Health-and-Nutrition/C2/Magnesium-rich-vegetarian-recipes/Oriya
From Script | Spoken-Tutorial
| |
|
| 00:00 | "ମାଗ୍ନେସିୟମ୍ ସମୃଦ୍ଧ ନିରାମିଷ ରେସିପି” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଅଲକୁ ସ୍ୱାଗତ
|
| 00:06 | ଏହି ଟ୍ୟୁଟୋରିଅଲରେ ଆମେ ଶିଖିବା:
|
| 00:09 | ମାଗ୍ନେସିୟମର ଲାଭ,
|
| 00:11 | ମାଗ୍ନେସିୟମର ନିରାମିଷ ଉତ୍ସ
|
| 00:13 | ଏବଂ ମାଗ୍ନେସିୟମ୍ ସମୃଦ୍ଧ ନିରାମିଷ ରେସିପି
|
| 00:18 | ମାଗ୍ନେସିୟମ୍ ହେଉଛି ଏକ ଖଣିଜ, ଯାହା ଶରୀର ଦ୍ୱାରା ଦରକାର ହେଉଥିବା ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଅଟେ
|
| 00:24 | ଏହା ଟାଇପ୍ 2 ପୋଷକ ତତ୍ତ୍ୱ ମଧ୍ୟରୁ ଗୋଟିଏ, ଯାହା ଅନ୍ୟ ଏକ ଟ୍ୟୁଟୋରିଅଲରେ ବର୍ଣ୍ଣନା କରାଯାଇଛି
|
| 00:31 | ଏହି ଟ୍ୟୁଟୋରିଅଲ୍ ପାଇଁ ଦୟାକରି ଆମ ୱେବ୍ ସାଇଟ୍ ଦେଖନ୍ତୁ
|
| 00:35 | ସୁସ୍ଥ ହାଡ଼ ଓ ଦାନ୍ତ ପାଇଁ ମଧ୍ୟ ମାଗ୍ନେସିୟମ୍ ଆବଶ୍ୟକ ହୋଇଥାଏ
|
| 00:40 | ଶକ୍ତି ଉତ୍ପାଦନ ପାଇଁ
|
| 00:44 | ଓ DNA ସିନ୍ଥେସିସ୍ ପାଇଁ ମଧ୍ୟ ଆମକୁ ମାଗ୍ନେସିୟମ୍ ଦରକାର
|
| 00:47 | ମାଗ୍ନେସିୟମର ମହତ୍ତ୍ୱ ବିଷୟରେ ଅନ୍ୟ ଏକ ଟ୍ୟୁଟୋରିଅଲରେ ବର୍ଣ୍ଣନା କରାଯାଇଛି
|
| 00:52 | ମାଗ୍ନେସିୟମ୍ ରହିଛି:
|
| 00:54 | ବିନ୍ସରେ,
ବାଦାମରେ,
|
| 00:56 | ମଞ୍ଜିରେ,
ଶାଗରେ
|
| 00:59 | ଓ ଶସ୍ୟରେ
|
| 01:01 | ମାଗ୍ନେସିୟମ୍ ଆହରଣ ଓ ଶରୀରରେ ତାହାର ଅବଶୋଷଣ, ଉଭୟ ସମାନ ଭାବରେ ମହତ୍ତ୍ୱପୂର୍ଣ୍ଣ
|
| 01:08 | କିଣ୍ୱନ କରିବା,
ଭାଜିବା,
|
| 01:10 | ଗଜା କରିବା
ଓ ସିଝାଇବା, ଅବଶୋଷଣକୁ ଉନ୍ନତ କରିଥାଏ
|
| 01:15 | ବିନ୍ସକୁ ସିଝାଇବା ପୂର୍ବରୁ ବତୁରାଇବା ମଧ୍ୟ ସମାନ କାମ କରିଥାଏ
|
| 01:20 | ଏବେ, ଆସନ୍ତୁ ଆମର ପ୍ରଥମ ରେସିପିର ପ୍ରସ୍ତୁତି ଦେଖିବା, ଗଜା ମୋଥ୍ ବିନ୍ସ କଟଲେଟ୍
|
| 01:27 | ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର:
|
| 01:31 | 1/4 କପ୍ ଗଜା କରାଯାଇଥିବା ମୋଥ୍ ବିନ୍ସ
|
| 01:34 | 1 କପ୍ ଧୁଆଯାଇ କଟାଯାଇଥିବା ପାଳଙ୍ଗ,
|
| 01:37 | 1 ଟେବଲ୍ ଚାମଚ ବେସନ
|
| 01:40 | 4 ରୁ 5 ଟି ରସୁଣ କୋଲା
|
| 01:43 | 1 ଟେବଲ୍ ଚାମଚ ଲେମ୍ୱୁ ରସ
|
| 01:45 | 1 ଟେବଲ୍ ଚାମଚ ଭଜା ରାଶି
|
| 01:49 | ଓ ସ୍ୱାଦ ଅନୁସାରେ ଲୁଣ
|
| 01:51 | ଆପଣଙ୍କୁ ନିମ୍ନଲିଖିତ ମଧ୍ୟ ଦରକାର ହେବ:
|
| 01:53 | 1 ଚାହା ଚାମଚ ନାଲି ଲଙ୍କା ଗୁଣ୍ଡ
|
| 01:55 | 3 ଚାହା ଚାମଚ ତେଲ
|
| 01:58 | ମୁଁ ଏବେ ପଦ୍ଧତି କହୁଛି:
|
| 02:00 | ଗଜା କରିବା ପାଇଁ, ମୋଥ୍ ବିନ୍ସକୁ ରାତି ତମାମ ବତୁରାଇଦିଅନ୍ତୁ
|
| 02:05 | ସକାଳେ ସେଗୁଡ଼ିକୁ ଛାଣିଦେଇ ଗୋଟିଏ ସଫା କପଡ଼ାରେ ବାନ୍ଧି ଦିଅନ୍ତୁ
|
| 02:10 | ଗଜା ହେବା ପାଇଁ ସେଗୁଡ଼ିକୁ ଗୋଟିଏ ଗରମ ସ୍ଥାନରେ 2 ଦିନ ପର୍ଯ୍ୟନ୍ତ ରଖିଦିଅନ୍ତୁ
|
| 02:15 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, ବିଭିନ୍ନ ମଞ୍ଜି ଗଜା ହେବା ପାଇଁ ଭିନ୍ନ ଭିନ୍ନ ସମୟ ନେଇଥାଏ
|
| 02:20 | ଗଜା ହୋଇଗଲା ପରେ, ସେଥିରେ ରସୁଣ ମିଶାନ୍ତୁ ଏବଂ ଦରଦରା କରି ବାଟି ଦିଅନ୍ତୁ
|
| 02:27 | ବାଟିବା ପାଇଁ ଆପଣ ଶିଳ କିମ୍ୱା ମିକ୍ସର୍ ବ୍ୟବହାର କରିପାରିବେ
|
| 02:32 | କଡ଼େଇ ଗରମ କରନ୍ତୁ, ସେଥିରେ ରାଶି ପକାଇ ହାଲୁକା ସୁନେଲି ହେବା ପର୍ଯ୍ୟନ୍ତ ଭାଜନ୍ତୁ
|
| 02:37 | ତାହାକୁ ଥଣ୍ଡା କରିଦିଅନ୍ତୁ
|
| 02:39 | କଟଲେଟ୍ କରିବା ପାଇଁ, ଗଜା ବଟାକୁ ଗୋଟିଏ ଗିନାରେ ନିଅନ୍ତୁ
|
| 02:43 | ସେଥିରେ ଭଜା ରାଶି, ପାଳଙ୍ଗ, ବେସନ, ମସଲା, ଲୁଣ ଓ ଲେମ୍ୱୁ ରସ ପକାନ୍ତୁ
|
| 02:52 | ସେଗୁଡ଼ିକୁ ଭଲ ଭାବରେ ମିଶାଇଦିଅନ୍ତୁ
|
| 02:54 | ଯଦି ବଟାଟି ଶୁଖିଲା ହୋଇଯାଏ, 1 ଟେବଲ୍ ଚାମଚ ପାଣି ମିଶାନ୍ତୁ
|
| 02:59 | ତାହାକୁ ଚାରି ଭାଗ କରି
|
| 03:01 | କଟଲେଟ୍ ଆକାର ଦିଅନ୍ତୁ
|
| 03:04 | ଗୋଟିଏ କଡ଼େଇରେ ତେଲ ଗରମ କରନ୍ତୁ
|
| 03:06 | ମଧ୍ୟମ ଆଞ୍ଚରେ, ସୁନେଲି ହେବା ପର୍ଯ୍ୟନ୍ତ କଟଲେଟକୁ ଉଭୟ ପଟୁ ଭାଜନ୍ତୁ
|
| 03:12 | ମୋଥ୍ ବିନ୍ସ ପାଳଙ୍ଗ କଟଲେଟ୍ ପ୍ରସ୍ତୁତ
|
| 03:15 | ଚାରୋଟି କଟଲେଟରେ ପ୍ରାୟ 208 ମି.ଗ୍ରା. ମାଗ୍ନେସିୟମ୍ ରହିଥାଏ
|
| 03:22 | ଆମର ପରବର୍ତ୍ତୀ ରେସିପି ହେଉଛି ସୂର୍ଯ୍ୟମୁଖୀ ମଞ୍ଜି ଚଟଣୀ (ଡିପ୍)
|
| 03:26 | ଏହି ରେସିପି ପାଇଁ, ଆମକୁ ଦରକାର :
|
| 03:28 | 2 ଟେବଲ୍ ଚାମଚ ସୂର୍ଯ୍ୟମୁଖୀ ମଞ୍ଜି
|
| 03:32 | ଗୋଟିଏ କଞ୍ଚା ଲଙ୍କା,
4 ରୁ 5 ଟି ରସୁଣ କୋଲା
|
| 03:36 | ଗୋଟିଏ ଛୋଟ କଟା ଟମାଟୋ
|
| 03:39 | ସ୍ୱାଦ ଅନୁସାରେ ଲୁଣ,
|
| 03:41 | 1/2 ଚାହା ଚାମଚ ଘିଅ କିମ୍ୱା ତେଲ
|
| 03:44 | ପଦ୍ଧତି:
ମଧ୍ୟମ ଆଞ୍ଚରେ, ହାଲୁକା ସୁନେଲି ହେବା ପର୍ଯ୍ୟନ୍ତ ସୂର୍ଯ୍ୟମୁଖୀ ମଞ୍ଜିଗୁଡ଼ିକୁ ଭାଜନ୍ତୁ
|
| 03:50 | ସେଗୁଡ଼ିକୁ ଥଣ୍ଡା ହେବାକୁ ଦିଅନ୍ତୁ
|
| 03:52 | କଡ଼େଇରେ ଘିଅ କିମ୍ୱା ତେଲକୁ ଗରମ କରନ୍ତୁ
|
| 03:55 | ସେଥିରେ କଟା ଟମାଟୋ ପକାଇ ଅଳ୍ପ ଭାଜନ୍ତୁ
|
| 03:57 | ତାହାକୁ ଥଣ୍ଡା ହେବା ପାଇଁ ଅଲଗା ରଖିଦିଅନ୍ତୁ
|
| 04:00 | ରସୁଣ, ଲଙ୍କା, ଲୁଣ ଓ ପାଣି ସହିତ ତାହାକୁ ଭଲ ଭାବରେ ବାଟି ଦିଅନ୍ତୁ
|
| 04:07 | ସୂର୍ଯ୍ୟମୁଖୀ ମଞ୍ଜି ଚଟଣୀ ପ୍ରସ୍ତୁତ ହୋଇଗଲା
|
| 04:10 | ଏହି ଚଟଣୀର 2 ଟେବଲ୍ ଚାମଚରେ ରହିଛି ପ୍ରାୟ 133 ମି.ଗ୍ରା. ମାଗ୍ନେସିୟମ୍
|
| 04:17 | ଆମର ପରବର୍ତ୍ତୀ ରେସିପି ହେଉଛି ଗଜା ଝୁଡ଼ଙ୍ଗ ମଞ୍ଜି ପରଟା
|
| 04:21 | ଗଜା କରିବାର ପ୍ରକ୍ରିୟା ଏହି ଟ୍ୟୁଟୋରିଅଲରେ ପୂର୍ବରୁ କୁହାଯାଇସାରିଛି
|
| 04:27 | ଏହାପାଇଁ ଆମକୁ ଦରକାର:
|
| 04:30 | 1/4 କପ୍ ଅଟା,
|
| 04:32 | 2 ଟେବଲ୍ ଚାମଚ ଗଜା ଝୁଡ଼ଙ୍ଗ ମଞ୍ଜି
|
| 04:36 | 1 ଟେବଲ୍ ଚାମଚ ରାଶି,
|
| 04:39 | ଗୋଟିଏ କଞ୍ଚା ଲଙ୍କା,
|
| 04:40 | 1 ଚାହା ଚାମଚ ଜୀରା
|
| 04:43 | 1/2 ଚାହା ଚାମଚ ହଳଦୀ ଗୁଣ୍ଡ
|
| 04:46 | ଆପଣଙ୍କୁ ନିମ୍ନଲିଖିତ ମଧ୍ୟ ଦରକାର ହେବ,
ସ୍ୱାଦ ଅନୁସାରେ ଲୁଣ
|
| 04:49 | ଓ 2 ଚାହା ଚାମଚ ଘିଅ କିମ୍ୱା ତେଲ
|
| 04:53 | ପ୍ରଥମେ, ଗଜା ଝୁଡ଼ଙ୍ଗ ମଞ୍ଜିରେ କଞ୍ଚା ଲଙ୍କା ପକାଇ ଗୋଟିଏ ମିକ୍ସରରେ ଦରଦରା କରି ବାଟି ଦିଅନ୍ତୁ
|
| 05:00 | ଯଦି ମିକ୍ସର୍ ନଥିବ, ତେବେ ଆପଣ ଶିଳରେ ବାଟି ପାରିବେ
|
| 05:05 | କଡ଼େଇରେ ତେଲ ଗରମ କରି ସେଥିରେ ଜୀରା ଓ ରାଶି ପକାନ୍ତୁ
|
| 05:11 | ରଙ୍ଗ ବଦଳିବା ପର୍ଯ୍ୟନ୍ତ ଭାଜନ୍ତୁ
|
| 05:13 | ସେଥିରେ ଝୁଡ଼ଙ୍ଗ ମଞ୍ଜି ବଟା ପକାଇ ଆଉ 2 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ.
|
| 05:19 | ତା’ପରେ ଲୁଣ ଓ ହଳଦୀ ପକାଇ 5 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ
|
| 05:24 | ତାହାକୁ ଥଣ୍ଡା ହେବା ପାଇଁ ଅଲଗା ରଖିଦିଅନ୍ତୁ
|
| 05:27 | ପରଟା କରିବା ପାଇଁ, ଗୋଟିଏ ଗିନାରେ ଅଟା ନିଅନ୍ତୁ
|
| 05:31 | ଭଲ ଭାବରେ ପାଣି ଦେଇ ତାହାକୁ ଚକଟିଦିଅନ୍ତୁ
|
| 05:35 | ବେଲଣା କାଠି ସାହାଯ୍ୟରେ ତାହାକୁ ବେଲି ଦିଅନ୍ତୁ
|
| 05:39 | ସେଥିରେ ଝୁଡ଼ଙ୍ଗ ମଞ୍ଜି ପେଷ୍ଟ ରଖନ୍ତୁ
|
| 05:42 | ଚାରିପଟୁ ବନ୍ଦ କରିଦିଅନ୍ତୁ
|
| 05:44 | ତା’ ଉପରେ କିଛି ଅଟା ପକାଇ |
| 05:46 | ପରଟା ଭଳି ବେଲି ଦିଅନ୍ତୁ
|
| 05:49 | ତାୱା ଗରମ କରନ୍ତୁ ଏବଂ ତେଲ କିମ୍ୱା ଘିଅ ବ୍ୟବହାର କରି ପରଟାକୁ ଉଭୟ ପଟୁ ସେକିଦିଅନ୍ତୁ
|
| 05:55 | ଗଜା ଝୁଡ଼ଙ୍ଗ ମଞ୍ଜି ପରଟା ପ୍ରସ୍ତୁତ
|
| 05:59 | ଗୋଟିଏ ପରଟାରେ ପ୍ରାୟ 173 ମି.ଗ୍ରା. ମାଗ୍ନେସିୟମ୍ ରହିଥାଏ
|
| 06:05 | ପରବର୍ତ୍ତୀ ରେସିପି ହେଉଛି ଗଜା ଚଣା ଶୁଖିଲା ତରକାରୀ
|
| 06:09 | ଏହାପାଇଁ ଆମକୁ ଦରକାର :
|
| 06:12 | 1/4 କପ୍ ଗଜା ଚଣା
|
| 06:15 | 1 କପ୍ ଧୁଆଯାଇଥିବା ମେଥି ଶାଗ
|
| 06:19 | ଗୋଟିଏ ମଧ୍ୟମ ଆକାରର କଟା ଟମାଟୋ
|
| 06:21 | ଓ ଗୋଟିଏ ମଧ୍ୟମ ଆକାରର କଟା ପିଆଜ
|
| 06:25 | ଆମକୁ ନିମ୍ନଲିଖିତ ମଧ୍ୟ ଦରକାର ହେବ:
|
| 06:27 | 1/2 ଚାହା ଚାମଚ ହଳଦୀ ଗୁଣ୍ଡ,
|
| 06:29 | 1/2 ଚାହା ଚାମଚ ନାଲି ଲଙ୍କା ଗୁଣ୍ଡ,
|
| 06:31 | 1 ଚାହା ଚାମଚ ଭଜା ଚିନାବାଦାମ ଗୁଣ୍ଡ
|
| 06:35 | 1 ଚାହା ଚାମଚ ତେଲ
|
| 06:37 | ଓ ସ୍ୱାଦ ଅନୁସାରେ ଲୁଣ
|
| 06:39 | ପଦ୍ଧତି:
ଗଜା କରାଯାଇଥିବା ଚଣାକୁ ପ୍ରେସର୍ କୁକର୍ ରେ 2 ଟି ସିଟି ଦେବା ପର୍ଯ୍ୟନ୍ତ ସିଝାନ୍ତୁ
|
| 06:45 | ପ୍ରେସର୍ ବାହାରିଯିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ
|
| 06:47 | କଡ଼େଇରେ ତେଲ ଗରମ କରନ୍ତୁ,
|
| 06:49 | ପିଆଜ ପକାଇ ରଙ୍ଗ ବଦଳିବା ପର୍ଯ୍ୟନ୍ତ ଭାଜନ୍ତୁ
|
| 06:53 | ଟମାଟୋ ପକାଇ ନରମ ହେବା ପର୍ଯ୍ୟନ୍ତ କଷନ୍ତୁ
|
| 06:57 | ମେଥି ଶାଗ ପକାଇ 5 ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ
|
| 07:02 | ଏବେ ମସଲା, ଲୁଣ ଓ ଗଜା ଚଣା ପକାନ୍ତୁ ଏବଂ ଭଲ ଭାବରେ ମିଶାନ୍ତୁ
|
| 07:08 | ଏଥିରେ ଚିନାବାଦାମ ଗୁଣ୍ଡ ପକାନ୍ତୁ
|
| 07:11 | ଢାଙ୍କୁଣୀ ଘୋଡ଼ାଇ 5 ରୁ 10 ମିନିଟ୍ ପର୍ଯ୍ୟନ୍ତ ସିଝିବାକୁ ଦିଅନ୍ତୁ
|
| 07:15 | ଗଜା ଚଣା ଶୁଖିଲା ତରକାରୀ ପ୍ରସ୍ତୁତ ହୋଇଗଲା
|
| 07:19 | ଏହି ତରକାରୀର 1/2 ଗିନାରେ ପ୍ରାୟ 141 ମି.ଗ୍ରା. ମାଗ୍ନେସିୟମ୍ ରହିଛି
|
| 07:26 | ଶେଷ ରେସିପି ହେଉଛି କୋଶଳା ଶାଗ ଭଜା
|
| 07:30 | ଏହି ରେସିପି ପାଇଁ, ଆମକୁ ଦରକାର :
|
| 07:33 | 100 ଗ୍ରାମ ଧୁଆଯାଇଥିବା କୋଶଳା ଶାଗ
|
| 07:36 | 4 ଟି ରସୁଣ କୋଲା
|
| 07:38 | ଗୋଟିଏ ଛୋଟ ପିଆଜ,
|
| 07:40 | 2 ଟେବଲ୍ ଚାମଚ କୋରା ନଡ଼ିଆ
|
| 07:43 | 2 ଟି କଞ୍ଚା ଲଙ୍କା,
|
| 07:45 | ଚିମୁଟେ ହଳଦୀ,
ଓ ସ୍ୱାଦ ଅନୁସାରେ ଲୁଣ.
|
| 07:49 | ଆପଣଙ୍କୁ 1 ଚାହା ଚାମଚ ତେଲ ମଧ୍ୟ ଦରକାର ହେବ
|
| 07:53 | ପଦ୍ଧତି:
କଡ଼େଇରେ ତେଲ ଗରମ କରନ୍ତୁ.
|
| 07:56 | ରସୁଣ, କଞ୍ଚା ଲଙ୍କା ଓ ପିଆଜ ପକାନ୍ତୁ
|
| 08:01 | ରଙ୍ଗ ବଦଳିବା ପର୍ଯ୍ୟନ୍ତ ଭାଜନ୍ତୁ
|
| 08:03 | ଏବେ, କୋଶଳା ଶାଗ ପକାଇ ଭଲ ଭାବରେ ମିଶାନ୍ତୁ
|
| 08:07 | ଢାଙ୍କୁଣୀ ଘୋଡ଼ାଇ 5 ରୁ 7 ମିନିଟ୍ ପର୍ଯ୍ୟନ୍ତ ସିଝିବାକୁ ଦିଅନ୍ତୁ
|
| 08:12 | ଲୁଣ ଓ ହଳଦୀ ପକାଇ 1 ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ
|
| 08:16 | ଏଥିରେ କୋରା ନଡ଼ିଆ ପକାଇ 5 ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ
|
| 08:21 | କୋଶଳା ଶାଗ ଭଜା ଏବେ ପ୍ରସ୍ତୁତ
|
| 08:25 | ଏହାର 1/2 ଗିନାରେ ପ୍ରାୟ 209 ମି.ଗ୍ରା. ମାଗ୍ନେସିୟମ୍ ରହିଛି
|
| 08:31 | ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହିସବୁ ମାଗ୍ନେସିୟମ୍ ସମୃଦ୍ଧ ରେସିପିକୁ ଆପଣଙ୍କର ଦୈନିକ ଆହାରରେ ଅନ୍ତର୍ଭୁକ୍ତ କରନ୍ତୁ
|
| 08:37 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.
ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |