Koha-Library-Management-System/C2/Add-Subscription-in-Serials/Oriya
00:01 | How to add Subscription in Serials ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲ୍ରେ ଆମେ ଗୋଟିଏ ନୂଆ Serialରେ କିପରି ଗୋଟିଏ ସବସ୍କ୍ରିପ୍ସନ୍ ଯୋଡ଼ାଯାଏ, ଶିଖିବା |
00:15 | ଏହି ଟ୍ୟୁଟୋରିଆଲ୍କୁ ରେକର୍ଡ କରିବା ପାଇଁ ମୁଁ
Ubuntu Linux Operating ସିଷ୍ଟମ୍ 16.04 ଏବଂ Koha ଭର୍ସନ୍ 16.05 ବ୍ୟବହାର କରୁଛି |
00:29 | ଏହି ଟ୍ୟୁଟୋରିଆଲ୍କୁ ଅନୁସରଣ କରିବା ପାଇଁ ଶିକ୍ଷାର୍ଥୀଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ |
00:35 | ଆପଣଙ୍କ ସିଷ୍ଟମ୍ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଆବଶ୍ୟକ |
00:39 | ଏବଂ Kohaରେ ଆପଣଙ୍କର Admin ଆକ୍ସେସ୍ ମଧ୍ୟ ଥିବା ଆବଶ୍ୟକ. ଯଦି ନ ଥାଏ, ତେବେ ଦୟାକରି ଏହି ୱେବସାଇଟ୍ରେ ଥିବା Koha ସ୍ପୋକନ୍ ଟ୍ୟୁଟୋରିଆଲ୍ର ଅଧ୍ୟାୟଗୁଡ଼ିକୁ ଦେଖନ୍ତୁ |
00:50 | ପୂର୍ବବର୍ତ୍ତୀ ଗୋଟିଏ ଟ୍ୟୁଟୋରିଆଲ୍ରେ ଆମେ Serialର ସବସ୍କ୍ରିପ୍ସନ୍କୁ କ୍ୟାଟାଲଗ୍ କରିବା ଶିଖିଛେ |
00:57 | ଏହି ଟ୍ୟୁଟୋରିଆଲ୍ରେ ଆମେ, Serialରେ ଗୋଟିଏ ନୂଆ ସବସ୍କ୍ରିପ୍ସନ୍ ଯୋଡ଼ିବା ବିଷୟରେ ଶିଖିବା |
01:04 | Superlibrarian Bella ଏବଂ ତାଙ୍କର ପାସ୍ୱର୍ଡ ସହିତ ଲଗ୍-ଇନ୍ କରନ୍ତୁ |
01:10 | ଏହି ଶୃଙ୍ଖଳାର ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲ୍ରେ ବର୍ଣ୍ଣନା କରାଯାଇଥିବା ଭଳି, Serials ସବସ୍କ୍ରିପ୍ସନ୍ ପାଇଁ ଗୋଟିଏ ଭେଣ୍ଡର୍ ତିଆରି କରନ୍ତୁ |
01:18 | ଏହାକୁ Mumbai Journal supplier ଭାବେ ନାମିତ କରନ୍ତୁ. ତା’ପରେ ଗୋଟିଏ ଇମେଲ୍ ଆଇଡି. - Mumbaijournals@gmail.comକୁ ଯୋଡ଼ନ୍ତୁ |
01:30 | Primary acquisitions contact:, Primary serials contact:, Contact about late orders ଓ Contact about late issues ପାଇଁ ଥିବା ଚେକ୍-ବକ୍ସଗୁଡ଼ିକୁ ଚେକ୍ କରିବା ଭୁଲନ୍ତୁ ନାହିଁ |
01:46 | ଏହି ବିବରଣୀଗୁଡ଼ିକୁ ଏହି ଟ୍ୟୁଟୋରିଆଲ୍ର ପରବର୍ତ୍ତୀ ବିଭାଗରେ ବ୍ୟବହାର କରାଯିବ |
01:51 | ଏହିପରି ଭାବେ ଆପଣଙ୍କୁ ନିଜର ଭେଣ୍ଡର୍ ପାଇଁ ବିବରଣୀଗୁଡ଼ିକୁ ପୂରଣ କରିବାକୁ ହେବ |
01:56 | ସବସ୍କ୍ରାଇବ୍ କରିବାକୁ ଥିବା ଜର୍ନଲ୍ର ସ୍କ୍ରୀନଶଟ୍ ଏଠାରେ ଅଛି |
02:01 | ଏଠାରେ ପ୍ରଦର୍ଶିତ ହୋଇଥିବା ସମସ୍ତ ଡାଟାକୁ ମୁଁ ମୋର Koha ଇଣ୍ଟରଫେସ୍ରେ ଲେଖିବାକୁ ଯାଉଛି |
02:08 | ଚାଲନ୍ତୁ, Koha ଇଣ୍ଟରଫେସ୍କୁ ଯିବା |
02:12 | ବର୍ତ୍ତମାନ Koha ହୋମ୍-ପେଜ୍ରେ ଥିବା Serials ଉପରେ କ୍ଲିକ୍ କରନ୍ତୁ |
02:18 | ଖୋଲିଥିବା ପେଜ୍ରେ New Subscription ଉପରେ କ୍ଲିକ୍ କରନ୍ତୁ |
02:24 | ଏହା ଦ୍ଵାରା Add a new subscription (1/2) ଲେଖାଥିବା ଆଉ ଗୋଟିଏ ନୂଆ ପେଜ୍ ଖୋଲିବ |
02:30 | ଏଠାରେ କିଛି ବିବରଣୀ ପୂରଣ କରିବା ପାଇଁ କୁହାଯିବ |
02:35 | ଭେଣ୍ଡର୍ ପାଇଁ, ଦୁଇଟି ଖାଲି ବକ୍ସର ପାଖରେ ଥିବା Search for vendor ଟାବ୍ରେ କ୍ଲିକ୍ କରନ୍ତୁ |
02:43 | ଗୋଟିଏ ନୂଆ ୱିଣ୍ଡୋରେ, ଗୋଟିଏ ନୂଆ ପେଜ୍, Serial subscription: search for vendor ଖୋଲିବ |
02:50 | ଭେଣ୍ଡର୍ ନାମ ପାଇଁ ଥିବା ଫିଲ୍ଡରେ Mumbai Journal Supplier ଲେଖନ୍ତୁ |
02:56 | ଆପଣଙ୍କୁ ଏଠାରେ ନିଜର ଭେଣ୍ଡର୍ଙ୍କ ନାମ ଲେଖିବାକୁ ହେବ. ବର୍ତ୍ତମାନ, ଏହି ଫିଲ୍ଡର ଡାହାଣପଟେ ଥିବା OK ବଟନ୍ରେ କ୍ଲିକ୍ କରନ୍ତୁ |
03:05 | Vendor search results ପ୍ରଦର୍ଶନ କରାଉଥିବା ଗୋଟିଏ ନୂଆ ପେଜ୍ ଖୋଲିବ |
03:10 | ତଳ ଟେବଲ୍ରେ ଥିବା Select: ବିଭାଗରେ Choose ଉପରେ କ୍ଲିକ୍ କରନ୍ତୁ, ଯାହା ଭେଣ୍ଡର୍ ନାମ ପାଖରେ ଅଛି |
03:19 | ସେହି ପେଜ୍, Add a new subscription (1/2) ପୁଣିଥରେ ଖୋଲିବ. ଯେହେତୁ ଟ୍ୟୁଟୋରିଆଲ୍ର ପରବର୍ତ୍ତୀ ସମୟରେ ଏହି ପେଜ୍କୁ ପୁନର୍ବାର ବ୍ୟବହାର କରାଯିବ, ତେଣୁ ଏହାକୁ ବନ୍ଦ କରନ୍ତୁ ନାହିଁ |
03:31 | ତା’ପରେ, ରେକର୍ଡ ବିଷୟରେ ଜାଣିବା. Record ପାଖରେ ଦୁଇଟି ଖାଲି ବକ୍ସ ଥିବା ଦେଖନ୍ତୁ |
03:37 | ଏହି ଦୁଇଟି ଖାଲି ବକ୍ସ ତଳେ ଦୁଇଟି ଟାବ୍ ଅଛି:
Search for record ଓ Create record |
03:46 | ଯଦି ରେକର୍ଡ ପୂର୍ବରୁ ବିଦ୍ୟମାନ ଥାଏ, ତେବେ Search for recordରେ କ୍ଲିକ୍ କରନ୍ତୁ |
03:53 | ଅନ୍ୟଥା, ପ୍ରାସଙ୍ଗିକ Serial ପାଇଁ ନୂଆ ଏଣ୍ଟ୍ରୀ ତିଆରି କରିବାକୁ Create record ଟାବ୍ରେ କ୍ଲିକ୍ କରନ୍ତୁ |
04:01 | ପୂର୍ବବର୍ତ୍ତୀ ଗୋଟିଏ ଟ୍ୟୁଟୋରିଆଲ୍ରେ ଆମେ, Indian Journal of Microbiology ଶୀର୍ଷକ ଥିବା ଗୋଟିଏ Serialକୁ ପୂର୍ବରୁ କ୍ୟାଟାଲଗ୍ କରିସାରିଛେ |
04:10 | ତେଣୁ, Search for record ଟାବ୍ରେ କ୍ଲିକ୍ କରନ୍ତୁ |
04:16 | Catalog search ନାମକ ଗୋଟିଏ ନୂଆ ୱିଣ୍ଡୋ ଖୋଲିଯିବ |
04:21 | Keyword ପାଇଁ ଥିବା ଫିଲ୍ଡରେ Indian ଲେଖନ୍ତୁ |
04:27 | ତା’ପରେ, ପେଜ୍ ତଳେ ଥିବା Searchରେ କ୍ଲିକ୍ କରନ୍ତୁ |
04:32 | ଗୋଟିଏ ନୂଆ ପେଜ୍, Search results from 1 to 1 of 1 ଖୋଲିବ |
04:39 | ଏଠାରେ ନିମ୍ନଲିଖିତ ବିବରଣୀ ପୂର୍ବରୁ ପୂରଣ ହୋଇଥିବ:
Title - Indian Journal of Microbiology, Publisher - Springer, ISSN- 0046-8991 |
04:58 | ଆପଣ ଲେଖିଥିବା ବିବରଣୀଗୁଡ଼ିକୁ ଦେଖିବାକୁ ପାଇବେ |
05:02 | ତା’ପରେ, ଟେବଲ୍ର ଡାହାଣପଟ କୋଣରେ ଥିବା Choose ବଟନ୍ରେ କ୍ଲିକ୍ କରନ୍ତୁ |
05:07 | ସେହି ୱିଣ୍ଡୋ ବନ୍ଦ ହୋଇଯିବ ଏବଂ ଲେଖାଯାଇଥିବା ବିବାରଣୀଗୁଡ଼ିକ ପେଜ୍ରେ ଦେଖାଦେବ - |
05:13 | ରେକର୍ଡ ପାଇଁ ଥିବା ଫିଲ୍ଡରେ Add a new subscription (1/2).
ମୋ କ୍ଷେତ୍ରରେ ଏହା ସଂଖ୍ୟା 3 ପ୍ରଦର୍ଶନ କରୁଛି |
05:22 | ଆପଣ କରିଥିବା ଏଣ୍ଟ୍ରୀ ଉପରେ ଭିତ୍ତି କରି ଆପଣଙ୍କ ଇଣ୍ଟରଫେସ୍ରେ ଏହା ଭିନ୍ନ ହୋଇପାରେ |
05:29 | ଆଗକୁ ବଢ଼ିବା ସହିତ ନିମ୍ନଲିଖିତକୁ ସେହିପରି ଛାଡ଼ିଦିଅନ୍ତୁ |
05:33 | ଆଗକୁ ବଢ଼ନ୍ତୁ.
ଲାଇବ୍ରେରୀ ପାଇଁ ଡ୍ରପ୍-ଡାଉନ୍ରୁ Spoken Tutorial Library ଚୟନ କରନ୍ତୁ |
05:41 | ଯଦି ଆବଶ୍ୟକ ହୁଏ, ତେବେ ଆପଣ
Public note ଓ Nonpublic note ପାଇଁ ଥିବା ଫିଲ୍ଡଗୁଡ଼ିକୁ ପୂରଣ କରିପାରିବେ |
05:47 | ମୁଁ ସେଗୁଡ଼ିକୁ ଖାଲି ରଖିବି |
05:50 | ତା’ପରେ, Patron notification: ଅଛି.
ଡ୍ରପ୍-ଡାଉନ୍ରୁ Routing List ଚୟନ କରନ୍ତୁ |
05:59 | Grace period: ପାଇଁ 15 day(s) ଚୟନ କରନ୍ତୁ |
06:04 | Number of issues to display to staff: ଫିଲ୍ଡରେ 4 ଲେଖନ୍ତୁ |
06:10 | Number of issues to display to the public: ଫିଲ୍ଡରେ 4 ଲେଖନ୍ତୁ |
6:15 | ସମସ୍ତ ବିବରଣୀ ପୂରଣ କରିସାରିବା ପରେ ପେଜ୍ ତଳେ ଥିବା Next ବଟନ୍ରେ କ୍ଲିକ୍ କରନ୍ତୁ |
06:22 | ଗୋଟିଏ ନୂଆ ପେଜ୍, Add a new subscription (2/2) ଖୋଲିବ |
06:27 | Serials Planning ବିଭାଗ ପାଇଁ ନିମ୍ନଲିଖିତ ପୂରଣ କରନ୍ତୁ - |
06:32 | First issue publication date: ଫିଲ୍ଡରେ 01/01/2017 ଲେଖନ୍ତୁ |
06:41 | Frequency: ଫିଲ୍ଡ ପାଇଁ ⅓ months ଚୟନ କରନ୍ତୁ, ଯାହା ଡ୍ରପ୍-ଡାଉନ୍ରେ ତ୍ରୟମାସିକ ଅଟେ |
06:48 | Subscription length: ଫିଲ୍ଡ ପାଇଁ issues ଚୟନ କରନ୍ତୁ, ଯଦି ପୂର୍ବରୁ ଡ୍ରପ୍-ଡାଉନ୍ରେ ଚୟନ ହୋଇନଥାଏ.
Enter amount in numerals ପାଇଁ ଥିବା ବକ୍ସରେ 4 ଲେଖନ୍ତୁ |
07:01 | Subscription start date: ଫିଲ୍ଡରେ 01/01/2017 ଲେଖନ୍ତୁ.
Subscription end date: ଫିଲ୍ଡରେ 01/12/2017 ଲେଖନ୍ତୁ |
07:20 | Numbering pattern: ଫିଲ୍ଡ ପାଇଁ ଡ୍ରପ୍-ଡାଉନ୍ରୁ Volume, Numberକୁ ଚୟନ କରନ୍ତୁ |
07:26 | Locale ପାଇଁ ଡ୍ରପ୍-ଡାଉନ୍ରୁ English ଚୟନ କରନ୍ତୁ. ଯଦି English ବ୍ୟତୀତ ଅନ୍ୟ କୌଣସି ଭାଷା ଥାଏ, ତେବେ ଆପଣ ଡ୍ରପ୍-ଡାଉନ୍ରୁ ଗୋଟିଏ ଉପଯୁକ୍ତ ବିକଳ୍ପର ଚୟନ କରିପାରିବେ |
07:38 | ତା’ପରେ, Volume ଓ Number ପାଇଁ ଥିବା ଟେବଲ୍ ପାଇଁ ନିମ୍ନଲିଖିତ ବିବରଣୀ ଲେଖନ୍ତୁ |
07:43 | Begins with: Volume = 57,
Begins with: Number =1, Inner counter: Number =4 |
07:55 | ହେଲେ, ଯଦି ଆପଣ ପେଟର୍ନ-ପ୍ରକାରକୁ ବଦଳାଇବାକୁ ଚାହାନ୍ତି, ତେବେ Show/Hide advanced pattern ଉପରେ କ୍ଲିକ୍ କରନ୍ତୁ |
08:04 | ଏଣ୍ଟ୍ରୀଗୁଡ଼ିକୁ ଏଡିଟ୍ କରିବା ପାଇଁ, Advanced prediction pattern ଟେବଲ୍ ତଳେ ଥିବା modify patternରେ କ୍ଲିକ୍ କରନ୍ତୁ |
08:12 | ଧ୍ୟାନ ଦିଅନ୍ତୁ ଯେ, ପେଟର୍ନ ନାମ ନିଶ୍ଚିତ ରୂପେ : Volume, Number ହେବା ଉଚିତ |
08:18 | Numbering formula ନିଶ୍ଚିତ ରୂପେ: Vol.{X}, No.{Y} ହେବା ଉଚିତ |
08:24 | Advanced prediction pattern ଟେବଲ୍ରେ, Koha ଡିଫଲ୍ଟ ଭାବେ ନିମ୍ନଲିଖିତ ଭାଲ୍ୟୁଗୁଡ଼ିକୁ ଚୟନ କରିଥାଏ-
Label: ସ୍ତମ୍ଭ X କୁ Volume ଭାବେ ଏବଂ ସ୍ତମ୍ଭ Yକୁ Number ଭାବେ |
08:39 | ସ୍ତମ୍ଭ X ପାଇଁ ଥିବା Begins with :କୁ 57 ଭାବେ ଏବଂ
ସ୍ତମ୍ଭ Y ପାଇଁ ଥିବା Begins with :କୁ 1 ଭାବେ ଏବଂ ଏହିପରି |
08:48 | ବର୍ତ୍ତମାନ ପେଜ୍ର ନିମ୍ନଭାଗରେ ଥିବା Test prediction pattern ବଟନ୍ ଉପରେ କ୍ଲିକ୍ କରନ୍ତୁ |
08:54 | ସେହି ପେଜ୍ର ଡାହାଣପଟକୁ Prediction pattern ଦେଖାଦେବ |
09:00 | Prediction patternରେ ନିମ୍ନଲିଖିତ ବିବରଣୀ ଦେଖାଦେବ-
Number, Publication date ଓ Not published |
09:11 | ଶେଷରେ, ପେଜ୍ ତଳେ ଥିବା Save subscription ବଟନ୍ ଉପରେ କ୍ଲିକ୍ କରନ୍ତୁ |
09:18 | ନିମ୍ନଲିଖିତ ବିବରଣୀ ସହିତ ଗୋଟିଏ ନୂଆ ପେଜ୍ Subscription for Indian Journal of Microbiology ଖୋଲିଯିବ:
Information Planning Issues ଓ Summary |
09:34 | Planning ଟାବ୍ ଉପରେ କ୍ଲିକ୍ କରନ୍ତୁ |
09:37 | ନିମ୍ନଲିଖିତ ବିବରଣୀକୁ ଯାଞ୍ଚ କରନ୍ତୁ-
Starting with: ଟାବ୍ ନିଶ୍ଚିତ ରୂପେ Volume ଏବଂ ଟାବ୍ Number: 57 ଓ 1 ହେବା ଉଚିତ |
09:46 | Rollover: ଟାବ୍ ପାଇଁ Volume ଓ Number ନିଶ୍ଚିତ ରୂପେ 99999 ଓ 12 ହେବା ଦରକାର |
09:56 | ତା’ପରେ Issues ଟାବ୍ରେ କ୍ଲିକ୍ କରନ୍ତୁ.
ଏହା ନିମ୍ନଲିଖିତ ବିବରଣୀକୁ ପ୍ରଦର୍ଶନ କରିବ- Issue Number: Vol. 57 ଓ No. 1 ଭାବେ Planned Date: 01/01/2017 ଭାବେ |
10:17 | Published date: 01/01/2017 ଭାବେ
Published date (Text): ଖାଲି ରହିବ, Status: Expected ରହିବ |
10:31 | ଏହା ସହିତ Journal subscriptionକୁ ସଫଳତାର ସହ ଯୋଡ଼ାଗଲା |
10:36 | Subscription of Serialsକୁ ଯୋଡ଼ିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି-
ଜର୍ନଲ୍, ମ୍ୟାଗାଜିନ୍, |
10:43 | Serial, Newspapers ଏବଂ ଅନ୍ୟାନ୍ୟ ଆଇଟମ୍, ଯାହା ନିୟମିତ ସମୟ ସମୟରେ ପ୍ରକାଶିତ ହୋଇଥାଏ, ସେଗୁଡ଼ିକ ଉପରେ ନଜର ରଖିବା |
10:50 | ବର୍ତ୍ତମାନ ଆପଣ Kohaରୁ ଲଗ୍-ଆଉଟ୍ କରିପାରନ୍ତି |
10:53 | ଏହା କରିବା ପାଇଁ Koha interface ର ଉପର ଡାହାଣପଟ କୋଣକୁ ଯାଆନ୍ତୁ. Spoken Tutorial Library ଉପରେ କ୍ଲିକ୍ କରନ୍ତୁ ଏବଂ ଡ୍ରପ୍-ଡାଉନ୍ରୁ log out ଚୟନ କରନ୍ତୁ |
11:05 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆସିଯାଇଛେ |
11:09 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ରେ ଆମେ, ଗୋଟିଏ ନୂଆ Serial ପାଇଁ କିପରି ଗୋଟିଏ Subscription ଯୋଡ଼ାଯାଏ, ଶିଖିଲେ |
11:18 | ଆସାଇନମେଣ୍ଟ ଭାବେ, Journal of Molecular Biology ପାଇଁ ଗୋଟିଏ ନୂଆ Subscriptionକୁ ଯୋଡ଼ନ୍ତୁ |
11:26 | ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
11:33 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
11:42 | ଦୟାକରି ଏହି ଫୋରମ୍ରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ |
11:46 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
11:58 | ଆଇଆଇଟି ବମ୍ବେ ତରଫରୁ
ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |