C-and-Cpp/C2/Relational-Operators/Oriya
From Script | Spoken-Tutorial
Time | Narration |
00:01 | C ଓ C++ରେ Relational Operators ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: |
00:09 | ରିଲେସନାଲ୍ ଅପରେଟର୍ସ, ଯେପରି- |
00:11 | Less than: ଯେପରି a < b |
00:14 | Greater than: ଯେପରି a > b |
00:17 | Less than or equal to: ଯେପରି a <= b |
00:22 | Greater than or equal to: ଯେପରି a >= b |
00:27 | Equal to: ଯେପରି a == b |
00:30 | Not equal to: ଯେପରି a != b |
00:37 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ, ମୁଁ Ubuntu 11.10 ଅପରେଟିଙ୍ଗ ସିଷ୍ଟମ୍ ବ୍ୟବହାର କରୁଛି |
00:42 | ଉବୁଣ୍ଟୁରେ gcc ଓ g++ କମ୍ପାଇଲର୍ ଭର୍ସନ୍ 4.6.1 |
00:50 | ଏକ ପରିଚୟରୁ ଆରମ୍ଭ କରିବା |
00:53 | ଇଣ୍ଟିଜର୍ ଓ ଫ୍ଲୋଟିଙ୍ଗ ପଏଣ୍ଟ ନମ୍ବର୍ସ ତୁଳନା କରିବା ପାଇଁ ରିଲେସନାଲ୍ ଅପରେଟର୍ସ ବ୍ୟବହାର କରାଯାଏ |
00:57 | ରିଲେସନାଲ୍ ଅପରେଟର୍ସ ବ୍ୟବହାର କରୁଥିବା ଏକ୍ସପ୍ରେସନ୍ସ ଫଲ୍ସ ପାଇଁ 0 ଓ ଟ୍ରୁ ପାଇଁ 1 return କରେ |
01:04 | ଏବେ, ମୁଁ ଏକ C ପ୍ରୋଗ୍ରାମ୍ ସାହାଯ୍ୟରେ ରିଲେସନାଲ୍ ଅପରେଟର୍ସ ପ୍ରଦର୍ଶନ କରିବି |
01:09 | ମୁଁ ପ୍ରୋଗ୍ରାମ୍ ତିଆରି କରିସାରିଛି |
01:11 | ତେଣୁ, ମୁଁ ଏଡିଟର୍ ଖୋଲି କୋଡ୍ ଏକ୍ସପ୍ଲେନ୍ କରିବି |
01:15 | ପ୍ରଥମେ, ଦୁଇଟି ଭେରିଏବଲ୍ a ଓ b ଘୋଷିତ କରିବା |
01:20 | ଏହି printf ଷ୍ଟେଟମେଣ୍ଟ, a ଓ b ର ଭାଲ୍ୟୁ ଦେବା ପାଇଁ ୟୁଜର୍ କୁ ପ୍ରମ୍ପ୍ଟ କରିବ |
01:26 | ଏହି scanf ଷ୍ଟେଟମେଣ୍ଟ, a ଓ b ଭେରିଏବଲ୍ସ ପାଇଁ ଇନପୁଟ୍ ନେବ |
01:32 | ଏଠାରେ ଏବେ greater than (>) ଅପରେଟର୍ ଅଛି |
01:35 | ଏହି ଅପରେଟର୍, ଅପରେଟର୍ ର ଉଭୟ ପାର୍ଶ୍ୱରେ ଦୁଇଟି ଅପେରାଣ୍ଡକୁ ତୁଳନା କରେ |
01:38 | ଯଦି b ଠାରୁ a ବଡ଼ ହୋଇଥାଏ, ତେବେ ଏହା True ରିଟର୍ନ କରିବ |
01:43 | ଯଦି ଉପରୋକ୍ତ କଣ୍ଡିସନ୍ ଟ୍ରୁ, ତେବେ ଏହି printf ଷ୍ଟେଟମେଣ୍ଟ ଏକଜେକ୍ୟୁଟ୍ ହେବ |
01:47 | ଯଦି ଉପରୋକ୍ତ କଣ୍ଡିସନ୍ ଫଲ୍ସ, ତେବେ ଏହା ସ୍କିପ୍ ହୋଇଯାଏ |
01:50 | ଏହାପରେ କଣ୍ଟ୍ରୋଲ୍ ପରବର୍ତ୍ତୀ ଷ୍ଟେଟମେଣ୍ଟକୁ ଜମ୍ପ୍ କରେ |
01:53 | ଏଠାରେ ଏବେ less than (<) ଅପରେଟର୍ ଅଛି |
01:56 | ଏହା ମଧ୍ୟ ଅପେରାଣ୍ଡଗୁଡ଼ିକୁ ତୁଳନା କରେ,b ଠାରୁ a କମ୍ ହେଲେ ଏହା true ରିଟର୍ନ କରେ |
02:02 | ଉପରୋକ୍ତ କଣ୍ଡିସନ୍ true ହେବା କ୍ଷେତ୍ରରେ ଏହି printf ଷ୍ଟେଟମେଣ୍ଟ ଏକଜେକ୍ୟୁଟ୍ ହୁଏ |
02:06 | ନହେଲେ ଏହା ସ୍କିପ୍ ହୋଇଯାଏ |
02:09 | ଏପର୍ଯ୍ୟନ୍ତ କୋଡ୍ ଏକଜେକ୍ୟୁଟ୍ କରିବା |
02:13 | ପ୍ରଥମେ ନିମ୍ନୋକ୍ତ ଉପରେ କମେଣ୍ଟ କରିବା |
02:16 | /* (ସ୍ଲାସ୍ ଆଷ୍ଟେରିସ୍କ) ଟାଇପ୍ କରନ୍ତୁ |
02:21 | */ (ଆଷ୍ଟେରିସ୍କ ସ୍ଲାସ୍) |
02:24 | ସେଭ୍ କ୍ଲିକ୍ କରନ୍ତୁ |
02:26 | ମୁଁ relational.c ନାମରେ ଫାଇଲ୍ ସେଭ୍ କରିଛି |
02:29 | କୀ’ ବୋର୍ଡରେ ଏକକାଳୀନ Ctrl, Alt ଓ T ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
02:35 | କମ୍ପାଇଲ୍ କରିବା ପାଇଁ, ଟର୍ମିନାଲ୍ ରେ gcc ସ୍ପେସ୍ relational ଡଟ୍ c ସ୍ପେସ୍ -o ସ୍ପେସ୍ rel ଟାଇପ୍ କରନ୍ତୁ |
02:49 | ଏଣ୍ଟର ଦାବନ୍ତୁ |
02:51 | ଏକଜେକ୍ୟୁଟ୍ କରିବା ପାଇଁ ./rel (ଡଟ୍ ସ୍ଲାସ୍ rel) ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ |
02:56 | ମୁଁ aକୁ 8 ଓ bକୁ 3 ଭାବେ ଏଣ୍ଟର କରିଛି |
03:01 | ଆଉଟପୁଟ୍ ଏହିପରି ଡିସପ୍ଲେ ହେବ: |
03:03 | 8 is greater than 3 |
03:07 | a ଓ bର ଭିନ୍ନ ଭାଲ୍ୟୁ ନେଇ ଆପଣ ଏହି କୋଡ୍ ଏକଜେକ୍ୟୁଟ୍ ପାଇଁ ଚେଷ୍ଟା କରିପାରିବେ |
03:11 | କୋଡ୍ କୁ ଫେରିଆସନ୍ତୁ |
03:14 | ଏଠାରୁ କମେଣ୍ଟ ଡିଲିଟ୍ କରନ୍ତୁ |
03:18 | ଓ ତାହାକୁ ଏଠାରେ ରଖନ୍ତୁ |
03:24 | ଏବେ ଆମ ପାଖରେ less than or equal to (<=) ଅପରେଟର୍ ଅଛି |
03:28 | ଏହି ଅପରେଟର୍, ଅପରେଟର୍ ର ଉଭୟ ପାର୍ଶ୍ୱରେ ଦୁଇଟି ଅପେରାଣ୍ଡକୁ ତୁଳନା କରେ |
03:33 | ଯଦି b ଠାରୁ a କମ୍ କିମ୍ବା ସମାନ ତେବେ ଏହା true ରିଟର୍ନ କରେ |
03:38 | ଯଦି ଉପରୋକ୍ତ କଣ୍ଡିସନ୍ ଟ୍ରୁ, ତେବେ ଏହି printf ଷ୍ଟେଟମେଣ୍ଟ ଏକଜେକ୍ୟୁଟ୍ ହେବ |
03:42 | ଯଦି ଉପରୋକ୍ତ କଣ୍ଡିସନ୍ ଫଲ୍ସ, ତେବେ ଏହା ସ୍କିପ୍ ହୋଇଯାଏ |
03:45 | ଏହାପରେ କଣ୍ଟ୍ରୋଲ୍ ପରବର୍ତ୍ତୀ ଷ୍ଟେଟମେଣ୍ଟକୁ ଜମ୍ପ୍ କରେ |
03:49 | ଏହାପରେ greater than or equal to (>=) ଅପରେଟର୍ କୁ ଆସନ୍ତୁ |
03:52 | ଏହା a ଓ bକୁ ତୁଳନା କରେ ଓ ଯଦି b ଠାରୁ a ବଡ଼ କିମ୍ବା ସମାନ, ତେବେ true ରିଟର୍ନ କରେ |
04:00 | ଯଦି କଣ୍ଡିସନ୍ ଟ୍ରୁ, ତେବେ ଏହି printf ଷ୍ଟେଟମେଣ୍ଟ ଏକଜେକ୍ୟୁଟ୍ ହେବ |
04:05 | ଏବେ ଏପର୍ଯ୍ୟନ୍ତ କୋଡ୍ ଏକଜେକ୍ୟୁଟ୍ କରିବା |
04:07 | ସେଭ୍ ରେ କ୍ଲିକ୍ କରନ୍ତୁ |
04:09 | ଟର୍ମିନାଲ୍ କୁ ଫେରିଆସନ୍ତୁ |
04:12 | ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ |
04:17 | ମୁଁ aକୁ 8 ଓ bକୁ 3 ଭାବେ ଏଣ୍ଟର କରିବି |
04:22 | ଆଉଟପୁଟ୍ ଏହିପରି ଡିସପ୍ଲେ ହେବ: |
04:25 | 8 is greater than or equal to 3 |
04:30 | ଏବେ ଅବଶିଷ୍ଟ କୋଡ୍ କୁ ଫେରିଯିବା |
04:33 | ଏଠାରୁ ମଲ୍ଟିଲାଇନ୍ କମେଣ୍ଟ ଡିଲିଟ୍ କରନ୍ତୁ |
04:39 | ଓ ଏଠାରୁ ମଧ୍ୟ |
04:43 | ଏବେ ଆମ ପାଖରେ equal to ଅପରେଟର୍ ଅଛି |
04:47 | ଏହା ଡବଲ୍ equal ଚିହ୍ନ (==) ଦ୍ୱାରା ପ୍ରଦର୍ଶିତ ହୁଏ |
04:50 | ଯେତେବେଳେ ଉଭୟ ଅପେରାଣ୍ଡ ପରସ୍ପର ସହ ସମାନ ହେବେ, ଏହି ଅପରେଟର୍ true ରିଟର୍ନ କରିବ |
04:57 | ଯେତେବେଳେ a ସହିତ b ସମାନ ହେବ, printf ଷ୍ଟେଟମେଣ୍ଟ ଏକଜେକ୍ୟୁଟ୍ ହେବ |
05:00 | ଯଦି ନୁହେଁ, ତେବେ କଣ୍ଟ୍ରୋଲ୍ ପରବର୍ତ୍ତୀ ଷ୍ଟେଟମେଣ୍ଟକୁ ଜମ୍ପ୍ କରେ |
05:06 | ସେହିପରି, ଆମ ପାଖରେ not equal to ଅପରେଟର୍ ଅଛି |
05:08 | ଯେତେବେଳେ ଅପେରାଣ୍ଡଗୁଡ଼ିକ ପରସ୍ପର ସହ ସମାନ ହେବେନାହିଁ, ଏହି ଅପରେଟର୍ true ରିଟର୍ନ କରିବ |
05:15 | ଯେତେବେଳେ b ସହିତ a ସମାନ ହେବନାହିଁ, printf ଷ୍ଟେଟମେଣ୍ଟ ଏକଜେକ୍ୟୁଟ୍ ହେବ |
05:20 | ପ୍ରୋଗ୍ରାମ୍ ର ଶେଷକୁ ଆସନ୍ତୁ return 0 |
05:24 | ସେଭ୍ ରେ କ୍ଲିକ୍ କରନ୍ତୁ |
05:26 | ଟର୍ମିନାଲ୍ କୁ ଫେରିଆସନ୍ତୁ |
05:28 | ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ |
05:32 | aକୁ 8 ଓ bକୁ 3 ଭାବେ ଏଣ୍ଟର କରନ୍ତୁ |
05:38 | ଆଉଟପୁଟ୍ ସ୍କ୍ରିନ୍ ଉପରେ ଡିସପ୍ଲେ ହୁଏ: |
05:40 | 8 is not equal to 3 |
05:44 | ଏହିପରି ଭାବେ, ରିଲେସନାଲ୍ ଅପରେଟର୍ସ କିପରି କାମ କରେ ଆମେ ଦେଖୁ |
05:48 | ଭିନ୍ନ ଇନପୁଟ୍ସ ସେଟ୍ ରେ ଏହି କୋଡ୍ ଏକଜେକ୍ୟୁଟ୍ କରିବାକୁ ଚେଷ୍ଟା କରନ୍ତୁ |
05:51 | ଏବେ, ସମାନ ପ୍ରୋଗ୍ରାମ୍ କୁ C++ରେ ଲେଖିବା ଅତି ସହଜ |
05:56 | ସିଣ୍ଟାକ୍ସରେ ଅଳ୍ପକିଛି ପାର୍ଥକ୍ୟ ରହିଛି |
05:59 | ମୁଁ C++ରେ କୋଡ୍ ତିଆରି କରିସାରିଛି |
06:04 | ଏହା ହେଉଛି C++ରେ relational operators ପାଇଁ କୋଡ୍ |
06:08 | ଧ୍ୟାନଦିଅନ୍ତୁ ଯେ, ଏହାର ହେଡର୍ ଭିନ୍ନ ଅଟେ |
06:12 | ଏଠାରେ using ଷ୍ଟେଟମେଣ୍ଟ ମଧ୍ୟ ଅଛି |
06:15 | C++ରେ ଆଉଟପୁଟ୍ ଷ୍ଟେଟମେଣ୍ଟ ହେଉଛି cout |
06:19 | ଓ C++ରେ ଇନପୁଟ୍ ଷ୍ଟେଟମେଣ୍ଟ ହେଉଛି cin |
06:22 | ତେଣୁ, ଏହିସବୁ ପାର୍ଥକ୍ୟ ବ୍ୟତୀତ ଉଭୟ କୋଡ୍ ବହୁତ ସମାନ |
06:26 | ସେଭ୍ ରେ କ୍ଲିକ୍ କରନ୍ତୁ |
06:28 | .cpp ଏକ୍ସଟେନସନ୍ ରେ ଫାଇଲ୍ ସେଭ୍ ହୋଇଥିବା ସୁନିଶ୍ଚିତ କରନ୍ତୁ |
06:32 | ମୁଁ relational.cpp ନାମରେ ଫାଇଲ୍ ସେଭ୍ କରିଛି |
06:37 | କୋଡ୍ କମ୍ପାଇଲ୍ କରିବା |
06:39 | ଟର୍ମିନାଲ୍ ଖୋଲି g++ relational.cpp ସ୍ପେସ୍ ମାଇନସ୍ o ସ୍ପେସ୍ rel1 ଟାଇପ୍ କରନ୍ତୁ |
06:50 | ଏକଜେକ୍ୟୁଟ୍ ପାଇଁ ./rel1 (ଡଟ୍ ସ୍ଲାସ୍ rel1) ଟାଇପ୍ କରନ୍ତୁ, ଏଣ୍ଟର ଦାବନ୍ତୁ |
06:56 | ମୁଁ aକୁ 8 ଓ bକୁ 3 ଭାବେ ଏଣ୍ଟର କରୁଛି |
07:00 | ଆଉଟପୁଟ୍ ଡିସପ୍ଲେ ହୁଏ: |
07:02 | ଦେଖନ୍ତୁ, ଆଉଟପୁଟ୍ C ପ୍ରୋଗ୍ରାମ୍ ପରି ସମାନ ଅଟେ |
07:07 | ଏବେ ଏକ ଏରର୍ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ |
07:10 | ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
07:13 | ଧରାଯାଉ ଏଠାରେ ଆମେ 'double equal to' ସ୍ଥାନରେ 'single equal to' ରଖିବା |
07:19 | ସେଭ୍ ରେ କ୍ଲିକ୍ କରନ୍ତୁ |
07:21 | ଟର୍ମିନାଲ୍ କୁ ଫେରିଆସନ୍ତୁ |
07:23 | ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ |
07:33 | ଏଠାରେ 3 is equal to 3 ଦେଖାଉଛି |
07:37 | ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
07:40 | ଏହାର କାରଣ ହେଉଛି ଏଠାରେ ଏକ ଆସାଇନମେଣ୍ଟ ଅପରେଟର୍ ଅଛି |
07:43 | ତେଣୁ bର ଭାଲ୍ୟୁ aକୁ ଆସାଇନ୍ କରାଯାଇଛି |
07:46 | ଏରର୍ ଫିକ୍ସ କରିବା |
07:49 | ଏକ equal to ଚିହ୍ନ ଟାଇପ୍ କରନ୍ତୁ |
07:51 | ସେଭ୍ ରେ କ୍ଲିକ୍ କରନ୍ତୁ |
07:54 | ଟର୍ମିନାଲ୍ କୁ ଫେରିଆସନ୍ତୁ |
07:56 | ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ |
08:04 | ଏବେ ଆଉଟପୁଟ୍ ଠିକ ଅଛି |
08:06 | ସଂକ୍ଷିପ୍ତରେ |
08:08 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ |
08:10 | ରିଲେସନାଲ୍ ଅପରେଟର୍ସ ଯେପରି: |
08:12 | Less than: ଯେପରି a < b |
08:14 | Greater than: ଯେପରି a>b |
08:17 | Less than or equal to: ଯେପରି a<=b |
08:22 | Greater than or equal to: ଯେପରି a>=b |
08:27 | Equal to: ଯେପରି a==b |
08:29 | Not equal to: ଯେପରି a!=b |
08:34 | ଏକ ଆସାଇନମେଣ୍ଟ ଭାବେ:,ଏକ ପ୍ରୋଗ୍ରାମ୍ ଲେଖନ୍ତୁ, ଯାହା ତିନିଜଣ ଛାତ୍ରଙ୍କ ମାର୍କଗୁଡ଼ିକୁ ଇନପୁଟ୍ ଭାବେ ନେବ |
08:39 | କେଉଁ ଛାତ୍ର ଅଧିକ ନମ୍ବର ରଖିଛି, ଦେଖିବା ପାଇଁ ମାର୍କଗୁଡ଼ିକୁ ତୁଳନା କରନ୍ତୁ |
08:43 | ଦୁଇରୁ ଅଧିକ ଛାତ୍ର ସମାନ ମାର୍କ ରଖିଛନ୍ତି କି ଜାଣିବା ପାଇଁ ମଧ୍ୟ ଯାଞ୍ଚ କରନ୍ତୁ |
08:48 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
08:51 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
08:54 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
08:58 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
09:00 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:03 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
09:06 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
09:14 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:18 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:24 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
09:27 | ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro) |
09:34 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |