Arduino/C3/Interfacing-LCD-through-AVR-GCC-programming/Oriya
Time | Narration |
00:01 | Interfacing LCD through AVR-GCC programming ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:09 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
Arduino Boardରେ ଗୋଟିଏ LCD ଇଣ୍ଟର୍ଫେସ୍ କରିବା, LCDରେ ଗୋଟିଏ ଡିଜିଟ୍ ପ୍ରଦର୍ଶିତ କରାଇବା ପାଇଁ ଏକ AVR-GCC ପ୍ରୋଗ୍ରାମ୍ ଲେଖିବା |
00:22 | ଏହି ଶୃଙ୍ଖଳାକୁ ଅନୁସରଣ କରିବା ପାଇଁ, ଆପଣଙ୍କର ନିମ୍ନଲିଖିତ ଉପରେ ମୌଳିକ ଜ୍ଞାନ ଥିବା ଉଚିତ:
ଇଲେକ୍ଟ୍ରୋନିକ୍ସ C Programming ଓ AVR-GCC |
00:34 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:
Arduino UNO Board Ubuntu Linux Operating System ଭର୍ସନ୍ 14.04. |
00:47 | ଆମକୁ କିଛି ଏକ୍ସଟର୍ନଲ୍ ଡିଭାଇସ୍ ମଧ୍ୟ ଦରକାର ହେବ, ଯେପରି:
BreadBoard, LCD 16 by 2 Arduino UNO Board |
01:00 | Potentiometer,
Jumper Wires ଓ Pin Headers |
01:07 | ଏହି ପ୍ରୟୋଗରେ ଆମେ 16 by 2 LCD ବ୍ୟବହାର କରିବା.
LCD ବିଷୟରେ ଜାଣିବା ପାଇଁ ଏହି ଦୟାକରି ଶୃଙ୍ଖଳାର ବେସିକ୍ ଲେଭଲ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ |
01:20 | LCD ସହ Arduino Pins କନେକ୍ଟ କରିବା ପାଇଁ ପ୍ରଦତ୍ତ ଟେବଲ୍ ବ୍ୟବହାର କରନ୍ତୁ |
01:26 | ଏହି ଟ୍ୟୁଟୋରିଆଲର Additional Reading Material ଲିଙ୍କରେ ଏହି ଟେବଲ୍ ଉପଲବ୍ଧ ଅଛି. |
01:32 | ଏହା ହେଉଛି “ସର୍କିଟ୍” କନେକ୍ସନ୍ |
01:35 | LCDର Pin 1 ସହ Potentiometerର ଗୋଟିଏ ଏକ୍ସଟ୍ରିମ୍ ଲିଡ୍ କନେକ୍ଟ କରନ୍ତୁ |
01:42 | LCDର Pin 2 ସହ ଅନ୍ୟ ଏକ୍ସଟ୍ରିମ୍ ଏଣ୍ଡ୍ କନେକ୍ଟ ହୋଇଛି.
LCDର Pin 3 ସହ ଅନ୍ୟ Middle Pin କନେକ୍ଟ ହୋଇଛି. |
01:53 | ଏହା ହେଉଛି କନେକ୍ସନ୍ର ଲାଇଭ୍ ସେଟ ଅପ୍ |
01:58 | ଏବେ ଆମେ, LCDରେ ଡିଜିଟ୍ 5 ପ୍ରଦର୍ଶିତ କରାଇବା ପାଇଁ ଏକ AVR-GCC ପ୍ରୋଗ୍ରାମ୍ ଲେଖିବା |
02:05 | ଯେକୌଣସି Text Editor ଖୋଲି ନିମ୍ନଲିଖିତ ଟାଇପ୍ କରନ୍ତୁ |
02:09 | ଇନପୁଟ୍ ଓ ଆଉଟପୁଟ୍ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ସମସ୍ତ ମୌଳିକ Libraries, avr ସ୍ଲାଶ୍ io ଡଟ୍ hରେ ରହିଛି |
02:19 | Delay Function ପାଇଁ util ସ୍ଲାଶ୍ delay ଡଟ୍ hରେ Libraries ରହିଥାଏ |
02:26 | ଭେରିଏବଲ୍ ପ୍ରକାର ଓ ସାଧାରଣ ଭାବେ ବ୍ୟବହୃତ ଫଙ୍କଶନ୍ଗୁଡ଼ିକୁ ପରିଭାଷିତ କରିବା ପାଇଁ Librariesରେ stdlib.h ରହିଥାଏ |
02:36 | ClearBit(x comma y) ହେଉଛି cbi(x comma y) ସହ ସମାନ. PORTxର yth bit ଖାଲି କରିବା ପାଇଁ ଏହା ବ୍ୟବହୃତ ହୋଇଥାଏ |
02:47 | SetBit(x comma y) ହେଉଛି sbi(x comma y) ସହ ସମାନ. PORTxର yth bit ସେଟ୍ କରିବା ପାଇଁ ଏହା ବ୍ୟବହୃତ ହୋଇଥାଏ |
02:58 | ହାଶ୍ Define ବ୍ୟବହାର କରି ନାମଗୁଡ଼ିକ ସହିତ LCDର ସମସ୍ତ ନ୍ୟୁମରିକଲ୍ Pins ବଦଳ କରାଯାଇଛି |
03:05 | ପ୍ରୋଗ୍ରାମ୍କୁ ସହଜରେ ବୁଝିବା ପାଇଁ ଏହା କରାଯାଇଛି |
03:10 | LCDର Enable Pinକୁ ଟୋଗଲ୍ କରିବା ପାଇଁ PulseEnableLineକୁ ବ୍ୟବହାର କରାଯାଇଥାଏ |
03:17 | ମଝିରେ ଏକ Delay ସହିତ SetBitକୁ “ହାଇ” ଓ Clearbitକୁ “ଲୋ”ରେ ସେଟ୍ କରାଯିବ |
03:25 | PORTBକୁ ଏକ nibbleର ଡେଟା ପଠାଇବା ପାଇଁ SendNibble ଫଙ୍କଶନ୍ ବ୍ୟବହାର କରାଯାଇଥାଏ |
03:33 | PORTBକୁ ଏକ byteର ଡେଟା ପଠାଇବା ପାଇଁ SendByte ଫଙ୍କଶନ୍ ବ୍ୟବହାର କରାଯାଇଥାଏ |
03:40 | LCDକୁ ଗୋଟିଏ “କମାଣ୍ଡ” ପଠାଇବା ପାଇଁ LCD ଅଣ୍ଡରସ୍କୋର୍ Cmd ଫଙ୍କଶନ୍ ବ୍ୟବହୃତ ହୋଇଥାଏ |
03:47 | LCDକୁ ଗୋଟିଏ Character Data ପଠାଇବା ପାଇଁ LCD ଅଣ୍ଡରସ୍କୋର୍ Char ଫଙ୍କଶନ୍ ବ୍ୟବହୃତ ହୋଇଥାଏ |
03:55 | LCDକୁ “ଇନିଶିଆଲାଇଜ୍” କରିବା ପାଇଁ LCD ଅଣ୍ଡରସ୍କୋର୍ Init ଫଙ୍କଶନ୍ ବ୍ୟବହୃତ ହୋଇଥାଏ |
04:02 | Displayକୁ ଖାଲି କରିବା ପାଇଁ LCD ଅଣ୍ଡରସ୍କୋର୍ Clear ଫଙ୍କଶନ୍ ବ୍ୟବହୃତ ହୋଇଥାଏ |
04:09 | LCDରେ ପ୍ରଦର୍ଶିତ କରିବା ପାଇଁ Dataର ଏକ String ପଠାଇବାକୁ LCD ଅଣ୍ଡରସ୍କୋର୍ Message ଫଙ୍କଶନ୍ ବ୍ୟବହୃତ ହୋଇଥାଏ |
04:18 | LCDକୁ ଗୋଟିଏ Integer Data ପଠାଇବା ପାଇଁ LCD ଅଣ୍ଡରସ୍କୋର୍ Integer ଫଙ୍କଶନ୍ ବ୍ୟବହୃତ ହୋଇଥାଏ |
04:27 | ଏହା ହେଉଛି ମୁଖ୍ୟ ଫଙ୍କଶନ୍, ଯେଉଁଠାରେ ପ୍ରଦର୍ଶିତ ହେବା ପାଇଁ ଆମେ ଭାଲ୍ୟୁ 5କୁ ପାସ୍ କରୁ |
04:33 | ଏହି ଟ୍ୟୁଟୋରିଆଲର "କୋଡ୍ ଫାଇଲ୍ସ” ଲିଙ୍କରେ ଏହି କୋଡ୍ ଉପଲବ୍ଧ. ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ |
04:41 | Downloads ଫୋଲ୍ଡର୍ରେ କୋଡ୍ କୁ lcdc ଫାଇଲ୍ ଭାବେ ସେଭ୍ କରନ୍ତୁ.
ସେହି ଫୋଲ୍ଡର୍ରେ Makefile ଥିବାର ମଧ୍ୟ ସୁନିଶ୍ଚିତ କରନ୍ତୁ |
04:53 | ଟର୍ମିନଲ୍କୁ ଯାଆନ୍ତୁ. |
04:56 | lcd.c ଫାଇଲ୍ ସେଭ୍ କରାଯାଇଥିବା ଫୋଲ୍ଡର୍ କୁ ଯାଆନ୍ତୁ.
Category Nameରେ ଟାଇପ୍ କରନ୍ତୁ: make ସ୍ପେସ୍ କ୍ୟାପିଟଲ୍ ରେ FNAME equals to (=) lcd ଓ Enter ଦାବନ୍ତୁ. |
05:12 | ଏହି କମାଣ୍ଡ୍ ଗୋଟିଏ .hex ଫାଇଲ୍ ତିଆରି କରି Arduinoରେ ଅପଲୋଡ୍ କରିଥାଏ |
05:18 | ଏବେ ଦେଖନ୍ତୁ, LCDରେ ଡିଜିଟ୍ 5 ପ୍ରଦର୍ଶିତ ହେଉଛି |
05:25 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
05:31 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :-
Arduino Boardରେ ଗୋଟିଏ LCD ଇଣ୍ଟର୍ଫେସ୍ କରିବା ଏବଂ LCDରେ ଗୋଟିଏ ଡିଜିଟ୍ ପ୍ରଦର୍ଶିତ କରାଇବା ପାଇଁ ଏକ AVR-GCC ପ୍ରୋଗ୍ରାମ୍ ଲେଖିବା |
05:43 | ଏକ ଆସାଇନମେଣ୍ଟ ଭାବେ-
0 ରୁ 9 ପର୍ଯ୍ୟନ୍ତ ଯେକୌଣସି ଡିଜିଟ୍ ପ୍ରଦର୍ଶିତ କରିବା ପାଇଁ ଉପରୋକ୍ତ କୋଡ୍କୁ ସଂଶୋଧନ କରନ୍ତୁ. ଗୋଟିଏ Counter ନିର୍ମାଣ କରିବା ପାଇଁ ଉପରୋକ୍ତ କୋଡ୍କୁ ସଂଶୋଧନ କରନ୍ତୁ, ଯାହା 0-9 ପର୍ଯ୍ୟନ୍ତ ଗଣନା କରିବ |
05:57 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
06:05 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
06:15 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
06:19 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ. |
06:29 | IIT Bombay ତରଫରୁ
ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |