Linux/C2/File-Attributes/Oriya
From Script | Spoken-Tutorial
Time | Narration |
---|---|
0:00 | ଲିନକ୍ସ ଫାଇଲ୍ ଆଟ୍ରିବୂଟ୍ସ (Linux File Attributes) ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ . |
0:05 | ଏହି ଟ୍ୟୁଟୋରିଆଲ ପାଇଁ ପୁର୍ବରୁ example1, example2, example3, example4, example5 ଏବଂ testchown ନାମକ ଖାଲି ଫାଇଲ୍ ଗୁଡିକ ତିଆରି କରିବା ଆବଶ୍ୟକ . |
0:18 | test_chown ଏବଂ directory1 ନାମକ ଖାଲି directories ତିଆରି କର . |
0:25 | ଏକ ଫାଇଲ୍ ଆଟ୍ରିବ୍ୟୁଟ୍ (File Attribute) ହେଉଛି ମେଟା ଡାଟା (metadata) , ଯାହା ଏକ computer file ର ବର୍ଣ୍ଣନା ଦିଏ ବା ତା ସହିତ ସଂଯୋଜିତ . |
0:33 | ଫାଇଲ୍ ଆଟ୍ରିବ୍ୟୁଟ୍ (File Attribute) ଫାଇଲ୍ ର ବିଶେଷତ୍ବ ବର୍ଣନା କରେ , ଯଥା - owner, file type, access permissions, ଇତ୍ୟାଦି . |
0:45 | c-h own କମାଣ୍ଡ୍ ଫାଇଲ୍ ବା directory ର ମାଲିକାନା ପରିବର୍ତନ ପାଇଁ ବ୍ୟବହାର ହୁଏ . ଏହା ଏକ admin command . କେବଳ ରୁଟ୍ ୟୁଜର୍ (root user) ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀ (directory) ର ମାଲିକାନା କୁ ପରିବର୍ତନ କରି ପାରିବ. |
1:00 | chown କମାଣ୍ଡ୍ ର syntax ହେଲା - chown space options space ownername space filename or directoryname . |
1:13 | ଆମେ Chown କମାଣ୍ଡ୍ ସହିତ ନିମ୍ନ ଅପସନ୍ସ୍ ଦେଇ ପାରିବା . |
1:18 | -R : ତୁମେ ବର୍ତ୍ତମାନ ଥିବା directoryର sub-directory ରେ ଥିବା ଫାଇଲ୍ ଗୁଡିକର ଅନୁମତି କୁ ବଦେଳେଇବା ପାଇଁ . |
1:28 | -c : ପ୍ରତେକ ଫାଇଲ୍ ପାଇଁ ଅନୁମତି ବଦଳାଏ. |
1:33 | -f : chown କୁ error ମେସେଜ୍ ପ୍ରଦର୍ଶନ କରିବାରୁ ପ୍ରତିରୋଧ କରେ . |
1:37 | ବର୍ତମାନ ଆମେ କିଛି ଉଦାହରଣ ଦେଖିବା . |
1:40 | ତେଣୁ ଟର୍ମିନାଲ୍ କୁ ଯିବା. ଏବେ ଆମେ directory କୁ ଯିବା ଯେଉଁ ଠାରେ ଆମେ ଖାଲି ଫାଇଲ୍ ଏବଂ ଫୋଲଡର୍ ଗୁଡିକୁ ତିଆରି କରିଛେ . ସେଥିପାଇଁ cd space Desktop slash file attribute ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
1:56 | ବର୍ତମାନ କମାଣ୍ଡ୍
$ ls space -l space testchown ଅର୍ଥାତ୍ t-e-s-t-c-h-o-w-n ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
2:11 | ଏଠାରେ ଆମେ ଫାଇଲ୍ 'testchown' ର owner ଦେଖିପାରିବା ଯାହା shahid ଅଟେ. |
2:18 | ଫାଇଲ୍ ର owner ବଦେଳେଇବା ପାଇଁ କମାଣ୍ଡ ଟାଇପ୍ କର
$ sudo space c-h own space ଅର୍ଥାତ୍ a-n-u-s-h-a anusha space testchown ଅର୍ଥାତ୍ t-e-s-t-c-h-o-w-n ଏବଂ ଏନ୍ଟର୍ ଦବାଅ. |
2:36 | sudo password କୁ ଏନ୍ଟର୍ କର ଏବଂ ଆଉଥରେ ଏନ୍ଟର୍ ଦବାଅ. |
2:44 | ବର୍ତମାନ $ ls space -l space t-e-s-t-c-h-o-w-n ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
ଏଠାରେ ଆମେ ଦେଖିପାରିବା ଫାଇଲ୍ ର ନୁଆ owner anusha . |
3:03 | ଏବେ ଆମେ ଦେଖିବା directory ର owner କିପରି ପରିବର୍ତନ କରାଯାଏ . |
3:07 | $ ls -l କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
ଏଠାରେ ଆମେ directory 'testchown' ର owner ଦେଖିପାରିବା ଯାହା ହେଉଚି shahid . |
3:21 | ଡାଇରେକ୍ଟ୍ ଟୋରୀ (directory) ର owner ବଦେଳେଇବା ପାଇଁ କମାଣ୍ଡ୍ ଟାଇପ୍ କର . |
3:26 | $ sudo space chown space minus capital R space a-n-u-s-h-a anushaspacetest_chown ଯାହା ଡାଇରେକ୍ଟ୍ ଟୋରୀ (directory) ର ନାମ ଅଟେ ଏବଂ ଏନ୍ଟର୍ ଦବାଅ. |
3:44 | ଯଦି ଆବଶ୍ୟକ ହୁଏ ତେବେ sudo password କୁ ଏନ୍ଟର୍ କର ଏବଂ ଏନ୍ଟର୍ ଦବାଅ. |
3:49 | ଆମର ସୁବିଧା ପାଇଁ ମୁଁ Clt+Lପ୍ରେସ୍ କରି ସ୍କ୍ରିନ୍ କୁ ସଫା କରିବି. ବର୍ତମାନ $ ls space –l ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
ଏଠାରେ ଆମେ ଦେଖିବା ଯେ directory ର ନୁଆ owner anusha. |
4:06 | chmod କମାଣ୍ଡ୍ ଏକ ବା ଏକାଧିକ ଫାଇଲ୍ ର access mode ବା permissions ବଦେଳାଇବା ପାଇଁ ବ୍ୟବହାର ହୁଏ. |
4:13 | chmod କମାଣ୍ଡ୍ Syntax ହେଲା - chmod space [options] space mode space filename space chmod space [options] space filename. ଆମେ chmod କମାଣ୍ଡ୍ ସହିତ ନିମ୍ନ options ଦେଇପାରିବା . |
4:29 | -c : ପରିବର୍ତନ ହୋଇଥିବା ଫାଇଲ୍ ଗୁଡିକ ସମ୍ବନ୍ଧରେ ସୁଚନା ପ୍ରିଣ୍ଟ୍ କରିବା ପାଇଁ . |
4:34 | -f : ଯେଉଁ ଫାଇଲ୍ ଗୁଡିକୁ chmod ପରିବର୍ତନ କରିପାରିବ ନାହିଁ ତା’ର ୟୁଜର୍ ଦର୍ଶାଅ ନାହିଁ. |
4:41 | ନିମ୍ନ ପ୍ରକାରର access ବା permissions ଅଛି . |
4:44 | r : Read ଅର୍ଥାତ ପଢ.
w : Write ଅର୍ଥାତ ଲେଖ x : Execute ଅର୍ଥାତ ସମ୍ପାଦନା s : Set user (or group) ID ଅର୍ଥାତ ୟୁଜର୍ କିମ୍ବା ଗ୍ରୁପ୍ ର ID ସେଟ୍ କରିବା |
4:54 | ବିକଳ୍ପ ଭାବେ, ଆମେ ଏକ three-digit octal number ଦ୍ବାରା permission ଗୁଡିକୁ ନିର୍ଦିଷ୍ଟ କରି ପାରିବା . |
5:00 | ପ୍ରଥମ ଅଂକ owner permission ପାଇଁ , ଦିତିୟଟି group permission ପାଇଁ , ଏବଂ ତୃତୀୟଟି ଅନ୍ୟମାନକଂର permission ପାଇଁ ହୋଇଥାଏ. |
5:09 | permission ଗୁଡିକ ନିମ୍ନଲିଖିତ octal values ଯୋଡି କରି ଗଣନା କରାଯାଏ
4 ଅର୍ଥ ପଡିବା 2 ଅର୍ଥ ଲେଖିବା 1 ଅର୍ଥ ସମ୍ପାଦନା |
5:20 | ବର୍ତମାନ ଆମେ chmodର କିଛି ଉଦାହରଣ ଦେଖିବା . ଟର୍ମିନାଲ୍ କୁ ଯିବା ଏବଂ ଫାଇଲ୍ example1 କୁ execute-by-user permission ଯୋଡିବା ପାଇଁ କମାଣ୍ଡ ଏନ୍ଟର୍ କରିବା. |
5:30 | ତାହା ପୁର୍ବରୁ ମୁଁ CTRL+L କୁ ଦବାଇ କରି ଆଉଥରେ ସ୍କ୍ରିନ୍ କୁ ସଫା କରିବି . |
5:36 | ଏବେ ଟାଇପ୍ କର $ chmod space u+x space example1 ଏବଂ ଏନ୍ଟର୍ ଦବାଅ. |
5:49 | ବର୍ତମାନ ଟାଇପ୍ କର $ ls space -l space example1 ଏବଂ ପରିବର୍ତନ ଗୁଡିକୁ ଦେଖିବା ପାଇଁ ଏନ୍ଟର୍ ଦବାଅ . |
6:01 | ଏଠାରେ ଫାଇଲ୍ example1 କୁ owner ଦ୍ବାରା read/write/execute permission , ଗ୍ରୁପ୍ (group) ଦ୍ବାରା read/execute permission , ଅନ୍ୟ (others) ଦ୍ବାରା execute-only permission କେମିତି ଦିଆଯିବ ଦେଖିପାରିବ. |
6:15 | ବର୍ତମାନ $chmod space 751 space example1 କମଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
6:26 | ଏବେ $ ls space -l space example1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
6:35 | ଏଠାରେ ଆମେ ଦେଖିପାରିବା ଯେ ଉପର କମାଣ୍ଡ୍ ଫାଇଲ୍ example1 କୁ ଓନର୍ (owner) ଦ୍ବାରା read/write/execute ର ଅନୁମତି, ଗ୍ରୁପ୍ ଦ୍ବାରା read/write ର ଅନୁମତି, ଏବଂ ଅନ୍ୟ ଦ୍ବାରା execute-only ଅନୁମତି ନିର୍ଦ୍ଧାରଣ କରିଛି. |
6:52 | ଫାଇଲ୍ example1 କୁ ସମସ୍ତଙ୍କ ପାଇଁ read-only permission ନିର୍ଧାରଣ କରିବାକୁ ଏହି କମାଣ୍ଡ୍ ଟାଇପ୍ କର
$ chmod space =r space example1 ଏବଂ ଏନ୍ଟର୍ ଦବାଅ. |
7:08 | ବର୍ତମାନ $ls space -l space example1 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ |
7:19 | ଏଠାରେ ଆମେ ଦେଖିପାରିବା ଯେ ସମସ୍ତ ୟୁଜର୍ସ ପାଇଁ file example1 କୁ read-only permission ନିର୍ଧାରଣ କରାଯାଇଛି. |
7:30 | ଅନୁମତି କୁ ଟିକ ନିକ୍ ଭାବରେ ବଦେଳେଇବା ଏବଂ ସବୁ ୟୁଜର୍ସ୍ ପାଇଁ read and execute ଅନୁମତି କୁ ନିର୍ଧାରଣ ପାଇଁ ଏବଂ directory1 directory ର onwerକୁ write access ଦେବା ପାଇଁ କମାଣ୍ଡ୍ ଟାଇପ୍ କର. |
7:44 | $ chmod space minus capital R space 755 space directory1
ଏନ୍ଟର୍ ଦବାଅ. |
8:00 | ବର୍ତମାନ ଟାଇପ୍ କର $ ls space -l ଏବଂ ପରିବର୍ତନ ଦେଖିବା ପାଇଁ ଏନ୍ଟର୍ ଦବାଅ. |
8:09 | ୟୁଜର୍ କୁ file example2 ଉପରେ execute ଅନୁମତି ଦେବାପାଇଁ
$chmod space u+x space example2 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
8:27 | ବର୍ତମାନ $ ls space -l space example2 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
8:40 | ଏଠାରେ ଆମେ ଦେଖିପାରିବା ଯେ ୟୁଜର୍ କୁ example 2 ଉପରେ execute ଅନୁମତି ନିର୍ଧାରଣ କରାଯାଇଛି. |
8:50 | file example3 ପାଇଁ ଗ୍ରୁପ୍ କୁ write ଅନୁମତି ଯୋଡିବା କୁ ଏହି କମାଣ୍ଡ୍ $ chmod space g+w space example3 କୁ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
9:10 | ଏବଂ ବର୍ତମାନ $ ls space -l space example3 ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
9:23 | ଏଠାରେ ଆମେ ଦେଖିପାରିବା ଯେ ଗ୍ରୁପ୍ କୁ write ଅନୁମତି ଯୋଡି ଦିଆଯାଇଛି. |
9:30 | write ଅନୁମତି ହଟାଇବା ପାଇଁ $ chmod space a-w space example3 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
9:45 | ବର୍ତମାନ $ ls space -l space example3 ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
9:55 | ଏଠାରେ ଆମେ ଦେଖିପାରିବା ସମସ୍ତଙ୍କ ପାଇଁ write ଅନୁମତି ହଟିଯାଇଛି. |
10:02 | chgrp କମାଣ୍ଡ କୁ ବ୍ୟବହାର କରି ଏକ କିମ୍ବା ଅଧିକ ଫାଇଲ୍ ର ଗ୍ରୁପ୍ newgroup କୁ ପରିବର୍ତନ କରାଯାଏ . |
10:10 | Newgroup ଏକ ଗ୍ରୁପ୍ ID ନମ୍ବର୍ ହେଇପାରେ କିମ୍ବା /etc/group ରେ ଅବସ୍ଥିତ ଏକ ଗ୍ରୁପ୍ ନାମ . |
10:20 | କେବଳ ଫାଇଲ୍ ର owner କିମ୍ବା ଏକ privileged user ଗ୍ରୁପ୍ ବଦେଳେଇ ପାରିବ . |
10:26 | chgrp କମାଣ୍ଡ୍ ର syntax ହେଲା - chgrp space [options] space newgroup space files space chgrp space [options]. |
10:36 | ବର୍ତମାନ୍ ଟର୍ମିନାଲ୍ କୁ ଚାଲ . ଏବେ ଆମେ chgrp କମାଣ୍ଡ ର କିଛି ଉଦାହରଣ ଦେଖିବା .
$ ls space -l space example4 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
10:57 | ଏଠାରେ ଆମେ ଦେଖିପାରିବା ଯେ ଗ୍ରୁପ୍ ଅନୁମତି ୟୁଜର୍ shahid ପାଇଁ ଅଛି . |
11:03 | ଗ୍ରୁପ୍ ଅନୁମତି ବଦେଳେଇବା ପାଇଁ କମାଣ୍ଡ୍ $ sudo space chgrp space rohit space example4 ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
11:20 | ଏନ୍ଟର୍ ଦବାଅ. ଆବଶ୍ୟକ ହେଲେ sudo password ଏନ୍ଟର୍ କର . |
11:27 | ବର୍ତମାନ $ ls space -l space example4 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
11:38 | ଏଠାରେ ଆମେ ଦେଖିପାରିବା ଯେ ଗ୍ରୁପ୍ shahidଠାରୁ rohitକୁ ପରିବର୍ତନ ହୋଇଯାଇଛି. |
11:46 | inode ନମ୍ବର୍ device କୁ assign କରାଯାଇଥିବା ଏକ unique integer. |
11:51 | inode ଏକ ରେଗୁଲାର୍ ଫାଇଲ୍ କିମ୍ବା ଏକ directory ସମ୍ବନ୍ଧରେ ମୌଳିକ ସୁଚନା ଷ୍ଟୋର୍ କରେ. |
11:57 | ସବୁ ଫାଇଲ୍ ଗୁଡିକ inodes ପାଇଁ ହାର୍ଡ଼ ଲିଂକସ୍ (hard links) ଅଟେ. |
12:00 | ଯେତେବେଳେ ଏକ ପ୍ରୋଗ୍ରାମ ନାମ ଦ୍ବାରା ଏକ ଫାଇଲ୍ କୁ ସୁଚିତ କରେ, ତେବେ ସିଷ୍ଟମ ପ୍ରକୃତରେ ଅନୁରୁପୀ inodeକୁ ସର୍ଚ୍ କରିବାକୁ ସେହି ଫାଇଲ୍ ର ନାମକୁ ବ୍ୟବହାର କରେ . |
12:12 | ଆମେ ଏକ ଫାଇଲ୍ ର inode ନମ୍ବର୍ ଦେଖିବା ପାଇଁ ls space -i କମାଣ୍ଡ୍ ବ୍ୟବହାର କରି ପାରିବା. |
12:19 | $ ls space -i space example5 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
12:29 | ଫାଇଲ୍ ର ପୁର୍ବରୁ ଲେଖାହୋଇଥିବା ନମ୍ବର୍ ଫାଇଲ୍ ର inodeନମ୍ବର୍ ଅଟେ. |
12:35 | Inode ଗୁଡ଼ିକ ସଠିକ୍ ଭାବରେ ଏକ ସମୟରେ କେବଳ ଗୋଟିଏ directory ସହିତ ସଂଯୁକ୍ତ ହୋଇଥାଏ. |
12:41 | ଗୋଟିଏ ସିଙ୍ଗଲ୍ inode ସହିତ ଏକାଧିକ directory କୁ ସଂଯୋଗ କରିବାକୁ Hard links ବ୍ୟବହାର ହୋଇଥାଏ . ଲିଂକ୍ ତିଆରି କରିବା ପାଇଁ In କମାଣ୍ଡ୍ ଅଛି. |
12:52 | ହାର୍ଡ଼ ଲିଂକ୍ (Hard link) ତିଆରି କରିବା ପାଇଁ In କମାଣ୍ଡ୍ ର syntax ହେଲା |
12:57 | ln space source space link , ଯେଉଁଠାରେ source ଏକ ବିଦ୍ୟମାନ ଫାଇଲ୍ ଏବଂ ଲିଂକ୍ ,ତିଆରି କରିବାକୁ ଥିବା ଫାଇଲ୍ . |
13:06 | ବର୍ତମାନ ଆମେ ହାର୍ଡ଼ ଲିଂକସ୍ (Hard links) ର କିଛି ଉଦାହରଣ ଦେଖିବା . |
13:10 | ମୁଁ ଆଉଥରେ ସ୍କ୍ରିନ୍ ସଫା କରୁଛି . ବର୍ତମାନ $ ln space example1 space exampleln କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
13:25 | ଉଭୟ ଫାଇଲ୍ ର inode ନମ୍ବର୍ ପ୍ରଦର୍ଶିତ କରିବା ପାଇଁ $ ls space -i space example1 space exampleln କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
13:41 | ଏଠାରେ ଆମେ ଦେଖିପାରବା ଯେ ଉଭୟ ଫାଇଲ୍ ର inode ନମ୍ବର୍ ସମାନ , ଫାଇଲ୍ example1 ପାଇଁ ହାର୍ଡ଼ ଲିଂକ୍ (Hard link) ହେଲା ଫାଇଲ୍ exampleln . |
13:54 | Soft link symbolic link ଏକ ବିଶେଷ ପ୍ରକାର ଫାଇଲ୍ , ଯେଉଁଥିରେ absolute ବା relative path ରୂପେ ଅନ୍ୟ ଏକ ଫାଇଲ୍ କିମ୍ବା ଡାଇରେକ୍ଟ୍ଟୋରୀ (directory) ର reference ଅନ୍ତରଭୁକ୍ତ ହୋଇଥାଏ . |
14:07 | soft link ତିଆରି କରିବା ପାଇଁ In କମାଣ୍ଡ୍ ର syntax ହେଲା |
14:12 | ln space -s space {target-filename} space {symbolic-filename}. |
14:19 | ବର୍ତମାନ ଆମେ soft link ର କିଛି ଉଦାହରଣ ଦେଖିବା. |
14:25 | soft link ତିଆରି କରିବା ପାଇଁ $ ln space -s space example1 space examplesoft କମାଣ୍ଡ ଟାଇପ୍ କର. |
14:40 | ଏନ୍ଟର୍ ଦବାଅ. |
14:43 | ବର୍ତମାନ, ଉଭୟ ଫାଇଲ୍ ର inode ନମ୍ବର୍ ଏବଂ ଲିଷ୍ଟ୍ ପ୍ରଦର୍ଶିତ କରିବା ପାଇଁ
$ ls space -li space example1 space examplesoft କମାଣ୍ଡ୍ ଟାଇପ୍ କର. |
15:01 | ଏନ୍ଟର୍ ଦବାଅ. |
15:03 | ଏଠାରେ ଆମେ ଦେଖିପାରିବା ଯେ ଉଭୟ ଫାଇଲ୍ ର inodeନମ୍ବର୍ ଅଲଗା ଏବଂ examplesoft ହେଉଛି example1 ର ଏକ ସୋଫଟ୍ ଲିଂକ୍ (soft link) . |
15:16 | ତେଣୁ, ଏହି ଟ୍ୟୁଟୋରିଆଲ ରେ, ଆମେ Linux File Attributes ସମ୍ବନ୍ଧରେ ଶିଖିଛେ , ଯେପରିକି ଏକ ଫାଇଲ୍ ର ଅନୁମତି, ଓନର୍ ଶିପ୍ (ownership), ଏବଂ ଗ୍ରୁପ୍ ପରିବର୍ତନ କରିବା. |
15:26 | ଆମେ ଫାଇଲ୍ ର inode, soft ଏବଂ hard links ସମ୍ବନ୍ଧରେ ମଧ୍ୟ ଶିଖିଲୁ . |
15:31 | ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ. |
15:35 | ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ. |
15:44 | ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି: |
15:50 | ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
ଉପସ୍ଥିତି ପାଇଁ ଧନ୍ୟବାଦ. |