁ ଏଡିଟ୍ କରାଯାଇପାରିବ ନାହିଁ |
05:54 | Item typesର ବର୍ଣ୍ଣନାକୁ ଏଡିଟ୍ କରାଯାଇପାରିବ. ଲାଇବ୍ରେରୀରେ ଥିବା ଆଇଟମ୍ଗୁଡ଼ିକ ଦ୍ଵାରା ଗୋଟିଏ Item types ଥରେ ବ୍ୟବହାର ହୋଇଯିବା ପରେ, ତାହାକୁ ଆଉ ଡିଲିଟ୍ କରାଯାଇପାରିବ ନାହିଁ |
06:05 | ଏହା ସହିତ ଆମେ ଏହି ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆସିଯାଇଛେ |
06:08 | ସଂକ୍ଷିପ୍ତରେ |
06:10 | ଏହି ଟ୍ୟୁଟୋରିଆଲରେ ଆମେ, Item types ଏବଂ ଗୋଟିଏ Item typeକୁ କିପରି ଯୋଡ଼ିବା, ଶିଖିଲେ |
06:18 | ଗୋଟିଏ ଆସାଇନମେମେଣ୍ଟ ଭାବେ, ନିଜର ଲାଇବ୍ରେରେରେ ଗୋଟିଏ ନୂଆ ଆଇଟମ୍ ଭାବେ Book ଓ Serialକୁ ଯୋଡ଼ନ୍ତୁ |
06:25 | ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
06:33 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
06:43 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ |
06:47 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
06:59 | ଆଇଆଇଟି ବମ୍ବେ ତରଫରୁ
ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |