Java/C2/First-Java-Program/Oriya
From Script | Spoken-Tutorial
Time | Narration |
00:02 | First Java Program ସହିତ ଆରମ୍ଭ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:09 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
00:11 | ସରଳ Java ପ୍ରୋଗ୍ରାମ୍ କ୍ରିଏଟ୍ କରିବା |
00:14 | ପ୍ରୋଗ୍ରାମ୍ କମ୍ପାଇଲ୍ କରିବା |
00:16 | ପ୍ରୋଗ୍ରାମ୍ ରନ୍ କରିବା ଏବଂ |
00:19 | Javaରେ ପାଳନ କରାଯାଉଥିବା ନେମିଙ୍ଗ୍ କନଭେନସନ୍ସ ବିଷୟରେ |
00:23 | ଏଠାରେ ଆମେ ବ୍ୟବହାର କରୁଛୁ ଉବୁଣ୍ଟୁ ଭର୍ସନ୍ 11.10 ଓ JDK 1.6 |
00:32 | ଏହି ଟ୍ୟୁଟୋରିଆଲ୍ ଅନୁକରଣ କରିବା ପାଇଁ, ଆପଣଙ୍କ ସିଷ୍ଟମରେ JDK 1.6 ନିଶ୍ଚିତ ଭାବେ ଇନଷ୍ଟଲ୍ ହୋଇଥିବା ଦରକାର |
00:39 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org |
00:46 | ଠିକ୍ ଅଛି, ଏବେ ଚାଲନ୍ତୁ ଆମର ପ୍ରଥମ Java ପ୍ରୋଗ୍ରାମ୍ ଲେଖିବା |
00:51 | ସେଥିପାଇଁ, ଆପଣଙ୍କୁ ଗୋଟିଏ Terminal ଓ Text Editor ଦରକାର |
00:56 | ମୁଁ ମୋର Text Editor ଭାବେ Gedit ବ୍ୟବହାର କରୁଛି |
01:01 | Text Editorରେ, ପ୍ରଥମେ ଆମେ Class Hello World କ୍ରିଏଟ୍ କରିବା |
01:06 | ତେଣୁ, ଟାଇପ୍ କରନ୍ତୁ: Class HelloWorld. HelloWorld ହେଉଛି Classର ନାମ |
01:17 | ଏବଂ Curly ବ୍ରାକେଟ୍ ଖୋଲନ୍ତୁ. Enter ଓ Curly ବ୍ରାକେଟ୍ ବନ୍ଦ କରନ୍ତୁ |
01:24 | ଏହି ଦୁଇଟି କର୍ଲୀ ବ୍ରାକେଟ୍ ମଧ୍ୟରେ ଥିବା କୋଡ୍, Class HelloWorldର ଅଟେ |
01:33 | ଏବେ, ଉପରେ ଥିବା Save ଆଇକନ୍ ଉପରେ କ୍ଲିକ୍ କରି ଫାଇଲକୁ ସେଭ୍ କରନ୍ତୁ |
01:37 | ବାରମ୍ୱାର ଫାଇଲ ସେଭ୍ କରିବା ହେଉଛି ଏକ ଭଲ ଅଭ୍ୟାସ |
01:43 | Save As ଡାୟଲଗ୍ ବକ୍ସ ଖୋଲିଲା |
01:46 | ଆପଣ ସେଭ୍ କରିବାକୁ ଚାହୁଁଥିବା ସ୍ଥାନ ବ୍ରାଉଜ୍ କରନ୍ତୁ |
01:51 | ଏଠାରେ, Home Directoryରେ ମୁଁ ଗୋଟିଏ ଫୋଲ୍ଡର୍ କ୍ରିଏଟ୍ କରିବି |
01:57 | ଚାଲନ୍ତୁ, ଏହାକୁ Demo ନାମ ଦେଇ Enter ଦାବିବା |
02:02 | ତା’ପରେ, ଏହି ଫୋଲ୍ଡର୍ ଭିତରେ ଆମେ ଫାଇଲ୍ ସେଭ୍ କରିବା |
02:08 | Name ଟେକ୍ସଟ୍ ବକ୍ସରେ, Classର ନାମ ଟାଇପ୍ କରନ୍ତୁ |
02:13 | Javaରେ, Classର ନାମ ଓ ଫାଇଲର ନାମ ସମାନ ହେବା ଉଚିତ |
02:20 | ମନେପକାନ୍ତୁ ଯେ, ଆମେ Class HelloWorld କ୍ରିଏଟ୍ କରିଛେ |
02:25 | ତେଣୁ ଆମେ, HelloWorld dot Java ଭାବରେ ଫାଇଲ ସେଭ୍ କରିବା |
02:33 | Dot Java (.Java) ହେଉଛି Java ଫାଇଲକୁ ଦିଆଯାଇଥିବା ଏକ୍ସଟେନ୍ସନ୍ |
02:39 | ତା’ପରେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ. ଏବେ ଫାଇଲଟି ସେଭ୍ ହୋଇଗଲା |
02:47 | Class ଭିତରେ ଆମେ, Main Method ଲେଖିବା |
02:53 | ଟାଇପ୍ କରନ୍ତୁ:, "Public Static Void Main" parentheses, parentheses ଭିତରେ String arg ସ୍କ୍ୱାୟର୍ ବ୍ରାକେଟ୍ |
03:10 | ପ୍ରୋଗ୍ରାମର ପ୍ରାରମ୍ଭକୁ Main ଫଙ୍କଶନ୍ ଚିହ୍ନିତ କରେ |
03:15 | ଭବିଷ୍ୟତ ଟ୍ୟୁଟୋରିଆଲରେ ଆମେ Public, Static, Void ଓ String ବର୍ଣ୍ଣନା କରିବୁ |
03:23 | ପୁଣିଥରେ କର୍ଲୀ ବ୍ରାକେଟ୍ ଖୋଲନ୍ତୁ |
03:27 | Enter ଦାବି Curly ବ୍ରାକେଟ୍ ବନ୍ଦ କରନ୍ତୁ |
03:32 | ଏହି ଦୁଇଟି କର୍ଲୀ ବ୍ରାକେଟ୍ ମଧ୍ୟରେ ଥିବା କୋଡ୍, Main Methodର ଅଟେ |
03:41 | Terminal ଉପରେ ଗୋଟିଏ ଲାଇନ୍ ପ୍ରଦର୍ଶିତ କରିବା ପାଇଁ ଏବେ ଆମେ ଗୋଟିଏ କୋଡ୍ ଲେଖିବା |
03:46 | ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: System ଡଟ୍ Out ଡଟ୍ Println parentheses ସେମିକଲନ୍ |
03:59 | ଏହା ହେଉଛି ଗୋଟିଏ ଲାଇନ୍ ପ୍ରିଣ୍ଟ କରିବା ପାଇଁ ଷ୍ଟେଟମେଣ୍ଟ |
04:05 | ଗୋଟିଏ ଲାଇନ୍ ଟର୍ମିନେଟ୍ କରିବାକୁ ସେମିକଲନ୍ ବ୍ୟବହାର କରାଯାଏ |
04:10 | ଏବେ ଚାଲନ୍ତୁ Javaକୁ କହିବା, ସେ କ’ଣ ପ୍ରିଣ୍ଟ କରିବ |
04:13 | Parentheses ମଧ୍ୟରେ ଡବଲ୍ କ୍ୱୋଟ୍ସ ଭିତରେ ଟାଇପ୍ କରନ୍ତୁ: My first Java program ବିଶ୍ମୟ ସୂଚକ ଚିହ୍ନ |
04:30 | Save ଆଇକନ୍ ରେ କ୍ଲିକ୍ କରି ଫାଇଲକୁ ସେଭ୍ କରନ୍ତୁ |
04:36 | Terminal କୁ ଯାଆନ୍ତୁ |
04:38 | ସୁନିଶ୍ଚିତ କରନ୍ତୁ ଯେ, ଆପଣ ସେହି ଡାଇରେକ୍ଟୋରିରେ ଅଛନ୍ତି, ଯେଉଁଠାରେ ନିଜର HelloWorld.Java ସେଭ୍ କରିଛନ୍ତି |
04:46 | ମନେରଖନ୍ତୁ ଯେ, ବର୍ତ୍ତମାନ ମୁଁ Home Directoryରେ ଅଛି |
04:50 | ଟାଇପ୍ କରନ୍ତୁ: cd ସ୍ପେସ୍ Demo ଓ Enter ଦାବନ୍ତୁ |
04:56 | ls ଟାଇପ୍ କରି Enter ଦାବନ୍ତୁ |
04:59 | ଦେଖନ୍ତୁ, Demo ଫୋଲ୍ଡରରେ HelloWorld.Java ଫାଇଲ୍ ଅଛି |
05:06 | ଏହାକୁ ଚାଲନ୍ତୁ କମ୍ପାଇଲ୍ କରିବା. ଟାଇପ୍ କରନ୍ତୁ: javac ସ୍ପେସ୍ HelloWorld ଡଟ୍ java ଓ Enter ଦାବନ୍ତୁ |
05:21 | ଏହା, ଆମେ କ୍ରିଏଟ୍ କରିଥିବା ଫାଇଲକୁ କମ୍ପାଇଲ୍ କରେ |
05:25 | ଠିକ୍ ଅଛି, ଏବେ ଫାଇଲଟି କମ୍ପାଇଲ୍ ହୋଇଛି, ଯେହେତୁ ଆମେ କୌଣସି ତ୍ରୁଟି ଦେଖୁନେ |
05:30 | ଦେଖନ୍ତୁ, HelloWorld.Class ଫାଇଲ୍ କ୍ରିଏଟ୍ ହୋଇଗଲା |
05:36 | ଏହି ଫାଇଲ୍ ଏବେ ଯେକୌଣସି ସ୍ଥାନରେ ଚାଲିପାରିବ |
05:38 | ଅର୍ଥାତ୍, ଯେକୌଣସି ଅପରେଟିଙ୍ଗ୍ ସିଷ୍ଟମରେ |
05:41 | ଆମକୁ Java କମ୍ପାଇଲର୍ ମଧ୍ୟ ଦରକାର ନାହିଁ |
05:45 | ତେଣୁ, Java ଠିକ୍ ଭାବରେ କହିଛି, Write Once, Run Anywhere |
05:51 | ସଫଳତାପୂର୍ବକ କମ୍ପାଇଲେଶନ୍ ପରେ, ନିମ୍ନ କମାଣ୍ଡ ବ୍ୟବହାର କରି ପ୍ରୋଗ୍ରାମକୁ ଚଲାନ୍ତୁ |
05:56 | java (ଏଥରକ c ବିନା) ସ୍ପେସ୍ HelloWorld (dot java ଏକ୍ସଟେନ୍ସନ୍ ନାହିଁ) ଓ Enter ଦାବନ୍ତୁ |
06:07 | ଆପଣ, My First Java Program ଆଉଟପୁଟ୍ ପାଇବେ |
06:13 | ଆମେ, ଆମର ପ୍ରଥମ Java ପ୍ରୋଗ୍ରାମ୍ ଲେଖିଲେ. Editorକୁ ଫେରିଯାଆନ୍ତୁ |
06:22 | ଏବେ, ସେମିକଲନ୍ କାଢ଼ିଦିଅନ୍ତୁ, ଯାହା ଷ୍ଟେଟମେଣ୍ଟର ଶେଷରେ ଅଛି |
06:27 | Save ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
06:29 | Terminalକୁ ଫେରିଯାଆନ୍ତୁ |
06:33 | Javac HelloWorld dot Java କମାଣ୍ଡ ରନ୍ କରନ୍ତୁ |
06:41 | କମ୍ପାଇଲର୍ ଏକ ଏରର୍ ଦିଏ |
06:44 | ଏହା କୁହେ, ପଞ୍ଚମ ଲାଇନରେ ଗୋଟିଏ ସେମିକଲନ୍ (;) ଦରକାର |
06:52 | ଅପ୍ ଆରୋ, ଏରର୍ ଷ୍ଟେଟମେଣ୍ଟକୁ ନିର୍ଦ୍ଦେଶ କରେ |
06:57 | Editorକୁ ଫେରିଯାଆନ୍ତୁ |
07:01 | Javaରେ, ସମସ୍ତ ଷ୍ଟେଟମେଣ୍ଟ ସେମିକଲନ୍ ସହିତ ଟର୍ମିନେଟ୍ ହୁଏ |
07:06 | ତେଣୁ, ପଞ୍ଚମ ଲାଇନକୁ ଯାଇ ଗୋଟିଏ ସେମିକଲନ୍ ଆଡ୍ କରନ୍ତୁ |
07:13 | Save ଆଇକନ୍ ଉପରେ କ୍ଲିକ୍ କରନ୍ତୁ. କମ୍ପାଇଲିଙ୍ଗ ପୂର୍ବରୁ ଫାଇଲକୁ ସେଭ୍ କରିବା ଆବଶ୍ୟକ |
07:22 | Terminalକୁ ଫେରିଯାଆନ୍ତୁ |
07:25 | javac HelloWorld dot Java ବ୍ୟବହାର କରି ଫାଇଲକୁ କମ୍ପାଇଲ କରନ୍ତୁ |
07:32 | ଫାଇଲଟି ସଫଳତାପୂର୍ବକ କମ୍ପାଇଲ ହୋଇଗଲା, ଯେହେତୁ ଆମେ କୌଣସି ଏରର୍ ଦେଖୁନେ |
07:36 | ଏବେ, Java HelloWorld କମାଣ୍ଡ ବ୍ୟବହାର କରି ପ୍ରୋଗ୍ରାମ୍ ରନ୍ କରନ୍ତୁ ଏବଂ |
07:45 | ଆମେ My First Java Program! ଆଉଟପୁଟ୍ ପାଇବା |
07:49 | ଏହିପରି ଆପଣ Javaରେ Errors ସମ୍ଭାଳନ୍ତି |
07:54 | ଏହି ସିରିଜ୍ ଆଗକୁ ବଢ଼ିବା ସହିତ ଆମେ, ଏରର୍ସ ବିଷୟରେ ଅଧିକ ଜାଣିବା |
08:02 | ଆମେ ଏବେ, Javaରେ ନେମିଙ୍ଗ୍ କନଭେନସନ୍ସ କ’ଣ ତାହା ଦେଖିବା |
08:06 | Class ନାମ CamelCase ହେବା ଉଚିତ |
08:10 | ଯାହାର ଅର୍ଥ, ପ୍ରତ୍ୟେକ ନୂଆ ଶବ୍ଦ Upper Caseରୁ ଆରମ୍ଭ ହେବ |
08:14 | ଉଦାହରଣସ୍ୱରୂପ: class HelloWorld, class ChessGame |
08:19 | Helloର H ଏବଂ Worldର W, Upper Caseରେ ଅଛି |
08:25 | ସେହିପରି, ChessGameର C ଓ G କ୍ରମାନ୍ୱୟରେ Upper Caseରେ ଅଛି |
08:31 | Method ନାମ, ମିକ୍ସଡ୍ କେସ୍ ହେବା ଉଚିତ |
08:35 | ଯାହାର ଅର୍ଥ, ପ୍ରଥମ ଅକ୍ଷର ଲୋୟର୍ କେସ୍ ସହିତ ଆରମ୍ଭ ହେବା ଦରକାର |
08:39 | ଏବଂ ତା’ପରେ ଥିବା ସମସ୍ତ ନୂଆ ଅକ୍ଷର Upper Case ସହିତ ଆରମ୍ଭ ହେବା ଉଚିତ |
08:44 | ତଥା Methodର ନାମ ଏକ କ୍ରିୟା ହେବା ଆବଶ୍ୟକ |
08:48 | ଉଦାହରଣସ୍ୱରୂପ: showString(), main(), goToHelp(). ଏଠାରେ, Showର s ଲୋୟର୍ କେସ୍ ରେ ଥିବାବେଳେ Stringର S ଅପର୍ କେସ୍ ରେ ଅଛି |
09:02 | ଭେରିଏବଲ୍ ନାମ ଡିଜିଟ୍ ସହିତ ଆରମ୍ଭ ହେବା ଉଚିତ ନୁହେଁ |
09:06 | ଆମର class, method କିମ୍ୱା variable name ପାଇଁ ଆମେ କୀୱର୍ଡ୍ସ ବ୍ୟବହାର କରିପାରିବା ନାହିଁ |
09:13 | ଉଦାହରଣସ୍ୱରୂପ, public, private, void, static ଓ ଆହୁରି ଅଧିକ ପରି କୀୱର୍ଡ୍ସ ବ୍ୟବହାର କରିପାରିବା ନାହିଁ |
09:22 | ତେଣୁ, ଏହି ଟ୍ୟୁଟୋରିଆଲରେ ଆମେ, ଏକ ସରଳ Java ପ୍ରୋଗ୍ରାମ୍ ଲେଖିବା, କମ୍ପାଇଲ୍ କରିବା ଓ ରନ୍ କରିବା ବିଷୟରେ ଶିଖିଲେ |
09:30 | Javaରେ ପାଳନ କରାଯାଉଥିବା ନେମିଙ୍ଗ୍ କନଭେନସନ୍ସ ମଧ୍ୟ ଦେଖିଲେ |
09:35 | ସ୍ୱମୂଲ୍ୟାଙ୍କନ ପାଇଁ, Java file name and class name should be same ପ୍ରିଣ୍ଟ କରିବାକୁ ଏକ ସରଳ Java ପ୍ରୋଗ୍ରାମ୍ ଲେଖନ୍ତୁ |
09:47 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, |
09:50 | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial. |
09:58 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
10:02 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
10:08 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
10:10 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
10:13 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
10:17 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
10:25 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
10:30 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:38 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
10:49 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
10:51 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
10:53 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଜୟ ହିନ୍ଦ |