Java/C3/Using-final-keyword/Oriya
From Script | Spoken-Tutorial
Time | Narration |
00:01 | Using final keyword ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:05 | ଏହି ଟ୍ୟୁଟୋରିଆଲ୍ ରେ ଆମେ final କୀୱର୍ଡ ବିଷୟରେ ଏବଂ କେତେବେଳେ ଏହାକୁ ପ୍ରୟୋଗ କରାଯାଏ ଶିଖିବା |
00:11 | ଆମେ - final variables, final methods, final classଗୁଡିକ ବିଷୟରେ ମଧ୍ୟ ଶିଖିବା |
00:18 | ଏଠାରେ ଆମେ ବ୍ୟବହାର କରୁଛୁ: ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
JDK 1.7 Eclipse 4.3.1 |
00:30 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Java ଓ Eclipse IDE ଉପରେ ମୌଳିକ ଜ୍ଞାନ ଥିବା ଦରକାର |
00:36 | ଆପଣଙ୍କର ନିଶ୍ଚିତରୂପେ Subclassing ଓ Method overriding ଉପରେ ଜ୍ଞାନ ଥିବା ଆବଶ୍ୟକ |
00:41 | ଯଦି ନାହିଁ, ତେବେ ସମ୍ପର୍କିତ Java ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:46 | ସର୍ବପ୍ରଥମେ ଆମେ, final କୀୱର୍ଡ କ’ଣ, ତାହା ଶିଖିବା |
00:50 | Javaରେ final ଗୋଟିଏ keyword କିମ୍ବା ସଂରକ୍ଷିତ ଶବ୍ଦ ଅଟେ |
00:55 | ଏହାକୁ variables, methods କିମ୍ବା classଗୁଡିକରେ ପ୍ରୟୋଗ କରଯାଇପାରିବ |
01:01 | ବର୍ତ୍ତମାନ ଚାଲନ୍ତୁ final ଭେରିଏବଲ୍ କ’ଣ ଶିଖିବା |
01:05 | final variable ଗୋଟିଏ ଭେରିଅବଲ୍ ଅଟେ ଯାହାର ଭେଲ୍ୟୁକୁ ପରିବର୍ତ୍ତନ କରାଯାଇପାରିବ ନାହିଁ. ତାହା ଗୋଟିଏ constant ହେବ |
01:13 | ବର୍ତ୍ତମାନ Eclipse IDEକୁ ଫେରିଆସନ୍ତୁ. ମୁଁ ପୂର୍ବ ଟ୍ୟୁଟୋରିଆଲରେ MyProject ନାମକ ଗୋଟିଏ ପ୍ରୋଜେକ୍ଟକୁ ସୃଷ୍ଟି କରିସାରିଛି |
01:22 | ତେଣୁ ସିଧାସଳଖ ଆମେ ପ୍ରୋଜେକ୍ଟର Employee classକୁ ଯିବା |
01:26 | ଭେରିଏବଲ୍ nameକୁ ଆସନ୍ତୁ |
01:30 | ଭେରିଏବଲ୍ name ପୂର୍ବରୁ final keywordକୁ ସଂଯୁକ୍ତ କରନ୍ତୁ. ଭେରିଏବଲ୍ nameକୁ final ଭାବେ ଘୋଷଣା କରନ୍ତୁ |
01:40 | ଭେଲ୍ୟୁ sneha ସହିତ ଭେରିଏବଲ୍ nameକୁ ଇନିଶିଆଲାଇଜ୍ କରନ୍ତୁ |
01:45 | ପ୍ରୋଗ୍ରାମକୁ Save କରିବା ସହିତ Run କରନ୍ତୁ |
01:48 | କମ୍ପାଇଲେଶନ୍ ଏରର୍ ପ୍ରାପ୍ତ ହେବ: The final field Employee.name cannot be assigned |
01:55 | ଏହାର କାରଣ ଏଠାରେ final variable ନାମକୁ ଘୋଷଣା କରିବା ସହିତ ଇନିଶିଆଲାଇଜ୍ କରାଯାଇଛି |
02:05 | ଗୋଟିଏ final ଭେରିଏବଲକୁ କେବଳମାତ୍ର ଥରେ ଇନିଶିଆଲାଇଜ୍ କରାଯାଇପାରିବ |
02:08 | ତେଣୁ ମେଥଡ୍ setNameକୁ କମେଣ୍ଟ କରନ୍ତୁ ଯାହା ଭେରିଏବଲ୍ nameକୁ ରୂପାନ୍ତର କରିଥାଏ |
02:14 | classକୁ ସେଭ୍ କରନ୍ତୁ |
02:16 | ବର୍ତ୍ତମାନ TestEmployee classକୁ ଆଲୋଚନା କରନ୍ତୁ |
02:19 | main ମେଥଡକୁ ଆସିବା ସହିତ ଲାଇନ୍ manager.setName("Nikkita Dinesh");କୁ କମେଣ୍ଟ କରନ୍ତୁ |
02:26 | ଏହି ଲାଇନକୁ କମେଣ୍ଟ କରାଗଲା ଯେହେତୁ ଏହା ମେଥଡ୍ setNameର ଇନଷ୍ଟାନ୍ସ ଅଟେ |
02:31 | ଆମେ Employee କ୍ଲାସରେ setName ମେଥଡକୁ କମେଣ୍ଟ କରିସାରିଛେ |
02:35 | ବର୍ତ୍ତମାନ କ୍ଲାସକୁ Save କରିବା ସହିତ ପ୍ରୋଗ୍ରାମକୁ Run କରନ୍ତୁ |
02:38 | ଠିକ୍ ଅଛି ଆଉଟପୁଟ୍,
Name: Sneha Email: abc@gmail.com Manager of: Accounts, ପ୍ରାପ୍ତ ହେଲା |
02:47 | ଏହି ଆଉଟପୁଟ୍ ପ୍ରାପ୍ତ କଲେ ଯେହେତୁ ଆମେ ଏହି ଭେଲ୍ୟୁଗୁଡିକ ସହିତ ଭେରିଏବଲଗୁଡିକୁ TestEmployee class ଓ Employee classରେ ଇନିଶିଆଲାଇଜ୍ କରିସାରିଛେ |
02:58 | ବର୍ତ୍ତମାନ Employee କ୍ଲାସରେ ଥିବା final ଭେରିଏବଲ୍ nameକୁ ଆସନ୍ତୁ |
03:02 | final variable nameର ଇନିଶିଆଲାଇଜେଶନକୁ କାଢିଦିଅନ୍ତୁ. ତାହା snehaକୁ କାଢିଦେବ |
03:08 | ମେଥଡ୍ setNameରେ ଥିବା କମେଣ୍ଟକୁ କାଢିଦିଅନ୍ତୁ |
03:12 | ପ୍ରୋଗ୍ରାମକୁ Save କରିବା ସହିତ Run କରନ୍ତୁ |
03:14 | ଏରର୍ ପ୍ରାପ୍ତ ହେଲା: The final field Employee.name cannot be assigned |
03:20 | ଏହାର କାରଣ ଯଦି final ଭେରିଏବଲ୍ ଇନିଶିଆଲାଇଜ୍ ହୋଇନାହିଁ ତେବେ କେବଳ constructorକୁ ଇନିଶିଆଲାଇଜ୍ କରାଯାଇପାରିବ |
03:28 | ଏହାର ଅର୍ଥ ଏହାକୁ ପ୍ରୋଗ୍ରାମର କୌଣସି ସ୍ଥାନରେ ରୂପାନ୍ତର କରାଯାଇପାରିବ ନାହିଁ |
03:33 | ଏଥି ପାଇଁ Employee classରେ ଗୋଟିଏ constructorକୁ ସୃଷ୍ଟି କରନ୍ତୁ. ପୂର୍ବେ ଆମେ constructor ଗୋଟିଏ କ’ଣ ଶିଖିଛେ |
03:43 | ଆମେ ଜାଣିଛେ ଯେ class ନେମ୍ ଭଳି constructorର ସମାନ ନେମ୍ ଥାଏ |
03:47 | ତେଣୁ ଟାଇପ୍ କରନ୍ତୁ: Employee, parentheses, open and close curly brackets ଏବଂ କର୍ଲୀ ବ୍ରାକେଟ୍ ମଧ୍ୟରେ, ଭେଲ୍ୟୁ sneha ସେମିକଲନ୍ ସହିତ ଭେରିଏବଲ୍ nameକୁ ଇନିଶିଆଲାଇଜ୍ କରନ୍ତୁ |
04:08 | ମେଥଡ୍ setNameକୁ କମେଣ୍ଟ କରନ୍ତୁ |
04:12 | ପ୍ରୋଗ୍ରାମକୁ Save କରିବା ସହିତ Run କରନ୍ତୁ |
04:15 | ଆମେ ଆଶା କରିଥିବା ଆଉଟପୁଟ୍ ପ୍ରାପ୍ତ କଲେ |
04:17 | final ଭେରିଏବଲ୍ ସଫଳତାର ସହ ଗୋଟିଏ constructorରେ ଇନିଶିଆଲାଇଜ୍ ହୋଇଛି |
04:22 | ବର୍ତ୍ତମାନ ଆମେ final static variables ବିଷୟରେ ଶିଖିବା |
04:26 | Employee classରେ ଥିବା ଫାଇନାଲ୍ ଭେରିଏବଲକୁ ଆସନ୍ତୁ |
04:30 | final keyword ପୂର୍ବରୁ କୀୱର୍ଡ staticକୁ ସଂଯୁକ୍ତ କରନ୍ତୁ. ଆମେ final variableକୁ static କରିସାରିଛେ |
04:38 | ପ୍ରୋଗ୍ରାମକୁ Save କରିବା ସହିତ Run କରନ୍ତୁ |
04:40 | ଏରର୍ ପ୍ରାପ୍ତ ହେଲା: The final field Employee.name cannot be assigned |
04:46 | ଏହାର କାରଣ ହେଉଛି static final variablesକୁ constructorରେ ଇନିଶିଆଲାଇଜ୍ କରାଯାଇପାରିବ ନାହିଁ |
04:53 | ସେମାନଙ୍କର ଘୋଷଣା ସହିତ ନିଶ୍ଚିତରୂପେ ଗୋଟିଏ ଭେଲ୍ୟୁକୁ ଆସାଇନ୍ କରାଯିବା ଆବଶ୍ୟକ. କିମ୍ବା ସେମାନଙ୍କୁ ନିଶ୍ଚିତରୂପେ ଗୋଟିଏ static blockରେ ଘୋଷଣା କରାଯିବା ଆବଶ୍ୟକ |
05:01 | ଗୋଟିଏ classର ସମସ୍ତ ଅବଜେକ୍ଟଗୁଡିକ ମଧ୍ୟରେ static ଭେରିଏବଲଗୁଡିକ ମଧ୍ୟରେ ବଣ୍ଟନ କରାଯାଇଥାଏ |
05:06 | ଗୋଟିଏ ନୂତନ objectର ସୃଷ୍ଟି ଦ୍ଵାରା static variableକୁ ପରିବର୍ତ୍ତନ କରିପାରେ. ଏହା ଗ୍ରହଣୀୟ ନୁହେଁ ଯଦି static variable, final ହୁଏ |
05:14 | Eclipse IDEକୁ ଫେରିଆସନ୍ତୁ |
05:17 | ତେଣୁ ବର୍ତ୍ତମାନ ଗୋଟିଏ static block ସୃଷ୍ଟି କରନ୍ତୁ |
05:20 | ଏଥି ପାଇଁ Employee କ୍ଲାସରେ ଆମେ ସୃଷ୍ଟି କରିଥିବା constructorକୁ ଆସନ୍ତୁ |
05:26 | ଏଠାରେ Employee ପାରେନ୍ଥେସିସ୍ ବ୍ୟତିତ static ଟାଇପ୍ କରନ୍ତୁ. ଆମେ ଗୋଟିଏ static block ସୃଷ୍ଟି କରିଛେ |
05:35 | ବର୍ତ୍ତମାନ ପ୍ରୋଗ୍ରାମକୁ Save କରିବା ସହିତ Run କରନ୍ତୁ |
05:38 | ଆମେ ଆଶାକରିଥିବା ଆଉଟପୁଟ୍ ପ୍ରାପ୍ତ କଲେ. ସଫଳତାର ସହ ଆମେ static final ଭେରିଏବଲକୁ ଇନିଶିଆଲାଇଜ୍ କରିଛନ୍ତି |
05:46 | ବର୍ତ୍ତମାନ method ପ୍ରତି final ଭେରିଏବଲକୁ ଗୋଟିଏ ପାରାମିଟର୍ ଭାବେ ବ୍ୟବହାର କରନ୍ତୁ |
05:52 | Employee କ୍ଲାସରେ ଥିବା ମେଥଡ୍ setEmailକୁ ଆସନ୍ତୁ |
05:55 | String newEmail ପୂର୍ବରୁ final କୀୱର୍ଡକୁ ସଂଯୁକ୍ତ କରନ୍ତୁ. ଆମେ ପାରାମିଟରକୁ final ଭାବେ କରିସାରିଛେ |
06:03 | ପ୍ରୋଗ୍ରାମକୁ Save କରିବା ସହିତ Run କରନ୍ତୁ |
06:06 | ଆମେ ଆଶା କରିଥିବା ଆଉଟପୁଟ୍ ପ୍ରାପ୍ତ କଲେ |
06:09 | ବର୍ତ୍ତମାନ ମେଥଡ୍ setEmailକୁ ଆସନ୍ତୁ. ମେଥଡ୍ ମଧ୍ୟରେ ଟାଇପ୍ କରନ୍ତୁ: newEmail is equal to abc@gmail.com ସେମିକୋଲନ୍ |
06:28 | final ଭେରିଏବଲ୍ newEmailକୁ ଆମେ ରୂପାନ୍ତର କରିସାରିଛେ |
06:32 | ପୁନର୍ବାର ପ୍ରୋଗ୍ରାମକୁ Save କରିବା ସହିତ Run କରନ୍ତୁ |
06:35 | ଏରର୍ ପ୍ରାପ୍ତ ହେଲା: The final local variable newEmail cannot be assigned |
06:42 | ଏହାର କାରଣ ଗୋଟିଏ ମେଥଡ୍ ପ୍ରତି ପାରାମିଟର୍ ଭାବେ final ଭେରିଏବଲକୁ ସେହି ମେଥଡ୍ ଦ୍ଵାରା ରୂପାନ୍ତର କରାଯାଇପାରିବ ନାହିଁ |
06:50 | ତେଣୁ ଭେରିଏବଲରେ ହୋଇଥିବା ରୂପାନ୍ତରକୁ କାଢିଦିଅନ୍ତୁ |
06:54 | ବର୍ତ୍ତମାନ ଚାଲନ୍ତୁ final method ବିଷୟରେ ଶିଖିବା. employee classରେ ଥିବା ମେଥଡ୍ getDetailsକୁ ଆସନ୍ତୁ |
07:01 | ମେଥଡ୍ getDetails ପୂର୍ବରୁ କୀୱର୍ଡ finalକୁ ସଂଯୁକ୍ତ କରନ୍ତୁ. ଆମେ ମେଥଡକୁ final ଭାବେ କରିସାରିଛେ |
07:08 | ପ୍ରୋଗ୍ରାମକୁ Save କରିବା ସହିତ Run କରନ୍ତୁ |
07:10 | ଏରର୍ ପ୍ରାପ୍ତ ହେଲା: class Manager overrides final method getDetails() |
07:16 | Manager କ୍ଲାସରେ ଥିବା method getDetails()କୁ ଆସନ୍ତୁ |
07:21 | ଏହାର କାରଣ ହେଉଛି ଯଦି ଆପଣ କୌଣସି methodକୁ final କରିସାରିଛନ୍ତି ତେବେ ଏହାକୁ override କରିପାରିବେ ନାହିଁ |
07:29 | Employee classରେ Manager class method getDetails, getDetails methodକୁ ଓଭରରାଇଡ୍ କରୁଛି |
07:36 | ଯଦି final method, private ହୁଏ କ’ଣ ହେବ? |
07:39 | private ମେଥଡଗୁଡିକ child class ଦ୍ଵାରା ଇନହେରିଟ୍ ହୁଅନ୍ତି ନାହିଁ |
07:43 | ତେଣୁ child classରେ ଗୋଟିଏ ମେଥଡ୍ getDetails()କୁ ସଂଯୁକ୍ତ କରିପାରିବେ. ଆପଣ ଏହାକୁ ଗୋଟିଏ ଆସାଇନମେଣ୍ଟ ଭାବେ ଚେଷ୍ଟା କରିପାରିବେ |
07:51 | Eclipse IDEକୁ ଫେରିଆସନ୍ତୁ |
07:54 | Employee କ୍ଲାସରେ getDetails ମେଥଡ୍ ପୂର୍ବରୁ କୀୱର୍ଡ finalକୁ କାଢିଦିଅନ୍ତୁ |
08:03 | ଭେରିଏବଲ୍ ନେମ୍ final ପୂର୍ବରୁ କୀୱର୍ଡ staticକୁ କାଢିଦିଅନ୍ତୁ |
08:10 | ବର୍ତ୍ତମାନ constructorକୁ final ଭାବେ ଘୋଷଣା କରାଯାଇପାରିବ କି ନାହିଁ ଚାଲନ୍ତୁ ଶିଖିବା |
08:15 | ଏଥି ପାଇଁ ପୁନର୍ବାର ଗୋଟିଏ constructor ସୃଷ୍ଟି କରନ୍ତୁ. ତେଣୁ static ବ୍ୟତିତ ଟାଇପ୍ କରନ୍ତୁ: Employee ପାରେନ୍ଥେସିସ୍ |
08:26 | constructor ପୂର୍ବରୁ କୀୱର୍ଡ finalକୁ ସଂଯୁକ୍ତ କରନ୍ତୁ |
08:31 | ପ୍ରୋଗ୍ରାମକୁ Save କରିବା ସହିତ Run କରନ୍ତୁ |
08:36 | ଏରର୍ ପ୍ରାପ୍ତ ହେଲା: Illegal modifier for the constructor in type Employee |
08:42 | ଏହାର କାରଣ constructor, final ହୋଇପାରିବେ ନାହିଁ ଯେହେତୁ constructorଗୁଡିକ ଇନହେରିଟ୍ ହୋଇପାରିବେ ନାହିଁ |
08:50 | constructor ପୂର୍ବରୁ କିୱର୍ଡ finalକୁ କାଢିଦିଅନ୍ତୁ |
08:54 | ବର୍ତ୍ତମାନ ଆମେ final class ବିଷୟରେ ଶିଖିବା |
08:57 | class Employeeକୁ final କରିବା ପାଇଁ ଏହା ପୂର୍ବରୁ କୀୱର୍ଡ finalକୁ ସଂଯୁକ୍ତ କରନ୍ତୁ |
09:03 | ପ୍ରୋଗ୍ରାମକୁ Save କରିବା ସହିତ Run କରନ୍ତୁ |
09:06 | ଏରର୍ ପ୍ରାପ୍ତ ହେଲା: The method setEmail is undefined for the type Manager |
09:12 | ପ୍ରକୃତ ଏରରକୁ ଜାଣିବା ପାଇଁ TestEmployee କ୍ଲାସକୁ ଆସିବା ସହିତ ଲାଇନଗୁଡିକୁ କମେଣ୍ଟ କରନ୍ତୁ |
09:21 | manager.setEmail("abc@gmail.com"); manager.setDepartment("Accounts"); |
09:28 | କ୍ଲାସକୁ Save କରିବା ସହିତ ପ୍ରୋଗ୍ରାମକୁ run କରନ୍ତୁ |
09:31 | ପ୍ରକୃତ ଏରର୍ The type manager cannot subclass the final class Employee ଅଟେ |
09:40 | ଏଠାରେ Manager class, Employee classକୁ ବିସ୍ତାର କରିବ |
09:45 | ତେଣୁ Employee କ୍ଲାସକୁ ଫେରିଆସିବା ସହିତ କୀୱର୍ଡ finalକୁ କାଢିଦିଅନ୍ତୁ ଏବଂ କ୍ଲାସକୁ ସେଭ୍ କରନ୍ତୁ |
09:54 | TestEmployee କ୍ଲାସକୁ ଆସନ୍ତୁ. ଲାଇନଗୁଡିକୁ manager.setEmail("abc@gmail.com"); manager.setDepartment("Accounts");କୁ ଅନକମେଣ୍ଟ କରନ୍ତୁ |
10:06 | କ୍ଲାସକୁ Save କରିବା ସହିତ ପ୍ରୋଗ୍ରାମକୁ run କରନ୍ତୁ |
10:09 | ଆମେ ଆଶା କରିଥିବା ଆଉଟପୁଟ୍ ପ୍ରାପ୍ତ କଲେ |
10:12 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ:
କେତେବେଳେ final କୀୱର୍ଡକୁ ପ୍ରୟୋଗ କରିବା final variables, final methods ଓ final classଗୁଡିକ କ’ଣ ଅଟନ୍ତି |
10:27 | ଗୋଟିଏ ଆସାଇନମେଣ୍ଟ ଭାବେ, Bike ଓ Vehicle କ୍ଲାସ୍ ପାଇଁ Using final keyword ଟ୍ୟୁଟୋରିଅଲରେ ଥିବା ସୋପାନଗୁଡିକୁ ପୁନଃବ୍ୟବହାର କରନ୍ତୁ ଯାହାକୁ ପୂର୍ବ ଟ୍ୟୁଟୋରିଆଲରେ ବ୍ୟବହାର କରାଯାଇଛି |
10:37 | Javaରେ କ୍ଲାସଗୁଡିକୁ ଲେଖନ୍ତୁ ଯେଉଁଗୁଡିକ final ଅଟନ୍ତି |
10:41 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
10:47 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.
ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
10:56 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |