Drupal/C3/Installing-an-Advanced-Theme/Oriya
From Script | Spoken-Tutorial
| Time | Narration |
| 00:01 | ଏକ Advanced Theme ଇନଷ୍ଟଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଏକ Advanced Theme ଇନଷ୍ଟଲ୍ କରିବା ବିଷୟରେ ଶିଖିବା, |
| 00:11 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
| 00:26 | Adaptive Theme ଓ Omega ହେଉଛି 2ଟି ଚମତ୍କାର Theme Frameworks |
| 00:32 | ଚାଲନ୍ତୁ, Adaptive Theme ଉପରେ ନଜର ପକାଇବା |
| 00:35 | ଧ୍ୟାନଦିଅନ୍ତୁ ଯେ, Adaptive Theme ହେଉଛି ଏକ Basic Theme |
| 00:39 | Adaptive Theme ପାଇଁ ଆପଣଙ୍କୁ ଏକ Sub Theme ବ୍ୟବହାର କରିବାକୁ ପଡ଼ିବ |
| 00:42 | Adaptive Theme ଇନଷ୍ଟଲ୍ କରନ୍ତୁ |
| 00:46 | ଆପଣ କେତେବେଳେ ଏହି ଭିଡିଓ ଦେଖୁଛନ୍ତି, ତାହା ଉପରେ ଭିତ୍ତିକରି, ଆପଣ ଏଠାରେ, ସବୁଜରେ Drupal 8 ଦେଖିପାରନ୍ତି |
| 00:52 | ସବୁଜରେ ଥିବା Drupal 8କୁ ନିଅନ୍ତୁ, ନାଲି ଥିବାଟିକୁ ନୁହେଁ |
| 00:57 | tar.gz ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ |
| 01:01 | Copy Link ଅପ୍ସନ୍ ସିଲେକ୍ଟ କରନ୍ତୁ |
| 01:04 | ଆମ ୱେବ୍ ସାଇଟ୍ କୁ ଫେରିଆସନ୍ତୁ |
| 01:06 | Appearance ଓ Install New Theme ଉପରେ କ୍ଲିକ୍ କରନ୍ତୁ |
| 01:11 | ଏଠାରେ, ଲିଙ୍କକୁ Paste କରି Install ଉପରେ କ୍ଲିକ୍ କରନ୍ତୁ |
| 01:15 | ଏବେ, ଆମେ ଏହାକୁ ON କରିବା ନାହିଁ, କାରଣ Adaptive Theme ହେଉଛି ଏକ Base Theme |
| 01:21 | ଏବେ, ଏକ Sub-Theme Pixture Reloaded ନେବା |
| 01:25 | ସ୍କ୍ରୋଲ୍ ଡାଉନ୍ କରି Drupal 8 ଭର୍ସନ୍ ଖୋଜନ୍ତୁ |
| 01:29 | ଯେତେବେଳେ ଆପଣ ଏହି ଭିଡିଓ ଦେଖିବେ, ତାହା ଏଠାରେ, ସବୁଜ ସେକ୍ସନ୍ ରେ ଥିବ |
| 01:34 | tar.gz ଲିଙ୍କ୍ ଉପରେ ରାଇଟ୍ କ୍ଲିକ୍ କରି Copy Link ସିଲେକ୍ଟ କରନ୍ତୁ |
| 01:40 | ସାଇଟ୍ କୁ ପେରିଯାଆନ୍ତୁ |
| 01:42 | Install New Theme ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 01:45 | ଏଠାରେ, ଲିଙ୍କକୁ Paste କରି Install ଉପରେ କ୍ଲିକ୍ କରନ୍ତୁ |
| 01:50 | Install Newly Added Themes କ୍ଲିକ୍ କରନ୍ତୁ |
| 01:55 | ତଳକୁ ସ୍କ୍ରୋଲ୍ କରନ୍ତୁ,ଆମେ ଏଠାରେ Adaptive Generator ଓ Pixture Reloaded ନାମକ Adaptive Sub-Theme ଦେଖିବା |
| 02:03 | Install and set as default କ୍ଲିକ୍ କରନ୍ତୁ |
| 02:07 | Settings ଉପରେ କ୍ଲିକ୍ କରନ୍ତୁ |
| 02:09 | ଏକ ସରଳ Theme ଓ ନିଜସ୍ୱ Sub-Theme ଥିବା ଏକ Base Theme ମଧ୍ୟରେ ପାର୍ଥକ୍ୟ ଅଛି |
| 02:15 | ଏଠାରେ, ପ୍ରାୟ ସବୁକିଛି ପାଇଁ Settings ଅଛି |
| 02:19 | ଆମେ ପ୍ରାୟ ଯେକୌଣସିରେ ବଦଳାଇପାରିବା |
| 02:22 | ଉଦାହରଣସ୍ୱରୂପ, ଆମେ ରଖିପାରିବା Responsive Menus, |
| 02:26 | Googleରୁ Fonts କିମ୍ୱା Typekit, |
| 02:30 | Titles ପାଇଁ ପୃଥକ୍ Styles, |
| 02:32 | Image Alignment, |
| 02:35 | Shortcode CSS Classes, |
| 02:38 | Mobile Blocks - ଯାହା ଆମକୁ, ମୋବାଇଲ୍ ଉପକରଣଗୁଡ଼ିକରେ ବ୍ଲକ୍ସ ଲୁଚାଇବାକୁ ଅନୁମତି ଦେଇଥାଏ |
| 02:42 | Slideshows ସମର୍ଥିତ ଅଟେ |
| 02:45 | Touch Icons, Custom CSS, ଅଧିକ Developer Tools ଓ IE 6ରୁ 8 ପାଇଁ Legacy Browser ସେଟିଙ୍ଗ୍ସ |
| 02:55 | ଏହିସବୁକୁ ଦୟାକରି ସାବଧାନପୂର୍ବକ ବ୍ୟବହାର କରନ୍ତୁ. ଅନାବଶ୍ୟକ ସ୍ଥଳେ ସେଗୁଡ଼ିକୁ ଏନାବଲ୍ କରନ୍ତୁ ନାହିଁ |
| 03:01 | Extensions ତଳେ, ବାମ ପାନେଲ୍ ରେ, ଆମ ପାଖରେ Responsive Menus, Fonts ଅଛି |
| 03:08 | ନିମ୍ନଲିଖିତ ପାଇଁ Image Settings -ARTICLE, BOOK PAGE, EVENTS |
| 03:13 | ଏହା, ସେହି ସମସ୍ତ Content Typesକୁ ଚିହ୍ନେ |
| 03:17 | Events ଉପରେ କ୍ଲିକ୍ କରନ୍ତୁ |
| 03:20 | ଏହା ଆମକୁ, ଆମର Events Content Typeରେ ଇମେଜଗୁଡ଼ିକୁ ଆଲାଇନ୍ କରିବାକୁ ଅନୁମତି ଦେଇଥାଏ |
| 03:25 | ଉଦାହରଣସ୍ୱରୂପ, ଆମେ ସେଗୁଡ଼ିକ ସର୍ବଦା ବାମ କିମ୍ୱା ଡାହାଣପଟେ ଫ୍ଲୋଟ୍ କରାଇବାକୁ ଚାହିଁଭା |
| 03:32 | ବାମ ପାନେଲ୍ ରେ - Short Codes ଓ Markup Overrides ଅଛି |
| 03:37 | ଏଠାରେ, ତଳେ, ଅଧିକ ଅପ୍ସନ୍ସ ଅଛି |
| 03:40 | ପ୍ରଥମେ Layouts ଓ ତା’ପରେ Page (Default) ଉପରେ କ୍ଲିକ୍ କରନ୍ତୁ |
| 03:44 | ଏବେ, Wide ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
| 03:47 | ଏହା ଆମକୁ, Block Regions ସହିତ ସମସ୍ତ Layouts ସେଟ୍ କରିବାକୁ ଅନୁମତି ଦେବା ସହ ଠିକ୍ ଏଠାରେ, Theme ଭିତରେ Media Queries ମଧ୍ୟ ପରିଭାଷିତ କରିଥାଏ |
| 03:56 | ଏହାକୁ ସଠିକ୍ ଭାବେ ସେଟ୍ କରିବା ପାଇଁ ଆମକୁ କିଛି ସମୟ ଦରକାର |
| 04:01 | ଏବେ, Color Scheme ଉପରେ କ୍ଲିକ୍ କରନ୍ତୁ |
| 04:03 | ସେଥିରେ ଅନେକ ପୂର୍ବ ନିର୍ଦ୍ଧାରିତ କଲର୍ ସ୍କିମ୍ସ ଅଛି |
| 04:07 | କିନ୍ତୁ, ଯଦି ଆପଣଙ୍କୁ ସେଥିସହିତ ଆସୁଥିବା କଲର୍ ଟି ପସନ୍ଦ ନାହିଁ, ତେବେ ଆପଣ ନିଜସ୍ୱ Color Scheme ତିଆରି କରିପାରିବେ |
| 04:13 | ଶେଷରେ, ସେଥିରେ ସାଧାରଣ Basic Settings ରହିଛି |
| 04:17 | ଆମର Drupal ସାଇଟ୍ ପାଇଁ ଏହା ଏକ ବହୁତ ବଢ଼ିଆ Base Theme ଓ Sub-Theme |
| 04:23 | ଆମେ ପ୍ରକୃତରେ ଏଠାରେ କିଛି ପରିବର୍ତ୍ତନ କରିନାହେଁ |
| 04:26 | ହେଲେ, ଚାଲନ୍ତୁ ଆମର Home Page ଉପରେ ନଜର ପକାଇବା |
| 04:30 | ଆମର Home Page ପାଇଁ ଆମେ ଏକ ପୂରା ନୂଆ ଲୂକ୍ ଓ ଫୀଲ୍ ଦେଖିପାରୁଛେ |
| 04:33 | Structureକୁ ଯାଇ ଆମର Block Layout ଯାଞ୍ଚ କରିବା |
| 04:38 | ଆମେ, Sub-Theme Pixture Reloaded ବ୍ୟବହାର କରିଛେ |
| 04:42 | ଏଠାରେ କୌଣସି Sidebar Regions ନାହିଁ |
| 04:45 | Pixture Reloadedରେ ଥିବା ପ୍ରତ୍ୟେକ ଜିନିଷ ଏହିଭଳି ସୂଚୀବଦ୍ଧ ହୋଇଛି |
| 04:50 | ବୋଧହୁଏ, ଏହା ଆମର ପ୍ରଦର୍ଶନ ପାଇଁ ଉତ୍ତମ ପସନ୍ଦ ନୁହେଁ. ମାତ୍ର, ଏହା କେତେ ଶକ୍ତିଶାଳୀ, ତାହାର ଆଇଡିଆ ଆପଣ ପାଇବେ |
| 04:58 | ଏହି Advance Theming Engine ବ୍ୟବହାର କରି ଆମେ, ଭିତରକୁ ଯାଇପାରିବା ଓ ସେହି ସମସ୍ତ ଅପ୍ସନ୍ସ ସେଟ୍ କରିପାରିବା |
| 05:04 | ତାହା ହେଉଛି Theme Framework - Adaptive Theme ଓ Pixture Reloaded |
| 05:10 | ସେଗୁଡ଼ିକୁ ଭଲ ଭାବରେ ବୁଝିବା ପାଇଁ ଆପଣ ସେହିସବୁ ସହିତ କାମ କରିପାରିବେ |
| 05:15 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
| 05:17 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ଏକ Advanced Theme ଇନଷ୍ଟଲ୍ କରିବା ବିଷୟରେ ଶିଖିଲେ |
| 05:33 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
| 05:42 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
| 05:49 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 05:57 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ |
| 06:08 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |