Arduino/C3/Mixing-Assembly-and-C-programming/Oriya
Time | Narration |
00:01 | Mixing Assembly and C programming ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିଷୟରେ ଶିଖିବା:
ଇନିଶିଆଲାଇଜେଶନ୍ ପୂରା କରିବା ପାଈଁ Assembly Routineରେ ଗୋଟିଏ ଫଙ୍କଶନ୍ ଲେଖିବା. Seven Segment Displayର Dot LEDକୁ ଧପ୍ ଧପ୍ କରିବା ପାଇଁ ଗୋଟିଏ AVR-GCC ପ୍ରୋଗ୍ରାମ୍ ରେ ସେହି Assembly Routineକୁ କଲ୍ କରିବା. |
00:24 | ଏହି ଶୃଙ୍ଖଳାକୁ ଅନୁସରଣ କରିବା ପାଇଁ, ଆପଣଙ୍କର ନିମ୍ନଲିଖିତ ଉପରେ ମୌଳିକ ଜ୍ଞାନ ଥିବା ଉଚିତ:
ଇଲେକ୍ଟ୍ରୋନିକ୍ସ AVR-GCC ଓ Assembly Programming |
00:37 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:
Arduino UNO Board ଓ Ubuntu Linux Operating System ଭର୍ସନ୍ 14.04. |
00:50 | ଆମକୁ କିଛି ଏକ୍ସଟର୍ନଲ୍ ଡିଭାଇସ୍ ମଧ୍ୟ ଦରକାର ହେବ, ଯେପରି:
BreadBoard Seven-Segment Display, |
01:00 | 220 ohm ରେଜିଷ୍ଟର୍,
Arduino UNO Board ଓ Jumper Wires |
01:09 | Seven-Segment Displayର “ଡଟ୍ ପିନ୍” Arduinoର “ପିନ୍ 13” ସହ କନେକ୍ଟ ହୋଇଛି |
01:16 | Common Pinsରୁ ଯେକୌଣସି ଗୋଟିଏ ରେଜିଷ୍ଟର୍ ମାଧ୍ୟମରେ +5 Volt ସହ ଲାଗିଛି |
01:23 | ଏହା ହେଉଛି କନେକ୍ସନ୍ର ଲାଇଭ୍ ସେଟ ଅପ୍ |
01:28 | ଏବେ ଆମେ, ଇନିଶିଆଲାଇଜେଶନ୍ ପୂରା କରିବା ପାଇଁ ଏକ Assembly Routine ଲେଖିବା |
01:34 | ଯେକୌଣସି Text Editor ଖୋଲି ନିମ୍ନଲିଖିତ ଟାଇପ୍ କରନ୍ତୁ |
01:38 | ଏହି Assembly Routine ପ୍ରୋଗ୍ରାମ୍, ଆଉଟପୁଟ୍ ଭାବେ Arduinoର Pin 13କୁ ଇନିଶିଆଲାଇଜ୍ ଓ ସେଟ୍ କରିଥାଏ |
01:45 | ମୁଁ କୋଡ୍କୁ ଲାଇନ୍ ୱାରୀ ବୁଝାଉଛି.
ଏହି ଲାଇନ୍ Special Function Register offsetକୁ ଶୂନ୍ ରେ ସେଟ୍ କରିଥାଏ |
01:54 | ଏହି ଦୁଇଟି ଲାଇନ୍ Assembly Routineକୁ ବୈଶ୍ୱିକ ସ୍ତରରେ ଆକ୍ସେସିବଲ୍ କରାଇଥାଏ.
ଏହାକୁ ବ୍ୟବହାର କରିବା ପାଇଁ ଏହା ଅନ୍ୟ ପ୍ରୋଗ୍ରାମ୍ଗୁଡ଼ିକୁ ଏନାବଲ୍ କରିଥାଏ |
02:03 | ଏଠାରେ, init ହେଉଛି Subroutineର ନାମ.
ଏହି ଦୁଇଟି ଲାଇନ୍ ଆଉଟପୁଟ୍ ଭାବେ Arduinoର Pin 13କୁ ସେଟ୍ କରିଥାଏ |
02:13 | Downloads ଫୋଲ୍ଡର୍ରେ କୋଡ୍କୁ initasm ଡଟ୍ କ୍ୟାପିଟଲ୍ରେ S ଭାବେ ସେଭ୍ କରନ୍ତୁ.
ଏହା Subroutine ହୋଇଥିବାରୁ .S ଏକ୍ସଟେନ୍ସନ୍ ଭାବେ ସେଭ୍ କରାଗଲା |
02:27 | ଏହି ଟ୍ୟୁଟୋରିଆଲ୍ ପେଜ୍ରେ ଥିବା Code Files ଲିଙ୍କରେ ଏହି ଟ୍ୟୁଟୋରିଆଲରେ ବ୍ୟବହୃତ ସମସ୍ତ କୋଡ୍ ଉପଲବ୍ଧ ଅଛି.
ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ |
02:37 | ଏବେ, ଏହି Subroutineକୁ କଲ୍ କରିବା ପାଇଁ ଓ Dot LEDକୁ ଧପ୍ ଧପ୍ କରିବା ପାଇଁ ଆମେ ଏକ AVR-GCC ପ୍ରୋଗ୍ରାମ୍ ଲେଖିବା |
02:45 | ଯେକୌଣସି Text Editor ଖୋଲି ନିମ୍ନଲିଖିତ ଟାଇପ୍ କରନ୍ତୁ |
02:49 | ଏହି କୋଡ୍, ନିରନ୍ତର ଭାବେ Dot LEDକୁ ଧପ୍ ଧପ୍ କରାଇବ |
02:54 | ପ୍ରଥମ ଲାଇନ୍ init(), Assembly Subroutineକୁ କଲ୍ କରିଥାଏ. କୋଡ୍ର ଏହି ଦୁଇଟି ଲାଇନ୍ ବିକଳ୍ପ ଭାବରେ Dot LEDକୁ ଅନ୍ ଓ ଅଫ୍ କରିଥାଏ, ଯେଉଁଥିରୁ ଏହା ଧପ୍ ଧପ୍ ହୋଇଥାଏ |
03:08 | Downloads ଫୋଲ୍ଡର୍ ରେ କୋଡ୍ କୁ blink.c ଭାବେ ସେଭ୍ କରନ୍ତୁ. |
03:13 | Makefile କୁ ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରୁ ଡାଉନଲୋଡ୍ କରିନିଅନ୍ତୁ.
Blink.c ଫାଇଲ୍ ସେଭ୍ ହୋଇଥିବା ଫୋଲ୍ଡର୍ରେ ଏହାକୁ ରଖିଦିଅନ୍ତୁ |
03:24 | ମୁଁ Makefileକୁ Text Editorରେ ଖୋଲିବି |
03:28 | ଧ୍ୟାନ ଦିଅନ୍ତୁ ଯେ, ପୂର୍ବେ ବ୍ୟବହୃତଠାରୁ ଏହି Makefile ଭିନ୍ନ ଅଟେ |
03:34 | Makefileରେ TARGET = blink ଓ ASRC = initasm.Sକୁ ସୁନିଶ୍ଚିତ କରନ୍ତୁ |
03:44 | ଏଠାରେ blink ହେଉଛି ମୁଖ୍ୟ ପ୍ରୋଗ୍ରାମ୍ ଏବଂ initasm ହେଉଛି Subroutine |
03:50 | ଯଦି ଆପଣ କୌଣସି ଭିନ୍ନ ନାମ ଦେଇଥା’ନ୍ତି, ତେବେ ଆପଣଙ୍କୁ filename ଓ subroutine ନାମକୁ ବଦଳାଇବାକୁ ପଡ଼ିବ.
ତା’ପରେ, Makefileକୁ ସେଭ୍ କରିନିଅନ୍ତୁ |
03:59 | ଟର୍ମିନଲ୍କୁ ଯାଆନ୍ତୁ. |
04:02 | blink.c ଫାଇଲ୍ ସେଭ୍ କରାଯାଇଥିବା ଫୋଲ୍ଡର୍କୁ ଯାଆନ୍ତୁ.
ଟାଇପ୍ କରନ୍ତୁ: make ସ୍ପେସ୍ କ୍ୟାପିଟଲ୍ ରେ FNAME equals to (=) blink ଓ Enter ଦାବନ୍ତୁ |
04:17 | ଦେଖନ୍ତୁ, Dot LED ଧପ୍ ଧପ୍ ହେଉଛି |
04:22 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
04:28 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :-
ଇନିଶିଆଲାଇଜେଶନ୍ ପୂରା କରିବା ପାଇଁ Assembly Routineରେ ଗୋଟିଏ ଫଙ୍କଶନ୍ ଲେଖିବା ଏବଂ Dot LEDକୁ ଧପ୍ ଧପ୍ କରିବା ପାଇଁ ଗୋଟିଏ AVR-GCC ପ୍ରୋଗ୍ରାମ୍ରେ ସେହି Assembly Routineକୁ କଲ୍ କରିବା. |
04:43 | ଏକ ଆସାଇନମେଣ୍ଟ ଭାବେ-
Delay ବୃଦ୍ଧି କରିବା ପାଇଁ ଉପରୋକ୍ତ ପ୍ରୋଗ୍ରାମ୍କୁ ବଦଳାନ୍ତୁ. Dot LEDର ଧପ୍ ଧପ୍ରେ Delayକୁ ଦେଖନ୍ତୁ |
04:53 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
05:01 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
05:11 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
05:15 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ. |
05:26 | IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |