Git/C2/Overview-and-Installation-of-Git/Oriya
From Script | Spoken-Tutorial
|
|
00:01 | ବନ୍ଧୁଗଣ, Overview and Installation of Git ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
ଭର୍ସନ୍ Control System, Git ଏବଂ Ubuntu Linux ଓ Windows ଅପରେଟିଙ୍ଗ ସିଷ୍ଟମରେ Gitକୁ ଇନଷ୍ଟଲ କରିବା |
00:17 | ଏହି ଟ୍ୟୁଟୋରିଆଲ୍ ପାଇଁ, ଗୋଟିଏ କାର୍ଯ୍ୟକାରୀ Internet ସଂଯୋଗ ଆବଶ୍ୟକ ଅଟେ |
00:22 | ଆପଣଙ୍କର Ubuntu Linux କିମ୍ବା Windows ଅପରେଟିଙ୍ଗ ସିଷ୍ଟମ୍ ମଧ୍ୟ ଥିବା ଆବଶ୍ୟକ |
00:28 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ, ଆପଣ ଉପରୋକ୍ତ ଯେକୌଣସି ଅପରେଟିଙ୍ଗ ସିଷ୍ଟମ୍ ସହିତ ପରିଚିତ ଥିବା ଆବଶ୍ୟକ |
00:36 | ପ୍ରଥମେ, ଚାଲନ୍ତୁ VCS କ’ଣ ଶିଖିବା ଯାହା Version Control System ଅଟେ |
00:39 | Version Control System ଗୋଟିଏ backup ଭଳି ଅଟେ |
00:44 | ଏହା ଡକୁମେଣ୍ଟ, କମ୍ପ୍ୟୁଟର୍ ପ୍ରୋଗ୍ରାମ୍ ଓ ୱେବସାଇଟଗୁଡିକରେ ହେଉଥିବା ପରିବର୍ତ୍ତନଗୁଡିକୁ ପରିଚାଳିତ କରେ |
00:51 | ଏହା ଅତିରିକ୍ତ ସମୟରେ କରିଥିବା କାର୍ଯ୍ୟର ଗୋଟିଏ ହିଷ୍ଟୋରିକାଲ୍ ରେକର୍ଡ ପ୍ରଦାନ କରେ |
00:55 | VCS, revision control, source control ଓ Source Code Management (SCM) ଭାବେ ମଧ୍ୟ ପରିଚିତ |
01:03 | RCS, Subversion ଓ Bazaar, VCSର କିଛି ଉଦାହରଣ ଅଟନ୍ତି |
01:11 | ତା’ପରେ ଚାଲନ୍ତୁ Git ସହିତ ଆରମ୍ଭ କରିବା |
01:13 | Git ଗୋଟିଏ ବଣ୍ଟନୀୟ version control software ଅଟେ |
01:16 | ଏହା ଗୋଟିଏ ମୁକ୍ତ ଓ open source software ଅଟେ |
01:19 | ଏହା ଗୋଟିଏ ଫାଇଲ୍ କିମ୍ବା ଫାଇଲଗୁଡିକରେ ହୋଇଥିବା ପରିବର୍ତ୍ତନ ଉପରେ ଟ୍ରାକ୍ ରଖିଥାଏ |
01:24 | ଏହା ଡେଭେଲପରମାନଙ୍କୁ ପରସ୍ପର ସହିତ ସହଯୋଗ ରଖି କାମ କରିବା ପାଇଁ ଅନୁମତି ଦେଇଥାଏ |
01:28 | ଏହା ପ୍ରୋଜେକ୍ଟଗୁଡିକୁ ପରିଚାଳିତ କରିବା ସହିତ ଭର୍ସନଗୁଡିକୁ ଷ୍ଟୋର୍ କରିଥାଏ |
01:32 | ଏହା ପ୍ରୋଜେକ୍ଟର ଅଗ୍ରଗତି ହିଷ୍ଟୋରୀକୁ ଟ୍ରାକ୍ କରିବାରେ ସାହାଯ୍ୟ କରେ |
01:37 | Gitରେ ଥିବା ଉଲ୍ଲେଖନୀୟ ଫିଚରଗୁଡିକ ନିମ୍ନରେ ପ୍ରଦତ୍ତ ଅଛି: |
01:42 | ପଛକୁ ଫେରିବା ସହିତ, କରିଥିବା କାର୍ଯ୍ୟର ପୂର୍ବ ଭର୍ସନଗୁଡିକୁ ପୁନର୍ଲାଭ କରିପାରିବେ |
01:47 | କରାଯାଇଥିବା ସମଗ୍ର ପରିବର୍ତ୍ତନଗୁଡିକର ସମ୍ପୂର୍ଣ୍ଣ ହିଷ୍ଟୋରୀକୁ ଦେଖିପାରିବେ |
01:52 | ମତଭେଦଗୁଡିକ Git ଦ୍ଵାରା ପ୍ରଦତ୍ତ ପରାମର୍ଶଗୁଡିକ ସାହାଯ୍ୟରେ ସହଜରେ ସମାଧାନ କରାଯାଇପାରିବ |
01:58 | ଯଦି ଡେଟା ଲସ୍ ହେଉଥାଏ, ଏହାକୁ ଯେକୌଣସି client repositoriesରୁ ପୁନରୁଦ୍ଧାର କରିହେବ |
02:05 | * ପ୍ରୋଗ୍ରାମର୍, ୱେବ ଡେଭେଲପର୍, ପ୍ରୋଜେକ୍ଟ ମ୍ୟାନେଜର୍, ରାଇଟର୍ ଓ ଏପରି ଅନେକଙ୍କ ଦ୍ଵାରା Git ବ୍ୟବହୃତ ହୁଏ |
02:14 | ଟେକ୍ସଟ ଫାଇଲ୍, ସୀଟ୍, ଡିଜାଇନ୍ ଫାଇଲ୍, ଡ୍ରଇଙ୍ଗ ପ୍ରଭୃତିଗୁଡିକ ସହିତ କାମ କରୁଥିବା ଯେକୌଣସି ବ୍ୟକ୍ତି, ଭର୍ସନଗୁଡିକୁ ଟ୍ରାକ୍ କରନ୍ତି |
02:22 | ଲୋକମାନେ ଯେଉଁମାନେ ଗୋଟିଏ କାର୍ଯ୍ୟକ୍ରମ କିମ୍ବା ପ୍ରୋଜେକ୍ଟ ଉପରେ ମିଳିମିଶି କାମ କରନ୍ତି |
02:28 | ବର୍ତ୍ତମାନ, Git କିପରି କାମ କରେ ଚାଲନ୍ତୁ ଦେଖିବା |
02:31 | ପ୍ରକୃତରେ Git ସମଗ୍ର ପ୍ରୋଜେକ୍ଟର ଗୋଟିଏ snapshotକୁ ଷ୍ଟୋର୍ କରିଥାଏ |
02:36 | Snapshot, ସେହି ଏକା ସମୟରେ ସମଗ୍ର ଫାଇଲଗୁଡିକର ନିଆଯାଇଥିବା ଗୋଟିଏ ଛବି ଭଳି ସମାନ ଅଟେ |
02:42 | ଯଦି କିଛି ଫାଇଲରେ କୌଣସି ପରିବର୍ତ୍ତନ ନ’ଥାଏ ତେବେ ପୁନର୍ବାର Git ସେଗୁଡିକୁ ଷ୍ଟୋର୍ କରିବ ନାହିଁ |
02:47 | ଏହା ସେଗୁଡିକୁ ପୂର୍ବ ଭର୍ସନ୍ ସହିତ ଲିଙ୍କ କରିବ |
02:50 | ଅସଫଳ କାର୍ଯ୍ୟରେ, snapshotରୁ ଡେଟା ପୁନରୁଦ୍ଧାର ହୋଇଥାଏ |
02:56 | ଏହି ସିରିଜରେ ଆଲୋଚିତ ହୋଇଥିବା କିଛି ଫିଚରଗୁଡିକ ଉପରେ ସାମାନ୍ୟ ଆଲୋକପାତ କରାଯିବ- |
03:01 | Basic commands of Git |
03:04 | The git checkout command |
03:06 | Inspection and comparison of Git ଓ |
03:09 | Tagging in Git |
03:11 | ଏହି ସିରିଜରେ, ନିମ୍ନଲିଖିତ ମଧ୍ୟ ଶିଖିବା:
Branching in Git, Deleting and Merging branches ଓ Stashing and Cleaning |
03:22 | Ubuntu Software Centerକୁ ବ୍ୟବହାର କରି Ubuntu Linuxରେ Gitକୁ ଇନଷ୍ଟଲ୍ କରାଯାଇପାରିବ |
03:27 | Ubuntu Software Center ଉପରେ ଅଧିକ ବିବରଣୀ ପାଇଁ, ଏହି ୱେବସାଇଟରେ ଥିବା Linux ଟ୍ୟୁଟୋରିଆଲଗୁଡିକର ଅନୁସରଣ କରନ୍ତୁ |
03:35 | ସିଷ୍ଟମରେ Gitର ଇନଷ୍ଟଲେଶନ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଛି. ବର୍ତ୍ତମାନ ଏହାକୁ ଯାଞ୍ଚ କରନ୍ତୁ |
03:42 | terminalକୁ ଯା’ନ୍ତୁ ଏବଂ ଟାଇପ୍ କରନ୍ତୁ: git ସ୍ପେସ୍ ହାଇଫେନ୍ ହାଇଫେନ୍ ଭର୍ସନ୍ ଏବଂ Enter ଦାବନ୍ତୁ |
03:50 | Gitର ଭର୍ସନ୍ ସଂଖ୍ୟା ପ୍ରଦର୍ଶନ ହେବା ଦେଖିପାରିବେ |
03:53 | ଏହାର ଅର୍ଥ, Git ସଫଳତାର ସହ ଇନଷ୍ଟଲ୍ ହୋଇଛି |
03:57 | ତା’ପରେ ଚାଲନ୍ତୁ Windows OSରେ Gitକୁ ଇନଷ୍ଟଲ୍ କରି ଶିଖିବା |
04:01 | ୱେବ ବ୍ରାଉଜର୍ ଖୋଲିବା ସହ www.git-scm.comକୁ ଯା’ନ୍ତୁ |
04:09 | ବାମ ପଟେ ଥିବା Downloads ଲିଙ୍କ ଉପରେ କ୍ଲିକ୍ କରନ୍ତୁ |
04:13 | Windows ପାଇଁ Gitକୁ ଡାଉନଲୋଡ୍ କରିବା ସକାସେ Windows ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
04:17 | Save As ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ. Save File ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:22 | installer file, ଡିଫଲ୍ଟ Downloads ଫୋଲ୍ଡର୍ ମଧ୍ୟରେ ଡାଉନଲୋଡ୍ ହୋଇଯିବ |
04:26 | Gitକୁ ଇନଷ୍ଟଲ୍ କରିବା ପାଇଁ exe ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
04:30 | ଦୃଶ୍ୟମାନ ହେଉଥିବା ଡାଇଲଗ୍ ବକ୍ସର Run ଉପରେ ଏବଂ ତା’ପରେ Yes ଉପରେ କ୍ଲିକ୍ କରନ୍ତୁ |
04:35 | ବର୍ତ୍ତମାନ Next ଉପରେ କ୍ଲିକ୍ କରନ୍ତୁ. General Public License ପେଜର Next ଉପରେ କ୍ଲିକ୍ କରନ୍ତୁ |
04:41 | ଡିଫଲ୍ଟ ଭାବେ, Git, Program Files ମଧ୍ୟରେ ଇନଷ୍ଟଲ୍ ହୋଇଛି. Next ଉପରେ କ୍ଲିକ୍ କରନ୍ତୁ |
04:46 | ଇନଷ୍ଟଲ୍ କରିବା ପାଇଁ କମ୍ପୋନେଣ୍ଟଗୁଡିକୁ ଚୟନ କରନ୍ତୁ |
04:49 | Additional icons ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ |
04:52 | ତା’ପରେ Next ଉପରେ କ୍ଲିକ୍ କରନ୍ତୁ. ପୁନର୍ବାର Next ଉପରେ କ୍ଲିକ୍ କରନ୍ତୁ |
04:57 | ଏଠାରେ, Git କମାଣ୍ଡଗୁଡିକୁ ରନ୍ କରିବା ପାଇଁ ଅପଶନକୁ ଚୟନ କରନ୍ତୁ |
05:00 | Use Git Bash onlyକୁ ଚୟନ ଅରିବା ସହ Next ଉପରେ କ୍ଲିକ୍ କରନ୍ତୁ |
05:04 | ଏହି ଅପଶନକୁ ଡିଫଲ୍ଟ ଭାବେ ରଖିବା ସହ Next ଉପରେ କ୍ଲିକ୍ କରନ୍ତୁ |
05:09 | Git ଇନଷ୍ଟଲ୍ ହେଉଛି. ଇଣ୍ଟରନେଟର ବେଗ ଉପରେ ନିର୍ଭର କରି ଏହା କିଛି ସମୟ ନେବ |
05:15 | ଇନଷ୍ଟଲେଶନକୁ ସମ୍ପୂର୍ଣ୍ଣ କରିବା ପାଇଁ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:19 | ବର୍ତ୍ତମାନ, Git Release Notes ଅଟୋମାଟିକଲୀ ଖୋଲିଯିବ. ଏହାକୁ ବନ୍ଦ କରନ୍ତୁ |
05:24 | Desktop ଉପରେ ସୃଷ୍ଟି ହୋଇଥିବା, Git Bash ଭାବେ ଗୋଟିଏ ସର୍ଟ-କଟ୍ ଆଇକନକୁ ଦେଖିପାରିବେ. ଖୋଲିବା ପାଇଁ ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ |
05:32 | ବିକଳ୍ପ ଭାବେ, Start ମେନୁ >> All programs >> Git ଉପରେ କ୍ଲିକ୍ କରିବା ସହ Git Bash ଉପରେ କ୍ଲିକ୍ କରନ୍ତୁ |
05:41 | ବର୍ତ୍ତମାନ Git Bash ଖୋଲିଯିବ |
05:44 | ଏହା Gitର ଇନଷ୍ଟଲ୍ ହୋଇଥିବା ଭର୍ସନକୁ ପ୍ରଦର୍ଶନ କରିବ |
05:48 | ତେଣୁ, ସଫଳତାର ସହ Git ଇନଷ୍ଟଲ୍ ହୋଇଛି ବୋଲି ଆମେ ଜାଣିଲେ |
05:51 | ଏହା ସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ |
05:55 | ସଂକ୍ଷିପ୍ତରେ.
ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: Version Control System, Git ଓ Ubuntu Linux ଓ Windows ଅପରେଟିଙ୍ଗ ସିଷ୍ଟମରେ Git ଇନଷ୍ଟଲେଶନ୍ |
06:10 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହ ଦେଖନ୍ତୁ |
06:18 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
06:29 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
06:41 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |