Java/C2/Instance-fields/Oriya
From Script | Spoken-Tutorial
| Time | Narration |
| 00:02 | Javaରେ Instance Fields ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
| 00:08 | Instance Fields ବିଷୟରେ |
| 00:10 | ଗୋଟିଏ Classର Instance Fields ଆକ୍ସେସ୍ କରିବା |
| 00:13 | Instance Fields ପାଇଁ Modifiers |
| 00:15 | ଓ କାହିଁକି ଏହାକୁ Instance Fields କୁହାଯାଏ? |
| 00:18 | ଏଠାରେ ଆମେ ବ୍ୟବହାର କରୁଛୁ |
| 00:20 | Ubuntu 11.10 |
| 00:22 | JDK 1.6 ଓ |
| 00:24 | Eclipse 3.7.0 |
| 00:27 | ଏହି ଟ୍ୟୁଟୋରିଆଲ ପାଇଁ ଆପଣ ନିଶ୍ଚିତ ଭାବେ ଜାଣିଥିବା ଦରକାର |
| 00:30 | Eclipse ବ୍ୟବହାର କରି Javaରେ କିପରି ଏକ Class କ୍ରିଏଟ୍ କରାଯାଏ |
| 00:33 | Class ପାଇଁ ଆପଣ Object କ୍ରିଏଟ୍ କରିବା ବିଷୟରେ ମଧ୍ୟ ଜାଣିଥିବା ଉଚିତ |
| 00:38 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://www.spoken-tutorial.org |
| 00:43 | ଆମେ ଜାଣିଛେ ଯେ, Objectଗୁଡ଼ିକ Fieldsରେ ନିଜ ନିଜର ପୃଥକ୍ States ଷ୍ଟୋର୍ କରନ୍ତି |
| 00:48 | Static କୀୱର୍ଡ ବିନା ଏହି ଫିଲ୍ଡଗୁଡ଼ିକ ଘୋଷିତ ହୁଏ |
| 00:51 | ଆମେ ସେଗୁଡ଼ିକ ବିଷୟରେ ଆଗାମୀ ଟ୍ୟୁଟୋରିଆଲ୍ସରେ ଜାଣିବା |
| 00:55 | Non-Static Fields, Instance Variables କିମ୍ୱା Instance Fields ଭାବରେ ମଧ୍ୟ ଜଣାଶୁଣା |
| 01:01 | ଆମେ ପୂର୍ବରୁ ତିଆରି କରିସାରିଥିବା Student Classକୁ ଫେରିଚାଲନ୍ତୁ |
| 01:09 | ଆମେ ଦେଖିପାରୁଛେ ଯେ, ଏଠାରେ Roll_Number ଓ Name ହେଉଛି ଏହି Classର Instance Fields |
| 01:15 | ଏବେ ଆମେ, ଏହିସବୁ Fields ଆକ୍ସେସ୍ କରିବା ବିଷୟରେ ଶିଖିବା. |
| 01:18 | ସେଥିପାଇଁ, ଆମେ କ୍ରିଏଟ୍ କରିସାରିଥିବା TestStudent Class ଖୋଲନ୍ତୁ |
| 01:27 | ଦ୍ୱିତୀୟ Object କ୍ରିଏଟ୍ କରିବା ପାଇଁ ଆମେ ଷ୍ଟେଟମେଣ୍ଟକୁ କାଢ଼ିଦେଇପାରିବା |
| 01:33 | println ଷ୍ଟେଟମେଣ୍ଟକୁ ମଧ୍ୟ ଆମେ କାଢ଼ିଦେବା |
| 01:41 | ଏବେ ଆମେ, stud1 ଓ dot ଅପରେଟର୍ ବ୍ୟବହାର କରି Student Classର Fields, roll_no. ଓ Name ଆକ୍ସେସ୍ କରିବା |
| 01:49 | ତେଣୁ, ସେଥିପାଇଁ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସରେ The roll number is ତା’ପରେ ପ୍ଲସ୍ stud1 ଡଟ୍ ପ୍ରଦତ୍ତ ଅପ୍ସନ୍ ରୁ roll_no ଚୟନ କରି Enter ଦାବନ୍ତୁ ଓ ତା’ପରେ ସେମିକୋଲନ୍ |
| 02:15 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସରେ The name is ପ୍ଲସ୍ stud1 ଡଟ୍ name ଚୟନ କରି Enter ଦାବନ୍ତୁ ଓ ତା’ପରେ ସେମିକୋଲନ୍ |
| 02:39 | ଏବେ, TestStudent.java ଫାଇଲ୍ କୁ ସେଭ୍ କରି Run କରନ୍ତୁ. Ctrl S ଓ Ctrl F11 ଦାବନ୍ତୁ |
| 02:48 | ଆମେ, ନିମ୍ନ ଆଉଟପୁଟ୍ ପାଇଲେ: |
| 02:51 | The roll number is 0 |
| 02:53 | The name is null |
| 03:00 | ଏହାର କାରଣ ହେଉଛି, ଆମେ କୌଣସି ଭାଲ୍ୟୁକୁ Variables ଇନିଶିଆଲାଇଜ୍ କରିନେ |
| 03:05 | Javaରେ, Fieldsରେ ଯାଦୃଚ୍ଛିକ ଭାଲ୍ୟୁଜ୍ ରହିପାରିବ ନାହିଁ |
| 03:09 | Object ପାଇଁ Memory ଆବଣ୍ଟିତ ହୋଇସାରିବା ପରେ Fields, Null ବା Zeroକୁ ଇନିଶିଆଲାଇଜ୍ ହୋଇଥାଏ |
| 03:15 | ଏହା, Constructor ଦ୍ୱାରା କରାଯାଇଥାଏ |
| 03:18 | ଆମେ ତା’ ବିଷୟରେ ଆଗାମୀ ଟ୍ୟୁଟୋରିଆଲ୍ସରେ ଶିଖିବା |
| 03:21 | ଏବେ ଆମେ, ଏକ୍ସପ୍ଲିସିଟ୍ ଭାବେ Fields ଇନିଶିଆଲାଇଜ୍ କରି ଆଉଟପୁଟ୍ ଦେଖିବା |
| 03:27 | ତେଣୁ, ଟାଇପ୍ କରନ୍ତୁ: int roll_no ଇକ୍ୱାଲ୍ ଟୁ 50 ପରବର୍ତ୍ତୀ ଲାଇନ୍ String name ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Raju |
| 03:42 | ଫାଇଲ୍ କୁ ସେଭ୍ କରି Run କରନ୍ତୁ. Ctrl S ଓ Ctrl F11 ଦାବନ୍ତୁ |
| 03:50 | ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ: The roll number is 50 |
| 03:54 | The name is Raju |
| 03:56 | ଏହାର କାରଣ ହେଉଛି, ଆମେ, Student Classରେ ଏକ୍ସପ୍ଲିସିଟ୍ ଭାବେ ଭେରିବଲ୍ସ ଇନିଶିଆଲାଇଜ୍ କଲେ |
| 04:04 | ଆମେ ଏଠାରେ ଦେଖିପାରୁଛେ ଯେ, Fieldsରେ କୌଣସି Modifier କିମ୍ୱା Default Modifier ନାହିଁ |
| 04:10 | ଆମେ, Creating Classesରେ ଆଲୋଚନା କରିଥିବା Modifiers ବିଷୟରେ ମନେପକାନ୍ତୁ |
| 04:14 | ଆମେ, Fields ଆକ୍ସେସ୍ କରିପାରିବା, କାରଣ ସମାନ Packageରେ ଉଭୟ Student.java ଓ TestStudent.java ଅଛି |
| 04:22 | ଏଠାରେ ଦେଖନ୍ତୁ, ସେଗୁଡ଼ିକ ସମାନ Default Packageରେ ଅଛନ୍ତି |
| 04:30 | ଆମେ Packages ବିଷୟରେ ଆଗାମୀ ଟ୍ୟୁଟୋରିଆଲ୍ସରେ ଜାଣିବା |
| 04:34 | ଆମେ ଏବେ, Modifierକୁ ବଦଳାଇ Private କରିବା |
| 04:37 | ତେଣୁ, Field ଘୋଷଣା ପୂର୍ବରୁ ଟାଇପ୍ କରନ୍ତୁ: private ଟାଇପ୍ କରନ୍ତୁ: private ସ୍ପେସ୍ int roll_no=50; |
| 04:48 | ପରବର୍ତ୍ତୀ ଲାଇନ୍, private ସ୍ପେସ୍ String name = Raju; |
| 04:53 | ଏବେ, Student.java ଫାଇଲକୁ ସେଭ୍ କରନ୍ତୁ |
| 05:00 | TestStudent.javaରେ ଏରର୍ସ ଦେଖାଦେଲା |
| 05:05 | ଏରର୍ ଚିହ୍ନ ଉପରେ ମାଉସ୍ ଚଲାନ୍ତୁ |
| 05:08 | ଏହା କୁହେ ଯେ, The field Student dot roll number is not visible |
| 05:12 | ଓ The field Student dot name is not visible |
| 05:16 | ଏହାର କାରଣ ହେଉଛି, Private Fieldsକୁ କେବଳ ତାହାରି ନିଜସ୍ୱ Classରେ ହିଁ ଆକ୍ସେସ୍ କରିହେବ |
| 05:23 | Student Classରୁ ହିଁ ଆପଣ Roll_no ଓ Name ଆକ୍ସେସ୍ କରିବାକୁ ଚେଷ୍ଟା କରିପାରିବେ |
| 05:27 | କୌଣସି ଏରର୍ ବିନା ଆପଣ ସେଗୁଡ଼ିକୁ ଆକ୍ସେସ୍ କରିପାରିବେ |
| 05:32 | ଏବେ ଚାଲନ୍ତୁ, Modifierକୁ ବଦଳାଇ Protected କରିବା |
| 05:52 | ଫାଇଲ୍ କୁ ସେଭ୍ କରି ପ୍ରୋଗ୍ରାମ୍ Run କରନ୍ତୁ |
| 06:00 | କନସୋଲ୍ ଉପରେ ଆମେ ଆଉଟପୁଟ୍ କୁ ଦେଖିପାରୁଛେ. The Roll no is 50, The name is Raju |
| 06:07 | ଏହାର କାରଣ ହେଉଛି, ସମାନ Packageରେ ହିଁ Protected Fieldsକୁ ଆକ୍ସେସ୍ କରିହେବ |
| 06:17 | ଏବେ ଦେଖିବା, କାହିଁକି Instance Fieldsକୁ ସେହିପରି କୁହାଯାଏ? |
| 06:22 | Instance Fields କୁହାଯିବାର କାରଣ ହେଉଛି, Classର ପ୍ରତ୍ୟେକ Instanceରେ ସେଗୁଡ଼ିକର ଭାଲ୍ୟୁ ବିଶେଷ ଅଟେ |
| 06:29 | ଅନ୍ୟ ଶବ୍ଦରେ, ଗୋଟିଏ Classର ପ୍ରତ୍ୟେକ ଅବଜେକ୍ଟରେ ବିଶେଷ ଭାଲ୍ୟୁଜ୍ ରହିବ |
| 06:34 | TestStudent Classକୁ ଫେରିଯାଆନ୍ତୁ |
| 06:43 | ଏଠାରେ ଆମେ, Student Classର ଆଉ ଗୋଟିଏ Object କ୍ରିଏଟ୍ କରିବା |
| 06:50 | ତେଣୁ ଟାଇପ୍ କରନ୍ତୁ: ପରବର୍ତ୍ତୀ ଲାଇନ୍, Student ସ୍ପେସ୍ stud2 ଇକ୍ୱାଲ୍ ଟୁ new ସ୍ପେସ୍ Student ଓପନିଙ୍ଗ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ସ ସେମିକୋଲନ୍ |
| 07:06 | ଏବେ ଆମେ, TestStudent Classରେ ଥିବା ଅବଜେକ୍ଟସ୍ କୁ ଇନିଶିଆଲାଇଜ୍ କରିବା |
| 07:18 | ତେଣୁ, ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: stud1 ଡଟ୍ roll_no ସିଲେକ୍ଟ କରନ୍ତୁ Enter ଦାବନ୍ତୁ ଇକ୍ୱାଲ୍ ଟୁ 20 ସେମିକୋଲନ୍ |
| 07:32 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: stud1 ଡଟ୍ name ସିଲେକ୍ଟ କରନ୍ତୁ Enter ଦାବନ୍ତୁ ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Ramu ସେମିକୋଲନ୍ , Enter ଦାବନ୍ତୁ |
| 07:54 | ଏହିପରି ଭାବେ ଆମେ, ପ୍ରଥମ ଅବଜେକ୍ଟ ପାଇଁ Fields ଇନିଶିଆଲାଇଜ୍ କଲେ |
| 07:58 | ଏବେ ଆମେ, ଦ୍ୱିତୀୟ ଅବଜେକ୍ଟ ପାଇଁ Fields ଇନିଶିଆଲାଇଜ୍ କରିବା |
| 08:02 | ଟାଇପ୍ କରନ୍ତୁ: stud2 ଡଟ୍ roll_no ସିଲେକ୍ଟ କରନ୍ତୁ ଇକ୍ୱାଲ୍ ଟୁ 30 ସେମିକୋଲନ୍ |
| 08:15 | ପରବର୍ତ୍ତୀ ଲାଇନ୍, stud2 ଡଟ୍ name ସିଲେକ୍ଟ କରନ୍ତୁ ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Shyamu ସେମିକୋଲନ୍ , Enter ଦାବନ୍ତୁ |
| 08:34 | ଏବେ, println ଷ୍ଟେଟମେଣ୍ଟ ପରେ, ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ The roll number is ପ୍ଲସ୍ stud2 ଡଟ୍ roll_no ସିଲେକ୍ଟ କରନ୍ତୁ ଓ ସେମିକୋଲନ୍ |
| 09:03 | System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ The name is ପ୍ଲସ୍ stud2 ଡଟ୍ name ସିଲେକ୍ଟ କରନ୍ତୁ ଓ ସେମିକୋଲନ୍ |
| 09:28 | ଫାଇଲ୍ କୁ ସେଭ୍ କରି Run କରନ୍ତୁ. Ctrl S ଓ Ctrl F11 ଦାବନ୍ତୁ |
| 09:38 | ଆମେ, ନିମ୍ନ ଆଉଟପୁଟ୍ ପାଇଲେ: The roll_no is 20, The name is Ramu, The roll_no is 30, The name is shyamu |
| 09:47 | ଏଠାରେ, stud1 ଓ stud2, ଦୁଇଟି ଭିନ୍ନ Objectsକୁ ସନ୍ଦର୍ଭିତ କରୁଛନ୍ତି |
| 09:52 | ଏହାର ଅର୍ଥ, ଦୁଇଟି Objectsରେ ବିଶେଷ ଭାଲ୍ୟୁଜ୍ ଅଛି |
| 09:56 | ଆମେ ଏଠାରେ ତାହାକୁ ଦେଖିପାରୁଛେ,ପ୍ରଥମ ଅବଜେକ୍ଟ ର ଭାଲ୍ୟୁ ହେଉଛି 20 ଓ Ramu |
| 10:02 | ଦ୍ୱିତୀୟ ଅବଜେକ୍ଟ ର ଭାଲ୍ୟୁ ହେଉଛି 30 ଓ Shyamu |
| 10:09 | ଏବେ, ଆଉ ଗୋଟିଏ Object କ୍ରିଏଟ୍ କରିବା |
| 10:13 | ତେଣୁ ଟାଇପ୍ କରନ୍ତୁ: Student ସ୍ପେସ୍ stud3 ଇକ୍ୱାଲ୍ ଟୁ new ସ୍ପେସ୍ ବ୍ରାକେଟ୍ସ ମଧ୍ୟରେ Student ଓପନିଙ୍ଗ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ସ ସେମିକୋଲନ୍ |
| 10:36 | ଏବେ ଆମେ, ତୃତୀୟ Objectର ଭାଲ୍ୟୁକୁ ପ୍ରିଣ୍ଟ କରିବା |
| 10:44 | ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ The roll number is ପ୍ଲସ୍ stud3 ଡଟ୍ roll_no ସିଲେକ୍ଟ କରନ୍ତୁ ଓ ସେମିକୋଲନ୍ |
| 11:09 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ The name is ପ୍ଲସ୍ stud3 ଡଟ୍ name ସିଲେକ୍ଟ କରନ୍ତୁ ଓ ସେମିକୋଲନ୍ |
| 11:29 | ଏବେ, ଫାଇଲ୍ କୁ ସେଭ୍ କରି Run କରନ୍ତୁ. Ctrl S ଓ Ctrl F11 ଦାବନ୍ତୁ |
| 11:36 | ଆମେ ଦେଖିପାରୁଛେ ଯେ, ତୃତୀୟ Objectରେ 50 ଓ Raju ଭାଲ୍ୟୁଜ୍ ରହିଛି |
| 11:46 | ଏହାର କାରଣ ହେଉଛି, ଆମେ, ଏକ୍ସପ୍ଲିସିଟ୍ ଭାବେ Student Classର ଫିଲ୍ଡସ୍ କୁ 50 ଓ Rajuକୁ ଇନିଶିଆଲାଇଜ୍ କରିଛେ |
| 11:54 | ଏବେ ଆମେ, ତୃତୀୟ ଅବଜେକ୍ଟ ପାଇଁ Fieldକୁ ଡି-ଇନିଶିଆଲାଇଜ୍ କରି ଆଉଟପୁଟ୍ ଦେଖିବା |
| 12:02 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: |
| 12:05 | Instance Fields ବିଷୟରେ |
| 12:07 | Dot ଅପରେଟର୍ ବ୍ୟବହାର କରି Fields ଆକ୍ସେସ୍ କରିବା |
| 12:11 | ସ୍ୱ-ମୂଲ୍ୟାଙ୍କନ ପାଇଁ, |
| 12:13 | ପୂର୍ବରୁ ତିଆରି ହୋଇଥିବା TestEmployee Classରେ ଏକ emp2 ଅବଜେକ୍ଟ କ୍ରିଏଟ୍ କରନ୍ତୁ |
| 12:18 | ତା’ପରେ Dot ଅପରେଟର୍ ବ୍ୟବହାର କରି ଦୁଇଟି ଅବଜେକ୍ଟର ଭାଲ୍ୟୁଜ୍ ଇନିଶିଆଲାଇଜ୍ କରନ୍ତୁ |
| 12:23 | ପ୍ରଥମ ଅବଜେକ୍ଟ ପାଇଁ ଭାଲ୍ୟୁ ଭାବରେ 55 ଓ Priya ବ୍ୟବହାର କରନ୍ତୁ |
| 12:27 | ଦ୍ୱିତୀୟ ଅବଜେକ୍ଟ ପାଇଁ ଭାଲ୍ୟୁ ଭାବରେ 45 ଓ Sandeep ବ୍ୟବହାର କରନ୍ତୁ |
| 12:31 | ଆଉଟପୁଟ୍ ରେ ଉଭୟ ଅବଜେକ୍ଟ ପାଇଁ ଭାଲ୍ୟୁଜ୍ ପ୍ରଦର୍ଶିତ କରନ୍ତୁ |
| 12:34 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, |
| 12:37 | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial. |
| 12:40 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 12:43 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 12:47 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ |
| 12:49 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 12:52 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 12:56 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 13:01 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 13:05 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 13:11 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
| 13:19 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
| 13:22 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |