Health-and-Nutrition/C2/Importance-of-Protein/Oriya

From Script | Spoken-Tutorial
Jump to: navigation, search
Time
Narration
00:00 ପ୍ରୋଟିନ୍ର ମହତ୍ତ୍ୱ ଉପରେ ସ୍ପୋକନ୍ ଟ୍ୟୁଟୋରିଅଲ୍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଅଲରେ ଆମେ ଶିଖିବା:
00:08 ଆମ ଶରୀର ପାଇଁ ପ୍ରୋଟିନ୍ ର ଉପକାରିତା
00:11 ଏହାର ଅଭାବଜନିତ ପ୍ରଭାବ
00:15 ବିଭିନ୍ନ ବୟସ ବର୍ଗରେ ଆବଶ୍ୟକତା
00:18 ଖାଦ୍ୟ ଉତ୍ସ
00:21 ଆମ ଶରୀର ଦ୍ୱାରା ଆବଶ୍ୟକ ହେଉଥିବା ପ୍ରୋଟିନ୍ ଏକ ଜରୁରୀ ମାକ୍ରୋନ୍ୟୁଟ୍ରିଏଣ୍ଟ ଅଟେ
00:27 ଏହା 22 ଅମିନୋ ଆସିଡ୍ ଦ୍ୱାରା ଗଠିତ
00:31 22 ମଧ୍ୟରୁ ନଅଟି ଅମିନୋ ଆସିଡ୍ ଜରୁରୀ
00:36 ଏଗୁଡ଼ିକ ଆମ ଶରୀର ଦ୍ୱାରା ନିର୍ମିତ ନୁହେଁ, ତେଣୁ ସେଗୁଡ଼ିକୁ ଖାଦ୍ୟ ମାଧ୍ୟମରେ ଗ୍ରହଣ କରିବାକୁ ପଡ଼ିବ
00:43 ଅବଶିଷ୍ଟ 13 ଟି ଶରୀର ଦ୍ୱାରା ପ୍ରସ୍ତୁତ ହୋଇଥାଏ
00:47 ମୁଁ ଆପଣଙ୍କୁ ସଂକ୍ଷେପରେ ଅମିନୋ ଆସିଡ୍ ବିଷୟରେ କହିବି
00:51 ଅମିନୋ ଆସିଡ୍ ହେଉଛି ଜୈବ ଯୌଗିକ, ଯାହା ପ୍ରୋଟିନ୍ ଗଠନ ପାଇଁ ମିଳିତ ହୁଏ
00:58 ଲାଇସିନ୍, ଲୂସିନ୍, ହିଷ୍ଟଡିନ୍, ମଥାଇଓନିନ୍, ଟ୍ରିପ୍ଟୋଫାନ୍ ହେଉଛି କିଛି ଅମିନୋ ଆସିଡ୍
01:09 ପ୍ରୋଟିନ୍ 2 ପ୍ରକାରରେ ବିଭକ୍ତ
01:12 ସେଗୁଡ଼ିକ ହେଉଛି ସଂପୂର୍ଣ୍ଣ ପ୍ରୋଟିନ୍ ଏବଂ ଅସମ୍ପୂର୍ଣ୍ଣ ପ୍ରୋଟିନ୍
01:18 ସେଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ଖାଦ୍ୟରେ ଥିବା ଅମିନୋ ଆସିଡ୍ ପ୍ରକାର ଉପରେ ଆଧାରିତ
01:27 ସମସ୍ତ 9 ଟି ଜରୁରୀ ଅମିନୋ ଆସିଡ୍ ଥିବା ପ୍ରୋଟିନ୍ ହେଉଛି ସଂପୂର୍ଣ୍ଣ ପ୍ରୋଟିନ୍
01:34 ସମସ୍ତ ମାଂସାହାରୀ ଖାଦ୍ୟ ହେଉଛି ସଂପୂର୍ଣ୍ଣ ପ୍ରୋଟିନ୍
01:39 ଉଦାହରଣସ୍ୱରୂପ: ଚିକେନ୍,
01:41 ଅଣ୍ଡା,
01:43 ମାଛ ଓ ମାଂସ
01:46 ସେହିଭଳି, ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ମଧ୍ୟ ସଂପୂର୍ଣ୍ଣ “ପ୍ରୋଟିନ୍”ର ଉତ୍ସ
01:53 ଅସମ୍ପୂର୍ଣ୍ଣ ପ୍ରୋଟିନ୍ ରେ ପର୍ଯ୍ୟାପ୍ତ ପରିମାଣର 1 କିମ୍ବା ଅଧିକ ଜରୁରୀ ଅମିନୋ ଆସିଡ୍ ଅଛି
02:02 ଅଧିକାଂଶ ଶାକାହାରୀ ଖାଦ୍ୟ ହେଉଛି ଅସମ୍ପୂର୍ଣ୍ଣ ପ୍ରୋଟିନ୍
02:06 ଉଦାହରଣସ୍ୱରୂପ: ଡାଲି,
02:09 ଶସ୍ୟ, ବାଦାମ
02:12 ଓ ମଞ୍ଜି
02:14 ଏସବୁ ମଧ୍ୟରେ, ସୋୟାବିନ ହେଉଛି ପ୍ରୋଟିନ୍ ର ସର୍ବୋତ୍ତମ ଶାକାହାରୀ ଉତ୍ସ
02:21 ମାଂସପେଶୀ ଟିସୁର ବୃଦ୍ଧି, ମରାମତି ଏବଂ ରକ୍ଷଣାବେକ୍ଷଣ କରିବା ପ୍ରୋଟିନ୍ ର ଫାଇଦାରେ ଅନ୍ତର୍ଭୁକ୍ତ
02:30 ଏହା ରକ୍ତରେ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିବା ସହ ଏକ ଶକ୍ତିଶାଳୀ ପ୍ରତିରକ୍ଷା ପ୍ରଣାଳୀ ଗଠନ କରେ
02:37 ପ୍ରୋଟିନ୍ ସମୃଦ୍ଧ ଖାଦ୍ୟ ଆମର ଲୋଭକୁ ହ୍ରାସ କରେ ଏବଂ ଆମକୁ ଅଧିକ ସମୟ ପାଇଁ ପୂର୍ଣ୍ଣ ରଖେ
02:43 ଏହା ଓଜନ ପରିଚାଳନାରେ ମଧ୍ୟ ସାହାଯ୍ୟ କରେ
02:47 ହଜମ କରିବାରେ ସାହାଯ୍ୟ ଏବଂ ବିଷାକ୍ତ ପଦାର୍ଥ ଭାଙ୍ଗିବା ଅନ୍ୟ ଦୁଇଟି କାର୍ଯ୍ୟ
02:54 ଏହା ମଧ୍ୟ ମସ୍ତିଷ୍କକୁ ଏବଂ ମସ୍ତିଷ୍କରୁ ସଂକେତ ବହନ କରିବାରେ ସାହାଯ୍ୟ କରେ
03:00 ଶରୀରରେ ପୋଷକ ତତ୍ତ୍ୱ ପରିବହନ ଓ ସଂରକ୍ଷଣ ପାଇଁ ମଧ୍ୟ ପ୍ରୋଟିନ୍ ଆବଶ୍ୟକ ହୁଏ
03:06 ଆସନ୍ତୁ ବର୍ତ୍ତମାନ ପ୍ରୋଟିନ୍ ଅଭାବଜନିତ ଗୁଣ ଏବଂ ଲକ୍ଷଣ ବାବଦରେ ବୁଝିବା
03:13 ପ୍ରୋଟିନ୍ ଅଭାବର ଗୋଟିଏ ଲକ୍ଷଣ ହେଉଛି ଗର୍ଭସ୍ଥ ଶିଶୁର ବିକାଶ କମିଯିବା
03:20 ପିଲାମାନଙ୍କଠାରେ ଅଭାବ ଅପଚୟ ଏବଂ ବିକାଶରେ ବାଧା ହୋଇପାରେ
03:26 ଏହା ଦ୍ୱାରା ଶରୀରର ଓଜନ କମ ହୋଇପାରେ
03:30 ଏପରି ପରିସ୍ଥିତିରେ ପିଲାମାନଙ୍କଠାରେ ବିଭିନ୍ନ ସଂକ୍ରମଣ ହେବାର ଆଶଙ୍କା ରହିଥାଏ
03:37 ଖରାପ ଅଭିବୃଦ୍ଧି ହେତୁ ଶିଶୁର ମସ୍ତିଷ୍କର ବିକାଶ ମଧ୍ୟ ପ୍ରଭାବିତ ହୋଇପାରେ
03:43 ଦୀର୍ଘକାଳୀନ ଅବସ୍ଥାରେ, ଖରାପ ଅଭିବୃଦ୍ଧି ହୋଇଥିବା ବୟସ୍କ ପିଲାମାନଙ୍କଠାରେ ମଧୁମେହ ହେବାର ଆଶଙ୍କା ଥାଏ
03:51 ବଡ଼ ହେଲେ ସେମାନଙ୍କଠାରେ ଉଚ୍ଚ ରକ୍ତଚାପର ବିକାଶ ମଧ୍ୟ ଘଟିପାରେ
03:56 ବୟସ୍କମାନଙ୍କଠାରେ, ପ୍ରୋଟିନ୍ ଅଭାବ ଯୋଗୁଁ ମାଂସପେଶୀ ଜନିତ କ୍ଷୟ ହୋଇଥାଏ
04:02 ସେମାନେ କ୍ଳାନ୍ତ, ଦୁର୍ବଳ ମଧ୍ୟ ଅନୁଭବ କରିପାରନ୍ତି ଏବଂ ସଂକ୍ରମଣର ଶିକାର ହୋଇପାରନ୍ତି
04:09 ଅନ୍ୟ ଉଦାହରଣ ହେଉଛି ଚର୍ମ ଲୋଚାକୋଚା ହେବା ଏବଂ କେଶ ଝଡ଼ିବା
04:15 ବିଭିନ୍ନ ବୟସ ବର୍ଗର ଦୈନନ୍ଦିନ ଆବଶ୍ୟକତା ଭିନ୍ନ ଥାଏ
04:20 ଏହି ଟ୍ୟୁଟୋରିଅଲରେ କ୍ଷେତ୍ର ପର୍ଯ୍ୟବେକ୍ଷଣ ଅନୁଯାୟୀ ପ୍ରୋଟିନ୍ ଆବଶ୍ୟକତାର ପରାମର୍ଶ ଦିଆଯାଇଛି
04:28 0 ରୁ 12 ମାସର ଶିଶୁମାନଙ୍କ ପାଇଁ ଏହା ଶରୀର ଓଜନର ପ୍ରତି କିଲୋଗ୍ରାମ ପିଛା 1 ରୁ 2 ଗ୍ରାମ ଅଟେ
04:36 1 ରୁ 3 ବର୍ଷର ପିଲାମାନଙ୍କ ପାଇଁ 16 ଗ୍ରାମ ପ୍ରୋଟିନ୍ ଆବଶ୍ୟକ
04:43 4 ରୁ 6 ବର୍ଷର ପିଲାମାନଙ୍କ ପାଇଁ 20 ଗ୍ରାମ
04:48 7 ରୁ 9 ବର୍ଷର ପିଲାମାନଙ୍କ ପାଇଁ 29 ଗ୍ରାମ ପରାମର୍ଶ ଦିଆଯାଇଛି
04:55 10 ରୁ 12 ବର୍ଷର ପିଲାମାନଙ୍କ ପାଇଁ 40 ଗ୍ରାମ
05:00 କିଶୋରମାନଙ୍କ ପାଇଁ 52 ରୁ 62 ଗ୍ରାମ ପରାମର୍ଶ ଦିଆଯାଇଛି
05:06 ଗର୍ଭବତୀ ମହିଳାଙ୍କ ପାଇଁ ଏହା 78 ଗ୍ରାମ ଅଟେ
05:11 ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ପାଇଁ 68 ରୁ 74 ଗ୍ରାମ ପରାମର୍ଶ ଦିଆଯାଇଛି
05:18 ବୟସ୍କମାନଙ୍କ ପାଇଁ, ପ୍ରୋଟିନ୍ ଆବଶ୍ୟକତା ମଧ୍ୟ ସେମାନଙ୍କର ଶାରୀରିକ କାର୍ଯ୍ୟକଳାପ ଉପରେ ନିର୍ଭର କରେ
05:25 ଶ୍ରେଣୀଭୁକ୍ତ କରାଯାଇଥିବା କାର୍ଯ୍ୟକଳାପ ହେଉଛି ଗତିହୀନ,
05:30 ମଧ୍ୟମ ଏବଂ ଭାରୀ
05:33 ଗତିହୀନ କାର୍ଯ୍ୟକଳାପରେ ଶିକ୍ଷାଦାନ,
05:36 ଟେଲରିଂ,
05:38 ଡେଟା ଏଣ୍ଟ୍ରୀ
05:40 ଏବଂ କଲ ସେଣ୍ଟର ଚାକିରିଗୁଡ଼ିକ ଅନ୍ତର୍ଭୁକ୍ତ
05:44 ଡେସ୍କ ଚାକିରି କରୁଥିବା ଲୋକମାନେ ମଧ୍ୟ ଗତିହୀନ କାର୍ଯ୍ୟକଳାପ ଅଧୀନରେ ଆସନ୍ତି
05:50 ମଧ୍ୟମ କାର୍ଯ୍ୟକଳାପରେ ଅନ୍ତର୍ଭୁକ୍ତ ହେଉଛି କୃଷିକାର୍ଯ୍ୟ,
05:55 ଘର କାମ, ରାଜମିସ୍ତ୍ରୀ
05:58 ଏବଂ ଡ୍ରାଇଭର୍
06:00 ଭାରୀ କାର୍ଯ୍ୟକଳାପରେ ଅନ୍ତର୍ଭୁକ୍ତ ହେଉଛନ୍ତି ପଥର କଟାଳୀ,
06:04 କାଠ କଟାଳୀ, ଆଥଲେଟ୍
06:07 ଏବଂ ଖଣି ଶ୍ରମିକ
06:10 ଗତିହୀନ କାର୍ଯ୍ୟରତ ଶ୍ରମିକମାନେ ପ୍ରତି କି.ଗ୍ରା. ଶରୀର ଓଜନ ପାଇଁ 1 ଗ୍ରାମ ପ୍ରୋଟିନ୍ ଆବଶ୍ୟକ କରନ୍ତି
06:18 ଆଦର୍ଶ ଶରୀରର ଓଜନ ହେଉଛି ସର୍ବୋଚ୍ଚ ଓଜନ, ଯାହା ଜଣେ ବ୍ୟକ୍ତିଙ୍କ ପାଇଁ ସୁସ୍ଥ ଅଟେ
06:24 ମଧ୍ୟମ କାର୍ଯ୍ୟରତ ଶ୍ରମିକମାନେ ପ୍ରତି କି.ଗ୍ରା. ଶରୀର ଓଜନ ପାଇଁ 1.2 ଗ୍ରାମ ପ୍ରୋଟିନ୍ ଆବଶ୍ୟକ କରନ୍ତି
06:32 ଭାରୀ କାର୍ଯ୍ୟରତ ଶ୍ରମିକମାନେ ପ୍ରତି କି.ଗ୍ରା. ଶରୀର ଓଜନ ପାଇଁ 1.5 ଗ୍ରାମ ପ୍ରୋଟିନ୍ ଆବଶ୍ୟକ କରନ୍ତି
06:40 ଆସନ୍ତୁ ଉଦାହରଣ ସହିତ ଏହାକୁ ବୁଝିବା
06:44 ଜଣେ 55 କିଲୋଗ୍ରାମ ମଧ୍ୟମ କାର୍ଯ୍ୟରତ ମହିଳାଙ୍କ ପ୍ରୋଟିନ୍ ଆବଶ୍ୟକତା 66 ଗ୍ରାମ ହୋଇପାରେ
06:53 ଯଦି ଉକ୍ତ ମହିଳା ଭାରୀ କାମ କରୁଥା’ନ୍ତି, ତେବେ ତାଙ୍କୁ 82 ଗ୍ରାମ ଦରକାର ହେବ
07:00 ଏହା ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ପ୍ରୋଟିନ୍ ସମୃଦ୍ଧ ଖାଦ୍ୟ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ
07:06 ଏହିପରି ଖାଦ୍ୟ 6 ମାସ ବୟସରୁ ଦିଆଯିବା ଉଚିତ
07:11 ଆସନ୍ତୁ ଦେଖିବା କିଛି ଖାଦ୍ୟ ଉତ୍ସର ପ୍ରୋଟିନ୍ ଉପାଦାନ
07:17 1 ଟି ଅଣ୍ଡାରେ ପାଖାପାଖି 7 ଗ୍ରାମ ପ୍ରୋଟିନ୍ ଅଛି
07:22 100 ଗ୍ରାମ ଅସ୍ଥିହୀନ ଚିକେନରେ ପ୍ରାୟ 19 ଗ୍ରାମ ପ୍ରୋଟିନ୍ ଅଛି
07:29 ସେହିଭଳି, 100 ଗ୍ରାମ ମାଛରେ ପ୍ରାୟ 20 ଗ୍ରାମ ପ୍ରୋଟିନ୍ ଅଛି
07:36 250 ମିଲିଲିଟର ଗାଈ କ୍ଷୀରରେ ପାଖାପାଖି 8 ଗ୍ରାମ ଅଛି
07:43 250 ମିଲିଲିଟର ଗାଈ କ୍ଷୀରରେ ତିଆରି ଦହିରେ ପ୍ରାୟ 8 ଗ୍ରାମ ଥାଏ
07:51 ଗାଈର କ୍ଷୀରରୁ ନିର୍ମିତ 45 ଗ୍ରାମ ପନୀରରେ ପ୍ରାୟ 8 ଗ୍ରାମ ପ୍ରୋଟିନ୍ ଅଛି
07:59 20 ଗ୍ରାମ ବାଦାମ ଏବଂ ମଞ୍ଜିରେ ପ୍ରାୟ 4 ଗ୍ରାମ ଅଛି
08:05 30 ଗ୍ରାମ କଞ୍ଚା ସୋୟାବିନରେ ପ୍ରାୟ 11 ଗ୍ରାମ ପ୍ରୋଟିନ୍ ଅଛି
08:14 30 ଗ୍ରାମ ଅନ୍ୟ କଞ୍ଚା ବିନ୍ସରେ ପ୍ରାୟ 5 ଗ୍ରାମ ପ୍ରୋଟିନ୍ ଅଛି
08:22 30 ଗ୍ରାମ ରନ୍ଧା ହୋଇନଥିବା ଡାଲିରେ ପ୍ରାୟ 4 ଗ୍ରାମ ପ୍ରୋଟିନ୍ ଅଛି
08:30 30 ଗ୍ରାମ କଞ୍ଚା ମିଲ୍ ଚାଉଳରେ ପାଖାପାଖି 2 ଗ୍ରାମ ଅଛି
08:36 30 ଗ୍ରାମ କଞ୍ଚା ବାଜରାରେ ପାଖାପାଖି 4 ଗ୍ରାମ ପ୍ରୋଟିନ୍ ଅଛି
08:43 30 ଗ୍ରାମ ଗହମ ଅଟାରୁ ନିର୍ମିତ 1 ରୁଟିରେ 3 ଗ୍ରାମ ପ୍ରୋଟିନ୍ ଅଛି
08:52 ସୋରଘମ ଓ ବାଜରା ରୁଟିରେ ମଧ୍ୟ ପ୍ରାୟ 3 ଗ୍ରାମ ପ୍ରୋଟିନ୍ ଅଛି
08:59 ଗୋଟିଏ ମିସି ରୁଟିରେ 4 ଗ୍ରାମ ପ୍ରୋଟିନ୍ ଅଛି
09:06 ମିସି ରୁଟି ମଇଦା ଓ ଅଟାର ସମାନ ଅନୁପାତରେ ତିଆରି ହୋଇଥାଏ
09:13 ମାଂସାହାରୀ ଖାଦ୍ୟରୁ ପ୍ରୋଟିନ୍ ଶାକାହାରୀ ଖାଦ୍ୟ ଅପେକ୍ଷା ଭଲ ଭାବରେ ଅବସୋସିତ ହୁଏ
09:21 ଏହାର କାରଣ ହେଉଛି ମାଂସାହାରୀ ଖାଦ୍ୟରେ ସମ୍ପୂର୍ଣ୍ଣ ପ୍ରୋଟିନ୍ ଅଛି
09:27 ସଂପୂର୍ଣ୍ଣ ପ୍ରୋଟିନ୍ରେ ସମସ୍ତ ଜରୁରୀ ଅମିନୋ ଆସିଡ୍ ଥାଏ
09:33 ତେଣୁ, ଶାକାହାରୀ ଖାଦ୍ୟ ଅପେକ୍ଷା ମାଂସାହାରୀ ଖାଦ୍ୟରେ ପ୍ରୋଟିନ୍ ଗୁଣ ଭଲ
09:40 ପ୍ରୋଟିନ୍ ର ଗୁଣବତ୍ତା DIAAS ପଦ୍ଧତି ଦ୍ୱାରା ଯାଞ୍ଚ କରାଯାଇଥାଏ
09:48 DIAAS ହେଉଛି ଡାଇଜେଷ୍ଟିବଲ୍ ଇନଡିସପେନସେବଲ୍ ଅମିନୋ ଆସିଡ୍ ସ୍କୋର୍
09:56 ଏହା ଖାଦ୍ୟ ହଜମ ହେବାକୁ ଥିବା ଅମିନୋ ଆସିଡ୍ ଏବଂ ଏକ ଆବଶ୍ୟକ ଅମିନୋ ଆସିଡ୍ର ଅନୁପାତ
10:05 ସ୍କୋର 0 ରୁ 1 ପର୍ଯ୍ୟନ୍ତ ଦିଆଯାଏ
10:10 1 ହେଉଛି ସର୍ବୋଚ୍ଚ ଏବଂ 0 ସର୍ବନିମ୍ନ
10:16 ଚାଲନ୍ତୁ କିଛି ଖାଦ୍ୟ ପଦାର୍ଥର ହଜମତା ସ୍କୋରକୁ ଦେଖିବା
10:22 ଅଣ୍ଡାର 1.18 ହଜମ ଯୋଗ୍ୟତା ସ୍କୋର ଅଛି
10:27 ସମସ୍ତ କ୍ଷୀରରେ 1.32 ଅଛି
10:31 ମଟରର 0.64 ଅଛି
10:35 ଯେତେବେଳେକି ସୋଲା ବୁଟରେ 0.66 ଥାଏ
10:41 ଭାତରେ 0.59 ରହିଛି
10:46 ଗହମର 0.43 ରହିଛି
10:50 ଭଜା ଚିନାବାଦାମରେ ମଧ୍ୟ 0.43 ସ୍କୋର ରହିଛି
10:56 ପୂର୍ବରୁ ଆଲୋଚନା କରାଯାଇଛି ଯେ, ଶାକାହାରୀ ଉତ୍ସଗୁଡ଼ିକ ଅସମ୍ପୂର୍ଣ୍ଣ ପ୍ରୋଟିନ୍
11:02 ଶସ୍ୟରେ ଲାଇସିନ୍ କମ ଏବଂ ଡାଲିରେ ମଥାଇଓନିନ୍ କମ ରହିଥାଏ
11:08 ସେଗୁଡ଼ିକୁ ଏକାଠି ଖାଇବା ଦ୍ୱାରା ଅମିନୋ ଆସିଡ୍ ର ଅଭାବ ପୂରଣ ହେବ
11:14 ଶସ୍ୟ ଓ ଡାଲି ମିଶାଇଲେ ପ୍ରୋଟିନ୍ ଗୁଣରେ ଉନ୍ନତି ହୁଏ
11:20 ଏହାକୁ ପ୍ରୋଟିନ୍ ର କମ୍ଲିମେଣ୍ଟରୀ ଆକ୍ସନ୍ କୁହାଯାଏ
11:25 ବିଭିନ୍ନ ମିଶ୍ରଣରେ ଭିନ୍ନ ଭିନ୍ନ ଖାଦ୍ୟ ସମୂହ ଖାଇବାକୁ ପରାମର୍ଶ ଦିଆଯାଇଛି
11:31 ଖାଦ୍ୟ ସମୂହର ମିଶ୍ରଣ ବିଭିନ୍ନ ଅତ୍ୟାବଶ୍ୟକ ଅମିନୋ ଆସିଡ୍ ପାଇବାରେ ସାହାଯ୍ୟ କରେ
11:38 ଦୁଗ୍ଧଜାତ ଦ୍ରବ୍ୟ ସହିତ ଡାଲି ଓ ଶସ୍ୟକୁ ମିଶାଇଲେ ପ୍ରୋଟିନ୍ ଗୁଣରେ ଉନ୍ନତି ହୁଏ
11:46 ଶସ୍ୟ ଓ ଡାଲିରେ ଅନୁପସ୍ଥିତ ଥିବା ଅମିନୋ ଆସିଡ୍ ଦୁଗ୍ଧଜାତ ଦ୍ରବ୍ୟ ଦ୍ୱାରା ପୂରଣ ହୁଏ
11:54 ଆସନ୍ତୁ ଏହି ମିଶ୍ରଣ ସହିତ ପ୍ରସ୍ତୁତ କିଛି ଖାଦ୍ୟ ସାମଗ୍ରୀକୁ ଦେଖିବା
12:00 ରାଇତା ସହିତ ବାଜରା ଖେଚେଡ଼ି,
12:03 କଡ଼ି ଭାତ (ବେସନ ଦହି ତରକାରୀ) ଏବଂ ପନୀର୍ ପରଟା (କଟେଜ୍ ଚୀଜ୍ ଷ୍ଟଫ୍ ଟର୍ଟିଲା) ହେଉଛି କିଛି ଉଦାହରଣ
12:08 ଦହି ସହିତ ଚକୁଳି ପିଠା ଏବଂ
12:11 ଦହି ସହିତ ରାଜମା ଭାତ ଅନ୍ୟ ଉଦାହରଣ
12:16 ଶସ୍ୟ କିମ୍ବା ବାଜରାକୁ ମାଂସାହାରୀ ଖାଦ୍ୟ ସହିତ ମିଶାଇଲେ ମଧ୍ୟ ପ୍ରୋଟିନ୍ ଗୁଣରେ ଉନ୍ନତି ହୁଏ
12:24 ମୁଁ ଆପଣଙ୍କୁ କିଛି ରେସିପୀ କହିବି, ଯାହା ଏହି ମିଶ୍ରଣ ବ୍ୟବହାର କରି ପ୍ରସ୍ତୁତ ହୋଇପାରିବ
12:30 ସେଗୁଡ଼ିକରେ ଅନ୍ତର୍ଭୁକ୍ତ ଅଛି ବାଜରା ଚିକେନ୍ ପଲଉ,
12:34 ଅଣ୍ଡା ଦୋସା ଏବଂ
12:36 ଚିକେନ ବାଜରା ରୁଟି ରାପ୍
12:39 ଅଣ୍ଡା ଭାତ,
12:41 ମାଂସ ଦିଆ ପରଟା,
12:43 ମାଣ୍ଡିଆ ବଲ୍ ଏବଂ ଚିକେନ ତରକାରୀ ଅନ୍ୟାନ୍ୟ ଉଦାହରଣ
12:49 ଏହି ମିଶ୍ରଣ ବ୍ୟତୀତ, ଆମେ ଅନ୍ୟ ଖାଦ୍ୟ ସମୂହକୁ ମଧ୍ୟ ଏକତ୍ର କରିପାରିବା
12:55 ଦହି ଭାତ,
12:57 ପାଳଙ୍ଗ ପନୀର୍ ତରକାରୀ,
12:59 ନଡ଼ିଆ ଦହି ଚଟଣି ହେଉଛି କିଛି ଉଦାହରଣ
13:04 ତରକାରୀରେ ବାଦାମ ଓ ମଞ୍ଜିର ପେଷ୍ଟ ବ୍ୟବହାର କରିବା ଦ୍ୱାରା ମଧ୍ୟ ପ୍ରୋଟିନ୍ ଗୁଣରେ ଉନ୍ନତି ହୋଇଥାଏ
13:11 ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହି ଖାଦ୍ୟ ପଦାର୍ଥକୁ ଆପଣଙ୍କର ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ
13:16 ଏଥିସହିତ ଆମେ ଏହି ଟ୍ୟୁଟୋରିଅଲର ସମାପ୍ତିକୁ ଆସିଗଲେ

IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ

Contributors and Content Editors

Pradeep