BASH/C2/Conditional-Loops/Oriya
From Script | Spoken-Tutorial
Title of script: Basic If loop in BASH Author: Ashwini Patil Keywords: video tutorial, for loop, while loop
Time | Narration |
00:01 | ବନ୍ଧୁଗଣ, Bashରେ Loops ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
00:09 | For Loop |
00:11 | କିଛି ଉଦାହରଣ ସହିତ while loop |
00:15 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
00:18 | ଉବୁଣ୍ଟୁ ଲିନକ୍ସ 12.04 OS ଓ |
00:22 | GNU Bash ଭର୍ସନ୍ 4.1.10 |
00:26 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି |
00:34 | ଚାଲନ୍ତୁ, Loopsର ପରିଚୟରୁ ଆରମ୍ଭ କରିବା |
00:37 | ଷ୍ଟେଟମେଣ୍ଟର ଏକ ସମୂହକୁ ବାରମ୍ୱାର ନିଷ୍ପାଦନ କରିବା ପାଇଁ Loops ବ୍ୟବହୃତ ହୋଇଥାଏ |
00:43 | ଆସନ୍ତୁ, ସିଣ୍ଟାକ୍ସକୁ ଦେଖିବା |
00:45 | for ଏକ୍ସପ୍ରେସନ୍ 1, 2, 3 |
00:49 | ଷ୍ଟେଟମେଣ୍ଟ 1, 2, 3 |
00:51 | ଆଉ ଏହା ହେଉଛି For Loopର ସମାପ୍ତି |
00:55 | For Loopର ଏକ ବିକଳ୍ପ ସିଣ୍ଟାକ୍ସ ହେଉଛି: |
00:58 | ସିକ୍ୱେନ୍ସ/ରେଞ୍ଜରେ For ଭେରିଏବଲ୍ |
01:03 | ଷ୍ଟେଟମେଣ୍ଟ 1, 2, 3 |
01:06 | ଓ For Loopର ଶେଷ |
01:09 | ପ୍ରଥମ ସିଣ୍ଟାକ୍ସ ବ୍ୟବହାର କରି For Loopର ଏକ ଉଦାହରଣ ଦେଖିବା |
01:14 | ଏହି ପ୍ରୋଗ୍ରାମରେ ଆମେ, ପ୍ରଥମ n ନମ୍ୱର୍ସର ଯୋଗଫଳ ଗଣନା କରିବା |
01:20 | ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି for.sh |
01:25 | ଏହା ହେଉଛି shebang ଲାଇନ୍ |
01:28 | ୟୁଜର୍ ଦ୍ୱାରା ପ୍ରଦତ୍ତ ଭାଲ୍ୟୁକୁ ଭେରିଏବଲ୍ ନମ୍ୱର୍ ଷ୍ଟୋର୍ କରିବ |
01:34 | ଏଠାରେ, ଭାଲ୍ୟୁ ହେଉଛି ଏକ ଇଣ୍ଟିଜର୍ |
01:37 | ଭେରିଏବଲ୍ sumକୁ ଆମେ ଏବେ ଯିରୋ ଭାବେ ଇନିଶିଆଲାଇଜ୍ କରିବା |
01:42 | ଏହିଠାରୁ ଆମେ For Loop ଆରମ୍ଭ କରିଥିଲେ |
01:45 | ପ୍ରଥମେ ଆମେ, 1କୁ i ଇନିଶିଆଲାଇଜ୍ କରିବା |
01:48 | ତା’ପରେ ଯାଞ୍ଚ କରିବା ଯେ, numberଠାରୁ i କମ୍ ନା ସମାନ |
01:54 | ଏବେ ଏଠାରେ ଆମେ, sum + i ଭାବରେ sumର ଗଣନା କରିବା |
02:00 | ଓ ତା’ପରେ ଆମେ ଏହାକୁ ପ୍ରିଣ୍ଟ କରିବା |
02:03 | ଏହାପରେ, ଆମେ, 1 ଦ୍ୱାରା iର ଭାଲ୍ୟୁକୁ ବଢାଇବା |
02:08 | ଓ ତା’ପରେ ଆମେ, ଏହି କଣ୍ଡିଶନ୍ False ନହେବା ପର୍ଯ୍ୟନ୍ତ କଣ୍ଡିଶନ୍ ଯାଞ୍ଚ କରିବା |
02:14 | For Loopରୁ ପ୍ରସ୍ଥାନ କରିବାବେଳେ ଏହି ବାର୍ତ୍ତା ପ୍ରିଣ୍ଟ ହୋଇଥାଏ |
02:19 | ଚାଲନ୍ତୁ, ପ୍ରୋଗ୍ରାମ୍ ନିଷ୍ପାଦନ କରି ଦେଖିବା କ’ଣ ହେଉଛି |
02:24 | ଟର୍ମିନଲ୍ ରେ ଟାଇପ୍ କରନ୍ତୁ - chmod +x for.sh |
02:31 | ତା’ପରେ ଟାଇପ୍ କରନ୍ତୁ: ./for.sh |
02:36 | ଇନପୁଟ୍ ନମ୍ୱର୍ ଭାବେ ମୁଁ 5 ପ୍ରବେଶ କରିବି |
02:40 | iର ପ୍ରତ୍ୟେକ ଭାଲ୍ୟୁ ପାଇଁ ଗଣନା କରାଯାଇଥିବା sum ପ୍ରଦର୍ଶିତ ହେଲା |
02:46 | ତାହାପରେ, ଆଉଟପୁଟ୍ ର ଶେଷ ଲାଇନ୍ ପ୍ରଦର୍ଶିତ ହେଲା: |
02:50 | Sum of first n numbers is 15 |
02:54 | ଏବେ ଚାଲନ୍ତୁ, ପ୍ରୋଗ୍ରାମର ଫ୍ଲୋକୁ ବୁଝିବା |
02:57 | Windowsକୁ ରିସାଇଜ୍ କରନ୍ତୁ |
03:00 | ପ୍ରଥମେ, ଆମ ପାଖରେ 1 ଭାବରେ iର ଭାଲ୍ୟୁ ଅଛି |
03:04 | ତା’ପରେ ଯାଞ୍ଚ କରିବା ଯେ, 5ଠାରୁ 1 କମ୍ ନା ସମାନ |
03:10 | ଯେହେତୁ କଣ୍ଡିଶନ୍ True ଅଟେ, ଆମେ, 0+1 ଭାବରେ ଯୋଗଫଳ ଗଣନା କରିବା |
03:16 | ଏବେ, ଆମ ପାଖରେ 1 ଭାବରେ ଯୋଗଫଳ ଅଛି |
03:20 | ତା’ପରେ ଆମେ ଯୋଗଫଳ ପ୍ରିଣ୍ଟ କରିବା, ଯାହା ହେଉଛି 1 |
03:24 | ଏହାପରେ, 1 ଦ୍ୱାରା iକୁ ବୃଦ୍ଧି କରାଗଲା ଓ iର ନୂଆ ଭାଲ୍ୟୁ ହେଉଛି 2 |
03:31 | ତା’ପରେ ଯାଞ୍ଚ କରିବା ଯେ, 5ଠାରୁ 2 କମ୍ ନା ସମାନ |
03:36 | କଣ୍ଡିଶନ୍ True ଅଟେ ଏବଂ ଏବେ ଯୋଗଫଳ ହେବ 1+2, ଯାହା ହେଉଛି 3 |
03:44 | ଏହାପରେ, 1 ଦ୍ୱାରା iକୁ ବୃଦ୍ଧି କରାଗଲା ଓ iର ନୂଆ ଭାଲ୍ୟୁ ହେଉଛି 3 |
03:51 | ଓ ଆମେ 6 ଭାବରେ ଯୋଗଫଳ ପାଇଲେ |
03:55 | ସ୍କ୍ରିପ୍ଟ, ଯୋଗଫଳରେ ପୂର୍ବତନ ଭାଲ୍ୟୁ ସହିତ iର ପରବର୍ତ୍ତୀ ଭାଲ୍ୟୁ ଯୋଡ଼ିବା ଜାରି ରଖିବ |
04:02 | i<=5 False ନହେବା ପର୍ଯ୍ୟନ୍ତ ଏହା ଜାରି ରହିବ |
04:09 | For Loopରୁ ପ୍ରସ୍ଥାନ କରିବାବେଳେ ଏହି ଶେଷ ବାର୍ତ୍ତା ପ୍ରିଣ୍ଟ ହୋଇଥାଏ |
04:14 | ଦ୍ୱିତୀୟ ସିଣ୍ଟାକ୍ସ ବ୍ୟବହାର କରି For Loopର ଆଉଏକ ଉଦାହରଣ ଦେଖିବା |
04:20 | ମୁଁ ଏହି ଫାଇଲରେ କୋଡ୍ ଲେଖିସାରିଛି ଏବଂ ଏହାକୁ for-loop.sh ନାମ ଦେଇଛି |
04:27 | ଏହି ସରଳ ପ୍ରୋଗ୍ରାମ୍, ଫାଇଲଗୁଡ଼ିକୁ ଗୋଟିଏ ଡାଇରେକ୍ଟୋରୀରେ ସୂଚିବଦ୍ଧ କରିବ |
04:32 | ଏହା ହେଉଛି shebang ଲାଇନ୍ |
04:35 | ତା’ପରେ for loop ଅଛି |
04:37 | ls କମାଣ୍ଡ ଡାଇରେକ୍ଟୋରୀର ସୂଚୀକୁ ସୂଚିବଦ୍ଧ କରେ |
04:41 | - (ହାଇଫେନ୍) 1 ଗୋଟିଏ ଲାଇନ୍ ପିଛା ଗୋଟିଏ ଫାଇଲ୍ ସୂଚିବଦ୍ଧ କରେ |
04:46 | ଏହା, ଆପଣଙ୍କର home directoryରେ ଥିବା ସମସ୍ତ ଫାଇଲ୍ସକୁ ସୂଚିବଦ୍ଧ କରେ |
04:51 | ଏହା ହେଉଛି For Loopର ସମାପ୍ତି |
04:53 | ଟର୍ମିନଲରେ ସ୍କ୍ରିପ୍ଟକୁ ନିଷ୍ପାଦନ କରିବା ପାଇଁ ଟାଇପ୍ କରନ୍ତୁ - |
04:58 | chmod +x for-loop.sh |
05:04 | ଟାଇପ୍ କରନ୍ତୁ: ./for-loop.sh |
05:09 | ଏହା, ଆପଣଙ୍କର home directoryରେ ଥିବା ସମସ୍ତ ଫାଇଲ୍ସକୁ ପ୍ରଦର୍ଶିତ କରିବ |
05:14 | ଚାଲନ୍ତୁ, ଏବେ ଆମେ While Loop ବିଷୟରେ ଶିଖିବା |
05:18 | ପ୍ରଥମେ ସିଣ୍ଟାକ୍ସକୁ ବୁଝିବା |
05:21 | while କଣ୍ଡିଶନ୍
ଷ୍ଟେଟମେଣ୍ଟ 1, 2, 3 While Loopର ସମାପ୍ତି |
05:27 | ଏହାର ଅର୍ଥ ହେଉଛି ଯେ, ଯେପର୍ଯ୍ୟନ୍ତ କଣ୍ଡିଶନ୍ True ହୋଇଥିବ, While Loop ନିଷ୍ପାଦିତ ହେବ |
05:34 | ଏବେ, While Loopର ଏକ ଉଦାହରଣ ଦେଖିବା |
05:37 | ଏଠାରେ, ମୁଁ ଏହାକୁ while.sh ନାମ ଦେଇଛି |
05:42 | ଏହି ପ୍ରୋଗ୍ରାମରେ, ଏକ ପ୍ରଦତ୍ତ ବର୍ଗରେ ଆମେ ସମ ସଂଖ୍ୟାଗୁଡ଼ିକର ଯୋଗଫଳ ଗଣନା କରିବା |
05:49 | ଚାଲନ୍ତୁ, କୋଡ୍ ମାଧ୍ୟମ ଦେଇ ଯିବା |
05:52 | ଏଠାରେ, ଆମେ ୟୁଜରଠାରୁ ଏକ ସଂଖ୍ୟା ଗ୍ରହଣ କରି ତାକୁ ଭେରିଏବଲ୍ numberରେ ଷ୍ଟୋର୍ କରୁ |
05:59 | ତାହାପରେ ଆମେ, ଭେରିଏବଲ୍ i ଓ sum ଘୋଷିତ କରି ସେଗୁଡ଼ିକୁ 0 (ଯିରୋ)କୁ ଇନିଶିଆଲାଇଜ୍ କରୁ |
06:06 | ଏବେ, ଏହା ହେଉଛି While କଣ୍ଡିଶନ୍ |
06:08 | ଏଠାରେ ଆମେ, ୟୁଜର୍ ଦ୍ୱାରା ପ୍ରଦତ୍ତ numberର ଭାଲ୍ୟୁ ସହିତ i କମ୍ କିମ୍ୱା ସମାନ, ତାହା ଯାଞ୍ଚ କରିବା |
06:17 | ତା’ପରେ ଆମେ, sumର ଭାଲ୍ୟୁ ସହିତ iର ଭାଲ୍ୟୁ ଯୋଡ଼ି ଯୋଗଫଳ ଗଣନା କରିବା |
06:24 | ଏହାପରେ, ଆମେ, 2 ଦ୍ୱାରା iର ଭାଲ୍ୟୁକୁ ବଢାଇବା |
06:28 | ଏହା ସୁନିଶ୍ଚିତ କରିବ ଯେ, ଆମେ କେବଳ ସମ ସଂଖ୍ୟା ଯୋଡ଼ିବା |
06:33 | ଆଉ numberର ଭାଲ୍ୟୁଠାରୁ i ର ଭାଲ୍ୟୁ ଅଧିକ ନହେବା ପର୍ଯ୍ୟନ୍ତ while loopର ପୁନରାବୃତ୍ତି ହେବ |
06:40 | while loopରୁ ବାହାରିବାବେଳେ, ପ୍ରଦତ୍ତ ବର୍ଗ ମଧ୍ୟରେ ଆମେ ସମସ୍ତ ସମ ସଂଖ୍ୟାର ଯୋଗଫଳ ପ୍ରିଣ୍ଟ କରିବା |
06:47 | ଚାଲନ୍ତୁ, ପ୍ରୋଗ୍ରାମକୁ ନିଷ୍ପାଦନ କରିବା |
06:50 | Terminalରେ ଟାଇପ୍ କରନ୍ତୁ: |
06:52 | chmod +x while.sh |
06:56 | ./while.sh |
07:00 | ଇନପୁଟ୍ ନମ୍ୱର୍ ଭାବେ ମୁଁ 15 ପ୍ରବେଶ କରିବି |
07:04 | ଆଉଟପୁଟ୍ ର ଶେଷ ଲାଇନ୍ ହେଉଛି: |
07:06 | Sum of even numbers within the given range is 56 |
07:11 | ମୁଁ ଏବେ, windowକୁ ରିସାଇଜ୍ କରି ଆଉଟପୁଟ୍ ବର୍ଣ୍ଣନା କରୁଛି |
07:14 | ପ୍ରଥମେ ଆମେ ଯାଞ୍ଚ କରିବା ଯେ, i, ଯାହା ହେଉଛି 0, numberଠାରୁ କମ୍ କିମ୍ୱା ସମାନ ଅଟେ, ଯାହା ହେଉଛି 15 |
07:24 | କଣ୍ଡିଶନ୍ True ଅଟେ. ତେଣୁ, sum ହେବ 0+0, ଯାହା ହେଉଛି 0 |
07:31 | ଏବେ, 2 ଦ୍ୱାରା iକୁ ବୃଦ୍ଧି କରାଯିବ ଓ iର ନୂଆ ଭାଲ୍ୟୁ ହେଉଛି 2 |
07:37 | ତା’ପରେ ଆମେ ଯାଞ୍ଚ କରିବା ଯେ, 15ଠାରୁ 2 କମ୍ ନା ସମାନ |
07:43 | ପୁଣିଥରେ କଣ୍ଡିଶନ୍ True ଅଟେ; ତେଣୁ ଆମେ 0+2 ଯୋଡ଼ିବା |
07:49 | ଏବେ, sumର ଭାଲ୍ୟୁ ହେଉଛି 2 |
07:52 | ପୁଣିଥରେ iର ଭାଲ୍ୟୁକୁ 2 ଦ୍ୱାରା ବୃଦ୍ଧି କରାଯିବ |
07:56 | ଏବେ iର ଭାଲ୍ୟୁ ହେବ 2+2, ଅର୍ଥାତ୍ 4 |
08:03 | ଏବଂ sumର ପରବର୍ତ୍ତୀ ଭାଲ୍ୟୁ ହେବ 4+2, ଅର୍ଥାତ୍ 6 |
08:09 | ସମାନ ମାର୍ଗରେ, iର ପୂର୍ବବର୍ତ୍ତୀ ଭାଲ୍ୟୁ ସହିତ Script, 2 ଯୋଡ଼ିବା ଜାରି ରଖିବ, ଯେପର୍ଯ୍ୟନ୍ତ ଏହା 15କୁ ନ ଟପିଛି |
08:18 | ଏବଂ sumରେ ଆମେ ସମୁଦାୟ ଭାଲ୍ୟୁ 56 ପାଇବା |
08:24 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
08:27 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ, for loopର ଦୁଇଟି ଭିନ୍ନ ଭିନ୍ନ ସିଣ୍ଟାକ୍ସ ଶିଖିଲେ ଏବଂ While Loop ବିଷୟରେ ମଧ୍ୟ ଶିଖିଲେ |
08:37 | ଏକ ଆସାଇନମେଣ୍ଟ ଭାବେ - ପ୍ରଥମ n ମୁଖ୍ୟ ସଂଖ୍ୟାଗୁଡ଼ିକର ଯୋଗଫଳ ବାହାର କରନ୍ତୁ |
08:43 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
08:46 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
08:50 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
08:54 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
08:56 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
09:00 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
09:04 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
09:11 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:14 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:22 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ (spoken-tutorial.org/NMEICT-Intro) ଉପଲବ୍ଧ |
09:28 | ଆଇଆଇଟି ବମ୍ୱେ ତରଫରୁ |
09:34 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |
09:38 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |