KTouch/C2/Configuring-Settings/Oriya

From Script | Spoken-Tutorial
Jump to: navigation, search
Time Narration
00:00 Ktouchରେ ସେଟିଙ୍ଗ୍ସ କନଫିଗର୍‍ କରିବା ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
00:04 ଏହି ଟ୍ୟୁଟୋରିଆଲ୍‍ ରେ ଆପଣ ଶିଖିବେ, କିପରି
00:08 ଟ୍ରେନିଙ୍ଗର “Level” ପରିବର୍ତ୍ତନ କରିବେ

ଟାଇପିଙ୍ଗର ବେଗ ଆଡଜଷ୍ଟ କରିବେ

00:13 ଶର୍ଟକଟ୍‍ କୀଗୁଡ଼ିକୁ କନଫିଗର୍‍ କରିବେ

ଟୁଲ୍‍ ବାର୍ସ କନଫିଗର୍‍ କରିବେ ଟାଇପିଙ୍ଗ୍‍ ମେଟ୍ରିକ୍ସ ଦେଖିବେ

00:20 ଏଠାରେ ଆମେ ବ୍ୟବହାର କରୁଛୁ KTouch 1.7.1 ଓ Ubuntu Linux 11.10
00:27 KTouch ଖୋଲନ୍ତୁ
00:33 ଆମେ Level 1ରେ ଅଛେ. ଚାଲନ୍ତୁ ଦିତୀୟ ଲେଭଲ୍‍, Level 2କୁ ଯିବା
00:40 ଟ୍ରେନିଙ୍ଗର ସ୍ତର 2କୁ ବୃଦ୍ଧି କରିବାକୁ, ଲେଭଲ୍‍ ଫିଲ୍ଡ ପାଖରେ ଥିବା ଉପର ତ୍ରିଭୁଜ ଚିହ୍ନ ଉପରେ କ୍ଲିକ୍‍ କରନ୍ତୁ
00:48 ଆମେ, Level 2କୁ ପରିବର୍ତ୍ତନ କଲେ କ’ଣ ଘଟେ, ଦେଖନ୍ତୁ
00:52 Teacher’s Lineରେ ଅକ୍ଷରଗୁଡ଼ିକ ପରିବର୍ତ୍ତିତ ହୋଇଗଲା!
00:56 New Characters in this Level ଫିଲ୍ଡରେ ପ୍ରଦର୍ଶିତ ଅକ୍ଷରଗୁଡ଼ିକୁ ଦେଖନ୍ତୁ. ସେଗୁଡ଼ିକ ମଧ୍ୟ ପରିବର୍ତ୍ତିତ ହୋଇଯାଇଛି!
01:02 ଚୟନିତ Levelରେ ଏହି ଅକ୍ଷରଗୁଡ଼ିକୁ ଅଭ୍ୟାସ କରାଯିବ
01:07 ଏବେ, ଟାଇପିଙ୍ଗ୍‍ ଆରମ୍ଭ କରନ୍ତୁ
01:09 ବର୍ତ୍ତମାନ, Teacher’s Lineରେ ପ୍ରଦର୍ଶିତ ହୋଇନଥିବା ଗୋଟିଏ ଅକ୍ଷର ଟାଇପ୍‍ କରିବା
01:14 Student’s Line ନାଲି ହୋଇଗଲା
01:17 ଆପଣ ଆଉ କ’ଣ ଦେଖିପାରୁଛନ୍ତି?
01:19 Correctness ଫିଲ୍ଡରେ ପ୍ରଦର୍ଶିତ ଶତକଡ଼ା ହ୍ରାସ ପାଇଛି
01:23 Backspace ଦାବି ଭୁଲ୍‍ କୁ ଡିଲିଟ୍‍ କରନ୍ତୁ
01:27 ଚାଲନ୍ତୁ, Training Options ସେଟ୍‍ କରିବା ବିଷୟରେ ଶିଖିବା
01:31 Training Optionଗୁଡ଼ିକ କ’ଣ?
01:33 ଟାଇପିଙ୍ଗ୍‍ ବେଗ ଓ ସଠିକତା ପାଇଁ (ଟାଇପିଙ୍ଗ୍‍ ସଠିକତା ଶତକଡ଼ା) ମାନଦଣ୍ଡ ପରିବର୍ତ୍ତନ କରିବାକୁ ଆମେ Training Options ବ୍ୟବହାର କରୁ
01:41 ଗୋଟିଏ ନିର୍ଦ୍ଦିଷ୍ଟ ସ୍ତରରେ ଟାଇପ୍‍ କରାଯାଇପାରୁଥିବା ଲାଇନଗୁଡ଼ିକର ସଂଖ୍ୟାକୁ ମଧ୍ୟ ଆମେ କଷ୍ଟମାଇଜ୍‍ କରିପାରିବା
01:47 ମେନ୍‍ ମେନୁରୁ Settings ସିଲେକ୍ଟ କରି Configure KTouch କ୍ଲିକ୍‍ କରନ୍ତୁ
01:52 Configure KTouch ଡାୟଲଗ୍‍ ବକ୍ସ ଦେଖାଦେବ
01:56 Configure Ktouch ଡାୟଲଗ୍‍ ବକ୍ସର ବାମ ପେନେଲରୁ Training Options କ୍ଲିକ୍‍ କରନ୍ତୁ
02:02 ଡାହାଣ ପେନେଲରେ ଏବେ ବିଭିନ୍ନ Training Options ପ୍ରଦର୍ଶିତ ହେଲା
02:06 Typing speed, Correctness ଓ Workload ପାଇଁ ଚାଲନ୍ତୁ ଉପର ସୀମା ସେଟ୍‍ କରିବା
02:13 Limits to increase a levelରେ ଚାଲନ୍ତୁ
02:15 Typing Speedକୁ ମିନିଟ୍‍ ପିଛା 120 ଅକ୍ଷର ଓ Correctnessକୁ 85%ରେ ସେଟ୍‍ କରିବା
02:24 ଶେଷରେ Workloadକୁ 1ରେ ସେଟ୍‍ କରିବା
02:27 ଏହାର ଅର୍ଥ, ପ୍ରତ୍ୟେକ ସ୍ତରରେ ଆମକୁ କେବଳ ଗୋଟିଏ ଲାଇନ୍‍ ହିଁ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ
02:31 ତାହାପରେ ଆମେ ପରବର୍ତ୍ତୀ ସ୍ତରକୁ ଅଟୋମେଟିକାଲୀ ଚାଲିଯିବା
02:36 ପରବର୍ତ୍ତୀ ସ୍ତରକୁ ଯିବା ପୂର୍ବରୁ ଯଦି ଗୋଟିଏ ସ୍ତର ପାଇଁ ଆପଣ ଟ୍ରେନିଙ୍ଗ୍‍ ସମ୍ପୂର୍ଣ୍ଣ କରିବାକୁ ଚାହାଁନ୍ତି, ତେବେ Complete whole training level before proceeding ବକ୍ସ ଚେକ୍‍ କରନ୍ତୁ
02:46 ଚାଲନ୍ତୁ Typing Speed ଓ Correctness ପାଇଁ ନିମ୍ନ ସୀମା ସ୍ଥିର କରିବା
02:50 Limits to decrease a levelରେ, ଆମେ
02:53 Typing Speedକୁ ମିନିଟ୍‍ ପିଛା 60 ଅକ୍ଷର ଓ Correctnessକୁ 60ରେ ସେଟ୍‍ କରିବା
03:00 Remember level for next program start ବକ୍ସକୁ ଚେକ୍‍ କରନ୍ତୁ
03:06 Apply କ୍ଲିକ୍‍ କରି OK କ୍ଲିକ୍ କରନ୍ତୁ
03:09 ଆମେ ପୁଣିଥରେ ଏକ ନୂଆ ଅଧିବେଶନ ଆରମ୍ଭ କରିଲେ ହିଁ ପରିବର୍ତ୍ତନଗୁଡ଼ିକ ଲାଗୁ ହେବ
03:14 Start New Session କ୍ଲିକ୍‍ କରି Keep Current Level ସିଲେକ୍ଟ କରନ୍ତୁ
03:20 ପୁଣିଥରେ ଟାଇପିଙ୍ଗ୍‍ ଆରମ୍ଭ କରନ୍ତୁ
03:23 ଦେଖନ୍ତୁ, ବର୍ତ୍ତମାନ ବେଗ 0 ଅଛି. ଆମେ ଟାଇପ୍‍ କରିଲେ ତାହା ବଢ଼ିବ କିମ୍ୱା କମିବ
03:30 Pause Session କ୍ଲିକ୍‍ କରନ୍ତୁ. ଆମେ ଯେତେବେଳେ ପଜ୍‍ କରୁ, ଟାଇପିଙ୍ଗ୍‍ ବେଗ ଅପରିବର୍ତ୍ତିତ ରହିଥାଏ
03:38 ପୁଣିଥରେ ଟାଇପିଙ୍ଗ୍‍ ଆରମ୍ଭ କରନ୍ତୁ
03:40 ବେଗ 60 ତଳକୁ ଖସିଲେ, ଦେଖନ୍ତୁ, Speed ପାଖରେ ଥିବା ନାଲି ସର୍କଲ୍‍ ଧପଧପ ହେଉଛି
03:47 ଏହା ସୂଚିତ କରେ ଯେ, ବେଗ ପାଇଁ ସ୍ଥିର କରାଯାଇଥିବା ସୀମା, ଯାହା ହେଉଛି 60, ବେଗ ତାହାଠାରୁ ତଳକୁ ଖସିଯାଇଛି
03:54 ଏବେ, Teacher’s Lineରେ ପ୍ରଦର୍ଶିତ ହେଉନଥିବା ସଂଖ୍ୟା 4 ଟାଇପ୍‍ କରନ୍ତୁ
03:59 Student’s Line ନାଲି ହୋଇଗଲା
04:02 Correctnessର ଶତକଡ଼ା ମଧ୍ୟ ଖସିଗଲା
04:05 ଅକ୍ଷରର ସମୂହ କିମ୍ୱା Teacher’s Lineରେ ଦିଆଯାଇଥିବା ଅକ୍ଷର ମଧ୍ୟରେ ଥିବା ଖାଲି ସ୍ଥାନକୁ ଆପଣ ଦେଖିପାରୁଛନ୍ତି କି?
04:11 ଏବେ ମୁଁ, ଏହି ଶବ୍ଦ ପରେ Space Bar ଦାବିବି ନାହିଁ
04:15 Student’s Line ପୁଣିଥରେ ନାଲି ହୋଇଗଲା!
04:18 ଏହାର ଅର୍ଥ, ଖାଲି ସ୍ଥାନଗୁଡ଼ିକୁ ମଧ୍ୟ ସଠିକ୍‍ ଭାବରେ ନିଶ୍ଚିତ ଟାଇପ୍‍ କରିବାକୁ ହେବ
04:22 ଚାଲନ୍ତୁ, Student’s Lineରେ ଏକ ସମଗ୍ର ଲାଇନ୍‍ ସମ୍ପୂର୍ଣ୍ଣ କରି Enter ଦାବିବା
04:31 Level, 3କୁ ପରିବର୍ତ୍ତିତ ହୋଇଗଲା!
04:33 Level, 3କୁ କାହିଁକି ପରିବର୍ତ୍ତିତ ହୋଇଗଲା? ଏହା ଏଥିପାଇଁ, କାରଣ ଆମେ Workload, 1କୁ ସେଟ୍‍ କରିଛେ
04:39 ସେଥିପାଇଁ, ଯେତେବେଳେ ଆମେ Level 2 ପାଇଁ ଗୋଟିଏ ଲାଇନ୍‍ ସମ୍ପୂର୍ଣ୍ଣ କରି ଏଣ୍ଟର୍‍ ଦାବୁ, ଆମେ ପରବର୍ତ୍ତୀ ସ୍ତରକୁ ଯାଉ
04:47 ଦେଖନ୍ତୁ, Teacher’s Lineରେ ନୂଆ ଅକ୍ଷର ପ୍ରଦର୍ଶିତ ହେଲା
04:52 ଆମର ଟାଇପିଙ୍ଗ୍‍ ଅଧିବେଶନର ସ୍କୋର୍‍ ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି କି?
04:55 Lecture Statistics କ୍ଲିକ୍‍ କରନ୍ତୁ. Training Statistics ଡାୟଲଗ୍‍ ବକ୍ସ ଦେଖାଦେଲା
05:02 Tabsରେ କ୍ଲିକ୍‍ କରି ଦେଖନ୍ତୁ ଯେ, ସେଗୁଡ଼ିକ ପ୍ରତ୍ୟେକ କ’ଣ ସୂଚିତ କରନ୍ତି
05:07 Current Training Session ଉପରେ କ୍ଲିକ୍‍ କରନ୍ତୁ
05:12 ଏହା, ସାଧାରଣ ଷ୍ଟାଟିଷ୍ଟିକ୍ସ ବିବରଣୀ, ଟାଇପିଙ୍ଗର ହାର, ଟାଇପିଙ୍ଗର ସଠିକତା ଓ ଆପଣଙ୍କୁ ଯେଉଁ ଅକ୍ଷରଗୁଡ଼ିକ ଉପରେ ଧ୍ୟାନଦେବା ଦରକାର, ତାହାର ବିବରଣୀ ପ୍ରଦର୍ଶିତ କରେ
05:22 Current Training Session ଟାବ୍‌ରେ ପ୍ରଦର୍ଶିତ ହୋଇଥିବା ପରି ସମାନ ଭାବରେ Current Level Statistics ଟାବ୍‍ ବିବରଣୀ ପ୍ରଦର୍ଶିତ କରେ
05:31 ଆପଣଙ୍କ ଟାଇପିଙ୍ଗ ଅଗ୍ରଗତିର ଏକ ଗ୍ରାଫିକାଲ୍‍ ରିପ୍ରେଜେଣ୍ଟେଶନ୍‍ କୁ Monitor Progress ପ୍ରଦର୍ଶିତ କରେ
05:38 ଏହି ଡାୟଲଗ୍‍ ବକ୍ସକୁ ବନ୍ଦ କରନ୍ତୁ
05:41 ଆପଣ ନିଜର Shortcut Keys କ୍ରିଏଟ୍‍ କରିପାରିବେ
05:45 Shortcut Keys କ’ଣ?
05:47 Shortcut Keys ହେଉଛି, ଦୁଇ କିମ୍ୱା ଅଧିକ କୀ’ଗୁଡ଼ିକର ମିଶ୍ରଣ, ଯାହାକୁ ମେନୁ ଅପ୍ସନ୍‍ ବ୍ୟବହାର କରିବା ବଦଳରେ କୀ’ବୋର୍ଡରୁ ଦବାଯାଇପାରିବ
05:56 Lecture Statisticsକୁ ଦେଖିବା ପାଇଁ ଚାଲନ୍ତୁ ଏକ ଶର୍ଟକଟ୍‍ କୀ’ କନଫିଗର୍‍ କରିବା
06:01 ମେନ୍‍ ମେନୁରୁ Settings > Configure Shortcuts କ୍ଲିକ୍‍ କରନ୍ତୁ
06:06 Configure Shortcuts – KTouch ଡାୟଲଗ୍‍ ବକ୍ସ ଦେଖାଦେଲା
06:10 Search boxରେ Lecture Statistics ଏଣ୍ଟର୍‍ କରନ୍ତୁ
06:16 Lecture Statistics କ୍ଲିକ୍‍ କରନ୍ତୁ. Custom ସିଲେକ୍ଟ କରି None କ୍ଲିକ୍‍ କରନ୍ତୁ. ଆଇକନ୍‍ Inputକୁ ପରିବର୍ତ୍ତିତ ହୋଇଗଲା
06:24 ଏବେ, କୀ’ବୋର୍ଡରୁ Shift ଓ A କୀଗୁଡ଼ିକୁ ଏକାସାଙ୍ଗରେ ଦାବନ୍ତୁ
06:30 ଦେଖନ୍ତୁ, ଆଇକନ୍‍ ଏବେ, Shift+A ଅକ୍ଷର ପ୍ରଦର୍ଶିତ କଲା. OK କ୍ଲିକ୍‍ କରନ୍ତୁ
06:38 Shift ଓ A କୀଗୁଡ଼ିକୁ ଏକାସାଙ୍ଗରେ ଦାବନ୍ତୁ. Training Statistics ଡାୟଲଗ୍‍ ବକ୍ସ ଦେଖାଦେଲା.
06:45 ବନ୍ଦ କରିବାକୁ Close କ୍ଲିକ୍‍ କରନ୍ତୁ
06:49 Toolbar କନଫିଗର୍‍ କରିବାକୁ KTouch ଆପଣଙ୍କୁ ଅନୁମତି ଦେଇଥାଏ
06:53 ଧରନ୍ତୁ, ଆମେ ଏକ ଆଇକନ୍‍ ଭାବେ Quit KTouch କମାଣ୍ଡକୁ ପ୍ରଦର୍ଶିତ କରିବାକୁ ଚାହୁଁଛେ
06:58 ମେନ୍‍ ମେନୁରୁ, Settingsରେ କ୍ଲିକ୍‍ କରି Configure Toolbars କ୍ଲିକ୍‍ କରନ୍ତୁ
07:03 Configure Toolbars – KTouch ଡାୟଲଗ୍‍ ବକ୍ସ ଦେଖାଦେଲା
07:07 ବାମ ପେନେଲ୍‍ ରେ, ଅପ୍ସନ୍‍ ତାଲିକାରୁ Quit ଆଇକନ୍‍ ସିଲେକ୍ଟ କରନ୍ତୁ. ତାହା ଉପରେ ଡବଲ୍‍ କ୍ଲିକ୍‍ କରନ୍ତୁ
07:15 ଆଇକନଟି ଡାହାଣ ପେନେଲକୁ ଚାଲିଗଲା. Apply କ୍ଲିକ୍‍ କରିବା ପରେ OK କ୍ଲିକ୍‍ କରନ୍ତୁ
07:22 Quit ଆଇକନ୍‍ ଏବେ KTouch ୱିଣ୍ଡୋରେ ପ୍ରଦର୍ଶିତ ହେଲା
07:26 ଏହା ଆମକୁ KTouch ଉପରେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
07:30 ଏହି ଟ୍ୟୁଟୋରିଆଲରେ ଆମେ, ଟ୍ରେନିଙ୍ଗ୍‍ ଲେଭଲ୍‍ ସଂଶୋଧନ, ବେଗ ତଦାରଖ କିପରି କରାଯାଏ ଓ ଟାଇପିଙ୍ଗର ସଠିକତା ବିଷୟରେ ଶିଖିଲେ
07:38 କୀ’ବୋର୍ଡ ଶର୍ଟକଟ୍ସ କନଫିଗର୍‍ କରିବା ଓ ଟୁଲ୍‍ ବାର୍ସ ବିଷୟରେ ମଧ୍ୟ ଶିଖିଲେ
07:43 ଏକ ଆସାଇନମେଣ୍ଟ ଭାବେ
07:46 KTouch କନଫିଗରରେ Workloadକୁ 2କୁ ପରିବର୍ତ୍ତନ କରନ୍ତୁ
07:50 Complete whole training level before proceeding ବକ୍ସ ଚେକ୍‍ କରନ୍ତୁ
07:56 ଏବେ, ଏକ ନୂଆ ଟାଇପିଙ୍ଗ୍‍ ଅଧିବେଶନ ଖୋଲନ୍ତୁ ଓ ଟାଇପିଙ୍ଗ୍‍ ଅଭ୍ୟାସ କରନ୍ତୁ
08:00 ଶେଷରେ, ନିଜର Lecture Statistics ଯାଞ୍ଚ କରନ୍ତୁ
08:04 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
08:07 ଏହା, ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:10 ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍‍ ନାହିଁ, ଏହାକୁ ଡାଉନଲୋଡ୍‍ କରି ଦେଖିପାରିବେ
08:15 ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟିମ୍‍:
08:17 ସ୍ପୋକନ୍‍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:20 ଅନଲାଇନ୍‍ ଟେଷ୍ଟ ପାସ୍‍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
08:23 ଅଧିକ ବିବରଣୀ ପାଇଁ ଦୟାକରି ଏହି ଇ-ମେଲ୍‍ କୁ ଲେଖନ୍ତୁ (contact@spoken-tutorial.org)
08:29 ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ, ଟକ୍‍ ଟୁ ଏ ଟିଚର୍‍ ପ୍ରୋଜେକ୍ଟର ଏକ ଅଂଶ
08:33 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ, ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
08:41 ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ (http://spoken-tutorial.org/NMEICT-Intro)
08:52 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep