Firefox/C3/Popups/Oriya
From Script | Spoken-Tutorial
Time | Narration |
00:00 | ବନ୍ଧୁଗଣ, Mozilla Firefoxରେ ଥିବା Setting Pop-up and Image options ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: * Pop-up ଓ image preferencesକୁ କିପରି ସେଟ୍ କରାଯାଏ |
00:13 | Toolbarକୁ କଷ୍ଟମାଇଜ୍ କରିବା |
00:15 | Pop-up windowଗୁଡିକ କିମ୍ବା ପପ୍-ଅପଗୁଡିକ windows ଅଟନ୍ତି ଯାହା ଆପଣଙ୍କ ବିନା ଅନୁମତିରେ ସ୍ଵୟଂ ଦୃଶ୍ୟମାନ ହୁଅନ୍ତି |
00:21 | ସେମାନଙ୍କ ଆକାରରେ ଭିନ୍ନତା ଥାଏ କିନ୍ତୁ ସାଧାରଣଭାବେ ସମ୍ପୂର୍ଣ୍ଣ ସ୍କ୍ରୀନରେ ଆଚ୍ଛାଦିତ ହୁଅନ୍ତି ନାହିଁ |
00:27 | କିଛି ପପ୍-ଅପଗୁଡିକ ସାମ୍ପ୍ରତିକ Firefox windowର ଉପରି ଭାଗରେ ଖୋଲନ୍ତି ଯେତେବେଳେ ଅନ୍ୟଗୁଡିକ Firefox (pop-unders)ର ନିମ୍ନ ଭାଗରେ ଦୃଶ୍ୟମାନ ହୁଅନ୍ତି |
00:37 | ପପ୍-ଅପଗୁଡିକ ଅତି ବିରକ୍ତିକର ହୋଇପାରନ୍ତି ଏବଂ ସେଥିପାଇଁ ଆମେ ସେଗୁଡିକୁ ନିଷ୍କ୍ରିୟ କରିବାକୁ ଚାହୁଁ |
00:42 | ଏହି ଟ୍ୟୁଟୋରିଆଲରେ Ubuntu 10.04 ରେ Firefox version 7.0 ବ୍ୟବହାର କରାଯାଉଛି |
00:50 | ଗୋଟିଏ Firefox ବ୍ରାଉଜରକୁ ଖୋଲନ୍ତୁ |
00:53 | URL barରେ w w w dot pop up test dot com ଟାଇପ୍ କରନ୍ତୁ |
01:01 | Enter କୀକୁ ଦାବନ୍ତୁ |
01:03 | ଏହି ସାଇଟରେ ପପ୍-ଅପ୍ ଗୋଟିଏ କ’ଣ ପ୍ରଦର୍ଶିତ କରିବ |
01:07 | link ଉପରେ କ୍ଲିକ୍ କରନ୍ତୁ ଯାହା Multi-PopUp Test ବୋଲି କହିଥାଏ |
01:12 | ଆପଣ ଛ’ଟି ପପ୍-ଅପକୁ ଦେଖିବାକୁ ପାଇବେ |
01:20 | Back ଉପରେ କ୍ଲିକ୍ କରନ୍ତୁ |
01:22 | ଅଧିକ ଦୁଇଟି ପପ୍-ଅପ୍ ଦୃଶ୍ୟମାନ ହେବ. ସେମାନେ କେତେ ବିରକ୍ତିକର ଦେଖନ୍ତୁ? |
01:28 | Firefox, ଉଭୟ pop-up ଓ pop-underଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ଅନୁମତି ଦେଇଥାଏ. ଏହାକୁ ପ୍ରଥମେ Edit ଉପରେ ଏବଂ ତା’ପରେ Preferences ଉପରେ କ୍ଲିକ୍ କରି ସମ୍ପନ୍ନ କରାଯାଇଥାଏ |
01:37 | Windowsର ୟୁଜରମାନେ ଦୟାକରି ପ୍ରଥମେ Tools ଓ ତା’ପରେ Options ଉପରେ କ୍ଲିକ୍ କରନ୍ତୁ |
01:43 | Preferences ୱିଣ୍ଡୋସ୍ଥିତ Content ଟାବ୍ ଉପରେ କ୍ଲିକ୍ କରନ୍ତୁ |
01:48 | ଡିଫଲ୍ଟ ଭାବେ ବିକଳ୍ପ Block pop-up windows କାର୍ଯ୍ୟକାରୀ ହୋଇଯାଇଛି |
01:53 | ଯଦି ନୁହେଁ ତେବେ ଏହାକୁ ଚେକ୍ କରନ୍ତୁ |
01:56 | ତେଣୁ Firefoxରେ ଦୃଶ୍ୟମାନ ହେଉଥିବା ପପ୍-ଅପଗୁଡିକୁ ପ୍ରତିହତ କରିବା ପାଇଁ ଏହାର ସକ୍ରୀୟ ହେବାକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ |
02:02 | ବର୍ତ୍ତମାନ Close ବଟନ୍ ଉପରେ କ୍ଲିକ୍ କରି Firefoxର Preference ୱିଣ୍ଡୋକୁ ବନ୍ଦ କରିପାରିବେ |
02:09 | ଆପଣ exceptionsକୁ ମଧ୍ୟ ଚୟନ କରିପାରିବେ |
02:12 | Exceptions ସାଇଟଗୁଡିକ ଅଟନ୍ତି ଯାହାର ପପ୍-ଅପଗୁଡିକୁ ଆପଣ ଗ୍ରହଣ କରିପାରିବେ |
02:17 | ପ୍ରଥମେ Edit ଉପରେ ଏବଂ ତା’ପରେ Preferences ଉପରେ କ୍ଲିକ୍ କରନ୍ତୁ |
02:20 | Windowsର ୟୁଜର୍ ଦୟାକରି ପ୍ରଥମେ Tools ଓ ତା’ପରେ Options ଉପରେ କ୍ଲିକ୍ କରନ୍ତୁ |
02:26 | exceptionଗୁଡିକୁ ସଂଯୁକ୍ତ କରିବା ସକାଷେ, Block pop-up windows ଫିଲ୍ଡ ପରେ ଥିବା Exceptions ବଟନ୍ ଉପରେ କ୍ଲିକ୍ କରନ୍ତୁ |
02:34 | ଏହା ଦ୍ଵାରା ଗୋଟିଏ ଡାଇଲଗ୍ ବକ୍ସ ଖୋଲିବ |
02:37 | Address of website ଫିଲ୍ଡରେ ଟାଇପ୍ କରନ୍ତୁ: w w w dot google dot com |
02:44 | Allow ବଟନ୍ ଉପରେ କ୍ଲିକ୍ କରନ୍ତୁ |
02:46 | ଡାଇଲଗ୍ ବକ୍ସକୁ ବନ୍ଦ କରିବା ପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ |
02:50 | Preferences ଡାଇଲଗ୍ ବକ୍ସକୁ ବନ୍ଦ କରିବା ପାଇଁ Close ଉପରେ କ୍ଲିକ୍ କରନ୍ତୁ |
02:55 | ବର୍ତ୍ତମାନ google.com ବ୍ୟତିତ ଅନ୍ୟ ସମସ୍ତ ସାଇଟଗୁଡିକରୁ ପପ୍-ଅପଗୁଡିକ ବନ୍ଦ ହୋଇଯିବ |
03:01 | ବର୍ତ୍ତମାନ URL ବାରରେ ଟାଇପ୍ କରନ୍ତୁ: w w w dot pop up test dot com ଏବଂ Enter ଦାବନ୍ତୁ |
03:09 | ଲିଙ୍କ୍ Multi-PopUp Test ଉପରେ କ୍ଲିକ୍ କରନ୍ତୁ |
03:12 | କୌଣସି ପପ୍-ଅପ୍ ଦୃଶ୍ୟମାନ ହେବ ନାହିଁ |
03:15 | ଆପଣଙ୍କର ପପ୍-ଅପ୍ ବ୍ଲକର୍ କାର୍ଯ୍ୟକାରୀ ହୋଇଛି! |
03:20 | ଡାଉନଲୋଡ୍ ହେବା ପାଇଁ ଇମେଜଗୁଡିକ ସମୟ ଓ ବ୍ୟାଣ୍ଡୱିଡଥ୍ ନିଅନ୍ତି |
03:24 | ଚୟନିତ ଭାବେ ଇମେଜଗୁଡିକର ଡାଉନଲୋଡକୁ ବନ୍ଦ କରିବା ପାଇଁ Mozilla Firefoxର ଗୋଟିଏ ବିକଳ୍ପ ଅଛି |
03:30 | ପ୍ରଥମେ Edit ଓ ତା’ପରେ Preferences ଉପରେ କ୍ଲିକ୍ କରନ୍ତୁ |
03:33 | Windowsର ୟୁଜର୍ ଦୟାକରି ପ୍ରଥମେ Tools ଓ ତା’ପରେ Options ଉପରେ କ୍ଲିକ୍ କରନ୍ତୁ |
03:39 | Preferences ଡାଇଲଗ୍ ବକ୍ସରେ Content ଟାବକୁ ଚୟନ କରନ୍ତୁ |
03:44 | Load images automatically ପାଇଁ ଥିବା ଚେକ୍-ବକ୍ସକୁ ନିଷ୍କ୍ରିୟ କରନ୍ତୁ |
03:49 | ଡାଇଲଗ୍ ବକ୍ସକୁ ବନ୍ଦ କରିବା ପାଇଁ Close ଉପରେ କ୍ଲିକ୍ କରନ୍ତୁ |
03:53 | ବର୍ତ୍ତମାନ Search barରେ, Flowers ଟାଇପ୍ କରିବା ସହ Enter କୀକୁ ଦାବନ୍ତୁ |
04:00 | googleର home pageରେ ଥିବା Images ଉପରେ କ୍ଲିକ୍ କରନ୍ତୁ |
04:04 | ଦୃଶ୍ୟମାନ ହେଉଥିବା ପ୍ରଥମ ଇମେଜର ଲିଙ୍କ ଉପରେ କ୍ଲିକ୍ କରନ୍ତୁ |
04:08 | ଇମେଜଟି load ହେଉନଥିବା ଆପଣ ଦେଖିପାରିବେ |
04:12 | Mozilla Firefox, ଟୂଲବାରକୁ କଷ୍ଟମାଇଜ୍ କରିବା ପାଇଁ ଅନେକ ବିକଳ୍ପଗୁଡିକୁ ଉପଲବ୍ଧ କରାଇଥାଏ |
04:18 | ମନେକରନ୍ତୁ ଆମେ କୌଣସି ଟୂଲବାରକୁ ଲୁଚାଇବାକୁ ଚାହୁଁଛୁ. ଉଦାହରଣସ୍ଵରୂପ, Menu bar |
04:23 | ମେନୁ ବାରର ଖାଲି ଥିବା ସ୍ଥାନରେ ରାଇଟ୍ କ୍ଲିକ୍ କରନ୍ତୁ |
04:27 | ଏବଂ ଏହାକୁ ଅନଚେକ୍ କରନ୍ତୁ.
ଏହି ପରି! |
04:30 | ମେନୁବାରକୁ ପୁନର୍ବାର ଦେଖିବା ପାଇଁ ଟୂଲ ବାରର ଖାଲି ସ୍ଥାନରେ ପୁନର୍ବାର ରାଇଟ୍ କ୍ଲିକ୍ କରନ୍ତୁ |
04:36 | ବର୍ତ୍ତମାନ ମେନୁ ବାର୍ ବିକଳ୍ପକୁ ଚେକ୍ କରନ୍ତୁ |
04:40 | Firefox ଟୂଲବାରଗୁଡିକୁ କଷ୍ଟମାଇଜ୍ କରିବା ପାଇଁ ଅତି ଆଧୁନିକ ବିକଳ୍ପଗୁଡିକୁ ଉପଲବ୍ଧ କରାଇଥାଏ. ଚାଲନ୍ତୁ କିଛି ଦେଖିବା |
04:46 | ଟୂଲବାରରେ ଗୋଟିଏ ଆଇକନକୁ ସଂଯୁକ୍ତ କରନ୍ତୁ ଯାହା ଗୋଟିଏ ସିଙ୍ଗଲ୍ କ୍ଲିକରେ ଏକ ୱେବ-ପେଜକୁ ପ୍ରିଣ୍ଟ କରିବା ପାଇଁ ଅନୁମତି ପ୍ରଦାନ କରିବ |
04:54 | ଟୂଲବାରର ଗୋଟିଏ ଖାଲିଥିବା ସ୍ଥାନରେ ରାଇଟ୍ କ୍ଲିକ୍ କରନ୍ତୁ |
04:58 | Customize ଉପରେ କ୍ଲିକ୍ କରନ୍ତୁ |
05:00 | Customize Toolbar ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
05:04 | ଡାଇଲଗ୍ ବକ୍ସ ମଧ୍ୟରେ ଆପଣ Print ଆଇକନକୁ ଦେଖିପାରିବେ |
05:09 | ଆଇକନକୁ ଟୂଲବାର୍ ଉପରକୁ ଡ୍ରାଗ୍ କରି ଆଣନ୍ତୁ |
05:12 | Done ଉପରେ କ୍ଲିକ୍ କରିବା ସହିତ ଡାଇଲଗ୍ ବକ୍ସକୁ ବନ୍ଦ କରନ୍ତୁ |
05:17 | ଟୂଲବାର୍ ଉପରେ ଥିବା Print ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
05:21 | ଏହା Print ଡାଇଲଗ୍ ବକ୍ସକୁ ଉପରକୁ ଆଣିବ |
05:25 | ଆମେ ବର୍ତ୍ତମାନ ପ୍ରିଣ୍ଟ କରିବା ନାହିଁ |
05:28 | ତେଣୁ Cancel ଉପରେ କ୍ଲିକ୍ କରି ଡାଇଲଗ୍ ବକ୍ସକୁ ବନ୍ଦ କରନ୍ତୁ |
05:32 | ଆପଣ ଟୂଲବାରଗୁଡିକୁ ସଂଯୁକ୍ତ କିମ୍ବା ବାହାର ମଧ୍ୟ କରିପାରିବେ |
05:35 | ଏହା କରିବା ପାଇଁ ଟୂଲବାର୍ ଉପରେ କ୍ଲିକ୍ କରିବା ସହ Customizeକୁ ଚୟନ କରନ୍ତୁ |
05:40 | Add New Toolbar ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:44 | ନୁତନ ଟୂଲବାର୍ ପାଇଁ ଗୋଟିଏ ନାମ ପ୍ରବେଶ କରନ୍ତୁ. ଏହାକୁ Sample Toolbar ଭାବେ ନାମିତ କରନ୍ତୁ |
05:50 | OK ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:53 | ବର୍ତ୍ତମାନ ଗୋଟିଏ ଆଇକନକୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ, ମନେକର Sample Toolbar ଉପରେ Downloadsକୁ |
06:01 | ବ୍ରାଉଜରରେ ନୁତନ Toolbarକୁ ଲକ୍ଷ୍ୟ କରନ୍ତୁ |
06:04 | ଟୂଲବାରକୁ ବାହାର କରିବା ପାଇଁ Restore Default Set ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:10 | କଣ୍ଟେଣ୍ଟର କ୍ଷେତ୍ରକୁ ମାକ୍ସିମାଇଜ୍ କରିବା ପାଇଁ ଆଇକନଗୁଡିକର ଆକାରକୁ ହ୍ରାସ କରିପାରିବେ |
06:16 | Use Small icons ଟାଇଟଲ୍ ଥିବା ଚେକ୍-ବକ୍ସକୁ ଚେକ୍ କରନ୍ତୁ |
06:22 | ଡାଇଲଗ୍ ବକ୍ସକୁ ବନ୍ଦ କରିବା ପାଇଁ Done ଉପରେ କ୍ଲିକ୍ କରନ୍ତୁ |
06:27 | ଆଇକନଗୁଡିକର ଆକାର କ୍ଷୁଦ୍ର ହୋଇଯାଇଥିବା ଆପଣ ଦେଖିପାରିବେ |
06:32 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
06:36 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: କିପରି Pop-up ଓ Image preferencesକୁ ସେଟ୍ କରିବା |
06:41 | Toolbarକୁ କଷ୍ଟମାଇଜ୍ କରିବା |
06:43 | ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି |
06:46 | ଗୋଟିଏ ନୁତନ Mozilla Firefox ୱିଣ୍ଡୋକୁ ଖୋଲନ୍ତୁ. www.yahoo.comରୁ ଆସୁଥିବା ପପ୍-ଅପଗୁଡିକ ବ୍ୟତିତ ଅନ୍ୟ ସମସ୍ତକୁ ବ୍ଲକ୍ କରନ୍ତୁ. ଗୋଟିଏ bookmarks ଟୂଲବାରକୁ ଇନସର୍ଟ କରନ୍ତୁ |
06:59 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
07:02 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:05 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:10 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
07:15 | * ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
07:18 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
07:25 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:29 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:38 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
07:48 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |