Firefox/C4/Add-ons/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Mozilla Firefoxରେ ଥିବା Advanced Firefox features ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:08 | ଏହି ଟ୍ୟୁଟୋରିଆଲରେ ଆମେ Firefoxରେ ଥିବା ଅତି ଆଧୁନିକ ଫିଚରଗୁଡିକ ବିଷୟରେ ଶିଖିବା-
Quick find ଲିଙ୍କ Firefox ସୀଙ୍କ Plug-inଗୁଡିକ |
00:19 | ଏଠାରେ ଆମେ Ubuntu 10.04 ସହିତ Firefox version 7.0 ବ୍ୟବହାର କରୁଛୁ |
00:26 | Firefox ବ୍ରାଉଜରକୁ ଖୋଲନ୍ତୁ |
00:29 | ଡିଫଲ୍ଟ ଭାବେ, yahooର home page ଖୋଲିଯିବ |
00:33 | ବର୍ତ୍ତମାନ, Firefoxରେ ଲିଙ୍କଗୁଡିକୁ ସର୍ଚ କରିବା ବିଷୟରେ ଶିଖିବା |
00:37 | Firefox ଗୋଟିଏ ୱେବ୍-ପେଜ୍ ମଧ୍ୟରେ ଲିଙ୍କଗୁଡିକୁ ସର୍ଚ ଓ ପ୍ରାପ୍ତ କରିବା ପାଇଁ ଅନୁମତି ଦେଇଥାଏ |
00:43 | Address ବାରରେ ଟାଇପ୍ କରନ୍ତୁ: www. Google.co.in ଏବଂ Enter ଦାବନ୍ତୁ |
00:51 | ଧ୍ୟାନଦିଅନ୍ତୁ ଯେ ବର୍ତ୍ତମାନ କର୍ସର୍ Google search ବାର୍ ମଧ୍ୟରେ ଅବସ୍ଥିତ ଅଛି |
00:58 | ତା’ପରେ, ସର୍ଚ ବାରର ବାହାରେ ପେଜ୍ ଉପରେ ଯେକୌଣସି ସ୍ଥାନରେ କର୍ସରକୁ ରଖି କ୍ଲିକ୍ କରନ୍ତୁ |
01:04 | ବର୍ତ୍ତମାନ କୀବୋର୍ଡରେ ଥିବା apostrophe କୀକୁ ଦାବନ୍ତୁ |
01:09 | ୱିଣ୍ଡୋର ନିମ୍ନଭାଗ ବାମ ପଟ କୋଣରେ Quick Find links only ନାମକ ସର୍ଚ ବକ୍ସ ଦୃଶ୍ୟମାନ ହେବ |
01:16 | ଏହି ବକ୍ସ ମଧ୍ୟରେ Bengali ଟାଇପ୍ କରନ୍ତୁ. ଧ୍ୟାନଦିଅନ୍ତୁ ଯେ ଲିଙ୍କ Bengali ହାଇଲାଇଟ୍ ହୋଇଛି |
01:25 | ବର୍ତ୍ତମାନ ଆପଣ ଗୋଟିଏ ୱେବ ପେଜ୍ ମଧ୍ୟରେ ଲିଙ୍କଗୁଡିକୁ ଶୀଘ୍ର ଓ ସହଜରେ ସର୍ଚ କରିପାରିବେ |
01:31 | ଧରିନିଅନ୍ତୁ, ଅନ୍ୟ କୌଣସି କମ୍ପ୍ୟୁଟର୍ କିମ୍ବା ଉପକରଣ ଯେପରି ଆପଣଙ୍କ ମୋବାଇଲ୍ ଫୋନରୁ ନିଜର settings ଓ preferences ସହିତ Firefox ବ୍ରାଉଜରକୁ ଆକ୍ସେସ୍ କରିବାକୁ ଚାହାଁନ୍ତି, ତାହା ସମ୍ଭବ କି? |
01:43 | ହଁ! ଫିଚର୍ Firefox Sync ଆପଣଙ୍କ ସମସ୍ତ ବ୍ରାଉଜର୍ ତଥ୍ୟଗୁଡିକ ଯେପରି, bookmarks, history ଓ installed extensionsକୁ ସୁରକ୍ଷିତ ଭାବେ ଗୋଟିଏ Mozilla serverରେ ଷ୍ଟୋର୍ କରିଥାଏ |
01:55 | ଆପଣ ଅନ୍ୟ କମ୍ପ୍ୟୁଟରକୁ ଏହି server ମଧ୍ୟକୁ Sync କରିପାରିବେ ଏବଂ ଆପଣଙ୍କ ବ୍ରାଉଜର୍ ଡେଟାକୁ ଆକ୍ସେସ୍ କରିପାରିବେ |
02:02 | ବର୍ତ୍ତମାନ, Sync ଫିଚରଗୁଡିକୁ ସକ୍ରିୟ କରନ୍ତୁ |
02:06 | Menu ବାରରେ ଥିବା Tools ଓ ତା’ପରେ Set Up Sync ଉପରେ କ୍ଲିକ୍ କରନ୍ତୁ. Firefox Sync Setup ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
02:15 | ଯେହେତୁ ଆମେ Syncକୁ ପ୍ରଥମ ଥର ପାଇଁ ବ୍ୟବହାର କରୁଛେ, Create a New Account ଉପରେ କ୍ଲିକ୍ କରନ୍ତୁ |
02:21 | Account Details ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
02:24 | ଏହି ଟ୍ୟୁଟୋରିଆଲ୍ ଉଦ୍ଦେଶ୍ୟରେ, ଆମେ ଗୋଟିଏ g-mail account ସୃଷ୍ଟି କରିସାରିଛେ- |
02:30 | ST.USERFF@gmail.com. Email Address ଫିଲ୍ଡରେ ST.USERFF@gmail.comକୁ ପ୍ରବେଶ କରନ୍ତୁ |
02:42 | Choose a Password ଫିଲ୍ଡରେ ଗୋଟିଏ ପାସୱର୍ଡକୁ ପ୍ରବେଶ କରନ୍ତୁ |
02:47 | Confirm Password ଫିଲ୍ଡରେ ପାସୱର୍ଡକୁ ପୁନର୍ବାର ପ୍ରବେଶ କରନ୍ତୁ |
02:52 | ଡିଫଲ୍ଟ ଭାବେ, ସର୍ଭର୍ Firefox Sync Server ଚୟନୀତ ହୋଇଛି |
02:58 | ଆମେ ସେଟିଙ୍ଗଗୁଡିକୁ ପରିବର୍ତ୍ତନ କରିବା ନାହିଁ. Terms of Service ଓ Privacy Policy ବକ୍ସକୁ ଚେକ୍ କରନ୍ତୁ |
03:08 | Next ଉପରେ କ୍ଲିକ୍ କରନ୍ତୁ. Firefox Sync Keyକୁ ପ୍ରଦର୍ଶନ କରିବ |
03:11 | ଅନ୍ୟ ମେସିନଗୁଡିକରେ ନିଜର Syncକୁ ଆକ୍ସେସ୍ କରିବା ପାଇଁ ଏହି କୀକୁ ସିଷ୍ଟମରେ ନିଶ୍ଚିତରୂପେ ପ୍ରବେଶ କରନ୍ତୁ |
03:18 | Save ବଟନରେ କ୍ଲିକ୍ କରନ୍ତୁ. ଡାଇଲଗ୍ ବକ୍ସ Save Sync Key ଯାହା ଦୃଶ୍ୟମାନ ହେଉଛି, |
03:24 | ଏହା ପାଇଁ ଡେସ୍କଟପ୍ ଉପରେ ବ୍ରାଉଜ୍ କରନ୍ତୁ. Saveରେ କ୍ଲିକ୍ କରନ୍ତୁ |
03:28 | Firefox sync key.html ଫାଇଲ୍ ଡେସ୍କଟପ୍ ଉପରେ HTML ଫାଇଲ୍ ଭାବେ ସେଭ୍ ହୋଇଛି |
03:35 | ଏହି କୀକୁ ଲେଖିରଖନ୍ତୁ ଏବଂ ସଂଖ୍ୟାଟିକୁ ସେଭ୍ କରନ୍ତୁ ଯେଉଁଠାରୁ ଏହାକୁ ସହଜରେ ପ୍ରାପ୍ତ କରିପାରିବେ |
03:41 | ଏହି କୀକୁ ପ୍ରବେଶ ନକରି ଆପଣ ଅନ୍ୟ କମ୍ପ୍ୟୁଟର୍ ମାଧ୍ୟମରେ ଆପଣଙ୍କ Sync accountକୁ ଆକ୍ସେସ୍ କରିବା ପାଇଁ ସକ୍ଷମ ହୋଇପାରିବେ ନାହିଁ |
03:48 | Next ଉପରେ କ୍ଲିକ୍ କରନ୍ତୁ. Confirm you are not a Robot ଡାଇଲଗ୍ ବକ୍ସରେ |
03:53 | ବକ୍ସରେ ପ୍ରଦର୍ଶିତ ଶବ୍ଦଗୂଡିକୁ ପ୍ରବେଶ କରନ୍ତୁ. setup ସମ୍ପୂର୍ଣ୍ଣ ହୋଇଛି |
03:59 | Firefox Sync Setup ଡାଇଲଗ୍ ବକ୍ସର ବାମପଟେ ଥିବା Sync Options ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:06 | ଆପଣ ଏହିଠାରେ ଆପଣଙ୍କ Sync optionsକୁ ସେଟ୍ କରିପାରିବେ |
04:09 | ଏହି ଟ୍ୟୁଟୋରିଆଲ୍ ଉଦ୍ଦେଶ୍ୟରେ, ଆମେ ଡିଫଲ୍ଟ ବିକଳ୍ପକୁ ପରିବର୍ତ୍ତନ କରିବା ନାହିଁ. Doneରେ କ୍ଲିକ୍ କରନ୍ତୁ |
04:17 | Nextରେ କ୍ଲିକ୍ କରନ୍ତୁ. Firefox କଣ୍ଟେଣ୍ଟଗୁଡିକୁ ଯାଞ୍ଚ କରିବ. ତା’ପରେ Finish ବଟନ୍ ଦୃଶ୍ୟମାନ ହେବ, Finishରେ କ୍ଲିକ୍ କରନ୍ତୁ |
04:25 | ଆପଣଙ୍କ କମ୍ପ୍ୟୁଟରରେ Firefox Sync ସେଟ ଅପ୍ ହୋଇଯାଇଛି |
04:29 | ଏବଂ ବର୍ତ୍ତମାନ, ଆପଣ ଅନ୍ୟ ଏକ କମ୍ପ୍ୟୁଟରରୁ ନିଜର ବ୍ରାଉଜର୍ ଡେଟାକୁ କିପରି ଆକ୍ସେସ୍ କରିବେ? |
04:35 | ଆପଣଙ୍କୁ ଅନ୍ୟ କମ୍ପ୍ୟୁଟର୍ କିମ୍ବା ଉପକରଣକୁ Sync କରିବା ଆବଶ୍ୟକ ଅଟେ |
04:40 | ଏହି ଟ୍ୟୁଟୋରିଆଲ୍ ଉଦ୍ଦେଶ୍ୟରେ, ଏହି ନେର୍ଦ୍ଦେଶାବଳୀଗୁଡିକୁ ସ୍ଲାଇଡରେ ତାଲିକାଭୁକ୍ତ କରନ୍ତୁ |
04:46 | ଅନ୍ୟ କମ୍ପ୍ୟୁଟର୍ କିମ୍ବା ଉପକରଣ ସହିତ Sync କରିବା ପାଇଁ ଆପଣ ଏହି ନିର୍ଦ୍ଦେଶାବଳୀଗୁଡିକର ଅନୁସରଣ କରିପାରନ୍ତି |
04:52 | ଅନ୍ୟ କମ୍ପ୍ୟୁଟର୍ କିମ୍ବା ଉପକରଣରେ Firefox ବ୍ରାଉଜରକୁ ଖୋଲନ୍ତୁ |
04:57 | Menu ବାରସ୍ଥିତ Tools ଉପରେ ଏବଂ ତା’ପରେ Setup Firefox Sync ଉପରେ କ୍ଲିକ୍ କରନ୍ତୁ |
05:03 | I have a Firefox Sync accountରେ କ୍ଲିକ୍ କରନ୍ତୁ. ଆପଣଙ୍କ email-id ଓ passwordକୁ ପ୍ରବେଶ କରନ୍ତୁ |
05:10 | ଆପଣଙ୍କ Sync କୀକୁ ପ୍ରବେଶ କରନ୍ତୁ. Finishରେ କ୍ଲିକ୍ କରନ୍ତୁ |
05:15 | ବର୍ତ୍ତମାନ ଅନ୍ୟ କମ୍ପ୍ୟୁଟର୍ ମଧ୍ୟ Sync ହୋଇଯିବ. ଆପଣ ଆପଣଙ୍କ ବ୍ରାଉଜର୍ ଡେଟାକୁ ଅନ୍ୟ କମ୍ପ୍ୟୁଟରର ଟୂଲଗୁଡିକ ସାହାଯ୍ୟରେ ଆକ୍ସେସ୍ କରିପାରିବେ |
05:23 | ଆପଣ ନୁତନ bookmarkକୁ save କରିବା ସହିତ ଏଠାରେ ଆପଣଙ୍କ preferencesକୁ ମଧ୍ୟ ପରିବର୍ତ୍ତନ କରିପାରିବେ. |
05:28 | ଏହି ପରିବର୍ତ୍ତନଗୁଡିକ Sync managerରେ ଅଟୋମାଟିକାଲୀ ଅଦ୍ୟତନ ହୋଇଯିବ |
05:34 | ଶେଷରେ, Sync managerରେ ଅଦ୍ୟତନ ଡେଟା ସହିତ ଗୋଟିଏ ଅସଲ କମ୍ପ୍ୟୁଟରକୁ କିପରି Sync କରାଯାଏ ଚାଲନ୍ତୁ ଶିଖିବା |
05:42 | ବର୍ତ୍ତମାନ ମେନୁ ବାରରେ ଥିବା Toolsରେ କ୍ଲିକ୍ କରନ୍ତୁ |
05:46 | ଧ୍ୟାନଦିଅନ୍ତୁ ଯେ ବର୍ତ୍ତମାନ Sync options, Sync Now ଭାବେ ପ୍ରଦର୍ଶିତ ହେବ |
05:51 | Sync manager ସହିତ ଆପଣଙ୍କ ଡେଟାକୁ Sync କରିବା ପାଇଁ ଆପଣ ଏହା ଉପରେ କ୍ଲିକ୍ କରିପାରିବେ |
05:55 | ଆପଣ ଆପଣଙ୍କ Firefoxର Sync account କିମ୍ବା Sync ଡେଟାକୁ ମଧ୍ୟ ଡିଲିଟ୍ କରିପାରନ୍ତି |
06:02 | ଏହାକୁ କିପରି କରିବେ? ଏହା ମଧ୍ୟ ସରଳ ଅଟେ |
06:06 | ଗୋଟିଏ ନୁତନ ବ୍ରାଉଜରକୁ ଖୋଲନ୍ତୁ. ଆଡ୍ରେସ୍ ବାରରେ ଟାଇପ୍ କରନ୍ତୁ: https://account.services.mozilla.com. Enter ଦାବନ୍ତୁ |
06:21 | Usernameରେ ପ୍ରବେଶ କରନ୍ତୁ: ST.USERFF@gmail.com |
06:28 | ବର୍ତ୍ତମାନ ପାସୱର୍ଡକୁ ପ୍ରବେଶ କରନ୍ତୁ. Loginରେ କ୍ଲିକ୍ କରନ୍ତୁ |
06:33 | Firefox Sync ୱେବପେଜ୍ ଖୋଲିବ |
06:36 | ଆପଣ ବର୍ତ୍ତମାନ Firefoxର ସେଟିଙ୍ଗ ଓ ଡେଟାକୁ ରୂପାନ୍ତର କରିପାରିବେ |
06:40 | ବର୍ତ୍ତମାନ ଏହି ପେଜରୁ ଲଗ ଆଉଟ୍ କରନ୍ତୁ |
06:43 | ବର୍ତ୍ତମାନ, plug-inଗୁଡିକ ବିଷୟରେ ଶିଖିବା. Plug-in ଗୋଟିଏ କ’ଣ? |
06:49 | plug-in ଗୋଟିଏ ସଫ୍ଟୱେର୍ ପ୍ରୋଗ୍ରାମ୍ ଯାହା Firefox ବ୍ରାଉଜରରେ ଗୋଟିଏ ନିର୍ଦ୍ଦିଷ୍ଟ ଫଙ୍କଶନାଲିଟୀକୁ ସଂଯୁକ୍ତ କରିଥାଏ |
06:57 | ଯାହାହେଉ, plug-inଗୁଡିକ extensions ଠାରୁ ଭିନ୍ନ ଅଟେ |
07:00 | plug-inଗୁଡିକ ପ୍ରୋଗ୍ରାମ୍ ଅଟନ୍ତି ଯାହା ଅନ୍ୟ କମ୍ପାନୀମାନଙ୍କ ଦ୍ଵାରା ସୃଷ୍ଟି କରାଯାଇଥାଏ |
07:04 | Plug-inଗୁଡିକ Firefox ବ୍ରାଉଜରରେ ଥାର୍ଡ ପାର୍ଟୀ ପ୍ରୋଗ୍ରାମଗୁଡିକୁ ସଂଯୁକ୍ତ କରିଥା’ନ୍ତି |
07:10 | Plug-inଗୁଡିକ ଆପଣଙ୍କୁ videoଗୁଡିକୁ ଚଲାଇବା, ମଲ୍ଟି-ମେଡିଆ କଣ୍ଟେଣ୍ଟକୁ ଦେଖିବା, ଭାଇରସ୍ ସ୍କାନ୍ କରିବା ଏବଂ power animation in firefox ପାଇଁ ସାହାଯ୍ୟ କରିଥା’ନ୍ତି |
07:21 | ଉଦାହରଣସ୍ଵରୂପ: Flash ହେଉଛି ଗୋଟିଏ plug-in ଯାହା ଭିଡିଓଗୁଡିକୁ ଦେଖିବା ପାଇଁ Firefox ବ୍ରାଉଜରରେ ଇନଷ୍ଟଲ୍ ହୋଇଥାଏ |
07:28 | Firefoxରେ ଇନଷ୍ଟଲ୍ ହୋଇଥିବା plug-inଗୁଡିକୁ ଦେଖନ୍ତୁ |
07:33 | Menu ବାରସ୍ଥିତ Toolsକୁ ଚୟନ କରିବା ସହିତ addonsରେ କ୍ଲିକ୍ କରନ୍ତୁ |
07:38 | addon manager ଟାବ୍ ଖୋଲିଯିବ. ବାମପଟ ପ୍ୟାନେଲରେ ଥିବା plug-ins ଉପରେ କ୍ଲିକ୍ କରନ୍ତୁ |
07:45 | ଡାହାଣପଟ ପ୍ୟାନେଲ୍ ବର୍ତ୍ତମାନ ଆପଣଙ୍କ କମ୍ପ୍ୟୁଟରରେ ଇନଷ୍ଟଲ୍ ହୋଇଥିବା plug-inଗୁଡିକୁ ପ୍ରଦର୍ଶିତ କରିବ |
07:50 | ଏବଂ plug-inଗୁଡିକୁ କିପରି ଇନଷ୍ଟଲ୍ କରିବେ? |
07:53 | ପ୍ରତ୍ୟେକ plug-inକୁ ସମ୍ପର୍କୀତ ୱେବସାଇଟରୁ ଡାଉନଲୋଡ୍ କରିବେ ଏବଂ ତା’ପରେ ନିଜ କମ୍ପ୍ୟୁଟରେ ଇନଷ୍ଟଲ୍ କରିବେ |
08:01 | ପ୍ରତ୍ୟେକ plug-inର ଇନଷ୍ଟଲଶନ୍ ପ୍ରକ୍ରିୟା ଭିନ୍ନ ହୋଇପାରେ |
08:05 | mozilla firefox ପାଇଁ ଉପଲବ୍ଧ ଥିବା plug-inଗୁଡିକ ବିଷୟରେ ଅଧିକ ଶିଖିବା ପାଇଁ ଏବଂ ସେଗୁଡିକୁ ଇନଷ୍ଟଲ୍ କରିବା ପାଇଁ ଥିବା ନିର୍ଦ୍ଦେଶାବଳୀଗୁଡିକ ସକାଷେ ଦୟାକରି mozilla websiteକୁ ଯା’ନ୍ତୁ |
08:16 | ଏହି ବ୍ରାଉଜରକୁ ବନ୍ଦ କରନ୍ତୁ |
08:19 | plug-inଗୁଡିକ ନିସ୍କ୍ରିୟ କରିବା ପାଇଁ, କେବଳ Disable ବଟନ୍ ଉପରେ କ୍ଲିକ୍ କରନ୍ତୁ |
08:24 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
08:27 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
Quick Find ଲିଙ୍କ Firefox ସୀଙ୍କ ଏବଂ Plug-ins. |
08:36 | ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି |
08:38 | Firefox ପାଇଁ ତିନୋଟି plug-inକୁ ଡାଉଅନଲୋଡ୍ କରିବା ସହିତ ସେଗୁଡିକୁ ଇନଷ୍ଟଲ୍ କରନ୍ତୁ |
08:43 | ଗୋଟିଏ Firefox Sync account ସୃଷ୍ଟି କରନ୍ତୁ. ଅନ୍ୟ କମ୍ପ୍ୟୁଟରରୁ ଆପଣ ଙ୍କ Firefox ବ୍ରାଉଜରକୁ ଆକ୍ସେସ୍ କରନ୍ତୁ |
08:50 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
08:56 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
09:01 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:06 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
09:10 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
09:16 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:21 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:28 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ |
09:31 | ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ |
09:36 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |