Moodle-Learning-Management-System/C2/Formatting-Course-material-in-Moodle/Oriya
Time | Narration |
00:01 | Moodleରେ Formatting course material ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ
Moodleରେ ଥିବା Resources ଅତିରିକ୍ତ course materialକୁ ଯୋଡ଼ିବା ଡିଫଲ୍ଟ text editorରେ ଥିବା Formatting ବିକଳ୍ପଗୁଡ଼ିକ ବିଷୟରେ ଶିଖିବା |
00:21 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ
Ubuntu Linux OS 16.04, XAMPP 5.6.30 ମାଧ୍ୟମରେ ପ୍ରାପ୍ତ Apache, MariaDB ଓ PHP Moodle 3.3 ଓ Firefox ୱେବ୍ ବ୍ରାଉଜର୍ ବ୍ୟବହାର କରାଯାଉଛି ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
00:48 | ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ |
00:56 | ଏହି ଟ୍ୟୁଟୋରିଆଲରେ ଆପଣଙ୍କ site administrator ଆପଣଙ୍କୁ ଜଣେ teacher ଭାବେ ପଞ୍ଜୀକୃତ କରିଛନ୍ତି ଏବଂ ଆପଣଙ୍କୁ ଅତିକମରେ ଗୋଟିଏ କୋର୍ସ ଆସାଇନ୍ କରାଯାଇଥିବା ଗ୍ରହଣ କରାଯାଇଛି |
01:06 | ଏହି ଟ୍ୟୁଟୋରିଆଲ୍ ଶିଖୁଥିବା ଶିକ୍ଷାର୍ଥୀମାନଙ୍କର Moodleରେ ଗୋଟିଏ teacher login ଥିବା ଆବଶ୍ୟକ
Administratorଙ୍କ ଦ୍ଵାରା ସେମାନଙ୍କୁ ଅତି କମରେ ଗୋଟିଏ course ଆସାଇନ୍ କରାଯିବା ଆବଶ୍ୟକ ଏବଂ ସେମାନଙ୍କୁ ଦିଆଯାଇଥିବା କୋର୍ସ ସମ୍ବନ୍ଧିତ କିଛି ସାମଗ୍ରୀ ଅପଲୋଡ୍ କରାଯାଇଛି |
01:21 | ଯଦି ନାହିଁ, ତେବେ ଦୟାକରି ଏହି ୱେବସାଇଟ୍ରେ ଥିବା ପ୍ରଯୋଜ୍ୟ Moodle ଟ୍ୟୁଟୋରିଆଲଗୁଡ଼ିକୁ ରେଫର୍ କରନ୍ତୁ |
01:27 | ବ୍ରାଉଜର୍କୁ ଫେରିଆସିବା ସହିତ ନିଜର Moodle siteକୁ ଖୋଲନ୍ତୁ |
01:31 | ନିଜର teacher username ଓ password ଦ୍ଵାରା ଲଗ୍-ଇନ୍ କରନ୍ତୁ |
01:36 | ବର୍ତ୍ତମାନ ଆମେ teacher dashboardରେ ଅଛେ |
01:39 | ବାମ କଡ଼ରେ ଥିବା navigation menuର My Coursesରେ Calculus ଥିବା ଦେଖନ୍ତୁ |
01:45 | Calculus courseରେ କ୍ଲିକ୍ କରନ୍ତୁ |
01:48 | ଆମେ ପୂର୍ବରୁ announcements ଏବଂ କିଛି ସାଧାରଣ courseର ସମ୍ପୂର୍ଣ୍ଣ ବିବରଣୀ ଦେଇସାରିଛେ |
01:54 | ବର୍ତ୍ତମାନ ଆମେ କିଛି ଅତିରିକ୍ତ course material ଯୋଡ଼ିବା |
01:58 | Moodleରେ ଥିବା ସମସ୍ତ course materialକୁ Resources କୁହାଯାଏ.
ଏହି materialକୁ ଜଣେ ଶିକ୍ଷକ ଶିଖିବା ସମୟରେ ସହାୟକ ଭାବେ ବ୍ୟବହାର କରନ୍ତି |
02:09 | Resources, ନିଜ ପାଖରେ ଥିବା ଲେକଚର୍ ନୋଟ୍, ବହି କିମ୍ବା Wikipedia links ଭଳି କିଛି ବାହ୍ୟ ରିସୋର୍ସ ହୋଇପାରେ |
02:19 | ଚାଲନ୍ତୁ ଆରମ୍ଭ କରିବା.
ପେଜ୍ର ଉପର ଡାହାଣ କଡ଼ରେ ଥିବା gear ଆଇକନ୍ ଏବଂ ତା’ପରେ Turn Editing Onରେ କ୍ଲିକ୍ କରନ୍ତୁ |
02:29 | ଧ୍ୟାନ ଦିଅନ୍ତୁ ଯେ, courseରେ ଯେକୌଣସି ପରିବର୍ତ୍ତନ କରିବା ପାଇଁ ଆପଣଙ୍କୁ editing onକୁ ଚାଲୁ ରଖିବା ଦରକାର |
02:36 | Basic Calculus ବିଭାଗର ନିମ୍ନ ଡାହାଣ କଡ଼ରେ ଥିବା Add an activity or resource ଲିଙ୍କରେ କ୍ଲିକ୍ କରନ୍ତୁ |
02:44 | Resourcesର ତାଲିକା ଥିବା ଗୋଟିଏ ପପ୍-ଅପ୍ ଖୋଲିଯିବ |
02:48 | ତଲକୁ ସ୍କ୍ରୋଲ୍ କରନ୍ତୁ ଏବଂ ତାଲିକାରୁ Page ଚୟନ କରନ୍ତୁ. ଯେକୌଣସି resourceକୁ ଚୟନ କରିବା ଦ୍ଵାରା ଏହାର ଡାହାଣ କଡ଼ରେ ଏହା ବିଷୟରେ ଥିବା ସମ୍ପୂର୍ଣ୍ଣ ବିବରଣୀକୁ ପଢ଼ନ୍ତୁ |
03:01 | ପପ୍-ଅପ୍ ସ୍କ୍ରୀନ୍ର ନିମ୍ନ ଭାଗରେ ଥିବା Add ବଟନ୍ରେ କ୍ଲିକ୍ କରନ୍ତୁ |
03:06 | Name ଫିଲ୍ଡରେ Lecture 1 Notes ଟାଇପ୍ କରନ୍ତୁ |
03:12 | ତା’ପରେ Description ବକ୍ସରେ Involutes and construction of Involute of circle ଟାଇପ୍ କରନ୍ତୁ |
03:22 | Display description on course page ବିକଳ୍ପକୁ ଚେକ୍ କରନ୍ତୁ |
03:27 | Page Content ବକ୍ସକୁ ଦେଖିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ. BasicCalculus-Involutes.odt ଫାଇଲ୍ରୁ ଟେକ୍ସଟ୍ କପୀ ଓ ପେଷ୍ଟ କରନ୍ତୁ |
03:40 | ପରବର୍ତ୍ତୀ ସୋପାନରେ ଆମେ ଇମେଜ୍ ଅପଲୋଡ୍ କରିବା. ଏହି ଫାଇଲ୍, ଏହି ଟ୍ୟୁଟୋରିଆଲର Code Files ଲିଙ୍କରେ ଉପଲବ୍ଧ ଅଛି |
03:51 | ବର୍ତ୍ତମାନ ଏହି ଟେକ୍ସଟ୍କୁ format କରନ୍ତୁ. Menu widgetsକୁ ପ୍ରସାରିତ କରିବା ପାଇଁ editorର ଉପର ବାମ କଡ଼ରେ ଥିବା ଡାଉନ୍-ଆରୋରେ କ୍ଲିକ୍ କରନ୍ତୁ |
04:03 | ପ୍ରଦର୍ଶିତ ହେଲା ଭଳି ହେଡିଂଗୁଡ଼ିକୁ ଅଧିକ ପ୍ରୋମିନେଣ୍ଟ କରନ୍ତୁ |
04:07 | Text editorରେ ଥିବା ବିକଳ୍ପଗୁଡ଼ିକ ଅନ୍ୟ ଯେକୌଣସି ସାଧାରଣ text editorରେ ଥିବା ଭଳି ସମାନ ଅଟେ. ଏଠାରେ ଆମେ Bold, Italics, Unordered ଓ Ordered lists ବିକଳ୍ପଗୁଡ଼ିକୁ ଦେଖିପାରିବା |
04:24 | ଗୋଟିଏ ଟେକ୍ସଟ୍କୁ hyperlink ଓ unlink କରିବା ପାଇଁ ଥିବା ବିକଳ୍ପଗୁଡ଼ିକୁ ମଧ୍ୟ ଦେଖିବାକୁ ପାଇବେ |
04:30 | ଗୋଟିଏ ଇମେଜ୍କୁ ଯୋଡ଼ିବା ପାଇଁ ମଧ୍ୟ ବିକଳ୍ପ ଅଛି. ଟେକ୍ସଟ୍ Figure 1 shows the involute of a circle ପରେ ଗୋଟିଏ ଇମେଜ୍କୁ ଯୋଡ଼ନ୍ତୁ |
04:41 | ଇମେଜ୍ ପାଇଁ ସ୍ଥାନ ରଖିବା ସକାଶେ Enter ଦାବନ୍ତୁ. ତା’ପରେ Image ଆଇକନ୍ରେ କ୍ଲିକ୍ କରନ୍ତୁ |
04:48 | Image properties ଥିବା ୱିଣ୍ଡୋ ଦେଖା ଦେବ. ଯଦି ଆପଣ ଗୋଟିଏ external imageକୁ ଯୋଡ଼ିବାକୁ ଚାହାନ୍ତି, ତେବେ ଏଠାରେ ଆପଣ imageର URL ଦେଇପାରିବେ |
04:58 | ଗୋଟିଏ ଇମେଜ୍ ଅପଲୋଡ୍ କରିବା ପାଇଁ Browse Repositories ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:04 | File Picker ଟାଇଟଲ୍ ଥିବା ଗୋଟିଏ ପପ୍-ଅପ୍ ୱିଣ୍ଡୋ ଖୋଲିବ |
05:09 | Upload a file ଉପରେ କ୍ଲିକ୍ କରନ୍ତୁ. ତା’ପରେ Choose File କିମ୍ବା Browse ବଟନ୍ରେ କ୍ଲିକ୍ କରନ୍ତୁ ଏବଂ ନିଜ ମେସିନ୍ରେ ଥିବା ଫାଇଲ୍ ଚୟନ କରନ୍ତୁ |
05:19 | ଏହି image, Code Files ଲିଙ୍କରେ ମଧ୍ୟ ଉପଲବ୍ଧ ଅଛି. ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ |
05:26 | Upload this file ବଟନ୍ରେ କ୍ଲିକ୍ କରନ୍ତୁ |
05:29 | ବର୍ଣ୍ଣନା ପାଇଁ This is the involute of a circle ଟାଇପ୍ କରନ୍ତୁ |
05:36 | ଶେଷରେ ଇମେଜ୍ ଇନସର୍ଟ କରିବା ପାଇଁ Save image ବଟନ୍ରେ କ୍ଲିକ୍ କରନ୍ତୁ |
05:42 | ପରବର୍ତ୍ତୀ ବିକଳ୍ପ ଗୋଟିଏ mediaକୁ ଯୋଡ଼ିବା ପାଇଁ ଅଛି. ଏହା ଗୋଟିଏ URL, video କିମ୍ବା audio ଫାଇଲ୍ ହୋଇପାରେ. ପୁନର୍ବାର ଏହା ଗୋଟିଏ external URL ହୋଇପାରେ କିମ୍ବା ନିଜ ମେସିନ୍ରୁ ଅପଲୋଡ୍ କରାଯାଇପାରେ |
05:58 | ପରବର୍ତ୍ତୀ ବିକଳ୍ପ Manage Files ଅଟେ. ଏହା ଉପରେ କ୍ଲିକ୍ କରନ୍ତୁ |
06:04 | ଆପଣ ଚାହୁଁଥିବା ଫାଇଲ୍ ସେଟ୍କୁ ଷ୍ଟୋର୍ ଓ ଡିସପ୍ଲେ କରିବା ପାଇଁ Manage Files ବିକଳ୍ପ ଅଛି. ଏଥିରେ assignment submissions, resource files ଇତ୍ୟାଦି ସାମିଲ ହୋଇପାରେ |
06:17 | ଏହି courseରେ ଥିବା ଅନ୍ୟ ଯେକୌଣସି resource ଦ୍ଵାରା ଏଗୁଡ଼ିକୁ ବ୍ୟବହାର କରାଯାଇପାରିବ. ଧ୍ୟାନ ଦିଅନ୍ତୁ ଯେ, ଆମେ ବର୍ତ୍ତମାନ ଅପଲୋଡ୍ କରିଥିବା image ମଧ୍ୟ ଏଠାରେ ଉପସ୍ଥିତ ଅଛି |
06:27 | ଏହି ପପ୍-ଅପ୍ ବକ୍ସର ବାମ କଡ଼ରେ 3ଟି ଆଇକନ୍ ଅଛି |
06:32 | ପ୍ରଥମଟି File picker ଅଟେ. ଏହା ଉପରେ କ୍ଲିକ୍ କରନ୍ତୁ |
06:37 | Server files, recent files ଇତ୍ୟାଦି ଦେଖିବା ପାଇଁ ଏଥିରେ ବିକଳ୍ପଗୁଡ଼ିକ ଅଛି. Server files ହେଉଛି ସେହି ଫାଇଲ୍ ଯାହା, କୋର୍ସର ଅନ୍ୟ କୌଣସି ସ୍ଥାନରେ ବ୍ୟବହାର ହୋଇଥିବ ଏବଂ ପୁନଃ ବ୍ୟବହୃତ ହୋଇପାରିବ |
06:52 | X ଆଇକନ୍ ଉପରେ କ୍ଲିକ୍ କରି ବର୍ତ୍ତମାନ ଏହାକୁ ବନ୍ଦ କରନ୍ତୁ |
06:57 | ତା’ପରେ ଦ୍ଵିତୀୟ ଆଇକନ୍ Create Folder ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
07:04 | New folder name ଫିଲ୍ଡରେ Assignments ଟାଇପ୍ କରନ୍ତୁ |
07:10 | ତା’ପରେ ଏହାକୁ ଖୋଲିବା ପାଇଁ Assignments ଫୋଲ୍ଡର୍ରେ କ୍ଲିକ୍ କରନ୍ତୁ |
07:15 | Assignments ଫୋଲ୍ଡର୍କୁ ନିଜ ଫାଇଲ୍କୁ ଡ୍ରାଗ୍ କରି ଆଣନ୍ତୁ |
07:20 | ବର୍ତ୍ତମାନ ସାଙ୍ଗେ ସାଙ୍ଗେ ଅପଲୋଡ୍ ହୋଇଥିବା ଫାଇଲ୍ ଉପରେ କ୍ଲିକ୍ କରନ୍ତୁ |
07:24 | ଫାଇଲ୍ ନେମ୍ ଓ ଅଥର୍କୁ ରୂପାନ୍ତର କରିବା ପାଇଁ ଏବଂ ଫାଇଲ୍ ଡାଉନଲୋଡ୍ କିମ୍ବା ଡିଲିଟ୍ କରିବା ପାଇଁ ମଧ୍ୟ ଏହି ପପ୍-ଅପ୍ରେ ବିକଳ୍ପଗୁଡିକ ଅଛି |
07:34 | ମୁଁ କିଛି ବଦଳାଇବାକୁ ଚାହୁଁ ନାହିଁ. ତେଣୁ, ପପ୍-ଅପ୍ର ନିମ୍ନ ଭାଗରେ ଥିବା Cancel ବଟନ୍ରେ କ୍ଲିକ୍ କରନ୍ତୁ |
07:41 | ବର୍ତ୍ତମାନ ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଏହି ଛୋଟ ଆସାଇନମେଣ୍ଟ କରନ୍ତୁ:
Reference Material ନାମକ ଗୋଟିଏ ଫୋଲ୍ଡର୍ ତିଆରି କରନ୍ତୁ. ଫୋଲ୍ଡର୍ଟି ଯେପରି ସବ୍-ଫୋଲ୍ଡର୍ Assignments ମଧ୍ୟରେ ନରହି Files ଫୋଲ୍ଡର୍ ମଧ୍ୟରେ ରହିବ, ତାହା ସୁନିଶ୍ଚିତ କରନ୍ତୁ |
07:57 | 3ଟି ଫାଇଲ୍ ଅପଲୋଡ୍ କରନ୍ତୁ. ଆପଣ ସେଗୁଡ଼ିକୁ ଏହି ଟ୍ୟୁଟୋରିଆଲର Code files ଲିଙ୍କରେ ପାଇପାରିବେ |
08:05 | ଏହି ଆସାଇନମେଣ୍ଟକୁ ସମ୍ପୂର୍ଣ୍ଣ କରିସାରିବା ପରେ ଏହି ଟ୍ୟୁଟୋରିଆଲକୁ ଛାଡ଼ିଥିବା ସ୍ଥାନରୁ ଆରମ୍ଭ କରନ୍ତୁ |
08:10 | ବର୍ତ୍ତମାନ ଆପଣଙ୍କ File managerରେ ନିଶ୍ଚିତ ରୂପେ Assignments ଓ Reference Material ନାମକ ଦୁଇଟି ଫୋଲ୍ଡର୍ ରହିବା ଦରକାର |
08:18 | ଏବଂ involutes-img1.png ନାମକ ଆଉ ଗୋଟିଏ ଫାଇଲ୍ ଅଛି |
08:26 | ଉପର ଡାହାଣ କଡ଼ରେ ଥିବା X ଆଇକନ୍ରେ କ୍ଲିକ୍ କରି ପପ୍-ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ |
08:33 | ଫର୍ମାଟିଙ୍ଗର ପରବର୍ତ୍ତୀ ବିକଳ୍ପଗୁଡ଼ିକ ହେଉଛି,
Underline, Strikethrough, Subscript ଓ Superscript |
08:45 | ଏଗୁଡ଼ିକ ପରେ Align ଓ indent ବିକଳ୍ପ ରହିବ. ଏଗୁଡ଼ିକ ଅନ୍ୟ text editor ଭଳି କାର୍ଯ୍ୟ କରନ୍ତି |
08:53 | ପରବର୍ତ୍ତୀ ବିକଳ୍ପ equation editorକୁ କିପରି ବ୍ୟବହାର କରାଯାଏ, ଚାଲନ୍ତୁ ଶିଖିବା |
08:59 | ଏହା ମଧ୍ୟରେ ଥିବା ଗୋଟିଏ ସମୀକରଣ ସହିତ ମୁଁ ଏହି ବାକ୍ୟକୁ ଯୋଡ଼ିବା ପାଇଁ ଚାହୁଁଛି. ତେଣୁ, equation editor ଆଇକନ୍ରେ କ୍ଲିକ୍ କରନ୍ତୁ. ତା’ପରେ ସମୀକରଣକୁ ଟାଇପ୍ କରିବା ପାଇଁ equation editor ବ୍ୟବହାର କରନ୍ତୁ |
09:14 | ସମୀକରଣକୁ ଟାଇପ୍ କରିବା ପାଇଁ LaTeXର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ବିବରଣୀ Additional Reading Material ଲିଙ୍କରେ ଅଛି. ଆପଣ ସମାପ୍ତ କରିସାରିବା ପରେ Save equation ବଟନ୍ରେ କ୍ଲିକ୍ କରନ୍ତୁ |
09:29 | ଅନ୍ୟ ଯେକୌଣସି text editorରେ କାମ କରିବା ପାଇଁ Insert character, insert table ଓ clear formatting ଭଳି ବିକଳ୍ପଗୁଡ଼ିକ ଅଛି |
09:40 | ପରବର୍ତ୍ତୀ ଦୁଇଟି ବିକଳ୍ପ Undo ଓ Redo ଅଟେ. ଯଦି ସେଠାରେ କିଛି ଅନସେଭଡ୍ ଟେକ୍ସଟ୍ ଥାଏ, ତେବେ ସେଗୁଡ଼ିକ ଏନାବଲ୍ ରହିଥିବ |
09:51 | ଏହା ପରେ accessibility ପାଇଁ ଦୁଇଟି ବିକଳ୍ପ ଅଛି. ପ୍ରଥମ ଆଇକନ୍କୁ Accessibility checker କୁହାଯାଏ. ଦ୍ଵିତୀୟଟି screen reader helper ଅଟେ |
10:05 | Accessible websitesର ସମ୍ପୂର୍ଣ୍ଣ ବିବରଣୀ ଏବଂ ଏହି ବିକଳ୍ପଗୁଡ଼ିକ, Additional Reading Material ଲିଙ୍କରେ ଅଛି |
10:14 | ଶେଷ ବିକଳ୍ପଟି Editor viewରୁ HTML code ଭ୍ୟୁକୁ ଟଗଲ୍ କରିବା ପାଇଁ ଅଛି. ଇମେଜ୍, ଭିଡିଓ, PPT, ଇଣ୍ଟରାକ୍ଟିଭ୍ କଣ୍ଟେଣ୍ଟ ଇତ୍ୟାଦିକୁ ଏମ୍ବେଡ୍ କରିବା ପାଇଁ ଏହାକୁ ବ୍ୟବହାର କରାଯାଇପାରିବ |
10:30 | ପୁନର୍ବାର HTML ପାଇଁ ଟଗଲ୍ରେ କ୍ଲିକ୍ କରନ୍ତୁ. ଏହା ଦ୍ଵାରା ଆମେ ନର୍ମାଲ୍ editor viewକୁ ଫେରିଯିବା |
10:39 | ଏହି ପ୍ରଦର୍ଶନ ପାଇଁ bold, italics ଓ list ବିକଳ୍ପଗୁଡ଼ିକୁ ବ୍ୟବହାର କରି ମୁଁ ଟେକ୍ସଟ୍କୁ ଫର୍ମାଟ୍ କରିଛି. ଆପଣ ଏହିପରି ନିଜ କଣ୍ଟେଣ୍ଟ ପାଇଁ କରନ୍ତୁ |
10:52 | ଆପଣଙ୍କର ଫର୍ମାଟିଙ୍ଗ ସମାପ୍ତ ହେବା ପରେ ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ Save and display ବଟନ୍ରେ କ୍ଲିକ୍ କରନ୍ତୁ |
11:01 | ବର୍ତ୍ତମାନ ଆମେ Moodleରୁ logout କରିପାରିବା |
11:05 | ବର୍ତ୍ତମାନ ଛାତ୍ରୀ Priya Sinhaକୁ ଏହି ପେଜ୍ ଏହିପରି ଦେଖାଯିବ |
11:11 | ଏଥି ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ. ସଂକ୍ଷିପ୍ତରେ |
11:19 | ଏହି ଟ୍ୟୁଟୋରିଆଲରେ ଆମେ
Moodleରେ ଥିବା Resources Course material ଯୋଡ଼ିବା ଡିଫଲ୍ଟ text editorରେ ଥିବା Formatting ବିକଳ୍ପଗୁଡ଼ିକ ବିଷୟରେ ଶିଖିଲେ |
11:34 | ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି.
Basic Calculusରେ ଗୋଟିଏ ନୂଆ resource ଫୋଲ୍ଡର୍ ଯୋଡ଼ନ୍ତୁ File Managerରୁ reference filesକୁ ଯୋଡ଼ନ୍ତୁ ସମ୍ପୂର୍ଣ୍ଣ ବିବରଣୀ ପାଇଁ ଏହି ଟ୍ୟୁଟୋରିଆଲର Assignment ଲିଙ୍କକୁ ଦେଖନ୍ତୁ |
11:51 | ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
12:00 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
|
12:10 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ କରନ୍ତୁ |
12:14 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
12:27 | IIT Bombay ତରଫରୁ
ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି |
12:38 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |