Git/C3/Working-with-Remote-Repositories/Oriya
From Script | Spoken-Tutorial
|
|
00:01 | ବନ୍ଧୁଗଣ, Working with Remote Repositories ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ, Remote repository କ’ଣ ଏବଂ |
00:12 | Remote repositoryରେ କିପରି ତଥ୍ୟକୁ ସୀଙ୍କ୍ରୋନାଇଜ୍ କରାଯାଏ ଶିଖିବା |
00:16 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି: Ubuntu Linux 14.04 |
00:22 | Git 2.3.2 |
00:25 | gedit Text Editor ଓ |
00:28 | Firefox web browser |
00:30 | ଆପଣ ନିଜ ପସନ୍ଦର ଯେକୌଣସି ଏଡିଟର୍ ଓ ୱେବ୍ ବ୍ରାଉଜରକୁ ବ୍ୟବହାର କରିପାରିବେ |
00:36 | ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର ଗୋଟିଏ କାର୍ଯ୍ୟକାରୀ Internet ସଂଯୋଗ ଥିବା ଆବଶ୍ୟକ |
00:41 | ଆପଣଙ୍କର Git କମାଣ୍ଡଗୁଡିକ ଉପରେ ମଧ୍ୟ ମୌଳିକ ଜ୍ଞାନ ଥିବା ଆବଶ୍ୟକ |
00:46 | ଯଦି ନାହିଁ ତେବେ ଦୟାକରି ସମ୍ପର୍କୀତ ଟ୍ୟୁଟୋରିଆଲ୍ ପାଇଁ ପ୍ରଦର୍ଶିତ linkକୁ ଯା’ନ୍ତୁ |
00:52 | ପ୍ରଥମେ, ଗୋଟିଏ Remote repository କ’ଣ, ଚାଲନ୍ତୁ ବୁଝିବା |
00:56 | ଗୋଟିଏ repository ଯାହା ଇଣ୍ଟରନେଟରେ କିମ୍ବା Remote repository ନାମକ ଯେକୌଣସି ନେଟୱର୍କରେ ହୋଷ୍ଟ ହୋଇଛି |
01:04 | ଏହି କେନ୍ଦ୍ରିତ repositoryକୁ ବ୍ୟବହାର କରି, ଯେ କୌଣସି ସମୟରେ ବିଶ୍ଵର ଯେକୌଣସି ସ୍ଥାନରୁ ଲୋକମାନେ ଗୋଟିଏ ପ୍ରୋଜେକ୍ଟ ଉପରେ ସହଯୋଗ ପ୍ରଦାନ କରିପାରିବେ |
01:13 | ଉଦାହରଣସ୍ଵରୂପ, ଧରିନିଅନ୍ତୁ ତିନି ଜଣ ଲୋକ ଯେଉଁମାନେକି ସମାନ repositoryରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଚାହାଁନ୍ତି |
01:21 | Git, ସେମାନଙ୍କୁ ସେମାନଙ୍କ ସ୍ଥାନୀୟ ସିଷ୍ଟମରେ Remote repositoryର ଗୋଟିଏ କପୀ ନେବା ପାଇଁ ଅନୁମତି ପ୍ରଦାନ କରେ |
01:28 | ଏହାକୁ clone କମାଣ୍ଡ ବ୍ୟବହାର କରି କରାଯାଇପାରିବ |
01:31 | ତା’ପରେ ସେମାନେ ସ୍ଥାନୀୟ repositoryରେ ଅଫଲାଇନ୍ କାମ କରିପାରିବେ |
01:36 | ଥରେ ସନ୍ତୋଷଜନକ କାମ ହେଲା ପରେ, ପୁନର୍ବାର ଏହାକୁ ମୁଖ୍ୟ repositoryରେ ସୀଙ୍କ୍ରୋନାଇଜ୍ କରିବାକୁ ପଡିଥାଏ |
01:43 | ଏହାକୁ Push ଓ pull କମାଣ୍ଡ ବ୍ୟବହାର କରି କରାଯାଇଥାଏ |
01:48 | ଏହି ଟ୍ୟୁଟୋରିଆଲର ସମାପ୍ତିରେ ଆପଣ ସମ୍ପୂର୍ଣ୍ଣ କାର୍ଯ୍ୟାବଳୀକୁ ବୁଝିପାରିବେ |
01:53 | ପ୍ରଥମେ ପୂର୍ବେ ସୃଷ୍ଟି କରାଯାଇଥିବା GitHub repositoryକୁ ଖୋଲନ୍ତୁ |
01:59 | ଡାହାଣ ପଟେ, ଏହି repositoryର URLକୁ ଦେଖିପାରିବେ |
02:05 | ଏହି URLକୁ କପୀ କରନ୍ତୁ |
02:08 | ଗୋଟିଏ ସ୍ଥାନୀୟ repository ସୃଷ୍ଟି କରିବା ପାଇଁ URLକୁ ବ୍ୟବହାର କରି, ଏହି repositoryର ଗୋଟିଏ ନକଲ କରନ୍ତୁ |
02:16 | terminalକୁ ଖୋଲନ୍ତୁ |
02:18 | ସମାନ Remote repositoryରେ କିପରି ଦୁଇ ଜଣ କାମ କରିପାରିବେ ତାହା ବର୍ତ୍ତମାନ ଚାଲନ୍ତୁ ବୁଝିବା |
02:24 | ଏଥି ପାଇଁ, Desktop ଉପରେ User1 ଓ User2 ନାମକ ଦୁଇଟି ଡାଇରେକ୍ଟୋରୀ ସୃଷ୍ଟି କରାଯାଇଛି |
02:33 | ଦୟାକରି, ଏହାକୁ ଆପଣଙ୍କ Desktop ଉପରେ ମଧ୍ୟ କରନ୍ତୁ |
02:36 | ସମାନ terminal ଉପରେ, ଦୁଇଟି ଭିନ୍ନ ଟାବରେ ଡାଇରେକ୍ଟୋରୀଗୁଡିକୁ ଖୋଲନ୍ତୁ |
02:43 | ପ୍ରଥମ ଟାବରେ, cd ସ୍ପେସ୍ User1 ଟାଇପ୍ କରନ୍ତୁ |
02:49 | ଦ୍ଵିତୀୟ ଟାବକୁ ଖୋଲିବା ପାଇଁ File ମେନୁ ଉପରେ କ୍ଲିକ୍ କରିବା ସହିତ Open Tabକୁ ଚୟନ କରନ୍ତୁ |
02:55 | ଦ୍ଵିତୀୟ ଟାବରେ, cd User2 ଟାଇପ୍ କରନ୍ତୁ |
03:00 | User1 ଟାବକୁ ଯା’ନ୍ତୁ |
03:03 | ବର୍ତ୍ତମାନ Remote repositoryର ଗୋଟିଏ ନକଲ କରନ୍ତୁ |
03:08 | ଟାଇପ୍ କରନ୍ତୁ, git ସ୍ପେସ୍ clone ଏବଂ ତା’ପରେ କପୀ ହୋଇଥିବା URL ସ୍ଥାନକୁ ପେଷ୍ଟ କରନ୍ତୁ ଏବଂ ଏହି କମାଣ୍ଡର ଶେଷରେ ଗୋଟିଏ ଡଟ୍ ଟାଇପ୍ କରନ୍ତୁ |
03:17 | ସମାନ ଡାଇରେକ୍ଟୋରୀ ମଧ୍ୟରେ ଆମେ repositoryର ନକଲ କରିବାକୁ ଯାଉଛେ ବୋଲି, Dot ସୂଚିତକରେ ଯାହା User1 ଅଟେ |
03:25 | ଅନ୍ୟଥା, ଏହା repository ସହିତ stories ନାମକ ଗୋଟିଏ ନୁତନ directoryକୁ ସୃଷ୍ଟି କରିବ |
03:31 | ବର୍ତ୍ତମାନ Enter ଦାବନ୍ତୁ |
03:33 | ସମଗ୍ର କେନ୍ଦ୍ରିତ ଫୋଲ୍ଡରକୁ clone କମାଣ୍ଡ କପୀ କରିବା ସହିତ ଏହାକୁ ଗୋଟିଏ ସ୍ଥାନୀୟ repository ଭାବେ ସୃଷ୍ଟି କରିବ |
03:40 | ls ଟାଇପ୍ କରନ୍ତୁ. ଆପଣ ଦେଖିପାରିବେ ଯେ Remote repositoryର କଣ୍ଟେଣ୍ଟ ଏଠାରେ କପୀ ହୋଇଯାଇଛି |
03:48 | ତା’ପରେ, ଭଲଭାବେ ବୁଝିବା ପାଇଁ ଏହି repositoryର user name ଓ email idକୁ ପରିବର୍ତ୍ତନ କରନ୍ତୁ |
03:55 | ପ୍ରଦର୍ଶନ ଉଦ୍ଦେଶ୍ୟରେ priya-spoken1 ଓ kaushik-spoken ନାମକ ଅଧିକ ଦୁଇଟି GitHub users ସୃଷ୍ଟି କରାଯାଇଛି |
04:04 | ଏଠାରେ ସେଗୁଡିକ ବ୍ୟବହାର ହେବ |
04:14 | Git logକୁ ଯାଞ୍ଚ କରନ୍ତୁ |
04:16 | Remote repositoryର ସମାନ commitsଗୁଡିକୁ ଦେଖିପାରିବେ |
04:21 | ସେହିପରି, ଦ୍ଵିତୀୟ ଟାବରେ directory User2 ମଧ୍ୟରେ repositoryକୁ କ୍ଲୋନ୍ କରନ୍ତୁ |
04:28 | ପୂର୍ବେ User1 ପାଇଁ କରିବା ଭଳି, ଏଠାରେ ମଧ୍ୟ user name ଓ email idକୁ ପରିବର୍ତ୍ତନ କରନ୍ତୁ |
04:35 | ତା’ପରେ, Remote repository ମଧ୍ୟରେ କିପରି ଏହି ୟୁଜରମାନେ କାମ କରନ୍ତି, ଚାଲନ୍ତୁ ବୁଝିବା |
04:41 | କହିବାକୁ ଗଲେ, User1, lion-and-mouse.html ନାମକ ଗୋଟିଏ ଫାଇଲ୍ ମଧ୍ୟରେ କାର୍ଯ୍ୟ କରିବ |
04:48 | ଫାଇଲ୍ ସୃଷ୍ଟି କରିବା ପାଇଁ ଟାଇପ୍ କରନ୍ତୁ, gedit lion-and-mouse.html |
04:54 | ପୂର୍ବେ ସେଭ୍ କରାଯାଇଥିବା Writer documentରୁ କିଛି ଟେକ୍ସଟକୁ ଏହି ଫାଇଲ୍ ମଧ୍ୟରେ କପୀ ଓ ପେଷ୍ଟ କରନ୍ତୁ |
05:02 | ସେହିପରି, ଫାଇଲ୍ ମଧ୍ୟରେ କିଛି କଣ୍ଟେଣ୍ଟକୁ ମଧ୍ୟ ସଂଯୁକ୍ତ କରିପାରିବେ |
05:06 | staging area ମଧ୍ୟରେ ଫାଇଲକୁ ସଂଯୁକ୍ତ କରନ୍ତୁ |
05:11 | ଟାଇପ୍ କରନ୍ତୁ, git add lion-and-mouse.html |
05:17 | ତା’ପରେ ନୁତନ ଭାବେ ସଂଯୁକ୍ତ ହୋଇଥିବା ଫାଇଲକୁ commit କରନ୍ତୁ |
05:21 | ଟାଇପ୍ କରନ୍ତୁ, git commit hyphen m, କ୍ଵୋଟ୍ ମଧ୍ୟରେAdded lion-and-mouse.html |
05:29 | ତା’ପରେ, ସ୍ଥାନୀୟ repositoryକୁ ମୁଖ୍ୟ Remote repository ସହିତ ସୀଙ୍କ୍ରୋନାଇଜ୍ କରନ୍ତୁ |
05:35 | repositoryକୁ ସୀଙ୍କ୍ରୋନାଇଜ୍ କରିବା ପୂର୍ବରୁ, remotes ବିଷୟରେ ଶିଖିବା |
05:40 | ଗୋଟିଏ Remote repositoryର URLକୁ Remote କୁହାଯାଏ |
05:45 | URLକୁ ଗୋଟିଏ ଡାକନାମ ଦେଇପାରିବେ |
05:49 | ଅନେକ Remote repositories ଉପରେ କାମ କଲା ସମୟରେ ଏହା ଦରକାରୀ ହୋଇଥାଏ |
05:54 | ଯେତେବେଳେ repositoryକୁ ସୀଙ୍କ୍ରୋନାଇଜ୍ କରାଯାଏ, ସେତେବେଳେ ସମ୍ପୂର୍ଣ୍ଣ URLକୁ ଟାଇପ୍ କରିବା ବ୍ୟତିତ, ଡାକନାମକୁ ବ୍ୟବହାର କରିପାରିବେ |
06:01 | ଗୋଟିଏ Remoteର ଡିଫଲ୍ଟ ଡାକନାମ ସର୍ବଦା origin ଅଟେ |
06:06 | ବର୍ତ୍ତମାନ ଗୋଟିଏ Remoteକୁ କିପରି ସଂଯୁକ୍ତ କରାଯାଏ, ଚାଲନ୍ତୁ ଶିଖିବା |
06:10 | terminalକୁ ଫେରିଆସନ୍ତୁ |
06:13 | ଟାଇପ୍ କରନ୍ତୁ, git remote. ଡିଫଲ୍ଟ Remote ନେମ୍ origin ଥିବା ଆପଣ ଦେଖିପାରିବେ |
06:20 | ତା’ପରେ Remoteରେ କିପରି ଗୋଟିଏ ଡାକନାମକୁ ସଂଯୁକ୍ତ କରାଯାଏ, ଚାଲନ୍ତୁ ଦେଖିବା |
06:25 | ଟାଇପ୍ କରନ୍ତୁ, git remote add stories ଏବଂ Remote repositoryର URLକୁ ଟାଇପ୍ କରନ୍ତୁ |
06:32 | ଏଠାରେ Remoteକୁ stories ଭାବେ ନାମିତ କରନ୍ତୁ ଯାହା Remote repository ନେମ୍ ଅଟେ |
06:38 | ବର୍ତ୍ତମାନ, Enter କୀକୁ ଦାବନ୍ତୁ |
06:41 | ପୁନର୍ବାର Remote ତାଲିକାକୁ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ, git remote |
06:46 | ଆପଣ ଦେଖିପାରିବେ ଯେ ତାଲିକାରେ Remote ସଂଯୁକ୍ତ ହୋଇଯାଇଛି |
06:50 | ବର୍ତ୍ତମାନ ସ୍ଥାନୀୟ repository ସହିତ ମୁଖ୍ୟ Remote repositoryକୁ ସୀଙ୍କ୍ରୋନାଇଜ୍ କରନ୍ତୁ |
06:55 | ଏହା କରିବା ପାଇଁ, ଟାଇପ୍ କରନ୍ତୁ, git push stories master |
07:00 | ଏଠାରେ stories, Remote ନେମ୍ ଅଟେ ଏବଂ master, ବ୍ରାଞ୍ଚ ଅଟେ, ଯେଉଁଠି ପରିବର୍ତ୍ତନଗୁଡିକ ଅଦ୍ୟତନ ହୋଇଛି |
07:07 | ବର୍ତ୍ତମାନ Enter ଦାବନ୍ତୁ |
07:09 | User1ର username ଭାବେ priya-spoken1କୁ ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
07:17 | User1ର ଅନୁରୂପ ପାସୱର୍ଡକୁ ଟାଇପ୍ କରନ୍ତୁ |
07:21 | ପ୍ରଦର୍ଶନ ଉଦ୍ଦେଶ୍ୟରେ ପୂର୍ବେ ସୃଷ୍ଟି କରାଯାଇଥିବା ଏହି ୟୁଜର୍ ନେମକୁ ମନେପକାନ୍ତୁ |
07:27 | ଦୟାକରି ଏଠାରେ ଆପଣଙ୍କ ୟୁଜରନେମ୍ ଓ ପାସୱର୍ଡକୁ ବ୍ୟବହାର କରନ୍ତୁ |
07:31 | ଏହା unable to access ନାମକ ଗୋଟିଏ ତୃଟିକୁ ପ୍ରଦର୍ଶନ କରିବ |
07:35 | ଏହି ତୃଟି କାହିଁକି ଦେଖାଦେଲା? ଏହାର କାରଣ ହେଉଛି Remote repositoryକୁ ଆମର ଆକ୍ସେସ୍ ନାହିଁ |
07:42 | ତେଣୁ ବର୍ତ୍ତମାନ, ସହଯୋଗକର୍ତ୍ତାମାନଙ୍କୁ କିପରି ଆକ୍ସେସର ଅନୁମତି ପ୍ରଦାନ କରାଯାଏ, ଦେଖିବା |
07:48 | GitHub repositoryକୁ ଫେରିଆସନ୍ତୁ |
07:51 | ଉପର ପ୍ୟାନେଲରେ ଥିବା ଶେଷ ଟାବ୍ – Settings ଉପରେ କ୍ଲିକ୍ କରନ୍ତୁ |
07:55 | ବାମ ପଟ ବକ୍ସରେ ଥିବା Collaborators ଲିଙ୍କ ଉପରେ କ୍ଲିକ୍ କରନ୍ତୁ |
08:00 | ସୁନିଶ୍ଚିତ କରିବା ପାଇଁ GitHub ଆକାଉଣ୍ଟ ପାସୱର୍ଡକୁ ଟାଇପ୍ କରନ୍ତୁ |
08:04 | ଏଠାରେ ଟେକ୍ସଟ ବକ୍ସ ମଧ୍ୟରେ, ସହଯୋଗକର୍ତ୍ତାଙ୍କ ନାମଗୁଡିକୁ ମଧ୍ୟ ସଂଯୁକ୍ତ କରିପାରିବେ |
08:10 | ଏହା ବୁଝନ୍ତୁ ଯେ ଏହି GitHub repositoryକୁ ଯେକେହି clone କରିପାରିବେ |
08:15 | କିନ୍ତୁ ସହଯୋଗକର୍ତ୍ତା ଭାବେ ସଂଯୁକ୍ତ କରାଯାଇଥିବା ଲୋକମାନଙ୍କୁ repository ମଧ୍ୟକୁ push କରାଯାଇପାରିବ |
08:21 | ବର୍ତ୍ତମାନ, priya-spoken1 ଓ kaushik-spoken ନାମକ ଦୁଇଟି ୟୁଜରଙ୍କୁ ସଂଯୁକ୍ତ କରନ୍ତୁ |
08:27 | ୟୁଜର୍ ନେମ୍ ତାଲିକାଭୁକ୍ତ ହେବା ଦେଖିପାରିବେ ଯେତେବେଳେ ଟେକ୍ସଟ ବକ୍ସରେ ଟାଇପ୍ କରାଯିବ |
08:33 | ୟୁଜରକୁ ସହଯୋଗକର୍ତ୍ତା ଭାବେ ସଂଯୁକ୍ତ କରିବା ପାଇଁ Add Collaborator ବଟନ୍ ଉପରେ କ୍ଲିକ୍ କରନ୍ତୁ |
08:38 | ଅନ୍ୟ ୟୁଜର୍ kaushik-spokenକୁ ମଧ୍ୟ ସଂଯୁକ୍ତ କରନ୍ତୁ |
08:43 | ଏଠାରେ ସଂଯୁକ୍ତ କରାଯାଇଥିବା ନାମ ତାଲିକାଭୁକ୍ତ ହୋଇଥିବା, ଦେଖିପାରିବେ |
08:47 | ବର୍ତ୍ତମାନ, Remote repository ମଧ୍ୟରେ ପୁଶ୍ କରିବା ପାଇଁ ଚେଷ୍ଟା କରନ୍ତୁ |
08:51 | terminalକୁ ଫେରିଆସନ୍ତୁ |
08:54 | ଟାଇପ୍ କରନ୍ତୁ, git push stories master |
08:58 | repositoryକୁ ଆକ୍ସେସ୍ ଥିବା ୟୁଜରଙ୍କୁ username ଓ password ପ୍ରଦାନ କରନ୍ତୁ |
09:04 | ଏହାକୁ ସଫଳତାର ସହ ପୁଶ୍ ହୋଇଥିବା, ଦେଖିପାରିବେ |
09:08 | ତା’ପରେ, ପରିବର୍ତ୍ତନଗୁଡିକ ଅଦ୍ୟତନ ହୋଇଛି କି ନାହିଁ ଦେଖିବା ପାଇଁ GitHub repositoryକୁ ଯାଞ୍ଚ କରନ୍ତୁ |
09:14 | GitHub repositoryକୁ ଫେରିଆସନ୍ତୁ |
09:17 | Code ଟାବ୍ ଉପରେ କ୍ଲିକ୍ କରନ୍ତୁ |
09:20 | commit listକୁ ଯାଞ୍ଚ କରନ୍ତୁ |
09:23 | ଦେଖିପାରିବେ ଯେ ସହଯୋଗକର୍ତ୍ତାଙ୍କର commit ଏଠାରେ ତାଲିକାଭୁକ୍ତ ହୋଇଛି |
09:28 | ତା’ପରେ, Remote repository ସହିତ User2 କିପରି ସହଯୋଗ କରିପାରିବେ, ଚାଲନ୍ତୁ ଶିଖିବା |
09:34 | terminalକୁ ଫେରିଆସନ୍ତୁ |
09:37 | ଧରିନିଅନ୍ତୁ User2, friends.html ନାମକ ଫାଇଲ୍ ଉପରେ କାର୍ଯ୍ୟ କରୁଛି |
09:43 | ଫାଇଲ୍ ସୃଷ୍ଟି କରିବା ପାଇଁ ଟାଇପ୍ କରନ୍ତୁ, gedit friends.html |
09:49 | Writer ଡକୁମେଣ୍ଟରୁ କିଛି ଟେକ୍ସଟକୁ ଏହି ଫାଇଲ୍ ମଧ୍ୟରେ କପୀ ଓ ପେଷ୍ଟ କରନ୍ତୁ |
09:54 | ସେହିପରି, ଫାଇଲ୍ ମଧ୍ୟରେ କିଛି କଣ୍ଟେଣ୍ଟକୁ ସଂଯୁକ୍ତ କରିପାରିବେ |
09:59 | staging area ମଧ୍ୟରେ ଫାଇଲକୁ ସଂଯୁକ୍ତ କରନ୍ତୁ |
10:03 | ତା’ପରେ ନୁତନ ଭାବେ ସଂଯୁକ୍ତ ହୋଇଥିବା ଫାଇଲକୁ commit କରନ୍ତୁ |
10:07 | ଟାଇପ୍ କରନ୍ତୁ, git commit hyphen m, କ୍ଵୋଟ୍ ମଧ୍ୟରେ Added friends.html |
10:15 | ତା’ପରେ, ସ୍ଥାନୀୟ repositoryକୁ ମୁଖ୍ୟ Remote repository ସହିତ ସୀଙ୍କ୍ରୋନାଇଜ୍ କରନ୍ତୁ |
10:21 | ଟାଇପ୍ କରନ୍ତୁ, git push origin master |
10:25 | ମନେରଖନ୍ତୁ ଯେ, ଏହି ସ୍ଥାନୀୟ repositoryରେ Remoteକୁ ସଂଯୁକ୍ତ କରାଗଲା ନାହିଁ |
10:30 | ତେଣୁ ଏଠାରେ ଡିଫଲ୍ଟ Remote ନେମ୍ ଭାବେ originକୁ ବ୍ୟବହାର କରାଯାଉଛି |
10:34 | ବର୍ତ୍ତମାନ, Enter ଦାବନ୍ତୁ |
10:37 | User2ର GitHub ୟୁଜରନେମ୍ ଓ ପାସୱର୍ଡକୁ ଟାଇପ୍ କରନ୍ତୁ |
10:42 | ଏହା, failed to push ନାମକ ଗୋଟିଏ ତୃଟିକୁ ପ୍ରଦର୍ଶନ କରିବ |
10:46 | ଏହା ତୃଟିର କାରଣକୁ ମଧ୍ୟ ପ୍ରଦର୍ଶନ କରିବ: the remote contains work that you do not have locally |
10:53 | ମନେରଖନ୍ତୁ ଯେ, ପୂର୍ବେ User1 ଗୋଟିଏ କମିଟକୁ ପୁଶ୍ କରିଛି |
10:58 | କିନ୍ତୁ User2 ଏହାର ସ୍ଥାନୀୟ repositoryରେ User1ର କାର୍ଯ୍ୟ କରିନାହିଁ |
11:04 | ତୃଟିକୁ ସଂଶୋଧନ କରିବା ସକାଷେ git pull କମାଣ୍ଡକୁ ରନ୍ କରିବା ପାଇଁ ଏହା ଗୋଟିଏ ପରାମର୍ଶ ମଧ୍ୟ ପ୍ରଦାନ କରିବ |
11:10 | ତେଣୁ ପ୍ରଥମେ, User1ର କାମକୁ ପୁଲ୍ ଡାଉନ୍ କରନ୍ତୁ ଏବଂ ଏହାକୁ User2ର ସ୍ଥାନୀୟ repositoryରେ ସଂଯୁକ୍ତ କରନ୍ତୁ. ବର୍ତ୍ତମାନ ଏହାକୁ କରନ୍ତୁ |
11:21 | ଟାଇପ୍ କରନ୍ତୁ, git pull origin master |
11:25 | ପ୍ରଥମେ ଏହା Remote repositoryରୁ ତଥ୍ୟଗୁଡିକୁ ସଂଗ୍ରହ କରିବ ତା’ପରେ ଏହାକୁ ସ୍ଥାନୀୟ repositoryରେ merge କରିବ |
11:32 | ତେଣୁ ଏହା merging ପାଇଁ ଗୋଟିଏ ବାର୍ତ୍ତା ପ୍ରଦର୍ଶନ ସକାଷେ ଏକ ଏଡିଟରକୁ ଖୋଲିବ |
11:36 | ସମାନ ବାର୍ତ୍ତାକୁ ରଖନ୍ତୁ ଏବଂ Ctrl + Xକୁ ଦାବି ଏଡିଟରକୁ ବନ୍ଦ କରନ୍ତୁ |
11:42 | ବର୍ତ୍ତମାନ ପୁନର୍ବାର, ତଥ୍ୟକୁ ପୁଶ୍ କରିବା ପାଇଁ ଚେଷ୍ଟା କରନ୍ତୁ. ଟାଇପ୍ କରନ୍ତୁ, git push origin master |
11:50 | User2ର username ଓ passwordକୁ ପ୍ରଦାନ କରନ୍ତୁ |
11:54 | ବର୍ତ୍ତମାନ ସଫଳତାର ସହ ତଥ୍ୟ ପୁଶ୍ ହୋଇଥିବା, ଦେଖିପାରିବେ |
11:59 | ତା’ପରେ, ଆମେ କରିଥିବା ପରିବର୍ତ୍ତନଗୁଡିକ ଅଦ୍ୟତନ ହୋଇଛି କି ନାହିଁ ଦେଖିବା ପାଇଁ GitHub repositoryକୁ ଯାଞ୍ଚ କରନ୍ତୁ |
12:05 | GitHub repositoryକୁ ଫେରିଆସନ୍ତୁ |
12:08 | ରିପୋଜିଟୋରୀ ନାମ Stories ଉପରେ କ୍ଲିକ୍ କରନ୍ତୁ |
12:12 | ବର୍ତ୍ତମାନ repositoryରେ friends.html ଫାଇଲ୍ ସଂଯୁକ୍ତ ହୋଇଥିବା ଦେଖିପାରିବେ |
12:18 | ବର୍ତ୍ତମାନ commit listକୁ ଯାଞ୍ଚ କରନ୍ତୁ |
12:21 | ଏଠାରେ User2ର commit ତାଲିକାଭୁକ୍ତ ହୋଇଥିବା ଦେଖିପାରିବେ |
12:26 | ଏହା ସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ |
12:30 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଛେ - |
12:35 | Remote repository କ’ଣ ଏବଂ |
12:38 | Remote repositoryରେ କିପରି ତଥ୍ୟକୁ ସୀଙ୍କ୍ରୋନାଇଜ୍ କରିବା |
12:42 | ଗୋଟିଏ ଆସାଇନମେଣ୍ଟ ଭାବେ, User3 ନାମକ ଆଉ ଏକ ୟୁଜର୍ ସୃଷ୍ଟି କରନ୍ତୁ |
12:47 | User3 ପାଇଁ ତଥ୍ୟକୁ Clone କରନ୍ତୁ |
12:50 | User3ର ସ୍ଥାନୀୟ repositoryରେ କାମ କରିବା ଆରମ୍ଭ କରନ୍ତୁ ଏବଂ |
12:54 | User3ରୁ ତଥ୍ୟକୁ ପୁଶ୍ କରିବା ପାଇଁ ଚେଷ୍ଟା କରନ୍ତୁ |
12:58 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
13:03 | ଦୟାକରି ଏହାକୁ ଡାଉନଲୋଡ୍ କରିବା ସହ ଦେଖନ୍ତୁ |
13:05 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
13:12 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
13:16 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ |
13:22 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
13:27 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |