FrontAccounting-2.4.7/C2/Installation-of-FrontAccounting-on-Windows-OS/Oriya
Time | Narration |
00:01 | Windows OSରେ FrontAccountingର ଇନଷ୍ଟଲେଶନ୍ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
XAMPP ଇନଷ୍ଟଲ୍ କରିବା, |
00:12 | FrontAccounting ସଫ୍ଟୱେର୍ ଡାଉନଲୋଡ୍ କରିବା |
00:15 | Windows OSରେ database setup ଏବଂ FrontAccounting ଇନଷ୍ଟଲ୍ କରିବା |
00:21 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି,
Windows OS ଭର୍ସନ୍ 10 |
00:26 | XAMPP 5.5.19 ମାଧ୍ୟମରେ ପ୍ରାପ୍ତ Apache, MySQL ଓ PHP |
00:32 | FrontAccounting ଭର୍ସନ୍ 2.4.7 |
00:36 | Firefox web browser ଓ ଗୋଟିଏ କାର୍ଯ୍ୟକ୍ଷମ Internet ସଂଯୋଗ |
00:41 | ଆପଣ ନିଜ ପସନ୍ଦର ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ. |
00:44 | FrontAccounting ଗୋଟିଏ server ବେସଡ୍ ଆକାଉଣ୍ଟିଙ୍ଗ ସିଷ୍ଟମ୍ ଅଟେ.
ତେଣୁ ନିଜ ମେଶିନ୍ରେ web server ସେଟ-ଅପ୍ କରିବା ପାଇଁ XAMPP ବ୍ୟବହାର କରନ୍ତୁ |
00:52 | ଗୋଟିଏ web browser ଖୋଲନ୍ତୁ.
Address barରେ URL ଟାଇପ୍ କରିବା ପରେ Enter ଦାବନ୍ତୁ |
00:59 | ଏହା, ଆମକୁ XAMPPର ଡାଉନଲୋଡ୍ ପେଜ୍କୁ ନେଇଯିବ |
01:03 | ସମସ୍ତ ଅପରେଟିଙ୍ଗ ସିଷ୍ଟମ୍କୁ ସପୋର୍ଟ କରୁଥିବା XAMPP, ଏଠାରେ ଡାଉନଲୋଡ୍ ହେବା ପାଇଁ ଉପଲବ୍ଧ ଅଛି |
01:08 | ଏହି ସବୁଜ ବଟନ୍ ରେ କ୍ଲିକ୍ କରି XAMPPର ଅଦ୍ୟତନ ଭର୍ସନ୍କୁ ଡାଉନଲୋଡ୍ କରାଯାଇପାରିବ |
01:13 | ହେଲେ, ଆପଣଙ୍କ ସଫ୍ଟୱେର୍ର ଆବଶ୍ୟକତା ଅନୁସାରେ XAMPPର ଗୋଟିଏ ଅଲଗା ଭର୍ସନ୍ ଆପଣଙ୍କର ଆବଶ୍ୟକ ହୋଇପାରେ |
01:19 | ମୋ ପାଇଁ XAMPP ଭର୍ସନ୍ 5.5.19 ଆବଶ୍ୟକ |
01:24 | XAMPP Windows ଲିଙ୍କରେ କ୍ଲିକ୍ କରନ୍ତୁ |
01:28 | ଆଜି ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା XAMPPର ସମସ୍ତ ଭର୍ସନ୍ ଏହି ରିଡାଇରେକ୍ଟେଡ୍ ପେଜ୍ରେ ପ୍ରଦର୍ଶିତ ହେବ |
01:32 | ଏହି ଇନଷ୍ଟଲେଶନ୍ ପାଇଁ XAMPP ଭର୍ସନ୍ 5.5.19କୁ ଚୟନ କରନ୍ତୁ |
01:39 | ଡାଉନଲୋଡ୍ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ |
01:43 | ବର୍ତ୍ତମାନ Save file ବଟନ୍ରେ କ୍ଲିକ୍ କରନ୍ତୁ.
ଆପଣଙ୍କ ମେଶିନ୍ରେ exe ଫାଇଲ୍ ଡାଉନଲୋଡ୍ ହୋଇଯିବ |
01:51 | ଫାଇଲ୍ ଡାଉନଲୋଡ୍ ହୋଇ ରହିଥିବା ଫୋଲ୍ଡର୍କୁ ଖୋଲନ୍ତୁ |
01:55 | ଇନଷ୍ଟଲେଶନ୍ ଆରମ୍ଭ କରିବା ପାଇଁ ଫାଇଲ୍ରେ ଡବଲ୍ କ୍ଲିକ୍ କରନ୍ତୁ |
01:59 | User Account Control ନାମକ ଗୋଟିଏ ଡାଇଲଗ୍ ବକ୍ସ ଖୋଲିବ
Yes ବଟନ୍ରେ କ୍ଲିକ୍ କରନ୍ତୁ |
02:06 | ଯଦି ଆପଣଙ୍କ ମେଶିନ୍ରେ କୌଣସି antivirus ସଫ୍ଟୱେର୍ ଇନଷ୍ଟଲ୍ ହୋଇଥାଏ, ତେବେ ଆଉ ଗୋଟିଏ ପପ୍-ଅପ୍ ୱିଣ୍ଡୋ ଦୃଶ୍ୟମାନ ହେବ
Yes ବଟନ୍ରେ କ୍ଲିକ୍ କରନ୍ତୁ |
02:15 | ପରବର୍ତ୍ତୀ ୱିଣ୍ଡୋରେ ସତର୍କ ବାର୍ତ୍ତାକୁ ଅଣଦେଖା କରିବା ପାଇଁ OK ବଟନ୍ରେ କ୍ଲିକ୍ କରନ୍ତୁ |
02:21 | ବର୍ତ୍ତମାନ Setup wizard ଡାଇଲଗ୍ ବକ୍ସ ଖୋଲିଯିବ |
02:25 | ପ୍ରମ୍ପ୍ଟ କରାଗଲେ Next ବଟନ୍ରେ କ୍ଲିକ୍ କରନ୍ତୁ ଏବଂ ପ୍ରଦର୍ଶିତ ହେଉଥିବା ଇନଷ୍ଟେଲେଶନ୍ର ପଦାଙ୍କଗୁଡ଼ିକର ଅନୁସରଣ କରନ୍ତୁ |
02:31 | Learn more about Bitnami for XAMPP ଚେକ୍ ବକ୍ସକୁ ଅନଚେକ୍ କରନ୍ତୁ.
ତା’ପରେ Next ବଟନ୍ରେ କ୍ଲିକ୍ କରି ଇନଷ୍ଟେଲେଶନ୍ ପ୍ରକ୍ରିୟାକୁ ଜାରି ରଖନ୍ତୁ |
02:40 | ଥରେ ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହୋଇଗଲେ, Do you want to start the Control Panel now? ଚେକ୍ ବକ୍ସକୁ ଅନଚେକ୍ କରନ୍ତୁ |
02:47 | ଶେଷରେ Finish ବଟନ୍ରେ କ୍ଲିକ୍ କରନ୍ତୁ |
02:51 | ବର୍ତ୍ତମାନ ଆମ ମେଶିନ୍ରେ XAMPP ସଫଳତାର ସହ ଇନଷ୍ଟଲ୍ ହୋଇଛି କି ନାହିଁ, ତାହା ଯାଞ୍ଚ କରିବା ଆବଶ୍ୟକ |
02:56 | ସ୍କ୍ରୀନ୍ର ନିମ୍ନ ଭାଗର ବାମ ପଟେ ଥିବା Windows search barରେ କ୍ଲିକ୍ କରନ୍ତୁ ଏବଂ xampp ଟାଇପ୍ କରନ୍ତୁ |
03:02 | ସର୍ଚ୍ଚ ତାଲିକାରେ ଆମେ XAMPP Control Panelକୁ ଦେଖିପାରିବା |
03:06 | XAMPP Control Panelରେ ରାଇଟ୍ କ୍ଲିକ୍ କରିବା ସହିତ Run as administratorକୁ ଚୟନ କରନ୍ତୁ |
03:12 | XAMPP Control Panelରେ Apache ଓ MySQL services ରନ୍ ହେଉଛି ବୋଲି ସୁନିଶ୍ଚିତ କରନ୍ତୁ |
03:18 | ଯଦି ନାହିଁ, ତେବେ ଏହି ସର୍ଭିସ୍ଗୁଡ଼ିକର ନିଜ ନିଜ START ବଟନ୍ରେ କ୍ଲିକ୍ କରି serviceଗୁଡ଼ିକୁ ଚାଲୁ କରନ୍ତୁ |
03:24 | ଆପଣ କିଛି ଏରର୍ ମେସେଜ୍ ପ୍ରାପ୍ତ କରିପାରନ୍ତି ଯେପରି,
Apache shutdown unexpectedly କିମ୍ବା |
03:30 | Port 80 in use for Apache Server କିମ୍ବା |
03:34 | Unable to connect to any of the specified MySQL hosts for MySQL database |
03:41 | Apache ଓ MySQL ପାଇଁ ଥିବା ଡିଫଲ୍ଟ portଗୁଡ଼ିକ ଅନ୍ୟ ସଫ୍ଟୱେର୍ ଦ୍ଵାରା ବ୍ୟବହାର ହେଉଥିବା କାରଣରୁ ଏହା ହୋଇଥାଏ |
03:47 | Apache ପାଇଁ ଡିଫଲ୍ଟ port ସଂଖ୍ୟା 80 ଏବଂ MySQL ପାଇଁ 3306 ଅଟେ |
03:55 | ଏହି portଗୁଡ଼ିକୁ ବଦଳାଇବା ପାଇଁ ଏହି ଟ୍ୟୁଟୋରିଆଲର Additional Reading Materialକୁ ଦେଖନ୍ତୁ |
04:00 | ଏବଂ ଆଗକୁ ବଢ଼ିବା ପୂର୍ବରୁ ସଠିକ port ସଂଖ୍ୟା ପ୍ରଦାନ କରନ୍ତୁ. ଉଦାହରଣସ୍ଵରୂପ: 8080 |
04:07 | ବର୍ତ୍ତମାନ Firefox web browserକୁ ଖୋଲନ୍ତୁ |
04:11 | address barରେ localhost ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ.
ଆମେ XAMPP ସ୍କ୍ରୀନ୍ ଦେଖିବାରେ ସକ୍ଷମ ହେବା |
04:19 | ଯଦି ଭାଷା ଚୟନ ପାଇଁ ପ୍ରମ୍ପଟ୍ କରାଯାଏ, ତେବେ English ଚୟନ କରନ୍ତୁ.
ଆମେ ବର୍ତ୍ତମାନ XAMPP homepageରେ ଅଛେ |
04:27 | FrontAccountingକୁ ଡାଉନଲୋଡ୍ କରିବା ଆରମ୍ଭ କରନ୍ତୁ |
04:30 | web browserରେ ଆଉ ଗୋଟିଏ ଟାବ୍ ଖୋଲନ୍ତୁ ଏବଂ ଏହି URLକୁ ଯାଆନ୍ତୁ |
04:37 | frontaccounting-2.4.7.zipରେ କ୍ଲିକ୍ କରନ୍ତୁ |
04:42 | ଡାଉନଲୋଡ୍ ହେବା ଆରମ୍ଭ ହୋଇଯିବ.
Save File ବଟନ୍ରେ ଏବଂ ପରେ OK ବଟନ୍ରେ କ୍ଲିକ୍ କରନ୍ତୁ |
04:49 | ଡାଉନଲୋଡ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ, ଆପଣଙ୍କ ଫାଇଲ୍ ଡାଉନଲୋଡ୍ ହୋଇଥିବା ଫୋଲ୍ଡର୍କୁ ଖୋଲନ୍ତୁ |
04:54 | ଡାଉନଲୋଡ୍ ହୋଇଥିବା ଆପଣଙ୍କ ଫାଇଲ୍ ଏଠାରେ ଅଛି |
04:57 | ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରି Extract Here ଚୟନ କରନ୍ତୁ |
05:01 | ଏକ୍ସଟ୍ରାକ୍ଟ ହେଲା ପରେ ଏହି FrontAccounting ଫୋଲ୍ଡର୍କୁ account ଭାବେ ରିନେମ୍ କରନ୍ତୁ |
05:07 | ଫୋଲ୍ଡର୍କୁ ରିନେମ୍ କରିବା ବାଧ୍ୟତାମୂଳକ ନୁହେଁ.
ହେଲେ, ଗୋଟିଏ ମେଶିନ୍ରେ ଇନଷ୍ଟଲ୍ ହୋଇଥିବା FrontAccountingର ଅନେକ ଇନଷ୍ଟାନ୍ସକୁ ଚିହ୍ନଟ କରିବାରେ ଏହା ସହାୟକ ହୋଇଥାଏ |
05:17 | ବର୍ତ୍ତମାନ ଏହି account ନାମକ ଫୋଲ୍ଡର୍କୁ web server's root directory ମଧ୍ୟରେ ରଖନ୍ତୁ |
05:22 | root directory ପାଇଁ c:\xampp\htdocs ପାଥ୍ ଅଟେ |
05:29 | account ଫୋଲ୍ଡର୍ରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ Copy ଚୟନ କରନ୍ତୁ |
05:33 | ବାମ ପ୍ୟାନେଲ୍ରେ ରେ ଥିବା This PCରେ କ୍ଲିକ୍ କରନ୍ତୁ, ଯାହାକୁ My Computer ମଧ୍ୟ କୁହାଯାଏ |
05:39 | ତା’ପରେ Local Disk (C:)ରେ ଡବଲ୍ କ୍ଲିକ୍ କରନ୍ତୁ ଯାହା, C drive ଅଟେ
ଏବଂ xampp ଓ htdocsକୁ ଯାଆନ୍ତୁ |
05:47 | htdocs ଭିତରେ ଥିବା ଖାଲି ସ୍ଥାନରେ ରାଇଟ୍ କ୍ଲିକ୍ କରି Paste ଚୟନ କରନ୍ତୁ |
05:53 | ଆମେ ସଫଳତାର ସହ XAMPP ସର୍ଭର୍ ଇନଷ୍ଟଲ୍ କରିସାରିଛେ |
05:57 | FrontAccounting installer, ୱେବ୍ ସର୍ଭର୍ର root directoryରେ ଅଛି ବୋଲି ସୁନିଶ୍ଚିତ କରନ୍ତୁ |
06:02 | ତା’ପରେ ଆଗକୁ ବଢ଼ିବା ପାଇଁ ଆମକୁ FrontAccounting ପାଇଁ ଗୋଟିଏ database ତିଆରି କରିବାକୁ ହେବ |
06:07 | ଏହାକୁ phpmyadminରେ କରିବାକୁ ହେବ ଯାହା, MySQLର graphical user interface ଅଟେ.
ଏହା XAMPP ଇନଷ୍ଟଲେଶନ୍ ସହିତ ଆସିଥାଏ |
06:17 | ବ୍ରାଉଜର୍ରେ XAMPP ପେଜ୍ କୁ ଫେରିଯାଆନ୍ତୁ. |
06:21 | XAMPP ପେଜ୍ର ବାମ କଡ଼ରେ ଥିବା ମେନୁରେ phpMyadmin ଉପରେ କ୍ଲିକ୍ କରନ୍ତୁ |
06:27 | ଉପର ମେନୁରେ ଥିବା Usersରେ ଏବଂ ତା’ପରେ Add Userରେ କ୍ଲିକ୍ କରନ୍ତୁ |
06:33 | ଖୋଲିଥିବା ନୂଆ ୱିଣ୍ଡୋରେ ଆପଣ ନିଜ ପସନ୍ଦର ଗୋଟିଏ username ଲେଖନ୍ତୁ.
ମୁଁ ମୋର username ଭାବେ frontacc ଟାଇପ୍ କରିବି |
06:42 | Hostର ଡ୍ରପ୍-ଡାଉନ୍ ତାଲିକାରେ Local ଚୟନ କରନ୍ତୁ |
06:46 | Password ଟେକ୍ସଟ୍ ବକ୍ସରେ ଆପଣ ନିଜ ପସନ୍ଦର ଗୋଟିଏ Password ଲେଖନ୍ତୁ |
06:50 | ମୁଁ ମୋର password ଭାବେ admin123 ଟାଇପ୍ କରିବି |
06:54 | ସମାନ passwordକୁ Re-type ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ |
06:58 | ବର୍ତ୍ତମାନ ପାଇଁ Generate Password promptରେ କ୍ଲିକ୍ କରନ୍ତୁ ନାହିଁ |
07:02 | Database for user account ଅଧୀନରେ ଆମେ
Create database with the same name and grant all privileges ବିକଳ୍ପକୁ ଦେଖିପାରିବା |
07:10 | ସେହି ବିକଳ୍ପକୁ ଚେକ୍ କରିବା ସହିତ ତଳକୁ ସ୍କ୍ରୋଲ୍ କରନ୍ତୁ |
07:14 | ତା’ପରେ ପେଜ୍ର ନିମ୍ନ ଡାହାଣ କଡ଼ରେ ଥିବା Go ବଟନ୍ରେ କ୍ଲିକ୍ କରନ୍ତୁ |
07:18 | You have added a new user ମେସେଜ୍ ଦୃଶ୍ୟମାନ ହେବ. |
07:22 | ଏହାର ଅର୍ଥ frontacc ନାମକ ଗୋଟିଏ database ଏବଂ ଏହାର ଗୋଟିଏ ୟୁଜର୍ ମଧ୍ୟ ତିଆରି କରାଯାଇଛି |
07:29 | ଏହି username ଓ password କେବଳ Database login ପାଇଁ ଉଦ୍ଦିଷ୍ଟ ଅଟେ |
07:34 | username, password ଓ database ନାମକୁ ଲେଖି ରଖନ୍ତୁ |
07:38 | FrontAccounting ଇନଷ୍ଟଲେଶନ୍କୁ ସମ୍ପୂର୍ଣ୍ଣ କରିବା ପାଇଁ ପରେ ଏଗୁଡ଼ିକ ଆବଶ୍ୟକ ହେବ |
07:43 | Database ନାମ ଓ username ସମାନ ହେବା ଉଚିତ ନୁହେଁ.
ଭିନ୍ନ ନାମ ପାଇଁ, ପ୍ରଥମେ database ତିଆରି କରନ୍ତୁ ଏବଂ ପରେ ସେହି database ପାଇଁ ଗୋଟିଏ user ତିଆରି କରନ୍ତୁ |
07:53 | ନେମିଙ୍ଗ କନଭେନଶନ୍ ଅନୁସାରେ usernameର କୌଣସି ସ୍ଥାନରେ ସ୍ପେସ୍ ରହିବ ନାହିଁ |
07:59 | ବର୍ତ୍ତମାନ ଆମର XAMPP ଚାଲୁ ରହିଛି ଏବଂ database ମଧ୍ୟ ପ୍ରସ୍ତୁତ ହୋଇଯାଇଛି |
08:02 | ବର୍ତ୍ତମାନ ଆମେ Front Accounting ଇନଷ୍ଟଲ୍ କରିବା ପାଇଁ ପ୍ରସ୍ତୁତ |
08:07 | web browserରେ ଗୋଟିଏ ନୂଆ ଟାବ୍ ଖୋଲନ୍ତୁ.
ଆଡ୍ରେସ୍ ବାର୍ରେ localhost/account ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
08:17 | FrontAccounting ୱେବ୍ ପେଜ୍ରେ Step 1: System Diagnostics ଶୋ’ ହେଉଥିବା ଆମେ ଦେଖିପାରିବା |
08:22 | Select install wizard language ପାଇଁ English ଚୟନ ହୋଇଥିବା ସୁନିଶ୍ଚିତ କରନ୍ତୁ |
08:26 | ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ପେଜ୍ର ନିମ୍ନ ଭାଗରେ ଥିବା Continue ବଟନ୍ ରେ କ୍ଲିକ୍ କରନ୍ତୁ |
08:31 | ପରବର୍ତ୍ତୀ ୱେବ୍-ପେଜ୍ର ଟାଇଟଲ୍ Step 2: Database Server Settings ଅଟେ |
08:37 | ଏଠାରେ Server Hostକୁ localhost କୁହାଯାଏ ଏବଂ
Server Portକୁ ଖାଲି ରଖନ୍ତୁ |
08:44 | ଯଦି ଆପଣ MySQLର ଡିଫଲ୍ଟ port 3306 ବଦଳରେ ଅନ୍ୟ କିଛି ରଖିଥାଆନ୍ତି, ତେବେ ଏଠାରେ ସେହି ପୋର୍ଟ ସଂଖ୍ୟାକୁ ଲେଖନ୍ତୁ |
08:52 | ଆମେ ପୂର୍ବରୁ ତିଆରି କରିଥିବା ନିମ୍ନଲିଖିତ ବିବରଣୀ ଲେଖନ୍ତୁ-
database Name ପାଇଁ frontacc |
09:00 | database user ପାଇଁ frontacc |
09:03 | ଏବଂ database password ପାଇଁ admin123 ଲେଖନ୍ତୁ |
09:07 | ଅନ୍ୟ ବିକଳ୍ପଗୁଡ଼ିକୁ ଅଣଦେଖା କରନ୍ତୁ ଏବଂ ନିମ୍ନ ଭାଗରେ ଥିବା Continue ବଟନ୍ରେ କ୍ଲିକ୍ କରନ୍ତୁ |
09:12 | ତା’ପରେ ଆପଣଙ୍କୁ ନିଜ କମ୍ପାନୀର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ପଡ଼ିବ.
ଏହାକୁ କିପରି କରାଯାଏ, ତାହା ମୁଁ ପ୍ରଦର୍ଶନ କରିବି |
09:19 | Company Name ଫିଲ୍ଡରେ ST Company Pvt Ltd ଟାଇପ୍ କରନ୍ତୁ |
09:24 | Admin Loginକୁ admin ରଖନ୍ତୁ.
ତା’ପରେ Admin password ପାଇଁ spoken ଟାଇପ୍ କରନ୍ତୁ. |
09:31 | ଆପଣ ନିଜ ପସନ୍ଦର ଯେକୌଣସି password ଦେଇପାରିବେ |
09:34 | ସମାନ passwordକୁ ଆଉ ଥରେ ଲେଖନ୍ତୁ.
ଏହା login password ବୋଲି ମନେରଖନ୍ତୁ |
09:40 | ତା’ପରେ ଆମେ Charts of Accounts ପାଇଁ ଥିବା ଦୁଇଟି ବିକଳ୍ପକୁ ଦେଖିବା |
09:44 | Standard new company American COAକୁ ଚୟନ କରନ୍ତୁ |
09:49 | Default Language ଭାବେ English ଚୟନ କରନ୍ତୁ |
09:52 | Install ବଟନ୍ରେ କ୍ଲିକ୍ କରନ୍ତୁ |
09:55 | ଆମେ ସ୍କ୍ରୀନ୍ ଉପରେ ଅନ୍ତିମ ମେସେଜ୍, FrontAccounting ERP has been installed successfullyକୁ ଦେଖିପାରିବା
ଯାହା, ଆମର ଇନଷ୍ଟଲେଶନ୍ ସଫଳ ହୋଇଛି ବୋଲି ସୁନିଶ୍ଚିତ କରିଥାଏ |
10:06 | FrontAccounting ଇଣ୍ଟରଫେସ୍ ରେ ଲଗ୍-ଇନ୍ କରିବା ପାଇଁ Click here to start ଲିଙ୍କରେ କ୍ଲିକ୍ କରନ୍ତୁ |
10:12 | ଲଗ୍-ଇନ୍ ସ୍କ୍ରୀନ୍ରେ ନିମ୍ନଲିଖିତ ବିବରଣୀ ଲେଖନ୍ତୁ:
User name ପାଇଁ admin Password ପାଇଁ spoken |
10:22 | Company ପାଇଁ ST Company Pvt. Ltd. ଲେଖନ୍ତୁ
ଏବଂ Login ବଟନ୍ରେ କ୍ଲିକ୍ କରନ୍ତୁ |
10:28 | ଆମେ Front Accounting Administration ପେଜ୍କୁ ଆସିଗଲେ. |
10:32 | ଏହି ପେଜ୍ରେ ଅନେକ ଟାବ୍ ଥିବା ଆପଣ ଦେଖିପାରିବେ.
ଏହି ଶୃଙ୍ଖଳାର ପରବର୍ତ୍ତୀ ବିଭାଗରେ ଏଗୁଡ଼ିକୁ କିପରି ବ୍ୟବହାର କରାଯାଏ, ଆମେ ଶିଖିବା |
10:39 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
10:44 | ଏହି ଟ୍ୟୁଟୋରିଆଲରେ ଆମେ, XAMPPକୁ ଡାଉନଲୋଡ୍ ଓ ଇନଷ୍ଟଲ୍ କରିବା |
10:50 | FrontAccounting ସଫ୍ଟୱେର୍ ଡାଉନଲୋଡ୍ ଓ ଇନଷ୍ଟଲ୍ କରିବା |
10:53 | ଏବଂ Windows 10 OSରେ database setup କରିବା ଶିଖିଲେ |
10:57 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
11:05 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
11:13 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ଉପରେ ଆପଣଙ୍କର କିଛି ପ୍ରଶ୍ନ ଅଛି କି?
ଦୟାକରି ଏହି ସାଇଟ୍କୁ ଯାଆନ୍ତୁ |
11:18 | ଆପଣଙ୍କର ପ୍ରଶ୍ନ ଥିବା ମିନିଟ୍ ଓ ସେକେଣ୍ଡକୁ ଚୟନ କରିବା ସହିତ ନିଜର ପ୍ରଶ୍ନକୁ ସଂକ୍ଷେପରେ ବର୍ଣ୍ଣନା କରନ୍ତୁ.
ଆମ ଟିମ୍ରୁ କେହି ଜଣେ ସେଗୁଡ଼ିକର ଉତ୍ତର ଦେବେ |
11:27 | ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନ ପାଇଁ ସ୍ପୋକନ୍ ଟ୍ୟୁଟୋରିଆଲ୍ ଫୋରମ୍ ଅଛି |
11:32 | ଦୟାକରି ଏଗୁଡ଼ିକରେ ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପୋଷ୍ଟ କରନ୍ତୁ ନାହିଁ.
ଏହାଦ୍ଵାରା କ୍ଲଟର୍ ହ୍ରାସ ହେବ |
11:39 | କମ କ୍ଲଟର୍ରେ ଆମେ ଏହି ଆଲୋଚନାକୁ ଶିକ୍ଷାଦାନ ସମ୍ବନ୍ଧୀୟ ସାମଗ୍ରୀ ଭାବେ ବ୍ୟବହାର କରିପାରିବୁ |
11:44 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRD ଦ୍ୱାରା ଅନୁଦାନ ପ୍ରାପ୍ତ |
11:49 | IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |