COVID19/C2/Making-a-protective-face-cover-at-home/Oriya
From Script | Spoken-Tutorial
| |
|
| 00:00 | ଘରେ ଗୋଟିଏ ସୁରକ୍ଷାତ୍ମକ ଫେସ୍ କଭର୍ ପ୍ରସ୍ତୁତ କରିବା ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ଵାଗତ |
| 00:06 | ଏହି ଟ୍ୟୁଟୋରିଆଲ୍ରେ ଆମେ ନିମ୍ନଲିଖିତ ବିଷୟରେ ଶିଖିବା: |
| 00:10 | ଆମ ପାଇଁ ସୁରକ୍ଷାତ୍ମକ ଫେସ୍ କଭର୍ର ଆବଶ୍ୟକତା |
| 00:14 | ସ୍ଵାସ୍ଥ୍ୟକର୍ମୀ ଓ COVID-19 ରୋଗୀମାନଙ୍କ ପାଇଁ ଜରୁରୀ ସତର୍କତା |
| 00:20 | ସୁରକ୍ଷାତ୍ମକ ଫେସ୍ କଭର୍ ବ୍ୟବହାର ସମ୍ବନ୍ଧରେ ସାବଧାନତା |
| 00:25 | ସିଲେଇ ମେଶିନ୍ ଦ୍ଵାରା ଏବଂ ଏହା ବିନା ସୁରକ୍ଷାତ୍ମକ ଫେସ୍ କଭର୍ ପ୍ରସ୍ତୁତ କରିବା ପ୍ରଣାଳୀ |
| 00:32 | ସୁରକ୍ଷାତ୍ମକ ଫେସ୍ କଭର୍ ପିନ୍ଧିବା ଓ କାଢ଼ିବା ପୂର୍ବରୁ ସାବଧାନତା |
| 00:38 | ସୁରକ୍ଷାତ୍ମକ ଫେସ୍ କଭର୍କୁ ସାନିଟାଇଜ୍ କରିବା ଓ ସାଇତି ରଖିବା ପାଇଁ ସଠିକ ଉପାୟ |
| 00:44 | ପ୍ରଥମେ ଆମେ ଗୋଟିଏ ସୁରକ୍ଷାତ୍ମକ ଫେସ୍ କଭର୍ ପିନ୍ଧିବାର ଆବଶ୍ୟକତା ବିଷୟରେ ବୁଝିବା ଉଚିତ |
| 00:50 | କରୋନା ଭୂତାଣୁରୁ ନିଜକୁ ରକ୍ଷା କରିବା ପାଇଁ ଆମେ ଗୋଟିଏ ଫେସ୍ କଭର୍ ପିନ୍ଧିବା ଉଚିତ |
| 00:56 | ଭାରତ ଗୋଟିଏ ଜନଗହଳିପୂର୍ଣ୍ଣ ରାଷ୍ଟ୍ର ହୋଇଥିବାରୁ ଗୋଟିଏ ଫେସ୍ କଭର୍ ପିନ୍ଧିବା ପାଇଁ ବିଶେଷ ଭାବରେ ପରାମର୍ଶ ଦିଆଯାଉଛି |
| 01:03 | କରୋନା ଭୂତାଣୁକୁ ରୋକିବା ଓ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପ୍ରକାରର ଫେସ୍ କଭର୍ ବ୍ୟବହାର କରାଯାଉଛି |
| 01:10 | ସେଗୁଡ଼ିକ ମଧ୍ୟରୁ ଘର ତିଆରି ସୁରକ୍ଷାତ୍ମକ ଫେସ୍ କଭର୍ ପ୍ରସ୍ତୁତ କରିବା ସହଜ ଏବଂ ପୁନଃବ୍ୟବହାର ମଧ୍ୟ କରିହେବ |
| 01:18 | ଆଗକୁ ବଢ଼ିବା ପୂର୍ବରୁ ଦୟାକରି ଜରୁରୀ ସତର୍କତାଗୁଡ଼ିକୁ ମନେରଖନ୍ତୁ |
| 01:23 | ଘର ତିଆରି ଫେସ୍ କଭର୍ ସ୍ଵାସ୍ଥ୍ୟ କର୍ମୀମାନଙ୍କ ପାଇଁ ନୁହେଁ |
| 01:28 | ଏହା COVID-19 ରୋଗୀମାନଙ୍କ ସହିତ କାମ କରୁଥିବା କିମ୍ବା ସମ୍ପର୍କରେ ଥିବା ଲୋକମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ |
| 01:37 | COVID-19 ରୋଗୀମାନେ ଘର ତିଆରି ଫେସ୍ କଭର୍ ବ୍ୟବହାର କରିବା ଉଚିତ ନୁହେଁ |
| 01:42 | ଏହି ସମସ୍ତ ଲୋକମାନେ କେବଳ ନିର୍ଦ୍ଦିଷ୍ଟ ସୁରକ୍ଷାତ୍ମକ ଗିଅର୍ ପିନ୍ଧିବା ଉଚିତ |
| 01:48 | ଅନ୍ୟାନ୍ୟ ସୁରକ୍ଷାତ୍ମକ ସାବଧାନତାଗୁଡ଼ିକ ଅଛି, ଯାହାକୁ ଆପଣ ସର୍ବଦା ମନେରଖିବା ଉଚିତ |
| 01:53 | ଘର ତିଆରି ଫେସ୍ କଭର୍ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ |
| 01:58 | ସେଗୁଡ଼ିକ କେବଳ ଜଣେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ବାୟୁ ଦ୍ଵାରା ଆସୁଥିବା କଣିକାକୁ ନିଶ୍ଵାସରେ ଗ୍ରହଣ କରିବା ସମ୍ଭାବନାକୁ ହ୍ରାସ କରିଥାଏ |
| 02:06 | ଭଲ ଭାବରେ ସଫା ନକରି ଫେସ୍ କଭର୍କୁ ବ୍ୟବହାର କରନ୍ତୁ ନାହିଁ |
| 02:10 | ନିଜେ ବ୍ୟବହାର କରୁଥିବା ଫେସ୍ କଭର୍କୁ ଅନ୍ୟ କାହାକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ |
| 02:14 | ପ୍ରତ୍ୟେକଙ୍କଠାରୁ ଅତି କମରେ 2 ମିଟରର ସାମାଜିକ ବ୍ୟବଧାନରେ ରୁହନ୍ତୁ |
| 02:21 | ବାରମ୍ବାର ହାତକୁ ସାବୁନରେ 40 ସେକେଣ୍ଡ ପର୍ଯ୍ୟନ୍ତ ଧୁଅନ୍ତୁ |
| 02:26 | ବର୍ତ୍ତମାନ ଆମେ ଘରେ ଗୋଟିଏ ପୁନଃବ୍ୟବହାର ଯୋଗ୍ୟ ଫେସ୍ କଭର୍ର ସହଜ ପ୍ରସ୍ତୁତ ପ୍ରଣାଳୀ ବିଷୟରେ ଜାଣିବା |
| 02:33 | ଘରେ ସହଜରେ ଉପଲବ୍ଧ ହେଉଥିବା ସୂତା କପଡ଼ା ବ୍ୟବହାର କରି ଏହାକୁ ପ୍ରସ୍ତୁତ କରାଯାଇପାରିବ |
| 02:38 | ପ୍ରସ୍ତୁତ କରିବା ସମୟରେ ଏହା ଦ୍ଵାରା ପାଟି ଓ ନାକ ଯେପରି ଢାଙ୍କି ହେଉଥିବ, ତାହା ସୁନିଶ୍ଚିତ କରନ୍ତୁ |
| 02:44 | ଜଣେ ଏହାକୁ ସହଜରେ ମୁହଁରେ ବାନ୍ଧିବା ପାଇଁ ସକ୍ଷମ ହେଉଥିବା ଉଚିତ |
| 02:49 | ଘର ତିଆରି ଫେସ୍ କଭର୍କୁ ସହଜରେ ସିଲେଇ ମେଶିନ୍ ସାହାଯ୍ୟରେ ଓ ମେଶିନ୍ ବିନା ପ୍ରସ୍ତୁତ କରାଯାଇପାରିବ |
| 02:55 | ପ୍ରଥମେ ଗୋଟିଏ ସିଲେଇ ମେସିନ୍ ସାହାଯ୍ୟରେ କିପରି ଗୋଟିଏ ସୁରକ୍ଷାତ୍ମକ ଫେସ୍ କଭର୍ ପ୍ରସ୍ତୁତ କରାଯାଏ, ଚାଲନ୍ତୁ ଦେଖିବା |
| 03:02 | ଏଥିପାଇଁ ଗୋଟିଏ 100% ସୂତା କପଡ଼ା ଆବଶ୍ୟକ |
| 03:06 | କପଡ଼ା ଯେକୌଣସି ରଙ୍ଗର ହୋଇଥିଲେ ମଧ୍ୟ ଚଳିବ |
| 03:10 | ପ୍ରସ୍ତୁତ କରିବା ପୂର୍ବରୁ କପଡ଼ାକୁ ଭଲ ଭାବରେ ସଫା କରନ୍ତୁ |
| 03:13 | ଏବଂ ଏହାକୁ 5 ମିନିଟ ପର୍ଯ୍ୟନ୍ତ ଲୁଣ ପାଣିରେ ଫୁଟାନ୍ତୁ |
| 03:17 | କପଡ଼ାକୁ ଭଲ ଭାବରେ ଶୁଖାନ୍ତୁ ଏବଂ ତା’ପରେ ବ୍ୟବହାର କରନ୍ତୁ |
| 03:21 | ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ହେଉଛି: |
| 03:23 | ଚାରିଖଣ୍ଡ କପଡ଼ା |
| 03:26 | କଇଁଚି
ଏବଂ ଗୋଟିଏ ସିଲେଇ ମେଶିନ୍ |
| 03:29 | ଗୋଟିଏ ସୁରକ୍ଷାତ୍ମକ ଫେସ୍ କଭର୍ ପ୍ରସ୍ତୁତ ପ୍ରଣାଳୀକୁ ମୁଁ ବର୍ଣନା କରିବି |
| 03:34 | ଫେସ୍ କଭର୍ ପାଇଁ କପଡ଼ା କାଟିବାରୁ ଆରମ୍ଭ କରନ୍ତୁ |
| 03:39 | ବୟସ୍ଲଙ୍କ ପାଇଁ ଏହାର ଆକାର 9 ଇଞ୍ଚ x 7 ଇଞ୍ଚ ହେବା ଆବଶ୍ୟକ |
| 03:44 | ଗୋଟିଏ ଛୋଟ ପିଲା ପାଇଁ ଏହାର ଆକାର 7 ଇଞ୍ଚ x 5 ଇଞ୍ଚ ହେବା ଆବଶ୍ୟକ |
| 03:50 | ବର୍ତ୍ତମାନ କପଡ଼ାଗୁଡ଼ିକୁ କାଟନ୍ତୁ |
| 03:53 | ବୟସ୍କଙ୍କ ଫେସ୍ କଭର୍ ପାଇଁ 4 ଖଣ୍ଡ କପଡ଼ା କାଟନ୍ତୁ, ଯାହାକୁ ବନ୍ଧାଯିବ ଓ ପାଇପିଂ କରାଯିବ |
| 03:59 | ଦୁଇ ଖଣ୍ଡ, ପ୍ରତ୍ୟେକର ଆକାର 1.5 ଇଞ୍ଚ x 5 ଇଞ୍ଚ ହେବା ଆବଶ୍ୟକ |
| 04:05 | 1.5 ଇଞ୍ଚ x 40 ଇଞ୍ଚ ଆକାରର ମଧ୍ୟ ଦୁଇଖଣ୍ଡ ଆବଶ୍ୟକ |
| 04:11 | ପାଇପିଂ ଭାବେ ବ୍ୟବହାର ହେବା ପାଇଁ ଗୋଟିଏ 1.5 ଇଞ୍ଚ x 5 ଇଞ୍ଚର ଗୋଟିଏ କପଡ଼ା ଖଣ୍ଡକୁ କଭର୍ ହେବାକୁ ଥିବା କପଡ଼ାର ଗୋଟିଏ ପ୍ରାନ୍ତରେ ସିଲେଇ କରନ୍ତୁ |
| 04:19 | କପଡ଼ାକୁ 1.5 ଇଞ୍ଚ ବ୍ୟବଧାନରେ ଫୋଲ୍ଡ କରି ତଲମୁହାଁ କରି 3ଟି ପ୍ଲିଟ୍ ତିଆରି କରନ୍ତୁ |
| 04:28 | ପ୍କିଟ୍ କରାଯାଇଥିବା କପଡ଼ାର ଅନ୍ୟ ପଟେ ପ୍ଲିଟ୍ କରିବା ପାଇଁ ଉପରୋକ୍ତ ପଦାଙ୍କଗୁଡ଼ିକର ପୁନରାବୃତ୍ତି କରନ୍ତୁ |
| 04:34 | ବର୍ତ୍ତମାନ କପଡ଼ାର ଉଚ୍ଚତା 9 ଇଞ୍ଚରୁ 5 ଇଞ୍ଚକୁ ହ୍ରାସ ପାଇବ |
| 04:42 | ଉଭୟ ପଟରେ ପାଇପିଂ କରି ପ୍ଲିଟ୍ଗୁଡ଼ିକୁ ସୁରକ୍ଷିତ କରନ୍ତୁ |
| 04:46 | ସମସ୍ତ ପ୍ଲିଟ୍ ଗୁଡ଼ିକୁ ତଳମୁହାଁ କରି ରଖିବା ଉପରେ ଅଧିକ ଧ୍ୟାନ ଦିଅନ୍ତୁ |
| 04:51 | ତା’ପରେ 40 ଇଞ୍ଚ ଲମ୍ବା ବିଶିଷ୍ଟ କପଡ଼ା ଖଣ୍ଡକୁ ଫେସ୍ କଭର୍ର ଉପରେ ଓ ତଳେ ଯୋଡ଼ନ୍ତୁ |
| 04:59 | ପୁନର୍ବାର ଉଭୟ କପଡ଼ା ଖଣ୍ଡକୁ ତିନିଥର ଫୋଲ୍ଡ କରନ୍ତୁ ଏବଂ ସିଲେଇ କରନ୍ତୁ |
| 05:05 | ଆପଣଙ୍କ ଫେସ୍ କଭର୍ ବର୍ତ୍ତମାନ ବ୍ୟବହାର ପାଇଁ ପ୍ରସ୍ତୁତ ଅଟେ |
| 05:09 | ଏହାକୁ ପିନ୍ଧିବା ସମୟରେ ଫେସ୍ କଭର୍ ଓ ଆପଣଙ୍କ ମୁହଁ ମଧ୍ୟରେ ଶୂନ୍ୟ ସ୍ଥାନ ରହିବା ଉଚିତ ନୁହେଁ |
| 05:15 | ଆପଣଙ୍କ ଆଡ଼କୁ ଥିବା ପାର୍ଶ୍ଵରେ ପ୍ଲିଟ୍ଗୁଡ଼ିକ ତଳମୁହାଁ ହୋଇଥିବା ଆବଶ୍ୟକ |
| 05:21 | ପୁନର୍ବାର ବ୍ୟବହାର କରିବା ପାଇଁ ଫେସ୍ କଭର୍କୁ କଦାପି ଓଲଟାନ୍ତୁ ନାହିଁ |
| 05:24 | ଏବଂ ପ୍ରତ୍ୟେକ ଥର ବ୍ୟବହାର କରିବା ପରେ ଏହାକୁ ଭଲ ଭାବରେ ସଫା କରନ୍ତୁ |
| 05:28 | ଆପଣ ନିଜର ମୁହଁ କିମ୍ବା ଆଖିକୁ ଛୁଇଁବା ଉଚିତ ନୁହେଁ |
| 05:31 | ଘରେ ପହଞ୍ଚିବା ପରେ ନିଜ ହାତକୁ ଭଲ ଭାବରେ ସଫା କରନ୍ତୁ |
| 05:35 | ବର୍ତ୍ତମାନ ବିନା ସିଲେଇ ମେଶିନ୍ରେ କିପରି ଗୋଟିଏ ଫେସ୍ କଭର୍ ପ୍ରସ୍ତୁତ କରାଯାଏ, ଚାଲନ୍ତୁ ଦେଖିବା |
| 05:41 | ଆବଶ୍ୟକ ଜିନିଷ:
100% ସୂତା ଜିନିଷ କିମ୍ବା ପୁରୁଷ ଲୋକଙ୍କର ସୂତା ରୁମାଲ |
| 05:47 | ଏବଂ 2ଟି ରବର୍ ବ୍ୟାଣ୍ଡ |
| 05:50 | ବର୍ତ୍ତମାନ ମୁଁ ସୁରକ୍ଷାତ୍ମକ ଫେସ୍ କଭର୍ ପ୍ରସ୍ତୁତ ପ୍ରଣାଳୀ ବିଷୟରେ ବର୍ଣ୍ଣନା କରିବି |
| 05:55 | ରୁମାଲକୁ ଗୋଟିଏ କଡ଼ରୁ ଏବଂ ମଧ୍ୟ ଭାଗରୁ ସାମାନ୍ୟ ଉପରକୁ ଫୋଲ୍ଡ କରନ୍ତୁ |
| 06:01 | ବର୍ତ୍ତମାନ ଅନ୍ୟ ଧାରକୁ ପ୍ରଥମ ଫୋଲ୍ଡର ଉପର ପର୍ଯ୍ୟନ୍ତ ଫୋଲ୍ଡ କରନ୍ତୁ |
| 06:07 | ଏହାକୁ ପୁନର୍ବାର ମଝିରୁ ସମାନ ଭାବରେ ଫୋଲ୍ଡ କରନ୍ତୁ |
| 06:11 | ଗୋଟିଏ ରବର୍ ବ୍ୟାଣ୍ଡକୁ କପଡ଼ାର ବାମ କଡ଼ରେ ବାନ୍ଧନ୍ତୁ |
| 06:15 | ବର୍ତ୍ତମାନ ଅନ୍ୟ କଡ଼ରେ ଆଉ ଗୋଟିଏ ରବର୍ ବ୍ୟାଣ୍ଡ ବାନ୍ଧନ୍ତୁ |
| 06:20 | ଦୁଇଟି ରବର୍ ବ୍ୟାଣ୍ଡର ମଧ୍ୟ ଭାଗ ଯଥେଷ୍ଟ ବଡ଼ ଥିବା ସୁନିଶ୍ଚିତ କରନ୍ତୁ |
| 06:25 | ଏହା ଆପଣଙ୍କର ପାଟି ଓ ନାକକୁ ଘୋଡ଼ାଇବାରେ ସାହାଯ୍ୟ କରିବ |
| 06:30 | ରବର୍ ବନ୍ଧା ଯାଇଥିବା ପାର୍ଶ୍ଵରେ କପଡ଼ାର ଗୋଟିଏ ଧାରକୁ ଏହା ଉପରେ ଫୋଲ୍ଡ କରନ୍ତୁ |
| 06:36 | ଏହାକୁ ଉଭୟ ପାର୍ଶ୍ଵ ପାଇଁ କରନ୍ତୁ |
| 06:38 | ବର୍ତ୍ତମାନ ଗୋଟିଏ ଫୋଲ୍ଡକୁ ଅନ୍ୟ ଫୋଲ୍ଡ ମଧ୍ୟରେ ରଖନ୍ତୁ |
| 06:43 | ଆପଣଙ୍କ ଫେସ୍ କଭର୍ ବର୍ତ୍ତମାନ ବ୍ୟବହାର ପାଇଁ ପ୍ରସ୍ତୁତ ଅଟେ |
| 06:47 | ଏହି ଫେସ୍ କଭର୍କୁ ବ୍ୟବହାର କରିବା ପାଇଁ ପ୍ରତ୍ୟେକ ରବର୍ ବ୍ୟାଣ୍ଡକୁ କେବଳ ନିଜର କାନଗୁଡ଼ିକରେ ଗୁଡ଼ାଇବା ଆବଶ୍ୟକ |
| 06:53 | ପୂର୍ବରୁ କୁହାଯାଇଥିବା ଭଳି ଫେସ୍ କଭର୍ ଦ୍ଵାରା ଆପଣଙ୍କ ପାଟି ଓ ନାକ ଘୋଡ଼ାଇ ହେଉଛି ବୋଲି ନିଶ୍ଚିତ କରନ୍ତୁ |
| 07:00 | ସେଗୁଡ଼ିକ ମଧ୍ୟରେ ଶୂନ୍ୟ ସ୍ଥାନ ରହିବା ଉଚିତ ନୁହେଁ |
| 07:04 | ଘର ତିଆରି ସୁରକ୍ଷାତ୍ମକ ଫେସ୍ କଭର୍ ପିନ୍ଧିବା ପୂର୍ବରୁ ସାବଧାନତାଗୁଡ଼ିକୁ ଅନୁସରଣ କରନ୍ତୁ |
| 07:10 | ଫେସ୍ କଭର୍ ପିନ୍ଧିବା ପୂର୍ବରୁ ହାତଗୁଡ଼ିକୁ ଭଲ ଭାବରେ ଧୁଅନ୍ତୁ |
| 07:14 | ଫେସ୍ କଭର୍ ଆର୍ଦ୍ର ହେବା କ୍ଷଣି ଏହାକୁ ସାଙ୍ଗେ ସାଙ୍ଗେ ବଦଳାଇ ଦିଅନ୍ତୁ |
| 07:21 | ଫେସ୍ କଭର୍ ଥରେ ବ୍ୟବହାର ହୋଇ ସାରିବା ପରେ ପୁନର୍ବାର ବ୍ୟବହାର କରିବା ପାଇଁ ଏହାକୁ ସଫା କରନ୍ତୁ |
| 07:27 | ପରିବାରର ପ୍ରତ୍ୟେକ ସଦସ୍ୟ ନିଜ ନିଜର ଫେସ୍ କଭର୍ ବ୍ୟବହାର କରିବା ଉଚିତ |
| 07:32 | କାଢ଼ିବା ସମୟରେ ଫେସ୍ କଭର୍ର ସାମ୍ନା ଭାଗକୁ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଛୁଇଁବା ଉଚିତ ନୁହେଁ |
| 07:38 | ଏହାକୁ କେବଳ ପଛରେ ଲାଗିଥିବା ଡୋର କିମ୍ବା ରବର୍ ବ୍ୟାଣ୍ଡ ଦ୍ଵାରା କାଢନ୍ତୁ |
| 07:43 | ଡୋର ଲାଗିଥିବା ଫେସ୍ କଭର୍ ପାଇଁ ପ୍ରଥମେ ନିମ୍ନ ଭାଗର ଏବଂ ତା’ପରେ ଉପର ଭାଗର ଡୋରକୁ ଖୋଲନ୍ତୁ |
| 07:51 | କାଢ଼ିବା ପରେ ତୁରନ୍ତ ନିଜ ହାତକୁ ସାବୁନ୍ ଓ ପାଣି ସାହାଯ୍ୟରେ 40 ସେକେଣ୍ଡ ପର୍ଯ୍ୟନ୍ତ ଧୁଅନ୍ତୁ |
| 07:58 | ଆପଣ 65% ଆଲକୋହଲ୍ ଥିବା ହ୍ୟାଣ୍ଡ ସାନିଟାଇଜର୍ ମଧ୍ୟ ବ୍ୟବହାର କରିପାରିବେ |
| 08:04 | ବର୍ତ୍ତମାନ ଫେସ୍ କଭର୍କୁ କିପରି ସଠିକ ଭାବରେ ସାନିଟାଇଜ୍ କରିବେ, ମୁଁ ସେ ବିଷୟରେ କହିବି |
| 08:09 | ଦୟାକରି ବାଧ୍ୟତାମୂଳକ ଭାବରେ ଉପାୟର ଅନୁସରଣ କରନ୍ତୁ |
| 08:12 | ଫେସ୍ କଭର୍କୁ ସାବୁନ୍ ଓ ଉଷୁମ ପାଣି ସାହାଯ୍ୟରେ ଭଲ ଭାବରେ ସଫା କରନ୍ତୁ |
| 08:17 | ଏହାକୁ ଅତି କମରେ 5 ଘଣ୍ଟା ପର୍ଯ୍ୟନ୍ତ ଖରାରେ ଶୁଖାନ୍ତୁ |
| 08:21 | ଏହା ବ୍ୟତିତ ସାନିଟାଇଜ୍ କରିବା ପାଇଁ ଆପଣ ଗୋଟିଏ ପ୍ରେସର୍ କୁକର୍ ବ୍ୟବହାର କରିପାରିବେ |
| 08:25 | ପ୍ରେସର୍ କୁକର୍ରେ ଫେସ୍ କଭର୍କୁ ପାଣି ସହିତ ରଖନ୍ତୁ |
| 08:29 | ଲୁଣ ପକାନ୍ତୁ ଏବଂ ଅତି କମରେ 10 ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ |
| 08:33 | ତା’ପରେ ଏହାକୁ କାଢ଼ି ସଫା ସ୍ଥାନରେ ଶୁଖାନ୍ତୁ |
| 08:38 | ଆପଣ ଫେସ୍ କଭର୍କୁ ଗରମ ପାଣିରେ ମଧ୍ୟ 15 ମିନିଟ୍ ପର୍ଯ୍ୟନ୍ତ ସିଝାଇପାରିବେ |
| 08:44 | ଯଦି ଆପଣଙ୍କର ପ୍ରେସର୍ କୁକର୍ କିମ୍ବା ପାଣିକୁ ଫୁଟାଇବା ପାଇଁ ସୁବିଧା ନଥାଏ, ତେବେ ସାବୁନ୍ ବ୍ୟବହାର କରନ୍ତୁ |
| 08:51 | ସାବୁନ୍ରେ ଧୋଇ ସଫା କରନ୍ତୁ |
| 08:54 | ଏବଂ 5 ମିନିଟ୍ ପର୍ଯ୍ୟନ୍ତ ଫେସ୍ କଭର୍କୁ ଗରମ ରଖନ୍ତୁ |
| 08:59 | ଗରମ କରିବା ପାଇଁ ଆପଣ ଇସ୍ତ୍ରୀ ବ୍ୟବହାର କରିପାରିବେ |
| 09:04 | ଅତି କମରେ ଦୁଇଟି ଫେସ୍ କଭର୍ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆଯାଉଛି |
| 09:09 | ଆପଣ ଗୋଟିଏ ପିନ୍ଧିବା ସମୟରେ ଅନ୍ୟଟିକୁ ସଫା କରି ଶୁଖଯାଇପାରିବ |
| 09:13 | ବର୍ତ୍ତମାନ ଚାଲନ୍ତୁ ସଫା ଫେସ୍ କଭର୍କୁ ସାଇତି ରଖିବା ବିଷୟରେ ଜାଣିବା |
| 09:18 | ଯେକୌଣସି ଗୋଟିଏ ପ୍ଲାଷ୍ଟିକ୍ ବ୍ୟାଗକୁ ସାବୁନ୍ ଓ ପାଣି ଦ୍ଵାରା ଭଲ ଭାବରେ ସଫା କରନ୍ତୁ |
| 09:23 | ଏହାର ଉଭୟ ପଟକୁ ଭଲ ଭାବରେ ଶୁଖାନ୍ତୁ |
| 09:27 | ଅତିରିକ୍ତ ଫେସ୍ କଭର୍କୁ ଏହି ସଫା ବ୍ୟାଗ୍ ମଧ୍ୟରେ ରଖି ଭଲ ଭାବରେ ସିଲ୍ କରିଦିଅନ୍ତୁ |
| 09:32 | ବର୍ତ୍ତମାନ ଆପଣ ଦୈନିକ ଗୋଟିକ ପରେ ଗୋଟିଏ ବ୍ୟବହାର କରିପାରିବେ |
| 09:38 | ଏହା ଦ୍ଵାରା ଆମେ ଏହି ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆସିଯାଇଛେ |
| 09:41 | ଏହି ଟ୍ୟୁଟୋରିଆଲ୍ରେ ଯାହା ସବୁ ଶିଖିଲେ, ସେଗୁଡ଼ିକୁ ସାରାଂଶିତ କରନ୍ତୁ |
| 09:45 | କରୋନା ଭୂତାଣୁଠାରୁ ସୁରକ୍ଷିତ ରହିବା ପାଇଁ ସୁରକ୍ଷାତ୍ମକ ଫେସ୍ କଭର୍ର ଆବଶ୍ୟକତା ବିଷୟରେ ଆମେ ଜାଣିଲେ |
| 09:51 | ଆମେ ଜରୁରୀ ସତର୍କତା ବିଷୟରେ ମଧ୍ୟ ଜାଣିଲେ |
| 09:54 | ସ୍ଵାସ୍ଥ୍ୟ କର୍ମୀମାନେ ଘର ତିଆରି ଫେସ୍ କଭର୍ ବ୍ୟବହାର କରିବା ଉଚିତ ନୁହେଁ |
| 09:59 | COVID-19 ରୋଗୀଙ୍କ ସମ୍ପର୍କରେ ଆସୁଥିବା ଲୋକମାନେ ମଧ୍ୟ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ |
| 10:05 | COVID-19 ରୋଗୀମାନେ ମଧ୍ୟ ଏହି ଫେସ୍ କଭର୍ଗୁଡ଼ିକୁ ବ୍ୟବହାର କରିବା ଉଚିତ ନୁହେଁ |
| 10:10 | ସେମାନେ ସମସ୍ତେ ନିଶ୍ଚିତ ରୂପେ ନିର୍ଦ୍ଦିଷ୍ଟ ସୁରକ୍ଷାତ୍ମକ ଗିଅର୍ ପିନ୍ଧିବା ବାଧ୍ୟତାମୂଳକ ଅଟେ |
| 10:15 | ଆମେ ସୁରକ୍ଷାତ୍ମକ ସାବଧାନତାଗୁଡ଼ିକ ବିଷୟରେ ମଧ୍ୟ ଜାଣିବା ଆବଶ୍ୟକ |
| 10:19 | ଘର ତିଆରି ଫେସ୍ କଭର୍ଗୁଡ଼ିକ ଦ୍ଵାରା ସମ୍ପୂର୍ଣ୍ଣ ସୁରକ୍ଷା ମିଳେ ନାହିଁ |
| 10:23 | ଗୋଟିଏ ଫେସ୍ କଭର୍କୁ ସଫା ନକରି କିମ୍ବା ଅନ୍ୟ କେହି ବ୍ୟବହାର କରିବା ଉଚିତ ନୁହେଁ |
| 10:29 | ବାଧ୍ୟତାମୂଳକ ଭାବେ ଅତି କମରେ 2 ମିଟରର ସାମାଜିକ ଦୂରତା ବଜାୟ ରଖନ୍ତୁ |
| 10:34 | ହାତକୁ ବାରମ୍ବାର ସାବୁନ୍ ଦ୍ଵାରା 40 ସେକେଣ୍ଡ ପର୍ଯ୍ୟନ୍ତ ଧୁଅନ୍ତୁ |
| 10:39 | ସିଲେଇ ମେଶିନ୍ ସାହାଯ୍ୟରେ ଏବଂ ସିଲେଇ ମେଶିନ୍ ବିନା ଗୋଟିଏ ଫେସ୍ କଭର୍ ପ୍ରସ୍ତୁତ ପ୍ରଣାଳୀ ମଧ୍ୟ ଆମେ ଶିଖିଲୁ |
| 10:45 | ସୁରକ୍ଷାତ୍ମକ ଫେସ୍ କଭର୍କୁ ପିନ୍ଧିବା ପୂର୍ବରୁ ଏବଂ କାଢ଼ିବା ସମୟରେ ଅନୁସରଣ କରିବାକୁ ଥିବା ସାବଧାନତାଗୁଡ଼ିକ |
| 10:51 | ଏବଂ ଫେସ୍ କଭର୍ଗୁଡ଼ିକୁ ସାନିଟାଇଜ୍ କରିବା ଓ ସାଇତି ରଖିବାର ସଠିକ ଉପାୟ ବିଷୟରେ ଆମେ ଜାଣିଲୁ |