Health-and-Nutrition/C2/Importance-of-Folate/Oriya
From Script | Spoken-Tutorial
|
|
00:00 | “ଫୋଲେଟ” ର ମହତ୍ତ୍ୱ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଅଲକୁ ସ୍ୱାଗତ |
00:05 | ଏହି ଟ୍ୟୁଟୋରିଅଲରେ ଆମେ ଶିଖିବା: |
00:09 | ଶରୀରରେ “ଫୋଲେଟ” ର ଭୂମିକା |
00:12 | ଫୋଲେଟର ଅଭାବଜନିତ ପ୍ରଭାବ |
00:15 | ବିଭିନ୍ନ ବୟସ ବର୍ଗଙ୍କ ପାଇଁ ଫୋଲେଟ ର ଆବଶ୍ୟକତା |
00:20 | ଭିଟାମିନ B9 ଏକ ଗୁରୁତ୍ୱପୂର୍ଣ୍ଣ ଜଳ ଦ୍ରବଣୀୟ B ଭିଟାମିନ |
00:25 | ଏହାର ଦୁଇଟି ରୂପ ଅଛି: ଫୋଲେଟ ଏବଂ ଫୋଲିକ୍ ଆସିଡ |
00:30 | ଫୋଲେଟ ହେଉଛି ପ୍ରାକୃତିକ ରୂପ ଏବଂ ଏହା ଖାଦ୍ୟରେ ପ୍ରାକୃତିକ ଭାବରେ ମିଳିଥାଏ |
00:35 | ଫୋଲେଟ ଆମ ଅନ୍ତନଳୀରେ ଜୀବାଣୁ ଦ୍ୱାରା ମଧ୍ୟ ଉତ୍ପନ୍ନ ହୁଏ |
00:41 | ଯେହେତୁ, ଫୋଲିକ ଆସିଡ ହେଉଛି ସିନ୍ଥେଟିକ ରୂପ |
00:45 | ଏହା ରାସାୟନିକ ସମୃଦ୍ଧ ଖାଦ୍ୟ କିମ୍ବା ସପ୍ଲିମେଣ୍ଟରେ ମିଳିଥାଏ |
00:51 | ଫୋଲିକ ଆସିଡ ତୁଳନାରେ ଆମ ଶରୀରରେ ଫୋଲେଟ ସହଜରେ ଅବସୋସିତ ହୁଏ |
00:58 | ଆମେ ବର୍ତ୍ତମାନ ଆମ ଶରୀରରେ ଫୋଲେଟ ର ଭୂମିକା ଏବଂ |
01:02 | ଏହାର ଅଭାବଜନିତ ପ୍ରଭାବ ଦେଖିବା |
01:05 | ଆମ ଶରୀରର ବିଭିନ୍ନ କାର୍ଯ୍ୟ ପାଇଁ ଫୋଲେଟ ଜରୁରୀ |
01:09 | ଆମ ଶରୀରର ବୃଦ୍ଧି, ମରାମତି, ବିଭାଜନ ଏବଂ ନୂତନ କୋଷିକାଗୁଡ଼ିକର ଉତ୍ପାଦନ ପାଇଁ ଏହା ଆବଶ୍ୟକ |
01:18 | ହୋମୋସିଷ୍ଟିନ୍ ସ୍ତରକୁ ହ୍ରାସ କରିବାରେ ଫୋଲେଟ ସାହାଯ୍ୟ କରେ |
01:23 | ପ୍ରୋଟିନ ତିଆରିରେ ବ୍ୟବହୃତ ହୋମୋସିଷ୍ଟିନ୍ ହେଉଛି ଏକ ପ୍ରକାର ଅମିନୋ ଆସିଡ |
01:29 | ଉଚ୍ଚ ହୋମୋସିଷ୍ଟିନ୍ ସ୍ତର ଜ୍ଞାନଗତ କାର୍ଯ୍ୟକୁ ବାଧା ଦେଇଥାଏ |
01:34 | ଏହା ହୃଦୟର ରକ୍ତବାହୀକୁ ମଧ୍ୟ କ୍ଷତି ପହଞ୍ଚାଏ |
01:39 | ଏହା ହୃଦଘାତର ଆଶଙ୍କା ବଢ଼ାଇଥାଏ |
01:43 | ଏହିପରି, ଫୋଲେଟ ହୃଦୟ ଏବଂ ଜ୍ଞାନଗତ କାର୍ଯ୍ୟ ବଜାୟ ରଖିବାରେ ସାହାଯ୍ୟ କରେ |
01:48 | ଏକ ସୁସ୍ଥ ଗର୍ଭଧାରଣ ପାଇଁ |
01:51 | ଏବଂ ସ୍ନାୟୁ ନଳୀ ବନ୍ଦ କରିବା ପାଇଁ ମଧ୍ୟ ଏହା ଆବଶ୍ୟକ |
01:55 | ନ୍ୟୁରଲ୍ ଟ୍ୟୁବ ଶିଶୁର ମସ୍ତିଷ୍କ ଓ ମେରୁଦଣ୍ଡରେ ବିକଶିତ ହୁଏ |
02:01 | ନ୍ୟୁରଲ୍ ଟ୍ୟୁବ ବନ୍ଦ କରିବାରେ ବିଫଳତା ନ୍ୟୁରଲ୍ ଟ୍ୟୁବ ତ୍ରୁଟି ହୋଇପାରେ |
02:07 | ନ୍ୟୁରଲ୍ ଟ୍ୟୁବ ଦୋଷ ହେଉଛି ମସ୍ତିଷ୍କ ଓ ମେରୁଦଣ୍ଡର ଜନ୍ମ ଦୋଷ |
02:13 | ଦୁଇଟି ସାଧାରଣ ନ୍ୟୁରଲ୍ ଟ୍ୟୁବ ତ୍ରୁଟି ହେଉଛି ଅନେନସଫଲୀ ଓ ସ୍ପିନା ବିଫିଡା |
02:20 | ଅନେନସଫଲୀ ରେ, ଶିଶୁର ମସ୍ତିଷ୍କ ଓ ଖପୁରୀର କିଛି ଅଂଶ ଠିକ୍ ଭାବରେ ଗଠିତ ହୁଏ ନାହିଁ |
02:27 | ସ୍ପିନା ବିଫିଡା ରେ ଶିଶୁର ମେରୁଦଣ୍ଡ ସଠିକ୍ ଭାବରେ ବିକଶିତ ହୁଏ ନାହିଁ |
02:33 | ଏହିପରି, ଶିଶୁର ଶାରୀରିକ ଅକ୍ଷମତା ରହିପାରେ |
02:38 | ସେମାନଙ୍କଠାରେ ଗୋଡ଼ର ମାଂସପେଶୀ ଦୁର୍ବଳତା ଏବଂ ପକ୍ଷାଘାତ ଦେଖାଯାଇପାରେ |
02:43 | ବକ୍ର ମେରୁଦଣ୍ଡ ଏବଂ ମୂତ୍ରାଶୟ ନିୟନ୍ତ୍ରଣ ହରାଇବା ଅନ୍ୟାନ୍ୟ ଲକ୍ଷଣ |
02:49 | ଖାଇବା ଏବଂ ଗିଳିବାରେ ଅସୁବିଧା ମଧ୍ୟ ସାଧାରଣ ଅଟେ |
02:55 | ଶିଖିବା ଓ ଧ୍ୟାନ ଦେବାରେ ମଧ୍ୟ ସେମାନଙ୍କର ଅସୁବିଧା ହୋଇପାରେ |
03:00 | ଗର୍ଭଧାରଣର 28 ଦିନ ମଧ୍ୟରେ ନ୍ୟୁରଲ୍ ଟ୍ୟୁବ ବନ୍ଦ ହୁଏ |
03:06 | ଏହି ସମୟ ପର୍ଯ୍ୟନ୍ତ, ମହିଳା ହୁଏତ ଜାଣି ନଥିବେ ଯେ, ସେ ଗର୍ଭବତୀ ଅଛନ୍ତି |
03:12 | ସେ ଜାଣିବାବେଳକୁ, ଏହି ତ୍ରୁଟିଗୁଡ଼ିକୁ ରୋକିବା ପାଇଁ ବିଳମ୍ବ ହୋଇପାରେ |
03:18 | ସମସ୍ତ ମହିଳା, ବିଶେଷକରି ପ୍ରଜନନ ବୟସରେ ଯଥେଷ୍ଟ ଫୋଲେଟ ସମୃଦ୍ଧ ଖାଦ୍ୟ ଗ୍ରହଣ କରିବା ଉଚିତ |
03:25 | ଫୋଲେଟ ସହିତ, ଅନ୍ୟାନ୍ୟ ପୋଷକ ତତ୍ତ୍ୱ ନ୍ୟୁରଲ୍ ଟ୍ୟୁବ ତ୍ରୁଟିକୁ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ |
03:32 | ଉଦାହରଣସ୍ୱରୂପ: ଭିଟାମିନ B12 ଓ କୋଲିନ୍ |
03:39 | ଗର୍ଭାବସ୍ଥାରେ, ଫୋଲେଟ ର ଆବଶ୍ୟକତା ବଢ଼ିଥାଏ |
03:45 | ଏହି ସମୟରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଗ୍ରହଣ ନକଲେ ଫୋଲେଟ ଅଭାବ ହୋଇପାରେ |
03:51 | ଶରୀର ଦ୍ୱାରା ଫୋଲେଟ ର ଖରାପ ଅବସୋସଣ ପରିଣାମୀ ଅଭାବ ହୋଇପାରେ |
03:58 | ଅତ୍ୟଧିକ ମଦ୍ୟପାନରେ ମଧ୍ୟ ସମାନ ଅସୁବିଧା ହୋଇଥାଏ |
04:03 | ଭିଟାମିନ B12 ର ଅଭାବ ପରୋକ୍ଷରେ ଫୋଲେଟ ଅଭାବକୁ ନେଇପାରେ |
04:09 | ଏପରିକି ଆମ ଶରୀରରେ ଫୋଲେଟ ଥିଲେ ମଧ୍ୟ ଏହା ନିଜର କାର୍ଯ୍ୟ କରିପାରିବ ନାହିଁ |
04:16 | ଏହାର କାରଣ ହେଉଛି, ଫୋଲେଟ କୁ ସକ୍ରିୟ ରୂପରେ ପରିଣତ କରିବା ପାଇଁ ଭିଟାମିନ B12 ଆବଶ୍ୟକ |
04:24 | ତେଣୁ, ଫୋଲେଟ ସହିତ ଭିଟାମିନ B12 ପର୍ଯ୍ୟାପ୍ତ ପରିମାଣରେ ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ |
04:31 | ଅଣ୍ଡା, ଚିକେନ୍, ମାଂସ ଏବଂ ଦୁଗ୍ଧଜାତ ପଦାର୍ଥ ଭିଟାମିନ B12 ର ଉତ୍ତମ ଉତ୍ସ |
04:39 | ଶେଲଫିସ୍, ଯକୃତ, ହୃଦୟ, କିଡନୀ, ମସ୍ତିଷ୍କ ହେଉଛି ଅନ୍ୟାନ୍ୟ ଉଦାହରଣ |
04:47 | ଜେନେଟିକ୍ ରକ୍ତହୀନତା ଥିବା ବ୍ୟକ୍ତିମାନଙ୍କଠାରେ ଫୋଲେଟ ଅଭାବର ବିପଦ ରହିପାରେ |
04:54 | ଜେନେଟିକ୍ ରକ୍ତହୀନତାର ଉଦାହରଣ ହେଉଛି ସିକଲ୍ ସେଲ ରକ୍ତହୀନତା |
04:58 | ଏବଂ ଥାଲସିମିଆ |
05:01 | ଏହି ପରିସ୍ଥିତିରେ, ଲାଲ ରକ୍ତ କଣିକା ସୃଷ୍ଟି ହେବା ଅପେକ୍ଷା ଶୀଘ୍ର ନଷ୍ଟ ହୋଇଯାଏ |
05:08 | ଏଥିପାଇଁ, ଏହି ଅବସ୍ଥାରେ ଫୋଲେଟ ର ପର୍ଯ୍ୟାପ୍ତ ପରିମାଣ ଗ୍ରହଣ କରିବା ଆବଶ୍ୟକ |
05:14 | କୌଣସି ସପ୍ଲିମେଣ୍ଟ ନେବା ପୂର୍ବରୁ ଦୟାକରି ନିଜ ଡାକ୍ତରଙ୍କ ସହିତ ପରାମର୍ଶ କରିନିଅନ୍ତୁ |
05:19 | ଏହାପରେ, ଆସନ୍ତୁ ଦେଖିବା ଫୋଲେଟ ଅଭାବର ଲକ୍ଷଣ |
05:24 | ଏହି ଲକ୍ଷଣଗୁଡ଼ିକ ଉଭୟ ପୁରୁଷ ଓ ମହିଳାମାନଙ୍କଠାରେ ଦେଖାଯାଇଥାଏ |
05:29 | କେତେକ ପ୍ରାରମ୍ଭିକ ଲକ୍ଷଣ ହେଉଛି ଜିଭ ଓ ଓଠର ଯନ୍ତ୍ରଣା ଏବଂ ଲାଲ ପଡ଼ିଯିବା |
05:35 | ଅନ୍ୟ ଲକ୍ଷଣଗୁଡ଼ିକ ହେଉଛି ଥକ୍କା, |
05:38 | ଚିଡ଼ଚିଡ଼ାପଣ, ଶୋଇବା ବ୍ୟାଘାତ |
05:41 | ଏବଂ ଉଦାସୀନତା |
05:43 | ପାଟିରେ କିମ୍ବା ପେଟରେ ଅଲସର୍ ମଧ୍ୟ ହୋଇପାରେ |
05:47 | ଦୀର୍ଘକାଳୀନ ସ୍ମୃତିଶକ୍ତି ଅଭାବ ଏବଂ ଧ୍ୟାନର ବ୍ୟବଧାନକୁ ହ୍ରାସ କରିପାରେ |
05:53 | ଗର୍ଭବତୀ ମହିଳାମାନଙ୍କର ଫୋଲେଟ ଅଭାବ ଶିଶୁମାନଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ |
05:59 | ଉଦାହରଣସ୍ୱରୂପ: ନ୍ୟୁରଲ୍ ଟ୍ୟୁବ ତ୍ରୁଟି ଏବଂ |
06:03 | ଶିଶୁମାନଙ୍କଠାରେ କ୍ଲେଫ୍ଟ ଲିପ୍ ଏବଂ ପାଲଟ୍ |
06:07 | କ୍ଲେଫ୍ଟ ହେଉଛି ଏକ ଫାଙ୍କ ବା ପାଟିର ଉପର ଓଠରେ କିମ୍ବା ତାଳୁରେ ବିଭାଜନ |
06:13 | ଗର୍ଭରେ ବୃଦ୍ଧି ସମୟରେ ଟିସୁ ଏକତ୍ର ଫ୍ୟୁଜ ନହେବାବେଳେ ଏହା ହୁଏ |
06:20 | ଫୋଲେଟ କିମ୍ବା ଭିଟାମିନ B12 ଅଭାବରୁ ମାକ୍ରୋସିଟିକ୍ ଅନିମିଆ ହୋଇଥାଏ |
06:27 | ଏହା କିପରି ଘଟେ ମୁଁ ଆପଣଙ୍କୁ ବୁଝାଉଛି |
06:30 | ସାଧାରଣ କୋଷ ବୃଦ୍ଧି ଏବଂ ବିଭାଜନ ପାଇଁ ଏହି ଉଭୟ ପୋଷଣର ଆବଶ୍ୟକତା ରହିଛି |
06:36 | ସେଗୁଡ଼ିକର ଅଭାବ ହେଲେ, ଲାଲ ରକ୍ତ କଣିକା ପରିପକ୍ୱ ହୁଏ ନାହିଁ କିମ୍ବା ସଠିକ୍ ଭାବରେ ବିଭାଜନ ହୁଏ ନାହିଁ |
06:43 | ଫଳସ୍ୱରୂପ, ବୃହତ ଅପରିପକ୍ୱ ଲାଲ ରକ୍ତ କଣିକା ଗଠନ ହୁଏ, ଯାହାକି ଅଳ୍ପ ସଂଖ୍ୟକ ଅଟେ |
06:51 | ଏଗୁଡ଼ିକରେ ବହୁତ କମ ହେମୋଗ୍ଲୋବିନ୍ ଥାଏ ଏବଂ ସଠିକ କାର୍ଯ୍ୟ କରିବାରେ ଅସମର୍ଥ |
06:59 | ହେମୋଗ୍ଲୋବିନ୍ ଅନ୍ୟ ଟିସୁ ଏବଂ କୋଷକୁ ଅମ୍ଳଜାନ ପରିବହନ କରିବାରେ ସାହାଯ୍ୟ କରେ |
07:06 | ଏଥିପାଇଁ, ନିମ୍ନ ହେମୋଗ୍ଲୋବିନ୍ ସ୍ତର ରକ୍ତହୀନତା ସୃଷ୍ଟି କରିପାରେ |
07:11 | ବିଭିନ୍ନ ବୟସ ବର୍ଗଙ୍କ ପାଇଁ ଫୋଲେଟ ଗ୍ରହଣର ପ୍ରତିଦିନ ସୁପାରିସକୁ ଦେଖିବା |
07:18 | 1 ରୁ 3 ବର୍ଷର ପିଲାମାନଙ୍କ ପାଇଁ 90 ମାଇକ୍ରୋଗ୍ରାମ ଆବଶ୍ୟକ |
07:24 | 4 ରୁ 9 ବର୍ଷର ପିଲାଙ୍କ ପାଇଁ ଏହା 110 ରୁ 142 ମାଇକ୍ରୋଗ୍ରାମ ଅଟେ |
07:32 | 10 ରୁ 15 ବର୍ଷ ବୟସ୍କ କିଶୋରମାନଙ୍କ ପାଇଁ ଏହା 180 ରୁ 204 ମାଇକ୍ରୋଗ୍ରାମ ଅଟେ |
07:42 | 16 ବର୍ଷରୁ ଅଧିକ କିଶୋରମାନଙ୍କ ପାଇଁ ପ୍ରତିଦିନ 200 ରୁ ଅଧିକ ମାଇକ୍ରୋଗ୍ରାମ ସୁପାରିସ କରାଯାଏ |
07:50 | ବୟସ୍କ ମହିଳା ଏବଂ ପୁରୁଷଙ୍କ ପାଇଁ ଏହା 200 ରୁ 250 ମାଇକ୍ରୋଗ୍ରାମ ଅଟେ |
07:58 | ଗର୍ଭବତୀ ମହିଳାମାନଙ୍କର ପ୍ରାୟ 500 ମାଇକ୍ରୋଗ୍ରାମ ରହିବା ଉଚିତ |
08:02 | ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ପାଇଁ ଏହା ହେଉଛି 300 ମାଇକ୍ରୋଗ୍ରାମ |
08:07 | ଜନ୍ମ ଦୋଷର ଇତିହାସ ଥିବା ମହିଳାମାନଙ୍କ ପାଇଁ ଫୋଲେଟ ର ଆବଶ୍ୟକତା ଅଧିକ |
08:15 | ଗର୍ଭଧାରଣ ପୂର୍ବରୁ ଏବଂ ଗର୍ଭାବସ୍ଥାରେ ସେମାନେ 500 ମାଇକ୍ରୋଗ୍ରାମ ନେବା ଉଚିତ |
08:22 | ଗର୍ଭଧାରଣ ଯୋଜନା କରୁଥିବା ମହିଳାମାନଙ୍କ ପାଇଁ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଫୋଲେଟ ଗ୍ରହଣ ସୁପାରିସ କରାଯାଏ |
08:29 | ଆହାର ମାଧ୍ୟମରେ ଫୋଲେଟ ର ଆବଶ୍ୟକତା ପୂରଣ ହୋଇପାରିବ |
08:33 | ବିନ୍ସ ଫୋଲେଟ ର ଉତ୍କୃଷ୍ଟ ଉତ୍ସ |
08:36 | 30 ଗ୍ରାମ କିମ୍ବା ½ କପ ରନ୍ଧା ହୋଇନଥିବା ବିନ୍ସରେ ପ୍ରାୟ 80 ରୁ 120 ମାଇକ୍ରୋଗ୍ରାମ ଫୋଲେଟ ଥାଏ |
08:46 | ଝୁଡ଼ଙ୍ଗ ଛୁଇଁ, ରାଜମା, ମୋଥ ବିନ୍ସ, ସୋୟାବିନ ଏହାର କିଛି ଉଦାହରଣ |
08:53 | ଏପରିକି କାବୁଲି ବୁଟ, ସୋଲା ବୁଟ, କୋଳଥ, ଶୁଖିଲା ମଟର ଭଲ ଉତ୍ସ |
09:00 | ଶାଗରେ ମଧ୍ୟ ଫୋଲେଟ ଭରପୂର ଅଛି |
09:04 | ଉଦାହରଣସ୍ୱରୂପ: ପାଳଙ୍ଗ, କୋଶଳା ଶାଗ, ସାରୁ ପତ୍ର, ଅଗସ୍ତୀ ଶାଗ |
09:11 | 50 ଗ୍ରାମ କିମ୍ବା 1 କପ ରନ୍ଧା ହୋଇନଥିବା ପାଳଙ୍ଗରେ ପ୍ରାୟ 70 ମାଇକ୍ରୋଗ୍ରାମ ଫୋଲେଟ ଥାଏ |
09:19 | 1 ଚାମଚ ଶଜନା ପତ୍ର ଗୁଣ୍ଡରେ ପ୍ରାୟ 10 ମାଇକ୍ରୋଗ୍ରାମ ଫୋଲେଟ ମିଳିଥାଏ |
09:27 | ଫୋଲେଟ ରେ ଭରପୂର ଅନ୍ୟ ପନିପରିବାଗୁଡ଼ିକ ହେଉଛି କଞ୍ଚା ଫିଲ୍ଡ ବିନ୍ସ, ଫ୍ରେଞ୍ଚ ବିନ୍ସ ଓ ବିଟ୍ |
09:35 | ଏପରିକି ଫୁଲକୋବି, ଭେଣ୍ଡି ଓ ଶଜନା ଛୁଇଁରେ ମଧ୍ୟମ ପରିମାଣର ଫୋଲେଟ ଥାଏ |
09:43 | ସୂର୍ଯ୍ୟମୁଖୀ ମଞ୍ଜି, ସୋରିଷ ମଞ୍ଜି ତଥା ନାଇଜର ମଞ୍ଜିରେ ଅଳ୍ପ ପରିମାଣର ଫୋଲେଟ ଥାଏ |
09:50 | ଏହି ମଞ୍ଜିଗୁଡ଼ିକର 1 ଚାମଚ ଗୁଣ୍ଡରେ ପ୍ରାୟ 15 ରୁ 20 ମାଇକ୍ରୋଗ୍ରାମ ଫୋଲେଟ ରହିଥାଏ |
09:59 | ମାଂସାହାରୀ ଖାଦ୍ୟ ମଧ୍ୟରେ ଚିକେନ୍ କଲିଜା ଏବଂ ସମସ୍ତ ସମୁଦ୍ର ମାଛ ଉତ୍କୃଷ୍ଟ ଉତ୍ସ |
10:06 | 60 ଗ୍ରାମର 1 ଚିକେନ୍ ଲିଭର୍ରେ ପ୍ରାୟ 600 ମାଇକ୍ରୋଗ୍ରାମ ଫୋଲେଟ ଥାଏ |
10:13 | ଯେକୌଣସି ସାମୁଦ୍ରିକ ଖାଦ୍ୟର 100 ଗ୍ରାମ 700 ରୁ ଅଧିକ ମାଇକ୍ରୋଗ୍ରାମ ଦେଇଥାଏ |
10:20 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଅତ୍ୟଧିକ ଉତ୍ତାପ ଏବଂ ଜଳ ଫୋଲେଟ ପରିମାଣକୁ ହ୍ରାସ କରେ |
10:26 | ତେଣୁ, ଖାଦ୍ୟକୁ ଅତ୍ୟଧିକ ରାନ୍ଧିବା ଏବଂ ପୁନର୍ବାର ଗରମ କରିବାରୁ ଦୂରେଇ ରୁହନ୍ତୁ |
10:33 | ପନିପରିବା ଫୁଟାଇବା ପରିବର୍ତ୍ତେ ଅଳ୍ପ ତେଲରେ ଭଜା କିମ୍ବା ଷ୍ଟିମ୍ କରାଯାଇପାରେ |
10:38 | ଡାଲି ରାନ୍ଧିବା ପୂର୍ବରୁ ସବୁବେଳେ ରାତିସାରା ଭିଜାଇ ରଖିବା ଉଚିତ |
10:43 | ସମସ୍ତ ବିନ୍ସ ଗଜା ହେବା ଏବଂ ରାନ୍ଧିବା ଏହାର ପୌଷ୍ଟିକ ପଦାର୍ଥକୁ ବଢ଼ାଇଥାଏ |
10:49 | ପଚାଇବା ଓ ଭଜା ମଧ୍ୟ ଫୋଲେଟ ର ଅବସୋସଣରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ |
10:56 | ଆମର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଫୋଲେଟ ପର୍ଯ୍ୟାପ୍ତ ପରିମାଣରେ ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |
11:01 | ଏଥିସହିତ ଆମେ ଏହି ଟ୍ୟୁଟୋରିଅଲର ସମାପ୍ତିକୁ ଆସିଗଲେ
IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ |