Firefox/C3/Themes-Popup-blocking/Oriya
From Script | Spoken-Tutorial
Time | Narration |
00:00 | ବନ୍ଧୁଗଣ, Mozilla Firefoxରେ ଥିବା Themes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:05 | ଏହି ଟ୍ୟୁଟୋରିଆଲରେ ଆମେ, Mozilla Firefoxରେ ଥିବା Themes, Personas, Ad blocking ବିଷୟରେ ଶିଖିବା |
00:13 | Mozilla Firefox ୟୁଜରମାନଙ୍କର ପସନ୍ଦକୁ ସୁହାଇଲା ଭଳି କଷ୍ଟମାଇଜେଶନ୍ ଉପଲବ୍ଧ କରାଇଥାଏ |
00:20 | କଷ୍ଟମାଇଜେଶନ୍ ମଧ୍ୟରୁ ଗୋଟିଏ ହେଉଛି, Themes |
00:23 | ଗୋଟିଏ ଥିମ୍: * Firefoxର ପ୍ରଦର୍ଶନକୁ ପରିବର୍ତ୍ତନ କରିଥାଏ |
00:27 | ବ୍ୟାକଗ୍ରାଉଣ୍ଡର କଲର୍, ବଟନଗୁଡିକର କଲର୍ ଓ ଲେଆଉଟକୁ ପରିବର୍ତ୍ତନ କରିଥାଏ |
00:32 | ଏହି ଟ୍ୟୁଟୋରିଆଲରେ Ubuntu 10.04 ସହିତ Firefox version 7.0 ବ୍ୟବହୃତ ହେଉଛି |
00:40 | ଗୋଟିଏ Firefox ବ୍ରାଉଜରକୁ ଖୋଲନ୍ତୁ |
00:43 | ପ୍ରଥମେ Mozilla Firefoxର Themeକୁ କିପରି ପରିବର୍ତ୍ତନ କରାଯାଏ ଚାଲନ୍ତୁ ଶିଖିବା |
00:48 | ପ୍ରଥମେ ବିକଳ୍ପ Load images automaticallyକୁ କାର୍ଯ୍ୟକାରୀ କରନ୍ତୁ ଯାହାଦ୍ଵାରା ବ୍ରାଉଜରରେ ପ୍ରଦର୍ଶିତ ହେଉଥିବା ଇମେଜଗୁଡିକୁ ଦେଖିପାରିବା |
00:58 | Menu ବାରରେ ପ୍ରଥମେ Edit ଓ ତା’ପରେ Preferences ଉପରେ କ୍ଲିକ୍ କରନ୍ତୁ |
01:03 | Preferences ଡାଇଲଗ୍ ବକ୍ସରେ Content ଟାବକୁ ଚୟନ କରନ୍ତୁ |
01:08 | Load images automatically ବକ୍ସକୁ ଚେକ୍ କରନ୍ତୁ |
01:12 | Close ଉପରେ କ୍ଲିକ କରନ୍ତୁ |
01:14 | ବର୍ତ୍ତମାନ, URL bar ଉପରେ କ୍ଲିକ୍ କରିବା ସହ ଟାଇପ୍ କରନ୍ତୁ: addons ଡଟ୍ mozilla ଡଟ୍ org ସ୍ଲାଶ୍ firefox ସ୍ଲାଶ୍ themes |
01:25 | Enter ଦାବନ୍ତୁ |
01:27 | ଏହା ଆମକୁ Themes ପାଇଁ Mozilla Firefox Add-ons ପେଜକୁ ନେଇଯିବ |
01:32 | ଏଠାରେ thumbnails ଭାବେ ଅନେକ ସଂଖ୍ୟକ ଥିମଗୁଡିକୁ ଦେଖିବାକୁ ପାଇବେ |
01:37 | ଥିମଗୁଡିକ କିପରି ଦୃଶ୍ୟମାନ ହେବ ତାହା thumbnailଗୁଡିକ ପ୍ରଦର୍ଶନ କରିଥା’ନ୍ତି |
01:41 | ଏଠାରେ ଥିମକୁ preview କରିପାରିବେ, |
01:43 | ଉପଲବ୍ଧ ଥିମଗୁଡିକର ଶ୍ରେଣୀକୁ ଦେଖିପାରିବେ ଏବଂ |
01:46 | ଅନ୍ୟ ୟୁଜରମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ରେଟିଙ୍ଗକୁ ଦେଖିପାରିବେ ଯେଉଁମାନେ ଥିମକୁ ବ୍ୟବହାର କରିଛନ୍ତି |
01:52 | କିଛି ଥିମଗୁଡିକ ଉପରେ mouse pointerକୁ ହୋଭର୍ କରନ୍ତୁ |
01:57 | ବର୍ତ୍ତମାନ, ଥିମ୍ Shine Bright Skin ଉପରେ କ୍ଲିକ୍ କରନ୍ତୁ |
02:01 | ଏହି ପେଜରେ ଉପଲବ୍ଧ ଥିବା ଅନେକଙ୍କ ମଧ୍ୟରୁ ଏହା ଗୋଟିଏ ଥିମ୍ ଅଟେ |
02:05 | Shine Bright Skinର ଥିମ୍ ପେଜ୍ ଦୃଶ୍ୟମାନ ହେବ |
02:09 | Continue to Download ବଟନ୍ ଉପରେ କ୍ଲିକ୍ କରନ୍ତୁ |
02:12 | ଏହା ଆପଣଙ୍କୁ ଗୋଟିଏ ପେଜକୁ ନେଇଯିବ ଯେଉଁଠି ଥିମ୍ ଉପରେ ଅତିରିକ୍ତ ବିବରଣୀ ପ୍ରାପ୍ତ ହେବ |
02:17 | themeକୁ ଇନଷ୍ଟଲ୍ କରିବା ପାଇଁ Add to Firefox ବଟନ୍ ଉପରେ କ୍ଲିକ୍ କରନ୍ତୁ |
02:22 | Add-onର ଡାଉନଲୋଡିଙ୍ଗ ପ୍ରୋଗେସ୍ ବାର୍ ଦୃଶ୍ୟମାନ ହେବ |
02:27 | ତା’ପରେ Software Installation ସୁନିଶ୍ଚିତ ହେବା ଗୋଟିଏ ବାର୍ତ୍ତା ଦୃଶ୍ୟମାନ ହେବ |
02:32 | Install Now ଉପରେ କ୍ଲିକ୍ କରନ୍ତୁ |
02:34 | theme will be installed once you restart Firefox ନାମକ ଗୋଟିଏ ବାର୍ତ୍ତା ପ୍ରଦର୍ଶିତ ହୋଇଛି |
02:40 | Restart Now ଉପରେ କ୍ଲିକ୍ କରନ୍ତୁ |
02:43 | Mozilla Firefox ବନ୍ଦ ହୋଇଯିବ |
02:46 | ଯେତେବେଳେ ଏହା ପୂନର୍ବାର ଆରମ୍ଭ ହେବ, ନୁତନ ଥିମ୍ କାର୍ଯ୍ୟକାରୀ ହୋଇଯାଇଥିବ |
02:51 | Themes ପେଜକୁ ଫେରିଆସନ୍ତୁ |
02:54 | ବର୍ତ୍ତମାନ ଅନ୍ୟ ଏକ ଥିମକୁ ଚୟନ କରନ୍ତୁ |
02:57 | ଏହି ଥିମ୍ Add to Firefox ବଟନକୁ ପ୍ରଦର୍ଶନ କରିବ |
03:01 | ଏହା ଚୟନୀତ ଥିମକୁ ଡାଉନଲୋଡ୍ କରିବ |
03:05 | ଥରେ ଡାଉନଲୋଡ୍ ସମ୍ପୂର୍ଣ୍ଣ ହେଲାପରେ, ଗୋଟିଏ ସତର୍କ ବାର୍ତ୍ତା ଥିବା ୱିଣ୍ଡୋ ଦୃଶ୍ୟମାନ ହେବ |
03:10 | Install Now ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:13 | Firefox ବ୍ରାଉଜରକୁ ରିଷ୍ଟାର୍ଟ କରିବା ପାଇଁ ଆପଣଙ୍କୁ ପ୍ରମ୍ପ୍ଟ କରାଯିବ |
03:16 | Restart Now ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:19 | Mozilla Firefox ବନ୍ଦ ହୋଇଯିବ |
03:22 | ଯେତେବେଳେ ଏହା ପୂନର୍ବାର ଆରମ୍ଭ ହେବ, ନୁତନ ଥିମଗୁଡିକ କାର୍ଯ୍ୟକାରୀ ହୋଇଯାଇଥିବ |
03:27 | ତେଣୁ ଦେଖନ୍ତୁ, Themes ବ୍ରାଉଜରର ଲୂକ୍ ଓ ଫୀଲକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ |
03:31 | ଆପଣଙ୍କ ସ୍ଵତନ୍ତ୍ର ପସନ୍ଦ ଅନୁସାରେ ଏହା Firefox ବ୍ରାଉଜରକୁ କଷ୍ଟମାଇଜ୍ କରିଥାଏ |
03:36 | ଯଦି କୌଣସି କାରଣରୁ ଆପଣ ଡିଫଲ୍ଟ ଥିମକୁ ଫେରିଯିବାକୁ ଚାହାଁନ୍ତି |
03:40 | ତେବେ Tools ଓ ତା’ପରେ Add-ons ଉପରେ କ୍ଲିକ୍ କରନ୍ତୁ |
03:44 | ବାମପଟ ପ୍ୟାନେଲରେ ଥିବା Appearance ଟାବ୍ ଉପରେ କ୍ଲିକ୍ କରନ୍ତୁ |
03:48 | ଏଠାରେ, ଡାଉନଲୋଡ୍ ହୋଇସାରିଥିବା ସମସ୍ତ ଥିମଗୁଡିକ ଦୃଶ୍ୟମାନ ହେବ |
03:53 | ଏଠାରେ Default Themeକୁ ଦେଖନ୍ତୁ |
03:56 | Enable ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:59 | Restart Now ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:02 | Mozilla Firefox ବନ୍ଦ ହୋଇଯିବ ଏବଂ ପୂନର୍ବାର ଆରମ୍ଭ ହେବ |
04:06 | ଯେତେବେଳେ ଏହା ରିଷ୍ଟାର୍ଟ ହେବ, Default theme ପୁନର୍ବାର ଦୃଶ୍ୟମାନ ହେବ |
04:12 | Add-ons ଟାବକୁ ବନ୍ଦ କରନ୍ତୁ |
04:16 | Firefox ପାଇଁ Personaଗୁଡିକ ଫ୍ରୀ, ସହଜ ଭାବେ ଇନଷ୍ଟଲ୍ ହେଉଥିବା skinଗୁଡିକ ଅଟନ୍ତି |
04:22 | Personas Plus ଏହା ବିଲ୍ଟ-ଇନ୍ ଫଙ୍କଶନାଲିଟୀକୁ ଅଧିକ ବିକଶିତ କରେ: |
04:26 | ଅଧିକ ନିୟନ୍ତ୍ରଣ ପ୍ରଦାନ |
04:28 | ନୁତନକୁ ସହଜରେ ଆକ୍ସେସ୍ କରିବା, ଲୋକପ୍ରୀୟ ଏବଂ ନିଜ ପସନ୍ଦର Personaଗୁଡିକୁ ମଧ୍ୟ |
04:34 | URL ବାର୍ ଉପରେ କ୍ଲିକ୍ କରିବା ସହ ଟାଇପ୍ କରନ୍ତୁ: addons dot mozilla dot org slash firefox slash personas |
04:44 | Enter ଦାବନ୍ତୁ |
04:47 | ଏହା ଆମକୁ Personas ପାଇଁ Mozilla Firefox Add-ons ପେଜକୁ ନେଇଯିବ |
04:52 | ଏଠାରେ ଅନେକ ସଂଖ୍ୟକ Personasକୁ ଦେଖିବାକୁ ପାଇବେ |
04:56 | ନିଜ ପସନ୍ଦର ଯେକୌଣସି Persona ଉପରେ କ୍ଲିକ୍ କରନ୍ତୁ |
05:01 | ଏହା ଆପଣଙ୍କୁ ଚୟନୀତ Personaର ସମ୍ପୂର୍ଣ୍ଣ ବିବରଣୀ ପ୍ରାପ୍ତ କରିବା ପାଇଁ ଗୋଟିଏ ପେଜକୁ ନେଇଯିବ |
05:06 | Add to Firefox ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:09 | ଉପରିଭାଗରେ ଗୋଟିଏ Notification ବାର୍ ଦୃଶ୍ୟମାନ ହେବ ଯାହା ଏକ ନୁତନ ଥିମ୍ ଇନଷ୍ଟଲ୍ ହୋଇଥିବା ସୂଚିତ କରିବ |
05:16 | Notification ବାରର ଡାହାଣ ପଟେ ଥିବା ସ୍ମଲ୍ x ଚିହ୍ନ ଉପରେ କ୍ଲିକ୍ କରନ୍ତୁ |
05:21 | Firefox ଏହି Personaକୁ ଅଟୋମାଟିକାଲୀ ଇନଷ୍ଟଲ୍ କରିବ |
05:28 | ଅନେକ ସମୟରେ ଇଣ୍ଟର୍ନେଟ୍ ବ୍ୟବହାରରେ ads ଅନ୍ତରାୟ ସୃଷ୍ଟି କରିଥାଏ |
05:32 | କିନ୍ତୁ କିଛି ନିର୍ଦ୍ଦିଷ୍ଟ ସଫ୍ଟୱେର୍ ଅଛି ଯାହା adsକୁ ବ୍ଲକ୍ କରିବରେ ସାହାଯ୍ୟ କରେ |
05:36 | ସେହିପରି ଗୋଟିଏ ଆଡ-ଅନ୍ ହେଉଛି, Adblock |
05:39 | ପ୍ରଥମେ Tools ଏବଂ ତା’ପରେ Add-ons ଉପରେ କ୍ଲିକ୍ କରନ୍ତୁ |
05:43 | ଉପରିଭାଗ ଡାହାଣ ପଟ କୋଣରେ ଥିବା ସର୍ଚ ଟାବରେ Adblock ପାଇଁ ସର୍ଚ କରନ୍ତୁ. Enter ଦାବନ୍ତୁ |
05:51 | Adକୁ ବ୍ଲକ୍ କରୁଥିବା ସଫ୍ଟୱେରର ଗୋଟିଏ ତାଲିକା ଦୃଶ୍ୟମାନ ହୋଇଛି |
05:55 | Adblock Plus ପାଇଁ Install ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:59 | Adblock ଡାଉନଲୋଡ୍ ହେବା ଆରମ୍ଭ ହେବ |
06:02 | ଏହା ଅଟେ! ବର୍ତ୍ତମାନ Ad blocker ଇନଷ୍ଟଲ୍ ହୋଇଯାଇଛି |
06:06 | ଗୋଟିଏ ନୋଟିଫିକେଶନ୍ ବାର୍ତ୍ତା ଦୃଶ୍ୟମାନ ହେବ ଯାହା Adblock will be installed after you restart Firefox ବୋଲି କହିବ |
06:14 | ଲିଙ୍କ Restart Now ଉପରେ କ୍ଲିକ୍ କରନ୍ତୁ |
06:17 | Mozilla Firefox ବନ୍ଦ ହୋଇଯିବ ଏବଂ ପୂନର୍ବାର ଆରମ୍ଭ ହେବ |
06:21 | ଯେତେବେଳେ ଏହା ପୂନର୍ବାର ଆରମ୍ଭ ହେବ, ad blocker କାର୍ଯ୍ୟକାରୀ ହେବ |
06:25 | କିନ୍ତୁ ad blockerର ବ୍ୟବହାର ଦ୍ଵାରା କିଛି ଅନୁଚିତ ପରିଣାମ ଦେଖାଦେବ |
06:30 | କିଛି ସାଇଟ୍ ସେମାନଙ୍କ ମଧ୍ୟରେ ପ୍ରବେଶ କରିବା ପାଇଁ ଅନୁମତି ଦେବେ ନାହିଁ ଯେତେବେଳେ ad blocker କାର୍ଯ୍ୟକ୍ଷମ ଥିବ |
06:35 | ଏହାର କାରଣ ହେଉଛି ଅନେକ ଫ୍ରୀ ସାଇଟ୍ ଅଛନ୍ତି ଯେଉଁମାନେ adsରୁ ରୋଜଗାର କରିଥା’ନ୍ତି |
06:41 | Adblocker ଆପଣଙ୍କ ବ୍ରାଉଜରରେ କିଛି ସାଇଟର ପ୍ରଦର୍ଶନକୁ ପ୍ରତିହତ କରିପାରେ |
06:46 | ଏହି ପରିସ୍ଥିତିକୁ ଯତ୍ନସହକାରେ ଗ୍ରହଣ କରିବେ ଯେତେବେଳେ adsକୁ ବ୍ଲକ୍ କରିବେ |
06:51 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
06:54 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: Themes, Personas ଓ Ad blocking |
07:00 | ଏହି ଆସାଇନମେଣ୍ଟକୁ ଚେଷ୍ଟା କରନ୍ତୁ |
07:03 | ଥିମ୍ NASA night launchକୁ ଇନଷ୍ଟଲ୍ କରନ୍ତୁ |
07:06 | ତା’ପରେ default themeକୁ ଫେରିଆସନ୍ତୁ |
07:10 | yahoo.com ବ୍ୟତିତ ଅନ୍ୟ ସମସ୍ତ ପପ୍-ଅପଗୁଡିକୁ ବ୍ଲକ୍ କରନ୍ତୁ |
07:15 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
07:18 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:21 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:25 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
07:28 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
07:31 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
07:35 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
07:41 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:45 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:53 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
07:56 | ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ |
08:08 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |